Skip to main content

 ବର୍ତ୍ତମାନ ଆମେ ଫେଙ୍ଗ ସୁଇ' ରେ ଥିବା ପଞ୍ଚ ତତ୍ତ୍ଵ ଉପରେ କିଛି ଜାଣିବା--

ଫେଙ୍ଗ୍‌ସୁଇ ଓ ପଂଚତତ୍ୱ

            ଫେଙ୍ଗ୍‌ସୁଇଅନୁଯାଇ ପଂଚତତ୍ୱରେ ଥିବା ବାୟୁତତ୍ୱ ବୃକ୍ଷକୁ ବୁଝାଇଥାଏ । ବୃକ୍ଷ- କାଠପ୍ରତ୍ୟେକ ତତ୍ୱ ପର୍ଯ୍ୟାୟ କ୍ରମେ ଆବର୍ତକ ରୂପରେ କାର୍ଯ୍ୟ କରିଥାନ୍ତି । ଫେଙ୍ଗ୍‌ସୁଇଅନୁଯାଇ ପଂଚତତ୍ୱ ହେଲା- ପୃଥିବୀ ତତ୍ୱ, ଜଳତତ୍ୱ, ବାୟୁତତ୍ୱ- ବୃକ୍ଷ’, ଅଗ୍ନିତତ୍ୱ ଓ ଆକାଶ ତତ୍ୱ । (ମେଟାଲ୍‌)ଧାତୁକୁ ଆକାଶ ତତ୍ୱ ରୂପରେ ନିଆଯାଇଅଛି । ଏହି ତତ୍ୱ ଆବର୍ତକ ରୂପରେ କିପରି କାମ କରୁଅଛି ତାହା ନିମ୍ନରେ ଦିଆଗଲା ।

The creative cycle -

            ପ୍ରତ୍ୟେକ ତତ୍ୱ ଅନ୍ୟ ତତ୍ୱ ମାନଙ୍କୁ ସୃଷ୍ଟି କରିଥାଏ, ପାଳନ କରିଥାଏ, ମଜ୍‌ବୁତ୍ କରିଥାଏ ଏବଂ ସାହାଯ୍ୟ କରିଥାଏ ଏହା ଏକ କ୍ରମବର୍ଦ୍ଧତା ହିସାବରେ ହୋଇଥାଏ ।

ଜଳତତ୍ୱ-ବାୟୁତତ୍ୱ-ଅଗ୍ନିତତ୍ୱ-ପୃଥିବୀ ତତ୍ୱ-ଆକାଶ ତତ୍ୱ

ଜଳତତ୍ୱ ବାୟୁତତ୍ୱକୁ ପୋଷଣ କରିଥାଏ ଅର୍ଥାତ୍ ବୃକ୍ଷକୁ ପୋଷଣ କରିଥାଏ । ଏହି ବୃକ୍ଷ ଅଗ୍ନି ତତ୍ୱକୁ ସୃଷ୍ଟି କରିଥାଏ । ଅଗ୍ନିତତ୍ୱ ପୃଥିବୀ ତତ୍ୱକୁ ସୃଷ୍ଟି କରିଥାଏ (ଯେତେବେଳେ ବୃକ୍ଷର କାଠ ସମ୍ପୂର୍ଣ୍ଣ ରୂପରେ ଜଳିଯାଇଥାଏ ତାହା ପାଉଁଷରେ ପରିବର୍ତିତ ହୋଇଥାଏ) । ଏହି ପୃଥିବୀ ତତ୍ୱ ଆକାଶ ତତ୍ୱକୁ ସୃଷ୍ଟି କରିଥାଏ ଅର୍ଥାତ୍ ପୃଥିବୀ ଠାରୁ ଆମ୍ଭେମାନେ ସମସ୍ତ ପ୍ରକାରର ଧାତୁ ପାଇଥାଉ । ଏବଂ ଏହି ପୃଥିବୀ ତତ୍ୱ ଅଗ୍ନିର ସମ୍ପର୍କରେ ଆସି ପୁନଶ୍ଚ ତରଳ ପଦାର୍ଥରେ ଅର୍ଥାତ୍ ଜଳତତ୍ୱରେ ପରିବର୍ତିତ ହୋଇଥାଏ । ଏହି ଆବର୍ତନ କ୍ରମକୁ The Creative Cycle କୁହାଯାଏ ।

 

The Reducing Cycle -

            ଜଳତତ୍ୱ ଆକାଶ ତତ୍ୱକୁ ଅର୍ଥାତ୍ ମେଟାଲ୍‌କୁ ନଷ୍ଟ କରିଥାଏ । ଆକାଶ ତତ୍ୱ (ମେଟାଲ୍‌) ପୃଥିବୀ ତତ୍ୱକନଷ୍ଟ କରିଥାଏ । ପୃଥିବୀ ତତ୍ୱ ଅଗ୍ନି ତତ୍ୱକୁ ନଷ୍ଟ କରିଥାଏ । ଅଗ୍ନି ତତ୍ୱ ବାୟୁତତ୍ୱ(ବୃକ୍ଷର କାଠ)କୁ ନଷ୍ଟ କରିଥାଏ ବାୟୁତତ୍ୱ ଜଳତତ୍ୱକୁ ନଷ୍ଟ କରିଥାଏ । ଏହି ଆବର୍ତକ କ୍ରମକୁ The Reducing Cycle କୁହାଯାଏ ।

The Controlling Cycle -

            ଜଳତତ୍ୱ ଅଗ୍ନିତତ୍ୱକୁ ନିୟନ୍ତ୍ରଣ କରିଥାଏ ଅର୍ଥାତ୍ ଜଳ ଅଗ୍ନିକୁ ନିର୍ବାପିତ କରିଥାଏ । ଅଗ୍ନି ତତ୍ୱ ଆକାଶ ତତ୍ୱ(ମେଟାଲ୍‌)କୁ ନିୟନ୍ତ୍ରିତ କରିଥାଏ ଅର୍ଥାତ୍ ଅଗ୍ନି ଧାତୁ ଗୁଡିକୁ ତରଳ ଅବସ୍ଥାରେ ଆଣିଥାଏ । ଆକାଶ ତତ୍ୱ ବାୟୁ ତତ୍ୱକୁ ନିୟନ୍ତ୍ରିତ କରିଥାଏ ଅର୍ଥାତ୍ ମେଟାଲ୍ କାଠକୁ କାଟିଥାଏ । ବାୟୁ ତତ୍ୱ ପୃଥିବୀ ତତ୍ୱକୁ ନିୟନ୍ତ୍ରିତ କରିଥାଏ ଅର୍ଥାତ ଯେତେବେଳେ ନୂତନ ବୃକ୍ଷର ସୃଷ୍ଟି ହୁଏ ତେବେ ତାହା ପୃଥିବୀ ବକ୍ଷକୁ ଚେର ଦ୍ୱାରା ବିଦାରଣ କରିଥାଏ । ପୃଥିବୀ ତତ୍ୱ ଜଳତତ୍ୱକୁ ନିୟନ୍ତ୍ରିତ କରିଥାଏ ଅର୍ଥାତ୍ ଜଳର ଗତିକୁ ବନ୍ଧ ଦ୍ୱାରା ଅବରୋଧ କରାଯାଇଥାଏ ।

ଯଦି ଗୃହରେ ଥିବା କୈାଣସି ତତ୍ୱକୁ ବୃଦ୍ଧି କରାଇବା ପାଇଁ ଚାହୁଁଥିଲେ ଅନ୍ୟ ଦୁଇଟି ତତ୍ୱର ଆବଶ୍ୟକତା ହୋଇଥାଏ । ଉଦାହରଣ ସ୍ୱରୂପ ଗୃହରେ ଅଗ୍ନି ତତ୍ୱକୁ ମଜ୍‌ବୁତ୍ କରିବା ପାଇଁ ଆମ୍ଭେ ଜଳ ଓ ବାୟୁ ତତ୍ୱକୁ ବିନିଯୋଗ କରିବା ଉଚିତ୍ ଅଟେ ଅର୍ଥାତ୍ ଏହି ତତ୍ୱର ଫଟୋ ଓ ପଦାର୍ଥ କିମ୍ବା ରଙ୍ଗ ଆଦି ବ୍ୟବହାର ହୋଇଥାଏ ।

            ଯଦି କୈାଣସି ତତ୍ୱକୁ ଆମେ କମ୍ କରିବା ପାଇଁ ଚାହିଁବା ତେବେ controlling cycle/ reducing cycle କୁ ବ୍ୟବହାର କରିପାରିବା ।

 


Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...