ପଞ୍ଚ ତତ୍ଵ- ପୃଥିବୀ ତତ୍ତ୍ଵ-
ପଞ୍ଚ ତତ୍ତ୍ଵର ସମନ୍ଵୟ ହୀନତା ବାସ୍ତୁ ଦୋଷ ଉତ୍ପନ୍ନ କରିଥାଏ ଓ ସମନ୍ବୟତା ବାସ୍ତୁ ଦୋଷ ଦୂରୀଭୂତ କରି ସମ୍ମୁନ୍ନୟ ଉନ୍ନତି ଆଣିଥାଏ। ଆସନ୍ତୁ ଜାଣିବା ପଞ୍ଚ ତତ୍ଵ କଣ ଅଟେ ଓ ତା' ଦ୍ଵାରା ବାସ୍ତୁ ଦୋଷର କାରଣ ଓ ପ୍ରତିକାର କଣ ଅଟେ.
ପୃଥିବୀ
ତତ୍ୱ -
ବ୍ରହ୍ମାଣ୍ଡରେ ଆମେ ପଂଚତତ୍ୱର ସ୍ଥିତି
ପାଇଥାଉ । ଯଥା-ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ । ଆସନ୍ତୁ ଆମେ ପୃଥିବୀ ତତ୍ୱ ଉପରେ ଜାଣିବା । ଶରୀରକୁ ବଂଚାଇବା
ପାଇଁ ଯେଉଁ ଉର୍ଜାର ଆବଶ୍ୟକତା ଥାଏ । ଯଥା-ଖାଦ୍ୟ, ଗୃହ ଆଦି ଉର୍ଜାର ତତ୍ୱ ହେଲା ପୃଥିବୀ ତତ୍ୱ
। ଏହା ପୃଥିବୀ ତତ୍ୱ ହଳଦିଆ ରଙ୍ଗ ଅଟେ । ଏହି ପୃଥିବୀ ତତ୍ୱ ମୂଳାଧାର ଚକ୍ର ସହିତ ସମ୍ପର୍କ
ରଖିଅଛି । ଏହାର ତନ୍ମାତ୍ରା ‘ଗନ୍ଧ’ ଅଟେ । ଏହି ତତ୍ୱ ଶାରିରୀକ ଓ ଆର୍ଥିକ ସୁରକ୍ଷା ପାଇଁ ସଦାସର୍ବଦା ଚେଷ୍ଟା
କରିଥାଏ । ଯଥା ଧନ, ସାଙ୍ଗସାଥି ଏବଂ ସମ୍ପର୍କ । ଏହି ତତ୍ୱ ‘ଅନ୍ନମୟ କୋଶ’ ସହିତ ସମ୍ପର୍କ ରଖିଥାଏ । ଏହା ‘ସ୍ଥୁଳ’ ଶରୀରକୁ ବୁଝାଇଥାଏ.
ଶତକଡ଼ା
୯୮ ପ୍ରତିଶତ ବ୍ୟକ୍ତିମାନେ ‘ଅନ୍ନମୟ କୋଶ’ ରୁ ଉର୍ଦ୍ଧ୍ୱକୁ ଯାଇପାରନ୍ତି ନାହିଁ ।
ସେମାନେ ସଦାସର୍ବଦା ଖାଇବା ପିଇବା, ଶାରିରୀକ
ପ୍ରବୃତି ଏବଂ ମଦ୍ୟପାନରେ ଦିନ ଗୁଡିକ ବ୍ୟତିତ କରିଥାନ୍ତି । ଏହି ତତ୍ୱର ‘ଲୋକ’ କୁ ‘ଭୁଲୋକ’ କୁହାଯାଏ । ଏହି ତତ୍ୱର ଉଦ୍ଦେଶ୍ୟ ହେଲା ଆର୍ଥିକ ସୁରକ୍ଷା ଓ ସ୍ଥିରତା ।
ଯଦି
କୈାଣସି ବ୍ୟକ୍ତି ପାଖରେ ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ସେହି ବ୍ୟକ୍ତି ଶାନ୍ତିପୁର୍ଣ୍ଣ
ଜୀବନଯାପନ କରିଥାଏ । ତାଙ୍କର ପ୍ରଚୁର ଆତ୍ମବିଶ୍ୱାସ ଥାଏ ଏବଂ ତାଙ୍କର ଉନ୍ନତି ପଥରେ କେହି
ବାଧା ସୃଷ୍ଟି କରିପାରିନଥାନ୍ତି । ପ୍ରତ୍ୟେକ କାମ ସହଜରେ ହୋଇଥାଏ । କାରଣ ସେ ବ୍ୟକ୍ତି ପ୍ରଚୁରତା ଓ ସମଗ୍ର ଉର୍ଜା
ସହିତ ସମ୍ପର୍କ ରଖିଥାଏ । ଶାରିରୀକ ଦୃଷ୍ଟିରୁ ମଜ୍ବୁତ୍ ଥାଆନ୍ତି । ସ୍ୱାସ୍ଥ୍ୟ ଭଲ ରହେ । ସେ
ରହୁଥିବା ଘରେ ଯଦି ଏହି ତତ୍ୱ ସନ୍ତୁଳିତ ଥାଏ ଜୀବନର ସମସ୍ତ ଦୃଷ୍ଟିକୋଣରୁ ଯଥା-କ୍ୟାରିଅର୍, ବ୍ୟବସାୟ କିମ୍ବା ସମ୍ପର୍କ ଦୃଷ୍ଟିରୁ ଉତରତର ଉନ୍ନତି ହୋଇଥାଏ । ନକରାତ୍ମକ
ଉର୍ଜା ଦ୍ୱାରା ସେମାନେ ପ୍ରଭାବିତ ହୋଇନଥାନ୍ତି । ସେ ବ୍ୟକ୍ତି ଯାହା ଖଚ୍ଚ କରନ୍ତି ତାହା ଇନ୍ଭେଷ୍ଟ୍ମେଂଟ୍ରେ
ପରିଣତ ହୋଇଥାଏ । ଏହି ତତ୍ୱ ଯଦି ଅସନ୍ତୁଳିତ ଥାଏ ତେବେ ବାୟୁ ତତ୍ୱ ଦ୍ୱାରା ଏହାକୁ ସନ୍ତୁଳିତ
କରନ୍ତୁ ।
ଯଦି ଏହି ତତ୍ୱ ଅଧିକ ଉର୍ଜା ଦ୍ୱାରା
ଅସନ୍ତୁଳିତ ଥାଏ ତେବେ ସେ ବ୍ୟକ୍ତିର ଚେତନା ଶକ୍ତିରେ ଭ୍ରମ ସୃଷ୍ଟି ହୋଇଥାଏ । ସେ ସଦାସର୍ବଦା
କର୍ମରେ ଲାଗି ରହିଥାନ୍ତି ଓ ସଫଳତା ଯେକୈାଣସି ପ୍ରକରରେ ମଧ୍ୟ ପାଇବାକୁ ଚେଷ୍ଟା କରିଥାନ୍ତି ।
ତାଙ୍କ ପାଖରେ ଯେଉଁ ଧନ ସମ୍ପତି ଥାଏ ସେଥିରେ ସେ ସନ୍ତୁଷ୍ଟ ନଥାନ୍ତି । ସେ ବ୍ୟକ୍ତି ଅଧିକରୁ
ଅଧିକ ଘରଦ୍ୱାର ଓ ଧନ ପାଇବା ପାଇଁ ଲାଳାୟିତ ରୁହନ୍ତି । ସେମାନେ ଡ୍ରଗ୍ସ, ମଦ, ଖାଦ୍ୟ, ସମ୍ପର୍କ, ସେକ୍ସ, ଧନ ରେ ବୁଡ଼ି ରହିଥାନ୍ତି । ଏହାଫଳରେ ସେ
ବ୍ୟକ୍ତି ସଦାସର୍ବଦା ଅସୁରକ୍ଷିତ ଭାବନାରେ ଗ୍ରସିତ ହୁଅନ୍ତି । ଚିଡ଼ିଚିଡ଼ା ମଧ୍ୟ ହୋଇଥାନ୍ତି ।
ସେ ଅନ୍ୟମାନଙ୍କୁ ଉପଦେଶ ଦିଅନ୍ତି ଯେ ଆପଣମାନେ କେଉଁ ଦିଗରେ ଯିବେ ଏବଂ କଣ କରିବା ଉଚିତ୍ । ସେ
ବ୍ୟକ୍ତି ଏହା ବିଶ୍ୱାସ କରେ ଯେ ସମଗ୍ର ବ୍ରହ୍ମାଣ୍ଡ ତା ଚାରିପାଖେ ବୁଲୁଅଛି । ଯଦି ଏହି ତତ୍ୱ
ଅସ୍ତୁଳିତ ଥାଏ ତେବେ ଏହି ତତ୍ୱକୁ ଅଗ୍ନି ତତ୍ୱ ଦ୍ୱାରା ସନ୍ତୁଳିତ କରନ୍ତୁ ।
ଯଦି ଏହି ତତ୍ୱ କମ୍ ଉର୍ଜା ଦ୍ୱାରା
ଅସନ୍ତୁଳିତ ହୋଇଥାଏ ତେବେ ସେହି ବ୍ୟକ୍ତି ଜିଦ୍ଖୋର୍ ମନୋବୃତି ର ହୋଇଥାଏ । ସେ ନିଜର କର୍ମ
ଠିକ୍ ଭାବରେ କରିପାରିନଥାନ୍ତି । ଆତ୍ମ ବିଶ୍ୱାିସରେ ଅବନ୍ନତି ହୋଇଥାଏ । ନିଜକୁ ନିଜ ସେ
ଦୁର୍ବଳ ଭାବନ୍ତି । କ୍ଷମତା କୈାଣସି କାର୍ଯ୍ୟରେ ଥିଲେ ମଧ୍ୟ ଠିକ୍ ଭାବେ ସମ୍ପାଦନ କରିପାରନ୍ତି
ନାହିଁ । ନିଜକୁ ନିଜେ ଅସହାୟ ମନେକରନ୍ତି । ବେଳେବେଳେ ସେମାନେ ନିଜକୁ ନିଜେ ଏହି ପ୍ରଶ୍ନ
ପଚାରିଥାଆନ୍ତି ଯେ ମୁଁ କେଉଁଠାକୁ ଯିବି, ମୁଁ କିପରି ବଂଚିବି ଓ ମୁଁ କେଉଁକାର୍ଯ୍ୟ କରିବି । କିନ୍ତୁ ଏହି ପ୍ରଶ୍ନ
ଗୁଡିକର ଉତର ସେ ପାଇନଥାନ୍ତି । ହୃଦୟରେ ଭୟ ଲାଗେ । ବେଳେବେଳେ ଆତ୍ମହତ୍ୟା କରିବା ପାଇଁ
ଚିନ୍ତା କରିଥାନ୍ତି । ଏକାଗ୍ରତା ରହିନଥାଏ । ଜୀବନରେ ଅସୁରକ୍ଷା ଭାବନା ଗଭୀରରୁ ଗଭୀରତର ହୁଏ ।
ଘରର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଝଗଡ଼ା ଲାଗି ରହେ ଓ ନିରର୍ଥକ ଖର୍ଚ୍ଚ ବଢ଼ିଥାଏ ।
ବାସ୍ତୁର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଏବଂ
ଦକ୍ଷିଣ ପଶ୍ଚିମ ଦିଗକୁ ପୃଥିବୀ ତତ୍ୱ କୁହାଯାଏ । ଅଧିକନ୍ତୁ ଉତର-ପୂର୍ବ ଦିଗ ରେ ଅଧିକ
ମାତ୍ରାରେ ପୃଥିବୀ ତତ୍ୱ ରହିଥାଏ ଏବଂ କମ୍ ମାତ୍ରାରେ ଜଳତତ୍ୱ ରହିଥାଏ ।
ଏହି ତତ୍ୱ ‘ସ୍ୱାଧିଷ୍ଠାନ ଚକ୍ର’ ସହିତ ସମ୍ପର୍କ ରଖିଅଛି । ଏହା ଅବଚେତନ ମନକୁ
ବୁଝାଇଥାଏ । ଏହି ତତ୍ୱ ପାଳନ ଓ
ମାତୃତ୍ୱକୁ ବୁଝାଇଥାଏ । ଏହି ତତ୍ୱ ମଧ୍ୟ ‘ପ୍ରାଣମୟ’ କୋଷକୁ ବୁଝାଇଥାଏ । ଏହି ତତ୍ୱ ଖାଦ୍ୟ, ମଦ୍ୟପାନ କରିବା ଓ ସେକ୍ସରୁ ଆନନ୍ଦ ଉଠାଇବା ସହିତ ଜଡ଼ିତ ଅଟେ । ଅର୍ଥାତ୍-ଉପରୋକ୍ତ
ତିନୋଟି ପଦାର୍ଥରୁ କେତେ ଅଧିକରୁ ଅଧିକ ଆନନ୍ଦ ପାଇପାରିବା । ଆଜିକା ଦିନରେ ଅଧିକାଂଶ ବ୍ୟକ୍ତି
ଏହି ବଳୟରୁ ଉର୍ଦ୍ଧ୍ୱକୁ ଯାଇପାରନ୍ତି ନାହିଁ । ସଦାସର୍ବଦା ଦୈହିକ ଆନନ୍ଦ ପାଇବା ପାଇଁ ଆଗ୍ରହ
ପ୍ରକାଶ କରିଥାନ୍ତି । ଅଧିକନ୍ତୁ ସେମାନେ ଏତେ ଦୁର ଯୈାନ ପ୍ରକ୍ରିୟା ଦ୍ୱାରା ଆନନ୍ଦିତ
ହୋଇଥାଆନ୍ତି ଯେ ସେମାନେ ସାଂସ୍କୃତିକ ମାଧ୍ୟମରେ, ବହି ମାଧ୍ୟମରେ,
ପେଂଟିଗ୍, ଚଳଚିତ୍ର, କବିତା ଆଦି ମାଧ୍ୟମରେ ଏହି ଆନନ୍ଦକୁ ଅଭିବ୍ୟକ୍ତି କରିଥାନ୍ତି । ଏହି ତତ୍ୱର
ତନ୍ମାତ୍ରା-ରୂପ, ଲୋକ- ‘ଭୁବଃ’ ଲୋକ କୁ ବୁଝାଇଥାଏ । ଏହାର ଗୁଣ ‘ତାମସିକ’ ଅଟେ । ଏହା ‘ରସନା’ କୁ ବୁଝାଇଥାଏ । ରଙ୍ଗ ନୀଳ ଅଟେ । ଶରୀର ସୁକ୍ଷ୍ମ ଅଟେ ।
ଯେତେବେଳେ
ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଆପଣଙ୍କର ସୃଜନଶୀଳତାର ବିକାଶ ହୁଏ ଏବଂ ଏହି ସୃଜନଶୀଳତା ଶକ୍ତିକୁ
ଅସରନ୍ତି ଉର୍ଜା ମିଳିଥାଏ । ଏହି ତତ୍ୱର ବ୍ୟକ୍ତିମାନେ ପରିବାରର ସଦସ୍ୟମାନଙ୍କୁ ଓ
ସାଙ୍ଗସାଥିଙ୍କର ଯତ୍ନ ନେଇଥାଆନ୍ତି । ତାଙ୍କର ସମସ୍ତ ପ୍ରକାରର ଅନୁଭବକୁ ସରଳ ଓ
ଶାନ୍ତିପୂର୍ଣ୍ଣ ଭାବରେ ଅଭିବ୍ୟକ୍ତି କରିଥାନ୍ତି ।
ଯେତେବେଳେ ଏହି ତତ୍ୱ ଅଧିକ ଉର୍ଜା ଦ୍ୱାରା
ସନ୍ତୁଳିତ ହୋଇଥାଏ ସେ ବ୍ୟକ୍ତି ଯେ କୈାଣସି କାର୍ଯ୍ୟକୁ କୁଶଳ ଭାବରେ ପରିଚାଳନା କରିଥାନ୍ତି ।
ସେମାନେ ଦେଖନ୍ତି ନାହିଁ ଯେ ଏହାର ପ୍ରଭାବ ଅନ୍ୟମାନଙ୍କ ଉପରେ କଣ ପଡ଼ିବ । ଏହି ବ୍ୟକ୍ତି କେବଳ
ନିଜର ସ୍ୱାର୍ଥକୁ ଚିନ୍ତା କରିଥାଏ ଏବଂ ଲୋଭରେ ଗ୍ରସିତ ହୋଇଥାଏ । ସେହି ବ୍ୟକ୍ତିଙ୍କର ଏହି
ଭ୍ରମ ସୃଷ୍ଟି ହୋଇଥାଏ ଯେ ଧନ ଓ ସମ୍ପତି ଆଦି ତାଙ୍କୁ ଖୁସି ଦେଇପାରେ । ଏହି ବ୍ୟକ୍ତି ଏହା
ଭାବନ୍ତି ଯେ ପ୍ରତ୍ୟେକ ପଦାର୍ଥ ଏବଂ ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଆନନ୍ଦିତ କରିବା ପାଇଁ ଏକାଠି
ହୋଇଛନ୍ତି ।
ଏହି
ତତ୍ୱ ଯଦି କମ୍ ଉର୍ଜା ଦ୍ୱାରା ଅସନ୍ତୁଳିତ ହୋଇଥାଏ ତେବେ ବ୍ୟକ୍ତିବିଶେଷ ସଦାସର୍ବଦା ଭୟରେ
ରହିଯାଏ । ସ୍ଥାନ, ସମାଜ ଏବଂ ଅବସ୍ଥା ନେଇ ସଦାସର୍ବଦା ଭୟରେ
ରହିଥାନ୍ତି । ଏହି ଭୟ ବ୍ୟକ୍ତି ବିଶେଷର ସୃଜନଶୀଳତାର ଉର୍ଜାକୁ ଅବରୋଧ କରିଥାଏ । ମାନସିକ
ସ୍ତରରେ ନିଜର ଅଭିବ୍ୟକ୍ତିକୁ ଠିକ୍ ଭାବରେ ପ୍ରଦର୍ଶିତ କରିପାରିନଥାଏ । ଏହି ବ୍ୟକ୍ତି ଅନ୍ୟ
କୈାଣସିଙ୍କ ଠାରୁ ପ୍ରେରଣା ପାଇବାରେ ଅସମର୍ଥ ପ୍ରକାଶ କରିଥାଏ କିମ୍ବା ପ୍ରେରଣା ଦେଇପାରିନଥାଏ
।
ଗୃହରେ ଜଳର ସ୍ରୋତ କେଉଁଠାରେ ଅଛି ତାହା ଜାଣିବା
ଉଚିତ୍ ଅଟେ । ଏହି ଜଳ କୂଅ, ବୋର୍ୱେଲ୍, ନଦୀ, ହ୍ରଦ, କେନାଲ୍ କିମ୍ବା ପୋଖରୀ ଆଦିରୁ ଆସିଅଛି ତାହା
ଜାଣିବା ଉଚିତ୍ ଅଟେ । କାରଣ ଜଳ ହିଁ ଭାଗ୍ୟ ଏବଂ ସମ୍ପତିର ପ୍ରତିକ ଅଟେ । ଜଳ ଓଭର୍ ହେଡ୍
ଟାଙ୍କିରୁ କିମ୍ବା ମ୍ୟୁନିସିପାଲ୍ଟି ଓ ଏନ୍.ଏ.ସି ପାଇପ୍ ଲାଇନ୍ରୁ ଆସୁଅଛି ତାହା ଜାଣିବା
ଉଚିତ୍ ଅଟେ । ଏହି ଜଳ କେଉଁ କେଉଁ ଦିଗ ଦେଇ ଅର୍ଥାତ୍-ରୋଷେଇ ଘର, ବାଥ୍ରୁମ୍, ଲାଟିନ୍ରୁମ୍ ଆଦିରେ ଯାଉଅଛି ତାହା ଭଲଭାବରେ
ପରୀକ୍ଷା କରିବା ଉଚିତ୍ ଅଟେ ।
ଅନ୍ତରୀକ୍ଷ, ଇନ୍ଦ୍ର, ମହିନ୍ଦ୍ର, ବରୁଣ, ସୋମ କିମ୍ବା ଇଶାନ ପାଦରେ ଜଳ ସ୍ରୋତ ରହିବା ଶୋଭମୟ ଅଟେ ।
ପାଣିଟାଙ୍କି ଦକ୍ଷିଣ ଦିଗ, ନିରୁତି ଦିଗ, ବାୟୁ କୋଣ ଏବଂ ପଶ୍ଚିମ ଦିଗରେ ରହିବା ଉଚିତ୍
ନୁହେଁ । ଯଦି ଏହି ପାଣିଟାଙ୍କି ଦକ୍ଷିଣ-ପୂର୍ବ ଦିଗରେ ରହେ ତେବେ ଅଗ୍ନିଭୟ କିମ୍ବା
ଅଗ୍ନିଦ୍ୱାରା ଦୁର୍ଘଟଣା କିମ୍ବା ସଡକ ଦୁର୍ଘଟଣା ଆଦି ହେବାର ସମ୍ଭାବନା ରହିଥାଏ ।
ଦକ୍ଷିଣ-ପଶ୍ଚିମ ଦିଗରେ ଯଦି କୂଅ ଥାଏ ତେବେ
ତାହା ସଡକ ଦୁର୍ଘଟଣା ବା ବିବାହ ବିଛେଦ କିମ୍ବା ପରିବାରର ସଦସ୍ୟଙ୍କ ଭିତରେ ବିଚ୍ଛେଦ, କୋର୍ଟ କଚେରୀର ଦ୍ୱାରସ୍ଥ କିମ୍ବା ଝଗଡ଼ା ଆଦି
ହେବାର ସମ୍ଭାବନା ରୁହେ ।
ଯଦି
ଉତର-ପୂର୍ବ ଦିଗରେ କୂଅ କିମ୍ବା ବୋର୍ୱେଲ୍ ରୁହେ ତେବେ କୋଣକୁ ଛାଡ଼ି ଆପଣ ପାଣିଟାଙ୍କି
ବସାଇପାରିବେ । ଯେମିତିକି ସୁତ୍ରମର୍ମ ଲାଇନ୍କୁ ଏହା ଛୁଏଁନାହିଁ । ଯଦି କର୍ଣ୍ଣସୁତ୍ର ଏହି
ପାଣିଟାଙ୍କିକୁ ଛୁଏଁ ତେବେ ଧନର ହାନୀ, ଅଯଥା
ଖର୍ଚ୍ଚ, ଚାକିରୀ ହରାଇବା ଆଦି ଦେଖାଯାଇଥାଏ । ତେଣୁ
କର୍ଣ୍ଣସୁତ୍ର ଯେପରି ଏହି ଉତର-ପୂର୍ବ ଦିଗରେ ଥିବା ପାଣିଟାଙ୍କିକୁ ସ୍ପର୍ଶ କରେ ନାହିଁ ତାହା
ଦେଖିବା ଉଚିତ୍ ଅଟେ
ଏହି ତତ୍ୱ ସମସ୍ତ ପ୍ରକାରର ଉଦ୍ଭିଦ ମଣ୍ଡଳକୁ
ସୃଷ୍ଟି କରିଥାଏ । ଉଦ୍ଭିଦ ଅର୍ଥ ଗଛଲତା । ଏହି ଗଛଲତାରୁ କାଠ ପାଇଥାଉ । ଏହି କାଠ ଯେତେବେଳେ
ଜଳେ ତାହା ଅଗ୍ନିରେ ପରିଣତ ହୁଏ । ଯେତେବେଳେ ଏହି କାଠ ସମ୍ପୂର୍ଣ୍ଣରୂପେ ଜଳିଯାଏ ତାହା
ପାଉଁଷରେ ପରିଣତ ହୁଏ ଯାହାକି ପୃଥିବୀକୁ ସୃଷ୍ଟି କରେ । ପୃଥିବୀରୁ ଆମ୍ଭେମାନେ ଧାତୁ ପାଇଥାଉ ।
ଯେତେବେଳେ ଏହି ଧାତୁ ଅଗ୍ନିର ସମ୍ପର୍କରେ ଆସେ ତାହା ପୁନଶ୍ଚ ଜଳରେ ପରିଣତ ହୁଏ ।
ବାସ୍ତୁରେ ଏହି ଜଳତତ୍ୱ ଉତର-ଉତର-ପଶ୍ଚିମ
ଦିଗ ଏବଂ ଉତର-ଉତର-ପୂର୍ବ ଦିଗ ଓ ଉତର-ପୂର୍ବ ଦିଗକୁ ବୁଝାଇଥାଏ ।
ଯେତେବେଳେ ଏହି ଜଳତତ୍ୱ ଯେକୈାଣସି ଗୃହରେ
ସନ୍ତୁଳିତ ଥାଏ । ତେବେ ସେହି ଗୃହର ସଦସ୍ୟମାନେ ଆକର୍ଷକ ବ୍ୟକ୍ତିତ୍ୱର ମାଲିକ ହୋଇଥାନ୍ତି । ଧନ
ପାଇଁ ନୂତନ ସୁଯୋଗ, ମଜ୍ବୁତ୍ ପ୍ରତିରୋଧକ ଶକ୍ତି ଏବଂ ଠିକ୍
ଅନ୍ତର୍ଦୃଷ୍ଟି ଓ ନିଷ୍ପତି ମିଳିଥାଏ । ସେମାନେ କାର୍ଯ୍ୟରେ ସଫଳତା ପାଇଥାନ୍ତି । ଯଦି ଏହି
ତତ୍ୱ ଅସନ୍ତୁଳିତ ଥାଏ ତେବେ ଉପରୋକ୍ତ ଗୁଣ ଗୁଡିକର ଅଭାବ ରହେ ।
ଯେକୈାଣସି ସ୍ୱାଦପୁର୍ଣ୍ଣ ପଦାର୍ଥ ଯଥା-ଫୁଡ୍
ପ୍ରଡକ୍ଟସ୍, ହୋଟେଲ୍, ମିଷ୍ଟାନ୍ନ ଭଣ୍ଡାର, ପାଉରୁଟି
କାରଖାନା ଓ ଚକୋଲେଟ୍ କାରଖାନା ଆଦି କଲେ ଏହି ବ୍ୟକ୍ତି ବିଶେଷ ସଫଳ ହୋଇଥାନ୍ତି । ଏହି ତତ୍ୱ
ଯଦି ଅସନ୍ତୁଳିତ ହୋଇଥାଏ ତେବେ ବ୍ୟକ୍ତି ବିଶେଷର ମାନସିକ ସ୍ଥିତି ଠିକ୍ ରହେନାହିଁ । ଭୁଲ୍
ନିଷ୍ପତି ନେଇଥାନ୍ତି । ସୃଜନଶୀଳତାର ଅଭାବ ପରିଲିକ୍ଷିତ ହୁଏ । କାହା ଉପରେ ବିଶ୍ୱାସ କରନ୍ତି
ନାହିଁ । ଏକଜିଦ୍ ମନୋଭାବ ରହେ । ଏକୁଟିଆ ଅନୁଭବ କରେ । ‘ନପୁଂସକତା’ ଆସିପାରେ ।
continue.....


Comments
Post a Comment