Skip to main content

 

ଶିଳାନ୍ୟାସ:-

ଘରର ଶିଳାନ୍ୟାସ ଆଶ୍ୱିନ କିମ୍ବା ଧରଣୀ ନକ୍ଷତ୍ରରେ ଅଗ୍ନି କୋଣରେ କରିବା ଉଚିତ୍ ଅଟେ । ଗୁରୁପୁଷ୍ୟା ଦିନ ଏବଂ ତିନୋଟି ଉତରା, ମୃଗଶିରା, ଶ୍ରବଣ, ଅଶ୍ଳେଷା ନକ୍ଷତ୍ରରେ ଗୁରୁବାର ଦିନ ଭବନ ନିର୍ମାଣ କଲେ ତାହା ଶ୍ରେଷ୍ଠ ହୋଇଥାଏ ।

            ଆଶ୍ୱିନ, ଚିତ୍ରା, ବିଶାଖା, ଧନିଷ୍ଠା, ଶନିବାର ଏବଂ ଆଦ୍ରା ଶୁକ୍ରବାର ଦିନ ଶିଳାନ୍ୟାସ କଲେ ତାହା ଧନପ୍ରଦାତା ଏବଂ ଶୁଭଙ୍କର ହୋଇଥାଏ ।

- ଆଶ୍ୱିନ, ରୋହିଣୀ, ପୁର୍ବା ଫାଲ୍‌ଗୁନି, ଚିତ୍ରା ଏବଂ ଅଷ୍ଟ ନକ୍ଷ୍ୟତ୍ର ମାନଙ୍କରେ ଯେଉଁ ନକ୍ଷତ୍ରରେ ବୁଧବାର ହୋଇଥିବ ସେହିଦିନ ଗୃହାରମ୍ଭ, ଶିଳାନ୍ୟାସ, ନିଅଁ ଖୋଳା କାର୍ଯ୍ୟ କଲେ ଗୃହରେ ଧନ ଓ ଯଶ ଆଦି ବଢ଼ିଥାଏ ।

- ସୂର୍ଯ୍ୟ ନକ୍ଷତ୍ର ଠାରୁ ଚନ୍ଦ୍ର ନକ୍ଷତ୍ରର ସଂଖ୍ୟା ଯେତେବେଳେ ୮ ଠାରୁ ୧୮ ପର୍ଯ୍ୟନ୍ତ ହୋଇଥିବ ତେବେ ଏହା ଗୃହ ନିର୍ମାଣ ପାଇଁ ଶୁଭ ଅଟେ ।

- ସୈାରଚନ୍ଦ୍ର ମାସ ଅନୁଯାଇ ଉତର ଏବଂ ଦକ୍ଷିଣ ଦିଗାଭିମୂଖୀ ଗୃହ ନିର୍ମାଣରେ ମେଷ ଏବଂ ବୃଷ ରେ ସୂର୍ଯ୍ୟ ଥିଲେ ବୈଶାଖ, ତୁଳା ଏବଂ ବିଛାରେ ମାର୍ଗଶିର ମାସ ଶୁଭପ୍ରଦ ଅଟେ ।

- ମୃଦୁ -ଧୃବ ସଂଗ୍ୟକ ଶତଭିସା, ସ୍ୱାତି, ଧନିଷ୍ଠା, ହସ୍ତା ଏବଂ ପୋଷ୍ୟା ନକ୍ଷତ୍ର ଆଦିରେ ଶିଳାନ୍ୟାସ ଶୁଭ ଅଟେ । ବୃହଷ୍ପତି, ଶୁକ୍ର ତଥା ଚନ୍ଦ୍ର ଉଚ୍ଚ ସ୍ଥାନରେ ବା ନିଜ ରାଶିରେ ବଳବାନ ହୋଇଥିବେ ତେବେ ଗୃହାରମ୍ଭ କରିବା ଉନ୍ନତି ଦାୟକ ଅଟେ ।

            ନିଅଁ ଖୋଳିବା ସମୟରେ ମେଷର ସୁର୍ଯ୍ୟ ପ୍ରତିଷ୍ଠାବର୍ଦ୍ଧକ, ବୃଷର ସୂର୍ଯ୍ୟ ଧନବର୍ଦ୍ଧକ, ମକରର ସୂର୍ଯ୍ୟ ଧନ ପ୍ରଦାୟକ ତଥା କୁମ୍ଭର ସୂର୍ଯ୍ୟ ଧନର ଲାଭ କରାଇଥାଏ ।

ମହର୍ଷି ପରାଶର ଅନୁଯାଇ ଚିତ୍ରା, ଶତଭିସା, ସ୍ୱାତି, ହସ୍ତା, ପୋଷ୍ୟା, ପୁନର୍ବସୁ, ରୋହିଣୀ, ରେବତୀ, ମୁଳା, ଶ୍ରବଣା, ଉତରା ଫାଲ୍‌ଗୁନି, ଧନିଷ୍ଠା, ଉତରାଷାଢ଼ା, ଉତରା ଭାଦ୍ରପଦ, ଆଶ୍ୱିନ, ମୃଗଶିରା ଏବଂ ଅନୁରାଧା ଆଦି ୧୭ ଟି ନକ୍ଷତ୍ରରେ ଯେଉଁ ମନୁଷ୍ୟ ଗୃହ ଆରମ୍ଭ କିମ୍ବା ବାସ୍ତୁପୁଜନ କରିଥାନ୍ତି ତାଙ୍କୁ ନିଶ୍ଚିନ୍ତ ରୂପରେ ଲକ୍ଷ୍ମୀଙ୍କର କୃପା ମିଳିଥାଏ ।

ଖାତମୁହୂର୍ତ କିମ୍ବା ଗୃହ ଆରମ୍ଭ ପାଇଁ ନିଶିଦ୍ଧ:-

- ରବିବାର କିମ୍ବା ମଙ୍ଗଳବାର ଦିନ ଗୃହଆରମ୍ଭ କିମ୍ବା ଖାତମୁହୂର୍ତ କରନ୍ତୁ ନାହିଁ ।

- ମେଷ, କର୍କଟ, ତୁଳା, ମକର - ଏହି ଚାରି ଲଗ୍ନର ସମୟ ଅବଧିରେ ଗୃହ ଆରମ୍ଭ କରନ୍ତୁ ନାହିଁ ।

- ଗୃହ ଆରମ୍ଭ ପୂର୍ବରୁ ଏକ କୁଣ୍ଡଳୀ ବନାନ୍ତୁ ତଥା କୁଣ୍ଡଳୀରେ ୩, ୬ କିମ୍ବା ୧୧ ସ୍ଥାନରେ ପାପଗ୍ରହ ଥିଲେ ଗୃହ ଆରମ୍ଭ କରନ୍ତୁ ନାହିଁ ।

- ଗୃହ ଆରମ୍ଭ କୁଣ୍ଡଳୀରେ ୬, , କିମ୍ବା ୧୨ ସ୍ଥାନରେ ଶୁଭ ଗ୍ରହ ଥିଲେ ଗୃହ ଆରମ୍ଭ କରନ୍ତୁ ନାହିଁ ।

- ମଙ୍ଗଳଯୁକ୍ତ ହସ୍ତା, ପୋଷ୍ୟା, ରେବତୀ, ମଘା, ପୁର୍ବାଷାଢ଼ା ଆଦି ନକ୍ଷତ୍ରରେ ଯଦି ମଙ୍ଗଳବାର ଆସୁଥାଏ ତେବେ ଗୃହ ଆରମ୍ଭ କରନ୍ତୁ ନାହିଁ । ଏହିପରି ମୁହୂର୍ତରେ ଗୃହ ଆରମ୍ଭ କଲେ ଗୃହର ଅଗ୍ନିଭୟ, ଚୋରି ଏବଂ ପୁତ୍ରକଷ୍ଟ ହୋଇଥାଏ ।

- ଶନିଯୁକ୍ତ ପୂର୍ବ ଭାଦପ୍ରଦ, ଉତରା ଭାଦ୍ରପଦ, ଜ୍ୟେଷ୍ଠା, ଅନୁରାଧା,  ସ୍ୱାତି ଏବଂ ଧରଣୀ ଆଦି ନକ୍ଷତ୍ରରେ ଗୃହଆରମ୍ଭ କଲେ ଗୃହ ପ୍ରେତବାଧା ଯୁକ୍ତ ହୋଇଥାଏ ।

- ଗୃହ ଆରମ୍ଭ ଦିନ ସୂର୍ଯ୍ୟ ଦୁର୍ବଳ କିମ୍ବା ନିଚ୍ଚ ସ୍ଥାନଗତ ହୋଇଥିଲେ ଗୃହକର୍ତାଙ୍କର ମୃତ୍ୟୁ ହୋଇଥାଏ ।

- ଗୃହ ନିର୍ମାଣ ଆରମ୍ଭ ଦିନ ଚନ୍ଦ୍ର, ନିର୍ବଳ, ଅସ୍ତଗତ କିମ୍ବା ନିଚ୍ଚଗତ ହୋଇଥିଲେ ଗୃହକର୍ତାଙ୍କର ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥାଏ ।

- ଗୃହ ଆରମ୍ଭ ଦିନ ବୃହଷ୍ପତି ଯଦି ନିର୍ବଳ, ଅସ୍ତଗତ କିମ୍ବା ନିଚ୍ଚସ୍ତ ହୋଇଥାଆନ୍ତି ତେବେ ଧନ ନାଶ ହୋଇଥାଏ ।

ଗୃହ ଆରମ୍ଭ ଦିନ ବୃହଷ୍ପତି ଯଦି ନିର୍ବଳ, ଅସ୍ତଗତ କିମ୍ବା ନିଚ୍ଚସ୍ତ ହୋଇଥାଆନ୍ତି ତେବେ ଧନ ନାଶ ହୋଇଥାଏ ।

- ୪/୯/୧୪ - ଏହି ରିକ୍ତା ତିଥି ମାନଙ୍କରେ ଗୃହ ଆରମ୍ଭ କରନ୍ତୁ ନାହିଁ ।

- ଗୃହ ଆରମ୍ଭ କାଳରେ ମିଥୁନର ସୂର୍ଯ୍ୟ ମୃତ୍ୟୁକାରକ, କନ୍ୟାର ସୂର୍ଯ୍ୟ ରୋଗବୃଦ୍ଧି, ଧନୁର ସୂର୍ଯ୍ୟ ହାନିକାରକ ଏବଂ ମୀନର ସୂର୍ଯ୍ୟ ରୋଗଭୟ ହୋଇଥାଏ ।

- ଗୃହ ଆରମ୍ଭ ସିଂହ ଲଗ୍ନରେ ବର୍ଜିତ ଅଟେ ।

- ମିଥୁନ, ଧନୁ ଏବଂ ମୀନର ସୂର୍ଯ୍ୟ ରେ ନୂତନ ଗୃହ ନିର୍ମାଣ କରନ୍ତୁ ନାହିଁ ।

ଶିଳାନ୍ୟାସର ଦିଗ:-

ଦକ୍ଷିଣ ଭାରତରେ ପ୍ରତ୍ୟେକ ରାଶିର ବ୍ୟକ୍ତିମାନଙ୍କ ପାଇଁ ଐଶାନ୍ୟରେ ଶିଳାନ୍ୟାଶ କରିବାର ବିଧିବିଧାନ ଅଛି । କିନ୍ତୁ ଉତର ଭାରତରେ ଦିଗ ମାନଙ୍କରେ ପରିବର୍ତନ ହୋଇଥାଏ । ନିମ୍ନରେ ଶିଳାନ୍ୟାସର ସର୍ବୋତମ ଦିଗ ଦିଆଗଲା:-

, , ୭ - ସିଂହ, କନ୍ୟା, ତୁଳା - ଅଗ୍ନିକୋଣରେ ଶିଳାନ୍ୟାସ ।

, , ୪ - ବୃଷ, ମିଥୁନ, କର୍କଟ - ନିରୁତ କୋଣରେ ଶିଳାନ୍ୟାସ ।

୧୧, ୧୨, ୧ - କୁମ୍ଭ, ମୀନ, ମେଷ - ବାୟୁ କୋଣରେ ଶିଳାନ୍ୟାସ ।

, , ୧୦ - ବିଛା, ଧନୁ, ମକର - ଐଶାନ୍ୟ କୋଣରେ ଶିଳାନ୍ୟାସ ।

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...