Skip to main content

 

ଗୃହାରମ୍ଭ, ଗୃହ ପ୍ରବେଶ ଇତ୍ୟାଦି ମୁହୁର୍ତ

            ପ୍ରତ୍ୟେକ ଧର୍ମର ଲୋକମାନଙ୍କର ବିଶ୍ୱାସ ଏବଂ ଶ୍ରଦ୍ଧା ଶୁଭ ମୁହୁର୍ତ ଉପରେ ଥାଏ । କୈାଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେହି କାର୍ଯ୍ୟ ସମ୍ବନ୍ଧିତ ଶୁଭ ମୁହୁର୍ତ ବାହାର କରିଥାନ୍ତି । ଏହା ବିଶ୍ୱାସ ଥାଏ ଶୁଭ ମୁହୁର୍ତରେ କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟର ପୁର୍ଣ୍ଣତାରେ କୈାଣସି ବିଘ୍ନତା ଆସିନଥାଏ । ବର୍ତମାନ ଶୁଭ ମୁହୁର୍ତ କିପରି ବାହାର କରାଯାଏ ତାହା ନିମ୍ନରେ ବର୍ଣ୍ଣନା କରାଯାଉଛି ।

            ଖାତ ମୁହୂର୍ତ ବାସ୍ତୁ ଶାସ୍ତ୍ରର ଏକ ଅନୁକୂଳ ମୁହୂର୍ତ ଅଟେ । ଏହି ଖାତ ମୁହୂର୍ତ ଶେଷ ନାଗ ସମ୍ବନ୍ଧିତ ସମ୍ପର୍କ ରଖିଅଛି । ତେଣୁ ନାଗର ମୁଣ୍ଡ ଉପରେ କେବେହେଲେ କିଳ ରଖିବେ ନାହିଁ । ଶେଷନାଗ ପ୍ରତ୍ୟେକ ତିନି ମାସରେ ପାତାଳରେ ନିଜର ସ୍ଥିତି ବଦଳାଇଥାଆନ୍ତି । ମେଷ, ବୃଷ ରାଶିର ସୂର୍ଯ୍ୟ ହେଲେ ଅର୍ଥାତ୍‌- ଫାଲ୍‌ଗୁନ, ଚୈତ୍ର ଏବଂ ବୈଶାଖ ମାସରେ ନାଗର ମୁହଁ ପଶ୍ଚିମ ଦିଗରେ ଥାଏ । ଏହି ତିନିମାସରେ ଅଗ୍ନି କୋଣରେ ଖାତ ମୁହୂର୍ତ କରିବା ଉଚିତ୍ ଅଟେ । ଏହିପରି ଭାବରେ ମିଥୁନ, କର୍କଟ, ସିଂହ ରାଶିରେ ସୂର୍ଯ୍ୟ ଥିଲେ ଅର୍ଥାତ୍‌- ଜ୍ୟେଷ୍ଟ, ଆଷାଢ଼ ଓ ଶ୍ରାବଣ ମାସରେ ନାଗର ମୁହଁ ଉତର ଦିଗରେ ଥାଏ ତେଣୁ ଏହି ସମୟ ମଧ୍ୟରେ ନିରୁତ କୋଣରେ ଖାତ ମୁହୂର୍ତ କରିବା ଉଚିତ୍ ଅଟେ । କନ୍ୟା, ତୁଳା, ବିଛା ରାଶିରେ ସୂର୍ଯ୍ୟ ଥିଲେ ନାଗର ମୁହଁ ପୂର୍ବ ଦିଗରେ ଥାଏ । ତେଣୁ ଭାଦ୍ରପଦ, ଆଷାଢ଼ ଏବଂ କାର୍ତିକ ମାସରେ ବାୟୁ କୋଣରେ ଖାତ ମୁହୂର୍ତ କରିବା ଉଚିତ୍ ଅଟେ । ଧନୁ, ମକର ଏବଂ କୁମ୍ଭ ରାଶିରେ ସୂର୍ଯ୍ୟ ଥିଲେ ଅର୍ଥାତ୍‌-ମାର୍ଗଶିର, ପୈାଷ ଏବଂ ମାଘ ମାସରେ ଇଶାନ କୋଣରେ ଖାତ ମୁହୂର୍ତ କରିବା ଉଚିତ୍ ଅଟେ ।

            ଦକ୍ଷିଣ ମତ ଅନୁସାରେ - ମୀନ, ମେଷ ଓ ବୃଷ ରେ ସୂର୍ଯ୍ୟ ଥିଲେ, ଫାଲ୍‌ଗୁନର ଅନ୍ତିମ ଦିନ, ଚୈତ୍ର, ବୈଶାଖ ଏବଂ ଜ୍ୟେଷ୍ଠ ମାସର ପ୍ରାରମ୍ଭ ଦିନରେ ଖାତ ମୁହୂର୍ତ କରିବା ଉଚିତ୍ ଅଟେ । କନ୍ୟା, ତୁଳା, ବିଛା ରାଶିରେ ସୁର୍ଯ୍ୟ ଥିଲେ, ଭାଦ୍ରବ ମାସର ଅନ୍ତିମ ଦିନ, ଆଷାଢ଼, କାର୍ତିକ ଏବଂ ମାର୍ଗଶିର ମାସର ପ୍ରାରମ୍ଭ ଦିନରେ ଖାତ ମୁହୂର୍ତ କରିବା ଉଚିତ୍ ଅଟେ । ମିଥୁନ, କର୍କଟ ଏବଂ ସିଂହ ରାଶିରେ ସୂର୍ଯ୍ୟ ଥିଲେ, ଶ୍ରାବଣ ଏବଂ ଭାଦ୍ରବ ମାସର ପ୍ରାରମ୍ଭର କିଛି ଦିନ ପରେ ଖାତ ମୁହୂର୍ତ କରାଯାଏ । ଧନୁ, ମକର, କୁମ୍ଭ ରାଶିରେ ସୂର୍ଯ୍ୟ ଥିଲେ ଅର୍ଥାତ୍ ମାର୍ଗଶିର ମାସର ଅନ୍ତିମ ଦିନ, ପୈାଷ, ମାଘ ଓ ଫାଲ୍‌ଗୁନ ମାସର ପ୍ରାରମ୍ଭ ଦିନ ଖାତ ମୁହୂର୍ତ କରାଯାଏ ।

ଶେଷନାଗର ମସ୍ତକ ଉପରେ ଖାତ ମୁହୂର୍ତ କରାଯାଏ ନାହିଁ । ଯଦି କୈାଣସି ବ୍ୟକ୍ତି ଖାତ ମୁହୂର୍ତ କରୁଥାଏ ତେବେ ତାଙ୍କର ମାତା ପିତାଙ୍କୁ କଷ୍ଟ ହୋଇଥାଏ । ନାଗର ଲାଞ୍ଜ ଉପରେ ଖାତ ମୁହୂର୍ତ କଲେ ରୋଗ ଉତ୍ପନ୍ନ ହୋଇଥାଏ । ନାଗର ପିଠି ଉପରେ ଖାତ ମୁହୂର୍ତ କଲେ କ୍ଷୟ କ୍ଷତି ହୋଇଥାଏ । ଏବଂ ସଦା ସର୍ବଦା ଭୟ ଲାଗି ରହେ । ନାଗର ଜଙ୍ଘ ଉପରେ ଖାତ ମୁହୂର୍ତ କଲେ ଧନ ନାଶ ହୋଇଥାଏ । କିନ୍ତୁ ନାଗର କାଖ କିମ୍ବା ବାହୁ ଉପରେ ଖାତ ମୂହୁର୍ତ କଲେ ଧନ ଓ ପୁତ୍ରର ବୃଦ୍ଧି ହୋଇଥାଏ । ନାଗର ମୁହଁ ଯେଉଁପଟେ ଅଛି ସେପଟେ ନିଜର ମୁହଁ କରିକି ଛିଡ଼ା ହୁଅନ୍ତୁ । ଡାହାଣ ହାତର କୋଣରେ ଖାତ ମୁହୂର୍ତ କରନ୍ତୁ । ଏପରି ଖାତ ମୁହୂର୍ତ କରିବାକୁ ଖାତମୁହୂର୍ତ କୁହାଯାଏ । ନାଗର ମୁହଁ ଉତର ପଟେ ଯଦି ଥିବ ତେବେ ବ୍ୟକ୍ତି ପ୍ଲଟ୍‌ର ଦକ୍ଷିଣ ଦିଗରେ ଛିଡ଼ା ହୁଅନ୍ତୁ ଏବଂ ମୁହଁ ଉତର ପଟେ ରଖନ୍ତୁ । ଡାହାଣ ହାତରେ କୋଣରେ ଅର୍ଥାତ୍ ନିରୁତରେ ଖାତ ମୁହୂର୍ତ କରନ୍ତୁ । ନାଗର ମୁହଁ ଯେଉଁ ଦିଗରେ ଥାଏ ସେହି ଦିଗରେ ପ୍ରବେଶ ଦ୍ୱାର କରନ୍ତୁ ନାହିଁ । ନାଗର ମୁହଁରେ ବିଷ ଥିବା ଯୋଗୁ ଏବଂ ଅଗ୍ନି କୋଣରେ ଖାତ ମୁହୂର୍ତ ଯଦି କରାଯାଇଥାଏ ତେବେ ପଶ୍ଚିମ ଦିଗରେ ଘରର ପ୍ରବେଶ ଦ୍ୱାର କରିବା ଉଚିତ୍ ନୁହେଁ । ବାୟୁ କୋଣରେ ଖାତ ମୁହୂର୍ତ କଲେ ପ୍ରବେଶ ଦ୍ୱାର ପୂର୍ବ ଦିଗରେ କରିବେ ନାହିଁ । ଇଶାନ କୋଣରେ ଖାତ ମୁହୂର୍ତ କଲେ ଦକ୍ଷିଣ ଦିଗରେ ଘରର ପ୍ରବେଶ ଦ୍ୱାର କରିବା ଉଚିତ୍ ନୁହେଁ ।

            ସିଂହ, କନ୍ୟା, ତୁଳା ରାଶିରେ ସୂର୍ଯ୍ୟ ଥିଲେ ଅଗ୍ନି କୋଣରେ, ବିଛା, ଧନୁ କିମ୍ବା ମକର ରାଶିରେ ସୂର୍ଯ୍ୟ ଥିଲେ ଇଶାନ କୋଣରେ, ମେଷ ରାଶିରେ ସୂର୍ଯ୍ୟ ଥିଲେ ବାୟୁ କୋଣରେ ତଥା ବୃଷ, ମିଥୁନ, କର୍କଟ ରାଶିରେ ସୂର୍ଯ୍ୟ ଥିଲେ ନିରୁତ କୋଣରେ ଖାତ ମୁହୂର୍ତ କରିବା ଶୁଭପ୍ରଦ ଅଟେ ।

ନିମ୍ନ ନିୟମ ଗୃହ ପ୍ରବେଶ ପାଇଁ ଲାଗୁ ହୋଇଥାଏ ।

- ଚୈତ୍ର ମାସରେ ଖାତ ମୁହୂର୍ତ କଲେ କର୍ତାକୁ ଶୋକ ହୋଇଥାଏ । ଚୈତ୍ର ମାସ ପିତୃମାସ ହୋଇଥିବା ଯୋଗୁ ଏହି ମାସରେ କୈାଣସି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇନଥାଏ । ଚୈତ୍ରର ପ୍ରାରମ୍ଭ ଦିନମାନଙ୍କରେ ସୂର୍ଯ୍ୟ ମୀନ ରାଶିରେ ଥାଆନ୍ତି ଏହି ମାସର ଶେଷ ଦିନ ମାନଙ୍କରେ ସୂର୍ଯ୍ୟ ମେଷ ରାଶିରେ ଥାଆନ୍ତି । ତେଣୁ ଏହି ଦିନମାନଙ୍କରେ ଗୃହ ପ୍ରବେଶ ନିଶିଦ୍ଧ ଅଟେ ।

- ବୈଶାଖ ମାସରେ ଖାତ ମୁହୂର୍ତ କଲେ ସମ୍ପନ୍ନତା ଆସିଥାଏ । ବୈଶାଖରେ ମେଷ ଏବଂ ବୃଷ ରେ ସୂର୍ଯ୍ୟା ଥାଆନ୍ତି । ତେଣୁ ଏହି ଦିନମାନଙ୍କରେ ଗୃହ ପ୍ରବେଶ ଲାଭପ୍ରଦ ହୋଇଥାଏ ।

- ଜ୍ୟେଷ୍ଠ ମାସରେ ଖାତ ମୁହୂର୍ତ କଲେ କର୍ତା ଗ୍ରହପୀଡ଼ା ଭୋଗ କରିଥାନ୍ତି । ଜ୍ୟେଷ୍ଠ ମାସରେ ବୃଷ, ମିଥୁନ ରେ ସୂର୍ଯ୍ୟ ରହିଥାନ୍ତି । ତେଣୁ ଜ୍ୟେଷ୍ଠ ମାସରେ ଗୃହ ପ୍ରବେଶ ନିଶିଦ୍ଧ ଅଟେ ।

- ଆଶାଢ଼ରେ ଖାତ ମୁହୂର୍ତ କଲେ ପଶୁ ସମ୍ପତି ନାଶ ହୋଇଥାଏ ।

- ଶ୍ରାବଣରେ ଖାତ ମୁହୂର୍ତ କଲେ ଧନର ନାଶ ହୋଇଥାଏ ।

- ଭାଦ୍ରବ ମାସରେ ଖାତ ମୁହୂର୍ତ କରାଯାଏ ନାହିଁ କାରଣ ଏହି ମାସକୁ ପିତୃମାସ କରାଯାଇଥାଏ ।

- ଆଶ୍ୱିନ ମାସରେ ଖାତ ମୁହୂର୍ତ କଲେ କଳହ ଲାଗି ରହେ

- କାର୍ତୀକ ମାସରେ ଖାତ ମୁହୂର୍ତ କଲେ ଚାକର ମାନେ ଘର ଛାଡ଼ି ଚାଲିଯାଆନ୍ତି ।

- ମାର୍ଗଶୀର ମାସରେ ଖାତ ମୁହୂର୍ତ ଶୁଭ ଅଟେ । ଧନ ପ୍ରାପ୍ତି ହୋଇଥାଏ । ଗୃହପ୍ରବେଶ ଶୁଭ ହୋଇଥାଏ ।

- ପୈାଷ ମାସରେ ଖାତ ମୁହୂର୍ତ କଲେ ଧନପ୍ରାପ୍ତି ହୋଇଥାଏ ।

ଖାତମୁହୂର୍ତ ପାଇଁ ଶୁଭ ନକ୍ଷତ୍ର:-

ଶ୍ରାବଶ, ମୃଗଶିରା, ରେବତୀ, ହସ୍ତା, ରୋହିଣୀ, ପୁଷ୍ୟା, ଆଶ୍ୱିନ, ତିନୋଟି ଉତରା- ଏହି ଦଶ ନକ୍ଷତ୍ରରେ ଖାତ ମୁହୂର୍ତ କରିବା ଶୁଭପ୍ରଦ ଅଟେ । ମୃଗଶିରା, ପୁନର୍ବସୁ, ଅଶ୍ଳେସା, ଉତରା, ମୁଳା, ଉତର ଭାଦ୍ରପଦ ରେ ଭୂମି ଶୋଇଥାଏ ତେଣୁ ଏହି ନକ୍ଷତ୍ର ମାନଙ୍କରେ ଖାତ ମୁହୂର୍ତ କରନ୍ତୁ ନାହିଁ ।

ଶୁଭବାର:-

ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର ଖାତମୁହୂର୍ତ ପାଇଁ ଶ୍ରେଷ୍ଠ ଅଟେ । ରବିବାର ଏବଂ ମଙ୍ଗଳବାର ଓ ଶନିବାର ଦିନ ଖାତମୁହୂର୍ତ କରନ୍ତୁ ନାହିଁ ।

ଶୁଭତିଥି:-

- , , , ୧୧, ୧୩ - ଏହି ପାଂଚତିଥିରେ ଖାତମୁହୂର୍ତ ଶ୍ରେଷ୍ଠ ଅଟେ ।

- , , , , , ୧୦, ୧୨, ୧୫ ଏବଂ ୩୦ - ଏହି ତିଥିମାନଙ୍କରେ ଖାତମୁହୂର୍ତ ଶୁଭ ଅଟେ ।

- ଶୁକ୍ଲପକ୍ଷର ୧, , , ୧୪ - ଏହି ଚାରିତିଥିରେ ଖାତମୁହୂର୍ତ କରାଯିବା ଠିକ ନୁହେଁ ।

- ବ୍ୟତିପାତ ଆଦି ଅଶୁଭ ଯୋଗରେ ଖାତମୁହୂର୍ତ କରନ୍ତୁ ନାହିଁ ।

ଶୁଭ ସମୟ:-

- ଖାତମୁହୂର୍ତ ପ୍ରାତଃ କାଳରେ କରିବା ଉଚିତ୍ ଅଟେ । ମଧ୍ୟାନ୍ନରେ କଲେ କର୍ତାକୁ କଷ୍ଟ ହୋଇଥାଏ । ସନ୍ଧ୍ୟାରେ କଲେ କଳହ ଉତ୍ପନ୍ନ ହୋଇଥାଏ ।

            ଯେଉଁ ବ୍ୟକ୍ତି ଖାତମୁହୂର୍ତ କରିବାକୁ ଚାହୁଁଛନ୍ତି ସେହି ମୁହୂର୍ତ ଦିନ ଉକ୍ତ ବ୍ୟକ୍ତିର ରାଶିଠାରୁ ଗୋଚର ଚନ୍ଦ୍ର ୬, ୮ କିମ୍ବା ୧୨ ସ୍ଥାନରେ ରହିବା ଉଚିତ୍ ନୁହେଁ ।

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...