Skip to main content

 ବର୍ତ୍ତମାନ ଆମେ ଫେଙ୍ଗ ସୁଇ' ରେ ଥିବା ପଞ୍ଚ ତତ୍ତ୍ଵ ଉପରେ କିଛି ଜାଣିବା--

ଫେଙ୍ଗ୍‌ସୁଇ ଓ ପଂଚତତ୍ୱ

            ଫେଙ୍ଗ୍‌ସୁଇଅନୁଯାଇ ପଂଚତତ୍ୱରେ ଥିବା ବାୟୁତତ୍ୱ ବୃକ୍ଷକୁ ବୁଝାଇଥାଏ । ବୃକ୍ଷ- କାଠପ୍ରତ୍ୟେକ ତତ୍ୱ ପର୍ଯ୍ୟାୟ କ୍ରମେ ଆବର୍ତକ ରୂପରେ କାର୍ଯ୍ୟ କରିଥାନ୍ତି । ଫେଙ୍ଗ୍‌ସୁଇଅନୁଯାଇ ପଂଚତତ୍ୱ ହେଲା- ପୃଥିବୀ ତତ୍ୱ, ଜଳତତ୍ୱ, ବାୟୁତତ୍ୱ- ବୃକ୍ଷ’, ଅଗ୍ନିତତ୍ୱ ଓ ଆକାଶ ତତ୍ୱ । (ମେଟାଲ୍‌)ଧାତୁକୁ ଆକାଶ ତତ୍ୱ ରୂପରେ ନିଆଯାଇଅଛି । ଏହି ତତ୍ୱ ଆବର୍ତକ ରୂପରେ କିପରି କାମ କରୁଅଛି ତାହା ନିମ୍ନରେ ଦିଆଗଲା ।

The creative cycle -

            ପ୍ରତ୍ୟେକ ତତ୍ୱ ଅନ୍ୟ ତତ୍ୱ ମାନଙ୍କୁ ସୃଷ୍ଟି କରିଥାଏ, ପାଳନ କରିଥାଏ, ମଜ୍‌ବୁତ୍ କରିଥାଏ ଏବଂ ସାହାଯ୍ୟ କରିଥାଏ ଏହା ଏକ କ୍ରମବର୍ଦ୍ଧତା ହିସାବରେ ହୋଇଥାଏ ।

ଜଳତତ୍ୱ-ବାୟୁତତ୍ୱ-ଅଗ୍ନିତତ୍ୱ-ପୃଥିବୀ ତତ୍ୱ-ଆକାଶ ତତ୍ୱ

ଜଳତତ୍ୱ ବାୟୁତତ୍ୱକୁ ପୋଷଣ କରିଥାଏ ଅର୍ଥାତ୍ ବୃକ୍ଷକୁ ପୋଷଣ କରିଥାଏ । ଏହି ବୃକ୍ଷ ଅଗ୍ନି ତତ୍ୱକୁ ସୃଷ୍ଟି କରିଥାଏ । ଅଗ୍ନିତତ୍ୱ ପୃଥିବୀ ତତ୍ୱକୁ ସୃଷ୍ଟି କରିଥାଏ (ଯେତେବେଳେ ବୃକ୍ଷର କାଠ ସମ୍ପୂର୍ଣ୍ଣ ରୂପରେ ଜଳିଯାଇଥାଏ ତାହା ପାଉଁଷରେ ପରିବର୍ତିତ ହୋଇଥାଏ) । ଏହି ପୃଥିବୀ ତତ୍ୱ ଆକାଶ ତତ୍ୱକୁ ସୃଷ୍ଟି କରିଥାଏ ଅର୍ଥାତ୍ ପୃଥିବୀ ଠାରୁ ଆମ୍ଭେମାନେ ସମସ୍ତ ପ୍ରକାରର ଧାତୁ ପାଇଥାଉ । ଏବଂ ଏହି ପୃଥିବୀ ତତ୍ୱ ଅଗ୍ନିର ସମ୍ପର୍କରେ ଆସି ପୁନଶ୍ଚ ତରଳ ପଦାର୍ଥରେ ଅର୍ଥାତ୍ ଜଳତତ୍ୱରେ ପରିବର୍ତିତ ହୋଇଥାଏ । ଏହି ଆବର୍ତନ କ୍ରମକୁ The Creative Cycle କୁହାଯାଏ ।

 

The Reducing Cycle -

            ଜଳତତ୍ୱ ଆକାଶ ତତ୍ୱକୁ ଅର୍ଥାତ୍ ମେଟାଲ୍‌କୁ ନଷ୍ଟ କରିଥାଏ । ଆକାଶ ତତ୍ୱ (ମେଟାଲ୍‌) ପୃଥିବୀ ତତ୍ୱକନଷ୍ଟ କରିଥାଏ । ପୃଥିବୀ ତତ୍ୱ ଅଗ୍ନି ତତ୍ୱକୁ ନଷ୍ଟ କରିଥାଏ । ଅଗ୍ନି ତତ୍ୱ ବାୟୁତତ୍ୱ(ବୃକ୍ଷର କାଠ)କୁ ନଷ୍ଟ କରିଥାଏ ବାୟୁତତ୍ୱ ଜଳତତ୍ୱକୁ ନଷ୍ଟ କରିଥାଏ । ଏହି ଆବର୍ତକ କ୍ରମକୁ The Reducing Cycle କୁହାଯାଏ ।

The Controlling Cycle -

            ଜଳତତ୍ୱ ଅଗ୍ନିତତ୍ୱକୁ ନିୟନ୍ତ୍ରଣ କରିଥାଏ ଅର୍ଥାତ୍ ଜଳ ଅଗ୍ନିକୁ ନିର୍ବାପିତ କରିଥାଏ । ଅଗ୍ନି ତତ୍ୱ ଆକାଶ ତତ୍ୱ(ମେଟାଲ୍‌)କୁ ନିୟନ୍ତ୍ରିତ କରିଥାଏ ଅର୍ଥାତ୍ ଅଗ୍ନି ଧାତୁ ଗୁଡିକୁ ତରଳ ଅବସ୍ଥାରେ ଆଣିଥାଏ । ଆକାଶ ତତ୍ୱ ବାୟୁ ତତ୍ୱକୁ ନିୟନ୍ତ୍ରିତ କରିଥାଏ ଅର୍ଥାତ୍ ମେଟାଲ୍ କାଠକୁ କାଟିଥାଏ । ବାୟୁ ତତ୍ୱ ପୃଥିବୀ ତତ୍ୱକୁ ନିୟନ୍ତ୍ରିତ କରିଥାଏ ଅର୍ଥାତ ଯେତେବେଳେ ନୂତନ ବୃକ୍ଷର ସୃଷ୍ଟି ହୁଏ ତେବେ ତାହା ପୃଥିବୀ ବକ୍ଷକୁ ଚେର ଦ୍ୱାରା ବିଦାରଣ କରିଥାଏ । ପୃଥିବୀ ତତ୍ୱ ଜଳତତ୍ୱକୁ ନିୟନ୍ତ୍ରିତ କରିଥାଏ ଅର୍ଥାତ୍ ଜଳର ଗତିକୁ ବନ୍ଧ ଦ୍ୱାରା ଅବରୋଧ କରାଯାଇଥାଏ ।

ଯଦି ଗୃହରେ ଥିବା କୈାଣସି ତତ୍ୱକୁ ବୃଦ୍ଧି କରାଇବା ପାଇଁ ଚାହୁଁଥିଲେ ଅନ୍ୟ ଦୁଇଟି ତତ୍ୱର ଆବଶ୍ୟକତା ହୋଇଥାଏ । ଉଦାହରଣ ସ୍ୱରୂପ ଗୃହରେ ଅଗ୍ନି ତତ୍ୱକୁ ମଜ୍‌ବୁତ୍ କରିବା ପାଇଁ ଆମ୍ଭେ ଜଳ ଓ ବାୟୁ ତତ୍ୱକୁ ବିନିଯୋଗ କରିବା ଉଚିତ୍ ଅଟେ ଅର୍ଥାତ୍ ଏହି ତତ୍ୱର ଫଟୋ ଓ ପଦାର୍ଥ କିମ୍ବା ରଙ୍ଗ ଆଦି ବ୍ୟବହାର ହୋଇଥାଏ ।

            ଯଦି କୈାଣସି ତତ୍ୱକୁ ଆମେ କମ୍ କରିବା ପାଇଁ ଚାହିଁବା ତେବେ controlling cycle/ reducing cycle କୁ ବ୍ୟବହାର କରିପାରିବା ।

 


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...