Skip to main content

ଆଜି ଉତ୍ତର-ପଶ୍ଚିମ ଓ ଉତ୍ତର-ଉତ୍ତର-ପଶ୍ଚିମ ଦିଗର ବାସ୍ତୁ ଦୋଷର କାରଣ ଓ ପ୍ରତିକାର ଉପରେ କିଛି ଲେଖିବାକୁ ଯାଉଅଛି।

                               (୧୧) ଉତର-ପଶ୍ଚିମ ଦିଗ - (ପୃଥିବୀ ତତ୍ୱ) (ହଳଦିଆ ରଙ୍ଗ)

ସହଯୋଗ ଏବଂ ବ୍ୟାଙ୍କିଙ୍ଗ୍‌ର କ୍ଷେତ୍ର ଅଟେ । ଏହି କ୍ଷେତ୍ର ଆପଣଙ୍କ ଭବିଷ୍ୟତ ପାଇଁ ଧନର ସଂରକ୍ଷଣ କରିଥାଏ । ପ୍ରାଚୀନ କାଳରେ ଖାଦ୍ୟ ଶସ୍ୟକୁ ରଖିବା ପାଇଁ ଯେଉଁ ଭଣ୍ଡାରର ଆବଶ୍ୟକତା ହୋଇଥାଏ ସେଥିପାଇଁ ଏହି ଦିଗ ଉତମ ଅଟେ ।

            ଏହି ଦିଗ ସାହାଯ୍ୟକାରୀ ବନ୍ଧୁ, ଭ୍ରମଣ, ଜ୍ଞାନ ଏବଂ ପ୍ଲାନିଙ୍ଗ୍ କରିବା ପାଇଁ ଉପଯୁକ୍ତ ଅଟେ । ଏହି ଦିଗ ସାହାଯ୍ୟ ଓ ସହଯୋଗ, ବନ୍ଧୁମାନଙ୍କ ଠାରୁ ପ୍ରେମ, ଅଜଣା ସାହାଯ୍ୟକାରୀ ଆଦିକୁ ସୁଚାଇଥାଏ ।

            ଏହି ଦିଗକୁ ବାୟୁ ଦିଗ କୁହାଯାଇଥାଏ । ଏହି ଦିଗର ସ୍ୱାମୀ କେତୁ/ଶିଖି ଅଟନ୍ତି । ଅଧିକାଂଶ ସମୟ କେତୁଦ୍ୱାରା ଖରାପ ମନ୍ତବ୍ୟ, ଯନ୍ତ୍ରଣା, ରୋଗରେ ପିଡ଼ୀତ ହେବା କିମ୍ବା ସାଙ୍ଗ ସାଥି ସହିତ ସମ୍ପର୍କ ନଷ୍ଟ ହେବା ଆଦି ଦେଖିବାକୁ ମିଳିଥାଏ । ଯଦି ଏହି ଦିଗ କଟିଥାଏ ଗୃହର ସ୍ୱାମୀ ନିଜର ଅକ୍ଷମତା ଓ ଅଯୋଗ୍ୟତାକୁ ନିମନ୍ତ୍ରିତ କରିଥାନ୍ତି । ଏହି ଦିଗ ଗୃହକର୍ତାଙ୍କୁ କଷ୍ଟ ଓ ଯଦି ଏହି ଦିଗରେ ଥିବା ଭବନକୁ ଭଡାରେ ଦିଆଯାଇଥାଏ ସେମାନଙ୍କୁ ମଧ୍ୟ କଷ୍ଟ ମିଳିଥାଏ । ଭଡାରେ ନେଇଥିବା ଲୋକ ଭଡାର ଛଅମାସ ଭିତରେ କଷ୍ଟ ଅନୁଭବ କରିଥାଏ ।

            ଯଦି ଉତର-ପଶ୍ଚିମ ଦିଗ କଟିଥାଏ କିମ୍ବା ପାଣିଟାଙ୍କି ଥାଏ କିମ୍ବା ରୋଷେଇଘର ଥାଏ ତେବେ ନିମ୍ନ ସମସ୍ୟା ଆସିଥାଏ । ପରିବାରରେ ଝଗଡ଼ା ଲାଗିଥାଏ ଓ କଥା କୋର୍ଟ କଚେରୀକୁ ଯାଇଥାଏ । ଜେଲ୍ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ । ଆର୍ଥିକ ଦୃଷ୍ଟିକୋଣରୁ ବ୍ୟକ୍ତିବିଶେଷ ଏତେଦୂର ଆତ୍ମବିଶ୍ୱାସରେ ରହିଥାନ୍ତି ଯେ ସଦାସର୍ବଦା ଭୁଲ୍ ନିଷ୍ପତି ନେଇଥାନ୍ତି । ଯାହାଫଳରେ ପ୍ରଚୁର ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ପୁସ୍‌ଫୁସ୍ ଜନିତ ରୋଗ ଦେଖାଯାଏ । ଏହି ସବୁ ଦୋଷର ପ୍ରତିକାର ନିମ୍ନରେ ଦିଆଗଲା । ଯଥା-

୧-ଘରର ମୂଖ୍ୟ ଦ୍ୱାରର ବାମପଟେ, ଡାହାଣପଟେ ଓ ଉପରେ ତିନୋଟି ପିରାମିଡ୍ ସ୍ଥାପିତ କରନ୍ତୁ । ଘରେ ଚନ୍ଦ୍ର ଯନ୍ତ୍ର ସ୍ଥାପିତ କରନ୍ତୁ ।

            ଏହି ଦିଗ ସାଧାରଣତଃ କାଠ ରଖିବା, କାର ପାର୍କିଂ, ଟଏଲେଟ୍‌, ବାଥରୁମ୍‌, ୱେଟିଂଗ୍ ସେଡ୍ ଓ ବଗିଚା ପାଇଁ ଉପଯୁକ୍ତ ଅଟେ । ଏହି କୋଣକୁ ଲାଗି କୈାଣସି ପରମାନେଟ୍ କନ୍‌ଷ୍ଟ୍ରକ୍‌ସନ୍ କରିବେନାହିଁ ।

ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣ ଋଣ ପାଇଁ ଦେଇଥିବା ଦରଖାସ୍ତ ବ୍ୟାଙ୍କ୍ ଦ୍ୱାରା ଅଗ୍ରାହ୍ୟ ହୋଇଥାଏ । ଓଭର୍ ଡ୍ରାଫ୍‌ଟ ମିଳିନଥାଏ ।

            ଯଦି ଏହି ଦିଗରେ ଦୋଷ ଥାଏ ତେବେ ଆପଣ କୈାଣସି କ୍ଷେତ୍ରରେ ସାହାଯ୍ୟ ପାଇନଥାନ୍ତି । ଶତୃତା ଓ ଲିଗାଲ୍ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ଏବଂ ବନ୍ଧୁ ଓ ସମ୍ପର୍କୀୟମାନେ ଆପଣଙ୍କଠାରୁ ଦୂରେଇଯାଆନ୍ତି ।

            ଏହି ଦିଗରେ ଯଦି ଦୋଷ ଥାଏ ତେବେ ଦୁର୍ଘଟଣାର ସମ୍ମୁଖିନ ହୁଅନ୍ତି । ଗୃହସ୍ୱାମୀ ସଦାସର୍ବଦା ଭ୍ରମଣରେ ଥାଆନ୍ତି । ଚାକରମାନଙ୍କଠାରୁ ସମସ୍ୟା ଆସିଥାଏ । ସୃଜନଶୀଳତାରେ ହାନି ହୋଇଥାଏ । ସନ୍ତାନମାନେ ଅଭିଯୋଗ ଆଣିଥାନ୍ତି ।

            ଏହି ଦିଗର ଗ୍ରହ ଦେବତା ଚନ୍ଦ୍ର ଅଟନ୍ତି । ଚନ୍ଦ୍ରଙ୍କର ରତ୍ନ ମୋତି ଅଟେ । ଦିକ୍‌ପାଳ ବାୟୁ ଅଟନ୍ତି ଓ ତାଙ୍କର ଅସ୍ତ୍ର-ପତାକା ଅଟେ । ଏହି ପତାକାକୁ ରୂପାରେ ଅଙ୍କିତ କରି ମୋତି ସହିତ ଯଥା ବିଧି ପୂଜନ, ହବନ ଓ ତର୍ପଣ କରି ଏହି ଦିଗରେ ସ୍ଥାପନ କରନ୍ତୁ ।

ଏହି ଦିଗ ସାହାଯ୍ୟକାରୀ ବନ୍ଧୁ ଓ ଭ୍ରମଣକୁ ଦର୍ଶାଇଥାଏ ।

            ଯଦି ଏହି ଦିଗରେ ଦୋଷ ଥାଏ ତେବେ-

- ଆପଣଙ୍କୁ କେହି ସାହାଯ୍ୟକାରୀ ବନ୍ଧୁ ମିଳିନଥାନ୍ତି ।

- କୈାଣସି କାର୍ଯ୍ୟପାଇଁ ଯାତ୍ରା କଲେ ତାହା ନିଷ୍ପଳ ହୋଇଥାଏ ।

ନିରାକରଣ-

- ଏହି ଦିଗକୁ ସଦାସର୍ବଦା ସଫା ରଖନ୍ତୁ ।

- ରାଉଣ୍ଡ୍ ଏବଂ ଓଭାଲ୍ ଆକାରର ମେଟାଲିକ୍ ରଙ୍ଗ ଲଗାନ୍ତୁ ।

- ଏହି ଦିଗରେ ଥିବା କାନ୍ଥ ଓ ଫର୍ଣ୍ଣିଚର୍‌କୁ ଧଳା ରଙ୍ଗ କରନ୍ତୁ । ଧଳା ରଙ୍ଗର ତକିଆ ଖୋଳ, ବିଛଣାଚାଦର ଆଦିକୁ ବ୍ୟବହାର କରନ୍ତୁ ।

(୧୨) ଉତର-ଉତର-ପଶ୍ଚିମ ଦିଗ - (ହଳଦିଆ ରଙ୍ଗ) (ପୃଥିବୀ ତତ୍ୱ)

ଆକର୍ଷଣ ଏବଂ ସେକ୍‌ସ ର ଏହି କ୍ଷେତ୍ର ଅଟେ । ସେକ୍‌ସ ଦ୍ୱାରା ଆନନ୍ଦ ଏବଂ ସନ୍ତୋଷର ଅନୁଭୁତି କରାଉଥିବା ଦିଗ ଏହା ଅଟେ । ଏହି କ୍ଷେତ୍ର ଦ୍ୱାରା ଉତ୍ପନ ଉର୍ଜା ପତି ପତ୍ନୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ଅନ୍ତରଙ୍ଗ କରିଥାଏ । ନବ ବିବାହିତାଙ୍କ ପାଇଁ ଏହି ଦିଗରେ ଶୟନ କକ୍ଷ କରିବା ଏକ ଆଦର୍ଶ କ୍ଷେତ୍ର ଅଟେ ।




Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...