Skip to main content

ଶୟନ କକ୍ଷ ଓ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

 (୧) ଉତରପୂର୍ବ ଦିଗ -

ଯଦି ଏହି ଦିଗରେ ଶୟନ କକ୍ଷ ଥାଏ ତେବେ ସଦାସର୍ବଦା ଆପଣ ଚିନ୍ତିତ ରୁହନ୍ତି । ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି । ଅଧିକାଂଶ ସମୟରେ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ ଅଧିକ ଦିନ ଧରି ଯଦି ଏହି ଶୟନ କକ୍ଷକୁ ବ୍ୟବହାର କରାଯାଏ ତେବେ ମାନସିକ ରୋଗରେ ପିଡୀତ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ଦିଗରେ ଥିବା ଶୟନ କକ୍ଷର ବ୍ୟବହାର କରନ୍ତୁ ନାହିଁ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଏହି ଦିଗରେ ଶୟନ କକ୍ଷ ଆପଣଙ୍କୁ ଆନ୍ତରିକ ସୁଖ ଦେଇଥାଏ ଏବଂ ଜୀବନର ଉଦ୍ଦେଶ୍ୟକୁ ସଫଳ କରିଥାଏ । ଆପଣ ସଦାସର୍ବଦା ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାନ୍ତିଏହି ଦିଗରେ ଥିବା ଶୟନ କକ୍ଷ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଅତ୍ୟଧିକ ଭଲ ଅଟେ ।

(୩) ପୂର୍ବ ଦିଗ -

ଏହି ଦିଗରେ ଯଦି ଶୟନ କକ୍ଷ ଥାଏ ତେବେ ଆପଣଙ୍କର ସମ୍ପର୍କ ସମାଜ ସହିତ ଅତ୍ୟଧିକ ଉନ୍ନତି ପଥରେ ଚାଲିଥାଏ । ଆପଣ ସମାଜର ଅଧିକାଂଶ କାର୍ଯ୍ୟରେ ଭାଗିଦାର ହୋଇଥାନ୍ତି । ଯଦି ଆପଣ ଜଣେ ରାଜନୈତିକ ନେତା କିମ୍ବା ଗୁରୁ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ

(୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଶୟନ କକ୍ଷ ଥିଲେ ଆପଣଙ୍କ ମନରେ ସଦାସର୍ବଦା ଉଦ୍‌ବେଗ ବା ଉତ୍କଣ୍ଠା ଲାଗିରହେ । ଆପଣ ଛୋଟ ଛୋଟ କଥାକୁ ଏତେ ତର୍ଜମା କରନ୍ତି ଯେ ତାର ଫଳ କିଛି ମିଳିନଥାଏ ଓ କୈାଣସି ନିଷ୍ପତିରେ ପହଂଚି ପାରିନଥାନ୍ତିଆପଣ ଭୈାତିକ ସୁଖକୁ ସହଜରେ ଆପଣାର କରିପାରନ୍ତି ନାହିଁ । ନିକଟତମ ସମ୍ପର୍କୀୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହେନାହିଁ । ଏହି ଶୟନ କକ୍ଷ ସନ୍ତାନଙ୍କ ପାଇଁ ଯେଉଁମାନେ କି ଦଶ ବର୍ଷରୁ ଛୋଟ ଅଟନ୍ତି ତାହା ଶୁଭ ଅଟେ । କାରଣ ହେଲା ଯେ ସେମାନଙ୍କର ବିଶ୍ଳେଷଣ କରିବାର ଦକ୍ଷତା ବୃଦ୍ଧି ପାଇଥାଏ ।

(୫) ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ଆନ୍ତରିକ ଆତ୍ମ ବିଶ୍ୱାସକୁ ବୃଦ୍ଧି କରାଇଥାଏ ଓ ଆପଣଙ୍କର ଶାରୀରିକ ଶକ୍ତିକୁ ବୃଦ୍ଧି କରାଇଥାଏ ।

(୭) ଦକ୍ଷିଣ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ମନରେ ଶାନ୍ତି ଆଣଥାଏ । ଆପଣ ଆମୋଦ ପ୍ରମୋଦ ଓ ମନୋରଞ୍ଜନରେ ରହିଥାନ୍ତିଯେଉଁମାନଙ୍କୁ ନିଦ ହୋଇନଥାଏ ସେମାନେ ଏହି ଦିଗରେ ଥିବା ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ଅଟେ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସଦାସର୍ବଦା ରୋଗରେ ପିଡୀତ କରାଇଥାଏ । ଆପଣଙ୍କର ଏନର୍ଜିର ଶକ୍ତିକୁ କମ୍ କରିଥାଏ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କର ଦକ୍ଷତାକୁ ବୃଦ୍ଧି କରାଇଥାଏ । ଆପଣଙ୍କ ସହିତ ଅନ୍ୟମାନଙ୍କର ସମ୍ପର୍କରେ ନିବିଡତା ଆଣିଥାଏ । ଯେଉଁମାନେ କଲେଜ ଛାତ୍ର ଅଟନ୍ତି ସେମାନେ ଏହି ଶୟନ କକ୍ଷକୁ ବ୍ୟବହାର କଲେ ତାଙ୍କର ପଢ଼ିବାରେ ଏବଂ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ପାଇଥାଏ ।

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷ ସ୍କୁଲ୍ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପରୀକ୍ଷାରେ ଭଲ ନମ୍ବର୍ ରଖିଥାନ୍ତିଉଚ୍ଚ ଶିକ୍ଷା ପାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣ ବ୍ୟବସାୟୀ କିମ୍ବା ଷ୍ଟକ୍ ମାର୍କେଟ୍‌ରେ ନିବେଶ କରୁଥାଆନ୍ତି ତେବେ ଏହି ଶୟନ କକ୍ଷ ଆପଣଙ୍କର ପାଇଁ ଲାଭପ୍ରଦ ଅଟେ ।

(୧୧) ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଓ ଲାଭ ଦେଇଥାଏ

(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ । ଯଦି ଆପଣଙ୍କର କାନ୍ଦିବା ପାଇଁ ଇଛା ହେଉଅଛି ତେବେ ଏହି ଶୟନ କକ୍ଷ ଉତମ ଅଟେ ।

(୧୩) ଉତର-ପଶ୍ଚିମ ଦିଗ -

ଯଦି ଆପଣ କୈାଣସି ଗୁରୁତ୍ୱପୁର୍ଣ୍ଣ ମିଟିଂ ରେ ଭାଗ ନେବାକୁ ଚାହୁଁଛନ୍ତି ଓ ସେଥିରେ ଜୟଯୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସାହାଯ୍ୟ କରିଥାଏ । ଆପଣ ସମସ୍ତ ପ୍ରକାରର ସାହାଯ୍ୟ  ବ୍ୟାଙ୍କ୍ ଓ ସରକାରଙ୍କ ଠାରୁ ସାହାଯ୍ୟ ପାଇପାରିବେ ।

(୧୪) ଉତର-ଉତର-ପଶ୍ଚିମ ଦିଗ -

ନୂତନ ବିବାହିତ ବ୍ୟକ୍ତିଙ୍କ ପାଇଁ ଏହି ଦିଗରେ ଥିବା ଶୟନ କକ୍ଷ ଅତ୍ୟଧିକ ଲାଭପ୍ରଦ ହୋଇଥାଏ । ଯେଉଁ ସନ୍ତାନମାନଙ୍କର ବିବାହ ବୟସ ହୋଇନଥାଏ ସେମାନେ ଏହି ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ନୁହେଁ ।

(୧୫) ଉତର ଦିଗ -

ଯଦି ଆପଣ ଅଳସୁଆ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ । ଯଦି ଆପଣଙ୍କର ସନ୍ତାନମାନେ ବିଶୃଙ୍ଖଳିତ ଅଟନ୍ତି ତେବେ ଏହି ଏହି ଶୟନ କକ୍ଷକୁ ବ୍ୟବହାର କରିପାରିବେ । ଯଦି ଆପଣ ଆପଣଙ୍କ କ୍ୟାରିଅର୍‌ର ଉନ୍ନତି ଏବଂ ଧନ ଉପାର୍ଜନ କରିବାକୁ ଚାହାଁନ୍ତି ତେବେ ଏହି ଦିଗର ଶୟନ କକ୍ଷ ଆପଣଙ୍କର ଉତର ଅଟେ ।

(୧୬) ଉତର-ଉତର-ପୂର୍ବ ଦିଗ -

ରୋଗୀମାନେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କଲେ ଶିଘ୍ର ସ୍ୱାସ୍ଥ୍ୟଲାଭ କରିଥାନ୍ତି । ଔଷଧ ଏହି କକ୍ଷରେ ରଖିଲେ ତାହା ଚମତ୍କାର ରୂପରେ କାମ କରିଥାଏ । 



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...