Skip to main content

 ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ--

ବର୍ତ୍ତମାନ ଆମେ ଅଗ୍ନି ତତ୍ତ୍ଵ', ବାୟୁ ତତ୍ତ୍ଵ' ଓ ଆକାଶ ତତ୍ତ୍ଵ' ଉପରେ ଜାଣିବା--

ଅଗ୍ନି ତତ୍ୱ -

            ଏହି ତତ୍ୱ ମନୋମୟକୋଷକୁ ବୁଝାଇଥାଏ । ଏହା ଯେକୈାଣସି କାର୍ଯ୍ୟକୁ କିମ୍ବା ବ୍ୟକ୍ତିମାନଙ୍କୁ ନିୟନ୍ତ୍ରିତ କରିଥାଏ ଏବଂ ସେମାନଙ୍କଠାରୁ କାମ ଆଦାୟ କରିବାରେ ଦକ୍ଷ ହୋଇଥାନ୍ତି । ଏହି ତତ୍ୱ ଧନ, ଯଶ, ମାନ, ଖ୍ୟାତି ଓ ସାମାଜିକ ପ୍ରତିଷ୍ଠା ଆଦି ଦେଇଥାଏ । ଏହି ତତ୍ୱ ବିଜ୍ଞାନ ସମତ ଚିନ୍ତାଧାରାରେ ଯେକୈାଣସି କାର୍ଯ୍ୟକୁ କରିଥାନ୍ତି ।

            ଏହା ମଣିପୁରଚକ୍ର କୁ ବୁଝାଇଥାଏ । ରଙ୍ଗ ଲାଲ୍‌ଅଟେ । ତନ୍‌ମାତ୍ରା- ରୂପଅଟେ । ଲୋକ - ସ୍ୱଃଅଟେ । ଗୁଣ- ରାଜସିକଓ ଶରୀର- ସୁକ୍ଷ୍ମଅଟେ ।

ଯେତେବେଳେ ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ମନୋମୟ ଶକ୍ତିରେ ଯଥେଷ୍ଠ ବୁଦ୍ଧି ଆଣିଥାଏ । ଯେକୈାଣସି କାର୍ଯ୍ୟକୁ ବିଜ୍ଞାନ ସମତ ଚିନ୍ତାଧାରାରେ କରିଥାନ୍ତି । ସେ ଭାବନ୍ତି ଯେ ପ୍ରତ୍ୟେକ କାର୍ଯ୍ୟ ତାଙ୍କ ଦ୍ୱାରା ହୋଇପାରିବ । ବ୍ୟକ୍ତିତ୍ୱରେ ଆକର୍ଷଣ ରହିଥାଏ । ସମସ୍ତଙ୍କୁ ଭଲ ପାଇଥାନ୍ତି । ଲିଡର୍‌ସିପ୍ ଗୁଣର ଅଭିବୃଦ୍ଧି ହୋଇଥାଏ । କେବେହେଲେ ମନରେ ହୀନ ଭାବନା ଆଣିନଥାନ୍ତି ।

ଯେତେବେଳେ ଏହି ତତ୍ୱ ଅଧିକ ଉର୍ଜା ଦ୍ୱାରା ଅସନ୍ତୁଳିତ ହୁଏ ତେବେ ବ୍ୟକ୍ତିବିଶେଷ ଆବଶ୍ୟକତାଠାରୁ ଅଧିକ ନିଜର ଜୀବନ ପ୍ରତି ଓ ନିୟନ୍ତ୍ରଣ ପ୍ରତି ସଜାଗ ରୁହନ୍ତି । ଏହି ବ୍ୟକ୍ତି ନିଜର ସମସ୍ତ ପ୍ରକାରର ଜ୍ଞାନ ଓ ଦକ୍ଷତାକୁ ଅନ୍ୟମାନଙ୍କୁ ନିୟନ୍ତ୍ରିତ କରିବା ପାଇଁ ବିନିଯୋଗ କରିଥାନ୍ତି । ଏହି ବ୍ୟକ୍ତିଙ୍କ ପାଖରେ ପ୍ରଚୁର ମାତ୍ରାରେ ଅହଂଭାବନା ଭରିରହିଥାଏ । ପ୍ରତୁର କ୍ରୋଧି ବି ହୋଇଥାନ୍ତି ।

ଯଦି ଏହି ତତ୍ୱ କମ୍ ଉର୍ଜା ଦ୍ୱାରା ଅସନ୍ତୁଳିତ ହୋଇଥାଏ ତେବେ ଆତ୍ମ ବିଶ୍ୱାସରେ ହାନି ହୋଇଥାଏ ଏବଂ ନିଜକୁ ଅଯୋଗ୍ୟ ବୋଲି ଭାବନ୍ତି । ସେ ଜୀବନରେ ଯାହା ଚାହଁନ୍ତି ତାହା କେବେ ବି ପାଇପାରନ୍ତି ନାହିଁ । ନିଜେ ଦୃଢ଼ ନିଷ୍ପତି ନେଇପାରନ୍ତି ନାହିଁ । ଶାନ୍ତ ରହିଥାନ୍ତି ଓ ଅନ୍ୟମାନଙ୍କୁ ତାଙ୍କ ଜୀବନ ଓ ଉଦ୍ଦେଶ୍ୟ ସହିତ ଖେଳିବାର ସୁଯୋଗ ଦେଇଥାନ୍ତି । ସଦାସର୍ବଦା ଭୟଭୀତ ରୁହନ୍ତି । ତେଣୁ ଏକୁଟିଆ ରୁହନ୍ତି । ସମ୍ପର୍କରେ ହାନି ହୋଇଥାଏ । ସ୍ୱାସ୍ଥ୍ୟ ଉତମ ରୂହେ ନାହିଁ ।

ଏହି ତତ୍ୱ ଆତ୍ମସମ୍ମାନ ଓ ସାହସକୁ ବୁଝାଇଥାଏ

            ବାସ୍ତୁରେ ଏହି ତତ୍ୱ ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ ଦିଗକୁ ବୁଝାଇଥାଏ ।

            ଯେତେବେଳେ ଗୃହରେ ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଆପଣଙ୍କ ପାଖରେ ସଦାସର୍ବଦା ଟଙ୍କା ରହିଥାଏ । ଆତ୍ମବିଶ୍ୱାସ ଭରପୁର ଥାଏ । ଯେକୈାଣସି କାର୍ଯ୍ୟକୁ ସହଜରେ କରିପାରିଥାନ୍ତି । ନିଜର ଉଦ୍ଦେଶ୍ୟକୁ ପୁର୍ଣ୍ଣ କରିପାରିଥାନ୍ତି । ଯଦି ଏହି ତତ୍ୱ ଅସନ୍ତୁଳିତ ରୁହେ ଦେଇଥିବା ଟଙ୍କାକୁ ଫେରି ପାଇବାରେ ବାଧା ଓ ବିଳମ୍ବ ହୋଇଥାଏ । ଆତ୍ମ ବିଶ୍ୱାସରେ ହାନି ହୋଇଥାଏ । ଅଳସୁଆ ହୋଇଥାନ୍ତି । ବିବାହ ଓ ସନ୍ତାନ ଜନ୍ମରେ ଅଯଥା ବିଳମ୍ବ ହୋଇଥାଏ । ସ୍ୱାସ୍ଥ୍ୟ ଖରାପ ରୁହେ ।

            ଏହି ତତ୍ୱର ସମ୍ବନ୍ଧିତ କାରଖାନା- ଅଳଙ୍କାର, ଲୁଗା, ଇଂଟେରିଅର୍ ଡ଼ିଜାଇନ୍ ଆଦି ।



 ବାୟୁ ତତ୍ୱ -

            ଏହି ତତ୍ୱ ଅନାହତଚକ୍ରକୁ ବୁଝାଇଥାଏଏହି ଚକ୍ର ଚେତନା ଶକ୍ତିକୁ ବୁଝାଇଥାଏ । ଏହି ତତ୍ୱ ଦୟା, କ୍ଷମା ଏବଂ ସନ୍ତୁଳନକୁ ଦର୍ଶାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଅଛି- ସମସ୍ତଙ୍କ ପାଖରେ ସମସ୍ତ ପ୍ରକାରର ସମ୍ପର୍କ ଓ ପ୍ରେମକୁ ବୁଝାଇଥାଏ ଏହି ପ୍ରେମ ସାତ୍ୱିକ ଅଟେଭଲ ପାଇବା ବଦଳରେ କିଛି ପାଇବା ଏମାନଙ୍କ ପାଖରେ ନଥାଏ । ଏହି ତତ୍ୱ ବିବାହକୁ ଦର୍ଶାଇଥାଏ । ଏହି ତତ୍ୱର ରଙ୍ଗ- ସବୁଜ’, ତନ୍‌ମାତ୍ରା- ସ୍ପର୍ଶ’, ଲୋକ- ମହଲୋକ, ଗୁଣ- ରାଜସିକଗୁଣ, କୋଷ- ବିଜ୍ଞାନମୟକୋଷ ଓ ଶରୀର- କାରଣଶରୀର ଅଟେ । ଫେଙ୍ଗ୍‌ସୁଇରେ କାଠ କୁ ବାୟୁ ତତ୍ୱ ରୁପରେ ନିଆଯାଇଅଛି । ପୂର୍ବ-ଉତର-ପୂର୍ବ, ପୂର୍ବ, ପୂର୍ବ-ଦକ୍ଷିଣ-ପୂର୍ବ ଆଦି ଦିଗକୁ ଏହି ତତ୍ୱ ଦର୍ଶାଇଥାଏ । ଏହି ତତ୍ୱର ବ୍ୟକ୍ତି ଚରାଚର ଜଗତକୁ ବିନା କିଛି ପାଇବାର ଆଶାରେ ଭଲ ପାଇଥାନ୍ତି ଓ ଆଦର କରିଥାନ୍ତି । ଏହି ବ୍ୟକ୍ତିର ମନରେ ସଦାସର୍ବଦା ସକରାତ୍ମକ ଉର୍ଜା ରହିଥାଏ । ଏହି ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ଯଥେଷ୍ଠ ଉନ୍ନତି କରିଥାନ୍ତି । ଏବଂ ଉଚ୍ଚତର ଚେତନା ଶକ୍ତି ପାଖକୁ ଅଗ୍ରସର ହୋଇଥାନ୍ତି ।

 ଯଦି ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଏହି ବ୍ୟକ୍ତି ପାଖରେ ଧନ ଓ ସମ୍ପତିର ଅଭାବ ପରିଲିିକ୍ଷିତ ହୁଏନାହିଁ । ଏହି ବ୍ୟକ୍ତି ଭଗବାନଙ୍କର ଉର୍ଜାକୁ ବ୍ରହ୍ମାଣ୍ଡର ସମସ୍ତ ସୃଷ୍ଟି ପାଖରେ ଦେଖିପାରନ୍ତି ଓ ଅନୁଭବ କରିପାରନ୍ତି । ଯଦି ଏହି ତତ୍ୱ ଅସନ୍ତୁଳିତ ଥାଏ ତେବେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଏବଂ ପଡ଼ୋଶୀ ସହିତ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଛୋଟ ଛୋଟ କଥାରେ ଝଗଡ଼ା କରିଥାନ୍ତି ।

ଆକାଶ ତତ୍ୱ -

            ଏହି ତତ୍ୱର ରଙ୍ଗ ଧୁସର / ଧଳା, ଗୁଣ- ସାତ୍ୱିକ’, ଲୋକ- ଜନଃ’, ତନ୍‌ମାତ୍ରା- ଶବ୍ଦ’,କୋଷ- ଆନନ୍ଦମୟକୋଷ ଅଟେ ବାସ୍ତୁରେ ପଶ୍ଚିମ-ଉତର-ପଶ୍ଚିମ, ପଶ୍ଚିମ ଓ ଉତର-ପଶ୍ଚିମ ଦିଗକୁ ଏହି ଆକାଶ ତତ୍ୱ ଦର୍ଶାଇଥାଏ । ଯଦି ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଆପଣମାନେ ଧନ ଓ ସମ୍ପତିରେ ଯଥେଷ୍ଟ ବୃଦ୍ଧି ହୋଇଥାଏ ଓ ଜୀବନରେ ଆପଣ ସଦାସର୍ବଦା ଅଗ୍ରସର ହୋଇଥାନ୍ତି । ଏହି ତତ୍ୱ ସମସ୍ତଙ୍କ ସହିତ ସୁମଧୁର ସମ୍ପର୍କ ରଖିଥାଏ । ଆତ୍ମଜ୍ଞାନରେ ବୃଦ୍ଧି ହୋଇଥାଏ ଏବଂ ସୃଜନଶୀଳତାରେ ବୃଦ୍ଧି ହୁଏ । ଏହା ବିଶୁଦ୍ଧିଚକ୍ରକୁ ଦର୍ଶାଇଥାଏ ।

ଯଦି ଏହି ତତ୍ୱ ଅଧିକ ଉର୍ଜା ଦ୍ୱାରା ଅସନ୍ତୁଳିତ ହୋଇଥାଏ ତେବେ ଆପଣ ସମ୍ପର୍କବିହୀନ ବିଷୟରେ ଅଯଥା ଅଧିକ କଥାବାର୍ତା କରିଥାନ୍ତି । ଆପଣ କଥାବାର୍ତା କରିବା ପାଇଁ ହିଁ କଥାବାର୍ତା କରିଥାନ୍ତି ।

ଯଦି ଏହି ତତ୍ୱ କମ୍ ଉର୍ଜା ଦ୍ୱାରା ଅସନ୍ତୁଳିତ ହୁଏ ତେବେ ମନରେ ଅବସାଦ ଆସିଥାଏ, ଅସ୍ଥିରତା ଲାଗିରହେ ଓ ନିଜର ଦକ୍ଷତାକୁ କେବେହେଲେ ବୁଝିପାରନ୍ତି ନାହିଁ । ଜୀବନରେ ଆନନ୍ଦ ଉପଭୋଗ କରିପାରନ୍ତି ନାହିଁ । ଏ ବ୍ୟକ୍ତି ଭାବନ୍ତି ଯେ ତାଙ୍କୁ କେହି ଭଲ ପାଉନାହାଁନ୍ତି ଓ ସାହାଯ୍ୟ କରୁନାହାଁନ୍ତି । ଭୟ ସୃଷ୍ଟି ହୁଏ ଓ ଏହି ଭୟ ଏତେ ଗଭୀରତାକୁ ଚାଲିଯାଏ ଯେ ସେ ସମାଜଠାରୁ ଏକୁଟିଆ ହୋଇ ରହିବା ପାଇଁ ଭଲ ପାଏ.



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...