Skip to main content

 

ଟେଲିଭିଜନ୍ ଓ ବାସ୍ତୁ

          ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ଟେଲିଭିଜନ୍ ଥାଏ ତେବେ ଆପଣ ସକାରାତ୍ମକ ଶିକ୍ଷା ପାଇଥାନ୍ତି । ଯଦି ଟେଲିଭିଜନ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ଏହା ଆପଣଙ୍କ ମନକୁ ସତେଜତା ଆଣିଥାଏ ଏବଂ ଆପଣ ପ୍ରଚୁର ଆନନ୍ଦ ପାଇଥାନ୍ତି

          ଉତର-ଉତର-ପୂର୍ବ ଦିଗରେ ଯଦି ଟେଲିଭିଜନ୍ ଥାଏ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚ୍ୟାନେଲ୍ ଗୁଡିକୁ ଦେଖିଥାନ୍ତି ଏବଂ ତାହା ଦେଖି ଆପଣ ସ୍ୱାସ୍ଥ୍ୟ ପ୍ରତି ଏତେ ସଜାଗ ହୋଇଯାଆନ୍ତି ଯାହାକି ସ୍ୱାସ୍ଥ୍ୟ ଓ ପ୍ରତିରୋଧକ କ୍ଷମତାରେ ହାନି ପହଂଚାଇଥାଏ ।

          ଯଦି ଟେଲିଭିଜନ୍ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଆପଣଙ୍କର ନିଷ୍ପତି ଟେଲିଭିଜନ୍ ମାଧ୍ୟମରୁ ପାଉଥିବା ଖବର ଉପରେ ନିର୍ଭର କରୁଥାଏ ଯାହାକି ଆପଣଙ୍କୁ ବିପରୀତ ଫଳ ଓ ହାନୀ ଦେଇଥାଏଏହି ଦିଗରେ ଟେଲିଭିଜନ୍ ବାରମ୍ବାର ଖରାପ ହୋଇଥାଏ ଓ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।

          ଯଦି ଟେଲିଭିଜନ୍ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଲାଭବାନ୍ ଖବର ଗୁଡିକ ପାଇଥାନ୍ତି

          ଯଦି ଟେଲିଭିଜନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନଙ୍କର ପଢ଼ାପଢ଼ି ରେ ବ୍ୟାଘାତ ଓ ଏକାଗ୍ରତା ରହେ ନାହିଁ । ସନ୍ତାନମାନେ କାଟୁନ୍ ପିକ୍‌ଚର୍ ଦେଖି ସମୟ ବ୍ୟତିତ କରିଥାନ୍ତି । ସନ୍ତାନମାନେ ଯଦି ଶିକ୍ଷାଗତ ଖବର ଦେଖନ୍ତି ତେବେ ତାହା ଉତମ ଅଟେ ।

 

ଗୃହପାଳିତ ପଶୁ ଓ ବାସ୍ତୁ

          ଗୃହପାଳିତ ପଶୁ ଅର୍ଥ-ଗାଈ, କୁକୁର, ଛେଳି ଆଦିକୁ ବୁଝାଇଥାଏ । ଯଦି ଏହିମାନେ ପୂର୍ବ ଦିଗରେ ଥାଆନ୍ତି ତାଙ୍କୁ ସ୍ୱାସ୍ଥ୍ୟ ବେଶ୍ ଭଲ ରହେ ଏବଂ ଏହା ଏକ ଉତମ ସ୍ଥାନ ଅଟେ ।

          ଯଦି ପୂର୍ବ-ଉତର-ପୂର୍ବ ଦିଗରେ ଥାଆନ୍ତି ସେମାନେ ବହୁତ ଭଲ ଭାବରେ ରହିଥାନ୍ତି ଏବଂ ସ୍ୱାସ୍ଥ୍ୟର ଉନ୍ନତି ଆସିଥାଏ ।

ଯଦି ଉତର-ପୂର୍ବ ଦିଗରେ ଏମାନେ ଥାଆନ୍ତି ତେବେ ସେମାନଙ୍କର ଶିଘ୍ର ମୃତ୍ୟୁ ହୋଇଥାଏ । ତେଣୁ ଏହି ଦିଗକୁ ବହିଷ୍କାର କରନ୍ତୁ

          ଯଦି ଉତର-ଉତର-ପୂର୍ବ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଉତର-ପଶ୍ଚିମ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ । ତେଣୁ ଏହି ଦିଗରେ ଗୃହପାଳିତ ପଶୁଙ୍କୁ ରଖନ୍ତୁ ନାହିଁ

          ପଶ୍ଚିମ ଓ ଉତର-ପଶ୍ଚିମ ଓ ଉତର ଦିଗ ଏମାନଙ୍କ ପାଇଁ ଉଚିତ୍ ନୁହେଁ ।

          ଦକ୍ଷିଣ-ଦକ୍ଷିଣ-ପୂର୍ବ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଅଟେ ।

          ଅଗ୍ନିପାଦରେ ଗାଈ ରଖିବା ଉଚିତ୍ ନୁହେଁ । ପୂର୍ବ କିମ୍ବା ଉତର ପାଦ ମାନଙ୍କରେ ଗାଈ ରଖିବା ଉଚିତ୍ ଅଟେ । ଉତର-ପଶ୍ଚିମ ଦିଗ ଛେଳି ମାନଙ୍କ ପାଇଁ ଶୁଭ ଅଟେ । ପକ୍ଷୀମାନଙ୍କ ପାଇଁ ଏହି ଦିଗ ଶୁଭ ଅଟେ । ଦକ୍ଷିଣ-ପଶ୍ଚିମ ଦିଗରେ କୁକୁର, ଗାଈ, ଛେଳି ରହିବା ଉଚିତ୍ ନୁହେଁ

 

ସିଡି ଘର ଓ ବାସ୍ତୁ

          ଉତର-ପୂର୍ବ, ପୂର୍ବ-ଉତର-ପୂର୍ବ, ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ପଶ୍ଚିମ, ଉତର-ଉତର-ପଶ୍ଚିମ, ଉତର ଓ ଉତର-ଉତର-ପୂର୍ବ ଦିଗରେ ସିଡ଼ି ଘର ଆଂଟି କ୍ଲକ୍ ୱାଇଜ୍ କରନ୍ତୁ ।

          ପୂର୍ବ-ଦକ୍ଷିଣ-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ, ଉତର-ପଶ୍ଚିମ ଆଦି ଦିଗରେ ସିଡ଼ିଘର କ୍ଲକ୍ ୱାଇଜ୍ କରନ୍ତୁ ।

          ଦକ୍ଷିଣ-ପଶ୍ଚିମ, ଉତର-ପଶ୍ଚିମ, ଦକ୍ଷିଣ-ପୂର୍ବ, ପଶ୍ଚିମ ଏବଂ ଦକ୍ଷିଣ ଦିଗ ଆଦି ସିଡ଼ିଘର ପାଇଁ ପ୍ରସସ୍ତ ଅଟେ । ଯଦି ଉତର-ପୂର୍ବ ଦିଗରେ ସିଡ଼ିଘର ଥାଏ ତେବେ ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ଉପରେ ବାଧା ସୃଷ୍ଟି କରିଥାଏ ସେମାନଙ୍କର ମେଂଟାଲ୍ ବାଲାନ୍‌ସ ଡିଷ୍ଟର୍ବ ହୁଏ ।

 

Comments

Popular posts from this blog

 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...
  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...