Skip to main content

 

ଦେବୀ-ବୈଭବ-ଶ୍ଚର୍ୟାଷ୍ଟୋତ୍ତର-ଶତ-ଦିବ୍ୟ-ନାମା-ବଲୀ

ଫଳଶ୍ରୁତି ଅନୁଯାଇ-ବୈଭବତା,ଐଶ୍ଵର୍ଯ୍ୟତା ଓ ପାପ ନାଶକ

ଆଧାର-ଶ୍ରୀ ବିଦ୍ୟା

Source—ଶ୍ରୀ ଗର୍ଭ କୁଳାର୍ଣବ ତନ୍ତ୍ର

ଶ୍ରୀ ବୈଭବ ଆଶ୍ଚର୍ଯ୍ୟ ଅଷ୍ତୋତ୍ତର ସତ ନାମ ସ୍ତୋତ୍ର କୁ ଭଗବାନ ଶିବ, ଭଗବତୀ ଉମା ଙ୍କୁ ଦେଇଥିଲେଭଗବତୀ ପାର୍ବତୀ, ଶିବ ଙ୍କୁ ପଚାରିଥିଲେ—‘’ମୁ ମନୁଷ୍ୟ ମାନଙ୍କୁ ବରଦେବା ନିମିତ ନିଜକୁ ଅସର୍ମଥ ପାଉଅଛି କାରଣ ସେମାନେ ସଦାସର୍ବଦା ପାପ କାର୍ଯ୍ୟରେ-ଯଥା ଅହଙ୍କାରର ପ୍ରଦର୍ଶନ, ଈର୍ଷା, କ୍ରୋଧ, ଲୋଭ, ମୋହ, କାମ ଆଦିରେ ନିମଗ୍ନ ହେଉଛନ୍ତି, ତେଣୁ, ମୋତେ ଏପରି ଉପାୟ କୁହନ୍ତୁ ଯେଉଁଥିରେ ବିସ୍ତ୍ରୁତ ପୂଜା, ଜପ, ହୋମ, ତର୍ପଣ ଆଦି ମନୁଷ୍ୟ ମାନଙ୍କୁ କରିବାକୁ ପଡିବ ନାହି ଓ ମୁ ବରଦାନ ଦେବାକୁ ସମର୍ଥ ହେବି’’ଏହାର ଉତରରେ ଶିବ କହିଲେ-‘’ ହେ ଦେବୀ, ଆପଣ ଅତୀତ କଥା ମନ ପକାନ୍ତୁ ଯେଉଁଥିରେ ଆପଣ ମୋତେ ଶ୍ରୀ ବୈଭବ ଆଶ୍ଚର୍ଯ୍ୟ ଅଷ୍ତୋତ୍ତର ସତ ନାମ ସ୍ତୋତ୍ରଦିକ୍ଷା ଦେଇଥିଲେ।

ଭଗବାନ ଶିବ ଏହି ଗୁପ୍ତ ଓ ପବିତ୍ର ନାମାବଳି କୁ ବାମନ, ପର୍ଶୁରାମ, ରାମଚନ୍ଦ୍ର, କୃଷ୍ଣ, ଅର୍ଜୁନ, ବେଦବ୍ୟାସ ଓ ହିମବାନଙ୍କୁ ଦେଇଥିଲେ।

ଭଗବାନ ଆନନ୍ଦ ଭୈରବ ଯିଏକି ଏହି ସ୍ତବର ଦୁରଦ୍ରଷ୍ଟା ଥିଲେ, ସିଏ ଭଗବତୀ ତ୍ରିପୁରା ସୁନ୍ଦରୀ ଙ୍କ ବିସ୍ତ୍ରୁତ ଧ୍ୟାନ ଶ୍ରୀନଗର ରେ କରି ସ୍ତୋତ୍ର ପାଠ କରିଥିଲେ।

ଏହି ସ୍ତବର ପ୍ରକୃତ ଓ ବାସ୍ତବିକ ବ୍ୟବହାର କୁଳ ତନ୍ତ୍ର ଅନୁଯାଇ ପ୍ରତ୍ୟେକ୍ଷ ଶକ୍ତି ପୂଜାରେ ହୋଇଥାଏ ଓ ଭକ୍ତ ମାନଙ୍କ ଦ୍ଵାରା ଶ୍ରୀ ଯନ୍ତ୍ର ର ନବ ଆବରଣ ପୂଜା ରେ ପୁଷ୍ପ ଓ ଅକ୍ଷତ ଦ୍ଵାରା ହୋଇଥାଏ। ଏହି ନାମାବଳି, ଜପ, ହୋମ, ତର୍ପଣ ଆଦିରେ ହୋଇଥାଏ।  ଏହି ସ୍ତବ ଏକ ମହାତ୍ତ୍ୱପୂର୍ଣ ସ୍ତବ ଅଟେ।

ପରମ୍ପରା ଅନୁଯାଇ, ଏହି ସ୍ତବ ସନ୍ଧ୍ୟା, ମଧ୍ୟାହ୍ନ ଓ ଅର୍ଦ୍ଧ ରାତ୍ରିରେ ପୂଜା ସମୟରେ କରାଯାଇଥାଏ। ଏହି ଦେବୀ ଦିବ୍ୟ ବୈଭବ ଆଶ୍ଚର୍ଯ୍ୟ ଅଷ୍ତୋତ୍ତର ସତ ନାମ ସ୍ତୋତ୍ର ପୂଜା ସମୟରେ ସମ୍ପୂର୍ଣ ପାଠ କରାଯାଇଥାଏ

ଏହି ସ୍ତବର ରଚନା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଙ୍କ ଦ୍ଵାରା ସେତେବେଳେ ହୋଇଥିଲା ଯେତେବେଳେ ଏହି ତ୍ରି-ଦେବ ଆଶ୍ଚର୍ଯ୍ୟ ଅବସ୍ଥାରେ, ମଣିଦ୍ବୀପରେ, ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ  ଭଗବତୀ ତ୍ରିପୁରା ସୁନ୍ଦରୀ ଙ୍କ କଳ୍ପନାତୀତ ଗୌରବ ଜାଣିବାକୁ ପାଇଥିଲେ ଏହି କଥା, ଏହି ସ୍ତବର ପୂର୍ବ ଭାଗରେ କୁହାଯାଇଅଛି। 

[ବିଶେଷ ଦ୍ରଷ୍ଟବ୍ୟ—ମାତା ତ୍ରିପୁରା ସୁନ୍ଦରୀ ଙ୍କ ଯେତେ ସ୍ତୋତ୍ର, ସ୍ତୁତୀ, ନାମାବଳି, ସ୍ତବ ଆଜି ପର୍ଯ୍ୟନ୍ତ ପୋଷ୍ଟିଂ କରିଅଛି ତାହା ସେତେବେଳେ ଫଳପ୍ରଦ ହେବ ଯେତେବେଳେ—1. ଆପଣଙ୍କ ପାଖରେ, କ୍ରମ ଦୀକ୍ଷିତ ଶ୍ରୀବିଦ୍ୟା ଉପାସକଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠିତ ଓ ଚୈତନ୍ୟ ଯୁକ୍ତ ଶ୍ରୀଯନ୍ତ୍ର ଥିବା ଆବଶ୍ୟକ ଅଟେ। ପ୍ରାଣ ପ୍ରତିଷ୍ଠା କ୍ରମରେ ହେବା ଦରକାର ଯଥା-ସିଦ୍ଧ ଲକ୍ଷ୍ମୀ ସହିତ ମହା ଗଣପତି କ୍ରମ’, ଲଳିତା କ୍ରମ, ମାତଙ୍ଗୀ କ୍ରମ, ବାରାହୀ କ୍ରମ ଆଦି। 2. ଏହିସବୁ, ପାଠ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଗୁରୁଙ୍କ / ଶ୍ରୀବିଦ୍ୟା ଉପାସକଙ୍କ  ଅନୁମତି ଅତ୍ୟନ୍ତ ଆବଶ୍ୟକ ଅଟେ। 3. ପାଠ, ଅତ୍ୟନ୍ତ ଆଦର ଓ ଶ୍ରଦ୍ଧାପୂର୍ଣ ହେବା ଆବଶ୍ୟକ ଅଟେ। 4. ଅନେକ ପାଠକ ବନ୍ଧୁ ଭାବନ୍ତି ଯେ ଶ୍ରୀ ଯନ୍ତ୍ର, ଲକ୍ଷ୍ମୀଙ୍କ ଯନ୍ତ୍ର ଅଟେ। କିନ୍ତୁ, ଏହା ନୁହେଶ୍ରୀ ଯନ୍ତ୍ର ର ଅଧିଷ୍ଠାତ୍ରୀ ଦେବୀ ହେଲେ-ଭଗବତୀ ତ୍ରିପୁରା ସୁନ୍ଦରୀ ଅଟନ୍ତି ଏହି ଯନ୍ତ୍ରକୁ କ୍ରମ ରେ ପ୍ରାଣ ପ୍ରତିଷ୍ଠା ନିମିତ ଏକ specialised ଜ୍ଞାନ, training, ଓ ସତତଃ ଅଭ୍ୟାସର ଆବଶ୍ୟକ ହୋଇଥାଏ ଆଉ ଗୋଟିଏ କଥା-ଯେ କୌଣସି ଦେବୀ ଓ ଦେବତାଙ୍କ ସ୍ତୁତି, ନାମାବଳି, ସ୍ତୋତ୍ର, କବଚ  ଆଦି ର ଫଳ ପାଇବାକୁ ହେଲେ ସେସବୁର ଚୈତନ୍ୟ ହେବା ଆବଶ୍ୟକ ଅଟେ। ଏହି ଚୈତନ୍ୟତା, ଏକ ବିଶେଷ ପ୍ରକ୍ରିୟା ଦ୍ଵାରା କରିବାକୁ ହୋଇଥାଏ–ପ୍ରସ୍ତୁତକର୍ତା]

ଶ୍ରୀ କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ, 9337072187   

ଦେବୀ-ବୈଭବ-ଶ୍ଚର୍ୟାଷ୍ଟୋତ୍ତର-ଶତ-ଦିବ୍ୟ-ନାମା-ବଲୀ

  ଓଁ ଐଂ ହ୍ରୀଂ ଶ୍ରୀଂଏହି ମନ୍ତ୍ର ପ୍ରତ୍ୟେକ ନାମର ପୂର୍ବରୁ ବିନିଯୋଗ କରାଯାଏଯଦି ପୂଜନ କରୁଛନ୍ତି, ତେବେ ପୂଜାୟାମୀ’, ଓ ଯଦି ତର୍ପଣ କରୁଛନ୍ତି ତେବେ ତର୍ପୟାମୀ ଯଥା ପୂଜନ ଓ ତର୍ପଣ କରୁଛନ୍ତି ତେବେ ପୂଜାୟାମୀ ନମ: ତର୍ପଯାମି ସ୍ଵାହା କହି ପୂଜନ କରିବେ।

 ଯଥା- ଓଁ ଐଂ ହ୍ରୀଂ ଶ୍ରୀଂ ଓଁ ପରମାନନ୍ଦ ଲହର୍ୟୈ ପୂଜୟାମୀ ନମଃ ତର୍ପୟାମି ସ୍ଵାହା

ଓଁ ପରଚୈତନ୍ୟ ଦୀପିକାୟୈ ନମଃ ।

ଓଁ ସ୍ୱୟଂ ପ୍ରକାଶ କିରଣାୟୈ ନମଃ ।

ଓଁ ନିତ୍ୟ-ବୈଭବଶାଲିନ୍ୟୈ ନମଃ ।

ଓଁ ବିଶୁଦ୍ଧ-କେବଲାଖଣ୍ଡସତ୍ୟ-କାଲାତ୍ମରୂପିଣ୍ୟୈ ନମଃ । ୫

ଓଁ ଆଦିମଧ୍ୟାନ୍ତ ରହିତାୟୈ ନମଃ ।

ଓଁ ମହାମାୟା ବିଲାସିନ୍ୟୈ ନମଃ ।

ଓଁ ଗୁଣତ୍ରୟ ପରିଚ୍ଛେତ୍ର୍ୟୈ ନମଃ ।

ଓଁ ସର୍ୱତତ୍ତ୍ୱ ପ୍ରକାଶିନ୍ୟୈ ନମଃ ।

ଓଁ ସ୍ତ୍ରୀପୁଂସଭାବ ରସିକାୟୈ ନମଃ । ୧୦

ଓଁ ଜଗତ୍ସର୍ଗାଦିଲଂ ପଟାୟୈ ନମଃ ।

ଓଁ ଅଶେଷନାମ-ରୂପାଦି-ଭେଦଚ୍ଛେଦ-ରବି-ପ୍ରଭାୟୈ ନମଃ ।

ଓଁ ଅନାଦି ବାସନା ରୂପାୟୈ ନମଃ ।

ଓଁ ବାସନୋଦ୍ୟତ୍ପ୍ରପଞ୍ଚିକାୟୈ ନମଃ ।

ଓଁ ପ୍ରପଞ୍ଚୋପଶମପ୍ରୌଢାୟୈ ନମଃ । ୧୫

ଓଁ ଚରାଚର ଜଗନ୍ମୟ୍ୟୈ ନମଃ ।

ଓଁ ସମସ୍ତ ଜଗଦା ଧାରାୟୈ ନମଃ ।

ଓଁ ସର୍ୱସଞ୍ଜୀବନୋତ୍ସୁକାୟୈ ନମଃ ।

ଓଁ ଭକ୍ତ-ଚେତୋମୟାନନ୍ତ--ସ୍ୱାର୍ଥ-ବୈଭବ-ବିଭ୍ରମାୟୈ ନମଃ ।

ଓଁ ସର୍ୱାକର୍ଷଣ ବଶ୍ୟାଦି ସର୍ୱକର୍ମ ଦୁରନ୍ଧରାୟୈ ନମଃ । ୨୦

ଓଁ ବିଜ୍ଞାନ ପରମାନନ୍ଦ ବିଦ୍ୟାୟୈ ନମଃ ।

ଓଁ ସନ୍ତାନ ସିଦ୍ଧିଦାୟୈ ନମଃ ।

ଓଁ ଆୟୁରାରୋଗ୍ୟ ସୌଭାଗ୍ୟବଲ ଶ୍ରୀକୀର୍ତି ଭାଗ୍ୟଦାୟୈ ନମଃ ।

ଓଁ ଧନଧାନ୍ୟମଣୀ ବସ୍ତ୍ରଭୂଷାଲେପନ ମାଲ୍ୟଦାୟୈ ନମଃ ।

ଓଁ ଗୃହଗ୍ରାମ ମହାରାଜ୍ୟ ସାଂରାଜ୍ୟ ସୁଖ-ଦାୟିନ୍ୟୈ ନମଃ । ୨୫

ଓଁ ସପ୍ତାଙ୍ଗ ଶକ୍ତି ସମ୍ପୂର୍ଣ ସାର୍ୱଭୌମ ଫଲ0ପ୍ରଦାୟୈ ନମଃ

ଓଁ ବ୍ରହ୍ମବିଷ୍ଣୁଶିବେନ୍ଦ୍ରାଦିପଦ-ବିଶ୍ରାଣନ-କ୍ଷମାୟୈ ନମଃ ।

ଓଁ ଭୁକ୍ତିମୁକ୍ତି-ମହାଭକ୍ତି-ବିରକ୍ତ୍ୟ-ଦ୍ୱୈତଦାୟିନ୍ୟୈ ନମଃ

ଓଁ ନିଗ୍ରହାନୁଗ୍ରହାଧ୍ୟକ୍ଷାୟୈ ନମଃ ।

ଓଁ ଜ୍ଞାନ-ନିର୍ଦ୍ୱୈତଦାୟିନ୍ୟୈ ନମଃ । ୩୦

ଓଁ ପରକାୟ-ପ୍ରବେଶାଦିୟୋଗ-ସିଦ୍ଧି-ପ୍ରଦାୟିନୀ ନମଃ ।

ଓଁ ଶିଷ୍ଟସଞ୍ଜୀ-ବନ-ପ୍ରୌଢାୟୈ ନମଃ ।

ଓଁ ଦୁଷ୍ଟସଂହାରସିଦ୍ଧିଦାୟୈ ନମଃ ।

ଓଁ ଲୀଲାବିନିର୍ମିତାନେକକୋଟିବ୍ରହ୍ମାଣ୍ଡମଣ୍ଡଲାୟୈ ନମଃ ।

ଓଁ ଏକସ୍ମୈ ନମଃ । ୩୫

ଓଁ ଅନେକାତ୍ମିକାୟୈ ନମଃ ।

ଓଁ ନାନାରୂପିଣ୍ୟୈ ନମଃ ।

ଓଁ ଅର୍ଧାଙ୍ଗନେଶ୍ୱର୍ୟୈ ନମଃ ।

ଓଁ ଶିବଶକ୍ତିମୟ୍ୟୈ ନମଃ ।

ଓଁ ନିତ୍ୟଶୃଙ୍ଗାରୈକ ରସ ପ୍ରିୟାୟୈ ନମଃ । ୪୦

ଓଁ ତୁଷ୍ଟାୟୈ ନମଃ ।

ଓଁ ପୁଷ୍ଟାୟୈ ନମଃ ।

ଓଁ ଅପରିଚ୍ଛିନ୍ନାୟୈ ନମଃ ।

ଓଁ ନିତ୍ୟଯୌବନ ମୋହିନ୍ୟୈ ନମଃ ।

ଓଁ ସମସ୍ତ ଦେବତା ରୂପାୟୈ ନମଃ । ୪୫

ଓଁ ସର୍ୱଦେବାଧିଦେବତାୟୈ ନମଃ

ଓଁ ଦେବର୍ଷିପିତୃସିଦ୍ଧାଦିୟୋଗିନୀଭୈରବାତ୍ମିକାୟୈ ନମଃ ।

ଓଁ ନିଧିସିଦ୍ଧିମଣୀ ମୁଦ୍ରାୟୈ ନମଃ ।

ଓଁ ଶସ୍ତ୍ରାସ୍ତ୍ରାୟୁଧ ଭାସୁରାୟୈ ନମଃ ।

ଓଁ ଛତ୍ରଚାମର ବାଦିତ୍ରପତାକାବ୍ୟଜନାଞ୍ଚିତାୟୈ ନମଃ । ୫୦

ଓଁ ହସ୍ତାଶ୍ୱରଥପାଦାତାମାତ୍ୟ ସେନା ସୁସେବିତାୟୈ ନମଃ ।

ଓଁ ପୁରୋହିତ କୁଲାଚାର୍ୟ ଗୁରୁ ଶିଷ୍ୟାଦି  ସେବିତାୟୈ ନମଃ ।

ଓଁ ସୁଧାସମୁଦ୍ର ମଧ୍ୟୋଦ୍ୟତ୍ସୁରଦ୍ରୁମ ନିବାସିନ୍ୟୈ ନମଃ ।

ଓଁ ମଣିଦ୍ୱୀପାନ୍ତରପ୍ରୋଦ୍ୟତ୍କଦଂବବନବାସିନ୍ୟୈ ନମଃ ।

ଓଁ ଚିନ୍ତାମଣି ଗୃହାନ୍ତସ୍ଥାୟୈ ନମଃ । ୫୫

ଓଁ ମଣିମଣ୍ଡପ ମଧ୍ୟଗାୟୈ ନମଃ ।

ଓଁ ରତ୍ନସିଂହାସନ ପ୍ରୋଦ୍ୟତ୍ଶିବ ମଞ୍ଚାଧିଶାୟିନ୍ୟୈ ନମଃ ।

ଓଁ ସଦାଶିବ ମହାଲିଙ୍ଗ ମୂଲସଂଘଟ୍ଟୟୋନିକାୟୈ ନମଃ ।

ଓଁ ଅନ୍ୟୋନ୍ୟାଲିଙ୍ଗ-ସଂଘର୍ଷକନ୍ଣ୍ଡୂସଂକ୍ଷୁବ୍ଧ-ମାନସାୟୈ ନମଃ ।

ଓଁ କଲୋଦ୍ୟଦ୍ବିନ୍ଦୁକାଲିନ୍ୟା-ତୁର୍ୟନାଦପରଂ-ପରାୟୈ ନମଃ । ୬୦

ଓଁ ନାଦାନ୍ତାନନ୍ଦ-ସନ୍ଦୋହସ୍ୱୟଂ-ବ୍ୟକ୍ତବଚୋଽମୃତାୟୈ ନମଃ ।

ଓଁ କାମରାଜ ମହାତନ୍ତ୍ର ରହସ୍ୟାଚାର ଦକ୍ଷିଣାୟୈ ନମଃ ।

ଓଁ ମକାର-ପଞ୍ଚକୋଦ୍ଭୂତ ପ୍ରୌଢାନ୍ତୋଲ୍ଲାସ ସୁନ୍ଦର୍ୟୈ ନମଃ ।

ଓଁ ଶ୍ରୀଚକ୍ରରାଜ ନିଲୟାୟୈ ନମଃ

ଓଁ ଶ୍ରୀବିଦ୍ୟାମନ୍ତ୍ର ବିଗ୍ରହାୟୈ ନମଃ । ୬୫

ଓଁ ଅଖଣ୍ଡ ସଚ୍ଚିଦାନନ୍ଦ ଶିବଶକ୍ତୈକ ରୂପିଣ୍ୟୈ ନମଃ ।

ଓଁ ତ୍ରିପୁରାୟୈ ନମଃ ।

ଓଁ ତ୍ରିପୁରେଶାନ୍ୟୈ ନମଃ ।

ଓଁ ମହାତ୍ରିପୁରସୁନ୍ଦର୍ୟୈ ନମଃ

ଓଁ ତ୍ରିପୁରାବାସରସିକାୟୈ ନମଃ । ୭୦

ଓଁ ତ୍ରିପୁରାଶ୍ରୀ ସ୍ୱରୂପିଣ୍ୟୈ ନମଃ ।

ଓଁ ମହାପଦ୍ମବନାନ୍ତସ୍ଥାୟୈ ନମଃ ।

ଓଁ ଶ୍ରୀମତ୍ତ୍ରିପୁର ମାଲିନ୍ୟୈ ନମଃ ।

ଓଁ ମହାତ୍ରିପୁର ସିଦ୍ଧାମ୍ବାୟୈ ନମଃ ।

ଓଁ ଶ୍ରୀମହାତ୍ରିପୁରାମ୍ବିକାୟୈ ନମଃ । ୭୫

ଓଁ ନବଚକ୍ର କ୍ରମାଦେୟୈ ନମଃ ।

ଓଁ ମହାତ୍ରିପୁର ଭୈରବ୍ୟୈ ନମଃ ।

ଓଁ ଶ୍ରୀମାତ୍ରେ ନମଃ ।

ଓଁ ଲଲିତାୟୈ ନମଃ ।

ଓଁ ବାଲାୟୈ ନମଃ । ୮୦

ଓଁ ରାଜରାଜେଶ୍ୱର୍ୟୈ ନମଃ ।

ଓଁ ଶିବାୟୈ ନମଃ ।

ଓଁ ଉତ୍ପତ୍ତି-ସ୍ଥିତି-ସଂହାର-କ୍ରମ-ଚକ୍ର-ନିବାସିନ୍ୟୈ ନମଃ ।

ଓଁ ଅର୍ଧମେର୍ୱାତ୍ମ-ଚକ୍ରସ୍ଥାୟୈ ନମଃ ।

ଓଁ ସର୍ୱଲୋକ ମହେଶ୍ୱର୍ୟୈ ନମଃ । ୮୫

ଓଁ ବଲ୍ମୀକପୁର ମଧ୍ୟସ୍ଥାୟୈ ନମଃ ।

ଓଁ ଜମ୍ବୂବନ ନିବାସିନ୍ୟୈ ନମଃ

ଓଁ ଅରୁଣାଚଲ ଶୃଙ୍ଗସ୍ଥାୟୈ ନମଃ ।

ଓଁ ବ୍ୟାଘ୍ରାଲୟ ନିବାସିନ୍ୟୈ ନମଃ ।

ଓଁ ଶ୍ରୀକାଲହସ୍ତିନି ଲୟାୟୈ ନମଃ । ୯୦

ଓଁ କାଶୀପୁର ନିବାସିନ୍ୟୈ ନମଃ ।

ଓଁ ଶ୍ରୀମତ୍କୈଲାସ ନିଲୟାୟୈ ନମଃ ।

ଓଁ ଦ୍ୱାଦଶାନ୍ତମହେଶ୍ୱର୍ୟୈ ନମଃ ।

ଓଁ ଶ୍ରୀଷୋଡଶାନ୍ତ-ମଧ୍ୟସ୍ଥାୟୈ ନମଃ ।

ଓଁ ସର୍ୱବେଦାନ୍ତ-ଲକ୍ଷିତାୟୈ ନମଃ । ୯୫

ଓଁ ଶ୍ରୁତିସ୍ମୃତି-ପୁରାଣେତିହାସାଗମ-କଲେଶ୍ୱର୍ୟୈ ନମଃ ।

ଓଁ ଭୂତଭୌତିକ-ତନ୍ମାତ୍ରଦେବତା-ପ୍ରାଣହୃନ୍ମୟ୍ୟୈ ନମଃ ।

ଓଁ ଜୀବେଶ୍ୱର-ବ୍ରହ୍ମରୂପାୟୈ ନମଃ ।

ଓଁ ଶ୍ରୀଗୁଣାଢ୍ୟାୟୈ ନମଃ ।

ଓଁ ଗୁଣାତ୍ମିକାୟୈ ନମଃ । ୧୦୦

ଓଁ ଅବସ୍ଥା-ତ୍ରୟ-ନିର୍ମୁକ୍ତାୟୈ ନମଃ ।

ଓଁ ବାଗ୍ରମୋମାମହୀମୟ୍ୟୈ ନମଃ ।

ଓଁ ଗାୟତ୍ରୀ-ଭୁବନେଶାନୀ-ଦୁର୍ଗାକାଳ୍ୟାଦି-ରୂପିଣ୍ୟୈ ନମଃ ।

ଓଁ ମତ୍ସ୍ୟକୂର୍ମ-ବରାହାଦି-ନାନାରୂପ-ବିଲାସିନ୍ୟୈ ନମଃ ।

ଓଁ ମହାୟୋଗୀଶ୍ୱରା-ରାଧ୍ୟାୟୈ ନମଃ୧୦୫

ଓଁ ମହାବୀର ବର-ପ୍ରଦାୟୈ ନମଃ ।

ଓଁ ସିଦ୍ଧେଶ୍ୱର କୁଲାରାଧ୍ୟାୟୈ ନମଃ ।

ଓଁ ଶ୍ରୀମଚ୍ଚରଣ ବୈଭବାୟୈ ନମଃ । ୧୦୮

ଶ୍ରୀଂ ହ୍ରୀଂ ଐଂ ଓଁ ।



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...