Skip to main content

ଗତ ଦିନ 'ପୂର୍ବ', ଓ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଥିବା ବସ୍ତୁ ଦୋଷ ଓ ତାହାର ପ୍ରତିକାର ଉପରେ ଲେଖିଥିଲି। ଆଜି, ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଥିବା ବାସ୍ତୁ ଦୋଷ ଓ ତାହାର ପ୍ରତିକାର ଲେଖୁଅଛି-।[ପ୍ରସ୍ତୁତ ଲେଖା ' ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ].

 ୩) ଦକ୍ଷିଣ-ପୂର୍ବ ଦିଗ - (ଲାଲ୍‌) (ଅଗ୍ନିତତ୍ୱ)

ଏହି ଦିଗର ଗ୍ରହ ଦେବତା ଶୁକ୍ର ଅଟନ୍ତି । ଶୁକ୍ର ଭୈାତିକ ସୁଖ, ବିବାହ ଓ ଧନର କାରକ ଅଟନ୍ତି । ଅଧିକରୁ ଅଧିକ ଧନ ରୋଜଗାର କରିବା ଓ ସଂଚୟ କରିବା, ଅଧିକରୁ ଅଧିକ ଘରଦ୍ୱାର କରିବା, ସୁନା ଗହଣା କରିବା ଓ ଅଧିକରୁ ଅଧିକ ବାହାନ ଆଦି ଶୁକ୍ରର କାରକ ଅଟେ । ଯଦି ଏହି ଦିଗ ଅସନ୍ତୁଳିତ ଥାଏ ତେବେ ବାରମ୍ବାର ଦୁର୍ଘଟଣା ହୋଇଥାଏ ଓ ହାତରେ ଟଙ୍କା ରହେନାହିଁ । ବିବାହରେ ବିଳମ୍ବ ଓ ସନ୍ତାନ ଜନ୍ମରେ ମଧ୍ୟ ବିଳମ୍ବତା ଦେଖାଯାଇଥାଏ । ଯେତେକ ପ୍ରକାରର ସରକାରୀ ସଂସ୍ଥା ଅଛି ଯଥା-ଇନ୍‌କମ୍ ଟାକ୍‌ସ ଏବଂ କଷ୍ଟମ ଡିପାର୍ଟମେଂଟ୍ ଆଦି ଏହି ଅଗ୍ନି ତତ୍ୱକୁ ବୁଝାଇଥାଏ । ଯଦି ଏହି ଦିଗ ଦୁର୍ବଳ ଥାଏ ତେବେ ଉପରୋକ୍ତ ଡିପାର୍ଟମେଂଟ୍ ପକ୍ଷରୁ ଚଢ଼ାଉ ହେବାର ସମ୍ଭାବନା ରହିଥାଏ । ଲାଲ୍ ରଙ୍ଗର ୧୫ ୱାଟ୍ ବଲ୍‌ବ୍ ଏହି ଦିଗର ଦୋଷକୁ ସମାଧାନ କରେ ।

            ଯେତେବେଳେ ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ଆପଣ ସମାଜ ସହିତ ଏତେ ଜଡ଼ିତ ହୋଇଯାଆନ୍ତି ତାହା ସମୟର ଅପଚୟ ମାତ୍ର ଅଟେ । କୈାଣସି ପ୍ରକାର ଲାଭ ମିଳିନଥାଏ । ଲାଲ୍ ରଙ୍ଗ ଏହାର ସମାଧାନ ଅଟେ ।

            ଦକ୍ଷିଣ-ପୂର୍ବ ଦିଗରେ ଶୈାଚାଳୟ, ବେଡ୍‌ରୁମ୍‌, ଏହି ଦିଗ ଯଦି କଟି ଥାଏ ବା ବର୍ଦ୍ଧିତ ହୋଇଥାଏ ତେବେ ଏହି ଦିଗରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।

            ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ହୃଦୟରୋଗ, ଡିପ୍ରେସନ୍ କିମ୍ବା ଆତ୍ମହତ୍ୟା କରିବାର ପ୍ରବୃତି ଆଦି ଦେଖାଯାଏ । ଆର୍ଥିକ ଦୃଷ୍ଟିକୋଣରୁ ବ୍ୟବସାୟରେ କ୍ଷତି ଓ ଉଧାର ଦେଇଥିବା ଟଙ୍କା ମିଳିନଥାଏ । ଚାକିରି ମିଳିବା ଏକ ସମସ୍ୟା ହୋଇଥାଏ ।

            ସାମାଜିକ ଦୃଷ୍ଟିକୋଣରୁ ପତି ଓ ପତ୍ନୀ ଭିତରେ ଭଲ ସମ୍ପର୍କ ରହେନାହିଁ । ବିବାହ ହୋଇ ନଥାଏ । ସଦାସର୍ବଦା ଘରେ ଝଗଡ଼ା ଲାଗି ରହେ । କୋର୍ଟ କେସ୍ ଓ ପୋଲିସ୍ କେସ୍‌ର ସମ୍ମୁଖୀନ ହୋଇଥାନ୍ତି । ନିଜର ପତ୍ନୀ ଥିବା ସତ୍ୱେ ଅନ୍ୟ ନାରୀ ସହିତ କୁସମ୍ପର୍କ ରହିଥାଏ ।

            ଏହି ଦିଗର ଦୋଷକୁ ଦୁରିଭୁତ କରିବା ପାଇଁ ଉପାୟ ଗୁଡିକ ନିମ୍ନରେ ଦିଆଗଲା । ଶୈାଚାଳୟର ଦ୍ୱାର ସଦାସର୍ବଦା ବନ୍ଦ୍ ରଖନ୍ତୁ । ନିଜର ବେଡ୍‌ରୁମ୍ ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ ।

            ଏହି ଦିଗ ଅସନ୍ତୁଳିତ ଥିଲେ ଛୋଟ ଛୋଟ କଥାରେ ପରିବାରର ସଦସ୍ୟମାନେ ଝଗଡ଼ା କରିଥାନ୍ତି । ସେମାନେ ସବାସର୍ବଦା ଭାବନ୍ତି ଯେ ଟଙ୍କା ହିଁ ସବୁକିଛି ଅଟେ କିନ୍ତୁ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି ନାହିଁ । ହଳଦିଆ ରଙ୍ଗ ଏହାର ସମାଧାନ ଅଟେ ।

            ଏହି ଦିଗରେ ମିକ୍‌ଶ୍ଚର୍ ଗ୍ରାଇଣ୍ଡର୍ ରଖିବା ଉତମ ଅଟେ । ଏହି ଦିଗରେ ଶୟନ କକ୍ଷ କରିବା ଉଚିତ୍ ନୁହେଁ । ଯଦି କରାଯାଏ ତେବେ ପରିବାରର ସଦସ୍ୟ ମଧ୍ୟରେ ଝଗଡ଼ା ଲାଗି ରହେ ଏବଂ ସମସ୍ତେ ସମସ୍ତଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ।

            ଏହି ଦିଗର ଦୋଷର ନିରାକରଣ ପାଇଁ ହୀରାକୁ ଭୂମି ତଳେ ସ୍ଥାପନ କରନ୍ତୁ । ଏହି ଦିଗର ଗ୍ରହସ୍ୱାମୀ ଶୁକ୍ର ଅଟନ୍ତି । ଦିକ୍‌ପାଳ ଶକ୍ତି ଅଟନ୍ତି । ଏହି ଶକ୍ତିର ଚିତ୍ରକୁ ରୁପାରେ ଅଙ୍କିତ କରି ଓ ଯଥାବିଧି ପୂଜନ ହବନ କରି ଏହି ଦିଗରେ ମାଟି ତଳେ ସ୍ଥାପନ କରନ୍ତୁ ।

ଏହି ଦିଗକୁ ଧନର ଦିଗ କୁହାଯାଏ ।

ଯଦି ଏହି ଦିଗରେ ଦୋଷ ଥାଏ ତେବେ-

-ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରନ୍ତି ନାହିଁ ।

- ହାତରେ ଟଙ୍କା ରହେନାର୍ହି ।

- ଲାଭରେ ହାନି ହୁଏ ।

- ନୂତନ ସୁଯୋଗ ଆର୍ଥିକ କ୍ଷେତ୍ରରେ ଆସେନାହିଁ ।

- ଆର୍ଥିକ କ୍ଷେତ୍ରରେ କୈାଣସି ପ୍ରକାରର ଝଗଡ଼ାକୁ ସମାଧାନ କରିପାରନ୍ତି ନାହିଁ ।

-  ଆପଣଙ୍କ ମଧ୍ୟରେ ଭଲ ବୁଝାମଣା ରହେନାହିଁ ।

ନିରାକରଣ-

- ଗୋଲ୍‌ଡ୍ ଫିସ୍ ର ଫଟୋ କିମ୍ବା ଗୋଲ୍‌ଡ୍ ଫିସ୍‌ରକୁ ଆକ୍ୱାରିୟମ୍‌ରେ ରଖନ୍ତୁ ।

- ଏହି ଦିଗରେ ୧୫ ୱାଟ୍‌ର ଲାଲ୍ ରଙ୍ଗର ବଲ୍‌ବ ଜଳାନ୍ତୁ ।

- ଏହି ଦିଗରେ ମନି ପ୍ଲାଂଟ୍ ସ୍ଥାପନ କରନ୍ତୁ ।

(୪) ଦକ୍ଷିଣ-ଦକ୍ଷିଣ-ପୂର୍ବ - (ଲାଲ୍‌) (ଅଗ୍ନିତତ୍ୱ)

ଆତ୍ମ ବିଶ୍ୱାସ ଏବଂ ଶକ୍ତିର ଏହି କ୍ଷେତ୍ର ଅଟେ । ଯଦି କୈାଣସି ଭବନରେ ଏହି କ୍ଷେତ୍ର ଦୁର୍ବଳ ଅଛି ତେବେ ଘରର ସଦସ୍ୟମାନେ ଶକ୍ତି ରହିତ, କମ୍ ସହନଶକ୍ତି ଓ ଯେକୈାଣସି ଜିନିଷର ଆଗ୍ରହ ପ୍ରକାଶ କରିବାରେ ନ୍ୟୁନତା ଆଣିଥାଏ । ସଦାସର୍ବଦା ଅଳସୁଆ ହୋଇ ରହିଥାଏ । ଆତ୍ମ ବିଶ୍ୱାସରେ ଘୋର ଅଭାବ ଦେଖାଦେଇଥାଏ । ଏହି ଦିଗ ରୋଷେଇ ଘର ପାଇଁ ଆଦର୍ଶ କ୍ଷେତ୍ର ଅଟେ । ଏହି କ୍ଷେତ୍ର ଯଦି ସନ୍ତୁଳିତ ଥାଏ ତେବେ ଘରର ସଦସ୍ୟମାନଙ୍କର ମନ ଆତ୍ମ ବିଶ୍ୱାସ ଓ ସକାରାତ୍ମକ ଉର୍ଜା ରେ ଭରପୁର୍ ହୋଇ ରହିଥାଏ । ସାଧାରଣତଃ କୈାଣସି ରୋଗ ସେମାନଙ୍କୁ ଆକ୍ରମଣ କରିପାରନ୍ତି ନାହିଁ । ସେମାନେ ସଦାସର୍ବଦା ନୂତନ ବିଶ୍ୱାସର ସହିତ ଯେକୈାଣସି କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।

continue....


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...