Skip to main content

 

                                                          ମର୍ମ ସ୍ଥାନ

            ବାସ୍ତୁର ପ୍ଲାନିଂଗ୍ କରିବା ସମୟରେ କେଉଁ କେଉଁ ସମ୍ବେଦନ ସ୍ଥାନରେ କିପରି ଭାବରେ କାନ୍ଥ ଓ ସ୍ତମ୍ବ ନିର୍ମାଣ ଏବଂ କୈାଣସି ପ୍ରକାରର ନକରାତ୍ମକ ବସ୍ତୁ ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ଅଟେ । ଏହି ସମ୍ବେଦନ ସ୍ଥାନକୁ ମର୍ମସ୍ଥାନ କୁହାଯାଏ । ବର୍ତମାନ ଜାଣିବା ମର୍ମସ୍ଥାନ କିପରି ଭାବରେ ଚିହ୍ନଟ କରିହେବ ତାହା ନିମ୍ନରେ ଦିଆଯାଇଅଛି.




ବାସ୍ତୁ ପୁରୁଷ ମଣ୍ଡଳର ଗୋଟିଏ ଗାର ମଧ୍ୟସ୍ଥାନର ଇଶରୁ ମଧ୍ୟସ୍ଥାନ ନିରୁତି ପର୍ଯ୍ୟନ୍ତ ଓ ଆଉ ଗୋଟିଏ ଗାର ମଧ୍ୟ ସ୍ଥାନ ଅଗ୍ନିରୁ ମଧ୍ୟ ସ୍ଥାନ ମାରୁତ ପର୍ଯ୍ୟନ୍ତ କାଟନ୍ତୁ । ଆଉଗୋଟେ ଗାର ଜୟନ୍ତର ମଧ୍ୟ ସ୍ଥାନରୁ ଭୃଙ୍ଗରାଜର ମଧ୍ୟ ସ୍ଥାନ ପର୍ଯ୍ୟନ୍ତ ଓ ଅଦିତିର ମଧ୍ୟ ସ୍ଥାନରୁ ସୁଗ୍ରୀବର ମଧ୍ୟ ସ୍ଥାନ ପର୍ଯ୍ୟନ୍ତ କାଟନ୍ତୁ । ଆଉ ଏକ ଗାର ମୁଖ୍ୟର ମଧ୍ୟ ସ୍ଥାନରୁ ବୃଷର ମଧ୍ୟ ସ୍ଥାନ ପର୍ଯ୍ୟନ୍ତ ଓ ଶୋଷର ମଧ୍ୟ ସ୍ଥାନରୁ ବିତଥ ପର୍ଯ୍ୟନ୍ତ କାଟନ୍ତୁ । ଏହି ଗାର ଗୁଡିକର ନିଜସ୍ୱ ଲମ୍ବ, ପ୍ରସ୍ଥ ଓ ଚଉଡା ଆଦି ଥାଏ । ଏହି ଗାରଗୁଡିକୁ ବଂଶ କୁହାଯାଏ । ଗାରଗୁଡିକ ଯେଉଁ ସ୍ଥାନରେ ପରସ୍ପର କାଟିଥାନ୍ତି ତାହାକୁ ମହାମର୍ମସ୍ଥାନ କୁହାଯାଏ । ମହାମର୍ମ ୯ ପ୍ରକାରର ଅଟେ । ଯଥା-ଅତିମର୍ମ, ଉପମର୍ମ ଆଦି । କିନ୍ତୁ ଏଠାରେ ମହାମର୍ମ ଉପରେ ଆଲୋଚନା କରୁଅଛୁ । ଏହି ମହାମର୍ମ ସ୍ଥାନମାନଙ୍କରେ କାନ୍ଥ କିମ୍ବା ସ୍ତମ୍ବ କିମ୍ବା କୈାଣସି ପ୍ରକାରର ନକରାତ୍ମକ ପଦାର୍ଥ ଉପରେ ନିର୍ମାଣ କରନ୍ତୁ ନାହିଁ । କାରଣ ଏହା କଲେ ସକରାତ୍ମକ ଉର୍ଜାରେ ବ୍ୟାଘାତ ଆସିଥାଏ ଏବଂ ନାନା ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ହୁଏ । ଯଥା-

କାଠ ଥିଲେ ଧନର ହାନି ହୋଇଥାଏ, ହାଡ ଥିଲେ ଗୃହପାଳିତ ପଶୁମାନେ କଷ୍ଟ ପାଇଥାନ୍ତି ଓ ସେମାନଙ୍କୁ ନାନା ପ୍ରକାର ରୋଗ ହୋଇଥାଏ, ଲୁହା ଥିଲେ ଅସ୍ତ୍ର ଭୟ, ଖପୁରି ଥିଲେ ମୃତ୍ୟୁ ଭୟ, ବାଳ ଥିଲେ ମୃତ୍ୟୁ ଭୟ, କୋଇଲା ଥିଲେ ଚୋରି ହେବାର ଭୟ, ପାଉଁଶ ଥିଲେ ଅଗ୍ନି ଭୟ ଆଦି ଦେଖାଦେଇଥାଏ ।

ଯଦି ଉପରଲିଖିତ ଶଲ୍ୟ ଆଦି ଭୂମି ତଳେ ମହାମର୍ମ ସ୍ଥାନରେ ଥାଏ ତେବେ ଯେଉଁବ୍ୟକ୍ତି ଏହା ଉପରେ ଘର କରିଥାନ୍ତି ତେବେ ନିମ୍ନ ଶଲ୍ୟ ଦୋଷ ପରିଲିଖିତ ହୁଏ । ପ୍ରଥମେ ଖରାପ ସ୍ୱପ୍ନ ଆସେ, ଦ୍ୱିତୀୟରେ ଧିରେ ଧିରେ ଧନର ହାନି ହୁଏ, ବେମାରରେ ପଡ଼ନ୍ତି ଏବଂ ମୃତ୍ୟୁର ସମ୍ଭାବନା ଦେଖା ଦେଇଥାଏ ।

          ବୃହତ୍‌ସଂହିତାର ଅଧ୍ୟାୟ ୫୨ ଓ ୫୩ ରେ ଏହି ଦୋଷକୁ ବର୍ଣ୍ଣନା କରାଯାଇଛି ।

          ଜଣେ ବ୍ୟକ୍ତି ଯଦି ଅଜାଣତରେ ଏହି ଦୋଷ ଥାଇ ଘର ନିର୍ମାଣ କରିଅଛନ୍ତି ତେବେ ତାହାର ପ୍ରତିକାର ପାଇଁ ମନୁଷ୍ୟାଳୟ ଚନ୍ଦ୍ରିକାର ଅଧ୍ୟାୟ ୨ ରେ ନିମ୍ନଲିଖିତ ପ୍ରତିକାର କୁହାଯାଇଅଛି । ଯଥା-ହାତୀ ,କଛୁଆ , ସିଙ୍ଘ , ବାରାହ ଓମଇଁଶି ର ମୁଣ୍ଡ ସ୍ୱର୍ଣ୍ଣରେ ତିଆରି କରି ମର୍ମ ସ୍ଥାନରେ ଭୂମିତଳେ ସ୍ଥାପନ କରନ୍ତୁ । ଏହଦ୍ୱାରା ଭୂମିରେ ସକରାତ୍ମକ ଉର୍ଜା ଖେଳିଯାଇଥାଏ । ଏହି ବିଷୟ ବିଶ୍ୱକର୍ମା ପ୍ରକାଶଗ୍ରନ୍ଥରେ ଦ୍ୱାଦଶ ଅଧ୍ୟାୟରେ ଥିବା ଶଲ୍ୟ ଉଦ୍ଧାର ବିଷୟରେ ବର୍ଣ୍ଣିତ ହୋଇଅଛି ।

ଭୂମିର ସମସ୍ତ ଏରିଆ ମର୍ମମଣ୍ଡଳ ଦ୍ୱାରା ଆଛାଦନ ହୋଇ ରହିଥାଏ । ଏହି ମମ ର୍ମଣ୍ଡଳରେ ଯେପରି କନ୍‌ଷ୍ଟ୍ରକ୍‌ସନ୍ କାର୍ଯ୍ୟ ନହେବ ସେଥିପ୍ରତି ସତର୍କ ହେବା ଉଚିତ୍ ଅଟେ । ପ୍ରତ୍ୟେକ ସୁତ୍ରକୁ ରଜୁକୁହାଯାଏ । ଯାହାର ନମ୍ବର୍ ୧ ରୁ ୮ ହୋଇଥାଏ । ଆସନ୍ତୁ ଜାଣିବା ବିଭିନ୍ନ ସୁତ୍ର ଉପରେ କିଛି ନିର୍ଦ୍ଦେଶ ।

୧-କର୍ଣ୍ଣସୁତ୍ର - ଦକ୍ଷିଣ-ପଶ୍ଚିମ ଦିଗରୁ ଉତର-ପୂର୍ବ ଦିଗ ପର୍ଯ୍ୟନ୍ତ ଟଣା ହୋଇଥିବା ଗାରକୁ କର୍ଣ୍ଣସୁତ୍ର କୁହାଯାଏ ।

୨-ମୃତ୍ୟୁସୁତ୍ର - ଦକ୍ଷିଣ-ପୂର୍ବ କୋଣରୁ ଉତର-ପଶ୍ଚିମ କୋଣ ପର୍ଯ୍ୟନ୍ତ ଏକ ସିଧା ରେଖାକୁ ମୃତ୍ୟୁ ସୁତ୍ର କୁହାଯାଏ ।

୩-ବ୍ରହ୍ମସୁତ୍ର - ପୂର୍ବରୁ ପଶ୍ଚିମରୁ ଟଣା ଯାଇଥିବା ଏକ ସିଧା ରେଖାକୁ ବ୍ରହ୍ମସୁତ୍ର କୁହାଯାଏ ।

୪-ଯମସୁତ୍ର - ଦକ୍ଷିଣରୁ ଉତର ପର୍ଯ୍ୟନ୍ତ ଟଣା ହୋଇଥିବା ସିଧା ରେଖାକୁ ଯମସୁତ୍ର କୁହାଯାଏ ।

୫-ବ୍ରହ୍ମନାଭି - ଭୂମିର ସେଂଟର୍ ପଂଏଟ୍ ଠାରୁ ଯେଉଁ ରେଖା କର୍ଣ୍ଣ, ମୃତ୍ୟୁ, ବ୍ରହ୍ମା ଓ ଯମ ସୁତ୍ରକୁ ଛୁଇଁଥାଏ ତାହାକୁ ବ୍ରହ୍ମନାଭି କୁହାଯାଏ ।

୬-ପର୍ଯ୍ୟନ୍ତସୁତ୍ର - ପ୍ଲଟର୍ ବାହାର ଚାରୋଟି ଦିଗକୁ ପର୍ଯ୍ୟନ୍ତସୁତ୍ର କୁହାଯାଏ ।

୭-ନାଗସୁତ୍ର - ଗୋଟିଏ ସର୍କଲ୍ ଲାଇନ୍ ଯାହାକି ବ୍ରହ୍ମ, ଯମ ସୁତ୍ରର ସମସ୍ତ ଚାରୋଟି ବିନ୍ଦୁକୁ ନାଗସୁତ୍ର କୁହାଯାଏ । ଏହି ସର୍କଲ ପ୍ଲଟ୍‌ର ଚାରିଦିଗକୁ ମଧ୍ୟ ଛୁଇଁଥାଏ ।

୮-ଶୁଳସୁତ୍ର - ଏକ ବର୍ଗାକାର ଭୂମିର ଚାରି ଦିଗକୁ ଶୁଳସୁତ୍ର କୁହାଯାଏ ।

ଆସନ୍ତା କାଲି ବିଥି ଶୂଳ' ଓ ଶିଳା' ନ୍ୟାସ ଉପରେ ଜାଣିବା.


Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...