Skip to main content

 ଆଜି ଆମେ ଜାଣିବା ବିଥି ବିନ୍ୟାସ କଣ ଅଟେ ଓ 'ପୂର୍ବ' ଓ 'ପୂର୍ବ-ଦକ୍ଷିଣ-ପୂର୍ବ' ଦିଗରେ ବାସ୍ତୁ ଦୋଷ କିପରି ଉତ୍ପନ୍ନ ହୁଏ ଓ ତାର ପ୍ରତିକାର କିପରି ହେବ? ଏହି ଲେଖା ପୁସ୍ତକ ' ବାସ୍ତୁ ଶାସ୍ତ୍ର' ରୁ ଉଦ୍ଧୃତ ଅଟେ।

ପଦ ବିନ୍ୟାସ

            ଏହା ବାସ୍ତୁ ଶାସ୍ତ୍ରର ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ଅଂଶ ଅଟେ । ଏହି ପଦ ବିନ୍ୟାସରେ ପୂଜନ କରାଯାଇଥାଏ । ପଦ ବିନ୍ୟାସ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କେତେ ପ୍ରକାରର ଦିଗ ଅଛି ଏବଂ ତାର ମହତ୍ୱ । କିପରି ଭାବରେ ଉର୍ଜା ସୃଷ୍ଟି ହୋଇଥାଏ ଏବଂ କିପରି ଭାବରେ ଏହି ଉର୍ଜା ଦିକ୍‌ପାଳ ମାଧ୍ୟମରେ ଅଭିବ୍ୟକ୍ତି ହୋଇଥାଏ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ସାଧାରଣତଃ ଆମ୍ଭେମାନେ ଆଠ ପ୍ରକାରର ଦିଗ ଜାଣିଥାଉ । କିନ୍ତୁ ବିଶ୍ୱକର୍ମା ପ୍ରକାଶ ଗ୍ରନ୍ଥ ଅନୁଯାୟୀ ତାହା ଷୋହଳ ଦିଗରେ ବିଭକ୍ତ ହୋଇଥାଏ । ଗୋଟିଏ ପ୍ଲଟ୍‌ର ସର୍କଲର ପରିଧି ହେଉଛି ୩୬୦ ଡିଗ୍ରୀ । ଯଦି ଆମେ ତାହାକୁ ଆଠ ଦିଗରେ ବିଭକ୍ତ କରୁ ତେବେ ପ୍ରତ୍ୟେକ ଦିଗ ୪୫ ଡିଗ୍ରୀ ହୁଏ । ଯଦି ପ୍ରତ୍ୟେକ ୪୫ ଡିଗ୍ରୀକୁ ଦୁଇ ଭାଗରେ ବିଭକ୍ତ କରାଯାଏ ତେବେ ତାହା ୨୨.୫ ଡିଗ୍ରୀ ହୋଇଥାଏ । ତେଣୁ ପ୍ଲଟ୍‌ର ଟୋଟାଲ୍ ଦିଗ ୧୬ ହୋଇଥାଏ । ନିମ୍ନରେ ଏହି ୧୬ ପ୍ରକାରର ଦିଗକୁ ବର୍ଣ୍ଣନା କରୁଅଛୁ ।

 (୧) ପୂର୍ବଦିଗ -

ଏହି ଦିଗ ବାୟୁ ତତ୍ୱର ଦିଗ ଅଟେ । ଏହି ଦିଗର ଗ୍ରହଦେବତା ହେଲେ ସୂର୍ଯ୍ୟ । ଯିଏ କି ସ୍ୱାସ୍ଥ୍ୟ ଓ ସାମାଜିକ ସମ୍ପର୍କକୁ ବୁଝାଇ ଥାଏ । ଯଦି ଏହି ଦିଗ ସଫାସୁତରା ଥାଏ, ସନ୍ତୁଳିତ ଥାଏ ତେବେ ଏହି ଦିଗରେ ଥିବା ଘରର ସଦସ୍ୟମାନଙ୍କର ଇଛା ଶକ୍ତି ଓ ଶାରିରୀକ ସ୍ୱାସ୍ଥ୍ୟ ଉତମ ରହେ ।

            ନିଜ ପରିବାର ସହିତ ଉତମ ସମ୍ପର୍କ ରଖିବା, ବିଚାର କରିଥିବା ପ୍ଲାନିଂଗ୍ କୁ କାର୍ଯ୍ୟକାରୀ କରାଇବା ସଚ୍ଚୋଟତା ଓ କ୍ଷମାଶୀଳତା ଆଦି ଏହି ଦିଗର ଗୁଣ ଅଟେ

            ଯଦି ଏହି ଦିଗ କଟିଥାଏ ତେବେ ସମାଜ ସହିତ ସମ୍ପର୍କ ନଷ୍ଟ ହୋଇଥାଏ । ସମାଜ ଦ୍ୱାରା ଲାଭାନ୍ୱିତ ଆଶାରେ ହାନି ହୋଇଥାଏ । ବରଂ ସେମାନେ ସମାଜ ଦ୍ୱାରା ବ୍ୟବହୃତ ହୋଇଥାନ୍ତି । ନୀଳ କିମ୍ବା ସବୁଜ ରଙ୍ଗ ଏହାର ସମାଧାନ ଅଟେ । ଯଦି ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ସମାଜ ସହିତ ସେମାନେ ଏତେଦୂର ମିଶିଥାନ୍ତି ଯେ ପରିବାରକୁ ସେମାନେ ସମୟ ଦେଇପାରନ୍ତି ନାହିଁ ଓ ତାହା ସମୟ ଓ ଉର୍ଜାର ଅପଚୟ ଅଟେ । ତାଙ୍କର ନିଜର ଉନ୍ନତି ହୋଇନଥାଏ । ଲାଲ୍ ରଙ୍ଗ ଏହାର ସମାଧାନ ଅଟେ ।

            ସବୁଜ ରଙ୍ଗର ବୃକ୍ଷ ଏହି ଦିଗକୁ ମଜ୍‌ବୁତ୍ କରିଥାଏ ଏବଂ ମଜ୍‌ବୁତ୍ ସାମାଜିକ ସମ୍ପର୍କରେ ସାହାଯ୍ୟ କରିଥାଏ ।

            ଏହି ଦିଗର ଦିକ୍‌ପାଳ-ଇନ୍ଦ୍ର, ଅସ୍ତ୍ର-ବଜ୍ର ଅଟେ ।

            ବାସ୍ତୁଦୋଷ ସୃଷ୍ଟି ହେବାର କାରଣ:-

୧- ଯଦି ପୂର୍ବ ଦିଗ ଚାରିପଟୁ ବନ୍ଦ୍ ହୋଇଥାଏ । ୨- ଘରର ଦୁଆର ଏବଂ କାନ୍ଥର ଫାଟ ଥାଏ । ୩- ପ୍ଲାଷ୍ଟରିଂଗ୍ ଛାଡ଼ି ଯାଇଥାଏ । ୪- ବିଶୃଙ୍ଖଳିତ ଅବସ୍ଥାରେ ଘରେ ପଦାର୍ଥ ଗୁଡିକ ପଡ଼ି ରହିଥାଏ । ୫- ଏହି ଦିଗ କଟିଥାଏ କିମ୍ବା ବର୍ଦ୍ଧିତ ହୋଇଥାଏ । ୬- ଅନୁପଯୁକ୍ତ ରଙ୍ଗ କାନ୍ଥରେ, ଝରକାରେ ଏବଂ ଦୁଆରରେ ଏବଂ ଚଟାଣରେ ବ୍ୟବହାର ହୋଇଥାଏ । ୭- ଉପଯୁକ୍ତ ବାୟୁ ଚଳାଚଳ କରିନଥାଏ । ୮- ଯଦି ଏହଦିଗରେ ଶୈାଚାଳୟ ଥାଏ ।

            ଉପରଲିଖିତ ଦୋଷ ଥିଲେ ସରକାରଙ୍କ ପାଖରୁ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ଇନ୍‌କମ୍ ଟାକ୍ସ୍ ପକ୍ଷରୁ ଘର ଉପରେ ଚଢ଼ାଉ ହେବାର ସମ୍ଭାବନା ଥାଏ । ବିବାହରେ ବିଳମ୍ବ ହୋଇଥାଏ । ପରିବାର ଓ ସମାଜରୁ କୈାଣସି ପ୍ରକାର ସାହାଯ୍ୟ ମିଳିନଥାଏ । ବିଚାର କରିଥିବା ପ୍ଲାନିଂଗ୍‌କୁ କାର୍ଯ୍ୟରେ ପରିଣତ ହୋଇନଥାଏ ।

            ଏହି ଦିଗରେ ଉପରଲିଖିତ ବାସ୍ତୁ ଦୋଷ ଥିଲେ ପ୍ରଥମେ କାନ୍ଥ, ଝରକା ଓ ଦୁଆରରେ ହୋଇଥିବା ଫାଟକୁ ଠିକ୍ କରନ୍ତୁ । ପ୍ଲାଷ୍ଟରିଂଗ୍ ଠିକ୍ କରନ୍ତୁ । ଅଳିଆ ଆବର୍ଜନା ରଖନ୍ତୁ ନାହିଁ । ବାୟୁର ଚଳାଚଳ ଓ ଆଲୋକର ପ୍ରବେଶ ପାଇଁ ଧ୍ୟାନ ଦିଅନ୍ତୁ ।

ଏହି ଦିଗ ସମାଜ ଓ ପରିବାରକୁ ବୁଝାଇଥାଏ ।

ଯଦି ଏହି ଦିଗରେ ଦୋଷ ଥାଏ ତେବେ-

- ଆପଣ କୈାଣସି ପ୍ରକାରର ନୂତନ କାର୍ଯ୍ୟ କରିବା କଷ୍ଟକର ହୋଇଥାଏ ।

- ନୂତନ କଷ୍ଟମର୍‌କୁ ଆକର୍ଷିତ କରିବା କଷ୍ଟକର ହୋଇଥାଏ ।

- ସମାଜଠାରୁ ଆପଣ କୈାଣସି ସାହାଯ୍ୟ ପାଇବା କଷ୍ଟକର ହୋଇଥାଏ ।

- ପରିବାର ପ୍ରତି ଯେଉଁ କଥା ଦେଇଥାନ୍ତି ତାହାକୁ ପୁରଣ କରନ୍ତି ନାହିଁ ।

ନିରାକରଣ-

- ଜୀବନ୍ତ ବୃକ୍ଷ କିମ୍ବା ଫୁଲ୍ ଏହି ଦିଗରେ ସ୍ଥାପନ କରନ୍ତୁ । କୃତ୍ରିମ ଫୁଲ ଓ ବୃକ୍ଷ ଲଗାଇପାରିବେ ।

- ବୃକ୍ଷ ଓ ବଗିଚାର ଫଟୋ ଲଗାନ୍ତୁ ।

- ସବୁଜ କିମ୍ବା ନୀଳ ରଙ୍ଗର ଫର୍ଣ୍ଣିଚର୍ ଆଦି ରଖନ୍ତୁ ।

- ଏହ ଦିଗରେ ନିଜ ପରିବାର ଫଟୋ ରଖିପାରିବେ ।

ବ୍ରତ, ସୂର୍ଯ୍ୟପୂଜା, ପ୍ରାର୍ଥନା, ମାଣିକ ପଥର, ଲାଲ୍ ରଙ୍ଗ ବ୍ୟବହାର କରନ୍ତୁ । ମାଣିକକୁ ଉପଯୁକ୍ତ ଶୋଧନ ଓ ପୂଜନ କରି ତାହାକୁ ଏକ ତମ୍ବା ପାତ୍ରରେ ରଖନ୍ତୁ ଏବଂ ପୂର୍ବ ଦିଗରେ ମାଟିତଳେ ଏହାକୁ ସ୍ଥାପନ କରନ୍ତୁ । ଆଉ ଏକ ଉପାୟ ହେଲା ଯେ ଇନ୍ଦ୍ରର ଅସ୍ତ୍ର ବଜ୍ରର ଛବି କୁ ଏକ ତମ୍ବା ପତ୍ର ଉପରେ ଅଙ୍କିତ କରି ଓ ବିଧିବିଧାନ ସହିତ ଶୋଧନ ଓ ପୂଜନ କରି ଭୂମିତଳେ ପୂର୍ବ ଦିଗରେ ସ୍ଥାପନ କରନ୍ତୁ ।



 (୨) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ - (ବାୟୁତତ୍ୱ)

ଏହି ଦିଗର ରଙ୍ଗ ସବୁଜ ଅଟେ । ଏହି ଦିଗ ମନ୍ଥନ ଓ ବିଶ୍ଳେଷଣର ଦିଗ ଅଟେ । ଯେକୈାଣସି ନିଷ୍ପତି ନେବା ପୂର୍ବରୁ ଯେଉଁ ବିଚାର ଶକ୍ତି ଓ ବିଶ୍ଳେଷଣର ଆବଶ୍ୟକତା ଥାଏ ତାହାର ଦକ୍ଷତା ଏହି ଦିଗ ଯୋଗାଇ ଦେଇଥାଏ । ଯଦି ଏହି ଦିଗରେ ଉର୍ଜା କମ୍ ଥାଏ ତେବେ ବିବେକପୂର୍ଣ୍ଣ ନିଷ୍ପତି ନେଇହୁଏନାହିଁ । ଯଦି ଏହି ଦିଗ ବର୍ଦ୍ଧିତ ଥାଏ ତେବେ ଅତ୍ୟଧିକ ବିଶ୍ଳେଷଣ ଦ୍ୱାରା କୈାଣସି ନିଷ୍ପତିରେ ପହଂଚି ହୁଏନାହିଁ କିମ୍ବା ତାହା କାର୍ଯ୍ୟକାରୀ ହୁଏନାହିଁ । 


continue...

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...