Skip to main content

 ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ--

ବର୍ତ୍ତମାନ ଆମେ ଅଗ୍ନି ତତ୍ତ୍ଵ', ବାୟୁ ତତ୍ତ୍ଵ' ଓ ଆକାଶ ତତ୍ତ୍ଵ' ଉପରେ ଜାଣିବା--

ଅଗ୍ନି ତତ୍ୱ -

            ଏହି ତତ୍ୱ ମନୋମୟକୋଷକୁ ବୁଝାଇଥାଏ । ଏହା ଯେକୈାଣସି କାର୍ଯ୍ୟକୁ କିମ୍ବା ବ୍ୟକ୍ତିମାନଙ୍କୁ ନିୟନ୍ତ୍ରିତ କରିଥାଏ ଏବଂ ସେମାନଙ୍କଠାରୁ କାମ ଆଦାୟ କରିବାରେ ଦକ୍ଷ ହୋଇଥାନ୍ତି । ଏହି ତତ୍ୱ ଧନ, ଯଶ, ମାନ, ଖ୍ୟାତି ଓ ସାମାଜିକ ପ୍ରତିଷ୍ଠା ଆଦି ଦେଇଥାଏ । ଏହି ତତ୍ୱ ବିଜ୍ଞାନ ସମତ ଚିନ୍ତାଧାରାରେ ଯେକୈାଣସି କାର୍ଯ୍ୟକୁ କରିଥାନ୍ତି ।

            ଏହା ମଣିପୁରଚକ୍ର କୁ ବୁଝାଇଥାଏ । ରଙ୍ଗ ଲାଲ୍‌ଅଟେ । ତନ୍‌ମାତ୍ରା- ରୂପଅଟେ । ଲୋକ - ସ୍ୱଃଅଟେ । ଗୁଣ- ରାଜସିକଓ ଶରୀର- ସୁକ୍ଷ୍ମଅଟେ ।

ଯେତେବେଳେ ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ମନୋମୟ ଶକ୍ତିରେ ଯଥେଷ୍ଠ ବୁଦ୍ଧି ଆଣିଥାଏ । ଯେକୈାଣସି କାର୍ଯ୍ୟକୁ ବିଜ୍ଞାନ ସମତ ଚିନ୍ତାଧାରାରେ କରିଥାନ୍ତି । ସେ ଭାବନ୍ତି ଯେ ପ୍ରତ୍ୟେକ କାର୍ଯ୍ୟ ତାଙ୍କ ଦ୍ୱାରା ହୋଇପାରିବ । ବ୍ୟକ୍ତିତ୍ୱରେ ଆକର୍ଷଣ ରହିଥାଏ । ସମସ୍ତଙ୍କୁ ଭଲ ପାଇଥାନ୍ତି । ଲିଡର୍‌ସିପ୍ ଗୁଣର ଅଭିବୃଦ୍ଧି ହୋଇଥାଏ । କେବେହେଲେ ମନରେ ହୀନ ଭାବନା ଆଣିନଥାନ୍ତି ।

ଯେତେବେଳେ ଏହି ତତ୍ୱ ଅଧିକ ଉର୍ଜା ଦ୍ୱାରା ଅସନ୍ତୁଳିତ ହୁଏ ତେବେ ବ୍ୟକ୍ତିବିଶେଷ ଆବଶ୍ୟକତାଠାରୁ ଅଧିକ ନିଜର ଜୀବନ ପ୍ରତି ଓ ନିୟନ୍ତ୍ରଣ ପ୍ରତି ସଜାଗ ରୁହନ୍ତି । ଏହି ବ୍ୟକ୍ତି ନିଜର ସମସ୍ତ ପ୍ରକାରର ଜ୍ଞାନ ଓ ଦକ୍ଷତାକୁ ଅନ୍ୟମାନଙ୍କୁ ନିୟନ୍ତ୍ରିତ କରିବା ପାଇଁ ବିନିଯୋଗ କରିଥାନ୍ତି । ଏହି ବ୍ୟକ୍ତିଙ୍କ ପାଖରେ ପ୍ରଚୁର ମାତ୍ରାରେ ଅହଂଭାବନା ଭରିରହିଥାଏ । ପ୍ରତୁର କ୍ରୋଧି ବି ହୋଇଥାନ୍ତି ।

ଯଦି ଏହି ତତ୍ୱ କମ୍ ଉର୍ଜା ଦ୍ୱାରା ଅସନ୍ତୁଳିତ ହୋଇଥାଏ ତେବେ ଆତ୍ମ ବିଶ୍ୱାସରେ ହାନି ହୋଇଥାଏ ଏବଂ ନିଜକୁ ଅଯୋଗ୍ୟ ବୋଲି ଭାବନ୍ତି । ସେ ଜୀବନରେ ଯାହା ଚାହଁନ୍ତି ତାହା କେବେ ବି ପାଇପାରନ୍ତି ନାହିଁ । ନିଜେ ଦୃଢ଼ ନିଷ୍ପତି ନେଇପାରନ୍ତି ନାହିଁ । ଶାନ୍ତ ରହିଥାନ୍ତି ଓ ଅନ୍ୟମାନଙ୍କୁ ତାଙ୍କ ଜୀବନ ଓ ଉଦ୍ଦେଶ୍ୟ ସହିତ ଖେଳିବାର ସୁଯୋଗ ଦେଇଥାନ୍ତି । ସଦାସର୍ବଦା ଭୟଭୀତ ରୁହନ୍ତି । ତେଣୁ ଏକୁଟିଆ ରୁହନ୍ତି । ସମ୍ପର୍କରେ ହାନି ହୋଇଥାଏ । ସ୍ୱାସ୍ଥ୍ୟ ଉତମ ରୂହେ ନାହିଁ ।

ଏହି ତତ୍ୱ ଆତ୍ମସମ୍ମାନ ଓ ସାହସକୁ ବୁଝାଇଥାଏ

            ବାସ୍ତୁରେ ଏହି ତତ୍ୱ ଦକ୍ଷିଣ-ପୂର୍ବ, ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ ଦିଗକୁ ବୁଝାଇଥାଏ ।

            ଯେତେବେଳେ ଗୃହରେ ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଆପଣଙ୍କ ପାଖରେ ସଦାସର୍ବଦା ଟଙ୍କା ରହିଥାଏ । ଆତ୍ମବିଶ୍ୱାସ ଭରପୁର ଥାଏ । ଯେକୈାଣସି କାର୍ଯ୍ୟକୁ ସହଜରେ କରିପାରିଥାନ୍ତି । ନିଜର ଉଦ୍ଦେଶ୍ୟକୁ ପୁର୍ଣ୍ଣ କରିପାରିଥାନ୍ତି । ଯଦି ଏହି ତତ୍ୱ ଅସନ୍ତୁଳିତ ରୁହେ ଦେଇଥିବା ଟଙ୍କାକୁ ଫେରି ପାଇବାରେ ବାଧା ଓ ବିଳମ୍ବ ହୋଇଥାଏ । ଆତ୍ମ ବିଶ୍ୱାସରେ ହାନି ହୋଇଥାଏ । ଅଳସୁଆ ହୋଇଥାନ୍ତି । ବିବାହ ଓ ସନ୍ତାନ ଜନ୍ମରେ ଅଯଥା ବିଳମ୍ବ ହୋଇଥାଏ । ସ୍ୱାସ୍ଥ୍ୟ ଖରାପ ରୁହେ ।

            ଏହି ତତ୍ୱର ସମ୍ବନ୍ଧିତ କାରଖାନା- ଅଳଙ୍କାର, ଲୁଗା, ଇଂଟେରିଅର୍ ଡ଼ିଜାଇନ୍ ଆଦି ।



 ବାୟୁ ତତ୍ୱ -

            ଏହି ତତ୍ୱ ଅନାହତଚକ୍ରକୁ ବୁଝାଇଥାଏଏହି ଚକ୍ର ଚେତନା ଶକ୍ତିକୁ ବୁଝାଇଥାଏ । ଏହି ତତ୍ୱ ଦୟା, କ୍ଷମା ଏବଂ ସନ୍ତୁଳନକୁ ଦର୍ଶାଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଅଛି- ସମସ୍ତଙ୍କ ପାଖରେ ସମସ୍ତ ପ୍ରକାରର ସମ୍ପର୍କ ଓ ପ୍ରେମକୁ ବୁଝାଇଥାଏ ଏହି ପ୍ରେମ ସାତ୍ୱିକ ଅଟେଭଲ ପାଇବା ବଦଳରେ କିଛି ପାଇବା ଏମାନଙ୍କ ପାଖରେ ନଥାଏ । ଏହି ତତ୍ୱ ବିବାହକୁ ଦର୍ଶାଇଥାଏ । ଏହି ତତ୍ୱର ରଙ୍ଗ- ସବୁଜ’, ତନ୍‌ମାତ୍ରା- ସ୍ପର୍ଶ’, ଲୋକ- ମହଲୋକ, ଗୁଣ- ରାଜସିକଗୁଣ, କୋଷ- ବିଜ୍ଞାନମୟକୋଷ ଓ ଶରୀର- କାରଣଶରୀର ଅଟେ । ଫେଙ୍ଗ୍‌ସୁଇରେ କାଠ କୁ ବାୟୁ ତତ୍ୱ ରୁପରେ ନିଆଯାଇଅଛି । ପୂର୍ବ-ଉତର-ପୂର୍ବ, ପୂର୍ବ, ପୂର୍ବ-ଦକ୍ଷିଣ-ପୂର୍ବ ଆଦି ଦିଗକୁ ଏହି ତତ୍ୱ ଦର୍ଶାଇଥାଏ । ଏହି ତତ୍ୱର ବ୍ୟକ୍ତି ଚରାଚର ଜଗତକୁ ବିନା କିଛି ପାଇବାର ଆଶାରେ ଭଲ ପାଇଥାନ୍ତି ଓ ଆଦର କରିଥାନ୍ତି । ଏହି ବ୍ୟକ୍ତିର ମନରେ ସଦାସର୍ବଦା ସକରାତ୍ମକ ଉର୍ଜା ରହିଥାଏ । ଏହି ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ଯଥେଷ୍ଠ ଉନ୍ନତି କରିଥାନ୍ତି । ଏବଂ ଉଚ୍ଚତର ଚେତନା ଶକ୍ତି ପାଖକୁ ଅଗ୍ରସର ହୋଇଥାନ୍ତି ।

 ଯଦି ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଏହି ବ୍ୟକ୍ତି ପାଖରେ ଧନ ଓ ସମ୍ପତିର ଅଭାବ ପରିଲିିକ୍ଷିତ ହୁଏନାହିଁ । ଏହି ବ୍ୟକ୍ତି ଭଗବାନଙ୍କର ଉର୍ଜାକୁ ବ୍ରହ୍ମାଣ୍ଡର ସମସ୍ତ ସୃଷ୍ଟି ପାଖରେ ଦେଖିପାରନ୍ତି ଓ ଅନୁଭବ କରିପାରନ୍ତି । ଯଦି ଏହି ତତ୍ୱ ଅସନ୍ତୁଳିତ ଥାଏ ତେବେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଏବଂ ପଡ଼ୋଶୀ ସହିତ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଛୋଟ ଛୋଟ କଥାରେ ଝଗଡ଼ା କରିଥାନ୍ତି ।

ଆକାଶ ତତ୍ୱ -

            ଏହି ତତ୍ୱର ରଙ୍ଗ ଧୁସର / ଧଳା, ଗୁଣ- ସାତ୍ୱିକ’, ଲୋକ- ଜନଃ’, ତନ୍‌ମାତ୍ରା- ଶବ୍ଦ’,କୋଷ- ଆନନ୍ଦମୟକୋଷ ଅଟେ ବାସ୍ତୁରେ ପଶ୍ଚିମ-ଉତର-ପଶ୍ଚିମ, ପଶ୍ଚିମ ଓ ଉତର-ପଶ୍ଚିମ ଦିଗକୁ ଏହି ଆକାଶ ତତ୍ୱ ଦର୍ଶାଇଥାଏ । ଯଦି ଏହି ତତ୍ୱ ସନ୍ତୁଳିତ ଥାଏ ତେବେ ଆପଣମାନେ ଧନ ଓ ସମ୍ପତିରେ ଯଥେଷ୍ଟ ବୃଦ୍ଧି ହୋଇଥାଏ ଓ ଜୀବନରେ ଆପଣ ସଦାସର୍ବଦା ଅଗ୍ରସର ହୋଇଥାନ୍ତି । ଏହି ତତ୍ୱ ସମସ୍ତଙ୍କ ସହିତ ସୁମଧୁର ସମ୍ପର୍କ ରଖିଥାଏ । ଆତ୍ମଜ୍ଞାନରେ ବୃଦ୍ଧି ହୋଇଥାଏ ଏବଂ ସୃଜନଶୀଳତାରେ ବୃଦ୍ଧି ହୁଏ । ଏହା ବିଶୁଦ୍ଧିଚକ୍ରକୁ ଦର୍ଶାଇଥାଏ ।

ଯଦି ଏହି ତତ୍ୱ ଅଧିକ ଉର୍ଜା ଦ୍ୱାରା ଅସନ୍ତୁଳିତ ହୋଇଥାଏ ତେବେ ଆପଣ ସମ୍ପର୍କବିହୀନ ବିଷୟରେ ଅଯଥା ଅଧିକ କଥାବାର୍ତା କରିଥାନ୍ତି । ଆପଣ କଥାବାର୍ତା କରିବା ପାଇଁ ହିଁ କଥାବାର୍ତା କରିଥାନ୍ତି ।

ଯଦି ଏହି ତତ୍ୱ କମ୍ ଉର୍ଜା ଦ୍ୱାରା ଅସନ୍ତୁଳିତ ହୁଏ ତେବେ ମନରେ ଅବସାଦ ଆସିଥାଏ, ଅସ୍ଥିରତା ଲାଗିରହେ ଓ ନିଜର ଦକ୍ଷତାକୁ କେବେହେଲେ ବୁଝିପାରନ୍ତି ନାହିଁ । ଜୀବନରେ ଆନନ୍ଦ ଉପଭୋଗ କରିପାରନ୍ତି ନାହିଁ । ଏ ବ୍ୟକ୍ତି ଭାବନ୍ତି ଯେ ତାଙ୍କୁ କେହି ଭଲ ପାଉନାହାଁନ୍ତି ଓ ସାହାଯ୍ୟ କରୁନାହାଁନ୍ତି । ଭୟ ସୃଷ୍ଟି ହୁଏ ଓ ଏହି ଭୟ ଏତେ ଗଭୀରତାକୁ ଚାଲିଯାଏ ଯେ ସେ ସମାଜଠାରୁ ଏକୁଟିଆ ହୋଇ ରହିବା ପାଇଁ ଭଲ ପାଏ.



Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...