Skip to main content

 

ସ୍ୱାସ୍ଥ୍ୟ ଓ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

          ଲୋକମାନେ ଘରେ ସାଧାରଣତଃ କୈାଣସି ନା କୈାଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ିତ ଅଛନ୍ତିଆସନ୍ତୁ ଜାଣିବା ବାସ୍ତୁ ହିସାବରେ ତାର କାରଣ ଓ ନିରାକାରଣ କଣ ଅଟେ । ନିମ୍ନ ଲିଖିତ ବାସ୍ତୁ ଦୋଷ ଯୋଗୁଁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପୀଡ଼ା ମିଳିଥାଏ ।

୧-ଯଦି ଘରର ଟଏଲେଟ୍ ପୂର୍ବ, ଉତର-ପୂର୍ବ କିମ୍ବା ଉତର-ଉତର-ପୂର୍ବ ରେ ଥାଏ ।

୨-ଯଦି ରୋଷେଇ ଘର ଉତର-ପୂର୍ବ, ପୂର୍ବ କିମ୍ବା ପଶ୍ଚିମ ଦିଗରେ ଥାଏ ।

୩-ଯଦି ପୂର୍ବ ଦିଗ କଟିଥାଏ ।

୪-ଯଦି ଉପର ପାଣି ଟାଙ୍କି ପୂର୍ବ ଦିଗରେ ଥାଏ ।

୫-ଯଦି ବ୍ୟକ୍ତିବିଶେଷ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଅଧିକ ସମୟ ବ୍ୟତିତ କରୁଥାନ୍ତି ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହେ ।

ନିରାକାରଣ-ଯଦି ଟଏଲେଟ୍ ପୂର୍ବ ଦିଗରେ ଥାଏ ତେବେ ୧୫ ୱାଟ୍ ଲାଲ୍ ରଙ୍ଗର ବଲ୍‌ବ୍ ସଦାସର୍ବଦା ଜଳାଇ ରଖନ୍ତୁ । ଯଦି ଟଏଲେଟ୍ ଉତର-ପୂର୍ବ ଦିଗରେ ଥାଏ ତେବେ ଉତର-ଦକ୍ଷିଣ ଦିଗରେ ଏକ ସ୍ପଟ୍ ଲାଇଟ୍ ରଖନ୍ତୁ ଓ ଧଳା ରଙ୍ଗର ପିରାମିଡ଼ ରଖନ୍ତୁ ।

          ଯଦି ରୋଷେଇ ଘର ଉତର-ପୂର୍ବ କିମ୍ବା ପଶ୍ଚିମ ଦିଗରେ ଥାଏ ତେବେ ଗ୍ୟାସ୍ ବର୍ଣ୍ଣର୍‌ର ତଳେ ହଳଦିଆ ରଙ୍ଗର ପଥର ରଖନ୍ତୁ । ଯଦି ରୋଷେଇ ଘର ପୂର୍ବ ଦିଗରେ ଥାଏ ତେବେ ଗ୍ୟାସ୍ ବର୍ଣ୍ଣର୍‌ର ତଳେ ସବୁଜ ରଙ୍ଗର ପଥର ରଖନ୍ତୁ 

ଯଦି ପୂର୍ବ ଦିଗରେ ଭଣ୍ଡାର ଘର ଥାଏ ତେବେ ୧୫ ୱାଟ୍‌ର ଲାଲ୍ ରଙ୍ଗର ବଲ୍‌ବ ସଦା ସର୍ବଦା ଜଳାଇରଖନ୍ତୁ । ଯଦି ଏହି ଦିଗରେ ଅଳିଆ ଥାଏ ତେବେ ତାହାକୁ ବାହାର କରିଦିଅନ୍ତୁ ।

          ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଅଧିକ ସମୟ ବ୍ୟତିତ କରନ୍ତୁ ନାହିଁ ଯଦି ଏଠାରେ ବିଛଣା ଥାଏ ତେବେ ଏହି ବିଛଣାକୁ ହଟାଇ ଦିଅନ୍ତୁ ।



ମ୍ୟୁଜିକ୍ ଇଂଷ୍ଟୃମେଂଟ୍ ଓ ବାସ୍ତୁ

          ବର୍ତମାନ ଆସ୍ତୁ ଆମେ ଜାଣିବା କେଉଁ ଦିଗରେ ମ୍ୟୁଜିକ୍ ଇଂଷ୍ଟୃମେଂଟ୍ ରଖିଲେ ତାହା ଭଲ ଭାବରେ କାର୍ଯ୍ୟକାରୀ କରେ । ପୂର୍ବ-ଉତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ଉତର-ପଶ୍ଚିମ, ଉତର ଓ ଉତର-ଉତର-ପୂର୍ବ ଦିଗରେ ମ୍ୟୁଜିକ୍ ଇଂଷ୍ଟୃମେଂଟ୍ ରଖିଲେ ତାହା ଭଲ ଭାବରେ କାର୍ଯ୍ୟ କରିଥାଏ

ୱାଟର୍ ହିଟର୍ ଓ ବାସ୍ତୁ 

ଘରର କେଉଁ ଦିଗରେ ୱାଟର୍ ହିଟର୍ ରଖିଲେ ଉତମ ଅଟେ ତାହା ନିମ୍ନରେ ବର୍ଣ୍ଣନା କରାଗଲା । ପୂର୍ବଦିଗ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ, ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ ଆଦି ଦିଗରେ ୱାଟର୍ ହିଟର୍ ରଖିଲେ ତାହା ଶୁଭ ଅଟେ ।

ୱାସିଂଗ୍ ମେସିନ୍ ଓ ବାସ୍ତୁ

          ୱାସିଂଗ୍ ମେସିନ୍ ଉତର-ଉତର-ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ ।

-ଯଦି ୱାସିଂଗ୍ ମେସିନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ତାକୁ ଏହି ଦିଗରୁ ବାହାର କରିଦିଅନ୍ତୁ । ବାହାର କରିଦେଲେ ସ୍ମରଣଶକ୍ତିର ବୃଦ୍ଧି ପାଇଥାଏ ।

-ୱାସିଂଗ୍ ମେସିନ୍ ଯଦି ଉତର-ପୂର୍ବ ଦିଗରେ ଥାଏ ତେବେ ଆପଣ ସଦାସର୍ବଦା ବୃଥା ଚିନ୍ତାରେ ପଡ଼ିଥାନ୍ତି ।

-ଯଦି ଆପଣଙ୍କର ୱାସିଂଗ୍ ମେସିନ୍ ପୂର୍ବ ଦିଗରେ ଥାଏ ତେବେ ଆପଣ ସଦାସର୍ବଦା ସାମିାଜିକ ସମ୍ପର୍କ ଉପରେ ଚିନ୍ତା କରିଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଥାଏ ତେବେ ଅତୀତର କଥା ଓ ଭୟ ଦୂରୀଭୁତ ହୋଇଥାଏ ।

-ଯଦି ୱାସିଂଗ୍ ମେସିନ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ଆପଣ ଅନ୍ୟମାନଙ୍କ କଥା ଭାବି ସମୟ ବ୍ୟତିତ କରିଥାନ୍ତି.

ଯଦି ୱାସିଂଗ୍ ମେସିନ୍ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଥାଏ ତାହା ଉତମ ଅଟେ । ଆପଣ ଭଲ ନିଷ୍ପତି ନେବାର ଦକ୍ଷତା ବୃଦ୍ଧି ପାଇଥାଏ ।

-ଉତର-ପଶ୍ଚିମ ଦିଗ ୱାସିଂଗ୍ ମେସିନ୍ ପାଇଁ ଉତମ ଦିଗ ଅଟେ । ଆପଣ ସଦାସର୍ବଦା ସମାଜ ଓ ବ୍ୟାଙ୍କ୍‌ଠାରୁ ସାହାଯ୍ୟ ପାଇଥାନ୍ତି ।

-ଦକ୍ଷିଣ ପୂର୍ବ ଦିଗରେ ଯଦି ୱାସିଂଗ୍ ମେସିନ୍ ଥାଏ ତେବେ ଆପଣ ଅଧିକରୁ ଅଧିକ ଧନ ଉପାର୍ଜନ ପାଇଁ ଚିନ୍ତା କରିଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ଆପଣ ସନ୍ତାନମାନଙ୍କ ପାଇଁ ଅତ୍ୟଧିକ ଚିନ୍ତା କରିଥାନ୍ତି.

ଯଦି ୱାସିଂଗ୍ ମେସିନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଆପଣ ସନ୍ତାନମାନଙ୍କ ପାଇଁ ଅଧିକରୁ ଅଧିକ ସମୟ ଦେଇଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଲାଭ ପାଇଁ ସଦାସର୍ବଦା ପାଗଳ ପ୍ରାୟ ହୋଇଥାନ୍ତି ।

-ଯଦି ୱାସିଂଗ୍ ମେସିନ୍ ଦକ୍ଷିଣ ଦିଗରେ ଥାଏ ତେବେ ଉତମ ନିଦ୍ରା ହୁଏନାହିଁ

-ଯଦି ୱାସିଂଗ୍ ମେସିନ୍ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଯେଉଁ ନିଷ୍ପତି ନେଇଥାନ୍ତି ତାହା ନିଷ୍ଫଳ ଯାଇଥାଏ ଓ ହାନି ପହଂଚାଇଥାଏ ।

ଟେଲିଭିଜନ୍ ଓ ବାସ୍ତୁ

          ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ଟେଲିଭିଜନ୍ ଥାଏ ତେବେ ଆପଣ ସକାରାତ୍ମକ ଶିକ୍ଷା ପାଇଥାନ୍ତି । ଯଦି ଟେଲିଭିଜନ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ଏହା ଆପଣଙ୍କ ମନକୁ ସତେଜତା ଆଣିଥାଏ ଏବଂ ଆପଣ ପ୍ରଚୁର ଆନନ୍ଦ ପାଇଥାନ୍ତି

          ଉତର-ଉତର-ପୂର୍ବ ଦିଗରେ ଯଦି ଟେଲିଭିଜନ୍ ଥାଏ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚ୍ୟାନେଲ୍ ଗୁଡିକୁ ଦେଖିଥାନ୍ତି ଏବଂ ତାହା ଦେଖି ଆପଣ ସ୍ୱାସ୍ଥ୍ୟ ପ୍ରତି ଏତେ ସଜାଗ ହୋଇଯାଆନ୍ତି ଯାହାକି ସ୍ୱାସ୍ଥ୍ୟ ଓ ପ୍ରତିରୋଧକ କ୍ଷମତାରେ ହାନି ପହଂଚାଇଥାଏ ।

          ଯଦି ଟେଲିଭିଜନ୍ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଆପଣଙ୍କର ନିଷ୍ପତି ଟେଲିଭିଜନ୍ ମାଧ୍ୟମରୁ ପାଉଥିବା ଖବର ଉପରେ ନିର୍ଭର କରୁଥାଏ ଯାହାକି ଆପଣଙ୍କୁ ବିପରୀତ ଫଳ ଓ ହାନୀ ଦେଇଥାଏଏହି ଦିଗରେ ଟେଲିଭିଜନ୍ ବାରମ୍ବାର ଖରାପ ହୋଇଥାଏ ଓ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।

          ଯଦି ଟେଲିଭିଜନ୍ ପଶ୍ଚିମ ଦିଗରେ ଥାଏ ତେବେ ଆପଣ ଲାଭବାନ୍ ଖବର ଗୁଡିକ ପାଇଥାନ୍ତି

          ଯଦି ଟେଲିଭିଜନ୍ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନଙ୍କର ପଢ଼ାପଢ଼ି ରେ ବ୍ୟାଘାତ ଓ ଏକାଗ୍ରତା ରହେ ନାହିଁ । ସନ୍ତାନମାନେ କାଟୁନ୍ ପିକ୍‌ଚର୍ ଦେଖି ସମୟ ବ୍ୟତିତ କରିଥାନ୍ତି । ସନ୍ତାନମାନେ ଯଦି ଶିକ୍ଷାଗତ ଖବର ଦେଖନ୍ତି ତେବେ ତାହା ଉତମ ଅଟେ ।

 

ଗୃହପାଳିତ ପଶୁ ଓ ବାସ୍ତୁ

          ଗୃହପାଳିତ ପଶୁ ଅର୍ଥ-ଗାଈ, କୁକୁର, ଛେଳି ଆଦିକୁ ବୁଝାଇଥାଏ । ଯଦି ଏହିମାନେ ପୂର୍ବ ଦିଗରେ ଥାଆନ୍ତି ତାଙ୍କୁ ସ୍ୱାସ୍ଥ୍ୟ ବେଶ୍ ଭଲ ରହେ ଏବଂ ଏହା ଏକ ଉତମ ସ୍ଥାନ ଅଟେ ।

          ଯଦି ପୂର୍ବ-ଉତର-ପୂର୍ବ ଦିଗରେ ଥାଆନ୍ତି ସେମାନେ ବହୁତ ଭଲ ଭାବରେ ରହିଥାନ୍ତି ଏବଂ ସ୍ୱାସ୍ଥ୍ୟର ଉନ୍ନତି ଆସିଥାଏ ।

ଯଦି ଉତର-ପୂର୍ବ ଦିଗରେ ଏମାନେ ଥାଆନ୍ତି ତେବେ ସେମାନଙ୍କର ଶିଘ୍ର ମୃତ୍ୟୁ ହୋଇଥାଏ । ତେଣୁ ଏହି ଦିଗକୁ ବହିଷ୍କାର କରନ୍ତୁ

          ଯଦି ଉତର-ଉତର-ପୂର୍ବ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଉତର-ପଶ୍ଚିମ ଦିଗ ଏମାନଙ୍କ ପାଇଁ ଶୁଭ ଅଟେ ।

          ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ । ତେଣୁ ଏହି ଦିଗରେ ଗୃହପାଳିତ ପଶୁଙ୍କୁ ରଖନ୍ତୁ ନାହିଁ

          ପଶ୍ଚିମ ଓ ଉତର-ପଶ୍ଚିମ ଓ ଉତର ଦିଗ ଏମାନଙ୍କ ପାଇଁ ଉଚିତ୍ ନୁହେଁ ।

          ଦକ୍ଷିଣ-ଦକ୍ଷିଣ-ପୂର୍ବ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଅଟେ ।

          ଅଗ୍ନିପାଦରେ ଗାଈ ରଖିବା ଉଚିତ୍ ନୁହେଁ । ପୂର୍ବ କିମ୍ବା ଉତର ପାଦ ମାନଙ୍କରେ ଗାଈ ରଖିବା ଉଚିତ୍ ଅଟେ । ଉତର-ପଶ୍ଚିମ ଦିଗ ଛେଳି ମାନଙ୍କ ପାଇଁ ଶୁଭ ଅଟେ । ପକ୍ଷୀମାନଙ୍କ ପାଇଁ ଏହି ଦିଗ ଶୁଭ ଅଟେ । ଦକ୍ଷିଣ-ପଶ୍ଚିମ ଦିଗରେ କୁକୁର, ଗାଈ, ଛେଳି ରହିବା ଉଚିତ୍ ନୁହେଁ

 


 

 


 

Comments

Popular posts from this blog

 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...
  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...