ଅଧ୍ୟୟନ କକ୍ଷ ଓ ବାସ୍ତୁ
(ସାଧାରଣତଃ
ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା
କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର
ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)
ଯଦି ଆପଣଙ୍କର ସନ୍ତାନ ଅଧ୍ୟୟନ ପାଇଁ
ଏକାଗ୍ରତା ଆଣିପାରୁନାହାନ୍ତି ତେବେ ଏହା ନିଶ୍ଚିତ ସତ୍ୟ ଅଟେ ଯେ ସେମାନେ ତାଙ୍କର ଅଧ୍ୟୟନ
ନକରାତ୍ମକ ଦିଗରେ କରୁଅଛନ୍ତି ଯଥା-ପଶ୍ଚିମ-ଉତର-ପଶ୍ଚିମ (ଯାହାକି ମନରେ ଅବସାଦ ଆଣିଥାଏ), ଦକ୍ଷିଣ-ଦକ୍ଷିଣ-ପଶ୍ଚିମ (ଏହି ଦିଗରେ
ସନ୍ତାନମାନେ ଯାହା ଅଧ୍ୟୟନ କରିଥାନ୍ତି ତାହା ଭୁଲିଯାଆନ୍ତି) । ଯଦି ସନ୍ତାନମାନେ
ଉତର-ଉତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଅଧ୍ୟୟନ କରୁଥାନ୍ତି ତେବେ ସେମାନେ ଅଧିକାଂଶ ସମୟ
କମ୍ପ୍ୟୁଟର୍ କିମ୍ବା ଟେଲିଭିଜନ୍ ଦେଖିବାରେ ସମୟ ବ୍ୟତିତ କରିଥାନ୍ତି ଓ ଆମୋଦ ପ୍ରମୋଦରେ ବୁଡି
ରୁହନ୍ତି କିମ୍ବା ସନ୍ତାନମାନେ ଯଦି ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ଅଧ୍ୟୟନ କରିଥାନ୍ତି (ଏହି
ଦିଗ ମନରେ ସଦାସର୍ବଦା ଉଦ୍ବେଗତା ଆଣିଥାଏ) ।
ଅଧ୍ୟୟନ କକ୍ଷ ପାଇଁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ
ଦିଗ ଉତମ ଅଟେ । ଯାହାକି ଶିକ୍ଷା ଓ ସଂଚୟର ମନବୃତିକୁ ସନ୍ତାନମାନଙ୍କ ମନରେ ସୃଷ୍ଟି କରିଥାଏ ।
ଏହି ଦିଗର କକ୍ଷକୁ କ୍ରିମ୍ ରଙ୍ଗ କରନ୍ତୁ । ତତ୍ସହିତ ଏହି ଦିଗରେ କୈାଣସି ଦୋଷ ଯଦି ଥାଏ ତେବେ
ତାହା ଦୁରିଭୁତ କରନ୍ତୁ । ସନ୍ତାନମାନଙ୍କର ସ୍କୁଲ୍ ବହି ଓ ପଢ଼ିବା ସାମଗ୍ରୀ ପଢ଼ିବା ଟେବୁଲ୍
ପାଖରେ ରଖନ୍ତୁ । ଏହି ଦିଗକୁ ଉଜ୍ଜଳ ଧଳା କିମ୍ବା ହଳଦିଆ ବଲ୍ବ୍ରେ ଆଲୋକିତ କରାନ୍ତୁ ।
ଯାହାଫଳରେ କି ସନ୍ତାନ ମାନଙ୍କର ପଢ଼ାପ୍ରତି ଏକାଗ୍ରତା ଆସିଥାଏ ଏବଂ ତାଙ୍କର ଜ୍ଞାନରେ ବୃଦ୍ଧି
ହୋଇଥାଏ ଏବଂ ପରୀକ୍ଷାରେ ଭଲ ମାର୍କ ରଖନ୍ତି ।
ଏହି ଅଧ୍ୟୟନ କକ୍ଷ ର ଆଉ ଏକ ମହତ୍ୱପୂର୍ଣ୍ଣ
ଦିଗ ହେଉଅଛି ଉତର-ପୂର୍ବ । ଯାହାକି ଜ୍ଞାନକୁ ବର୍ଦ୍ଧିିତ କରିଥାଏ । ଯଦି ଏହି ଦିଗ କଟିଥାଏ, ରୋଷେଇା ଘର ଥାଏ, ସ୍ନାନଘର ଥାଏ କିମ୍ବା ଭୁଲ୍ ରଙ୍ଗ ହୋଇଥାଏ
ତେବେ
ସନ୍ତାନ ମାନଙ୍କର ଏକାଗ୍ରତା ଆସିନଥାଏ । ଏକାଗ୍ରତା ପାଇଁ ଏହି ଦିଗକୁ ଧଳା ରଙ୍ଗ କିମ୍ବା
କ୍ରିିମ୍ ରଙ୍ଗ ଦ୍ୱାରା ଏହି ଦିଗରେ ଥିବା କାନ୍ଥକୁ ରଙ୍ଗ କରନ୍ତୁ । କାନ୍ଥରେ ସ୍ୱସ୍ତିକ୍
ଚିହ୍ନ ଲଗାନ୍ତୁ । ଏହି ଦିଗରେ ସନ୍ତାନମାନଙ୍କର ପଢ଼ା ଟେବୁଲ୍ ରଖନ୍ତୁ ନାହିଁ । ଏହି ଦିଗ ବଡ଼
ସଦସ୍ୟମାନଙ୍କ ପାଇଁ ଯେଉଁମାନେ କି ଧାର୍ମିକ ଓ ଆଧ୍ୟାତ୍ମିକ ରିସର୍ଚ କରିଥାନ୍ତି ସେମାନଙ୍କ
ପାଇଁ ଏହା ସର୍ବୋତମ ଅଟେ ।
ଆଉ ଏକ ମହତ୍ୱପୁର୍ଣ୍ଣ ଦିଗ ହେଉଅଛି
ଦକ୍ଷିଣ-ପଶ୍ଚିମ ଦିଗ । ଯେଉଁ ଦିଗ କି ପଢ଼ିବାର ଦକ୍ଷତା ଏବଂ ସମ୍ପର୍କକୁ ସୂଚାଇଥାଏ । ନିଜର
ଗୁରୁ ବା ପିତୃ ପୁରୁଷଙ୍କର ଛବି ଏହି ଦିଗରେ ଲଗାନ୍ତୁ । ଯାହା ଫଳରେ କି ସେମାନଙ୍କର ଆଶୀର୍ବାଦ
ସନ୍ତାନମାନଙ୍କୁ ଉନ୍ନତି ପଥରେ ନେଇଥାଏ । ଏହି ଦିଗ ଲେଖିବାର ଶୈଳୀକୁ ଉନ୍ନତ କରିଥାଏ । ଏହି ଦିଗରେ ପଢ଼ା ଟେବୁଲ୍ ରଖିବା ଉଚିତ୍ ଅଟେ ।
କୈାଣସି ପ୍ରକାରର ଟଏଲେଟ୍ କିମ୍ବା ଡଷ୍ଟ୍ବିନ୍
ଉପରୋକ୍ତ ଦିଗରେ ରଖନ୍ତୁ ନାହିଁ ।
ସନ୍ତାନମାନଙ୍କର ଯଦି ଅଧ୍ୟୟନ କକ୍ଷ ପୂର୍ବ
ଦିଗରେ ରହେ ତେବେ ସେମାନେ ରାଜନୀତି ବିଜ୍ଞାନ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ୍ ପୂର୍ବ-ଉତର-ପୂର୍ବ
ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନକୁ ବୋଝ ରୂପରେ ନେଇଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ ଉତର ଦିଗରେ ଥାଏ ତେବେ
ସନ୍ତାନମାନେ ନିଜର କ୍ୟାରିଅର୍ ପ୍ରତି ସଜାନ ରୁହନ୍ତି ଏବଂ ଆଇ.ଏ.ଏସ୍, ଏମ୍.ବି.ଏ ପ୍ରତି ଆଗ୍ରହ ପ୍ରକାଶ
କରିଥାନ୍ତି ।
ଯଦି ଅଧ୍ୟୟନ ଟେବୁଲ୍ ଦକ୍ଷିଣ ଦିଗରେ ଥାଏ
ତେବେ ସନ୍ତାନମାନେ ଅଳସୁଆ ହୋଇଥାନ୍ତି କିମ୍ବା ଅଧିକାଂଶ ସମୟ ଶୋଇଥାନ୍ତି ।
ଅଧ୍ୟୟନ ଟେବୁଲ୍ ଯଦି ପଶ୍ଚିମ-ଦକ୍ଷିଣ-ପଶ୍ଚିମ
ଦିଗରେ ଥାଏ ତେବେ ସନ୍ତାନମାନେ ଅଧ୍ୟୟନ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ଓ ପରୀକ୍ଷାରେ ଅତି ଉତମ
ଭାବରେ ଉତୀର୍ଣ୍ଣ ହୁଅନ୍ତି ।
Septic
tank and vastu
ପ୍ଲଟ୍ର ‘ଯମଖଣ୍ଡ’ କିମ୍ବା ‘ଅସୁରଖଣ୍ଡ’ ରେ septic tank ରହିବା ଉଚିତ୍ ଅଟେ ।
ଯଦି
ସେଫ୍ଟିକ୍ ଟ୍ୟାଙ୍କ୍ ଉତର-ପୂର୍ବ ଦିଗରେ ଥାଏ ତେବେ ବ୍ୟବସାୟିକ କ୍ଷତି, ପୂର୍ବ ଦିଗରେ ସମ୍ମାନରେ ହାନୀ, ଦକ୍ଷିଣ-ପୂର୍ବ ଦିଗରେ ଧନର ନାଶ, ଦକ୍ଷିଣ ଦିଗରେ ପତ୍ନୀର ମୃତ୍ୟୁସମ ପୀଡ଼ା ଓ
ଦକ୍ଷିଣ-ପଶ୍ଚିମରେ ଜୀବନ ହରାଇବାକୁ ପଡ଼ିଥାଏ ।
ସେଫ୍ଟିକ୍ ଟ୍ୟାଙ୍କ୍ ଉତର-ପୂର୍ବ ଦିଗରେ ରହିବା ଉଚିତ୍ ଅଟେ । ଏହି ଟାଙ୍କି କମ୍ପାଉଂଣ୍ଡ୍ ୱାଲ୍ ଠାରୁ ୧/୨ ଫୁଟ୍ ଦୂରେ ରହିବା ଉଚିତ୍ ଅଟେ ।

Comments
Post a Comment