Skip to main content

 

ପୂଜାଘର ଓ ବାସ୍ତୁ

(ସାଧାରଣତଃ ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍‌ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍‌ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ)

 (୧) ଉତରପୂର୍ବ ଦିଗ -

ଏହି ଦିଗ ପୂଜାଘର ପାଇଁ ଉପଯୁକ୍ତ ଅଟେ । ଏହି ଘରେ ଥିବା ବ୍ୟକ୍ତିମାନଙ୍କୁ ସଦାସର୍ବଦା ଆଶିର୍ବାଦ ମିଳିଥାଏ । ଆପଣଙ୍କର ନିଷ୍ପତି ଠିକ୍ ହୋଇଥାଏ । ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣମାନେ ନିଜ ଜୀବନକୁ ଠିକ୍ ଭାବରେ ପରିଚାଳିତ କରିଥାନ୍ତି । ପୂଜାଘରେ ପଂଚଦେବତା ଓ ଶିବଙ୍କ ପରିବାର ସ୍ଥାପନ କରିବା ଉତମ ଅଟେ ।

(୨) ପୂର୍ବ-ଉତର-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ମାନସିକ ଅଶାନ୍ତିକୁ ଲାଘବ କରାଇଥାଏ । ଆପଣମାନେ ଜୀବନକୁ ସହଜରେ କଟାଇଥାନ୍ତି । ଏହି ଦିଗରେ ରାଧାକୃଷ୍ଣଙ୍କୁ ପୂଜା କରିବା ଉଚିତ୍ ଅଟେ ।

(୩) ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ପ୍ରଶାସନ ଅଧିକାରୀ ଓ ରାଜନୈତିକ ନେତାଙ୍କ ପାଇଁ ଉତମ ଅଟେ । ଶ୍ରୀରାମ୍‌ଙ୍କର ପରିବାର ଓ ଲକ୍ଷ୍ମୀ ବିଷ୍ଣୁଙ୍କୁ ପୂଜା କରିବା ଉତମ ଅଟେ ।

 


୪) ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ପୂଜାଘର ଅସ୍ଥିରତା ଓ ଉଦ୍‌ବେଗତା ଆଣିଥାଏ । କିନ୍ତୁ ଏହି ପୂଜାଘର ଇନ୍‌ଭେଷ୍ଟ୍‌ମେଂଟ୍ ପାଇଁ ଉତମ ଅଟେ

(୫) ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘର ମା ଦୁର୍ଗାଙ୍କ ପାଇଁ ସର୍ବୋତମ ଅଟେ । ଅନ୍ୟ ଦେବୀ ଦେବତାଙ୍କର ପୂଜାକଲେ ଦୁର୍ଘଟଣା ଏବଂ ଧନହାନୀର ସମ୍ଭାବନା ରହିଥାଏ ।

(୬) ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜାଘରେ ହନୁମାନଙ୍କର ପୂଜା କରିବା ଉଚିତ୍ ଅଟେ । କିନ୍ତୁ ଅନ୍ୟ ଦେବୀ ଦେବତାଙ୍କର ପୂଜା କଲେ ତାହା ନିଷ୍ଫଳତା ଦେଇଥାଏ ।

(୭) ଦକ୍ଷିଣ ଦିଗ -

ଏହି ଦିଗରେ ଥିବା ପୂଜାଘରେ ମା କାଳୀଙ୍କର ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ । ଅନ୍ୟ ଦେବୀ ଦେବତାଙ୍କର ପୂଜା କଲେ ତାହା ନିଷ୍ଫଳତା ଦେଇଥାଏ । କିନ୍ତୁ ଏହି ଦିଗରେ ଥିବା ପୂଜାଘର ଆଧ୍ୟାତ୍ମିକ ଧ୍ୟାନ ପାଇଁ ସର୍ବୋତମ ଅଟେ । ମନରେ ଏକାଗ୍ରତା ଆଣିଥାଏ ।

(୮) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ପୂଜା ଘର କରନ୍ତୁ ନାହିଁ ।

(୯) ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ପୂଜାଘର ଥିଲେ ଦେଇଥିବା ଧନ ଫେରି ପାଇବାରେ ବିଳମ୍ବ ହୋଇଥାଏ । ଆର୍ଥିକ ପ୍ରଗତିକୁ ହାନି କରାଇଥାଏ । ବିଶ୍ୱକର୍ମାଙ୍କର ପୂଜା ଏହି ଦିଗରେ ଥିବା ପୂଜାଘରେ କରିବା ଉଚିତ୍ ଅଟେ । ଏହି ଦିଗରେ ଥିବା ପୂଜାଘର ଦକ୍ଷତା ବୃଦ୍ଧି କରାଇଥାଏ । ଏହି ଦିଗକୁ ପିତୃସ୍ଥାନ ବୋଲି କୁହାଯାଏ ତେଣୁ ପିତୃପୂଜା ଏହି ଦିଗରେ ଥିବା ପୂଜାଘରେ ବିଧେୟ ଅଟେ ।

(୧୦) ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘରେ ମା ସରସ୍ୱତୀଙ୍କର ପୂଜା କରିବା ଉଚିତ୍ ଅଟେ । ଅନ୍ୟ ଦେବୀ ଦେବତାଙ୍କର ପୂଜା କରିବା ଉଚିତ୍ ନୁହେଁ ।

(୧୧) ପଶ୍ଚିମ ଦିଗ -

ଗୁରୁ ଓ ପ୍ରକୃତିର ପୂଜା କରିବା ପାଇଁ ଏହି ଦିଗରେ ଥିବା ପୂଜାଘର ସର୍ବୋତମ ଅଟେ । ଏହା ସକଳ ପ୍ରକାରର ଆର୍ଥିକ ଅଭିବୃଦ୍ଧି, ଲାଭ ଓ ଉନ୍ନତି ପଥରେ ଅଗ୍ରସର କରାଇଥାଏ । ଅନ୍ୟମାନଙ୍କର ପୂଜା କରିବା ଉଚିତ୍ ନୁହଁ । ଶିଖ୍ ଗୁରୁ, ଜୈନ ଗୁରୁ, ସାଇବାବା, ଭଗବାନ ବୁଦ୍ଧ, ଭଗବାନ ମହାବୀର୍ ଆଦି ଧାର୍ମିକ ଗୁରୁଙ୍କର ପୂଜାକରିବା ଶୁଭଙ୍କର ଅଟେ ।

୧୨) ପଶ୍ଚିମ-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ପୂଜାଘର କରିବା ଉଚିତ୍ ନୁହେଁ ।

(୧୩) ଉତର-ପଶ୍ଚିମ ଦିଗ -

ଏହି ଦିଗରେ ଥିବା ପୂଜାଘରେ ପିତୃଙ୍କର ପୂଜା କରିବା ବିଧେୟ ଅଟେ ।

(୧୪) ଉତର-ଉତର-ପଶ୍ଚିମ ଦିଗ -

ଏହି ଦିଗରେ ପୂଜାଘର କରିବା ଉଚିତ୍ ନୁହେଁ ।

(୧୫) ଉତର ଦିଗ -

ଏହି ଦିଗରେ ଥିବା ପୂଜାଘରେ ଶ୍ରୀଗଣେଷ ଓ ଲକ୍ଷ୍ମୀଙ୍କର ପୂଜା କରିବା ଲାଭଦାୟକ ଅଟେ । ଅନ୍ୟ ଦେବୀ ଦେବତାଙ୍କର ପୂଜା କରନ୍ତୁ ନାହିଁ ।

୧୬) ଉତର-ଉତର-ପୂର୍ବ ଦିଗ -

ଏହି ଦିଗରେ ଥିବା ପୂଜା ଘର କୈାଣସି ପ୍ରକାରର ଲାଭପ୍ରଦ ନୁହେଁ ।

 

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...