Skip to main content

Posts

Showing posts from January, 2021
  ଉପର ପାଣିଟାଙ୍କି ଓ ବା ସ୍ତୁ             ଉପର ପାଣିଟାଙ୍କି କେଉଁ ଯାଗାରେ ରହିବା ଉଚିତ୍ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ଦକ୍ଷିଣ-ପୂର୍ବ , ଦକ୍ଷିଣ-ଦକ୍ଷିଣ-ପୂର୍ବ , ଦକ୍ଷିଣ , ଦକ୍ଷିଣ-ଦକ୍ଷିଣ-ପଶ୍ଚିମ , ଦକ୍ଷିଣ-ପଶ୍ଚିମ , ପଶ୍ଚିମ-ଦକ୍ଷିଣ-ପଶ୍ଚିମ , ପଶ୍ଚିମ , ପଶ୍ଚିମ-ଉତର-ପଶ୍ଚିମ , ଉତର-ପଶ୍ଚିମ ଓ ଉତର-ଉତର-ପଶ୍ଚିମ ଦିଗ ଆଦି ଉପର ପାଣିଟାଙ୍କି ନିମିତ ଉତମ ସ୍ଥାନ ଅଟେ ।           ଓଭର୍ ହେଡ୍ ୱାଟର ଟ୍ୟାଙ୍କ୍‌ର ଉପଯୁକ୍ତ ସ୍ଥାନ ଯଥା- ଉତର-ପଶ୍ଚିମ , ପଶ୍ଚିମ କିମ୍ବା ଦକ୍ଷିଣଦିଗ । ଉତର -ପୂର୍ବ ଦିଗରେ ଓଭର୍ ହେଡ୍ ୱାଟର୍ ଟ୍ୟାଙ୍କ୍ ରଖିବେ ନାହିଁ । ଏହି ଟ୍ୟାଙ୍କ୍ ଯଦି ଅଗ୍ନି କୋଣରେ ରଖାଯାଏ ତେବେ ଆର୍ଥିକ କ୍ଷତି ଏବଂ ଦୁର୍ଘଟଣା ଆଦିର ଭୟ ଦେଖାଯାଏ । ଘରର ସେଂଟର୍‌ରେ ଓଭର୍‌ହେଡ୍ ୱାଟର୍ ଟ୍ୟାଙ୍କ୍ ରଖନ୍ତୁ ନାହିଁ ।           ଓଭର୍‌ହେଡ୍ ୱାଟର୍ ଟ୍ୟାଙ୍କ୍ ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ୧ରୁ୨ ଫୁଟ ଛାଡ଼ି ରଖନ୍ତୁ । ଏହି ପାଣିଟାଙ୍କିକୁ ସଦାସର୍ବଦା ଘୋଡାଇରଖନ୍ତୁ । ନିୟମିତ ପାଣିଟାଙ୍କି ସଫା କରନ୍ତ । ରୋଷେଇ ଘର ଓ ଗାଧୁଆଘର/ଶୈାଚାଳୟ ପାଇଁ ଅଲଗା ପାଣିଟାଙ୍କି ରଖନ୍ତୁ । ପ୍ଲାଷ୍ଟିକ୍‌ର ୱାଟର୍ ଟ୍ୟାଙ୍କ୍ ବ୍ୟବହାର କରନ୍ତୁ ନାହିଁ । ରୋଷେଇଘର କିମ୍ବା ବେଡ୍‌ରୁମ୍‌ର ଉପରେ ପାଣିଟାଙ୍କି ରଖନ୍ତୁ ନାହିଁ । ବୋର୍ ୱେଲ୍ ଏବଂ ଭୁମିଗତ ଜଳ ଟାଙ୍କି ଓ ବାସ୍ତୁ          
  ଟେଲିଭିଜନ୍ ଓ ବାସ୍ତୁ           ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ଟେଲିଭିଜନ୍ ଥାଏ ତେବେ ଆପଣ ସକାରାତ୍ମକ ଶିକ୍ଷା ପାଇଥାନ୍ତି । ଯଦି ଟେଲିଭିଜନ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ଏହା ଆପଣଙ୍କ ମନକୁ ସତେଜତା ଆଣିଥାଏ ଏବଂ ଆପଣ ପ୍ରଚୁର ଆନନ୍ଦ ପାଇଥାନ୍ତି ।           ଉତର-ଉତର-ପୂର୍ବ ଦିଗରେ ଯଦି ଟେଲିଭିଜନ୍ ଥାଏ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚ୍ୟାନେଲ୍ ଗୁଡିକୁ ଦେଖିଥାନ୍ତି । ଏବଂ ତାହା ଦେଖି ଆପଣ ସ୍ୱାସ୍ଥ୍ୟ ପ୍ରତି ଏତେ ସଜାଗ ହୋଇଯାଆନ୍ତି ଯାହାକି ସ୍ୱାସ୍ଥ୍ୟ ଓ ପ୍ରତିରୋଧକ କ୍ଷମତାରେ ହାନି ପହଂଚାଇଥାଏ ।           ଯଦି ଟେଲିଭିଜନ୍ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଆପଣଙ୍କର ନିଷ୍ପତି ଟେଲିଭିଜନ୍ ମାଧ୍ୟମରୁ ପାଉଥିବା ଖବର ଉପରେ ନିର୍ଭର କରୁଥାଏ ଯାହାକି ଆପଣଙ୍କୁ ବିପରୀତ ଫଳ ଓ ହାନୀ ଦେଇଥାଏ । ଏହି ଦିଗରେ ଟେଲିଭିଜନ୍ ବାରମ୍ବାର ଖରାପ ହୋଇଥାଏ ଓ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।           ଯଦି ଟେଲିଭିଜନ୍ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଲାଭବାନ୍ ଖବର ଗୁଡିକ ପାଇଥାନ୍ତି           ଯଦି ଟେଲିଭିଜନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନଙ୍କର ପଢ଼ାପଢ଼ି ରେ ବ୍ୟାଘାତ ଓ ଏକାଗ୍ରତା ରହେ ନାହିଁ । ସନ୍ତାନମାନେ କାଟୁନ୍ ପିକ୍‌ଚର୍ ଦେଖି ସମୟ ବ୍ୟତିତ କରିଥାନ୍ତି । ସନ୍ତାନମାନେ ଯଦି ଶିକ୍ଷାଗତ ଖବର ଦେଖନ୍ତି ତେବେ ତାହା ଉତମ ଅଟେ ।   ଗୃହପାଳିତ ପଶୁ ଓ
 know the secrets of 'Bagalamukhi rahasyam' from 05.02.2021 in my blog.
  ସ୍ୱାସ୍ଥ୍ୟ ଓ ବାସ୍ତୁ (ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ , ମୁଖ୍ୟଦ୍ୱାରର ସନ୍ତୁଳନ , ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)           ଲୋକମାନେ ଘରେ ସାଧାରଣତଃ କୈାଣସି ନା କୈାଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ିତ ଅଛନ୍ତି । ଆସନ୍ତୁ ଜାଣିବା ବାସ୍ତୁ ହିସାବରେ ତାର କାରଣ ଓ ନିରାକାରଣ କଣ ଅଟେ । ନିମ୍ନ ଲିଖିତ ବାସ୍ତୁ ଦୋଷ ଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପୀଡ଼ା ମିଳିଥାଏ । ୧-ଯଦି ଘରର ଟଏଲେଟ୍ ପୂର୍ବ , ଉତର-ପୂର୍ବ କିମ୍ବା ଉତର-ଉତର-ପୂର୍ବ ରେ ଥାଏ । ୨-ଯଦି ରୋଷେଇ ଘର ଉତର-ପୂର୍ବ , ପୂର୍ବ କିମ୍ବା ପଶ୍ଚିମ ଦିଗରେ ଥାଏ । ୩-ଯଦି ପୂର୍ବ ଦିଗ କଟିଥାଏ । ୪-ଯଦି ଉପର ପାଣି ଟାଙ୍କି ପୂର୍ବ ଦିଗରେ ଥାଏ । ୫-ଯଦି ବ୍ୟକ୍ତିବିଶେଷ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଅଧିକ ସମୟ ବ୍ୟତିତ କରୁଥାନ୍ତି ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହେ । ନିରାକାରଣ-ଯଦି ଟଏଲେଟ୍ ପୂର୍ବ ଦିଗରେ ଥାଏ ତେବେ ୧୫ ୱାଟ୍ ଲାଲ୍ ରଙ୍ଗର ବଲ୍‌ବ୍ ସଦାସର୍ବଦା ଜଳାଇ ରଖନ୍ତୁ । ଯଦି ଟଏଲେଟ୍ ଉତର-ପୂର୍ବ ଦିଗରେ ଥାଏ ତେବେ ଉତର-ଦକ୍ଷିଣ ଦିଗରେ ଏକ ସ୍ପଟ୍ ଲାଇଟ୍ ରଖନ୍ତୁ