ପ୍ରାଣ ପ୍ରତିଷ୍ଠା ଓ
ନ୍ୟାସ--
ଏକ ଆଧ୍ୟାତ୍ମିକ ବିଶ୍ଳେଷଣ--
ଗତାଙ୍କରୁ ଆଗେ--
ଏହି
ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ ।
୧ ଅଂ ମୃତ୍ୟୁଞ୍ଜୟ, ସର୍ବବ୍ୟାପକ
୨ ଆଂ ଆକର୍ଷଣାତ୍ମକ, ସର୍ବଗତ
୩ ଇଂ ପୁଷ୍ଟିଦାତା, ଅକ୍ଷୋଭକର
୪ ଈଂ ବାକ୍ପ୍ରସାଦକର, ନିର୍ମଳ
୫ ଉଂ ସର୍ବବଳପ୍ରଦ, ସାରତର
୬ ଊଂ ଉଚ୍ଚାଟନକର, ଦୁଃସହ
୭ ଋଂ ସଂକ୍ଷୋଭକର, ଚଞ୍ଚଳ
୮ ୠଂ ସମ୍ମୋହନକର, ଉଜ୍ଜ୍ୱଳ
୯ ଲୁଂ ବିଦ୍ୱେଷଣକର, ମୋହକ
୧୦ ଲୁଂ କେବଳ
ମୋହକ
୧୧ ଏଂ ସର୍ବବଶ୍ୟକର, ଶୁଦ୍ଧତତ୍ତ୍ଵ
୧୨ ଐଂ ଶୁଦ୍ଧସାତ୍ତ୍ୱି୍ୱିକ, ପୁରୁଷବଶ୍ୟକର
୧୩ ଓଂ ଅଖିଳବାଡ୍ମୟ, ନିତ୍ୟଶୁଦ୍ଧ
୧୪ ଔଂ ସର୍ବବାଡ୍ମୟ, ବଶ୍ୟକର
୧୫ ଅଂ ଗଜାଦିବଶ୍ୟକର, ମୋହନ
୧୬ ଅଃ ମୃତ୍ୟୁନାଶକର, ରୌଦ୍ର
୧୭ କଂ ସର୍ବବିଶହର, କଲ୍ୟାଣପ୍ରଦ
୧୮ ଖଂ ସର୍ବକ୍ଷୋଭକର, ବ୍ୟାପକ
୧୯ ଗଂ ସର୍ବବିଘ୍ନଶମନ, ମହତର
୨୦ ଘଂ ସୌଭାଗ୍ୟପ୍ରଦ, ସ୍ତମ୍ଭନକର
୨୧ ଙଂ ସର୍ବବିଷନାଶକର, ଉଗ୍ର
୨୨ ଚଂ ଅଭିଚାରଘ୍ନ, କ୍ରୁର
୨୩ ଛଂ ଭୂତନାଶକର, ଭୀଷଣ
୨୪ ଜଂ କୃତ୍ୟାଧିନାଶକର, ଦୁର୍ଦ୍ଧର୍ଷ
୨୫ ଝଂ ଭୂତନାଶକର
୨୬ ଞଂ ମୃତ୍ୟୁପ୍ରମଥନ
୨୭ ଟଂ ସର୍ବବ୍ୟାଧିହର, ସୁଭଗ
୨୮ ଠଂ ଚନ୍ଦ୍ରରୂପ
୨୯ ଡଂ ଗରୁଡ଼ାତ୍ମକ
ବିଷଘ୍ନ, ଶୋଭନ
୩୦ ଢଂ ସର୍ବସମ୍ପଦ୍ପ୍ରଦ, ସୁଭଗ
୩୧ ଣଂ ସର୍ବସିଦ୍ଧିପ୍ରଦ, ମୋହକର
୩୨ ତଂ ଧନଧାନ୍ୟାଦି
ସମ୍ପତ୍ପ୍ରଦ, ପ୍ରସନ୍ନ
୩୩ ଥଂ ଧର୍ମପ୍ରାପ୍ତିକର, ନିର୍ମଳ
୩୪ ଦଂ ପୃଷ୍ଟି
ବୃଦ୍ଧିକର, ପ୍ରିୟଦର୍ଶନ
୩୫ ଧଂ ବିଶ୍ୱଜ୍ୱରଘ୍ନ, ବିପୁଳ
୩୬ ନଂ ଭୁକ୍ତିମୁକ୍ତିପ୍ରଦ, ଶାନ୍ତ
୩୭ ପଂ ବିଷବିଘ୍ନ
ନାଶନ, ଭବ୍ୟ
୩୮ ଫଂ ଅଣିମାଦି
ସିଦ୍ଧିପ୍ରଦ, ଜ୍ୟୋତିପର
୩୯ ବଂ ସର୍ବଦୋଷହର, ଶୋଭନ
୪୦ ଭଂ ଭୂତପ୍ରଶାନ୍ତକର, ଭୟାନକ
୪୧ ମଂ ବିଶୁଦ୍ଧ, ମୋହନକର
୪୨ ଯଂ ସର୍ବବ୍ୟାପକ, ପାବନ
୪୩ ରଂ ଦାହକର, ବିକୃତ
୪୪ ଳଂ ବିଶ୍ୱମ୍ଭର, ଭାସୁର
୪୫ ବଂ ସର୍ବାପ୍ୟାୟନକର, ନିର୍ମଳ
୪୬ ଶଂ ସର୍ବଫଳପ୍ରଦ, ପବିତ୍ର
୪୭ ଷଂ ଧର୍ମାର୍ଥକାମଦ, ଧବଳ
୪୮ ସଂ ସର୍ବକାରଣ, ସାର୍ବବର୍ଣ୍ଣିକ
୪୯ ହଂ ସର୍ବବାଡ୍ମୟ, ନିର୍ମଳ
୫୦ ଲଂ ସର୍ବଶକ୍ତିପଦ, ପ୍ରଧାନ
୫୧ କ୍ଷଂ ପରାପରତତ୍ତ୍ଵ, ଜ୍ଞାପକ, ପରଂଜ୍ୟୋତି.
ମାତୃକା ନ୍ୟାସ—
ମାତୃକା’ [ ଅକ୍ଷର], ସପ୍ତ କୋଟି ମହାମନ୍ତ୍ରର ମୂଳ ଅଟେ। ଶିର, ହାତ, ପାଦ ଆଦି ଅବୟବ ବିଶିଷ୍ଟ ପର-ଦେବତାଙ୍କ କଳ୍ପିତ ‘ ସ୍ଥୂଳ-ଦେହ’ ଓ ଧ୍ୟାନ କରିବା ଯୋଗ୍ୟ ‘ ଅ-କାରାଦି-କ୍ଷ-କାରାନ୍ତ ଯାହା କେବଳ ‘ ଧ୍ବନି ‘ ଅଟେ ତାହା ସେହି ମାତୃକା ଦ୍ଵାରା ନିର୍ମିତ ‘ ଚିତ୍-ଶକ୍ତି’ ର ସୁକ୍ଷ୍ମ ସ୍ୱରୂପ ଅଟେ।
ବହିର୍ମାତୃକା
ନ୍ୟାସରେ ଅ-କାରାଦି ଠାରୁ କ୍ଷ-କାର ପର୍ଯ୍ୟନ୍ତ 51 ଅକ୍ଷରରେ ଶରୀରର ପ୍ରତ୍ଯେକ ଅଙ୍ଗକୁ ସ୍ପର୍ଶ
କରିବା ଉଚିତ। ଯଥା-ଅଂ ନମ: ଲଲାଟେ, ଆଂ ନମ: ମୁଖ-ବୃତେ ଇତ୍ୟାଦି। କିନ୍ତୁ, ଅନ୍ତର୍ମାତୃକା ନ୍ୟାସରେ ‘ ଲ’ କାରକୁ ଛାଡି ‘ ଅ-କାର’ ଠାରୁ ‘ କ୍ଷ-କାର’ ପର୍ଯ୍ୟନ୍ତ 50
ଅକ୍ଷର ଶରୀର ଭିତର ଷଟ୍-ଚକ୍ର ରେ ନିମ୍ନ ଲିଖିତ ପ୍ରକାରରେ ବିଭକ୍ତ ହୋଇଅଛି—ବିଶୁଦ୍ଧିରେ-16, ଅନାହତରେ-12, ମଣିପୁରରେ-10,
ସ୍ଵାଧିଷ୍ଠାନରେ-6, ମୂଳାଧାରରେ—4, ଓ
ଆଜ୍ଞା-ଚକ୍ରରେ 2 ଅକ୍ଷର ଅଛି। କିନ୍ତୁ, ସହସ୍ରାର’
ରେ ସମସ୍ତ ଅକ୍ଷର ଏକ ସାଥିରେ ନିବାସ କରୁଛନ୍ତି।
ମାତୃକା
ନ୍ୟାସ ତେବେ କରାଯାଏ ଯେତେବେଳେ ସାଧକ ନିଜକୁ ପରଶିବ ଠାରୁ ଅଭିନ୍ନ ବୁଝିଥାଏ । ଏହା ମୁଖ୍ୟତଃ
ଦୁଇପ୍ରକାରର ହୋଇଥାଏ । ୧. ବାହ୍ୟ, ୨.
ଅନ୍ତର । ଏହାର ତିନୋଟି କ୍ରମ ଥାଏ । ୧. ସୃଷ୍ଟି, ୨. ସ୍ଥିତି ଏବଂ ୩. ସଂହାର । ନିଜ ନିଜ ମାର୍ଗ ଅନୁସାରେ ବୈଷ୍ଣବ ସାଧକ, କେଶବାଦି ମାତୃକା ନ୍ୟାସ, ଶୈବସାଧକ ଶ୍ରୀ କଣ୍ଠାଦି ମାତୃକାନ୍ୟାସ, ଗାଣପତ୍ୟ ସାଧକ ଗଣେଶ ମାତୃକା ନ୍ୟାସ ଏବଂ ଶାକ୍ତ
ସାଧକ କଳାମାତୃକା ନ୍ୟାସ କରିଥାନ୍ତି ।
ମାତୃକାରେ ଚାରୋଟି ପ୍ରମୁଖ ଭେଦ ଥାଏ । ୧. କେବଳ ମାତୃକା (ଅ, ଆ ଆଦି), ୨. ଅନୁସ୍ୱାରଯୁକ୍ତ ମାତୃକା (ଅଂ, ଆଂ ଆଦି), ୩. ବିସର୍ଗ ଯୁକ୍ତ ମାତୃକା (ଅଃ, ଆଃ ଆଦି), ୪. ବିନ୍ଦୁବିସର୍ଗ ଯୁକ୍ତା (ଅଃଂ, ଆଃଂ ଆଦି) । ସୃଷ୍ଟିକ୍ରମ’, ବ୍ରହ୍ମଚାରୀ ମାନଙ୍କ ପାଇଁ, ସ୍ଥିତିକ୍ରମ’ ଗୃହସ୍ଥଙ୍କ ପାଇଁ ଏବଂ ସଂହାର କ୍ରମ’ ବାନପ୍ରସ୍ଥ ତଥା ସନ୍ୟାସୀ ମାନଙ୍କ ପାଇଁ
ପ୍ରଶସ୍ତ ଅଟେ । ଏହି ନିୟମରେ ମଧ୍ୟ ଅପବାଦ ଅଛି- ବିରକ୍ତ ଗୃହସ୍ଥ ସଂହାର କ୍ରମ ମଧ୍ୟ
କରିପାରିବେ । ବାନପ୍ରସ୍ଥ ଯିଏକି ସପତ୍ନୀକ ଅଟନ୍ତି ସ୍ଥିିତିକ୍ରମକୁ ଏବଂ ବ୍ରହ୍ମଚାରୀ
ସଂହାରକ୍ରମକୁ ମଧ୍ୟ କରିପାରିବେ ।ବହିର୍ମାତୃକା ନ୍ୟାସ--
ବହିଃମାତୃକା
ନ୍ୟାସରେ ଅ ଠାରୁ କ୍ଷ ପର୍ଯ୍ୟନ୍ତ ୫୧ ବର୍ଣ୍ଣ ଶରୀରର ୫୧ ମୁଖ୍ୟ ମୁଖ୍ୟ ଅଙ୍ଗରେ ନ୍ୟାସ
କରାଯାଇଥାଏ । ଏହି ୫୧ ସ୍ଥାନରେ ଶିବ ଅର୍ଥାତ୍ ଇଷ୍ଟଦେବତାଙ୍କର ନିବାସ ରହିଥାଏ । ତାତ୍ପର୍ଯ୍ୟ
ଏହା ଅଟେ ଯେ ଏହି ସ୍ଥାନରେ ଦେବତାଙ୍କର ଜ୍ଞାନ ହୋଇଥାଏ । ଦ୍ୱିତୀୟ ଅର୍ଥ ଏହା ଅଟେ ଯେ ସାମ୍ଭବ
ଦେହ ଶବ୍ଦ-ବ୍ରହ୍ମ ଦ୍ୱାରା ହିଁ ନିର୍ମିତ ହୋଇଥାଏ । ଅର୍ଥାତ୍ ବ୍ରହ୍ମମୟ ଅଟେ । ଏହି ଭାବନାକୁ
ଦୃଢ଼ୀକରଣ କରିବା ପାଇଁ ଏହି ନ୍ୟାସ କରାଯାଇଥାଏ
‘ତତ୍ତ୍ଵ୍ୱ’ ଶାକ୍ତାଗମ ଅନୁସାରେ ୩୬ଟି ଅଟେ । ମୁଖ୍ୟତଃ
୩୬ ତତ୍ତ୍ଵ୍ୱ ଅଟେ । ଏଥିରେ ପ୍ରମୁଖ ୩ଟି ଅଟନ୍ତି । ୧. ଆତ୍ମ ତତ୍ତ୍ଵ୍ୱ, ୨. ବିଦ୍ୟା ତତ୍ତ୍ଵ୍ୱ, ୩. ଶିବ ତତ୍ତ୍ଵ୍ୱ । ଏହାକୁ ଭେଦ କରିଲେ ଏହା
୩୬ ତତ୍ତ୍ଵ୍ୱ ହୋଇଥାଏ । ଯଥା ଆତ୍ମତତ୍ତ୍ୱ ଅନ୍ତର୍ଗତ ୨୪ଟି ତତ୍ତ୍ଵ୍ୱ ଅଟେ- ପ୍ରକୃତି, ଅହଂକାର, ବୁଦ୍ଧି, ମନ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ
କର୍ମେନ୍ଦ୍ରିୟ, ପଞ୍ଚ ତନ୍ମାତ୍ରା, ପଞ୍ଚ ଭୂତ । ବିଦ୍ୟା ତତ୍ତ୍ଵ୍ୱ ଅନ୍ତର୍ଗତ
୭ଟି ତତ୍ତ୍ଵ୍ୱ ଥାଏ - ପୁରୁଷ,
ନିୟତି, କାଳ, ରାଗ, ଅବିଦ୍ୟା, କଳା ଏବଂ ବିଦ୍ୟା । ଶିବ ତତ୍ତ୍ଵ ଅନ୍ତର୍ଗତ
୫ଟି ତତ୍ତ୍ଵ୍ୱ ଥାଏ - ଶିବ, ଶକ୍ତି, ସଦାଶିବ, ଇଶ୍ୱର ଏବଂ ଶୁଦ୍ଧମାୟା । ତତ୍ତ୍ଵ୍ୱନ୍ୟାସ
ଦ୍ୱାରା ଶରୀରଗତ ଉକ୍ତ ୩୬ ତତ୍ତ୍ଵ୍ୱକୁ ବ୍ରହ୍ମ ତତ୍ତ୍ଵ୍ୱରେ ଲୟ କରିବା (ଏକହେବା) ହିଁ ଅଟେ ।
ମୂଳ ମନ୍ତ୍ର ନ୍ୟାସ--
ମୂଳବିଦ୍ୟାର
ତାତ୍ପର୍ଯ୍ୟ ମୂଳମନ୍ତ୍ରରେ ହିଁ ଥାଏ । ଦୀକ୍ଷା ସଂସ୍କାରରେ ଗୁରୁଦେବଙ୍କ ଠାରୁ ଯେଉଁ ମନ୍ତ୍ର
ପ୍ରାପ୍ତ ହୋଇଥାଏ, ତାହାକୁ ମୂଳମନ୍ତ୍ର ବା ଇଷ୍ଟମନ୍ତ୍ର
କୁହାଯାଇଥାଏ । ଅଥବା ପ୍ରତ୍ୟେକ ଦେବତାଙ୍କର ନିଜ ନିଜର ମୂଳମନ୍ତ୍ର ଅଛି । ଯାହାକି
ଶାକ୍ତାଭିଷେକ ସମୟରେ ଗୁରୁଦେବଙ୍କ ଠାରୁ ପ୍ରାପ୍ତ ହୋଇଥାଏ । ଉଦାହରଣ ସ୍ୱରୂପ ଭଗବତୀ କାଳୀଙ୍କର
ମୂଳମନ୍ତ୍ର ଦ୍ୱାବିଂଶାକ୍ଷରୀ ବିଶିଷ୍ଟ ଅଟେ । ଯାହାକି କାଳୀଙ୍କର ପୂର୍ଣ୍ଣ ସ୍ୱରୂପ ଅଟେ ।
ମୂଳବିଦ୍ୟା ବା ମୂଳମନ୍ତ୍ରର ପ୍ରତ୍ୟେକ ବର୍ଣ୍ଣର ନ୍ୟାସ କଲେ ଦେବତାଙ୍କ ସହିତ ଐକ୍ୟ ଭାବନା
ସୃଷ୍ଟି ହୋଇଥାଏ
ପୀଠ ନ୍ୟାସ-
ପୀଠନ୍ୟାସର
ଆବଶ୍ୟକ ଏଥିପାଇଁ ଅଟେ ଯେ - ଶରୀରସ୍ଥିତ ଦେବତାଙ୍କର ପୀଠ ଅର୍ଥାତ୍ ଦେବତା କାହା ଉପରେ ସ୍ଥିତ
ଅଛନ୍ତି ଏବଂ ତାଙ୍କ ଚାରିପଟେ କେଉଁ କେଉଁମାନେ ଅଛନ୍ତି ତାହା ଜ୍ଞାନ ହେବା ନିତ୍ୟାନ୍ତ ଆବଶ୍ୟକ
ଅଟେ । ଏହା ସମସ୍ତେ ମାନିଥାନ୍ତି ଯେ ଯେଉଁ ଯେଉଁ ପଦାର୍ଥ ସମଷ୍ଟି ରୂପରେ ଅଛି ତାହାମଧ୍ୟ
ବ୍ୟଷ୍ଟିରୂପରେ ଅଛି । ଅର୍ଥାତ୍ ଯାହା ବ୍ରହ୍ମାଣ୍ଡରେ ଅଛି ତାହା ପିଣ୍ଡାଣ୍ଡରେ ଅଛି । ଯେପରି
ବ୍ରହ୍ମାଣ୍ଡରେ ଚନ୍ଦ୍ରସୂର୍ଯ୍ୟ ଅଛନ୍ତି ସେପରି ପିଣ୍ଡାଣ୍ଡରେ ମଧ୍ୟ ଅଛନ୍ତି । ଯେତେ ପଦାର୍ଥ
ଚିଦାକାଶରେ ଅଛି ସେତେ ପଦାର୍ଥ ଘଟାକାଶରେ ସୂକ୍ଷ୍ମରୂପରେ ଅଛି । ଅତଏବ ଯେଉଁ ଆଧାର ବା ଆବରଣ
ଇତ୍ୟାଦି ବ୍ରହ୍ମାଣ୍ଡ ନାୟିକା ଅଟନ୍ତି, ସେହି ପିଣ୍ଡ ନାୟିକା ବା ଶରୀରସ୍ଥ ଦେବତାଙ୍କର ଅଟେ, ପରନ୍ତୁ ସୂକ୍ଷ୍ମ ଭାବରେ ।
ପୀଠନ୍ୟାସର ଏକ କ୍ରମ ଅନୁସାରେ ହୃଦୟକୁ
ଦେବତାଙ୍କର ସ୍ଥାନ ମାନି ନିଆଯାଇଥାଏ । ଏହି କ୍ରମ ସର୍ବସାଧାରଣ ଅଟେ । ଦ୍ୱିତୀୟ କ୍ରମରେ
ବ୍ରହ୍ମରନ୍ଧ୍ରକୁ ବିନ୍ଦୁ ଅର୍ଥାତ୍ ପରାଶକ୍ତି ବୁଝି ନ୍ୟାସ କରାଯାଇଥାଏ । ବାସ୍ତବରେ ଏହି ଦ୍ୱିତୀୟ
କ୍ରମ ଠିକ୍ ଅଟେ । ବ୍ରହ୍ମରନ୍ଧ୍ର, ଯାହାକି
ଶିରର ମଧ୍ୟ ଉର୍ଦ୍ଧ ଭାଗରେ ଅଛି ତାହାକୁ
ବିନ୍ଦୁସ୍ଥାନ ମାନିବା ଉଚିତ୍ । ହୃଦୟକୁ ନୁହେଁ । ହୃଦୟରେ ବିନ୍ଦୁକୁ ସ୍ଥାପନ କଲେ ପଞ୍ଚ-ତ୍ରିକୋଣର
ସ୍ଥାପନା ଠିକ୍ ଭାବରେ ହୋଇନଥାଏ । କାରଣ ପ୍ରଥମ ତ୍ରିକୋଣ ଶିରରେ, ଦ୍ୱିତୀୟ ତ୍ରିକୋଣ ଭୃମଧ୍ୟ ଅର୍ଥାତ୍ ଲଲାଟରେ, ତୃତୀୟ କଣ୍ଠରେ, ଚତୁର୍ଥ ହୃଦୟରେ ଏବଂ ପଞ୍ଚମ ନାଭିଦେଶରେ ।
(ସ୍ୱାଧିଷ୍ଠାନରେ ଅଷ୍ଟପତ୍ର ଏବଂ ମୂଳାଧାରରେ ଭୂପୁର ଥାଏ ।) ଅତଏବ ପରାପୂଜାରେ ବିନ୍ଦୁ
ଅର୍ଥାତ୍ ଦେବତାଙ୍କର ସ୍ଥାନ ବ୍ରହ୍ମରନ୍ଧ୍ର ହିଁ ଅଟେ । ଅତଃ ଆଧାର ପୀଠର - ଅକୁଳ ସହସ୍ରାରରେ, ଯାହାକି ମୂଳାଧାର ଚକ୍ରର ଆଧାର ଅଟେ ସେଠାରେ
ନ୍ୟାସ କରିବା ଦରକାର । କାରଣ ପୃଥିବୀ ମୂଳାଧାର ଚକ୍ର ଅଟେ । ପୃଥିବୀର ଆଧାର ପ୍ରକୃତି ଅଟେ ।
ଅତଏବ
କୁର୍ମ ଏବଂ ପ୍ରକୃତିର ନ୍ୟାସ ଅକୁଳ ସହସ୍ର ଦଳ ଚକ୍ରରେ ହିଁ କରିବା ଉଚିତ୍୍ । ପୀଠନ୍ୟାସରେ
ଜୀବାତ୍ମା ଏବଂ ପରମାତ୍ମାର ଐକ୍ୟର ଜ୍ଞାନ ଦୃଢ ହୋଇଥାଏ । ଜ୍ଞାନ ସର୍ବତମୁଖୀ ହେଲେ ଦୃଢ଼ ହୋଇଥାଏ
। ଆଂଶିକ ଜ୍ଞାନ ଦୃଢ଼ ହୋଇନଥାଏ । ଅତଏବ ପରାପରା ଯଜ୍ଞରେ ପ୍ରତ୍ୟେକ କ୍ରିୟାର ସୂକ୍ଷ୍ମ ଅର୍ଥ ଏକ
ଅଟେ ।
ଚକ୍ରନ୍ୟାସ :
ଦେବତାଙ୍କର ଚକ୍ର ଅର୍ଥାତ୍ ପୂଜାଯନ୍ତ୍ର
ସାଧକର ଶରୀରରେ ହିଁ ସ୍ଥିତ ଥାଏ । ପୂଜାଯନ୍ତ୍ରର ସ୍ଥୂଳରୂପକୁ ଶରୀରର ସୂକ୍ଷ୍ମରୂପରେ ସେହି
ସେହି ସ୍ଥାନରେ ନ୍ୟାସ କରାଯାଇଥାଏ । ସ୍ଥୂଳନ୍ୟାସ ଦେବତାଙ୍କର ନାମ ନେଇ କରାଯାଇଥାଏ । କିନ୍ତୁ
ସୂକ୍ଷ୍ମ ରୂପରେ ସେହି ଦେବତାଙ୍କର ତତ୍ତ୍ୱରୂପରେ ଶରୀରରେ କରାଯାଇଥାଏ । ଏହାଦ୍ୱାରା ଶରୀରର
ବ୍ରହ୍ମାଣ୍ଡ ଚକ୍ରରେ ଏବଂ ନିଜ ଆତ୍ମାର ପରମାତ୍ମା ସହିତ ଐକ୍ୟଭାବର ଧାରଣା ଦୃଢ଼ୀଭୂତ ହୋଇଥାଏ ।
ଚକ୍ରନ୍ୟାସର ଫଳ - ନିର୍ବିକଳ୍ପ ସମାଧି । ଅର୍ଥାତ୍ ସାଧକ ବଗଳାମୁଖୀ ବା ଇଷ୍ଟଦେବତାଙ୍କର ରୂପ
ହୋଇଯାଇଥାଏ । (ଏହାର ବିଶେଷ ବିବରଣୀ ‘ଶ୍ରୀଯନ୍ତ୍ର
ରହସ୍ୟମ୍’ରେ ପାଇପାରିବେ ।)
ଚତୁରାସନ ନ୍ୟାସ :
୧. ଆତ୍ମାସନ, ୨. ଚକ୍ରାସନ, ୩. ସର୍ବମନ୍ତ୍ରାସନ ଏବଂ ୪. ସାଧ୍ୟ
ସିଦ୍ଧାସନ - ଏହି ଚାରି-ପ୍ରକାରର ଆସନରେ ଏହି ନ୍ୟାସ କରାଯାଇଥାଏ । ଆତ୍ମାସନରେ ପ୍ରମାତା [ଜ୍ଞାତା]ଙ୍କର, ଚକ୍ରାସନରେ ପ୍ରମେୟ’ [ ଜ୍ଞେୟ]ର, ସର୍ବ-ମନ୍ତ୍ରାସନରେ ପ୍ରମାଣ [ଜ୍ଞାନ]ର ଏବଂ ସାଧ୍ୟ ସିଦ୍ଧାସନର ସାମ୍ୟରସର[ ଅର୍ଥାତ
ପ୍ରକାଶ’ ଓ ବିମର୍ଶ’ ର ସାମରସ୍ୟ] ଅର୍ଥ ବୁଝାଇଥାଏ ।
‘ଆସନ’ର ସୂକ୍ଷ୍ମ ଅର୍ଥ ସର୍ବବ୍ୟାପିନୀ ଚେତନା ଅଟେ
। ଆତ୍ମାସନର ଅର୍ଥ - ଜୀବ ନିଜକୁ ପ୍ରମାତା, କର୍ର୍ତାା, ଜ୍ଞାତା, ଭୋକ୍ତା ଇତ୍ୟାଦି ବୁଝିଥାଏ । ଚକ୍ରାସନର ଅର୍ଥ - ଜୀବ ନିଜକୁ ପ୍ରମେୟ, ଜ୍ଞେୟ ଇତ୍ୟାଦି ବୁଝିଥାଏ । ମନ୍ତ୍ରାସନର ଅର୍ଥ -
ଜୀବ ନିଜକୁ ପ୍ରମାଣ ରୂପରେ ବୁଝିଥାଏ । ଏହା ଜୀବର ପ୍ରମାଣୋପାଧି ଅଟେ । ସାଧ୍ୟ ସିଦ୍ଧାସନର
ଅର୍ଥ - ସାଧ୍ୟ ସିଦ୍ଧ ହୋଇଯାଇଅଛି । ଏହାକୁ ସବିକଳ୍ପ ସମାଧି କୁହାଯାଏ । ଏହି ଅବସ୍ଥାରେ
ଜ୍ଞାତା, ଜ୍ଞାନ ଏବଂ ଜ୍ଞେୟର ଭାବ ଦୂର ହୋଇ ପରମାତ୍ମାରେ ଜୀବାତ୍ମାର
ଅଭିନ୍ନତା ହୋଇଯାଇଥାଏ । ଭେଦ - ବିକ୍ଷେପ ଶକ୍ତିର କ୍ରିୟା । ଏହାକୁ ହଟାଇବା ପାଇଁ ଚତୁରାସନ ନ୍ୟାସ ଏକ
ଉପାୟ ଅଟେ । ଆତ୍ମା ନିତ୍ୟସିଦ୍ଧ ଅଟେ । ଏଥିରେ ବିକ୍ଷେପ ଆସିଲେ ଅହନ୍ତା ଭାବ ଆସିଥାଏ ।
ଏହାଦ୍ୱାରା ଜୀବ ନିଜର ଅସଲ ରୂପକୁ ଭୂଲି ମୋହରେ ପଡ଼ି ଏଣେତେଣେ ଘୁରି ବୁଲୁଥାଏ । ଯେ ପର୍ଯ୍ୟନ୍ତ
ଗୁରୁଙ୍କର ମାର୍ଗଦର୍ଶନ ମିଳିନଥାଏ । ତେଣୁ ବିକ୍ଷେପ ଶକ୍ତିରେ ଆତ୍ମ ପରିଚୟ ମିଳିନଥାଏ । ସାଧ୍ୟ
ସିଦ୍ଧାସନାବସ୍ଥା (ପ୍ରକାଶ ଶକ୍ତି ଏବଂ ବିମର୍ଷ ଶକ୍ତିର ସାମରସ୍ୟତା)ରେ ଆତ୍ମ ପରିଚୟ ମିଳିଥାଏ
। ।
ଷୋଢ଼ାନ୍ୟାସ :
ଷୋଢ଼ା ଅର୍ଥ ଛଅ ପ୍ରକାରର । ଏହି ନ୍ୟାସ ଫଳରେ
ଇଷ୍ଟଦେବତାଙ୍କର ଛଅଟି ବ୍ୟାପକ ସ୍ୱରୂପ ସହିତ ତାଦାତ୍ମ୍ୟ ସ୍ଥାପିତ ହୋଇଥାଏ । ଷୋଢ଼ାନ୍ୟାସର
ଭିନ୍ନ ଭିନ୍ନ ତନ୍ତ୍ରରେ ଭିନ୍ନ ଭିନ୍ନ ପ୍ରକାର ଅଛି । ପରନ୍ତୁ ଅର୍ଥ ଏକ ଅଟେ । କେବଳ
ଷୋଢ଼ାନ୍ୟାସ ଦ୍ୱାରା ଇଷ୍ଟସିଦ୍ଧି ହୋଇଥାଏ । ଏହାର ବିଶେଷ ବିରବଣୀ ‘ଶ୍ରୀଯନ୍ତ୍ର ରହସ୍ୟମ୍’ରେ ପାଇପାରିବେ ।
ଲଘୁଷୋଢ଼ାନ୍ୟାସ :
ସଂସାରରେ ସମସ୍ତଙ୍କ ରୁଚି ବା ଯୋଗ୍ୟତା ଏକ
ନଥାଏ । ସେଥିପାଇଁ ଅନେକ ପ୍ରକାରର ସାଧନ ପ୍ରଣାଳୀ ଶାସ୍ତ୍ରରେ ବର୍ଣ୍ଣିତ ଅଛି । ସାଧକ ନିଜର
ରୁଚି ଅନୁସାରେ ଷୋଢ଼ାନ୍ୟାସ କରି ଇଷ୍ଟସିଦ୍ଧି ପ୍ରାପ୍ତ କରିଥାଏ । ସାଧାରଣତଃ ଲଘୁଷୋଢା
ନ୍ୟାସରେ ଗଣେଶ, ଗ୍ରହ, ନକ୍ଷତ୍ର, ଯୋଗିନୀ, ରାଶି ଏବଂ ପୀଠର ନ୍ୟାସ ହୋଇଥାଏ । ଏହାର ବିଶେଷ ବିରବଣୀ ‘ଶ୍ରୀଯନ୍ତ୍ର ରହସ୍ୟମ୍’ରେ ପାଇପାରିବେ
ମହାଷୋଢ଼ାନ୍ୟାସ :
ପ୍ରପଞ୍ଚ, ଭୁବନ, ମୂର୍ର୍ତି, ମନ୍ତ୍ର, ଦେବତା ଏବଂ ମାତୃକା - ଏହି ଷଟ୍ନ୍ୟାସକୁ ମହାଷୋଢ଼ାନ୍ୟାସ କୁହାଯାଏ । ମହାଷୋଢ଼ାନ୍ୟାସ ଏବଂ ଲଘୁଷୋଢ଼ାନ୍ୟାସ - ଏହି ଦୁଇ ନ୍ୟାସ ପାଇଁ ମାତୃକା ନ୍ୟାସ ନିତ୍ୟାନ୍ତ ଆବଶ୍ୟକ ଅଟେ ।
ଏହାର ବିଶେଷ ବିରବଣୀ ଲେଖକଙ୍କ‘ଶ୍ରୀଯନ୍ତ୍ର ରହସ୍ୟମ୍’ରେ ପାଇପାରିବେ ।
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ, 9337072187
Comments
Post a Comment