Skip to main content

 

ସ୍ୱାସ୍ଥ୍ୟ ଓ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

          ଲୋକମାନେ ଘରେ ସାଧାରଣତଃ କୈାଣସି ନା କୈାଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ିତ ଅଛନ୍ତିଆସନ୍ତୁ ଜାଣିବା ବାସ୍ତୁ ହିସାବରେ ତାର କାରଣ ଓ ନିରାକାରଣ କଣ ଅଟେ । ନିମ୍ନ ଲିଖିତ ବାସ୍ତୁ ଦୋଷ ଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପୀଡ଼ା ମିଳିଥାଏ ।

୧-ଯଦି ଘରର ଟଏଲେଟ୍ ପୂର୍ବ, ଉତର-ପୂର୍ବ କିମ୍ବା ଉତର-ଉତର-ପୂର୍ବ ରେ ଥାଏ ।

୨-ଯଦି ରୋଷେଇ ଘର ଉତର-ପୂର୍ବ, ପୂର୍ବ କିମ୍ବା ପଶ୍ଚିମ ଦିଗରେ ଥାଏ ।

୩-ଯଦି ପୂର୍ବ ଦିଗ କଟିଥାଏ ।

୪-ଯଦି ଉପର ପାଣି ଟାଙ୍କି ପୂର୍ବ ଦିଗରେ ଥାଏ ।

୫-ଯଦି ବ୍ୟକ୍ତିବିଶେଷ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଅଧିକ ସମୟ ବ୍ୟତିତ କରୁଥାନ୍ତି ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହେ ।

ନିରାକାରଣ-ଯଦି ଟଏଲେଟ୍ ପୂର୍ବ ଦିଗରେ ଥାଏ ତେବେ ୧୫ ୱାଟ୍ ଲାଲ୍ ରଙ୍ଗର ବଲ୍‌ବ୍ ସଦାସର୍ବଦା ଜଳାଇ ରଖନ୍ତୁ । ଯଦି ଟଏଲେଟ୍ ଉତର-ପୂର୍ବ ଦିଗରେ ଥାଏ ତେବେ ଉତର-ଦକ୍ଷିଣ ଦିଗରେ ଏକ ସ୍ପଟ୍ ଲାଇଟ୍ ରଖନ୍ତୁ ଓ ଧଳା ରଙ୍ଗର ପିରାମିଡ଼ ରଖନ୍ତୁ ।

          ଯଦି ରୋଷେଇ ଘର ଉତର-ପୂର୍ବ କିମ୍ବା ପଶ୍ଚିମ ଦିଗରେ ଥାଏ ତେବେ ଗ୍ୟାସ୍ ବର୍ଣ୍ଣର୍‌ର ତଳେ ହଳଦିଆ ରଙ୍ଗର ପଥର ରଖନ୍ତୁ । ଯଦି ରୋଷେଇ ଘର ପୂର୍ବ ଦିଗରେ ଥାଏ ତେବେ ଗ୍ୟାସ୍ ବର୍ଣ୍ଣର୍‌ର ତଳେ ସବୁଜ ରଙ୍ଗର ପଥର ରଖନ୍ତୁ 

ଯଦି ପୂର୍ବ ଦିଗରେ ଭଣ୍ଡାର ଘର ଥାଏ ତେବେ ୧୫ ୱାଟ୍‌ର ଲାଲ୍ ରଙ୍ଗର ବଲ୍‌ବ ସଦା ସର୍ବଦା ଜଳାଇରଖନ୍ତୁ । ଯଦି ଏହି ଦିଗରେ ଅଳିଆ ଥାଏ ତେବେ ତାହାକୁ ବାହାର କରିଦିଅନ୍ତୁ ।

          ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଅଧିକ ସମୟ ବ୍ୟତିତ କରନ୍ତୁ ନାହିଁ ଯଦି ଏଠାରେ ବିଛଣା ଥାଏ ତେବେ ଏହି ବିଛଣାକୁ ହଟାଇ ଦିଅନ୍ତୁ ।



ମ୍ୟୁଜିକ୍ ଇଂଷ୍ଟୃମେଂଟ୍ ଓ ବାସ୍ତୁ

          ବର୍ତମାନ ଆସ୍ତୁ ଆମେ ଜାଣିବା କେଉଁ ଦିଗରେ ମ୍ୟୁଜିକ୍ ଇଂଷ୍ଟୃମେଂଟ୍ ରଖିଲେ ତାହା ଭଲ ଭାବରେ କାର୍ଯ୍ୟକାରୀ କରେ । ପୂର୍ବ-ଉତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ଉତର-ପଶ୍ଚିମ, ଉତର ଓ ଉତର-ଉତର-ପୂର୍ବ ଦିଗରେ ମ୍ୟୁଜିକ୍ ଇଂଷ୍ଟୃମେଂଟ୍ ରଖିଲେ ତାହା ଭଲ ଭାବରେ କାର୍ଯ୍ୟ କରିଥାଏ

ୱାଟର୍ ହିଟର୍ ଓ ବାସ୍ତୁ 

ଘରର କେଉଁ ଦିଗରେ ୱାଟର୍ ହିଟର୍ ରଖିଲେ ଉତମ ଅଟେ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ପୂର୍ବଦିଗ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ, ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ ଆଦି ଦିଗରେ ୱାଟର୍ ହିଟର୍ ରଖିଲେ ତାହା ଶୁଭ ଅଟେ ।

ୱାସିଂଗ୍ ମେସିନ୍ ଓ ବାସ୍ତୁ

          ୱାସିଂଗ୍ ମେସିନ୍ ଉତର-ଉତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ ।

-ଯଦି ୱାସିଂଗ୍ ମେସିନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ତାକୁ ଏହି ଦିଗରୁ ବାହାର କରିଦିଅନ୍ତୁ । ବାହାର କରିଦେଲେ ସ୍ମରଣଶକ୍ତିର ବୃଦ୍ଧି ପାଇଥାଏ ।

-ୱାସିଂଗ୍ ମେସିନ୍ ଯଦି ଉତର-ପୂର୍ବ ଦିଗରେ ଥାଏ ତେବେ ଆପଣ ସଦାସର୍ବଦା ବୃଥା ଚିନ୍ତାରେ ପଡ଼ିଥାନ୍ତି ।

-ଯଦି ଆପଣଙ୍କର ୱାସିଂଗ୍ ମେସିନ୍ ପୂର୍ବ ଦିଗରେ ଥାଏ ତେବେ ଆପଣ ସଦାସର୍ବଦା ସାମିାଜିକ ସମ୍ପର୍କ ଉପରେ ଚିନ୍ତା କରିଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଥାଏ ତେବେ ଅତୀତର କଥା ଓ ଭୟ ଦୂରୀଭୁତ ହୋଇଥାଏ ।

-ଯଦି ୱାସିଂଗ୍ ମେସିନ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ଆପଣ ଅନ୍ୟମାନଙ୍କ କଥା ଭାବି ସମୟ ବ୍ୟତିତ କରିଥାନ୍ତି.

ଯଦି ୱାସିଂଗ୍ ମେସିନ୍ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଥାଏ ତାହା ଉତମ ଅଟେ । ଆପଣ ଭଲ ନିଷ୍ପତି ନେବାର ଦକ୍ଷତା ବୃଦ୍ଧି ପାଇଥାଏ ।

-ଉତର-ପଶ୍ଚିମ ଦିଗ ୱାସିଂଗ୍ ମେସିନ୍ ପାଇଁ ଉତମ ଦିଗ ଅଟେ । ଆପଣ ସଦାସର୍ବଦା ସମାଜ ଓ ବ୍ୟାଙ୍କ୍‌ଠାରୁ ସାହାଯ୍ୟ ପାଇଥାନ୍ତି ।

-ଦକ୍ଷିଣ ପୂର୍ବ ଦିଗରେ ଯଦି ୱାସିଂଗ୍ ମେସିନ୍ ଥାଏ ତେବେ ଆପଣ ଅଧିକରୁ ଅଧିକ ଧନ ଉପାର୍ଜନ ପାଇଁ ଚିନ୍ତା କରିଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ଆପଣ ସନ୍ତାନମାନଙ୍କ ପାଇଁ ଅତ୍ୟଧିକ ଚିନ୍ତା କରିଥାନ୍ତି.

ଯଦି ୱାସିଂଗ୍ ମେସିନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଆପଣ ସନ୍ତାନମାନଙ୍କ ପାଇଁ ଅଧିକରୁ ଅଧିକ ସମୟ ଦେଇଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଲାଭ ପାଇଁ ସଦାସର୍ବଦା ପାଗଳ ପ୍ରାୟ ହୋଇଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ଦକ୍ଷିଣ ଦିଗରେ ଥାଏ ତେବେ ଉତମ ନିଦ୍ରା ହୁଏନାହିଁ

-ଯଦି ୱାସିଂଗ୍ ମେସିନ୍ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଯେଉଁ ନିଷ୍ପତି ନେଇଥାନ୍ତି ତାହା ନିଷ୍ଫଳ ଯାଇଥାଏ ଓ ହାନି ପହଂଚାଇଥାଏ ।

ଟେଲିଭିଜନ୍ ଓ ବାସ୍ତୁ

          ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ଟେଲିଭିଜନ୍ ଥାଏ ତେବେ ଆପଣ ସକାରାତ୍ମକ ଶିକ୍ଷା ପାଇଥାନ୍ତି । ଯଦି ଟେଲିଭିଜନ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ଏହା ଆପଣଙ୍କ ମନକୁ ସତେଜତା ଆଣିଥାଏ ଏବଂ ଆପଣ ପ୍ରଚୁର ଆନନ୍ଦ ପାଇଥାନ୍ତି

          ଉତର-ଉତର-ପୂର୍ବ ଦିଗରେ ଯଦି ଟେଲିଭିଜନ୍ ଥାଏ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚ୍ୟାନେଲ୍ ଗୁଡିକୁ ଦେଖିଥାନ୍ତି ଏବଂ ତାହା ଦେଖି ଆପଣ ସ୍ୱାସ୍ଥ୍ୟ ପ୍ରତି ଏତେ ସଜାଗ ହୋଇଯାଆନ୍ତି ଯାହାକି ସ୍ୱାସ୍ଥ୍ୟ ଓ ପ୍ରତିରୋଧକ କ୍ଷମତାରେ ହାନି ପହଂଚାଇଥାଏ ।

          ଯଦି ଟେଲିଭିଜନ୍ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଆପଣଙ୍କର ନିଷ୍ପତି ଟେଲିଭିଜନ୍ ମାଧ୍ୟମରୁ ପାଉଥିବା ଖବର ଉପରେ ନିର୍ଭର କରୁଥାଏ ଯାହାକି ଆପଣଙ୍କୁ ବିପରୀତ ଫଳ ଓ ହାନୀ ଦେଇଥାଏଏହି ଦିଗରେ ଟେଲିଭିଜନ୍ ବାରମ୍ବାର ଖରାପ ହୋଇଥାଏ ଓ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।

          ଯଦି ଟେଲିଭିଜନ୍ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଲାଭବାନ୍ ଖବର ଗୁଡିକ ପାଇଥାନ୍ତି

          ଯଦି ଟେଲିଭିଜନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନଙ୍କର ପଢ଼ାପଢ଼ି ରେ ବ୍ୟାଘାତ ଓ ଏକାଗ୍ରତା ରହେ ନାହିଁ । ସନ୍ତାନମାନେ କାଟୁନ୍ ପିକ୍‌ଚର୍ ଦେଖି ସମୟ ବ୍ୟତିତ କରିଥାନ୍ତି । ସନ୍ତାନମାନେ ଯଦି ଶିକ୍ଷାଗତ ଖବର ଦେଖନ୍ତି ତେବେ ତାହା ଉତମ ଅଟେ ।

 

ଗୃହପାଳିତ ପଶୁ ଓ ବାସ୍ତୁ

          ଗୃହପାଳିତ ପଶୁ ଅର୍ଥ-ଗାଈ, କୁକୁର, ଛେଳି ଆଦିକୁ ବୁଝାଇଥାଏ । ଯଦି ଏହିମାନେ ପୂର୍ବ ଦିଗରେ ଥାଆନ୍ତି ତାଙ୍କୁ ସ୍ୱାସ୍ଥ୍ୟ ବେଶ୍ ଭଲ ରହେ ଏବଂ ଏହା ଏକ ଉତମ ସ୍ଥାନ ଅଟେ ।

          ଯଦି ପୂର୍ବ-ଉତର-ପୂର୍ବ ଦିଗରେ ଥାଆନ୍ତି ସେମାନେ ବହୁତ ଭଲ ଭାବରେ ରହିଥାନ୍ତି ଏବଂ ସ୍ୱାସ୍ଥ୍ୟର ଉନ୍ନତି ଆସିଥାଏ ।

ଯଦି ଉତର-ପୂର୍ବ ଦିଗରେ ଏମାନେ ଥାଆନ୍ତି ତେବେ ସେମାନଙ୍କର ଶିଘ୍ର ମୃତ୍ୟୁ ହୋଇଥାଏ । ତେଣୁ ଏହି ଦିଗକୁ ବହିଷ୍କାର କରନ୍ତୁ

          ଯଦି ଉତର-ଉତର-ପୂର୍ବ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଉତର-ପଶ୍ଚିମ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ । ତେଣୁ ଏହି ଦିଗରେ ଗୃହପାଳିତ ପଶୁଙ୍କୁ ରଖନ୍ତୁ ନାହିଁ

          ପଶ୍ଚିମ ଓ ଉତର-ପଶ୍ଚିମ ଓ ଉତର ଦିଗ ଏମାନଙ୍କ ପାଇଁ ଉଚିତ୍ ନୁହେଁ ।

          ଦକ୍ଷିଣ-ଦକ୍ଷିଣ-ପୂର୍ବ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଅଟେ ।

          ଅଗ୍ନିପାଦରେ ଗାଈ ରଖିବା ଉଚିତ୍ ନୁହେଁ । ପୂର୍ବ କିମ୍ବା ଉତର ପାଦ ମାନଙ୍କରେ ଗାଈ ରଖିବା ଉଚିତ୍ ଅଟେ । ଉତର-ପଶ୍ଚିମ ଦିଗ ଛେଳି ମାନଙ୍କ ପାଇଁ ଶୁଭ ଅଟେ । ପକ୍ଷୀମାନଙ୍କ ପାଇଁ ଏହି ଦିଗ ଶୁଭ ଅଟେ । ଦକ୍ଷିଣ-ପଶ୍ଚିମ ଦିଗରେ କୁକୁର, ଗାଈ, ଛେଳି ରହିବା ଉଚିତ୍ ନୁହେଁ

 


 

 


 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...