ଶୟନ କକ୍ଷ ଓ ବାସ୍ତୁ
(ସାଧାରଣତଃ
ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା
କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର
ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)
(୧) ଉତରପୂର୍ବ ଦିଗ -
ଯଦି
ଏହି ଦିଗରେ ଶୟନ କକ୍ଷ ଥାଏ ତେବେ ସଦାସର୍ବଦା ଆପଣ ଚିନ୍ତିତ ରୁହନ୍ତି । ଚିଡ଼ିଚିଡ଼ା ସ୍ୱଭାବର
ହୋଇଯାଆନ୍ତି । ଅଧିକାଂଶ ସମୟରେ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ । ଅଧିକ ଦିନ ଧରି ଯଦି ଏହି ଶୟନ କକ୍ଷକୁ ବ୍ୟବହାର କରାଯାଏ ତେବେ ମାନସିକ ରୋଗରେ
ପିଡୀତ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ଦିଗରେ ଥିବା ଶୟନ କକ୍ଷର ବ୍ୟବହାର କରନ୍ତୁ
ନାହିଁ ।
(୨) ପୂର୍ବ-ଉତର-ପୂର୍ବ ଦିଗ -
ଏହି
ଦିଗରେ ଶୟନ କକ୍ଷ ଆପଣଙ୍କୁ ଆନ୍ତରିକ ସୁଖ ଦେଇଥାଏ ଏବଂ ଜୀବନର ଉଦ୍ଦେଶ୍ୟକୁ ସଫଳ କରିଥାଏ । ଆପଣ
ସଦାସର୍ବଦା ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାନ୍ତି । ଏହି ଦିଗରେ ଥିବା ଶୟନ କକ୍ଷ ବୃଦ୍ଧ ବ୍ୟକ୍ତିଙ୍କ
ପାଇଁ ଅତ୍ୟଧିକ ଭଲ ଅଟେ ।
(୩) ପୂର୍ବ ଦିଗ -
ଏହି
ଦିଗରେ ଯଦି ଶୟନ କକ୍ଷ ଥାଏ ତେବେ ଆପଣଙ୍କର ସମ୍ପର୍କ ସମାଜ ସହିତ ଅତ୍ୟଧିକ ଉନ୍ନତି ପଥରେ
ଚାଲିଥାଏ । ଆପଣ ସମାଜର ଅଧିକାଂଶ କାର୍ଯ୍ୟରେ ଭାଗିଦାର ହୋଇଥାନ୍ତି । ଯଦି ଆପଣ ଜଣେ ରାଜନୈତିକ
ନେତା କିମ୍ବା ଗୁରୁ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ ।
(୪) ପୂର୍ବ-ଦକ୍ଷିଣ-ପୂର୍ବ
ଦିଗ -
ଏହି
ଦିଗରେ ଶୟନ କକ୍ଷ ଥିଲେ ଆପଣଙ୍କ ମନରେ ସଦାସର୍ବଦା ଉଦ୍ବେଗ ବା ଉତ୍କଣ୍ଠା ଲାଗିରହେ । ଆପଣ ଛୋଟ
ଛୋଟ କଥାକୁ ଏତେ ତର୍ଜମା କରନ୍ତି ଯେ ତାର ଫଳ କିଛି ମିଳିନଥାଏ ଓ କୈାଣସି ନିଷ୍ପତିରେ ପହଂଚି
ପାରିନଥାନ୍ତି । ଆପଣ ଭୈାତିକ ସୁଖକୁ ସହଜରେ ଆପଣାର କରିପାରନ୍ତି ନାହିଁ । ନିକଟତମ ସମ୍ପର୍କୀୟଙ୍କ
ସହିତ ଆପଣଙ୍କର ସମ୍ପର୍କ ଭଲ ରହେନାହିଁ । ଏହି ଶୟନ କକ୍ଷ ସନ୍ତାନଙ୍କ ପାଇଁ ଯେଉଁମାନେ କି ଦଶ
ବର୍ଷରୁ ଛୋଟ ଅଟନ୍ତି ତାହା ଶୁଭ ଅଟେ । କାରଣ ହେଲା ଯେ ସେମାନଙ୍କର ବିଶ୍ଳେଷଣ କରିବାର ଦକ୍ଷତା
ବୃଦ୍ଧି ପାଇଥାଏ ।
(୫) ଦକ୍ଷିଣ-ପୂର୍ବ ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ ।
(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ
ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ଆନ୍ତରିକ ଆତ୍ମ ବିଶ୍ୱାସକୁ ବୃଦ୍ଧି କରାଇଥାଏ ଓ ଆପଣଙ୍କର
ଶାରୀରିକ ଶକ୍ତିକୁ ବୃଦ୍ଧି କରାଇଥାଏ ।
(୭) ଦକ୍ଷିଣ ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷ ଆପଣଙ୍କ ମନରେ ଶାନ୍ତି ଆଣଥାଏ । ଆପଣ ଆମୋଦ ପ୍ରମୋଦ ଓ ମନୋରଞ୍ଜନରେ
ରହିଥାନ୍ତି । ଯେଉଁମାନଙ୍କୁ ନିଦ ହୋଇନଥାଏ ସେମାନେ ଏହି ଦିଗରେ ଥିବା ଶୟନ କକ୍ଷ ବ୍ୟବହାର
କରିବା ଉଚିତ୍ ଅଟେ ।
(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ
ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସଦାସର୍ବଦା ରୋଗରେ ପିଡୀତ କରାଇଥାଏ । ଆପଣଙ୍କର ଏନର୍ଜିର
ଶକ୍ତିକୁ କମ୍ କରିଥାଏ ।
(୯) ଦକ୍ଷିଣ-ପଶ୍ଚିମ ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷ ଆପଣଙ୍କର ଦକ୍ଷତାକୁ ବୃଦ୍ଧି କରାଇଥାଏ । ଆପଣଙ୍କ ସହିତ ଅନ୍ୟମାନଙ୍କର
ସମ୍ପର୍କରେ ନିବିଡତା ଆଣିଥାଏ । ଯେଉଁମାନେ କଲେଜ ଛାତ୍ର ଅଟନ୍ତି ସେମାନେ ଏହି ଶୟନ କକ୍ଷକୁ
ବ୍ୟବହାର କଲେ ତାଙ୍କର ପଢ଼ିବାରେ ଏବଂ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ପାଇଥାଏ ।
(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ
ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷ ସ୍କୁଲ୍ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ପରୀକ୍ଷାରେ ଭଲ ନମ୍ବର୍ ରଖିଥାନ୍ତି । ଉଚ୍ଚ ଶିକ୍ଷା ପାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣ ବ୍ୟବସାୟୀ କିମ୍ବା ଷ୍ଟକ୍
ମାର୍କେଟ୍ରେ ନିବେଶ କରୁଥାଆନ୍ତି ତେବେ ଏହି ଶୟନ କକ୍ଷ ଆପଣଙ୍କର ପାଇଁ ଲାଭପ୍ରଦ ଅଟେ ।
(୧୧) ପଶ୍ଚିମ ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଓ ଲାଭ ଦେଇଥାଏ ।
(୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -
ଏହି
ଦିଗରେ ଥିବା ଶୟନ କକ୍ଷକୁ ପରିତ୍ୟାଗ କରନ୍ତୁ । ଯଦି ଆପଣଙ୍କର କାନ୍ଦିବା ପାଇଁ ଇଛା ହେଉଅଛି
ତେବେ ଏହି ଶୟନ କକ୍ଷ ଉତମ ଅଟେ ।
(୧୩) ଉତର-ପଶ୍ଚିମ ଦିଗ -
ଯଦି
ଆପଣ କୈାଣସି ଗୁରୁତ୍ୱପୁର୍ଣ୍ଣ ମିଟିଂ ରେ ଭାଗ ନେବାକୁ ଚାହୁଁଛନ୍ତି ଓ ସେଥିରେ ଜୟଯୁକ୍ତ
ହେବାକୁ ଚାହୁଁଛନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷ ଆପଣଙ୍କୁ ସାହାଯ୍ୟ କରିଥାଏ । ଆପଣ
ସମସ୍ତ ପ୍ରକାରର ସାହାଯ୍ୟ ବ୍ୟାଙ୍କ୍ ଓ
ସରକାରଙ୍କ ଠାରୁ ସାହାଯ୍ୟ ପାଇପାରିବେ ।
(୧୪) ଉତର-ଉତର-ପଶ୍ଚିମ ଦିଗ
-
ନୂତନ
ବିବାହିତ ବ୍ୟକ୍ତିଙ୍କ ପାଇଁ ଏହି ଦିଗରେ ଥିବା ଶୟନ କକ୍ଷ ଅତ୍ୟଧିକ ଲାଭପ୍ରଦ ହୋଇଥାଏ । ଯେଉଁ
ସନ୍ତାନମାନଙ୍କର ବିବାହ ବୟସ ହୋଇନଥାଏ ସେମାନେ ଏହି ଶୟନ କକ୍ଷ ବ୍ୟବହାର କରିବା ଉଚିତ୍ ନୁହେଁ ।
(୧୫) ଉତର ଦିଗ -
ଯଦି
ଆପଣ ଅଳସୁଆ ହୋଇଥାନ୍ତି ତେବେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କରନ୍ତୁ । ଯଦି ଆପଣଙ୍କର
ସନ୍ତାନମାନେ ବିଶୃଙ୍ଖଳିତ ଅଟନ୍ତି ତେବେ ଏହି ଏହି ଶୟନ କକ୍ଷକୁ ବ୍ୟବହାର କରିପାରିବେ । ଯଦି
ଆପଣ ଆପଣଙ୍କ କ୍ୟାରିଅର୍ର ଉନ୍ନତି ଏବଂ ଧନ ଉପାର୍ଜନ କରିବାକୁ ଚାହାଁନ୍ତି ତେବେ ଏହି ଦିଗର
ଶୟନ କକ୍ଷ ଆପଣଙ୍କର ଉତର ଅଟେ ।
(୧୬) ଉତର-ଉତର-ପୂର୍ବ ଦିଗ -
ରୋଗୀମାନେ ଏହି ଦିଗରେ ଥିବା ଶୟନ କକ୍ଷକୁ ବ୍ୟବହାର କଲେ ଶିଘ୍ର ସ୍ୱାସ୍ଥ୍ୟଲାଭ କରିଥାନ୍ତି । ଔଷଧ ଏହି କକ୍ଷରେ ରଖିଲେ ତାହା ଚମତ୍କାର ରୂପରେ କାମ କରିଥାଏ ।

Comments
Post a Comment