ଗତ ଦିନ 'ପୂର୍ବ', ଓ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଥିବା ବସ୍ତୁ ଦୋଷ ଓ ତାହାର ପ୍ରତିକାର ଉପରେ ଲେଖିଥିଲି। ଆଜି, ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଥିବା ବାସ୍ତୁ ଦୋଷ ଓ ତାହାର ପ୍ରତିକାର ଲେଖୁଅଛି-।[ପ୍ରସ୍ତୁତ ଲେଖା ' ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ].
୩) ଦକ୍ଷିଣ-ପୂର୍ବ ଦିଗ - (ଲାଲ୍) (ଅଗ୍ନିତତ୍ୱ)
ଏହି
ଦିଗର ଗ୍ରହ ଦେବତା ଶୁକ୍ର ଅଟନ୍ତି । ଶୁକ୍ର ଭୈାତିକ ସୁଖ, ବିବାହ ଓ ଧନର କାରକ ଅଟନ୍ତି । ଅଧିକରୁ ଅଧିକ ଧନ ରୋଜଗାର କରିବା ଓ ସଂଚୟ କରିବା, ଅଧିକରୁ ଅଧିକ ଘରଦ୍ୱାର କରିବା, ସୁନା ଗହଣା କରିବା ଓ ଅଧିକରୁ ଅଧିକ ବାହାନ
ଆଦି ଶୁକ୍ରର କାରକ ଅଟେ । ଯଦି ଏହି ଦିଗ ଅସନ୍ତୁଳିତ ଥାଏ ତେବେ ବାରମ୍ବାର ଦୁର୍ଘଟଣା ହୋଇଥାଏ ଓ
ହାତରେ ଟଙ୍କା ରହେନାହିଁ । ବିବାହରେ ବିଳମ୍ବ ଓ ସନ୍ତାନ ଜନ୍ମରେ ମଧ୍ୟ ବିଳମ୍ବତା ଦେଖାଯାଇଥାଏ
। ଯେତେକ ପ୍ରକାରର ସରକାରୀ ସଂସ୍ଥା ଅଛି ଯଥା-ଇନ୍କମ୍ ଟାକ୍ସ ଏବଂ କଷ୍ଟମ ଡିପାର୍ଟମେଂଟ୍ ଆଦି
ଏହି ଅଗ୍ନି ତତ୍ୱକୁ ବୁଝାଇଥାଏ । ଯଦି ଏହି ଦିଗ ଦୁର୍ବଳ ଥାଏ ତେବେ ଉପରୋକ୍ତ ଡିପାର୍ଟମେଂଟ୍
ପକ୍ଷରୁ ଚଢ଼ାଉ ହେବାର ସମ୍ଭାବନା ରହିଥାଏ । ଲାଲ୍ ରଙ୍ଗର ୧୫ ୱାଟ୍ ବଲ୍ବ୍ ଏହି ଦିଗର ଦୋଷକୁ
ସମାଧାନ କରେ ।
ଯେତେବେଳେ ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ
ଆପଣ ସମାଜ ସହିତ ଏତେ ଜଡ଼ିତ ହୋଇଯାଆନ୍ତି ତାହା ସମୟର ଅପଚୟ ମାତ୍ର ଅଟେ । କୈାଣସି ପ୍ରକାର ଲାଭ
ମିଳିନଥାଏ । ଲାଲ୍ ରଙ୍ଗ ଏହାର ସମାଧାନ ଅଟେ ।
ଦକ୍ଷିଣ-ପୂର୍ବ ଦିଗରେ ଶୈାଚାଳୟ, ବେଡ୍ରୁମ୍, ଏହି ଦିଗ ଯଦି କଟି ଥାଏ ବା ବର୍ଦ୍ଧିତ
ହୋଇଥାଏ ତେବେ ଏହି ଦିଗରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।
ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ହୃଦୟରୋଗ, ଡିପ୍ରେସନ୍ କିମ୍ବା ଆତ୍ମହତ୍ୟା କରିବାର
ପ୍ରବୃତି ଆଦି ଦେଖାଯାଏ । ଆର୍ଥିକ ଦୃଷ୍ଟିକୋଣରୁ ବ୍ୟବସାୟରେ କ୍ଷତି ଓ ଉଧାର ଦେଇଥିବା ଟଙ୍କା
ମିଳିନଥାଏ । ଚାକିରି ମିଳିବା ଏକ ସମସ୍ୟା ହୋଇଥାଏ ।
ସାମାଜିକ ଦୃଷ୍ଟିକୋଣରୁ ପତି ଓ ପତ୍ନୀ ଭିତରେ
ଭଲ ସମ୍ପର୍କ ରହେନାହିଁ । ବିବାହ ହୋଇ ନଥାଏ । ସଦାସର୍ବଦା ଘରେ ଝଗଡ଼ା ଲାଗି ରହେ । କୋର୍ଟ କେସ୍
ଓ ପୋଲିସ୍ କେସ୍ର ସମ୍ମୁଖୀନ ହୋଇଥାନ୍ତି । ନିଜର ପତ୍ନୀ ଥିବା ସତ୍ୱେ ଅନ୍ୟ ନାରୀ ସହିତ କୁସମ୍ପର୍କ
ରହିଥାଏ ।
ଏହି ଦିଗର ଦୋଷକୁ ଦୁରିଭୁତ କରିବା ପାଇଁ
ଉପାୟ ଗୁଡିକ ନିମ୍ନରେ ଦିଆଗଲା । ଶୈାଚାଳୟର ଦ୍ୱାର ସଦାସର୍ବଦା ବନ୍ଦ୍ ରଖନ୍ତୁ । ନିଜର ବେଡ୍ରୁମ୍
ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ ।
ଏହି ଦିଗ ଅସନ୍ତୁଳିତ ଥିଲେ ଛୋଟ ଛୋଟ କଥାରେ
ପରିବାରର ସଦସ୍ୟମାନେ ଝଗଡ଼ା କରିଥାନ୍ତି । ସେମାନେ ସବାସର୍ବଦା ଭାବନ୍ତି ଯେ ଟଙ୍କା ହିଁ
ସବୁକିଛି ଅଟେ କିନ୍ତୁ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି ନାହିଁ । ହଳଦିଆ ରଙ୍ଗ ଏହାର ସମାଧାନ ଅଟେ
।
ଏହି ଦିଗରେ ମିକ୍ଶ୍ଚର୍ ଗ୍ରାଇଣ୍ଡର୍ ରଖିବା
ଉତମ ଅଟେ । ଏହି ଦିଗରେ ଶୟନ କକ୍ଷ କରିବା ଉଚିତ୍ ନୁହେଁ । ଯଦି କରାଯାଏ ତେବେ ପରିବାରର ସଦସ୍ୟ
ମଧ୍ୟରେ ଝଗଡ଼ା ଲାଗି ରହେ ଏବଂ ସମସ୍ତେ ସମସ୍ତଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ।
ଏହି ଦିଗର ଦୋଷର ନିରାକରଣ ପାଇଁ ହୀରାକୁ
ଭୂମି ତଳେ ସ୍ଥାପନ କରନ୍ତୁ । ଏହି ଦିଗର ଗ୍ରହସ୍ୱାମୀ ଶୁକ୍ର ଅଟନ୍ତି । ଦିକ୍ପାଳ ଶକ୍ତି
ଅଟନ୍ତି । ଏହି ଶକ୍ତିର ଚିତ୍ରକୁ ରୁପାରେ ଅଙ୍କିତ କରି ଓ ଯଥାବିଧି ପୂଜନ ହବନ କରି ଏହି ଦିଗରେ
ମାଟି ତଳେ ସ୍ଥାପନ କରନ୍ତୁ ।
ଏହି
ଦିଗକୁ ଧନର ଦିଗ କୁହାଯାଏ ।
ଯଦି
ଏହି ଦିଗରେ ଦୋଷ ଥାଏ ତେବେ-
-ଆର୍ଥିକ କ୍ଷେତ୍ରରେ ଉନ୍ନତି କରିପାରନ୍ତି ନାହିଁ ।
- ହାତରେ ଟଙ୍କା ରହେନାର୍ହି ।
- ଲାଭରେ ହାନି ହୁଏ ।
- ନୂତନ ସୁଯୋଗ ଆର୍ଥିକ କ୍ଷେତ୍ରରେ ଆସେନାହିଁ ।
- ଆର୍ଥିକ କ୍ଷେତ୍ରରେ କୈାଣସି ପ୍ରକାରର
ଝଗଡ଼ାକୁ ସମାଧାନ କରିପାରନ୍ତି ନାହିଁ ।
- ଆପଣଙ୍କ ମଧ୍ୟରେ ଭଲ ବୁଝାମଣା ରହେନାହିଁ ।
ନିରାକରଣ-
- ଗୋଲ୍ଡ୍ ଫିସ୍ ର ଫଟୋ କିମ୍ବା ଗୋଲ୍ଡ୍
ଫିସ୍ରକୁ ଆକ୍ୱାରିୟମ୍ରେ ରଖନ୍ତୁ ।
- ଏହି ଦିଗରେ ୧୫ ୱାଟ୍ର ଲାଲ୍ ରଙ୍ଗର ବଲ୍ବ
ଜଳାନ୍ତୁ ।
- ଏହି ଦିଗରେ ମନି ପ୍ଲାଂଟ୍ ସ୍ଥାପନ କରନ୍ତୁ ।
(୪) ଦକ୍ଷିଣ-ଦକ୍ଷିଣ-ପୂର୍ବ - (ଲାଲ୍)
(ଅଗ୍ନିତତ୍ୱ)
ଆତ୍ମ
ବିଶ୍ୱାସ ଏବଂ ଶକ୍ତିର ଏହି କ୍ଷେତ୍ର ଅଟେ । ଯଦି କୈାଣସି ଭବନରେ ଏହି କ୍ଷେତ୍ର ଦୁର୍ବଳ ଅଛି
ତେବେ ଘରର ସଦସ୍ୟମାନେ ଶକ୍ତି ରହିତ, କମ୍
ସହନଶକ୍ତି ଓ ଯେକୈାଣସି ଜିନିଷର ଆଗ୍ରହ ପ୍ରକାଶ କରିବାରେ ନ୍ୟୁନତା ଆଣିଥାଏ । ସଦାସର୍ବଦା
ଅଳସୁଆ ହୋଇ ରହିଥାଏ । ଆତ୍ମ ବିଶ୍ୱାସରେ ଘୋର ଅଭାବ ଦେଖାଦେଇଥାଏ । ଏହି ଦିଗ ରୋଷେଇ ଘର ପାଇଁ
ଆଦର୍ଶ କ୍ଷେତ୍ର ଅଟେ । ଏହି କ୍ଷେତ୍ର ଯଦି ସନ୍ତୁଳିତ ଥାଏ ତେବେ ଘରର ସଦସ୍ୟମାନଙ୍କର ମନ ଆତ୍ମ
ବିଶ୍ୱାସ ଓ ସକାରାତ୍ମକ ଉର୍ଜା ରେ ଭରପୁର୍ ହୋଇ ରହିଥାଏ । ସାଧାରଣତଃ କୈାଣସି ରୋଗ ସେମାନଙ୍କୁ
ଆକ୍ରମଣ କରିପାରନ୍ତି ନାହିଁ । ସେମାନେ ସଦାସର୍ବଦା ନୂତନ ବିଶ୍ୱାସର ସହିତ ଯେକୈାଣସି କାର୍ଯ୍ୟକୁ
କାର୍ଯ୍ୟକାରୀ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।


Comments
Post a Comment