Skip to main content

 ଆଜି ଆମେ ଜାଣିବା ବିଥି ବିନ୍ୟାସ କଣ ଅଟେ ଓ 'ପୂର୍ବ' ଓ 'ପୂର୍ବ-ଦକ୍ଷିଣ-ପୂର୍ବ' ଦିଗରେ ବାସ୍ତୁ ଦୋଷ କିପରି ଉତ୍ପନ୍ନ ହୁଏ ଓ ତାର ପ୍ରତିକାର କିପରି ହେବ? ଏହି ଲେଖା ପୁସ୍ତକ ' ବାସ୍ତୁ ଶାସ୍ତ୍ର' ରୁ ଉଦ୍ଧୃତ ଅଟେ।

ପଦ ବିନ୍ୟାସ

            ଏହା ବାସ୍ତୁ ଶାସ୍ତ୍ରର ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ଅଂଶ ଅଟେ । ଏହି ପଦ ବିନ୍ୟାସରେ ପୂଜନ କରାଯାଇଥାଏ । ପଦ ବିନ୍ୟାସ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କେତେ ପ୍ରକାରର ଦିଗ ଅଛି ଏବଂ ତାର ମହତ୍ୱ । କିପରି ଭାବରେ ଉର୍ଜା ସୃଷ୍ଟି ହୋଇଥାଏ ଏବଂ କିପରି ଭାବରେ ଏହି ଉର୍ଜା ଦିକ୍‌ପାଳ ମାଧ୍ୟମରେ ଅଭିବ୍ୟକ୍ତି ହୋଇଥାଏ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ସାଧାରଣତଃ ଆମ୍ଭେମାନେ ଆଠ ପ୍ରକାରର ଦିଗ ଜାଣିଥାଉ । କିନ୍ତୁ ବିଶ୍ୱକର୍ମା ପ୍ରକାଶ ଗ୍ରନ୍ଥ ଅନୁଯାୟୀ ତାହା ଷୋହଳ ଦିଗରେ ବିଭକ୍ତ ହୋଇଥାଏ । ଗୋଟିଏ ପ୍ଲଟ୍‌ର ସର୍କଲର ପରିଧି ହେଉଛି ୩୬୦ ଡିଗ୍ରୀ । ଯଦି ଆମେ ତାହାକୁ ଆଠ ଦିଗରେ ବିଭକ୍ତ କରୁ ତେବେ ପ୍ରତ୍ୟେକ ଦିଗ ୪୫ ଡିଗ୍ରୀ ହୁଏ । ଯଦି ପ୍ରତ୍ୟେକ ୪୫ ଡିଗ୍ରୀକୁ ଦୁଇ ଭାଗରେ ବିଭକ୍ତ କରାଯାଏ ତେବେ ତାହା ୨୨.୫ ଡିଗ୍ରୀ ହୋଇଥାଏ । ତେଣୁ ପ୍ଲଟ୍‌ର ଟୋଟାଲ୍ ଦିଗ ୧୬ ହୋଇଥାଏ । ନିମ୍ନରେ ଏହି ୧୬ ପ୍ରକାରର ଦିଗକୁ ବର୍ଣ୍ଣନା କରୁଅଛୁ ।

 (୧) ପୂର୍ବଦିଗ -

ଏହି ଦିଗ ବାୟୁ ତତ୍ୱର ଦିଗ ଅଟେ । ଏହି ଦିଗର ଗ୍ରହଦେବତା ହେଲେ ସୂର୍ଯ୍ୟ । ଯିଏ କି ସ୍ୱାସ୍ଥ୍ୟ ଓ ସାମାଜିକ ସମ୍ପର୍କକୁ ବୁଝାଇ ଥାଏ । ଯଦି ଏହି ଦିଗ ସଫାସୁତରା ଥାଏ, ସନ୍ତୁଳିତ ଥାଏ ତେବେ ଏହି ଦିଗରେ ଥିବା ଘରର ସଦସ୍ୟମାନଙ୍କର ଇଛା ଶକ୍ତି ଓ ଶାରିରୀକ ସ୍ୱାସ୍ଥ୍ୟ ଉତମ ରହେ ।

            ନିଜ ପରିବାର ସହିତ ଉତମ ସମ୍ପର୍କ ରଖିବା, ବିଚାର କରିଥିବା ପ୍ଲାନିଂଗ୍ କୁ କାର୍ଯ୍ୟକାରୀ କରାଇବା ସଚ୍ଚୋଟତା ଓ କ୍ଷମାଶୀଳତା ଆଦି ଏହି ଦିଗର ଗୁଣ ଅଟେ

            ଯଦି ଏହି ଦିଗ କଟିଥାଏ ତେବେ ସମାଜ ସହିତ ସମ୍ପର୍କ ନଷ୍ଟ ହୋଇଥାଏ । ସମାଜ ଦ୍ୱାରା ଲାଭାନ୍ୱିତ ଆଶାରେ ହାନି ହୋଇଥାଏ । ବରଂ ସେମାନେ ସମାଜ ଦ୍ୱାରା ବ୍ୟବହୃତ ହୋଇଥାନ୍ତି । ନୀଳ କିମ୍ବା ସବୁଜ ରଙ୍ଗ ଏହାର ସମାଧାନ ଅଟେ । ଯଦି ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ସମାଜ ସହିତ ସେମାନେ ଏତେଦୂର ମିଶିଥାନ୍ତି ଯେ ପରିବାରକୁ ସେମାନେ ସମୟ ଦେଇପାରନ୍ତି ନାହିଁ ଓ ତାହା ସମୟ ଓ ଉର୍ଜାର ଅପଚୟ ଅଟେ । ତାଙ୍କର ନିଜର ଉନ୍ନତି ହୋଇନଥାଏ । ଲାଲ୍ ରଙ୍ଗ ଏହାର ସମାଧାନ ଅଟେ ।

            ସବୁଜ ରଙ୍ଗର ବୃକ୍ଷ ଏହି ଦିଗକୁ ମଜ୍‌ବୁତ୍ କରିଥାଏ ଏବଂ ମଜ୍‌ବୁତ୍ ସାମାଜିକ ସମ୍ପର୍କରେ ସାହାଯ୍ୟ କରିଥାଏ ।

            ଏହି ଦିଗର ଦିକ୍‌ପାଳ-ଇନ୍ଦ୍ର, ଅସ୍ତ୍ର-ବଜ୍ର ଅଟେ ।

            ବାସ୍ତୁଦୋଷ ସୃଷ୍ଟି ହେବାର କାରଣ:-

୧- ଯଦି ପୂର୍ବ ଦିଗ ଚାରିପଟୁ ବନ୍ଦ୍ ହୋଇଥାଏ । ୨- ଘରର ଦୁଆର ଏବଂ କାନ୍ଥର ଫାଟ ଥାଏ । ୩- ପ୍ଲାଷ୍ଟରିଂଗ୍ ଛାଡ଼ି ଯାଇଥାଏ । ୪- ବିଶୃଙ୍ଖଳିତ ଅବସ୍ଥାରେ ଘରେ ପଦାର୍ଥ ଗୁଡିକ ପଡ଼ି ରହିଥାଏ । ୫- ଏହି ଦିଗ କଟିଥାଏ କିମ୍ବା ବର୍ଦ୍ଧିତ ହୋଇଥାଏ । ୬- ଅନୁପଯୁକ୍ତ ରଙ୍ଗ କାନ୍ଥରେ, ଝରକାରେ ଏବଂ ଦୁଆରରେ ଏବଂ ଚଟାଣରେ ବ୍ୟବହାର ହୋଇଥାଏ । ୭- ଉପଯୁକ୍ତ ବାୟୁ ଚଳାଚଳ କରିନଥାଏ । ୮- ଯଦି ଏହଦିଗରେ ଶୈାଚାଳୟ ଥାଏ ।

            ଉପରଲିଖିତ ଦୋଷ ଥିଲେ ସରକାରଙ୍କ ପାଖରୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ଇନ୍‌କମ୍ ଟାକ୍ସ୍ ପକ୍ଷରୁ ଘର ଉପରେ ଚଢ଼ାଉ ହେବାର ସମ୍ଭାବନା ଥାଏ । ବିବାହରେ ବିଳମ୍ବ ହୋଇଥାଏ । ପରିବାର ଓ ସମାଜରୁ କୈାଣସି ପ୍ରକାର ସାହାଯ୍ୟ ମିଳିନଥାଏ । ବିଚାର କରିଥିବା ପ୍ଲାନିଂଗ୍‌କୁ କାର୍ଯ୍ୟରେ ପରିଣତ ହୋଇନଥାଏ ।

            ଏହି ଦିଗରେ ଉପରଲିଖିତ ବାସ୍ତୁ ଦୋଷ ଥିଲେ ପ୍ରଥମେ କାନ୍ଥ, ଝରକା ଓ ଦୁଆରରେ ହୋଇଥିବା ଫାଟକୁ ଠିକ୍ କରନ୍ତୁ । ପ୍ଲାଷ୍ଟରିଂଗ୍ ଠିକ୍ କରନ୍ତୁ । ଅଳିଆ ଆବର୍ଜନା ରଖନ୍ତୁ ନାହିଁ । ବାୟୁର ଚଳାଚଳ ଓ ଆଲୋକର ପ୍ରବେଶ ପାଇଁ ଧ୍ୟାନ ଦିଅନ୍ତୁ ।

ଏହି ଦିଗ ସମାଜ ଓ ପରିବାରକୁ ବୁଝାଇଥାଏ ।

ଯଦି ଏହି ଦିଗରେ ଦୋଷ ଥାଏ ତେବେ-

- ଆପଣ କୈାଣସି ପ୍ରକାରର ନୂତନ କାର୍ଯ୍ୟ କରିବା କଷ୍ଟକର ହୋଇଥାଏ ।

- ନୂତନ କଷ୍ଟମର୍‌କୁ ଆକର୍ଷିତ କରିବା କଷ୍ଟକର ହୋଇଥାଏ ।

- ସମାଜଠାରୁ ଆପଣ କୈାଣସି ସାହାଯ୍ୟ ପାଇବା କଷ୍ଟକର ହୋଇଥାଏ ।

- ପରିବାର ପ୍ରତି ଯେଉଁ କଥା ଦେଇଥାନ୍ତି ତାହାକୁ ପୁରଣ କରନ୍ତି ନାହିଁ ।

ନିରାକରଣ-

- ଜୀବନ୍ତ ବୃକ୍ଷ କିମ୍ବା ଫୁଲ୍ ଏହି ଦିଗରେ ସ୍ଥାପନ କରନ୍ତୁ । କୃତ୍ରିମ ଫୁଲ ଓ ବୃକ୍ଷ ଲଗାଇପାରିବେ ।

- ବୃକ୍ଷ ଓ ବଗିଚାର ଫଟୋ ଲଗାନ୍ତୁ ।

- ସବୁଜ କିମ୍ବା ନୀଳ ରଙ୍ଗର ଫର୍ଣ୍ଣିଚର୍ ଆଦି ରଖନ୍ତୁ ।

- ଏହ ଦିଗରେ ନିଜ ପରିବାର ଫଟୋ ରଖିପାରିବେ ।

ବ୍ରତ, ସୂର୍ଯ୍ୟପୂଜା, ପ୍ରାର୍ଥନା, ମାଣିକ ପଥର, ଲାଲ୍ ରଙ୍ଗ ବ୍ୟବହାର କରନ୍ତୁ । ମାଣିକକୁ ଉପଯୁକ୍ତ ଶୋଧନ ଓ ପୂଜନ କରି ତାହାକୁ ଏକ ତମ୍ବା ପାତ୍ରରେ ରଖନ୍ତୁ ଏବଂ ପୂର୍ବ ଦିଗରେ ମାଟିତଳେ ଏହାକୁ ସ୍ଥାପନ କରନ୍ତୁ । ଆଉ ଏକ ଉପାୟ ହେଲା ଯେ ଇନ୍ଦ୍ରର ଅସ୍ତ୍ର ବଜ୍ରର ଛବି କୁ ଏକ ତମ୍ବା ପତ୍ର ଉପରେ ଅଙ୍କିତ କରି ଓ ବିଧିବିଧାନ ସହିତ ଶୋଧନ ଓ ପୂଜନ କରି ଭୂମିତଳେ ପୂର୍ବ ଦିଗରେ ସ୍ଥାପନ କରନ୍ତୁ ।



 (୨) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ - (ବାୟୁତତ୍ୱ)

ଏହି ଦିଗର ରଙ୍ଗ ସବୁଜ ଅଟେ । ଏହି ଦିଗ ମନ୍ଥନ ଓ ବିଶ୍ଳେଷଣର ଦିଗ ଅଟେ । ଯେକୈାଣସି ନିଷ୍ପତି ନେବା ପୂର୍ବରୁ ଯେଉଁ ବିଚାର ଶକ୍ତି ଓ ବିଶ୍ଳେଷଣର ଆବଶ୍ୟକତା ଥାଏ ତାହାର ଦକ୍ଷତା ଏହି ଦିଗ ଯୋଗାଇ ଦେଇଥାଏ । ଯଦି ଏହି ଦିଗରେ ଉର୍ଜା କମ୍ ଥାଏ ତେବେ ବିବେକପୂର୍ଣ୍ଣ ନିଷ୍ପତି ନେଇହୁଏନାହିଁ । ଯଦି ଏହି ଦିଗ ବର୍ଦ୍ଧିତ ଥାଏ ତେବେ ଅତ୍ୟଧିକ ବିଶ୍ଳେଷଣ ଦ୍ୱାରା କୈାଣସି ନିଷ୍ପତିରେ ପହଂଚି ହୁଏନାହିଁ କିମ୍ବା ତାହା କାର୍ଯ୍ୟକାରୀ ହୁଏନାହିଁ । 


continue...

Comments

Popular posts from this blog

 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...
  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...