Skip to main content

 



ଭଣ୍ଡାର୍ ଘର ଓ ବାସ୍ତୁ

ଭଣ୍ଡାର ଘର କେଉଁ ଦିଗରେ ରହିବ ତାହା ନିମ୍ନରେ ଦିଆଗଲା ।

          ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ, ଉତର-ପଶ୍ଚିମ ଓ ଉତର-ଉତର-ପଶ୍ଚିମ ଆଦି ଭଣ୍ଡାର ଘର ପାଇଁ ପ୍ରସସ୍ତ ଅଟେ ।


ବିଶ୍ରାମ ସ୍ଥାନ ଓ ବାସ୍ତୁ

 ଯଦି ଏହି ବିଶ୍ରାମ ସ୍ଥାନ ପୂର୍ବ ଦିଗରେ ଥାଏ ତେବେ ପରିବାରର ସଦସ୍ୟମାନେ ସାମାଜିକ ଘଟଣାବଳୀ ଉପରେ କଥାବାର୍ତା କରିଥାନ୍ତି ।

          ଯଦି ଏହି ସ୍ଥାନ ଉତର ଦିଗରେ ଥାଏ ତେବେ କ୍ୟାରିଅର୍ ପ୍ରତି ଓ ଉନ୍ନତି ପାଇଁ କତାବାର୍ତା କରିଥାନ୍ତି ଏବଂ ପରିବାରର ସମ୍ପର୍କ ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି ।

          ଯଦି ଏହି ସ୍ଥାନ ଉତର-ଉତର-ପୂର୍ବ ଦିଗରେ ଥାଏ ତେବେ ପରିବାରର ସଦସ୍ୟମାନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୋଇଥାନ୍ତି ।

          ଯଦି ଏହି ସ୍ଥାନ ଉତର-ଉତର-ପଶ୍ଚିମ ଦିଗରେ ଥାଏ ତେବେ ପରିବାରର ସଦସ୍ୟମାନେ ଏକାଠି ବସି ଓ କଥାବାର୍ତା ହୋଇ ଆନନ୍ଦିତ ହୋଇଥାନ୍ତି ।

          ଯଦି ଏହି ସ୍ଥାନ ଉତର-ପଶ୍ଚିମ ଦିଗରେ ଥାଏ ତେବେ ପରିବାରର ସଦସ୍ୟମାନେ ଦର୍‌କାର୍ ସମୟରେ ଧନର ସାହାଯ୍ୟ ପାଇଥାନ୍ତି ।

ଏହି ସ୍ଥାନ ଯଦି ଦକ୍ଷିଣ ଦିଗରେ ଥାଏ ତେବେ ଏହା ଆମୋଦ ପ୍ରମୋଦ ପାଇଁ ଉପଯୁକ୍ତ ସ୍ଥାନ ଅଟେ ।

          ଯଦି ଏହି ସ୍ଥାନ ଦକ୍ଷିଣ-ପୂର୍ବ ଦିଗରେ ଥାଏ ତେବେ ପରିବାରର ସଦସ୍ୟମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥାଏ ।        ଯଦି ଏହି ସ୍ଥାନ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ହୋଇଥାଏ ତେବେ ପରିବାରର ସଦସ୍ୟମାନେ ଆତ୍ମବିଶ୍ୱାସ ଓ ସକାରାତ୍ମକ ଉର୍ଜା ଦ୍ୱାରା କାର୍ଯ୍ୟ କରିଥାନ୍ତି ।

          ଯଦି ଏହି ସ୍ଥାନ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ଧନର ହାନି ହୋଇଥାଏ ।

          ଯଦି ଏହି ସ୍ଥାନ ଦକ୍ଷିଣ-ପଶ୍ଚିମ ସ୍ଥାନରେ ଥାଏ ତେବେ ପରିବାରର ଯିଏ ବୟଜ୍ୟେଷ୍ଠ ବ୍ୟକ୍ତି ସେ ସଦାସର୍ବଦା ପ୍ରତିହିଂସା ପରାୟଣ ହୋଇଥାନ୍ତି ।

          ଯଦି ଏହି ସ୍ଥାନ ପଶ୍ଚିମ ଦିଗରେ ଥାଏ ତେବେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ପ୍ରଚୁର ସ୍ନେହ ଓ ନିଷ୍ଠା ରହିଥାଏ । ଭୈାତିକ ସୁଖ, ସଂଚୟ ମନବୃତି ଓ ଲାଭ ଉପରେ କଥାବାର୍ତା କରିଥାନ୍ତି ।



 


                                ଅଧ୍ୟୟନ କକ୍ଷ ଓ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)

          ଯଦି ଆପଣଙ୍କର ସନ୍ତାନ ଅଧ୍ୟୟନ ପାଇଁ ଏକାଗ୍ରତା ଆଣିପାରୁନାହାନ୍ତି ତେବେ ଏହା ନିଶ୍ଚିତ ସତ୍ୟ ଅଟେ ଯେ ସେମାନେ ତାଙ୍କର ଅଧ୍ୟୟନ ନକରାତ୍ମକ ଦିଗରେ କରୁଅଛନ୍ତି ଯଥା-ପଶ୍ଚିମ-ଉତର-ପଶ୍ଚିମ (ଯାହାକି ମନରେ ଅବସାଦ ଆଣିଥାଏ), ଦକ୍ଷିଣ-ଦକ୍ଷିଣ-ପଶ୍ଚିମ (ଏହି ଦିଗରେ ସନ୍ତାନମାନେ ଯାହା ଅଧ୍ୟୟନ କରିଥାନ୍ତି ତାହା ଭୁଲିଯାଆନ୍ତି) । ଯଦି ସନ୍ତାନମାନେ ଉତର-ଉତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧ୍ୟୟନ କରୁଥାନ୍ତି ତେବେ ସେମାନେ ଅଧିକାଂଶ ସମୟ କମ୍ପ୍ୟୁଟର୍ କିମ୍ବା ଟେଲିଭିଜନ୍ ଦେଖିବାରେ ସମୟ ବ୍ୟତିତ କରିଥାନ୍ତି ଓ ଆମୋଦ ପ୍ରମୋଦରେ ବୁଡି ରୁହନ୍ତି କିମ୍ବା ସନ୍ତାନମାନେ ଯଦି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଅଧ୍ୟୟନ କରିଥାନ୍ତି (ଏହି ଦିଗ ମନରେ ସଦାସର୍ବଦା ଉଦ୍‌ବେଗତା ଆଣିଥାଏ) ।

          ଅଧ୍ୟୟନ କକ୍ଷ ପାଇଁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ଉତମ ଅଟେ । ଯାହାକି ଶିକ୍ଷା ଓ ସଂଚୟର ମନବୃତିକୁ ସନ୍ତାନମାନଙ୍କ ମନରେ ସୃଷ୍ଟି କରିଥାଏ । ଏହି ଦିଗର କକ୍ଷକୁ କ୍ରିମ୍ ରଙ୍ଗ କରନ୍ତୁ । ତତ୍‌ସହିତ ଏହି ଦିଗରେ କୈାଣସି ଦୋଷ ଯଦି ଥାଏ ତେବେ ତାହା ଦୁରିଭୁତ କରନ୍ତୁ । ସନ୍ତାନମାନଙ୍କର ସ୍କୁଲ୍ ବହି ଓ ପଢ଼ିବା ସାମଗ୍ରୀ ପଢ଼ିବା ଟେବୁଲ୍ ପାଖରେ ରଖନ୍ତୁ । ଏହି ଦିଗକୁ ଉଜ୍ଜଳ ଧଳା କିମ୍ବା ହଳଦିଆ ବଲ୍‌ବ୍‌ରେ ଆଲୋକିତ କରାନ୍ତୁ । ଯାହାଫଳରେ କି ସନ୍ତାନ ମାନଙ୍କର ପଢ଼ାପ୍ରତି ଏକାଗ୍ରତା ଆସିଥାଏ ଏବଂ ତାଙ୍କର ଜ୍ଞାନରେ ବୃଦ୍ଧି ହୋଇଥାଏ ଏବଂ ପରୀକ୍ଷାରେ ଭଲ ମାର୍କ ରଖନ୍ତି 

          ଏହି ଅଧ୍ୟୟନ କକ୍ଷ ର ଆଉ ଏକ ମହତ୍ୱପୂର୍ଣ୍ଣ ଦିଗ ହେଉଅଛି ଉତର-ପୂର୍ବ । ଯାହାକି ଜ୍ଞାନକୁ ବର୍ଦ୍ଧିିତ କରିଥାଏ । ଯଦି ଏହି ଦିଗ କଟିଥାଏ, ରୋଷେଇା ଘର ଥାଏ, ସ୍ନାନଘର ଥାଏ କିମ୍ବା ଭୁଲ୍ ରଙ୍ଗ ହୋଇଥାଏ

ତେବେ ସନ୍ତାନ ମାନଙ୍କର ଏକାଗ୍ରତା ଆସିନଥାଏ । ଏକାଗ୍ରତା ପାଇଁ ଏହି ଦିଗକୁ ଧଳା ରଙ୍ଗ କିମ୍ବା କ୍ରିିମ୍ ରଙ୍ଗ ଦ୍ୱାରା ଏହି ଦିଗରେ ଥିବା କାନ୍ଥକୁ ରଙ୍ଗ କରନ୍ତୁ । କାନ୍ଥରେ ସ୍ୱସ୍ତିକ୍ ଚିହ୍ନ ଲଗାନ୍ତୁ । ଏହି ଦିଗରେ ସନ୍ତାନମାନଙ୍କର ପଢ଼ା ଟେବୁଲ୍ ରଖନ୍ତୁ ନାହିଁ । ଏହି ଦିଗ ବଡ଼ ସଦସ୍ୟମାନଙ୍କ ପାଇଁ ଯେଉଁମାନେ କି ଧାର୍ମିକ ଓ ଆଧ୍ୟାତ୍ମିକ ରିସର୍ଚ କରିଥାନ୍ତି ସେମାନଙ୍କ ପାଇଁ ଏହା ସର୍ବୋତମ ଅଟେ ।

          ଆଉ ଏକ ମହତ୍ୱପୁର୍ଣ୍ଣ ଦିଗ ହେଉଅଛି ଦକ୍ଷିଣ-ପଶ୍ଚିମ ଦିଗ । ଯେଉଁ ଦିଗ କି ପଢ଼ିବାର ଦକ୍ଷତା ଏବଂ ସମ୍ପର୍କକୁ ସୂଚାଇଥାଏ । ନିଜର ଗୁରୁ ବା ପିତୃ ପୁରୁଷଙ୍କର ଛବି ଏହି ଦିଗରେ ଲଗାନ୍ତୁ । ଯାହା ଫଳରେ କି ସେମାନଙ୍କର ଆଶୀର୍ବାଦ ସନ୍ତାନମାନଙ୍କୁ ଉନ୍ନତି ପଥରେ ନେଇଥାଏ । ଏହି ଦିଗ ଲେଖିବାର ଶୈଳୀକୁ ଉନ୍ନତ କରିଥାଏ ଏହି ଦିଗରେ ପଢ଼ା ଟେବୁଲ୍ ରଖିବା ଉଚିତ୍ ଅଟେ ।

          କୈାଣସି ପ୍ରକାରର ଟଏଲେଟ୍ କିମ୍ବା ଡଷ୍ଟ୍‌ବିନ୍ ଉପରୋକ୍ତ ଦିଗରେ ରଖନ୍ତୁ ନାହିଁ

          ସନ୍ତାନମାନଙ୍କର ଯଦି ଅଧ୍ୟୟନ କକ୍ଷ ପୂର୍ବ ଦିଗରେ ରହେ ତେବେ ସେମାନେ ରାଜନୀତି ବିଜ୍ଞାନ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।

          ଯଦି ଅଧ୍ୟୟନ ଟେବୁଲ୍ ପୂର୍ବ-ଉତର-ପୂର୍ବ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନକୁ ବୋଝ ରୂପରେ ନେଇଥାନ୍ତି ।

          ଯଦି ଅଧ୍ୟୟନ ଟେବୁଲ ଉତର ଦିଗରେ ଥାଏ ତେବେ ସନ୍ତାନମାନେ ନିଜର କ୍ୟାରିଅର୍ ପ୍ରତି ସଜାଗ ରୁହନ୍ତି ଏବଂ ଆଇ.ଏ.ଏସ୍‌, ଏମ୍‌.ବି.ଏ ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି ।

          ଯଦି ଅଧ୍ୟୟନ ଟେବୁଲ୍ ଦକ୍ଷିଣ ଦିଗରେ ଥାଏ ତେବେ ସନ୍ତାନମାନେ ଅଳସୁଆ ହୋଇଥାନ୍ତି କିମ୍ବା ଅଧିକାଂଶ ସମୟ ଶୋଇଥାନ୍ତି ।

          ଅଧ୍ୟୟନ ଟେବୁଲ୍ ଯଦି ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଓ ପରୀକ୍ଷାରେ ଅତି ଉତମ ଭାବରେ ଉତୀର୍ଣ୍ଣ ହୁଅନ୍ତି ।



 

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...