Skip to main content

 

                                                          ମର୍ମ ସ୍ଥାନ

            ବାସ୍ତୁର ପ୍ଲାନିଂଗ୍ କରିବା ସମୟରେ କେଉଁ କେଉଁ ସମ୍ବେଦନ ସ୍ଥାନରେ କିପରି ଭାବରେ କାନ୍ଥ ଓ ସ୍ତମ୍ବ ନିର୍ମାଣ ଏବଂ କୈାଣସି ପ୍ରକାରର ନକରାତ୍ମକ ବସ୍ତୁ ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ଅଟେ । ଏହି ସମ୍ବେଦନ ସ୍ଥାନକୁ ମର୍ମସ୍ଥାନ କୁହାଯାଏ । ବର୍ତମାନ ଜାଣିବା ମର୍ମସ୍ଥାନ କିପରି ଭାବରେ ଚିହ୍ନଟ କରିହେବ ତାହା ନିମ୍ନରେ ଦିଆଯାଇଅଛି.




ବାସ୍ତୁ ପୁରୁଷ ମଣ୍ଡଳର ଗୋଟିଏ ଗାର ମଧ୍ୟସ୍ଥାନର ଇଶରୁ ମଧ୍ୟସ୍ଥାନ ନିରୁତି ପର୍ଯ୍ୟନ୍ତ ଓ ଆଉ ଗୋଟିଏ ଗାର ମଧ୍ୟ ସ୍ଥାନ ଅଗ୍ନିରୁ ମଧ୍ୟ ସ୍ଥାନ ମାରୁତ ପର୍ଯ୍ୟନ୍ତ କାଟନ୍ତୁ । ଆଉଗୋଟେ ଗାର ଜୟନ୍ତର ମଧ୍ୟ ସ୍ଥାନରୁ ଭୃଙ୍ଗରାଜର ମଧ୍ୟ ସ୍ଥାନ ପର୍ଯ୍ୟନ୍ତ ଓ ଅଦିତିର ମଧ୍ୟ ସ୍ଥାନରୁ ସୁଗ୍ରୀବର ମଧ୍ୟ ସ୍ଥାନ ପର୍ଯ୍ୟନ୍ତ କାଟନ୍ତୁ । ଆଉ ଏକ ଗାର ମୁଖ୍ୟର ମଧ୍ୟ ସ୍ଥାନରୁ ବୃଷର ମଧ୍ୟ ସ୍ଥାନ ପର୍ଯ୍ୟନ୍ତ ଓ ଶୋଷର ମଧ୍ୟ ସ୍ଥାନରୁ ବିତଥ ପର୍ଯ୍ୟନ୍ତ କାଟନ୍ତୁ । ଏହି ଗାର ଗୁଡିକର ନିଜସ୍ୱ ଲମ୍ବ, ପ୍ରସ୍ଥ ଓ ଚଉଡା ଆଦି ଥାଏ । ଏହି ଗାରଗୁଡିକୁ ବଂଶ କୁହାଯାଏ । ଗାରଗୁଡିକ ଯେଉଁ ସ୍ଥାନରେ ପରସ୍ପର କାଟିଥାନ୍ତି ତାହାକୁ ମହାମର୍ମସ୍ଥାନ କୁହାଯାଏ । ମହାମର୍ମ ୯ ପ୍ରକାରର ଅଟେ । ଯଥା-ଅତିମର୍ମ, ଉପମର୍ମ ଆଦି । କିନ୍ତୁ ଏଠାରେ ମହାମର୍ମ ଉପରେ ଆଲୋଚନା କରୁଅଛୁ । ଏହି ମହାମର୍ମ ସ୍ଥାନମାନଙ୍କରେ କାନ୍ଥ କିମ୍ବା ସ୍ତମ୍ବ କିମ୍ବା କୈାଣସି ପ୍ରକାରର ନକରାତ୍ମକ ପଦାର୍ଥ ଉପରେ ନିର୍ମାଣ କରନ୍ତୁ ନାହିଁ । କାରଣ ଏହା କଲେ ସକରାତ୍ମକ ଉର୍ଜାରେ ବ୍ୟାଘାତ ଆସିଥାଏ ଏବଂ ନାନା ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ହୁଏ । ଯଥା-

କାଠ ଥିଲେ ଧନର ହାନି ହୋଇଥାଏ, ହାଡ ଥିଲେ ଗୃହପାଳିତ ପଶୁମାନେ କଷ୍ଟ ପାଇଥାନ୍ତି ଓ ସେମାନଙ୍କୁ ନାନା ପ୍ରକାର ରୋଗ ହୋଇଥାଏ, ଲୁହା ଥିଲେ ଅସ୍ତ୍ର ଭୟ, ଖପୁରି ଥିଲେ ମୃତ୍ୟୁ ଭୟ, ବାଳ ଥିଲେ ମୃତ୍ୟୁ ଭୟ, କୋଇଲା ଥିଲେ ଚୋରି ହେବାର ଭୟ, ପାଉଁଶ ଥିଲେ ଅଗ୍ନି ଭୟ ଆଦି ଦେଖାଦେଇଥାଏ ।

ଯଦି ଉପରଲିଖିତ ଶଲ୍ୟ ଆଦି ଭୂମି ତଳେ ମହାମର୍ମ ସ୍ଥାନରେ ଥାଏ ତେବେ ଯେଉଁବ୍ୟକ୍ତି ଏହା ଉପରେ ଘର କରିଥାନ୍ତି ତେବେ ନିମ୍ନ ଶଲ୍ୟ ଦୋଷ ପରିଲିଖିତ ହୁଏ । ପ୍ରଥମେ ଖରାପ ସ୍ୱପ୍ନ ଆସେ, ଦ୍ୱିତୀୟରେ ଧିରେ ଧିରେ ଧନର ହାନି ହୁଏ, ବେମାରରେ ପଡ଼ନ୍ତି ଏବଂ ମୃତ୍ୟୁର ସମ୍ଭାବନା ଦେଖା ଦେଇଥାଏ ।

          ବୃହତ୍‌ସଂହିତାର ଅଧ୍ୟାୟ ୫୨ ଓ ୫୩ ରେ ଏହି ଦୋଷକୁ ବର୍ଣ୍ଣନା କରାଯାଇଛି ।

          ଜଣେ ବ୍ୟକ୍ତି ଯଦି ଅଜାଣତରେ ଏହି ଦୋଷ ଥାଇ ଘର ନିର୍ମାଣ କରିଅଛନ୍ତି ତେବେ ତାହାର ପ୍ରତିକାର ପାଇଁ ମନୁଷ୍ୟାଳୟ ଚନ୍ଦ୍ରିକାର ଅଧ୍ୟାୟ ୨ ରେ ନିମ୍ନଲିଖିତ ପ୍ରତିକାର କୁହାଯାଇଅଛି । ଯଥା-ହାତୀ ,କଛୁଆ , ସିଙ୍ଘ , ବାରାହ ଓମଇଁଶି ର ମୁଣ୍ଡ ସ୍ୱର୍ଣ୍ଣରେ ତିଆରି କରି ମର୍ମ ସ୍ଥାନରେ ଭୂମିତଳେ ସ୍ଥାପନ କରନ୍ତୁ । ଏହଦ୍ୱାରା ଭୂମିରେ ସକରାତ୍ମକ ଉର୍ଜା ଖେଳିଯାଇଥାଏ । ଏହି ବିଷୟ ବିଶ୍ୱକର୍ମା ପ୍ରକାଶଗ୍ରନ୍ଥରେ ଦ୍ୱାଦଶ ଅଧ୍ୟାୟରେ ଥିବା ଶଲ୍ୟ ଉଦ୍ଧାର ବିଷୟରେ ବର୍ଣ୍ଣିତ ହୋଇଅଛି ।

ଭୂମିର ସମସ୍ତ ଏରିଆ ମର୍ମମଣ୍ଡଳ ଦ୍ୱାରା ଆଛାଦନ ହୋଇ ରହିଥାଏ । ଏହି ମମ ର୍ମଣ୍ଡଳରେ ଯେପରି କନ୍‌ଷ୍ଟ୍ରକ୍‌ସନ୍ କାର୍ଯ୍ୟ ନହେବ ସେଥିପ୍ରତି ସତର୍କ ହେବା ଉଚିତ୍ ଅଟେ । ପ୍ରତ୍ୟେକ ସୁତ୍ରକୁ ରଜୁକୁହାଯାଏ । ଯାହାର ନମ୍ବର୍ ୧ ରୁ ୮ ହୋଇଥାଏ । ଆସନ୍ତୁ ଜାଣିବା ବିଭିନ୍ନ ସୁତ୍ର ଉପରେ କିଛି ନିର୍ଦ୍ଦେଶ ।

୧-କର୍ଣ୍ଣସୁତ୍ର - ଦକ୍ଷିଣ-ପଶ୍ଚିମ ଦିଗରୁ ଉତର-ପୂର୍ବ ଦିଗ ପର୍ଯ୍ୟନ୍ତ ଟଣା ହୋଇଥିବା ଗାରକୁ କର୍ଣ୍ଣସୁତ୍ର କୁହାଯାଏ ।

୨-ମୃତ୍ୟୁସୁତ୍ର - ଦକ୍ଷିଣ-ପୂର୍ବ କୋଣରୁ ଉତର-ପଶ୍ଚିମ କୋଣ ପର୍ଯ୍ୟନ୍ତ ଏକ ସିଧା ରେଖାକୁ ମୃତ୍ୟୁ ସୁତ୍ର କୁହାଯାଏ ।

୩-ବ୍ରହ୍ମସୁତ୍ର - ପୂର୍ବରୁ ପଶ୍ଚିମରୁ ଟଣା ଯାଇଥିବା ଏକ ସିଧା ରେଖାକୁ ବ୍ରହ୍ମସୁତ୍ର କୁହାଯାଏ ।

୪-ଯମସୁତ୍ର - ଦକ୍ଷିଣରୁ ଉତର ପର୍ଯ୍ୟନ୍ତ ଟଣା ହୋଇଥିବା ସିଧା ରେଖାକୁ ଯମସୁତ୍ର କୁହାଯାଏ ।

୫-ବ୍ରହ୍ମନାଭି - ଭୂମିର ସେଂଟର୍ ପଂଏଟ୍ ଠାରୁ ଯେଉଁ ରେଖା କର୍ଣ୍ଣ, ମୃତ୍ୟୁ, ବ୍ରହ୍ମା ଓ ଯମ ସୁତ୍ରକୁ ଛୁଇଁଥାଏ ତାହାକୁ ବ୍ରହ୍ମନାଭି କୁହାଯାଏ ।

୬-ପର୍ଯ୍ୟନ୍ତସୁତ୍ର - ପ୍ଲଟର୍ ବାହାର ଚାରୋଟି ଦିଗକୁ ପର୍ଯ୍ୟନ୍ତସୁତ୍ର କୁହାଯାଏ ।

୭-ନାଗସୁତ୍ର - ଗୋଟିଏ ସର୍କଲ୍ ଲାଇନ୍ ଯାହାକି ବ୍ରହ୍ମ, ଯମ ସୁତ୍ରର ସମସ୍ତ ଚାରୋଟି ବିନ୍ଦୁକୁ ନାଗସୁତ୍ର କୁହାଯାଏ । ଏହି ସର୍କଲ ପ୍ଲଟ୍‌ର ଚାରିଦିଗକୁ ମଧ୍ୟ ଛୁଇଁଥାଏ ।

୮-ଶୁଳସୁତ୍ର - ଏକ ବର୍ଗାକାର ଭୂମିର ଚାରି ଦିଗକୁ ଶୁଳସୁତ୍ର କୁହାଯାଏ ।

ଆସନ୍ତା କାଲି ବିଥି ଶୂଳ' ଓ ଶିଳା' ନ୍ୟାସ ଉପରେ ଜାଣିବା.


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...