Skip to main content

 ଆଜି ପଶ୍ଚିମ ଓ 'ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଥିବା ବାସ୍ତୁ ଦୋଷ ର କାରଣ ଓ ପ୍ରତିକାର ଉପରେ କିଛି ଲେଖିବାକୁ ଯାଉଅଛି।

(୯) ପଶ୍ଚିମ ଦିଗ - (ଆକାଶ ତତ୍ୱ) (ଧଳାରଙ୍ଗ)

ସୃଜନଶୀଳତା, ସନ୍ତାନମାନଙ୍କ ସହିତ ଆପଣଙ୍କର ସମ୍ପର୍କ, ଚାକିରୀ କ୍ଷେତ୍ର, ଅବସର, ଲାଭ, ଧନ ଆଦି ଏହି ଦିଗ ସୂଚାଇଥାଏ । ଏହି ଦିଗ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭାନ୍ୱିତ କରିଥାଏ । ଏହି ଦିଗ ଡ଼ାଇନିଂଗ୍ ଟେବୁଲ୍‌, ଶୟନ କକ୍ଷ ଏବଂ ମନ୍ଦିର୍ ପାଇଁ ଉପଯୁକ୍ତ ଅଟେ । ଯଦି ଏହି କ୍ଷେତ୍ରରେ ଶୈାଚାଳୟ ଥାଏ ତେବେ ଆପଣଙ୍କର ସମସ୍ତ ଲାଭ କୁ ହାନିରେ ପରିଣତ କରିଥାଏ ଏବଂ ଆପଣଙ୍କର କୋଣସି ପ୍ରକାର କାର୍ଯ୍ୟକୁ ସଫଳ କରାଇନଥାଏ ।

            ଯଦି ଏହି ଦିଗ କଟିଥାଏ ତେବେ ଭୈାତିକ ଲାଭ ଯଥା ଟଙ୍କା, ବାହାନ, ଘର ଓ ଗହଣା ଆଦି ଯୋଗାଡ଼ କରିବାରେ ଅସମର୍ଥ ପ୍ରକାଶ କରିଥାନ୍ତି । ହଳଦିଆ କିମ୍ବା ଧଳା ରଙ୍ଗ ଏହାର ସମାଧାନ ଅଟେ ।

            ଯଦି ଏହା ବର୍ଦ୍ଧିତ ହୋଇଥାଏ ତେବେ ଆପଣଙ୍କ ପାଖରେ ପ୍ରଚୁର ଧନ ଆସିଥାଏ କିନ୍ତୁ ତାକୁ ଆପଣ କୈାଣସି କାର୍ଯ୍ୟରେ ଲଗାଇପାରନ୍ତି ନାହିଁ । ଯଦି ଆପଣ କାହାକୁ ଉଦ୍ଧାର ଦେଇଥାଆନ୍ତି ତେବେ ଉଦ୍ଧାର ଟଙ୍କା ଫେରସ୍ତ ପାଇବା ପାଇଁ ଅଯଥା ବିଳମ୍ବ ଓ କଷ୍ଟକର ହୋଇଥାଏ । ନିଜ ଜୀବନରେ ତଥା ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କରେ ନ୍ୟୁନତା ଆସିଥାଏ । ପତ୍ନୀ ଓ ସନ୍ତାନମାନେ ଆପଣଙ୍କ ପାଖରେ ସଦାସର୍ବଦା ଅଭଯୋଗ କରିଥାନ୍ତି ।

            ଏହି ଦିଗର ଗ୍ରହ-ଶନି, ଦିକ୍‌ପାଳ-ବରୁଣ, ଅସ୍ତ୍ର-ପାଶ ଅଟେ । ଏହି ଦିଗକୁ ସନ୍ତୁଳିତ କରିବା ପାଇଁ ପାଶର ଚିତ୍ର  ରୂପାରେ ଅଙ୍କିତ କରି ଭୁମି ତଳେ ସ୍ଥାପନ କରନ୍ତୁ । ଶନି ଦେବତାଙ୍କର ପୂଜନ, ହବନ, ବଳୀ ଓ ଭୋଜନ ଆଦି ଦେଇ ସନ୍ତୁଷ୍ଟ କରନ୍ତୁ

ଏହି ଦିଗ ସୃଜନଶୀଳତା ଏବଂ ସନ୍ତାନକୁ ଦର୍ଶାଇଥାଏ ।

            ଯଦି ଏହି ଦିଗରେ ଦୋଷ ଥାଏ ତେବେ-

- ସୃଜନଶୀଳତାରେ ହାନି ହୋଇଥାଏ ।

- ସନ୍ତାନଙ୍କ ସହିତ ଭଲ ସମ୍ପର୍କ ରହେନାହିଁ ।

ନିରାକରଣ-

- ରାଉଣ୍ଡ୍ ଏବଂ ଓଭାଲ୍ ଆକାରର ମେଟାଲିକ୍ ରଙ୍ଗ ଲଗାନ୍ତୁ ।

ଏହି ଦିଗରେ ଥିବା କାନ୍ଥ ଓ ଫର୍ଣ୍ଣିଚର୍‌କୁ ଧଳା ରଙ୍ଗ କରନ୍ତୁ । ଧଳା ରଙ୍ଗର ତକିଆ ଖୋଳ, ବିଛଣାଚାଦର ଆଦିକୁ ବ୍ୟବହାର କରନ୍ତୁ ।

- ଧଳା ରଙ୍ଗର ପୁଷ୍ପ ସ୍ଥାପନ କରନ୍ତୁ ।


(୧୦) ପଶ୍ଚିମ-ଉତର-ପଶ୍ଚିମ ଦିଗ - (ଆକାଶ ତତ୍ୱ) (ଧଳାରଙ୍ଗ)

ଏହି ଦିଗ ଡିପ୍ରେସନ୍ ଓ ରୋଦନ ର କ୍ଷେତ୍ର ଅଟେ । ଯଦି ଆପଣ ନକାରାତ୍ମକ ପ୍ରଭାବ ଦ୍ୱାରା କିଛି ସମୟ କାନ୍ଦିବା ପାଇଁ ଚାହାଁନ୍ତି ଓ ମନ ହାଲୁକା କରିବା ପାଇଁ ଚାହାଁନ୍ତି ତେବେ ଏହି ଦିଗ ଉତମ ଅଟେ । ଘରର ଅଳିଆ ଆବର୍ଜନା ଆଦି ରଖିବା ପାଇଁ ଏହି ଦିଗ ଉପଯୁକ୍ତ ଅଟେ ।





Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...