ଆଜି ଉତ୍ତର-ପଶ୍ଚିମ ଓ ଉତ୍ତର-ଉତ୍ତର-ପଶ୍ଚିମ ଦିଗର ବାସ୍ତୁ ଦୋଷର କାରଣ ଓ ପ୍ରତିକାର ଉପରେ କିଛି ଲେଖିବାକୁ ଯାଉଅଛି।
(୧୧) ଉତର-ପଶ୍ଚିମ ଦିଗ - (ପୃଥିବୀ ତତ୍ୱ)
(ହଳଦିଆ ରଙ୍ଗ)
ସହଯୋଗ
ଏବଂ ବ୍ୟାଙ୍କିଙ୍ଗ୍ର କ୍ଷେତ୍ର ଅଟେ । ଏହି କ୍ଷେତ୍ର ଆପଣଙ୍କ ଭବିଷ୍ୟତ ପାଇଁ ଧନର ସଂରକ୍ଷଣ
କରିଥାଏ । ପ୍ରାଚୀନ କାଳରେ ଖାଦ୍ୟ ଶସ୍ୟକୁ ରଖିବା ପାଇଁ ଯେଉଁ ଭଣ୍ଡାରର ଆବଶ୍ୟକତା ହୋଇଥାଏ
ସେଥିପାଇଁ ଏହି ଦିଗ ଉତମ ଅଟେ ।
ଏହି ଦିଗ ସାହାଯ୍ୟକାରୀ ବନ୍ଧୁ, ଭ୍ରମଣ, ଜ୍ଞାନ ଏବଂ ପ୍ଲାନିଙ୍ଗ୍ କରିବା ପାଇଁ ଉପଯୁକ୍ତ ଅଟେ । ଏହି ଦିଗ ସାହାଯ୍ୟ ଓ
ସହଯୋଗ, ବନ୍ଧୁମାନଙ୍କ ଠାରୁ ପ୍ରେମ, ଅଜଣା ସାହାଯ୍ୟକାରୀ ଆଦିକୁ ସୁଚାଇଥାଏ ।
ଏହି ଦିଗକୁ ବାୟୁ ଦିଗ କୁହାଯାଇଥାଏ । ଏହି
ଦିଗର ସ୍ୱାମୀ କେତୁ/ଶିଖି ଅଟନ୍ତି । ଅଧିକାଂଶ ସମୟ ‘କେତୁ’ ଦ୍ୱାରା ଖରାପ ମନ୍ତବ୍ୟ, ଯନ୍ତ୍ରଣା, ରୋଗରେ ପିଡ଼ୀତ ହେବା କିମ୍ବା ସାଙ୍ଗ ସାଥି
ସହିତ ସମ୍ପର୍କ ନଷ୍ଟ ହେବା ଆଦି ଦେଖିବାକୁ ମିଳିଥାଏ । ଯଦି ଏହି ଦିଗ କଟିଥାଏ ଗୃହର ସ୍ୱାମୀ
ନିଜର ଅକ୍ଷମତା ଓ ଅଯୋଗ୍ୟତାକୁ ନିମନ୍ତ୍ରିତ କରିଥାନ୍ତି । ଏହି ଦିଗ ଗୃହକର୍ତାଙ୍କୁ କଷ୍ଟ ଓ
ଯଦି ଏହି ଦିଗରେ ଥିବା ଭବନକୁ ଭଡାରେ ଦିଆଯାଇଥାଏ ସେମାନଙ୍କୁ ମଧ୍ୟ କଷ୍ଟ ମିଳିଥାଏ । ଭଡାରେ
ନେଇଥିବା ଲୋକ ଭଡାର ଛଅମାସ ଭିତରେ କଷ୍ଟ ଅନୁଭବ କରିଥାଏ ।
ଯଦି ଉତର-ପଶ୍ଚିମ ଦିଗ କଟିଥାଏ କିମ୍ବା
ପାଣିଟାଙ୍କି ଥାଏ କିମ୍ବା ରୋଷେଇଘର ଥାଏ ତେବେ ନିମ୍ନ ସମସ୍ୟା ଆସିଥାଏ । ପରିବାରରେ ଝଗଡ଼ା
ଲାଗିଥାଏ ଓ କଥା କୋର୍ଟ କଚେରୀକୁ ଯାଇଥାଏ । ଜେଲ୍ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ । ଆର୍ଥିକ
ଦୃଷ୍ଟିକୋଣରୁ ବ୍ୟକ୍ତିବିଶେଷ ଏତେଦୂର ଆତ୍ମବିଶ୍ୱାସରେ ରହିଥାନ୍ତି ଯେ ସଦାସର୍ବଦା ଭୁଲ୍
ନିଷ୍ପତି ନେଇଥାନ୍ତି । ଯାହାଫଳରେ ପ୍ରଚୁର ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ
ପୁସ୍ଫୁସ୍ ଜନିତ ରୋଗ ଦେଖାଯାଏ । ଏହି ସବୁ ଦୋଷର ପ୍ରତିକାର ନିମ୍ନରେ ଦିଆଗଲା । ଯଥା-
୧-ଘରର
ମୂଖ୍ୟ ଦ୍ୱାରର ବାମପଟେ, ଡାହାଣପଟେ ଓ ଉପରେ ତିନୋଟି ପିରାମିଡ୍
ସ୍ଥାପିତ କରନ୍ତୁ । ଘରେ ଚନ୍ଦ୍ର ଯନ୍ତ୍ର ସ୍ଥାପିତ କରନ୍ତୁ ।
ଏହି ଦିଗ ସାଧାରଣତଃ କାଠ ରଖିବା, କାର ପାର୍କିଂ, ଟଏଲେଟ୍, ବାଥରୁମ୍, ୱେଟିଂଗ୍ ସେଡ୍ ଓ ବଗିଚା ପାଇଁ ଉପଯୁକ୍ତ ଅଟେ
। ଏହି କୋଣକୁ ଲାଗି କୈାଣସି ପରମାନେଟ୍ କନ୍ଷ୍ଟ୍ରକ୍ସନ୍ କରିବେନାହିଁ ।
ଯଦି
ଏହି ଦିଗରେ ଶୈାଚାଳୟ ଥାଏ ତେବେ ଆପଣ ଋଣ ପାଇଁ ଦେଇଥିବା ଦରଖାସ୍ତ ବ୍ୟାଙ୍କ୍ ଦ୍ୱାରା ଅଗ୍ରାହ୍ୟ
ହୋଇଥାଏ । ଓଭର୍ ଡ୍ରାଫ୍ଟ ମିଳିନଥାଏ ।
ଯଦି ଏହି ଦିଗରେ ଦୋଷ ଥାଏ ତେବେ ଆପଣ କୈାଣସି
କ୍ଷେତ୍ରରେ ସାହାଯ୍ୟ ପାଇନଥାନ୍ତି । ଶତୃତା ଓ ଲିଗାଲ୍ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ଏବଂ
ବନ୍ଧୁ ଓ ସମ୍ପର୍କୀୟମାନେ ଆପଣଙ୍କଠାରୁ ଦୂରେଇଯାଆନ୍ତି ।
ଏହି ଦିଗରେ ଯଦି ଦୋଷ ଥାଏ ତେବେ ଦୁର୍ଘଟଣାର
ସମ୍ମୁଖିନ ହୁଅନ୍ତି । ଗୃହସ୍ୱାମୀ ସଦାସର୍ବଦା ଭ୍ରମଣରେ ଥାଆନ୍ତି । ଚାକରମାନଙ୍କଠାରୁ ସମସ୍ୟା
ଆସିଥାଏ । ସୃଜନଶୀଳତାରେ ହାନି ହୋଇଥାଏ । ସନ୍ତାନମାନେ ଅଭିଯୋଗ ଆଣିଥାନ୍ତି ।
ଏହି ଦିଗର ଗ୍ରହ ଦେବତା ଚନ୍ଦ୍ର ଅଟନ୍ତି ।
ଚନ୍ଦ୍ରଙ୍କର ରତ୍ନ ମୋତି ଅଟେ । ଦିକ୍ପାଳ ବାୟୁ ଅଟନ୍ତି ଓ ତାଙ୍କର ଅସ୍ତ୍ର-ପତାକା ଅଟେ । ଏହି
ପତାକାକୁ ରୂପାରେ ଅଙ୍କିତ କରି ମୋତି ସହିତ ଯଥା ବିଧି ପୂଜନ, ହବନ ଓ ତର୍ପଣ କରି ଏହି ଦିଗରେ ସ୍ଥାପନ କରନ୍ତୁ ।
ଏହି
ଦିଗ ସାହାଯ୍ୟକାରୀ ବନ୍ଧୁ ଓ ଭ୍ରମଣକୁ ଦର୍ଶାଇଥାଏ ।
ଯଦି ଏହି ଦିଗରେ ଦୋଷ ଥାଏ ତେବେ-
- ଆପଣଙ୍କୁ କେହି ସାହାଯ୍ୟକାରୀ ବନ୍ଧୁ
ମିଳିନଥାନ୍ତି ।
- କୈାଣସି କାର୍ଯ୍ୟପାଇଁ ଯାତ୍ରା କଲେ ତାହା
ନିଷ୍ପଳ ହୋଇଥାଏ ।
ନିରାକରଣ-
- ଏହି ଦିଗକୁ ସଦାସର୍ବଦା ସଫା ରଖନ୍ତୁ ।
- ରାଉଣ୍ଡ୍ ଏବଂ ଓଭାଲ୍ ଆକାରର ମେଟାଲିକ୍ ରଙ୍ଗ
ଲଗାନ୍ତୁ ।
- ଏହି ଦିଗରେ ଥିବା କାନ୍ଥ ଓ ଫର୍ଣ୍ଣିଚର୍କୁ ଧଳା ରଙ୍ଗ କରନ୍ତୁ । ଧଳା ରଙ୍ଗର ତକିଆ ଖୋଳ, ବିଛଣାଚାଦର ଆଦିକୁ ବ୍ୟବହାର କରନ୍ତୁ ।
ଆକର୍ଷଣ
ଏବଂ ସେକ୍ସ ର ଏହି କ୍ଷେତ୍ର ଅଟେ । ସେକ୍ସ ଦ୍ୱାରା ଆନନ୍ଦ ଏବଂ ସନ୍ତୋଷର ଅନୁଭୁତି କରାଉଥିବା
ଦିଗ ଏହା ଅଟେ । ଏହି କ୍ଷେତ୍ର ଦ୍ୱାରା ଉତ୍ପନ ଉର୍ଜା ପତି ପତ୍ନୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ
ଅଧିକ ଅନ୍ତରଙ୍ଗ କରିଥାଏ । ନବ ବିବାହିତାଙ୍କ ପାଇଁ ଏହି ଦିଗରେ ଶୟନ କକ୍ଷ କରିବା ଏକ ଆଦର୍ଶ
କ୍ଷେତ୍ର ଅଟେ ।


Comments
Post a Comment