Skip to main content

Posts

Showing posts from December, 2020
 ଆଜି ଆମେ ଜାଣିବା ବିଥି ବିନ୍ୟାସ କଣ ଅଟେ ଓ 'ପୂର୍ବ' ଓ 'ପୂର୍ବ-ଦକ୍ଷିଣ-ପୂର୍ବ' ଦିଗରେ ବାସ୍ତୁ ଦୋଷ କିପରି ଉତ୍ପନ୍ନ ହୁଏ ଓ ତାର ପ୍ରତିକାର କିପରି ହେବ? ଏହି ଲେଖା ପୁସ୍ତକ ' ବାସ୍ତୁ ଶାସ୍ତ୍ର' ରୁ ଉଦ୍ଧୃତ ଅଟେ। ପଦ ବିନ୍ୟାସ             ଏହା ବାସ୍ତୁ ଶାସ୍ତ୍ରର ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ଅଂଶ ଅଟେ । ଏହି ପଦ ବିନ୍ୟାସରେ ପୂଜନ କରାଯାଇଥାଏ । ପଦ ବିନ୍ୟାସ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କେତେ ପ୍ରକାରର ଦିଗ ଅଛି ଏବଂ ତାର ମହତ୍ୱ । କିପରି ଭାବରେ ଉର୍ଜା ସୃଷ୍ଟି ହୋଇଥାଏ ଏବଂ କିପରି ଭାବରେ ଏହି ଉର୍ଜା ଦିକ୍‌ପାଳ ମାଧ୍ୟମରେ ଅଭିବ୍ୟକ୍ତି ହୋଇଥାଏ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ସାଧାରଣତଃ ଆମ୍ଭେମାନେ ଆଠ ପ୍ରକାରର ଦିଗ ଜାଣିଥାଉ । କିନ୍ତୁ ବିଶ୍ୱକର୍ମା ପ୍ରକାଶ ଗ୍ରନ୍ଥ ଅନୁଯାୟୀ ତାହା ଷୋହଳ ଦିଗରେ ବିଭକ୍ତ ହୋଇଥାଏ । ଗୋଟିଏ ପ୍ଲଟ୍‌ର ସର୍କଲର ପରିଧି ହେଉଛି ୩୬୦ ଡିଗ୍ରୀ । ଯଦି ଆମେ ତାହାକୁ ଆଠ ଦିଗରେ ବିଭକ୍ତ କରୁ ତେବେ ପ୍ରତ୍ୟେକ ଦିଗ ୪୫ ଡିଗ୍ରୀ ହୁଏ । ଯଦି ପ୍ରତ୍ୟେକ ୪୫ ଡିଗ୍ରୀକୁ ଦୁଇ ଭାଗରେ ବିଭକ୍ତ କରାଯାଏ ତେବେ ତାହା ୨୨.୫ ଡିଗ୍ରୀ ହୋଇଥାଏ । ତେଣୁ ପ୍ଲଟ୍‌ର ଟୋଟାଲ୍ ଦିଗ ୧୬ ହୋଇଥାଏ । ନିମ୍ନରେ ଏହି ୧୬ ପ୍ରକାରର ଦିଗକୁ ବର୍ଣ୍ଣନା କରୁଅଛୁ ।   ( ୧) ପୂର୍ବଦିଗ - ଏହି ଦିଗ ବାୟୁ ତତ୍ୱର ଦିଗ ଅଟେ । ଏହି ଦିଗର ଗ୍ରହଦେବତା ହେଲେ ସୂର୍ଯ୍ୟ । ଯିଏ କି
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ