Skip to main content

 

ଶୈାଚାଳୟ ଓ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

 (୧) ଉତରପୂର୍ବ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣ ଠିକ୍ ରୂପରେ ନିଷ୍ପତି ନେଇପାରିବେ ନାହିଁ । ନର୍ଭ ଜନିତ ରୋଗ ଦେଖାଯାଇପାରେ । ସବୁଠାରୁ ହାଲୁକା ହଳଦିଆ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣଙ୍କ ଜୀବନରେ କୈାଣସି ପ୍ରକାର ଖୁସି ବା ଆନନ୍ଦ ପାଇପାରିବେ ନାହିଁ । ସବୁଜ ରଙ୍ଗର ଷ୍ଟ୍ରିପ୍ ଏହାର ସନ୍ତୁଳନ ରକ୍ଷା କରିଥାଏ ।

(୩) ପୂର୍ବ ଦିଗ -

ଏହି ଦିଗ ସମାଜ ସହିତ ସମ୍ପର୍କକୁ ନିବିଡ଼ତା ଆଣିଥାଏ । ଯଦି ଏଠାରେ ଶୈାଚାଳୟ ଥାଏ ତେବେ ସମାଜ ସହିତ ସମ୍ପର୍କ ଭଲ ରହିବ ନାହିଁ । ଲାଲ୍ ରଙ୍ଗର ଷ୍ଟ୍ରିପ୍ ଏହାର ସନ୍ତୁଳନ ଆଣିଥାଏ ।

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣ ଠିକ୍ ନିଷ୍ପତି ନେଇପାରିବେ ନାହିଁ । ପିଙ୍କ୍ ରଙ୍ଗର ଷ୍ଟ୍ରିପ୍ ଏହାର ସନ୍ତୁଳନ ରକ୍ଷା କରିଥାଏ ।

(୫) ଦକ୍ଷିଣ-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣ ଦେଇଥିବା ଅର୍ଥ ଫେରିପାଆନ୍ତି ନାହିଁ । ଦୁର୍ଘଟଣା ହେବାର ସମ୍ଭାବନା ରହେ । ଆପଣ ଅସୁରକ୍ଷିତ ଭାବନାରେ ଗ୍ରସିତ ହୁଅନ୍ତି । ହଳଦିଆ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଏହା ଶକ୍ତି ଓ ଆତ୍ମ ବିଶ୍ୱାସକୁ ସୁଚାଇଥାଏ । ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣଙ୍କର ଆତ୍ମ ବିଶ୍ୱାସରେ ବ୍ୟାଘାତ ସୃଷ୍ଟି ହୁଏ । ହଳଦିଆ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ

୭) ଦକ୍ଷିଣ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣଙ୍କର ନାମ ଓ ପ୍ରସିଦ୍ଧିରେ ସମସ୍ୟା ଉପୁଜି ପାରେ । ସମାଜରେ ବଦ୍‌ନାମ୍ ହୋଇପାରନ୍ତି । ହଳଦିଆ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗ ଶୈାଚାଳୟ ପାଇଁ ସର୍ବୋତମ ଅଟେ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ପିତୃସ୍ଥାନର ଏହି ଦିଗ ସୂଚକ ଅଟେ । ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ବିବାହରେ ବିଳମ୍ବ ବା ବିଲ୍‌କୁଲ୍ ହୋଇନଥାଏ । ଆପଣ ଧନ ରୋଜଗାର କରିବାରେ ଅସମର୍ଥତା ପ୍ରକାଶ କରିଥାନ୍ତି । ପାରିବାରିକ ସମ୍ପର୍କରେ ଅସୁବିଧା ଭୋଗ କରିପାରନ୍ତି । ଜୀବନରେ ଅସ୍ଥିରତା ଲାଗି ରହିଥାଏ । ହଳଦିଆ ରଙ୍ଗର ଷ୍ଟ୍ରିପ

ଏହାର ସମାଧାନ ଅଟେ ।

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଆପଣଙ୍କର ଜମା କରିଥିବା ସମସ୍ତ ସେଭିଂସ୍ ଖର୍ଚ୍ଚ ହୋଇଯାଇଥାଏ । ସନ୍ତାନ ମାନେ ପାଠ ପଢ଼ନ୍ତି ନାହିଁ । ଧଳା ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୧୧) ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣ ପରିଶ୍ରମ ହିସାବରେ ପ୍ରାପ୍ୟ ପାଇଥାନ୍ତି । ଅଧିକା ପ୍ରାପ୍ୟ ମିଳିନଥାଏ । ଧଳା ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଯଦି ଶୈାଚାଳୟ ଥାଏ ତେବେ ମନରେ ଅହେତୁକ ଦୁଃଖ ଆଣିଥାଏ । ଧଳା ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ

(୧୩) ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣ ସରକାରଙ୍କ ଠାରୁ କୈାଣସି ପ୍ରକାର ସାହାଯ୍ୟ ପାଇନଥାନ୍ତି । ନୀଳ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୧୪) ଉତର-ଉତର-ପଶ୍ଚିମ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ସନ୍ତାନର ଜନ୍ମରେ ସମସ୍ୟା ଦେଖାଯାଇଥାଏ । ସବୁଜ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୧୫) ଉତର ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ନୁତନ ସୁଯୋଗ ଧନ ଉପାର୍ଜନ ପାଇର୍ ବନ୍ଦ୍ ହୋଇଯାଇଥାଏ । ଯେଉଁମାନେ ଚାକିରି କରିଅଛନ୍ତି ସେମାନେ ଚାକିରୀ କ୍ଷେତ୍ରରୁ ବହିଷ୍କୃତ ହୋଇପାରନ୍ତି । ସହଜରେ ଚାକିରୀ ମିଳିନଥାଏ । ସବୁଜ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

(୧୬) ଉତର-ଉତର-ପୂର୍ବ ଦିଗ -

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧିତ କଷ୍ଟ ଭୋଗିବାକୁ ପଡ଼ିଥାଏ । କର୍କଟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ । ସବୁଜ ରଙ୍ଗର ଷ୍ଟ୍ରିପ୍ ଏହାର ସମାଧାନ ଅଟେ ।

            ଯଦି ଉତର-ପୂର୍ବ ଦିଗରେ ଟଏଲେଟ୍ ଥାଏ ତେବେ ରକ୍ତଜନିତ ବିଭିନ୍ନ ରୋଗରେ ଘରର ସଦସ୍ୟମାନେ ପୀଡ଼ିତ ହୋଇଥାନ୍ତି । ଦକ୍ଷିଣ-ପଶ୍ଚିମ ଏବଂ ଉତର-ପୂର୍ବ ଦିଗରେ ଟଏଲେଟ୍  କରାଯାଏନାହିଁ ।

            ଦକ୍ଷିଣ-ପଶ୍ଚିମ ଦିଗରେ ଯଦି  ଟଏଲେଟ୍ ଥାଏ ତେବେ ତାହାର ବ୍ୟବହାର ବନ୍ଦ୍ କରିଦିଅନ୍ତୁ କିମ୍ବା ସେ ଯାଗାରୁ ଉଠାଇ ଦିଅନ୍ତୁ । କାରଣ ଘରର ସମସ୍ତ ପୁରୁଷ ସଦସ୍ୟ ଓ ଗୃହକର୍ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ଯାହାକି ଛଅବର୍ଷ ପର୍ଯ୍ୟନ୍ତ ଲାଗି ରହେତେଣୁ ଏହାର ପ୍ରତିକାର କରିବା ଉଚିତ୍ ଅଟେ ।

            ସନ୍ତାନମାନଙ୍କର ବିବାହ ଉପଯୁକ୍ତ ବୟସରେ ହୋଇନଥାଏ କିମ୍ବା ବିବାହକୁ କରାଇ ଦେଇନଥାଏ । ପ୍ରଚୁର ବିଳମ୍ବ ବିବାହରେ କରାଇଥାଏ ।



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...