Skip to main content

 ।ଗୃହର ଦ୍ଵାର--

ବର୍ତ୍ତମାନ ଘରର ଦ୍ଵାର କେଉଁ ଦିଗ ଓ କେଉଁ ପଦରେ ରଖିଲେ ତାହା ଶୁଭ ଫଳ ଦେବ ତା' ଉପରେ ଆଲୋଚନା କରିବା.

ଗୃହର ଦ୍ୱାର-

         ଗ୍ରନ୍ଥରେ ଚାରି ପ୍ରକାରର ଦ୍ୱାରର ବର୍ଣ୍ଣନା ଅଛି । ୧-ଉତ୍‌ସଙ୍ଗ- ଯଦି ଘରର ଦ୍ୱାର ଓ ଗେଟ୍‌ର ଦ୍ୱାର ସମାନ ଦିଗରେ ଥାଏ ତେବେ ଏହା ଶୁଭଙ୍କର୍ ଅଟେ । ଯଥା-ସମ୍ପନ୍ନତା, ସନ୍ତାନ, ମାନସିକ ଖୁସି ଓ ଆଧ୍ୟାତ୍ମିକ ଶାନ୍ତି ଆଦି ମିଳିଥାଏ ।     ୨-ହିନବାହୁ - ଯେତେବେଳେ ଆମେ ପ୍ଲଟ୍‌ର ଗେଟ୍ ହୋଇ ବାମପଟେ ଘରର ଦ୍ୱାରକୁ ପହଂଚୁ ତାହା ଦୁର୍ଭାଗ୍ୟ ଜନକ ଅଟେ । ୩-ପୂର୍ଣ୍ଣବାହୁ - ଯେତେବେଳେ ଆମେ ପ୍ଲଟ୍‌ର ଗେଟ୍‌ରେ ପ୍ରବେଶ କରୁ ଓ ଡାହାଣପଟେ ଘରର ମୁଖ୍ୟଦ୍ୱାର ଥାଏ ତେବେ ତାହା ଶୁଭ ଅଟେ । ୪-ପ୍ରତ୍ୟାଖ୍ୟାୟ - ଯେତେବେଳେ ଆମେ ପ୍ଲଟ୍‌ର ଦ୍ୱାର ଓ ଘରର ମୁଖ୍ୟ ଦ୍ୱାରା ବିପରୀତ ଦିଗରେ ଥାଏ ତାହା ଦୁର୍ଭାଗ୍ୟଜନକ ଅଟେ ।

         ବର୍ତମାନ ଆମେ ଜାଣିବା କେଉଁ ଦିଗରେ ଓ କେଉଁ ପଦରେ ଘରର ମୁଖ୍ୟ ଦ୍ୱାର କଲେ ଅତିବ ଶୁଭଫଳ ମିଳିଥାଏ । ତାହା ବର୍ଣ୍ଣନା କରିବାକୁ ଯାଉଅଛୁ ।

         ଇଶାନ କୋଣରୁ ଅଗ୍ନିକୋଣ ପର୍ଯ୍ୟନ୍ତ ପୂର୍ବ ଦିଗ ଅଟେ । ଅଗ୍ନିକୋଣରୁ ନିରୁତ କୋଣ ଦକ୍ଷିଣ ଦିଗ ଅଟେ । ନିରୁତ କୋଣରୁ ବାୟୁ କୋଣ ପଶ୍ଚିମ ଦିଗଅଟେ । ବାୟୁ କୋଣରୁ ଐଶାନ୍ୟ କୋଣ ଉତର ଦିଗ ଅଟେ । ଯଦି ପ୍ଲଟ୍‌ର ପ୍ରତ୍ୟେକ ଦିଗକୁ ସମାନ୯ଭାଗରେ ବିଭକ୍ତ କରାଯାଏ ତେବେ ଆମେ ଜାଣିପାରିବା କେଉଁ ଭାଗରେ ବା କେଉଁ ପଦରେ ମୁଖ୍ୟ ଦ୍ୱାରା କଲେ ଶୁଭ ଅଟେ ।

ପୂର୍ବଦିଗ-

(୧) ଇଶ / ଶିଖି - ଏହି ଦିଗରେ ଦ୍ୱାର କଲେ ଅଗ୍ନିର ଭୟ ଥାଏ ।

(୨) ପର୍ଜନ୍ୟ - ଏହି ଦିଗରେ ଦ୍ୱାର କଲେ କନ୍ୟା ସନ୍ତାନ ଅଧିକ ଜନ୍ମ ହୁଅନ୍ତି ଏବଂ ପ୍ରଚୁର ଧନ ମଧ୍ୟ ଆସେ ।

(୩) ଜୟନ୍ତ - ପ୍ରଚୁର ଧନ ଓ ସମ୍ପନ୍ନତା ଆସିଥାଏ ।

୪) ମହେନ୍ଦ୍ର - ସରକାରଙ୍କ ପାଖରୁ ପ୍ରଚୁର ସାହାଯ୍ୟ ଆସିଥାଏ ।

(୫) ଆଦିତ୍ୟ / ସୂର୍ଯ୍ୟ - କ୍ରୋଧ ବଢ଼ିଥାଏ ।

(୬) ସତ୍ୟ - ମିଛ କଥା କହିବା ଅଭ୍ୟାସରେ ପରିଣତ ହୁଏ ।

(୭) ବୃଷ - ନିଷ୍ଠୁରତା ପ୍ରକାଶ ପାଏ । ଠକିବା ମନୋବୃତି ରହେ ।

(୮) ଅନ୍ତରୀକ୍ଷ - ଚୋରି କରିବା ମନବୃତି ରହେ ।

(୯) ଅଗ୍ନି - କମ୍ ସନ୍ତାନ ସନ୍ତତି ହୁଅନ୍ତି ।

ଦକ୍ଷିଣ ଦିଗ -

(୧) ପୁଶା - କାହା ପାଖରେ ଚାକିରୀ କରିବାର ମନବୃତି ।

(୨) ବିତଥ - ଏକୁଟିଆ ଅନୁଭବ କରେ ।

(୩) ଗୃହକ୍ଷତ - ସମ୍ପନ୍ନତା ଆଣିଥାଏ ।

(୪) ଯମ - କ୍ରୋଧ ବଢ଼ାଇଥାଏ ।

(୫) ଗନ୍ଧର୍ବ - ଅନ୍ୟର ସାହାଯ୍ୟକୁ ଭୁଲି ଯାଇଥାଏ ।

(୬) ଭୃଙ୍ଗରାଜ - ଧନର ହାନି ହୁଏ ।

(୭) ମ୍ରିଗ - ସନ୍ତାନର ହାନି ହୋଇଥାଏ ।

(୮) ପିତୃ - ସନ୍ତାନମାନେ ପୀଡ଼ା ପାଇଥାନ୍ତି ।

ପଶ୍ଚିମ ଦିଗ -

(୧) ଦ୍ୱାରିକା - ଶତୃତା ବୃଦ୍ଧି

(୨) ସୁଗ୍ରୀବ - ଶତୃତା ବୃଦ୍ଧି

(୩) ପୁଷ୍ପଦନ୍ତ - ଧନର ଆଗମନ

(୪) ବରୁଣ - ଧନ ଓ ସମ୍ପତିର ଆଗମନ

(୫) ଅସୁର -ସରକାରଙ୍କ ପକ୍ଷରୁ ଦଣ୍ଡ ଭୟ

(୬) ଶୋସ- ଧନ ଓ ସମ୍ପତିର ହାନି

(୭) ରୋଗ - ରୋଗ

(୮) ମାରୁତ - ମୃତ୍ୟୁ କିମ୍ବା ରାଜବନ୍ଦୀ

ଉତର ଦିଗ -

(୧) ନାଗ -ଶତୃତା

(୨) ମୁଖ୍ୟ - ଧନ, ସମ୍ପତି ଓ ସନ୍ତାନର ବୃଦ୍ଧି

(୩) ଭଲ୍ଲାଟ -ଧନ ଓ ସମ୍ପତିର ସମ୍ପନ୍ନତା

(୪) ସୋମ - ଧନ ଓ ପୁତ୍ର ସନ୍ତାନର ଲାଭ

(୫) ମ୍ରିଗ - ପୁତ୍ର ସନ୍ତାନ ପ୍ରତି କୈାଣସି ସ୍ନେହ ନଥାଏ

(୬) ଅଦିତି - ମହିଳାମାନେ ପୀଡ଼ା ପାଇଥାନ୍ତି

(୭) ଉଦିତି - ଗରିବ ହୋଇଥାନ୍ତି

ତେଣୁ ଗୃହର ପୂର୍ବ ଦିଗରେ ପର୍ଜନ୍ୟ, ଜୟନ୍ତ ଓ ଇନ୍ଦ୍ର, ଉତର ଦିଗରେ ମୁଖ୍ୟ, ଭଲ୍ଲାଟ ଓ ସୋମ, ପଶ୍ଚିମ ଦିଗରେ ପୁଷ୍ପଦନ୍ତ, ବରୁଣ, ଦ୍ୱାରିକା, ଦକ୍ଷିଣ ଦିଗରେ ଗୃହକ୍ଷତ ଆଦି ପଦରେ ଘରର ମୁଖ୍ୟ ଦ୍ୱାର କରିବା ଅତ୍ୟନ୍ତ ଶୁଭ ଅଟେ ।

continue....

 

 


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...