ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ-
ବାସ୍ତୁ
ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ ।
“ବିଶ୍ୱକର୍ମା ପ୍ରକାଶ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର
ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ
ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ, ଅଗ୍ନି
ପୁରାଣ, ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା ।
ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍, ମାନସାର, ସମରାଙ୍ଗଣ ସୁତ୍ରଧାର, ରାଜବଲ୍ଲଭ
ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ
ଅଟେ । ଚାରୋଟି ବେଦ ଯଥା-ରିଗ୍, ଯଜୁର୍ବେଦ, ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍ବେଦର ଦେବତାଙ୍କର ମନ୍ତ୍ର ସହିତ
ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍ବେଦରେ
ରିଗ୍ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ
ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ
ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ
ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ଏହାକୁ ଅପୈାରୁଷ କୁହାଯାଏ ।
ପ୍ରାଚୀନ କାଳରେ ଋଷିମାନେ ଧ୍ୟାନ ଅବସ୍ଥାରେ ମନ୍ତ୍ରର ଦର୍ଶନ ପାଇଥିଲେ । ରିଗ୍ ବେଦ ଏକ ସବୁଠାରୁ
ପ୍ରାଚୀନତମ ବେଦ ଅଟେ । ଏହାର ଅନେକ ଗୁଡିଏ ଶାଖା ଅଛି । କିନ୍ତୁ ଅଧିକାଂଶ ଶାଖା ଲୁପ୍ତ
ହୋଇଯାଇଅଛି । ଯେଉଁ ଗୁଡିକ ଶାଖା ଆଜିକା ଦିନରେ ଉପଲବ୍ଧ ଅଟେ ତାହାକୁ ମିଶାଇ ରିଗ୍ ବେଦ ସଂହିତା
ନାମରେ ପ୍ରଚଳିତ ଅଟେ ।
ରିଗ୍ ବେଦ ମନ୍ତ୍ରର ଗ୍ରନ୍ଥ ଅଟେ । ଏହି
ବେଦରୁ ଆମ୍ଭେ ଋଷି, ଛନ୍ଦ(ଲୟ) ଓ ଦେବତା ଏବଂ ମନ୍ତ୍ର ପାଇଥାଉ ।
କେଉଁ ଋଷି କେଉଁ ମନ୍ତ୍ରର ସାକ୍ଷାତ୍କାର୍ କରିଥିଲେ ତାହା ବର୍ଣ୍ଣନା କରାଯାଇଅଛି । ପ୍ରତ୍ୟେକ
ଦେବତା ଅର୍ଥ - ଉର୍ଜା ବା ଏନର୍ଜୀ ଅଟେ । ଋଷିମାନେ ପ୍ରକୃତିର ପୋଷଣକାରୀ ଶକ୍ତିକୁ ଧ୍ୟାନ
ଅବସ୍ଥାରେ ଦର୍ଶନ କରିଅଛନ୍ତି । ପ୍ରତ୍ୟେକ ପ୍ରକୃତିର ପୋଷଣକାରୀ ଶକ୍ତିକୁ ବିଭିନ୍ନ ଦେବତା
ନାମରେ ନାମିତ କରାଯାଇଅଛି । ତେଣୁ କେଉଁ ଦେବତା କେଉଁକେଉଁ ଶକ୍ତିର ଅଧିକାରୀ ଅଟନ୍ତି ତାହା
ସହଜରେ ଜଣାପଡ଼େ ନାହିଁ । ଯେତେବେଳେ ଆମେ ଦେବତାର ଗୁଣ ଗୁଡିକ ଜାଣିପାରିଥାଉ ସେତେବେଳେ କେଉଁ
ଦେବତା କେଉଁ ପୋଷଣକାରୀ ଶକ୍ତିର ଅଧିକାରୀ ଅଟନ୍ତି ତାହା ଜଣାପଡ଼େ । ଦେବତାର ଗୁଣ-ତାଙ୍କର ଆକାର, ରଙ୍ଗ, ଅସ୍ତ୍ର, ଭୋଜନ, ଶକ୍ତି ଓ ଆବରଣ ଦେବତା । ଏହି ସବୁ ଜିନିଷ ମିଶାଇ ଆମ୍ଭେ ଦେବତାର ଗୁଣ
ଜାଣିପାରିଥାଉ । ଉପରଲିଖିତ ବିଭିନ୍ନ ଗ୍ରନ୍ଥରୁ ମୁଁ ବିଶ୍ୱକର୍ମା ପ୍ରକାଶ ଗ୍ରନ୍ଥକୁ ଚୟନ
କରିଅଛି । ଏହି ଗ୍ରନ୍ଥରେ ୧୩ଟି ଅଧ୍ୟାୟରେ ୧୩୭୪ ଶ୍ଳୋକ ବର୍ଣ୍ଣିତ ହୋଇଅଛି । ବାସ୍ତୁର ସମସ୍ତ
ପ୍ରକାରର ଗୁଣ ଆଦି ଯଥା-ଭୁମି ଚୟନ, ଶଲ୍ୟ
ଉଦ୍ଧାର, ଭୁମିର ଆକାର, ଯଜ୍ଞର ବିଧିବିଧାନ, ପଦବିନ୍ୟାଶ, ଜ୍ୟୋତିଷ ବିଦ୍ୟା, ଭୈାତିକ ବିଜ୍ଞାନ, ବାସ୍ତୁପୂଜନ, ଭଙ୍ଗାରୁଜ ନକରି ବାସ୍ତୁ ଦୋଷ ର ପ୍ରତିକାର
ଆଦି ବର୍ଣ୍ଣନା କରାଯାଇଅଛି ।
ସ୍ଥାପତ୍ୟ ବେଦର ଅର୍ଥ ହେଉଛି-ଯେକୈାଣସି
ବସ୍ତୁକୁ ସ୍ଥାପନା କରିବା ଓ ସ୍ଥାପନା ସମ୍ବନ୍ଧିତ ଜ୍ଞାନକୁ ଆହରଣ କରିବା । ଯେପରି ଶିଳ୍ପକାର
ମୂର୍ତି ବନାଇଥାନ୍ତି ଓ ଆମେ ତା ପରେ ସେହି ମୂର୍ତିକୁ ପୂଜା, ଶୁଭ ମୁହୁର୍ତରେ ଶୁଭ ସ୍ଥାନ ଉପରେ, ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଓ ବିଭିନ୍ନ ପ୍ରକ୍ରିୟା ସହିତ ସେହି ମୂର୍ତିକୁ ପ୍ରାଣ
ପ୍ରତିଷ୍ଠା କରିଥାଉ । ପ୍ରାଣ ପ୍ରତିଷ୍ଠାର ଅର୍ଥ ଏହା ଅଟେ ଯେ ମୂର୍ତିରେ, ପ୍ରତିମାରେ ପ୍ରାଣ ଆସିଯାଇଅଛି ଅର୍ଥାତ୍
ସଜୀବ ହୋଇଯାଇଅଛି ।
ଠିକ୍
ଏହି ପ୍ରକାରରେ ଯେକୈାଣସି ଭବନ ନିର୍ମାଣ କରିବା ପରେ ପ୍ରାଣ ପ୍ରତିଷ୍ଠା (ବାସ୍ତୁ ପୂଜନ)
କରାଯାଇଥାଏ । ଏହି ପ୍ରକାରରେ ଆମେ ଦେଖିବାକୁ ପାଉଅଛୁ ଯେ ନିର୍ମାଣ ସହିତ ସ୍ଥାପନା ସମ୍ବନ୍ଧିତ
ଜ୍ଞାନକୁ ସ୍ଥାପତ୍ୟ ବେଦ କୁହାଯାଏ । ଅର୍ଥାତ୍-ଅବ୍ୟକ୍ତକୁ ବ୍ୟକ୍ତ କରିବା ଓ ସେଥିରେ ଚେତନା
ସକ୍ତିକୁ ଜାଗ୍ରତ କରିବାକୁ ସ୍ଥାପତ୍ୟ ବେଦ କୁହାଯାଏ । ସ୍ଥାପତ୍ୟ ବେଦର କ୍ଷେତ୍ର ସାରା
ବ୍ରହ୍ମାଣ୍ଡରେ ବ୍ୟାପିଥାଏ ଓ ସୃଷ୍ଟିର ସମସ୍ତ ବସ୍ତୁରେ ଅନ୍ତର୍ସମ୍ବନ୍ଧିତ ଦ୍ୱାରା ସମସ୍ତଙ୍କୁ
ପ୍ରଭାବିତ କରିଥାଏ ।
ସ୍ଥାପତ୍ୟ ବେଦ ମୂଖ୍ୟ ରୂପରେ ଦୁଇ ଭାଗରେ
ବିଭାଜିତ ହୋଇଅଛି- ୧-ଆନ୍ତରିକ ସଜ୍ଜା (ଓଦ୍ଭଦ୍ଭରକ୍ସ ଶକ୍ଷକ୍ଟକ୍ସସଲସମବଗ୍ଧସକ୍ଟଦ୍ଭ), ୨-ବାହ୍ୟସଜ୍ଜା (ଙଙ୍କଗ୍ଧରକ୍ସ
ଶକ୍ଷକ୍ଟକ୍ସସଲସମବଗ୍ଧସକ୍ଟଦ୍ଭ). ଆନ୍ତରିକ ସଜ୍ଜା ଅର୍ଥାତ୍ ବ୍ୟକ୍ତିର ଚେତନା ଓ ବାହ୍ୟ ସଜ୍ଜା
ଅର୍ଥାତ୍ ସମଷ୍ଟି, ବିଶ୍ୱ-ଭବନ ଆଦିକୁ ବୁଝାଇଥାଏ । ଆନ୍ତରିକ
ସଜ୍ଜାର ଅର୍ଥ ହେଉଛି ବ୍ୟକ୍ତି ସ୍ୱୟଂ ନିଜର ଚେତନା ଶକ୍ତି ଦ୍ୱାରା ଉପର ସ୍ତରକୁ ଯିବା ଓ
ମାନସିକ ଅବସ୍ଥା ଦ୍ୱାରା, ବିଚାରଧାରା ଦ୍ୱାରା ଏବଂ ତାଙ୍କର ମସ୍ତକରେ
ଉଠୁଥିବା ତରଙ୍ଗ ଦ୍ୱାରା ମନର ସ୍ଥିତିକୁ ବୁଝାଇଥାଏ । ବାହ୍ୟ ସଜ୍ଜା ଅର୍ଥ ଶରୀରର ବାହାରେ ଥିବା
ସମସ୍ତ କ୍ଷେତ୍ରକୁ ବୁଝାଇଥାଏ । ବ୍ୟକ୍ତି ନିଜ ଜୀବନରେ ଆଖପାଖର ବାତାବରଣ ଓ ଭବନ ଆଦି ପ୍ରଭାବର
ଅଧ୍ୟୟନକୁ ବାହ୍ୟ ସଜ୍ଜା କୁହାଯାଏ ।
ସ୍ଥାପତ୍ୟ ବେଦର ଜ୍ଞାତାକୁ “ସ୍ଥପିତ” କୁହାଯାଏ । ଯେଉଁ ସ୍ଥପିତ କେବଳ ଶାସ୍ତ୍ରକୁ ଜାଣିଥାଏ କିନ୍ତକାର୍ଯ୍ୟ କରିବାରେ
ଦକ୍ଷତା ନଥାଏ ତାହା ଉଚିତ୍ ନୁହେଁ । ଏହାର ବିପରୀତ ରେ ଯେ କେବଳ କାର୍ଯ୍ୟ କରିବା ଜାଣିଛି
କିନ୍ତୁ କିପରି କରାଯିବ ତାହା ଜାଣିନଥାଏ ତାହାକୁ ଅନ୍ଧରୂପରେ କୁହାଯାଇଅଛି ।
କେବଳ ଶାସ୍ତ୍ର ଜ୍ଞାନ ପର୍ଯ୍ୟାପ୍ତ ନୁହେଁ ।
ପ୍ରୟୋଗିକ ପକ୍ଷ ମଧ୍ୟ ଜାଣିବା ଦରକାର । ତେଣୁ ଶାସ୍ତ୍ର ଏବଂ କର୍ମ ଦୁଇଟିଯାକର ଜ୍ଞାନ ଆବଶ୍ୟକ
ଅଟେ । ତେଣୁ ଜଣେ ସ୍ଥପିତ ବ୍ୟକ୍ତି ପ୍ଲଟ୍ର ବାହାର ୱାଲ୍ ବାଉଣ୍ଡ୍ରି, ଡ୍ରଇଂଗ୍ ରୁମ୍, ମର୍ମ, ଦିଶା ଜ୍ଞାନ,
ପଦବିନ୍ୟାଶ, ଘରର ଆୟାଦି, ସ୍ତମ୍ଭର ସ୍ଥିତି ଏବଂ ଅନେକ ପ୍ରକାରର
ପ୍ରାକ୍ଟିକାଲ୍ ଜ୍ଞାନ ଥିôବା ଆବଶ୍ୟକ ଅଟେ ।
ବାସ୍ତୁ ଶାସ୍ତ୍ର ଅର୍ଥ ହେଲା ଯେ ବାସ୍ତୁ
ତଥା ମନୁଷ୍ୟ ମଧ୍ୟରେ ସମ୍ପର୍କ ସ୍ଥାପିତ କରିବା ।
ମାନବ
ଶରୀର ଓ ବାସ୍ତୁ ପୁରୁଷ
-ଯେଉଁ ପ୍ରକାରରେ ମାନବ ଶରୀରର ବିଭିନ୍ନ ଅଙ୍ଗ
ଅଛି ସେହିପରି ଭାବରେ ଭୂମି(ବାସ୍ତୁ)ର ଉର୍ଜାକୁ ଶାସ୍ତ୍ରରେ ବାସ୍ତୁପୁରୁଷ ମାଧ୍ୟମରେ
ଅଭିବ୍ୟକ୍ତି କରାଯାଇଅଛି । ମାନବ ଶରୀର ପରି ଭୂମିରେ ଏକ ପୁରୁଷର ଆକୃତିରେ ହାତ, ପାଦ, ଶିର, ନାକ, କାନ ଓ ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଆଦି ରହିଅଛି । ଏହାକୁ ବାସ୍ତୁ ପୁରୁଷ
କୁହାଯାଏ, ଯାହାର ଶିର ଉତର-ପୂର୍ବ ଦିଗରେ, ପାଦ ଦକ୍ଷିଣ-ପଶ୍ଚିମ ଦିଗରେ ତଥା କହୁଣୀ
ବାୟବ ଦିଗରେ ରହିଥାଏ । ଏହା ଅଧୋମୂଖ ଅର୍ଥାତ୍ ତାହାର ମୁହଁ ତଳ ଆଡକୁ ଥାଏ । ଶାସ୍ତ୍ରରେ
ବାସ୍ତୁ ପୁରୁଷ ଶରୀରରେ ୪୫ ପ୍ରକାରର ଏନର୍ଜି ଅଛି ଅର୍ଥାତ୍-ବାସ୍ତୁ ପୁରୁଷ ଶରୀରରେ ୪୫ଟି
ଦେବତା ଅଛନ୍ତି । ଏହି ସବୁ ଦେବତାମାନେ ପ୍ରକୃତିର ବିଭିନ୍ନ ପୋଷଣକାରୀ ଶକ୍ତିକୁ ଅଭିବ୍ୟକ୍ତି
କରିଥାନ୍ତି ।
ଭୂମିର ଯେଉଁ ଭାଗରେ ଦୋଷ ଥାଏ ସେହି ଦିଗ
ଗୃହସ୍ୱାମୀକୁ ପ୍ରଭାବିତ କରିଥାଏ ।
ପ୍ରକୃତିର ନିମୟ ଅନୁଯାୟୀ ଏପରି ଭାବରେ ଭବନର
ନିର୍ମାଣ କରାଯିବା ଉଚିତ୍ ଯେପରି ପ୍ରକୃତିର ପୋଷଣକାରୀ ଶକ୍ତିମାନେ ସହାୟକ ହୁଅନ୍ତି । ମନୁଷ୍ୟ
କିପରି ଶାରିରୀକ ଓ ମାନସିକ ରୂପରେ ସୁସ୍ଥ ହେବେ, ତାଙ୍କର କାର୍ଯ୍ୟ ସଫଳ ହେବ, ତାଙ୍କ କାର୍ଯ୍ୟରେ କୈାଣସି ପ୍ରକାର ବାଧା ଆସିବନାହିଁ ଏପରି ଭାବରେ ବାସ୍ତୁ
ଶାସ୍ତ୍ର ଅନୁଯାୟୀ ଭବନ ନିର୍ମାଣ କରିବା ଉଚିତ୍ ଅଟେ ।
ଦିଗ ଏବଂ ସ୍ଥାନ ଠିକ୍ ହୋଇଥିଲେ ଆମ୍ଭେମାନେ
ପ୍ରକୃତିର ପୋଷଣକାରୀ ଶକ୍ତିକୁ ପାଇଥାଉ ଓ ଏହି ଶକ୍ତିମାନେ ପ୍ରକୃତିର ବିକାଶ ଦିଗରେ ସାହାଯ୍ୟ
କରିଥାନ୍ତି । ତେଣୁ ଗୃହର ଦ୍ୱାର, ଶୟନକକ୍ଷ, ରୋଷେଇ ଘର, ବାଥ୍ରୁମ୍, ଟଏଲେଟ୍, ଡ୍ରଇଂଗ୍ ରୁମ୍ ଆଦି ଠିକ୍ ଦିଗରେ ଓ ଉପଯୁକ୍ତ ପଦରେ ବା ସ୍ଥାନର ରହିବା ଉଚିତ୍
ଅଟେ ।
ଶୁଭ ବାସ୍ତୁ ପ୍ରଭାବରେ ଆମ୍ଭମାନଙ୍କୁ ସୁଖ, ସମୃଦ୍ଧି, ଉତମ ସ୍ୱାସ୍ଥ୍ୟ, ଲକ୍ଷ୍ୟର
ପ୍ରାପ୍ତି, ମିତ୍ରତା, ପ୍ରକୃତିର ସହଯୋଗ ଆଦି ମିଳିଥାଏ । ଅଶୁଭ ବାସ୍ତୁ ପ୍ରଭାବରେ ଆମମାନଙ୍କୁ
ଅଶାନ୍ତି, ସମସ୍ୟା, ଶତୃତା, ଉନ୍ନତି ବାଧା, ଦୁଃଖୀ ଜୀବନ, ଅସ୍ଥିରତା ଓ ରୋଗ ଆଦି ମିଳିଥାଏ ।
Comments
Post a Comment