Skip to main content

Posts

Showing posts from March, 2021
  ଦେବୀ-ବୈଭବ - ଆ ଶ୍ଚର୍ୟାଷ୍ଟୋତ୍ତର-ଶତ-ଦିବ୍ୟ-ନାମା-ବଲୀ ଫଳଶ୍ରୁତି ଅନୁଯାଇ-ବୈଭବତା , ଐଶ୍ଵର୍ଯ୍ୟତା ଓ ପାପ ନାଶକ ଆଧାର-ଶ୍ରୀ ବିଦ୍ୟା Source— ଶ୍ରୀ ଗର୍ଭ କୁଳାର୍ଣବ ତନ୍ତ୍ର ଶ୍ରୀ ବୈଭବ ଆଶ୍ଚର୍ଯ୍ୟ ଅଷ୍ତୋତ୍ତର ସତ ନାମ ସ୍ତୋତ୍ର କୁ ଭଗବାନ ଶିବ , ଭଗବତୀ ଉମା ’ ଙ୍କୁ ଦେଇଥିଲେ । ଭଗବତୀ ପାର୍ବତୀ , ଶିବ ’ ଙ୍କୁ ପଚାରିଥିଲେ— ‘’ ମୁ ମନୁଷ୍ୟ ମାନଙ୍କୁ ବରଦେବା ନିମିତ ନିଜକୁ ଅସର୍ମଥ ପାଉଅଛି କାରଣ ସେମାନେ ସଦାସର୍ବଦା ପାପ କାର୍ଯ୍ୟରେ-ଯଥା ଅହଙ୍କାରର ପ୍ରଦର୍ଶନ , ଈର୍ଷା , କ୍ରୋଧ , ଲୋଭ , ମୋହ , କାମ ଆଦିରେ ନିମଗ୍ନ ହେଉଛନ୍ତି , ତେଣୁ , ମୋତେ ଏପରି ଉପାୟ କୁହନ୍ତୁ ଯେଉଁଥିରେ ବିସ୍ତ୍ରୁତ ପୂଜା , ଜପ , ହୋମ , ତର୍ପଣ ଆଦି ମନୁଷ୍ୟ ମାନଙ୍କୁ କରିବାକୁ ପଡିବ ନାହି ଓ ମୁ ବରଦାନ ଦେବାକୁ ସମର୍ଥ ହେବି ’’ । ଏହାର ଉତରରେ ଶିବ କହିଲେ - ‘’ ହେ ଦେବୀ , ଆପଣ ଅତୀତ କଥା ମନ ପକାନ୍ତୁ ଯେଉଁଥିରେ ଆପଣ ମୋତେ ‘ ଶ୍ରୀ ବୈଭବ ଆଶ୍ଚର୍ଯ୍ୟ ଅଷ୍ତୋତ୍ତର ସତ ନାମ ସ୍ତୋତ୍ର ’ ର ଦିକ୍ଷା ଦେଇଥିଲେ। ଭଗବାନ ଶିବ ଏହି ଗୁପ୍ତ ଓ ପବିତ୍ର ନାମାବଳି କୁ ବାମନ , ପର୍ଶୁରାମ , ରାମଚନ୍ଦ୍ର , କୃଷ୍ଣ , ଅର୍ଜୁନ , ବେଦବ୍ୟାସ ଓ ହିମବାନଙ୍କୁ ଦେଇଥିଲେ। ଭଗବାନ ‘ ଆନନ୍ଦ ଭୈରବ ’ ଯିଏକି ଏହି ସ୍ତବର ଦୁରଦ୍ରଷ୍ଟା ଥିଲେ , ସିଏ ଭଗବତୀ ‘ ତ୍ରିପୁରା ସୁନ୍ଦରୀ ’ ଙ୍କ ବିସ୍ତ୍ରୁତ ଧ୍ୟାନ ‘ ଶ୍ରୀ