Skip to main content

 ।ଗୃହର ଦ୍ଵାର--

ବର୍ତ୍ତମାନ ଘରର ଦ୍ଵାର କେଉଁ ଦିଗ ଓ କେଉଁ ପଦରେ ରଖିଲେ ତାହା ଶୁଭ ଫଳ ଦେବ ତା' ଉପରେ ଆଲୋଚନା କରିବା.

ଗୃହର ଦ୍ୱାର-

         ଗ୍ରନ୍ଥରେ ଚାରି ପ୍ରକାରର ଦ୍ୱାରର ବର୍ଣ୍ଣନା ଅଛି -ଉତ୍ସଙ୍ଗ- ଯଦି ଘରର ଦ୍ୱାର ଗେଟ୍ ଦ୍ୱାର ସମାନ ଦିଗରେ ଥାଏ ତେବେ ଏହା ଶୁଭଙ୍କର୍ ଅଟେ ଯଥା-ସମ୍ପନ୍ନତା, ସନ୍ତାନ, ମାନସିକ ଖୁସି ଆଧ୍ୟାତ୍ମିକ ଶାନ୍ତି ଆଦି ମିଳିଥାଏ      -ହିନବାହୁ - ଯେତେବେଳେ ଆମେ ପ୍ଲଟ୍ ଗେଟ୍ ହୋଇ ବାମପଟେ ଘରର ଦ୍ୱାରକୁ ପହଂଚୁ ତାହା ଦୁର୍ଭାଗ୍ୟ ଜନକ ଅଟେ -ପୂର୍ଣ୍ଣବାହୁ - ଯେତେବେଳେ ଆମେ ପ୍ଲଟ୍ ଗେଟ୍ରେ ପ୍ରବେଶ କରୁ ଡାହାଣପଟେ ଘରର ମୁଖ୍ୟଦ୍ୱାର ଥାଏ ତେବେ ତାହା ଶୁଭ ଅଟେ -ପ୍ରତ୍ୟାଖ୍ୟାୟ - ଯେତେବେଳେ ଆମେ ପ୍ଲଟ୍ ଦ୍ୱାର ଘରର ମୁଖ୍ୟ ଦ୍ୱାରା ବିପରୀତ ଦିଗରେ ଥାଏ ତାହା ଦୁର୍ଭାଗ୍ୟଜନକ ଅଟେ

         ବର୍ତମାନ ଆମେ ଜାଣିବା କେଉଁ ଦିଗରେ କେଉଁ ପଦରେ ଘରର ମୁଖ୍ୟ ଦ୍ୱାର କଲେ ଅତିବ ଶୁଭଫଳ ମିଳିଥାଏ ତାହା ବର୍ଣ୍ଣନା କରିବାକୁ ଯାଉଅଛୁ

         ଇଶାନ କୋଣରୁ ଅଗ୍ନିକୋଣ ପର୍ଯ୍ୟନ୍ତ ପୂର୍ବ ଦିଗ ଅଟେ ଅଗ୍ନିକୋଣରୁ ନିରୁତ କୋଣ ଦକ୍ଷିଣ ଦିଗ ଅଟେ ନିରୁତ କୋଣରୁ ବାୟୁ କୋଣ ପଶ୍ଚିମ ଦିଗଅଟେ ବାୟୁ କୋଣରୁ ଐଶାନ୍ୟ କୋଣ ଉତର ଦିଗ ଅଟେ ଯଦି ପ୍ଲଟ୍ ପ୍ରତ୍ୟେକ ଦିଗକୁ ସମାନ୯ଭାଗରେ ବିଭକ୍ତ କରାଯାଏ ତେବେ ଆମେ ଜାଣିପାରିବା କେଉଁ ଭାଗରେ ବା କେଉଁ ପଦରେ ମୁଖ୍ୟ ଦ୍ୱାରା କଲେ ଶୁଭ ଅଟେ

ପୂର୍ବଦିଗ-

() ଇଶ / ଶିଖି - ଏହି ଦିଗରେ ଦ୍ୱାର କଲେ ଅଗ୍ନିର ଭୟ ଥାଏ

() ପର୍ଜନ୍ୟ - ଏହି ଦିଗରେ ଦ୍ୱାର କଲେ କନ୍ୟା ସନ୍ତାନ ଅଧିକ ଜନ୍ମ ହୁଅନ୍ତି ଏବଂ ପ୍ରଚୁର ଧନ ମଧ୍ୟ ଆସେ

() ଜୟନ୍ତ - ପ୍ରଚୁର ଧନ ସମ୍ପନ୍ନତା ଆସିଥାଏ

) ମହେନ୍ଦ୍ର - ସରକାରଙ୍କ ପାଖରୁ ପ୍ରଚୁର ସାହାଯ୍ୟ ଆସିଥାଏ

() ଆଦିତ୍ୟ / ସୂର୍ଯ୍ୟ - କ୍ରୋଧ ବଢ଼ିଥାଏ

() ସତ୍ୟ - ମିଛ କଥା କହିବା ଅଭ୍ୟାସରେ ପରିଣତ ହୁଏ

() ବୃଷ - ନିଷ୍ଠୁରତା ପ୍ରକାଶ ପାଏ ଠକିବା ମନୋବୃତି ରହେ

() ଅନ୍ତରୀକ୍ଷ - ଚୋରି କରିବା ମନବୃତି ରହେ

() ଅଗ୍ନି - କମ୍ ସନ୍ତାନ ସନ୍ତତି ହୁଅନ୍ତି

ଦକ୍ଷିଣ ଦିଗ -

() ପୁଶା - କାହା ପାଖରେ ଚାକିରୀ କରିବାର ମନବୃତି

() ବିତଥ - ଏକୁଟିଆ ଅନୁଭବ କରେ

() ଗୃହକ୍ଷତ - ସମ୍ପନ୍ନତା ଆଣିଥାଏ

() ଯମ - କ୍ରୋଧ ବଢ଼ାଇଥାଏ

() ଗନ୍ଧର୍ବ - ଅନ୍ୟର ସାହାଯ୍ୟକୁ ଭୁଲି ଯାଇଥାଏ

() ଭୃଙ୍ଗରାଜ - ଧନର ହାନି ହୁଏ

() ମ୍ରିଗ - ସନ୍ତାନର ହାନି ହୋଇଥାଏ

() ପିତୃ - ସନ୍ତାନମାନେ ପୀଡ଼ା ପାଇଥାନ୍ତି

ପଶ୍ଚିମ ଦିଗ -

() ଦ୍ୱାରିକା - ଶତୃତା ବୃଦ୍ଧି

() ସୁଗ୍ରୀବ - ଶତୃତା ବୃଦ୍ଧି

() ପୁଷ୍ପଦନ୍ତ - ଧନର ଆଗମନ

() ବରୁଣ - ଧନ ସମ୍ପତିର ଆଗମନ

() ଅସୁର -ସରକାରଙ୍କ ପକ୍ଷରୁ ଦଣ୍ଡ ଭୟ

() ଶୋସ- ଧନ ସମ୍ପତିର ହାନି

() ରୋଗ - ରୋଗ

() ମାରୁତ - ମୃତ୍ୟୁ କିମ୍ବା ରାଜବନ୍ଦୀ

ଉତର ଦିଗ -

() ନାଗ -ଶତୃତା

() ମୁଖ୍ୟ - ଧନ, ସମ୍ପତି ସନ୍ତାନର ବୃଦ୍ଧି

() ଭଲ୍ଲାଟ -ଧନ ସମ୍ପତିର ସମ୍ପନ୍ନତା

() ସୋମ - ଧନ ପୁତ୍ର ସନ୍ତାନର ଲାଭ

() ମ୍ରିଗ - ପୁତ୍ର ସନ୍ତାନ ପ୍ରତି କୈାଣସି ସ୍ନେହ ନଥାଏ

() ଅଦିତି - ମହିଳାମାନେ ପୀଡ଼ା ପାଇଥାନ୍ତି

() ଉଦିତି - ଗରିବ ହୋଇଥାନ୍ତି

ତେଣୁ ଗୃହର ପୂର୍ବ ଦିଗରେ ପର୍ଜନ୍ୟ, ଜୟନ୍ତ ଇନ୍ଦ୍ର, ଉତର ଦିଗରେ ମୁଖ୍ୟ, ଭଲ୍ଲାଟ ସୋମ, ପଶ୍ଚିମ ଦିଗରେ ପୁଷ୍ପଦନ୍ତ, ବରୁଣ, ଦ୍ୱାରିକା, ଦକ୍ଷିଣ ଦିଗରେ ଗୃହକ୍ଷତ ଆଦି ପଦରେ ଘରର ମୁଖ୍ୟ ଦ୍ୱାର କରିବା ଅତ୍ୟନ୍ତ ଶୁଭ ଅଟେ

continue....

 

 


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...