Skip to main content

 ବର୍ତମାନ ଆମେ 'ଦକ୍ଷିଣ-ପଶ୍ଚିମ' ଓ 'ପଶ୍ଚିମ-ଦକ୍ଷିଣ-ପଶ୍ଚିମ' ଦିଗର ବାସ୍ତୁ ଦୋଷ ର କାରଣ ଓ ପ୍ରତିକାର ବିଷୟରେ ଆଲୋଚନା କରିବା।

(୭) ଦକ୍ଷିଣ-ପଶ୍ଚିମ ଦିଗ - (ପୃଥିବୀ ତତ୍ୱ) (ହଳଦିଆ ରଙ୍ଗ)

ଏହି ଦିଗର ଗ୍ରହ ଦେବତା ରାହୁଓ ଦିକ୍‌ପାଳ ନିରୁତିଅଟନ୍ତି । ଦିକ୍‌ପାଳଙ୍କର ଅସ୍ତ୍ର ହେଲା ଖଣ୍ଡାସମ୍ପର୍କରେ ନିବିଡ଼ତା, ବିବାହ, ବ୍ୟବସାୟ ଭାଗିଦାରୀ, ପରିବାର, ଘର, ସାଙ୍ଗସାଥି ଆଦି ଏହି ଦିଗର ଗୁଣ ଅଟେ । ଏହାକୁ ପିତୃସ୍ଥାନ ମଧ୍ୟ କୁହାଯାଏ । ଏହି ଦିଗ ପରିବାରର ସଦସ୍ୟମାନଙ୍କ ମଧ୍ୟେରେ ସମ୍ପର୍କରେ ନିବିଡ଼ତା ଆଣିଥାଏ । ଯେତେବେଳେ ଏହି ଦିଗ କଟିଥାଏ ତେବେ ଆପଣ ନିଜର ଦକ୍ଷତାକୁ ଉପଯୁକ୍ତ ଭାବରେ ବ୍ୟବହାର କରିପାରିନଥାନ୍ତି । ସଦାସର୍ବଦା ଚାକିରୀରେ ଅସୁରକ୍ଷାର ଭାବନା ଲାଗି ରହିଥାଏ । ହଳଦିଆ ରଙ୍ଗ ଏବଂ ୧୫ ୱାଟ୍‌ର ବଲ୍‌ବ୍ ଏହାର ସମାଧାନ ଅଟେ । ଯଦି ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟଧିକ ଆଶା ଫଳରେ ନଷ୍ଟ ହୋଇଥାଏ ଏବଂ ପତି ପତ୍ନୀ ଙ୍କ ମଧ୍ୟରେ ଝଗଡ଼ା ଓ ବିଛେଦ ମଧ୍ୟ ଦେଖାଦେଇଥାଏ । ଯଦି ଆପଣ ପରିବାରର ଫଟୋ ଗୋଲ୍‌ଡେନ୍ ରଙ୍ଗର୍ ଫ୍ରେମ୍‌ରେ ଜଡ଼ିତ କରି ଏହି ଦିଗରେ ସ୍ଥାପନ କରନ୍ତି ତେବେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କର ନିବିଡତା ଆସିଥାଏ ।

ଏହି ଦକ୍ଷିଣ-ପଶ୍ଚିମ କୋଣ ୯୦ ଡିଗ୍ରୀ ହେବା ଉଚିତ୍ ଅଟେ । ଯଦି ଏହି କୋଣ ୯୦ ଡିଗ୍ରୀରୁ କମ୍ ହୁଏ ତେବେ ସଦାସର୍ବଦା ଧନର ଅଭାବ ଲାଗି ରହେ । ଯଦି ଏହି ଦିଗ ୯୦ ଡିଗ୍ରୀରୁ ଅଧିକ ହୁଏ ଘରର ସଦସ୍ୟମାନଙ୍କୁ ଖରାପ ଫଳ ଦେଇଥାଏ । ଘରର କନ୍‌ଷ୍ଟ୍ରକ୍‌ସନ୍ ହେବାର ତିନିବର୍ଷ ମଧ୍ୟରେ ଏହି ଖରାପ ଫଳ ମିଳିଥାଏ । ଏହି କୋଣକୁ ସଦାସର୍ବଦା ସଫା ରଖିବା ଉଚିତ୍ ଅଟେ । ଏହି ଦିଗରେ କୈାଣସି ପ୍ରକାର ଗୃହପାଳିତ ପଶୁ ରଖିବେ ନାହିଁ । ଏହି ଦିଗକୁ ଅନ୍ୟ ଦିଗଠାରୁ ସାମାନ୍ୟ ଉଚ୍ଚା ରଖିବା ଉଚିତ୍ ଅଟେ ।

            ଯଦି ଏହି ଦିଗରେ ଶୈାଚାଳୟ କିମ୍ବା ରୋଷେଇଘର ଥାଏ, ଏହି ଦିଗ ଯଦି କଟିଥାଏ କିମ୍ବା ବର୍ଦ୍ଧିତ ହୋଇଥାଏ, ଘରର ମୂଖ୍ୟ ଦ୍ୱାର ଏହି ଦିଗରେ ଥାଏ, ବୋର୍‌ୱେଲ୍ ଥାଏ କିମ୍ବା ଡ୍ରଇଂଗ୍ ରୁମ୍ ଥାଏ ତେବେ ଏହି ଦିଗରେ ଦୋଷ ଉତ୍ପନ୍ନ ହୋଇଥାଏ ।

            ଆର୍ôଥକ ଦୃଷ୍ଟିରୁ ବ୍ୟବସାୟରେ କ୍ଷତି, ଆଶା କରୁନଥିବା ଖର୍ଚ୍ଚ, ଧନ ବ୍ଲକ୍ ହେବା କିମ୍ବା ଋଣକୁ ସୁଝାଇ ନପାରିବା ଆଦି ଦୋଷ ପରିଲକ୍ଷିତ ହୁଏ । ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦୁର୍ଘଟଣା, ପାରାଲେସିସ୍ କିମ୍ବା ଗୋଡରେ ଆଘାତ ଲାଗିଥାଏ । ସାମାଜିକ ଦୃଷ୍ଟିକୋଣରୁ ପତି ପତ୍ନୀ ଭିତରେ ଭଲ ସମ୍ପର୍କ ରହିନଥାଏ । ପରସ୍ପରକଠକିବା ପାଇଁ ଚେଷ୍ଟା କରିଥାନ୍ତି । ସନ୍ତାନମାନେ ଖରାପ ଅଭ୍ୟାସରେ ପଡ଼ିଥାନ୍ତି । ସାମାଜିକ ସମ୍ମାନ ହରାଇଥାଏ ।

            ଏହାର ପ୍ରତିକାର ସ୍ୱରୂପ ପାଣିଟାଙ୍କିକୁ ଲାଲ୍ ରଙ୍ଗ କରନ୍ତୁ । ରାହୁ ଯନ୍ତ୍ର ସ୍ଥାପିତ କରନ୍ତୁ ଇତ୍ୟାଦି ।

            ଏହି ଦିଗରେ ଯେବେ ଦୋଷ ଥାଏ ତେବେ ପରିବାରରେ ଝଗଡ଼ା, କୋର୍ଟ କେସ୍‌, ଯୁକ୍ତିତର୍କ ଓ ମହିଳାମାନଙ୍କୁ କଷ୍ଟ ଦେଇଥାଏ । ଏହା ବ୍ୟବସାୟିକ ସମ୍ପର୍କରେ ହାନି ଆଣିଥାଏ । ବିବାହରେ ବିଳମ୍ବ, ପତି ପତ୍ନି ମଧ୍ୟରେ ଖରାପ ସମ୍ପର୍କ, ପଦୋନ୍ନତିରେ ହାନି ଏବଂ ସଦାସର୍ବଦା ଅନ୍ୟ ମାନଙ୍କ ଦ୍ୱାରା ଠକି ହୋଇଥାନ୍ତି ।

            ରାହୁ ଗ୍ରହଙ୍କର ରତ୍ନ ଗୋମେଦଅଟେ । ଗୋମେଦକୁ ଭୁମି ତଳେ ଏହି ଦିଗରେ ସ୍ଥାପିତ କରନ୍ତୁ । ଦିକ୍‌ପାଳ, ନିରୁତିଙ୍କର ଅସ୍ତ୍ର ହେଲା ଖଣ୍ଡା । ଏହି ଖଣ୍ଡାର ଚିତ୍ରକୁ ତମ୍ବା ଉପରେ ଅଙ୍କିତ କରି ପୂଜନ, ହବନ, ବଳି, ଭୋଜନ ଆଦି ଦେଇ ଏହି ଦିଗରେ ସ୍ଥାପନ କରନ୍ତୁ । ଝବକ୍ଷଗ୍ଧ କ୍ଷବଜ୍ଞକ୍ଟ୍ର, ସାମୁଦ୍ରିକ ଲୁଣ, ତମ୍ବା ତାର ଆଦି ଏହି ଦିଗର ଅସନ୍ତୁଳନକୁ ଦୂରିଭୁତ କରିଥାଏ ।

ଏହି ଦିଗକୁ ସମ୍ପର୍କର ଦିଗ କୁହାଯାଏ । ନିଜର ବୈବାହିକ ସମ୍ପର୍କ ଓ ବ୍ୟବସାୟ ପାର୍ଟନର୍‌ଙ୍କ ସହିତ ସମ୍ପର୍କ ଆଦିକୁ ଏହି ଦିଗ ଦର୍ଶାଇଥାଏ । ଯଦି ଏହି ଦିଗରେ ବାସ୍ତୁ ଦୋଷ ଥାଏ ତେବେ-

- ସନ୍ତାନମାନେ ଏବଂ ଆପଣଙ୍କର ପତ୍ନୀ ସଦାସର୍ବଦା ଆପଣଙ୍କ ପାଖରେ ଅଭିଯୋଗ ଆଣିଥାନ୍ତି । କାରଣ ଆପଣ ପରିବାରକୁ ଯେଉଁ କଥା ଦେଇଥିଲେ ତାହା ଠିକ୍ ଭାବରେ କରନାହାଁନ୍ତି ବା ବିଲ୍‌କୁଲ୍ କରିନଥାନ୍ତି ।

- ବ୍ୟବସାୟୀକ ପାର୍ଟ୍‌ନର୍ ସହିତ ଭଲ ସମ୍ପର୍କ ରହିନଥାଏ ।

ନିରାକରଣ -

- ଆପଣ ନିଜ ପରିବାରର ଫଟୋକୁ ଗୋଲ୍‌ଡେନ୍ ଫ୍ରେମ୍‌ରେ ଏହି ଦିଗରେ ଲଗାନ୍ତୁ ।

- ଯଦି ବ୍ୟବସାୟିକ ପାର୍ଟନର୍‌ଙ୍କ ସହିତ ମତାନ୍ତର ହୁଏ ତେବେ ତାଙ୍କର ଏବଂ ଆପଣଙ୍କର ଫଟୋକୁ ଏହି ଦିଗରେ ଲଗାନ୍ତୁ ।

ସୁଗନ୍ଧିତ ପୁଷ୍ପ ଏହି ଦିଗରେ ରଖନ୍ତୁ । ଭଲ ସଙ୍ଗୀତ ଶୁଣନ୍ତୁ ।


(୮) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ - (ଆକାଶ ତତ୍ୱ) (ଧଳାରଙ୍ଗ)

ଶିକ୍ଷା ଓ ସେଭିଂସ୍ ର ଏହି କ୍ଷେତ୍ର ଅଟେ । ଅଧ୍ୟୟନ, ପଢ଼ିବା ଲେଖିବା, ବିଦ୍ୟା ଅଭ୍ୟାସ, ଜ୍ଞାନ, ଶିକ୍ଷା ଏବଂ ସେଭିଂସ୍‌ର ଏହି କ୍ଷେତ୍ର ଅଟେ । ଅଳ୍ପ ପରିଶ୍ରମରେ ଭଲ ପରିମାଣ ଏହି ଦିଗ ଦେଇଥାଏ । ସନ୍ତାନ ମାନଙ୍କର ଶୟନ କକ୍ଷ ପାଇଁ ଏହି ଦିଗ ଏକ ଆଦର୍ଶ ଦିଗ ଅଟେ ।


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...