ଆଜି ଉତ୍ତର-ପୂର୍ବ' ଓ ପୂର୍ବ-ଉତ୍ତର-ପୂର୍ବ' ଦିଗରେ ଥିବା ବାସ୍ତୁ ଓ ପ୍ରତିକାର ଲେଖିବାକୁ ଯାଉଅଛି।
(୧୫) ଉତର-ପୂର୍ବ ଦିଗ - (ଜଳତତ୍ୱ) (ନୀଳ
ରଙ୍ଗ)
ମାନସିକ
ଶାନ୍ତି, ଆଧ୍ୟାତ୍ମିକ ଉନ୍ନତି, ଶିକ୍ଷକ, ଜ୍ଞାନ, ଠିକ୍ ବୁଝାମଣା, ଗବେଷଣା ଆଦି ଏହି ଦିଗର କ୍ଷେତ୍ର ଅଟେ । ଏହି
ଦିଗ ନୂତନ ଚିନ୍ତା ଓ ଦୂରଦୃଷ୍ଟି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପାଇଁ ଅବଚେତନ ମନରେ ଆଣିଥାଏ । ଏହି
ଦିଗ ପୂଜା ଘର ପାଇଁ ଉପଯୁକ୍ତ ଅଟେ ।
ଏହି ଦିଗ ସଦାସର୍ବଦା ମନରେ ଶାନ୍ତି ଆଣିଥାଏ
ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରାଇଥାଏ । ଯଦି ଏହି ଦିଗ କଟିଥାଏ ତେବେ ପ୍ରଚୁର
ସମସ୍ୟା ଆସିଥାଏ ଓ ଖରାପ ଫଳ ମଧ୍ୟ ମିଳିଥାଏ । ଏହା ଗୃହକର୍ତାଙ୍କୁ ନାନା ପ୍ରକାର ସମସ୍ୟାରେ
ଜଡ଼ିତ କରାଇଥାଏ । ଘରର କୈାଣସି ପୁରୁଷ ସଦସ୍ୟଙ୍କୁ ଦୁର୍ଘଟଣା କିମ୍ବା ଗଛ ଉପରୁ ପଡ଼ିଯିବା
କିମ୍ବା ଝଗଡ଼ା କିମ୍ବା ମୃତ୍ୟୁ ହୋଇଥାଏ । ଏହିସବୁ ଦୁର୍ଭାଗ୍ୟଜନକ ଘଟଣା ଘରକୁ ପ୍ରବେଶ କରିବାର
ତିନିମାସ ଭିତରେ ଦେଖିôବାକୁ ମିଳିଥାଏ । କଟିଥିବା ଏହି ଦିଗ ଅର୍ଥ
ହେଲା ନିଶ୍ଚିନ୍ତ ବିପଦ ।
୧-ଶୈାଚାଳୟ, ରୋଷେଇ ଘର, ବେଡ୍ରୁମ୍, ଶିଡ଼ିଘର, କଟ୍, ବର୍ଦ୍ଧିତ, ଓଭର୍ ହେଡ୍ ୱାଟର୍ ଟାଙ୍କି ଓ ସେଫ୍ଟିକ୍
ଟାଙ୍କି ଥିଲେ ଉତର-ପୂର୍ବ କୋଣରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ।
ଏହାର ପ୍ରଭାବରେ ସ୍ୱାସ୍ଥ୍ୟଗତ ସମସ୍ୟା
ଯଥା-ମାନସିକ ପୀଡ଼ା, ଠିକ୍ ଭାବରେ ନିଷ୍ପତି ନନେଇପାରିବା, ଭୁଲ୍ ନିଷ୍ପତି ନେବା, ଦୁର୍ଘଟଣା, ମାନସିକ ଅବସାଦ, ନୁପଂସକତା ଆଦି ଦେଖିବାକୁ ମିଳିଥାଏ ।
ଆର୍ଥିକ ଦୃଷ୍ଟିରୁ ଅତ୍ୟଧିକ କ୍ଷତି ଓ ଋଣଯୁକ୍ତ
ଜୀବନ ଓ ଆର୍ôଥକ ଦିଗରେ ଦେବାଳିଆ ହେବାର ସମ୍ଭାବନା
ରହିଥାଏ ।
ପାରିବାରିକ ସମ୍ପର୍କ ଭଲ ରହିନଥାଏ । ପରସ୍ପର
ପ୍ରତି ବୁଝାମଣା ଠିକ୍ ରହିନଥାଏ । ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ ।
ଏହି ଉପରଲିଖିତ ସମସ୍ୟାରେ କିପରି ଭାବରେ
ରକ୍ଷା ମିଳିବ ତାହା ନିମ୍ନରେ ବର୍ଣ୍ଣନା କରାଗଲା ।
ଶୈାଚାଳୟ- ଏହି ଶୈାଚାଳୟରେ ସ୍ପାଇଡର୍ ପ୍ଲାଂଟ୍ ସ୍ଥାପନ କରନ୍ତୁ ଯାହା ଦ୍ୱାରା
କି ଘରର ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ । ଶୈାଚାଳୟରେ ଗୋଟିଏ କପ୍ରେ ସାମୁଦ୍ରିକ ଲୁଣ
ରଖନ୍ତୁ ଏବଂ ଏହି ଲୁଣକୁ ପ୍ରତି ସପ୍ତାହରେ ବଦଳାନ୍ତୁ । ସଦାସର୍ବଦା ଶୈାଚାଳୟର ଦ୍ୱାର ବନ୍ଦ୍ ରଖନ୍ତୁ ଓ ଉତମ ଏୟାର ଫ୍ରେସ୍ନର୍
ବ୍ୟବହାର କରନ୍ତୁ । ଶୈାଚାଳୟକୁ କେବଳ ଗାଧୁଆ ଘର ଉଦ୍ଦେଶ୍ୟରେ ବ୍ୟବହାର କରନ୍ତୁ ।ରୋଷେଇଘର- ରୋଷେଇଘରେ ବାସ୍ତୁ କଳସ ସ୍ଥାପନ କରନ୍ତୁ ।
ପ୍ରତିଦିନ ଶିବ ପୂଜା କରନ୍ତୁ ।
ଓଭର୍ହେଡ୍
ଟ୍ୟାଙ୍କ୍- ଟ୍ୟାଙ୍କ୍ରେ ଲାଲ୍ ରଙ୍ଗ ଲଗାନ୍ତୁ । ଚାରୋଟି ବାସ୍ତୁ ପିରାମିଡ୍ ସ୍ଥାପନ କରନ୍ତୁ
।
ସିଡ଼ିଘର-
ଦୁଇଟି ତମ୍ବାର କଚ୍ଛପ ସ୍ଥାପନ କରନ୍ତୁ ।
ଯଦି ଏହି ଉତର-ପୂର୍ବ ଦିଗ କଟିଥାଏ ତେବେ
ଚାରୋଟି ପିରାମିଡ୍ ଚାରି ଦିଗରେ ସ୍ଥାପନ କରନ୍ତୁ ।
ଯଦି ଏହି ଦିଗ କଟିଥାଏ ତେବେ ଆପଣ କୈାଣସି
କ୍ଷେତ୍ରରେ ଠିକ୍ ଚିନ୍ତା କରିପାରିନଥାନ୍ତି । ଆପଣଙ୍କର ଚିନ୍ତା ଶକ୍ତିକୁ ଏହା ଅବରୋଧ କରିଥାଏ
। ଧଳା ରଙ୍ଗ ଏହାର ସମାଧାନ ଅଟେ । ଯଦି ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ କୈାଣସି କାର୍ଯ୍ୟରେ
ଅନେକ ଗୁଡିଏ ସୁଯୋଗ ମିଳିଥାଏ କିନ୍ତୁ ତାହା ଆପଣଙ୍କୁ ଭ୍ରମରେ ପକାଇଥାଏ ଓ ଠିକ୍ ନିଷ୍ପତି
ନେଇପାରିନଥାନ୍ତି । ଧଳା ରଙ୍ଗ ଏହାର ସମାଧାନ ଅଟେ ।
ଯଦି ଏହି ଦିଗରେ ଦୋଷ ଥାଏ ତେବେ ଆପଣ ମାନସିକ
ଶାନ୍ତି ପାରିପାରିନଥାନ୍ତି, ଉପଯୁକ୍ତ ଉତର ଯେକୈାଣସି ସମସ୍ୟାର
ପାଇପାରିନଥାନ୍ତି, ଭଲ ବୁଝାମଣା ରହେନାହିଁ । ବ୍ୟବସାୟରେ
ଗଣ୍ଡଗୋଳ,ପରିବାରରେ ଝଗଡ଼ା, ପତି ପତ୍ନୀ ମଧ୍ୟରେ ବିଛେଦ ଆଦି ଘଟିଥାଏ ।
ଏହି ଦିଗର ଗ୍ରହ ଦେବତା-ବୃହଷ୍ପତି, ଦିକ୍ପାଳ-ଇଶ, ଅସ୍ତ୍ର-ତ୍ରିଶୁଳ ଅଟେ । ତ୍ରିଶୁଳକୁ ରୁପା
ପତ୍ରରେ ଅଙ୍କିତ କରି ହଳଦିଆ ରଙ୍ଗର ପଥରକୁ ଭୁମି ତଳେ ସ୍ଥାପନ କରନ୍ତୁ ।
ଏହି
ଦିଗ ଜ୍ଞାନକୁ ବୁଝାଇଥାଏ ।
ଏହି ଦିଗରେ ଦୋଷ ଥିଲେ ଆପଣ ନିମ୍ନ ସମସ୍ୟାର
ସମ୍ମୁଖୀନ ହୁଅନ୍ତି ।
- ଆପଣ ଚାଲୁଥିବା ଡେଭ୍ଲପ୍ମେଂଟ୍ ଓ ଜ୍ଞାନ
ସହିତ ନିଜକୁ ଖାପ ଖୁଆଇପାରନ୍ତି ନାହିଁ ।
- ଆପଣ ଦରକାର ସମୟରେ ଠିକ୍ ଇନ୍ଫରମେସନ୍
ପାଇପାରିନଥାନ୍ତି ।
- ଯେତେବେଳେ ଆପଣଙ୍କୁ କୈାଣସି କାର୍ଯ୍ୟର
ଅତ୍ୟଧିକ ଦରକାର ହୋଇଥାଏ ତାହା ଆପଣ କରିପାରିନଥାନ୍ତି ।
ନିରାକରଣ-
- ଏହି ଦିଗରେ ଧୁସର କିମ୍ବା ହଳଦିଆ ରଙ୍ଗର ଫଟୋ
ବ୍ୟବହାର କରନ୍ତୁ । ପରଦା, ତକିଆଖୋଳ ଓ ବିଛଣା ଚଦର ଆଦି ଧୁସର କିମ୍ବା
ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ ।
- ସେରାମିକ୍ ପାତ୍ର, ଟାଇଲ୍ କିମ୍ବା କୈାଣସି ବସ୍ତୁ ରଖନ୍ତୁ ।
- ହଳଦିଆ ରଙ୍ଗର ୧୫ୱାଟ୍ ବଲ୍ବ ଲଗାନ୍ତୁ ।
- ଏହା ଜ୍ଞାନ ଓ ପଢ଼ିବାର କ୍ଷେତ୍ର ଅଟେ । ତେଣୁ
ଏହି ଦିଗ ‘ଧ୍ୟାନ’ ପାଇଁ ଉପଯୁକ୍ତ ଅଟେ । ଆଧ୍ୟାତ୍ମିକ କ୍ଷେତ୍ର ଓ ପ୍ରାର୍ଥନା ପାଇଁ ଉପଯୁକ୍ତ ଦିଗ
ଅଟେ । ଆପଣ ଷ୍ଟଡି ଓ ଆଧ୍ୟାତ୍ମିକ ବହି ଏହି ଦିଗରେ ରଖନ୍ତୁ । ଏହି ଦିଗରେ ମୋବାଇଲ୍ ଫୋନ୍ ଏବଂ
ପଙ୍ଖା ରଖନ୍ତୁ ନାହିଁ ।


Comments
Post a Comment