Skip to main content

 ଆଜି ଉତ୍ତର' ଓ ଉତ୍ତର-ଉତ୍ତାର-ପୂର୍ବ' ଦିଗର ବାସ୍ତୁ ଦୋଷର କାରଣ ଓ ପ୍ରତିକାର ଉପରେ ଲେଖିବାକୁ ଯାଉଅଛି। 

(୧୩) ଉତର ଦିଗ - (ଜଳତତ୍ୱ) (ନୀଳ ରଙ୍ଗ)

କ୍ୟାରିଅର୍‌, ଟଙ୍କା, ସୁଯୋଗ, ଜୀବନର ପଥ, ଦୂରଦୃଷ୍ଟି, ଉଚ୍ଚ ବିଚାର, ପଦୋନ୍ନତି ପାଇବା, ଭଲ ଚାକିରୀ ପାଇବା, ସଫଳତା ପାଇବା କାର୍ଯ୍ୟ ଆଦି ଏହି ଦିଗର କାରକ ଅଟେ । ଏହି ଦିଗ ଜୀବନର ଉଦ୍ଦେଶ୍ୟକୁ ସଫଳ କରିତାଏ ଏବଂ ନୂତନ ଗ୍ରାହକ, ନୂତନ ବ୍ୟବସାୟ ଆଦି ମିଳିଥାଏ ।

            ଯଦି ଏହି ଦିଗ ଦୂଷିତ ଥାଏ ତେବେ ନିଶା ଶକ୍ତିରେ କବଳିତ, ଧନର ଆଗମନ ବନ୍ଦ୍ ହୋଇଯିବା, ଭୁଲ୍ ବୁଝାମଣା, ଆପଣଙ୍କ ଉଦ୍ଦେଶ୍ୟ ପ୍ରତି ଅନିଶ୍ଚିନ୍ତତା ଆଦି ଦେଖାଯାଇଥାଏ । ଯଦି ଏହି ଦିଗରେ ଶୈାଚାଳୟ ଥାଏ ତେବେ ନୂତନ ସୁଯୋଗ, ଗ୍ରାହକ, ବ୍ୟବସାୟ ଓ ଚାକିରୀ ଆଦି ମିଳିନଥାଏ । ସବୁଜ ରଙ୍ଗ ଏହାର ସମାଧାନ ଅଟେ ।

            ଏହି ଦିଗର ଗ୍ରହ ଦେବତା-ବୁଦ୍ଧ, ଦିକ୍‌ପାଳ-କୁବେର, ଅସ୍ତ୍ର-ଗଦା ଅଟନ୍ତି । ଏକ ରୂପା ପତ୍ରରେ ଗଦା ଚିତ୍ର ଅଙ୍କିତ କରି ଏହି ଦିଗରେ ଭୂମି ତଳେ ସ୍ଥାପନ କରନ୍ତୁ ଏବଂ ବୁଧର ରତ୍ନ ପାନ୍ନାକୁ ଶୋଧନ ଓ ପୂଜନ କରି ଭୂମିତଳେ ସ୍ଥାପନ କରନ୍ତୁ ।

ଏହି ଦିଗ ନିଜର କ୍ୟାରିଅର୍‌କୁ ବୁଝାଇଥାଏ ଓ ଆର୍ôଥକ କ୍ଷେତ୍ରରେ ନୁତ ସୁଯୋଗ ଓ ସମୃଦ୍ଧି ଆଣିଥାଏ ।

            ପୂର୍ବଦିଗରେ ଦୋଷ ଥିଲେ ଠିକ୍ ଭାବରେ ଆପଣ ନିଜର କଥାକୁ ଅଭିବ୍ୟକ୍ତି କରିପାରିନଥାନ୍ତି । ଯାହାଫଳରେ କି ଆପଣ ଘରେ କିମ୍ବା ଅଫିସ୍‌ରେ ମନୋମାଳିନ୍ୟ ବଢ଼ି ଯାଇଥାଏ । ଆପଣ ନିଶ୍ଚିନ୍ତ ନୁହଁନ୍ତି ଯେ ଆପଣ ନିଜ ପ୍ରଫେସନ୍‌ରେ କେଉଁକାର୍ଯ୍ୟ କରିବେ । ଆପଣ ଅନ୍ୟମାନେ କଣ ଆପଣଙ୍କ ଉପରେ ଭାବୁଛନ୍ତି ତାହା ଚିନ୍ତା କରିଥାନ୍ତି ।

ନିରାକରଣ-

- ୱାଟର୍ ଫାଉଂଟେନ୍ ବା ଆକ୍ୱାରିୟମ ରଖନ୍ତୁ ।

- ନଦୀ, ହ୍ରଦ, ପୋଖରୀ, ସମୁଦ୍ର ବା ଝରଣା ଆଦିର ଫଟୋ ଟାଙ୍ଗନ୍ତୁ ।

- ଏହି ଦିଗରେ ନୀଳରଙ୍ଗ ଲଗାନ୍ତୁ ।

- କ୍ୟାରିଅର୍ ଫଟୋ ନିଜ ଅଫିସ୍‌ରେ ଲଗାନ୍ତୁ ।


(୧୪) ଉତର-ଉତର-ପୂର୍ବ ଦିଗ - (ଜଳତତ୍ୱ) (ନୀଳ ରଙ୍ଗ)

ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟର ଏହି କ୍ଷେତ୍ର ଅଟେ । ଶାରିରୀକ ସ୍ଥିତିକୁ ସନ୍ତୁଳିତ କରିବା ପାଇଁ ଏହି କ୍ଷେତ୍ର ଅଟେ । ଶାରିରୀକ ପ୍ରତିରୋଧକ କ୍ଷମତାରେ ନ୍ୟୁନତା ଆସେ ତେବେ ଏହି ଦିଗରେ ଦୋଷ ଅଛି ବୋଲି ଆପଣ ଜାଣିବେ ।



Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...