Skip to main content

 

ଉପର ପାଣିଟାଙ୍କି ଓ ବାସ୍ତୁ

 

          ଉପର ପାଣିଟାଙ୍କି କେଉଁ ଯାଗାରେ ରହିବା ଉଚିତ୍ ତାହା ନିମ୍ନରେ ବର୍ଣ୍ଣନା କରାଗଲା ।

ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ, ଉତର-ପଶ୍ଚିମ ଓ ଉତର-ଉତର-ପଶ୍ଚିମ ଦିଗ ଆଦି ଉପର ପାଣିଟାଙ୍କି ନିମିତ ଉତମ ସ୍ଥାନ ଅଟେ ।

          ଓଭର୍ ହେଡ୍ ୱାଟର ଟ୍ୟାଙ୍କ୍‌ର ଉପଯୁକ୍ତ ସ୍ଥାନ ଯଥା- ଉତର-ପଶ୍ଚିମ, ପଶ୍ଚିମ କିମ୍ବା ଦକ୍ଷିଣଦିଗ ଉତର-ପୂର୍ବ ଦିଗରେ ଓଭର୍ ହେଡ୍ ୱାଟର୍ ଟ୍ୟାଙ୍କ୍ ରଖିବେ ନାହିଁଏହି ଟ୍ୟାଙ୍କ୍ ଯଦି ଅଗ୍ନି କୋଣରେ ରଖାଯାଏ ତେବେ ଆର୍ଥିକ କ୍ଷତି ଏବଂ ଦୁର୍ଘଟଣା ଆଦିର ଭୟ ଦେଖାଯାଏ । ଘରର ସେଂଟର୍‌ରେ ଓଭର୍‌ହେଡ୍ ୱାଟର୍ ଟ୍ୟାଙ୍କ୍ ରଖନ୍ତୁ ନାହିଁ ।

          ଓଭର୍‌ହେଡ୍ ୱାଟର୍ ଟ୍ୟାଙ୍କ୍ ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ୧ରୁ୨ ଫୁଟ ଛାଡ଼ି ରଖନ୍ତୁ । ଏହି ପାଣିଟାଙ୍କିକୁ ସଦାସର୍ବଦା ଘୋଡାଇରଖନ୍ତୁ । ନିୟମିତ ପାଣିଟାଙ୍କି ସଫା କରନ୍ତ । ରୋଷେଇ ଘର ଓ ଗାଧୁଆଘର/ଶୈାଚାଳୟ ପାଇଁ ଅଲଗା ପାଣିଟାଙ୍କି ରଖନ୍ତୁ ।

ପ୍ଲାଷ୍ଟିକ୍‌ର ୱାଟର୍ ଟ୍ୟାଙ୍କ୍ ବ୍ୟବହାର କରନ୍ତୁ ନାହିଁ । ରୋଷେଇଘର କିମ୍ବା ବେଡ୍‌ରୁମ୍‌ର ଉପରେ ପାଣିଟାଙ୍କି ରଖନ୍ତୁ ନାହିଁ ।

ବୋର୍ ୱେଲ୍ ଏବଂ ଭୁମିଗତ ଜଳ ଟାଙ୍କି ଓ ବାସ୍ତୁ

          ନିମ୍ନରେ କେଉଁ ଦିଗରେ ବୋର୍‌ୱେଲ୍ ଓ ଭୂମିଗତ ପାଣି ଟାଙ୍କି ରଖିବା ଶୁଭ ଅଟେ ତାହା ନିମ୍ନରେ ଦିଆଗଲା ।

          ପୂର୍ବ-ଉତର-ପୂର୍ବ, ପୂର୍ବ, ପଶ୍ଚିମ, ଉତର ଦିଗ ଆଦି ଶୁଭ ଅଟେ । ଅନ୍ୟତ୍ର ଅଶୁଭ ଅଟେ ।

          ଟାଙ୍କିକୁ ଉତର-ପୂର୍ବ କିମ୍ବା ଉତର ରୁ ପୂର୍ବ ଦିଗ ମଧ୍ୟରେ ସ୍ଥାପନ କରନ୍ତୁ । ପଶ୍ଚିମ ଦିଗର ପଂଚମ

ପଦରେ ଆପଣ ଏହି ଟାଙ୍କିକୁ ରଖିପାରିବେ । ଯଦି ଅଣ୍ଡର୍ ଗ୍ରାଉଣ୍ଡ୍ ପାଣିଟାଙ୍କି ଉତର-ପୂର୍ବ ଦିଗରେ ଥାଏ ତେବେ ସୁଖ ଓ ସମ୍ପନ୍ନତାରେ ବୃଦ୍ଧି କରାଇଥାଏଯଦି ଉତର ଦିଗରେ ଥାଏ ତେବେ ଆର୍ôଥକ ଉନ୍ନତି ହୋଇଥାଏ । ଯଦି ପୂର୍ବ ଦିଗରେ ଥାଏ ତେବେ ଧନ ଓ ସମ୍ପତିରେ ବୃଦ୍ଧି ହୋଇଥାଏ । ଯଦି ପଶ୍ଚିମ ଦିଗରେ ଥାଏ ତେବେ ଧନର ବୃଦ୍ଧି ହୋଇଥାଏ । ଯଦି ଦକ୍ଷିଣ ଦିଗରେ ଥାଏ ତେବେ ଡିପ୍ରେସନ୍ ଦେଖାଦେଇଥାଏ । ଯଦି ଦକ୍ଷିଣ ଦିଗର ଚତୁର୍ଥ ପଦରେ ଥାଏ ତେବେ ପତ୍ନୀକୁ ହରାଇଥାନ୍ତି । ଯଦି ଉତର-ପଶ୍ଚିମ ଦିଗରେ ଥାଆନ୍ତି ତେବେ ଗର୍ଭ ବିକାରତା, ଶତୃତା, ଧନର କ୍ଷତି କିମ୍ବା ଚୋରି ଆଦି ହେବାର ସମ୍ଭାବନା ଥାଏ । ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ଏହି ପାଣି ଟାଙ୍କି ଥାଏ ତେବେ ଗୃହସ୍ୱାମୀର ମୃତ୍ୟୁ, ଦୁର୍ଘଟଣା, ହିଂସା, ସବୁ କାର୍ଯ୍ୟରେ କ୍ଷତି, ଆତ୍ମହତ୍ୟା ପ୍ରଭୃତି କିମ୍ବା ପାରିବାରିକ ଝଗଡ଼ା ଆଦି ଦୋଷ ପରିଲିକ୍ଷିତ ହୁଏ । ଯଦି ଏହି ପାଣିଟାଙ୍କି ଦକ୍ଷିଣ-ପୂର୍ବ ଦିଗରେ ଥାଏ ତେବେ ଧନର କ୍ଷତି, ଦୁର୍ନାମ, ସନ୍ତାନଗତ ସମସ୍ୟା ଆଦି ଦେଖିବାକୁ ମିଳିଥାଏ । ଯଦି ଏହି ପାଣିଟାଙ୍କି ଗୃହର ସେଂଟର୍‌ରେ ଥାଏ ତେବେ ଆର୍ôଥକ ଦୃଷ୍ଟିରୁ ଦେବାଳିଆ ହେବାର ସମ୍ଭାବନା ଥାଏ ଏବଂ ସମ୍ପୂର୍ଣ୍ଣ ପରିବାର ଧ୍ୱଂସାଭିମୁଖୀ ହୁଏ ।


ଘରର ଲମ୍ବ ଓ ପ୍ରସ୍ଥ କେତେ ରହିବା ଉଚିତ୍‌

          ଗୃହରେ ଥିବା ରୁମ୍‌ର ଲମ୍ବ ଯଦି ୬, , ୧୦, ୧୧, ୧୬, ୧୭, ୨୦, ୨୧, ୨୨, ୨୬, ୨୭, ୨୮, ୨୯, ୩୦, ୩୨, ୩୩, ୩୫, ୩୬, ୪୧, ୪୨, ୪୫, ୫୦, ୫୨, ୫୪, ୫୬, ୫୭, ୬୦, ୬୭, ୭୧, ୭୨, ୭୩, ୭୪, ୭୫, ୭୭, ୭୮, ୭୯, ୮୪, ୮୮, ୮୯, ୯୦, ୯୨, ୯୩, ୯୪, ୯୫, ୯୬, ୯୭, ୯୮, ୯୯, ୧୦୦ ଫୁଟ୍ ଯଦି ରୁହେ ତେବେ ତାହା ଅତି ଶୁଭ ଅଟେ ।

          ଗୃହରେ ଥିବା ରୁମ୍‌ର ପ୍ରସ୍ଥ ଯଦି ୭, , ୧୨, ୧୩, ୧୪, ୧୫, ୧୮, ୧୯, ୨୩, ୨୪, ୨୫, ୩୪, ୪୦, ୪୩, ୪୪, ୪୬, ୪୯, ୫୧, ୫୩, ୫୫, ୫୮, ୫୯, ୬୧, ୬୨, ୬୩, ୬୪, ୬୫, ୬୮, ୬୯, ୭୦, ୭୬, ୮୧, ୮୨, ୮୩, ୯୧ ଫୁଟ୍ ଆଦି ଥାଏ ତେବେ ତାହା ଅଶୁଭ ଫଳ ଦେଇଥାଏ । ଏହି ମାପ ଘର, କାରଖାନା ଓ ଅଫିସ୍ ରୁମ୍ ପାଇଁ ପ୍ରଯୁଜ୍ୟ ଅଟେ ।


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...