Skip to main content

 

ରୋଷେଇ ଘର ଓ ବାସ୍ତୁ

 (ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

ବୃହତ୍‌ସଂହିତାଶାସ୍ତ୍ର ଅନୁଯାଇ ଦକ୍ଷିଣ-ପୂର୍ବ ଦିଗ, ପର୍ଯନ୍ୟ ପଦ ଏବଂ ଜୟନ୍ତ ପଦ ଓ ଇନ୍ଦ୍ର ପଦ ଆଦି ରେ ରୋଷେଇଘର ସ୍ଥାପନ କରିବା ଶୁଭମୟ ଅଟେ

            ମୟମତମ୍‌ଶାସ୍ତ୍ର ଅନୁଯାଇ ଇନ୍ଦ୍ରପଦ, ଆଦିତ୍ୟପଦ, ସତ୍ୟପଦ, ବୃଷପଦ ଏବଂ ଅର୍ଗଳ ପଦ ରୋଷେଇ ଘର ପାଇଁ ପ୍ରସସ୍ତ ଅଟେ । ପୂର୍ବଦିଗ କିମ୍ବା ଦକ୍ଷିଣ-ପୂର୍ବ ଦିଗ ରୋଷେଇ ଘର ପାଇଁ ଉପଯୁକ୍ତ ଅଟେ ।

            ମନୁଷ୍ୟାଳୟ ଚନ୍ଦ୍ରିକାଶାସ୍ତ୍ର ଅନୁଯାଇ ଦକ୍ଷିଣ-ପୂର୍ବ ଦିଗ, ଉତର-ପୂର୍ବ ଦିଗ ଏବଂ ଉତର-ପଶ୍ଚିମ ଦିଗ ରୋଷେଇ ଘର ପାଇଁ ଉପଯୁକ୍ତ ଅଟେ । ଯଦି ଦକ୍ଷିଣ-ପଶ୍ଚିମ ଦିଗରେ ରୋଷେଇ ଘର ଥାଏ ତେବେ  ଖରାପ ଫଳ ଦେଇଥାଏ ।

(୧) ଉତରପୂର୍ବ ଦିଗ -

ଯଦି ରୋଷେଇ ଘର ଏହି ଦିଗରେ ଥାଏ ତେବେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଘରର ସ୍ୱାମୀ ଠିକ୍ ଭାବରେ କୈାଣସି ନିଷ୍ପତି ନେଇପାରିନଥାନ୍ତି । ସେ ସଦାବେଳେ ବିଚଳିତ ଅବସ୍ଥାରେ ଥାଆନ୍ତିସେ ଅସତ୍ୟକୁ ସତ୍ୟ ବୋଲି ଭାବିଥାନ୍ତି । ତାଙ୍କୁ ମୁଣ୍ଡରେ କୈାଣସି ପ୍ରକାରର ରୋଗ କିମ୍ବା ମାନସିକ ବିକାରତା ଦୃଷ୍ଟିଗୋଚର ହୋଇଥାଏ । ସେହିବ୍ୟକ୍ତି ମନରେ ଭୟ, ଦୁଃଖ ଓ ଅସ୍ଥିରତା ଦେଖାଦେଇଥାଏ ।

ସମାଧାନ - ହଳଦିଆ ରଙ୍ଗର ପଥର ଗ୍ୟାସ୍ ଚୁଲାର ତଳେ ରଖିଲେ ଏ ସମସ୍ୟାର ସମାଧାନ ହୋଇଥାଏ ।


 (୨) ପୂର୍ବ-ଉତର-ପୂର୍ବ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ଥାଏ ତେବେ ଆପଣଙ୍କ ପାଖରେ ଆମୋଦ ପ୍ରମୋଦ କରିବା, ଆନନ୍ଦ ପାଇବା ଆଦିର ଅଭାବ ପରିଲକ୍ଷିତ ହୋଇଥାଏ । ଅଗ୍ନିତତ୍ୱ ଯୋଗୁ ସେ ତାଙ୍କ ଜୀବନକୁ ଭୋଗ କରିପାରନ୍ତି ନାହିଁ ।

ସମାଧାନ - ସବୁଜ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ

 

(୩) ପୂର୍ବ ଦିଗ -

ଏହି ଦିଗରେ ରୋଷେଇ ଘର କରିବା ଉପଯୁକ୍ତ ନୁହେଁ । କାରଣ ଧନ ଓ ସମାଜ ସମ୍ପର୍କରେ ଶିଥିଳତା ଆଣିଥାଏ କିନ୍ତୁ ରୋଷେଇ ଘର ଯଦି ଧାର୍ମିକ ଅନୁଷ୍ଠାନ, ରାଜନୈତିକ, ଆଧ୍ୟାତ୍ମିକ ଏବଂ କ୍ଲବ୍ ଘର ପାଇଁ ଅତିବ ଶୁଭ ଅଟେ । ଆପଣ ସଦାସର୍ବଦା ସାମାଜିକ ଅନୁଷ୍ଠାନ ନିମିତ ରୋଷେଇ ପାଇଁ ବ୍ୟସ୍ତ ରୁହନ୍ତି ।

ସମାଧାନ - ସବୁଜ ରଙ୍ଗର ମାର୍ବଲ୍ ପଥର ଚୁଲା ତଳେ ରଖନ୍ତୁ

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଏହିଦିଗରେ ଥିବା ରୋଷେଇ ଘର ପରିବାର ଭିତରେ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରିଥାଏ । ଯଦି ଏହି ରୋଷେଇ ଘର ବହୁତ ଦିନ ହେଲା ବ୍ୟବହାର ହେଉଅଛି ତେବେ ତାହା ଡ଼ାଇବେଟିସ୍ ରୋଗ ସୃଷ୍ଟି କରିଥାଏ । ଘରେ ଥିବା ଅଧିକାଂଶ ସଦସ୍ୟ ଉକ୍ତ ରକ୍ତଚାପ ଓ ଗ୍ୟାସ ସମସ୍ୟାରେ ପିଡ଼ୀତ ହୋଇଥାନ୍ତି ।

ସମାଧାନ - ହଳଦିଆ ରଙ୍ଗର ମାର୍ବଲ୍ ପଥର ଚୁଲା ତଳେ ରଖନ୍ତୁ

(୫) ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗ ରୋଷେଇ ଘର ପାଇଁ ସବୁଠାରୁ ଉପଯୁକ୍ତ ଅଟେ । ସଦାସର୍ବଦା ହାତରେ ଧନ ରହେ । ଏହା କାର୍ଯ୍ୟକ୍ଷମ ପାଇଁ ଉତ୍ସାହ ସୃଷ୍ଟି କରିଥାଏ । ଯଦି ଆପଣଙ୍କର ଧନ ଅନ୍ୟପାଖରେ ରହିଯାଇଥାଏ ଏବଂ ଆପଣ ତହା ଫେରି ନପାଇଥାନ୍ତି ତେବେ ଏହି ଦିଗର ରୋଷେଇ ଘର ଧନକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରିଥାଏ ।

ସମାଧାନ - ସବୁଜ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗ ରୋଷେଇ ଘର ପାଇଁ ମଧ୍ୟ ଉପଯୁକ୍ତ ଅଟେ । ଏହା ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ । ଧାର୍ ଦେଇଥିବା ଟଙ୍କା ଫେରସ୍ତ ପାଇବାରେ ସାହାଯ୍ୟ କରିଥାଏ ।

ସମାଧାନ - ସବୁଜ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୭) ଦକ୍ଷିଣ ଦିଗ -

ଏହି ଦିଗରେ ରୋଷେଇ ଘର ଥିଲେ ନାମ, ପ୍ରସିଦ୍ଧି, ଲୋକପ୍ରିୟତା ଆଦି ଆଣିଥାଏ । ଆପଣ ସଦାସର୍ବଦା ଚିନ୍ତାବିହୀନ ଓ ସୁଖମୟ ଜୀବନଯାପନ କରିଥାନ୍ତି ।

ସମାଧାନ - ହଳଦିଆ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଯଦି ରୋଷେଇ ଘର ଥାଏ ତେବେ ଆପଣ ଓ ଆପଣଙ୍କ ସନ୍ତାନ ମଧ୍ୟରେ ଭୟଙ୍କର ଝଗଡ଼ା ସୃଷ୍ଟି ହୋଇଥାଏ । ଏହା ଖର୍ଚ୍ଚକୁ ବଢ଼ାଇଥାଏ ଓ ସ୍ୱାସ୍ଥଗତ ସମସ୍ୟା ଦେଖାଯାଏ ।

ସମାଧାନ - ହଳଦିଆ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ଥାଏ ତେବେ ଆପଣ ନିଜର ଦକ୍ଷତାକୁ ଠିକ୍ ଭାବରେ କାମରେ ଲଗାଇପାରିନଥାନ୍ତି ଏବଂ ଆପଣଙ୍କ କ୍ୟାରିଅର୍‌ରେ ଅସ୍ଥିରତା ସୃଷ୍ଟି ହୋଇଥାଏ । ଘରର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କରେ ନ୍ୟୁନତା ଆସିଥାଏ । ଆପଣଙ୍କ ସନ୍ତାନର ବିବାହରେ ବିଳମ୍ବ ହୋଇଥାଏ ।  ଆପଣ ସଦାସର୍ବଦା କ୍ରୋଧ ଓ ଇର୍ଷା ପ୍ରକାଶ କରିଥାନ୍ତି ।

ସମାଧାନ -  ହଳଦିଆ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ଥାଏ ତେବେ ଆପଣଙ୍କର ସେଭିଂସ୍‌କୁ ପ୍ରଭାବିତ କରିଥାଏ । ସେଭିଂସ୍ ଅର୍ଥ ଖର୍ଚ୍ଚ ହୋଇଯାଇଥାଏ । ଆପଣଙ୍କର ସନ୍ତାନମାନେ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ଅସମର୍ଥ ହୋଇଥାନ୍ତି । ସନ୍ତାନମାନେ ଯେତେ ପରିଶ୍ରମ କଲେ ମଧ୍ୟ ପରୀକ୍ଷାରେ ଉପଯୁକ୍ତ ମାର୍କ ପାଇନଥାନ୍ତି ।

ସମାଧାନ -  ହଳଦିଆ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

୧୧) ପଶ୍ଚିମ ଦିଗ -

ଏହି ଦିଗରେ ରୋଷେଇ ଘର କରିବା ଠିକ୍ ଅଟେ । ଖାଦ୍ୟ ପଦାର୍ଥରେ ସ୍ୱାଦ ଆସିଥାଏ ଏବଂ ସଦାସର୍ବଦା ଆୟ ହୋଇଥାଏ । ଆପଣ ଭଲ ସ୍ୱାସ୍ଥ୍ୟର ମାଲିକ ହୁଅନ୍ତି ।

ସମାଧାନ - ହଳଦିଆ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ରୋଷେଇ ଘର ଥିଲେ ପତ୍ନୀ ସହ ସଦାସର୍ବଦା ଝଗଡ଼ା ହୋଇଥାଏ । କିନ୍ତୁ ଅନ୍ୟ ସଦସ୍ୟଙ୍କ ସହିତ ସମ୍ପର୍କ ଭଲ ରହିଥାଏ

ସମାଧାନ - ହଳଦିଆ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ

(୧୩) ଉତର-ପଶ୍ଚିମ ଦିଗ -

ଏହି ଦିଗରେ ରୋଷେଇ ଘର ଥିଲେ ଆପଣ ଆପଣଙ୍କ ପରିବାର ଠାରୁ, ସାଙ୍ଗମାନଙ୍କ ଠାରୁ, ସମ୍ପର୍କିର‌୍ୟଙ୍କ ଠାରୁ କୈାଣସି ପ୍ରକାର ସାହାଯ୍ୟ ପାଇନଥାନ୍ତି ।

ସମାଧାନ - ହଳଦିଆ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୧୪) ଉତର-ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ରୋଷେଇ ଘର ଥାଏ ତେବେ ଆପଣଙ୍କର ସମ୍ପର୍କ ସନ୍ତାନ ସହିତ ଭଲ ରୁହେ ନାହିଁ

ସମାଧାନ - ସବୁଜ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୧୫) ଉତର ଦିଗ -

ଏହି ଦିଗରେ ରୋଷେଇ ଘର ଥିଲେ ପଦୋନ୍ନତି କିମ୍ବା ବ୍ୟବସାୟିକ ସଫଳତାରେ ନ୍ୟୁନତା ଆଣିଥାଏ । ଏହି ଦିଗରେ ରନ୍ଧା ହୋଇଥିବା ଖାଦ୍ୟର ସ୍ୱାଦ ନଥାଏ ।

ସମାଧାନ - ସବୁଜ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।

(୧୬) ଉତର-ଉତର-ପୂର୍ବ ଦିଗ -

ଏ ଦିଗରେ ରୋଷେଇ ଘର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । ସଦାସର୍ବଦା ହସ୍‌ପିଟାଲ୍‌କୁ ଯିବାକୁ ପଡ଼ିଥାଏ ।

ସମାଧାନ - ସବୁଜ ରଙ୍ଗର ମାର୍ବଲ ପଥର ଚୁଲା ତଳେ ରଖନ୍ତୁ ।




Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...