Skip to main content

 

ଆମ୍ଭେମାନେ ବର୍ତମାନ ପଦବିନ୍ୟାସ ଉପରେ ବିଚାର କରୁଅଛୁ । ଅର୍ଥାତ-ଏନର୍ଜି ବା ଉର୍ଜା କିପରି ଭାବରେ ଐଶାନ୍ୟ କୋଣ ଠାରୁ ପୂର୍ବ ଦିଗ ପର୍ଯ୍ୟନ୍ତ ବଦଳୁଛି ତାହା ଆମେ ଏହି ପଦବିନ୍ୟାସରୁ ଜାଣିପାରୁଥାଉ । କେଉଁ କାର୍ଯ୍ୟକଳାପ କେଉଁ ଏନର୍ଜି କ୍ଷେତ୍ରରେ କରିବା ଦରକାର ତାହା ପଦ ବିନ୍ୟାସରେ ଜଣାପଡ଼ିଥାଏ । ପଦବିନ୍ୟାସରେ ଦଶଟି ସିଧା ଏବଂ ଦଶଟି ଠିଆ ହୋଇଥିବା ଗାର ପ୍ଲଟ୍ ଉପରେ କଟାଯାଇଥାଏ । ଏହାକୁ ଆମେ ୮୧ ପଦରେ ବିଭକ୍ତ କରିଥାଉ (୯ଙ୍ଘ୯=୮୧) । ପ୍ରତ୍ୟେକ ପଦ ତାଙ୍କର ଦେବତାର ଗୁଣ ମାଧ୍ୟମରେ କାର୍ଯ୍ୟକଳାପର ଅଭିବ୍ୟକ୍ତି କରିଥାନ୍ତି । ତେଣୁ ପଦ ଦେବତା ଏକ ଉର୍ଜା ବା ଏନର୍ଜୀର ମାଲିକ ଅଟନ୍ତି । ପଦ ବିନ୍ୟାସର ବ୍ୟବହାର ବାସ୍ତୁର ନିୟୋଜନ ପାଇଁ କରାଯାଇଥାଏ । ଉଦାହରଣ ସ୍ୱରୂପ-ଘରର ଦ୍ୱାରା, ଝରକା, ଶୟନ କକ୍ଷ, ରୋଷେଇ ଘର, ପୂଜା କକ୍ଷ, ଡ୍ରଇଂଗ୍ ରୁମ୍‌, ଉପର ପାଣିଟାଙ୍କି, ଭୁମି ତଳ ଜଳ ଓ ଶୈାଚାଳୟ ଆଦିର ନିଷ୍ପତି ଏହି ପଦବିନ୍ୟାସ ଅନୁଯାଇ କରାଯାଇଥାଏ ।

            ପ୍ରତ୍ୟେକ ପଦରୁ ଆମେ ଦେବତାର ଗୁଣ ଜାଣିପାରିଥାଉ । ମାନସାର ପ୍ରତିମା ବିଜ୍ଞାନଗ୍ରନ୍ଥରୁ ଆମ୍ଭେ ଦେବତାର ନାମ ଏବଂ ରଙ୍ଗ, ଆୟୁଧ, ବସ୍ତ୍ର, ବାହାନ, ଭୋଜନ ଏବଂ ଶକ୍ତି ଆଦି ଜାଣିପାରିଥାଉ । ଏହି  ଗୁଡିକ ମିଶାଇ ଦେବତାର ଗୁଣରେ ସ୍ପଷ୍ଟତା ଆସିଥାଏ । ଅର୍ଥାତ୍ କେଉଁ ଦେବତା କେଉଁ ଗୁଣର ଅଧିକାରୀ ଏବଂ କେଉଁ ପଦରେ ସେ ଅଧିଷ୍ଠିତ ଅଟନ୍ତି ତାହା ଆମେ ଜାଣିପାରିଥାଉ ।

            ମାନସାରଏବଂ ମୟମତଗ୍ରନ୍ଥ ଆଦିରେ ୩୨ ପ୍ରକାରର ପଦବିନ୍ୟାସ ଲେଖାଅଛି । ୮୧ ପଦ କୁ ପରମ ସାୟିକ ପଦ କୁହାଯାଏ । ଏହି ପରମ ସାୟିକ ମଧ୍ୟରେ ବ୍ରହ୍ମାଙ୍କ ସ୍ଥାନ ଅଟେ । ଏହି ବ୍ରହ୍ମା ପଦରେ ୯ ପଦ ଥାଏ । ବ୍ରହ୍ମାଙ୍କର ପୂର୍ବରେ ଅର୍ଜମାଥାଆନ୍ତି ଯାହାଙ୍କର ଛଅଟି ପଦ ଅଟେ । ବ୍ରହ୍ମାଙ୍କର ଦକ୍ଷିଣରେ ବିବଶ୍ୱାନଅବସ୍ଥାନ କରିଥାନ୍ତି ଯାହାଙ୍କର ଛଅ ପଦ ଅଟେ । ବ୍ରହ୍ମାଙ୍କର ପଶ୍ଚିମ ପଟେ ମିତ୍ରଥାଆନ୍ତି ଯାହାଙ୍କର ଛଅ ପଦ ଅଟେ । ବ୍ରହ୍ମାଙ୍କର ଉତର ଦିଗରେ ଭୁଧରଯାହାଙ୍କର ଛଅ ପଦ ଅଟେ । ଏହି ସବୁ ଅବସ୍ଥାନ କରିଥାନ୍ତି । ବ୍ରହ୍ମାଙ୍କର ଐଶାନ୍ୟ କୋଣରେ ଅପବତ୍ସ’ (ଦୁଇ ପଦ) ଏବଂ ଆପବତ୍ସ’ (ଦୁଇ ପଦ), ବ୍ରହ୍ମାଙ୍କର ଅଗ୍ନି କୋଣରେ ସବିତାଏବଂ ସାବିତ୍ରା’ (ପ୍ରତ୍ୟେକଙ୍କର ଦୁଇ ପଦ), ବ୍ରହ୍ମାଙ୍କର ନିରୁତି କୋଣରେ ଇନ୍ଦ୍ରଏବଂ ଇନ୍ଦ୍ରଜୟ’ (ପ୍ରତ୍ୟେକ ଦେବତାଙ୍କର ଦୁଇ ପଦ), ବ୍ରହ୍ମାଙ୍କର ବାୟୁ କୋଣରେ ରୁଦଏବଂ ରୁଦ୍ରଜୟ’ (ପ୍ରତ୍ୟେକ ଦେବତାଙ୍କର ଦୁଇ ପଦ) ଆଦି ଦେବତା ମାନେ ଅବସ୍ଥାନ କରିଥାନ୍ତି ।

ପିଷାଚ ବିଥି’ (ଙଙ୍କଗ୍ଧରକ୍ସ ଙ୍ଗବକ୍ଷକ୍ଷ ଭକ୍ଟଙ୍କଦ୍ଭୟବକ୍ସଚ୍ଚ) ରେ ଆମ୍ଭେମାନେ ନିମ୍ନଲିଖିତ ଦେବତାମାନଙ୍କୁ ପାଇଥାଉ । ଐଶାନ୍ୟ କୋଣ’- ‘ଇଶ’, ‘ପର୍ଜନ୍ୟ’, ‘ଜୟନ୍ତ’, ‘ଇନ୍ଦ୍ର’, ‘ସୂର୍ଯ୍ୟ’, ‘ସତ୍ୟ’, ବୃଷ ଅନ୍ତରୀକ୍ଷଅଗ୍ନିଦେବତା ଆଦି ପୂର୍ବ ଦିଗରେ ପାଇଥାଉ । ପୁଶା’, ‘ବିତଥ’, ‘ଗୃହକ୍ଷତ’, ‘ଯମ’, ‘ଗନ୍ଧର୍ବ’, ‘ଭୃଙ୍ଗରାଜ’, ‘ମୃଗ’, ‘ପିତ୍ରଆଦି ଦେବତା ପାଇଥାଉ । ପଶ୍ଚିମ ଦିଗରୁ ଦ୍ୱାରିକା’, ‘ସୁଗ୍ରିବ’, ‘ପୁଷ୍ପଦନ୍ତ’, ‘ବରୁଣ’, ‘ଅସୁର’, ‘ଶୋସ’, ‘ରୋଗଏବଂ ମାରୁତଦେବତା ଆଦି ପାଇଥାଉ । ଉତର ଦିଗରେ ନାଗ’, ‘ମୁଖ୍ୟ’, ‘ଭଲ୍ଲାଟ’, ‘ସୋମ’ (କୁବେର), ‘ମ୍ରିଗ’, ‘ଅଦିତି’’ ଏବଂ ଉଦିତିଆଦି ଦେବତା ପାଇଥାଉ । ଏହି ସମସ୍ତ ଦେବତାକୁ ମିଶାଇ ୩୨ ଟି ଦେବତା ଗ୍ରନ୍ଥରେ ଲେଖାହୋଇଅଛି ଯାହାଙ୍କର ଗୋଟିଏ ପାଦ ପ୍ରତ୍ୟେକ ଦେବତାଙ୍କର ଅଟେ ।

            ତେଣୁ ଏହି ପିଷାଚ ବିଧିରେ ଆମ୍ଭେ ୩୨ ଟି ଦେବତା ପାଇଥାଉ ଏବଂ ମନୁଷ୍ୟ ବିଥି ଏବଂ ଦେବତା ବିଥି ରେ ୧୩ଟି ଦେବତା ପାଇଥାଉ । ତେଣୁ ୩୨+୧୩=୪୫ ଦେବତା ବା ଉର୍ଜା ୮୧ ଟି ପଦରେ ପାଇଥାଉ । ଯଦି ଏହି ପଦ ବା ଦେବତା କିମ୍ବା ଉର୍ଜା ହିସାବରେ ଆମ୍ଭେ ଘର ତିଆରି କରିଥାଉ ତେବେ ପ୍ରକୃତିର ନିୟମାବଳୀ ସହିତ ଆମ୍ଭେ ମିଶିଥାଉ । ଯାହାଦ୍ୱାରା କି ଆମ୍ଭେମାନେ ସୁଖ, ସମ୍ପନ୍ନତା ଏବଂ ଆଧ୍ୟାତ୍ମିକ ଓ ମାନସିକ ଶାନ୍ତି ପାଇଥାଉ ।

            ଏକ ସର୍କଲ୍ ୩୬୦ ଡିଗ୍ରୀ ଅଟେ । ଯଦି ଆମେ ୩୬୦ ଡିଗ୍ରୀକୁ ଚାରି ଭାଗରେ ବିଭକ୍ତ କରୁ ତେବେ ପ୍ରତ୍ୟେକ ୯୦ ଡିଗ୍ରୀ ହିସାବରେ ଦିଗ ପାଇଥାଉ ଯଥା-ଉତର, ପୂର୍ବ, ଦକ୍ଷିଣ ଓ ପଶ୍ଚିମ । ଯଦି ଆମେ ଏହି ୯୦ ଡିିଗ୍ରୀକୁ ଦୁଇ ଭାଗରେ ବିଭକ୍ତ କରିଥାଉ(ପ୍ରତ୍ୟେକ ଦିଗ ୪୫ ଡିଗ୍ରୀ)ଯଥା ଉତର, ଇଶାନ, ପୂର୍ବ, ଅଗ୍ନି, ଦକ୍ଷିଣ, ନିରୁତ, ପଶ୍ଚିମ ଏବଂ ବାୟୁଦିଗ ପାଇଥାଉ । ଯଦି ଆମେ ଏହି ୪୫ ଡିଗ୍ରୀକୁ ଦୁଇଭାଗରେ ବିଭକ୍ତ କରିଥାଉ ତେବେ ଆମ୍ଭେ ୧୬ ଟି ଦିଗ ପାଇଥାଉ । ଯଥା- ଉତର, ଉତର-ଉତର ପୂର୍ବ, ଉତର-ପୂର୍ବ, ପୂର୍ବ-ଉତର-ପୂର୍ବ, ପୂର୍ବ, ପୂର୍ବ-ଦକ୍ଷିଣ-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ପଶ୍ଚିମ-ଉତର-ପଶ୍ଚିମ, ଉତର-ପଶ୍ଚିମ ଏବଂ ଉତର-ଉତର-ପଶ୍ଚିମ ଆଦି ଦିଗ ପାଇଥାଉ । ପ୍ରତ୍ୟେକ  ଦିଗ-୨୨.୫ ଡିଗ୍ରୀ ଅଟେ । ଯଦି ଆମେ ୩୬୦ ଡିଗ୍ରୀକୁ ୩୨ ଭାଗରେ ବିଭକ୍ତ କରୁ ତେବେ ପ୍ରତ୍ୟେକ ଦେବତାଙ୍କର ଦିଗର ଡିଗ୍ରୀ ହେଲା ୧୧.୨୫ ଡିିଗ୍ରୀ । ଏହି ୧୧.୨୫ ଡିଗ୍ରୀ ପ୍ରତ୍ୟେକ ଦେବତାଙ୍କର ପରିଧିର ବାମପଟେ ଓ ଡାହାଣ ପଟେ ଅର୍ଥାତ୍ ୫.୬୨୫ ଡିଗ୍ରୀ ମିଳିଥାଏ ।

            ବ୍ରହ୍ମାସ୍ଥାନରେ ୯ ପଦ ଅଛି । ପିଷାଚ ବିଥି ରେ ୩୨ ପଦ ଅଛି । ତେଣୁ ଆମେ ୪୧ ପଦ ପାଇଲୁ । ବାସ୍ତୁ ମଣ୍ଡଳରେ ୮୧ ପଦ ଅଛି । ଯଦି ଆମେ ୮୧ ପଦରୁ ୪୧ ପଦ ଫେଡ଼ିଥାଉ ତେବେ ୪୦ ପଦ ମନୁଷ୍ୟ ବିଥି ଓ ଦେବ ବିଥି ରେ ମିଳିଥାଏ । ଏହି ୪୦ ପଦରୁ ୨୦ ପଦ ମନୁଷ୍ୟ ବିଥି ଓ ଦେବ ବିଥିରେ ୨୦ ପଦ ମିଳିଥାଏ । ଯଦି ଆମେ ଏହାକୁ ଗୋଲାକାର ରୂପରେ କରୁ ଅର୍ଥାତ୍ ୩୬୦ ଡିଗ୍ରୀକୁ ୨୦ ପଦ ଦ୍ୱାରା ବିଭକ୍ତ କରୁ ତେବେ ଆମ୍ଭେ ୧୮ ପଦ ପ୍ରତ୍ୟେକ ବିଥି ପାଇଁ ପାଇଥାଉ । ଯଥା- ଭୁଧର’-୧୮ ଡିଗ୍ରୀ, ‘ଆପ’-୧୮ ଡିଗ୍ରୀ, ‘ଆପବତ୍ସ’-୧୮ ଡିଗ୍ରୀ । ଏହି ସମସ୍ତ ଡିଗ୍ରୀକୁ ମିଶାଇଲେ ୫୪ ଡିଗ୍ରୀ ପାଇଥାଉ । ସେହିପରି ଅର୍ଜମା’, ‘ସବିତ୍ରା’, ‘ସାବିତ୍ରାଦେବତାଙ୍କର ପ୍ରତ୍ୟେକ ଦେବତା ୧୮ ଡିଗ୍ରୀ ପାଇଥାନ୍ତି । ବିବଶ୍ୱାନ’-୧୮ଡିଗ୍ରୀ, ‘ଇନ୍ଦ୍ର’-୧୮ଡିଗ୍ରୀ ଏବଂ ଇନ୍ଦ୍ରଜୟ’-୧୮ଡିଗ୍ରୀ ଆଦି ମିଳିଥାଏ । ସମସ୍ତ ଡିଗ୍ରୀ ମିଶାଇ ୫୪ ଡିଗ୍ରୀ ହୋଇଥାଏ । ମିତ୍ର’-୧୮ଡିଗ୍ରୀ, ‘ରୁଦ୍ର’-୧୮ଡିଗ୍ରୀ ଏବଂ ରୁଦ୍ରଜ୍ରୟ’-୧୮ଡିଗ୍ରୀ ମିଳିଥାଏ । ସମସ୍ତ ଡିଗ୍ରୀକୁ ମିଶାଇଲେ ୫୪ ଡିଗ୍ରୀ ହୋଇଥାଏ ।


 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...