Skip to main content

 ବର୍ତମାନ ଆମେ ଦକ୍ଷିଣ ଦିଗ ଓ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ବାସ୍ତୁ ଦୋଷ ଓ ନିରାକରଣ ଉପରେ ବିଚାର କରିବା। [ ପ୍ରସ୍ତୁତ ଲେଖା ' ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ।]

୫) ଦକ୍ଷିଣ ଦିଗ - (ଲାଲ୍‌) (ଅଗ୍ନିତତ୍ୱ)

ଏହି ଦିଗ ସନ୍ତୁଳିତ ଥାଏ ତାହାହେଲେ ଗୃହସ୍ୱାମୀ ଖୁସିରେ ରୁହନ୍ତି । ନାମ, ଯଶ, ଖ୍ୟାତି, ପ୍ରତିଷ୍ଠା, ସଫଳତା ଆଦି ଭୋଗ କରିଥାନ୍ତି । ଅର୍ଥାତ୍‌-ଜୀବନ ଆରାମ୍‌ରେ କଟିଥାଏ । ଏହି ଦିଗରେ ଶୟନ କକ୍ଷ ଉତମ ଅଟେ । ଏହି ଦିଗ ଧ୍ୟାନ ପାଇଁ ଉତମ ଅଟେ ।

            ଯଦି ଏହି ଦିଗ କଟିଥାଏ ତେବେ ଗୃହସ୍ୱାମୀଙ୍କୁ ଭଲ ନିଦ ଲାଗିନଥାଏ । ପ୍ରସିଦ୍ଧି ମିଳିନଥାଏ । କଠୋର ପରିଶ୍ରମ ସତ୍ୱେ ସେମାନେ ସେହି ପରିଶ୍ରମର ଫଳ ପାଇନଥାନ୍ତି । ଲାଲ୍ କିମ୍ବା ସବୁଜ ରଙ୍ଗ କିମ୍ବା ୧୫ ୱାଟ୍ ବଲ୍‌ବ୍ ଏହାର ସମାଧାନ ଅଟେ । ଯଦି ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ଜୀବନରେ ଆଳସ୍ୟତା ଦେଖାଦେଇଥାଏ । ଉପଯୁକ୍ତ ନିଦ ହେଲା ପରେ ବି ମଧ୍ୟ ସେମାନେ କୈାଣସି କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିନଥାନ୍ତି । ଅସ୍ଥିରତା ଲାଗି ରହେ । ଯଦି ଏହି ଦିଗ ଅସନ୍ତୁଳିତ ଥାଏ ତେବେ ଗୃହସ୍ୱାମୀଙ୍କୁ ଅପଯଶ ଓ କଷ୍ଟ ମିଳିଥାଏ । ଏହି ଦିଗର ଦିକ୍‌ପାଳ ଯମ ଅଟନ୍ତି ଏବଂ ତାଙ୍କର ଅସ୍ତ୍ର ଦଣ୍ଡ ଅଟେ । ଏହି ଦଣ୍ଡକୁ କୈାଣସି ତମ୍ବା ପାତ୍ରରେ ଅଙ୍କିତ କରି ଭୂମି ତଳେ ସ୍ଥାପନ କରନ୍ତୁ । ମଙ୍ଗଳ ଏହି ଦିଗର ଗ୍ରହ ଦେବତା ଅଟନ୍ତି ଓ ତାଙ୍କର ରତ୍ନ ହେଲା କୋରାଲ୍ । ଏହି ରତ୍ନକୁ ଶୋଧନ, ପୂଜନ, ହବନ କରି ଏହି ଦିଗରେ ସ୍ଥାପିତ କରନ୍ତୁ ।

ଏହି ଦିଗ ନାମ, ଯଶ, ଖ୍ୟାତି ଓ ପ୍ରତିଷ୍ଠାକୁ ଦର୍ଶାଇଥାଏ ।

            ଯଦି ଏହି ଦିଗରେ ବାସ୍ତୁ ଦୋଷ ଥାଏ ତେବେ-

- ଆପଣ ଯେତେ କାର୍ଯ୍ୟ କଲେ ବି ତାର ଉପଯୁକ୍ତ ମୁଲ୍ୟ ଓ ସମ୍ମାନ ମିଳିନଥାଏ ।

- ନିଜ ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ଭବିଷ୍ୟତ ପାଇଁ ଦୁର ଦୃଷ୍ଟି ରଖିପାରନ୍ତି ନାହିଁ ।

ନିରାକରଣ-

- ୧୫ ୱାଟ୍‌ର ବଲ୍‌ବ୍ ଏହି ଦିଗରେ ଲଗାନ୍ତୁ ।

- ଲାଲ୍ ରଙ୍ଗର ତ୍ରିକୋଣ ଏହି ଦିଗରେ ଲଗାନ୍ତୁ

- ଏହି ଦିଗରେ ଥିବା କାନ୍ଥକୁ ଲାଲ୍ ରଙ୍ଗ କରନ୍ତୁ ।

            ନିଜର ସମସ୍ତ ପ୍ରକାରର ସାର୍ଟିଫିକେଟ୍‌, ଡିପ୍ଲୋମା ଏବଂ ଆୱାର୍ଡ୍‌ସ୍ ଆଦି ରଖନ୍ତୁ ।

(୬) ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ - (ପୃଥିବୀ ତତ୍ୱ) (ହଳଦିଆ ରଙ୍ଗ)

ଏହି ଦିଗ ବିସର୍ଜନ ଏବଂ ଅପବ୍ୟୟର ଦିଗ ଅଟେ । ଅନୁପଯୋଗୀ ସମସ୍ତ ପ୍ରକାରର ପଦାର୍ଥକୁ ଆପଣଙ୍କ ଜୀବନରୁ ହଟାଇ ଦେଇଥାଏ । ଏହି ଦିଗ ଶୈାଚାଳୟ ପାଇଁ ସର୍ବୋତମ ଅଟେ ।

continue....



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...