ଶିଳାନ୍ୟାସ:-
ଘରର
ଶିଳାନ୍ୟାସ ଆଶ୍ୱିନ କିମ୍ବା ଧରଣୀ ନକ୍ଷତ୍ରରେ ଅଗ୍ନି କୋଣରେ କରିବା ଉଚିତ୍ ଅଟେ । ଗୁରୁପୁଷ୍ୟା
ଦିନ ଏବଂ ତିନୋଟି ଉତରା, ମୃଗଶିରା, ଶ୍ରବଣ, ଅଶ୍ଳେଷା ନକ୍ଷତ୍ରରେ ଗୁରୁବାର ଦିନ ଭବନ
ନିର୍ମାଣ କଲେ ତାହା ଶ୍ରେଷ୍ଠ ହୋଇଥାଏ ।
ଆଶ୍ୱିନ, ଚିତ୍ରା, ବିଶାଖା, ଧନିଷ୍ଠା, ଶନିବାର ଏବଂ ଆଦ୍ରା ଶୁକ୍ରବାର ଦିନ
ଶିଳାନ୍ୟାସ କଲେ ତାହା ଧନପ୍ରଦାତା ଏବଂ ଶୁଭଙ୍କର ହୋଇଥାଏ ।
- ଆଶ୍ୱିନ, ରୋହିଣୀ, ପୁର୍ବା ଫାଲ୍ଗୁନି, ଚିତ୍ରା ଏବଂ ଅଷ୍ଟ ନକ୍ଷ୍ୟତ୍ର ମାନଙ୍କରେ
ଯେଉଁ ନକ୍ଷତ୍ରରେ ବୁଧବାର ହୋଇଥିବ ସେହିଦିନ ଗୃହାରମ୍ଭ, ଶିଳାନ୍ୟାସ, ନିଅଁ ଖୋଳା କାର୍ଯ୍ୟ କଲେ ଗୃହରେ ଧନ ଓ ଯଶ
ଆଦି ବଢ଼ିଥାଏ ।
- ସୂର୍ଯ୍ୟ ନକ୍ଷତ୍ର ଠାରୁ ଚନ୍ଦ୍ର ନକ୍ଷତ୍ରର
ସଂଖ୍ୟା ଯେତେବେଳେ ୮ ଠାରୁ ୧୮ ପର୍ଯ୍ୟନ୍ତ ହୋଇଥିବ ତେବେ ଏହା ଗୃହ ନିର୍ମାଣ ପାଇଁ ଶୁଭ ଅଟେ ।
- ସୈାରଚନ୍ଦ୍ର ମାସ ଅନୁଯାଇ ଉତର ଏବଂ ଦକ୍ଷିଣ
ଦିଗାଭିମୂଖୀ ଗୃହ ନିର୍ମାଣରେ ମେଷ ଏବଂ ବୃଷ ରେ ସୂର୍ଯ୍ୟ ଥିଲେ ବୈଶାଖ, ତୁଳା ଏବଂ ବିଛାରେ ମାର୍ଗଶିର ମାସ ଶୁଭପ୍ରଦ
ଅଟେ ।
- ମୃଦୁ -ଧୃବ ସଂଗ୍ୟକ ଶତଭିସା, ସ୍ୱାତି, ଧନିଷ୍ଠା, ହସ୍ତା ଏବଂ ପୋଷ୍ୟା ନକ୍ଷତ୍ର ଆଦିରେ
ଶିଳାନ୍ୟାସ ଶୁଭ ଅଟେ । ବୃହଷ୍ପତି, ଶୁକ୍ର
ତଥା ଚନ୍ଦ୍ର ଉଚ୍ଚ ସ୍ଥାନରେ ବା ନିଜ ରାଶିରେ ବଳବାନ ହୋଇଥିବେ ତେବେ ଗୃହାରମ୍ଭ କରିବା ଉନ୍ନତି
ଦାୟକ ଅଟେ ।
ନିଅଁ ଖୋଳିବା ସମୟରେ ମେଷର ସୁର୍ଯ୍ୟ
ପ୍ରତିଷ୍ଠାବର୍ଦ୍ଧକ, ବୃଷର ସୂର୍ଯ୍ୟ ଧନବର୍ଦ୍ଧକ, ମକରର ସୂର୍ଯ୍ୟ ଧନ ପ୍ରଦାୟକ ତଥା କୁମ୍ଭର
ସୂର୍ଯ୍ୟ ଧନର ଲାଭ କରାଇଥାଏ ।
ମହର୍ଷି
ପରାଶର ଅନୁଯାଇ ଚିତ୍ରା, ଶତଭିସା, ସ୍ୱାତି, ହସ୍ତା, ପୋଷ୍ୟା, ପୁନର୍ବସୁ, ରୋହିଣୀ, ରେବତୀ, ମୁଳା, ଶ୍ରବଣା, ଉତରା ଫାଲ୍ଗୁନି, ଧନିଷ୍ଠା, ଉତରାଷାଢ଼ା, ଉତରା ଭାଦ୍ରପଦ, ଆଶ୍ୱିନ, ମୃଗଶିରା ଏବଂ ଅନୁରାଧା ଆଦି ୧୭ ଟି ନକ୍ଷତ୍ରରେ ଯେଉଁ ମନୁଷ୍ୟ ଗୃହ ଆରମ୍ଭ
କିମ୍ବା ବାସ୍ତୁପୁଜନ କରିଥାନ୍ତି ତାଙ୍କୁ ନିଶ୍ଚିନ୍ତ ରୂପରେ ଲକ୍ଷ୍ମୀଙ୍କର କୃପା ମିଳିଥାଏ ।
ଖାତମୁହୂର୍ତ କିମ୍ବା ଗୃହ ଆରମ୍ଭ
ପାଇଁ ନିଶିଦ୍ଧ:-
- ରବିବାର କିମ୍ବା ମଙ୍ଗଳବାର ଦିନ ଗୃହଆରମ୍ଭ
କିମ୍ବା ଖାତମୁହୂର୍ତ କରନ୍ତୁ ନାହିଁ ।
- ମେଷ, କର୍କଟ, ତୁଳା, ମକର - ଏହି ଚାରି ଲଗ୍ନର ସମୟ ଅବଧିରେ ଗୃହ ଆରମ୍ଭ କରନ୍ତୁ ନାହିଁ ।
- ଗୃହ ଆରମ୍ଭ ପୂର୍ବରୁ ଏକ କୁଣ୍ଡଳୀ ବନାନ୍ତୁ
ତଥା କୁଣ୍ଡଳୀରେ ୩, ୬ କିମ୍ବା ୧୧ ସ୍ଥାନରେ ପାପଗ୍ରହ ଥିଲେ ଗୃହ
ଆରମ୍ଭ କରନ୍ତୁ ନାହିଁ ।
- ଗୃହ ଆରମ୍ଭ କୁଣ୍ଡଳୀରେ ୬, ୮, କିମ୍ବା ୧୨ ସ୍ଥାନରେ ଶୁଭ ଗ୍ରହ ଥିଲେ ଗୃହ ଆରମ୍ଭ କରନ୍ତୁ ନାହିଁ ।
- ମଙ୍ଗଳଯୁକ୍ତ ହସ୍ତା, ପୋଷ୍ୟା, ରେବତୀ, ମଘା, ପୁର୍ବାଷାଢ଼ା ଆଦି ନକ୍ଷତ୍ରରେ ଯଦି ମଙ୍ଗଳବାର ଆସୁଥାଏ ତେବେ ଗୃହ ଆରମ୍ଭ କରନ୍ତୁ
ନାହିଁ । ଏହିପରି ମୁହୂର୍ତରେ ଗୃହ ଆରମ୍ଭ କଲେ ଗୃହର ଅଗ୍ନିଭୟ, ଚୋରି ଏବଂ ପୁତ୍ରକଷ୍ଟ ହୋଇଥାଏ ।
- ଶନିଯୁକ୍ତ ପୂର୍ବ ଭାଦପ୍ରଦ, ଉତରା ଭାଦ୍ରପଦ, ଜ୍ୟେଷ୍ଠା, ଅନୁରାଧା, ସ୍ୱାତି ଏବଂ ଧରଣୀ ଆଦି ନକ୍ଷତ୍ରରେ
ଗୃହଆରମ୍ଭ କଲେ ଗୃହ ପ୍ରେତବାଧା ଯୁକ୍ତ ହୋଇଥାଏ ।
- ଗୃହ ଆରମ୍ଭ ଦିନ ସୂର୍ଯ୍ୟ ଦୁର୍ବଳ କିମ୍ବା
ନିଚ୍ଚ ସ୍ଥାନଗତ ହୋଇଥିଲେ ଗୃହକର୍ତାଙ୍କର ମୃତ୍ୟୁ ହୋଇଥାଏ ।
- ଗୃହ ନିର୍ମାଣ ଆରମ୍ଭ ଦିନ ଚନ୍ଦ୍ର, ନିର୍ବଳ, ଅସ୍ତଗତ କିମ୍ବା ନିଚ୍ଚଗତ ହୋଇଥିଲେ ଗୃହକର୍ତାଙ୍କର ସ୍ତ୍ରୀ ଙ୍କର ମୃତ୍ୟୁ
ହୋଇଥାଏ ।
- ଗୃହ ଆରମ୍ଭ ଦିନ ବୃହଷ୍ପତି ଯଦି ନିର୍ବଳ, ଅସ୍ତଗତ କିମ୍ବା ନିଚ୍ଚସ୍ତ ହୋଇଥାଆନ୍ତି
ତେବେ ଧନ ନାଶ ହୋଇଥାଏ ।
ଗୃହ
ଆରମ୍ଭ ଦିନ ବୃହଷ୍ପତି ଯଦି ନିର୍ବଳ, ଅସ୍ତଗତ
କିମ୍ବା ନିଚ୍ଚସ୍ତ ହୋଇଥାଆନ୍ତି ତେବେ ଧନ ନାଶ ହୋଇଥାଏ ।
- ୪/୯/୧୪ - ଏହି ରିକ୍ତା ତିଥି ମାନଙ୍କରେ ଗୃହ
ଆରମ୍ଭ କରନ୍ତୁ ନାହିଁ ।
- ଗୃହ ଆରମ୍ଭ କାଳରେ ମିଥୁନର ସୂର୍ଯ୍ୟ
ମୃତ୍ୟୁକାରକ, କନ୍ୟାର ସୂର୍ଯ୍ୟ ରୋଗବୃଦ୍ଧି, ଧନୁର ସୂର୍ଯ୍ୟ ହାନିକାରକ ଏବଂ ମୀନର
ସୂର୍ଯ୍ୟ ରୋଗଭୟ ହୋଇଥାଏ ।
- ଗୃହ ଆରମ୍ଭ ସିଂହ ଲଗ୍ନରେ ବର୍ଜିତ ଅଟେ ।
- ମିଥୁନ, ଧନୁ ଏବଂ ମୀନର ସୂର୍ଯ୍ୟ ରେ ନୂତନ ଗୃହ ନିର୍ମାଣ କରନ୍ତୁ ନାହିଁ ।
ଶିଳାନ୍ୟାସର ଦିଗ:-
ଦକ୍ଷିଣ
ଭାରତରେ ପ୍ରତ୍ୟେକ ରାଶିର ବ୍ୟକ୍ତିମାନଙ୍କ ପାଇଁ ଐଶାନ୍ୟରେ ଶିଳାନ୍ୟାଶ କରିବାର ବିଧିବିଧାନ
ଅଛି । କିନ୍ତୁ ଉତର ଭାରତରେ ଦିଗ ମାନଙ୍କରେ ପରିବର୍ତନ ହୋଇଥାଏ । ନିମ୍ନରେ ଶିଳାନ୍ୟାସର
ସର୍ବୋତମ ଦିଗ ଦିଆଗଲା:-
୫, ୬, ୭ - ସିଂହ, କନ୍ୟା, ତୁଳା - ଅଗ୍ନିକୋଣରେ ଶିଳାନ୍ୟାସ ।
୨, ୩, ୪ - ବୃଷ, ମିଥୁନ, କର୍କଟ - ନିରୁତ କୋଣରେ ଶିଳାନ୍ୟାସ ।
୧୧, ୧୨, ୧ - କୁମ୍ଭ, ମୀନ, ମେଷ - ବାୟୁ କୋଣରେ ଶିଳାନ୍ୟାସ ।
୮, ୯, ୧୦ - ବିଛା, ଧନୁ, ମକର - ଐଶାନ୍ୟ କୋଣରେ ଶିଳାନ୍ୟାସ ।
Comments
Post a Comment