Skip to main content

 

ବିଥି ଶୂଳ

ବୀଥୀ’ (ରୋଡ୍‌) ଶୁଳ (trident) (road construction) ଘରର କେଉଁ ଦିଗ ରାସ୍ତାକୁ ଛୁଇଁଅଛି ତାହା ବୁଝାଇଥାଏ । ଯଦି ଗୃହରେ ବୀଥୀଶୁଳ ଥାଏ ତେବେ ଏହା ଶାନ୍ତି ଓ ସମ୍ପନ୍ନତାରେ ବାଧା ସୃଷ୍ଟି କରିଥାଏ । ଏହାକୁ ମଧ୍ୟ ମର୍ମଭେଦକୁହାଯାଏ । ଯେଉଁଠାରେ କି ପ୍ଲଟ୍ ଏକ trident ରେ ପରିଣତ ହୁଏ । ଏହି ବୀଥୀଶୁଳ ଘରର ବିଭିନ୍ନ ଦିଗରେ ବିଭିନ୍ନ ପ୍ରକାରର ହୋଇଥାଏ ।

          ବୀଥୀଶୁଳ ଗୋଟିଏ ପ୍ଲଟ୍‌ର ବିଭିନ୍ନ ଦିଗରେ ଦେଖିବାକୁ ମିଳିଥାଏ ।

          ବୀଥୀଶୁଳ ବାର ପ୍ରକାରର ଅଟେ । ଏହି ଶୁଳ ଯେକୈାଣସି ଦିଗ ବା କୋଣରେ ରହିପାରେ । ତାହାର ବର୍ଣ୍ଣନା କରାଯାଉଛି ।

ଉତର-ପୂର୍ବ ଓ ଉତର -ବୀଥୀଶୁଳ ଭଲ ଓ ଉପକାରୀ ଅଟେ ।

ଉତର-ପୂର୍ବ ଓ ପୂର୍ବ -ବୀଥୀଶୁଳ ଭଲ ଓ ଉପକାରୀ ଅଟେ ।

ଉତର-ପଶ୍ଚିମ ଓ ଉତର -ବୀଥୀଶୁଳ ଖରାପ ଅଟେ ।

ଉତର-ପଶ୍ଚିମ ଓ ପଶ୍ଚିମ -ବୀଥୀଶୁଳ ଖରାପ ଅଟେ ।

ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ -ବୀଥୀଶୁଳ ବିପଦପୂର୍ଣ୍ଣ ଅଟେ ।

ଦକ୍ଷିଣ-ପୂର୍ବ ଓ ଦକ୍ଷିଣ -ବୀଥୀଶୁଳ ବିପଦପୂର୍ଣ୍ଣ ଅଟେ ।

ଦକ୍ଷିଣ-ପୂର୍ବ ଓ ପୂର୍ବ -ବୀଥୀଶୁଳ ବିପଦପୂର୍ଣ୍ଣ ଅଟେ ।

ପୂର୍ବଦିଗ -ବୀଥୀଶୁଳ ଖରାପ ଅଟେ ।

ଉତର ଦିଗ -ବୀଥୀଶୁଳ ଭଲ ଅଟେ ।

ପଶ୍ଚିମ ଦିଗ -ବୀଥୀଶୁଳ ସେତେ ଖରାପ ଫଳ ଦିଏନାହିଁ ।

ଦକ୍ଷିଣ ଦିଗ -ବୀଥୀଶୁଳ ଖରାପ ଅଟେ ।

 

ଶିଳାନ୍ୟାଶ

          ଘର ନିର୍ମାଣ ସମୟରେ ଯେଉଁ ଯେଉଁଠି ସ୍ତମ୍ବ ଆସେ ସେହିଠାରେ ସକରାତ୍ମକ ଉର୍ଜାକୁ ସମସ୍ତ ଭବନରେ ଖେଳାଇବା ପାଇଁ କଳସ ଓ ଶିଳା ଅର୍ଥାତ୍ ପଥର ଆଦି ସ୍ଥାପିତ କରାଯାଇଥାଏ । କଳସରେ ସକରାତ୍ମକ ଉର୍ଜା ଦେଉଥିବା ସାମଗ୍ରୀକୁ ରଖାଯାଇଥାଏ । ତା ପରେ କଳସକୁ ବିଧିବିଧାନରେ ପୂଜା କରି ତାକୁ ତମ୍ବା ପାତ୍ରରେ ଘୋଡାଇ ସ୍ଥାପିତ କରାଯାଏ । ଉତର ଭାରତରେ ଏହି ବିଧିକୁ ଶିଳାନ୍ୟାଶଓ ଦକ୍ଷିଣ ଭାରତରେ ଏହାକୁ ଗର୍ଭବିନ୍ୟାଶକୁହାଯାଏ । ଶିଳା ଅର୍ଥାତ୍ ପଥରର ଆକାର ଆୟତକାର କିମ୍ବା ବର୍ଗାକାର ହେବା ଉଚିତ୍ । ପଥରର thickness ଲମ୍ବା ଓ ଚଉଡାର ଅଧା ହେବା ଦରକାର । ସ୍ତମ୍ବକୁ ସ୍ଥାପିତ କରିବା ପାଇଁ ୪/୪.୫ ଫୁଟ୍‌ର ଗାତ ଖୋଳାଯାଏ । ତା ଉପରେ ତାରର ଜାଲି ରଖାଯାଏ । ଏହି ଜାଲି କଂକ୍ରିଟ୍ କରିବା ପାଇଁ ରଖାଯାଏ । କପର୍‌ପ୍ଲେଟ୍‌ରେ ଶୁଭ ଚିହ୍ନ ନିର୍ମାଣ ହୋଇଥାଏ । କପର୍‌ପ୍ଲେଟ୍ ତଳେ କଳସ ସ୍ଥାପନ କରାଯାଏ । ତା ପରେ ସ୍ତମ୍ବର base footing ଠାରେ କଳସ ସ୍ଥାପନ କରି କଳସ ଉପରେ କପର ପ୍ଲେଟ୍ ରଖି କଂକ୍ରିଟିଙ୍ଗ୍ କରାଯାଏ । କଳସରେ ଅଷ୍ଟରତ୍ନ, ମାଣିକ, ପ୍ରବାଳ, ମୋତି, ପାନ୍ନା, ଏଲୋସାଫାୟାର୍‌, ଗୋମେଦ ଓ ନୀଲମ୍ ଆଦି ରଖାଯାଏ । ଔଷଧି ଯଥା-ବଚ, କୁଟ, ଚନ୍ଦନ, ଜଟାମାଂସୀ, ସୁଣ୍ଠି, ନାଗରମୋଥା, ଆମହଳଦୀ (ପ୍ରତ୍ୟେକ ୫୦ ଗ୍ରାମ୍‌) ଆଦି କଳସରେ ରଖାଯାଏ । ଅଷ୍ଟ ଖଣିଜ ଯଥା-ଜାତିହିଙ୍ଗୁଳ, ହରତାଳ, ସୋନାମାକ୍ଷି, ମୈନ୍‌ସିଲ୍‌, ରାଜାବର୍ତ, ଗେରୁ, ଅଞ୍ଜନ (ପ୍ରତ୍ୟେକ ୨୦ ଗ୍ରାମ୍‌) ଆଦି କଳସରେ ରଖନ୍ତୁ । ଘରର ଲମ୍ବା ଓ ଚଉଡା ହିସାବରେ ଏହି ସବୁର ମାତ୍ରାକୁ ବୃଦ୍ଧି କରାଯାଇଥାଏ । ପାରାକୁ ସମସ୍ତ ପଦାର୍ଥ ପରେ ରଖାଯାଏ । ନଦୀର ପବିତ୍ର ଜଳ ଭର୍ତି କରାଯାଇଥାଏ । ଏହି ସବୁକୁ ବିଧବିଧାନ ଦ୍ୱାରା ପୂଜନ କରି କଳସକୁ ସ୍ଥାପିତ କରାଯାଏ ।

          ନନ୍ଦା’, ‘ଭଦ୍ରା’, ‘ଜୟା’, ‘ରିକ୍ତାଏବଂ ପୂର୍ଣ୍ଣାଏହି ପାଂଚନାମ ଶିଳାର ନାମ ଅଟେ । ନନ୍ଦା ରେ କମଳ ର ଚିହ୍ନ, ଭଦ୍ରା ରେ ସିଙ୍ଘାସନ ର ଚିହ୍ନ, ଜୟା ରେ ତୋରଣର ଚିହ୍ନ, ରିତା ରେ କୁର୍ମ ର ଚିହ୍ନ ଏବଂ ପୁର୍ଣ୍ଣା ରେ ଚତୁର୍ଭୁଜ ବିଷ୍ଣୁଙ୍କ ଚିହ୍ନ ଅଙ୍କିତ କରନ୍ତୁ । ଏହାପରେ କ୍ରମରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ଐଶାନ୍ୟ ଏବଂ ସଦାଶିବଙ୍କୁ ଆବାହନ କରନ୍ତୁ । ଏହି ପାଂଚ ଦେବତାଙ୍କୁ ପଂଚଶିଳା ଉପରେ ଆବାହନ କରି ବିଧାନ ପୂର୍ବକ ଶିଳାଗୁଡିକୁ ସ୍ନାନ କରାନ୍ତୁ । ପାଂଚ କଳସରେ ଯୁକ୍ତ ଶିଳାମାନଙ୍କୁ ସ୍ନାନ କରାନ୍ତୁ । କଳସର ନାମ କ୍ରମରେ - ପଦ୍ମ, ମହାପଦ୍ମ, ଶଙ୍ଖ, ବିଜୟ ଏବଂ ସର୍ବତୋଭଦ୍ର ଅଟେ । ଏହିମାନଙ୍କୁ ମନ୍ତ୍ର ଦ୍ୱାରା ଆବାହନ କରନ୍ତୁ । ମାଟି, ଜଳ, ପଂଚକଷାୟ ପତ୍ର, ଗୋମୁତ୍ର, ଗୋବର ଆଦି ଦ୍ୱାରା  ସ୍ନାନ କରାନ୍ତୁ । ତା ପରେ ଦୁଗ୍ଧ, ଦହି, ଘିଅ, ମଧୁ, ପଂଚଗବ୍ୟ, କୁଶୋଦକ, ଦୁର୍ବା, ଗନ୍ଧ, ସର୍ବଔଷଧି ଜଳ, ଆଦି ଦ୍ୱାରା ସ୍ନାନ କରାନ୍ତୁ । ସ୍ନାନ କଲାପରେ ଅଭିଷେକ କରାନ୍ତୁ । ଷୋଡଶ ଉପଚାର ଦ୍ୱାରା ପୂଜା କରନ୍ତୁ । ଶୁଭ ଲଗ୍ନରେ ଆଧାରକୁ ସ୍ଥାପିତ କରନ୍ତୁ । ଏହି ଆଧାର ଶିଳା ଉପରେ ପଦ୍ମନାମ କଳସରେ ସର୍ବଔଷଧି ଜଳ, ପାରଦ, ଘିଅ, ମଧୁ ପକାଇ କଳସକୁ ସ୍ଥାପିତ କରନ୍ତୁ । କଳସରେ ରତ୍ନକୁ ରଖି ସଦାଶିବଙ୍କର ଧ୍ୟାନ କରି ସ୍ଥାପିତ କରନ୍ତୁ । ପୁନଃ ପୂଜନ କରି ଗାତର ବାମ ପଟେ ଦୀପକ ରଖି ତାହା ଉପରେ ନନ୍ଦାନାମକ ଶିଳାକୁ ପୂଜନ କରନ୍ତୁ । ଏହି ନନ୍ଦା କୁ ଶିଳା ଉପରେ ରଖା ହୋଇଥିବା କଳସ ଉପରେ ସ୍ଥାପିତ କରନ୍ତୁ ।

          ଦ୍ୱିତୀୟ ଆଧାର ଶିଳାକୁ ରଖି ତାହା ଉପରେ ମହାପଦ୍ମନାମକ କଳସକୁ ସ୍ଥାପିତ କରନ୍ତୁ । ଏହି କଳସରେ ରତ୍ନ ରଖି ତାହା ଉପରେ ଭଦ୍ରାନାମକ ଶିଳା ରଖନ୍ତୁ । କୋଣରେ ଥିବା ଆଧାର ଶିଳା ଉପରେ ଶଙ୍ଖନାମକ କଳସକୁ ବିଧିପୂର୍ବକ ପୂଜନ କରି ତାହା ଉପରେ ଜୟାନାମକ ଶିଳା ସ୍ଥାପିତ କରନ୍ତୁ ।

          ତା ପରେ ବିଜୟାନାମକ କଳସକୁ ସ୍ଥାପିତ କରି ତା ଉପରେ ରିକ୍ତାନାମକ ଶିଳାକୁ ସ୍ଥାପିତ କରନ୍ତୁ । ଏହି ରିକ୍ତା ଶିଳା ସମସ୍ତ ପ୍ରକାର ଦୁଃଖକୁ ହରଣ କରିଥାଏ ।

          ତା ପରେ ଭୂମିର ମଧ୍ୟରେ ଆଧାର ଶିଳାକୁ ରଖି ରତ୍ନରେ ପୂର୍ଣ୍ଣ ସର୍ବତଭଦ୍ରନାମକ କଳସକୁ ସ୍ଥାପିତ କରନ୍ତୁ । ବିଧିବଧେ ଏହାକୁ ପୂଜା କରି ସଦାଶିବଙ୍କର ଧ୍ୟାନ କରି ଏହି କଳସ ଉପରେ ପୂର୍ଣ୍ଣ ଆନନ୍ଦ ଦେଉଥିବା ପୂର୍ଣ୍ଣାନାମକ ଶିଳାକୁ ଉପସ୍ଥାପିତ କରନ୍ତୁ । ଏହି ଗାତକୁ କଂକ୍ରିଟିଙ୍ଗ୍ କରିନିଅନ୍ତୁ ।

          ଅନ୍ୟ କେତେଜଣଙ୍କ ମତରେ ଅଗ୍ନିକୋଣରେ ଶିଳାର ସ୍ଥାପନ କରାଯାଏ ।ଏହି ଶିଳା ସମତଳ, ଚିକ୍କଣ, ଶୁଭ ଲକ୍ଷଣ ଯୁକ୍ତ, କୁଶ ଦୁର୍ବା ଦ୍ୱାରା ଅଙ୍କିତ ଛତ୍ର, ଧ୍ୱଜ, ଚାମର ଦ୍ୱାରା ଯୁକ୍ତ ଏହି ଶିଳା ଅତ୍ୟନ୍ତ ଶୁଭ ହୋଇଥାଏ । କୁଶ ର ଆସ୍ତରଣ ଦ୍ୱାରା ଯୁକ୍ତ, କୁର୍ମ, ମତ୍ସ୍ୟ, ଫଳରେ ଯୁକ୍ତ, ହସ୍ତୀ, ଦର୍ପଣ ଓ ବଜ୍ର ଚିହ୍ନ ଦ୍ୱାରା ଅଙ୍କିତ, ଶ୍ରେଷ୍ଠ ଦ୍ରବ୍ୟରେ ଅଙ୍କିତ ଶିଳା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଶ୍ରେଷ୍ଠ ପକ୍ଷୀ, ମୃଗର ଚିହ୍ନ, ବୃଷର ଚିହ୍ନ ଅଙ୍କିତ କରିବା ସର୍ବଦା ହିତକର ଅଟେ । ସ୍ୱସ୍ତିକ୍‌, ବେଦୀରେ ଯୁକ୍ତ ଏବଂ ନନ୍ଦା ବର୍ତ ଚିହ୍ନରେ ଅଙ୍କିତ, ପଦ୍ମ ଆଦି ଲକ୍ଷଣରେ ଯୁକ୍ତ ଶିଳା ସମସ୍ତ ଅର୍ଥରେ ସିଦ୍ଧି ଦାୟକ ଅଟେ । ତଥା ଗାଇ, ଘୋଡାର ଚରଣର ଚିହ୍ନ ଆଦି ଶିଳାକୁ ଅତ୍ୟଧିକ ଶୁଭ କରାଇଥାଏ ।

ବାସ୍ତୁ ପୁରୁଷ ମଣ୍ଡଳର ଗୋଟିଏ ଗାର ମଧ୍ୟସ୍ଥାନର ଇଶରୁ ମଧ୍ୟସ୍ଥାନ ନିରୁତି ପର‌୍ୟ୍ୟନ୍ତ ଓ ଆଉ ଗୋଟିଏ ଗାର ମଧ୍ୟ ସ୍ଥାନ ଅଗ୍ନିରୁ ମଧ୍ୟ ସ୍ଥାନ ମାରୁତ ପର‌୍ୟ୍ୟନ୍ତ କାଟନ୍ତୁ । ଆଉଗୋଟେ ଗାର ଜୟନ୍ତର ମଧ୍ୟ ସ୍ଥାନରୁ ଭୃଙ୍ଗରାଜର ମଧ୍ୟ ସ୍ଥାନ ପର‌୍ୟ୍ୟନ୍ତ ଓ ଅଦିତିର ମଧ୍ୟ ସ୍ଥାନରୁ ସୁଗ୍ରୀବର ମଧ୍ୟ ସ୍ଥାନ ପର‌୍ୟ୍ୟନ୍ତ କାଟନ୍ତୁ । ଆଉ ଏକ ଗାର ମୁଖ୍ୟର ମଧ୍ୟ ସ୍ଥାନରୁ ବୃଷର ମଧ୍ୟ ସ୍ଥାନ ପର‌୍ୟ୍ୟନ୍ତ ଓ ଶୋଷର ମଧ୍ୟ ସ୍ଥାନରୁ ବିତଥ ପର‌୍ୟ୍ୟନ୍ତ କାଟନ୍ତୁ । ଏହି ଗାର ଗୁଡିକର ନିଜସ୍ୱ ଲମ୍ବ, ପ୍ରସ୍ଥ ଓ ଚଉଡା ଆଦି ଥାଏ । ଏହି ଗାରଗୁଡିକୁ ବଂଶ କୁହାଯାଏ । ଗାରଗୁଡିକ ଯେଉଁ ସ୍ଥାନରେ ପରସ୍ପର କାଟିଥାନ୍ତି ତାହାକୁ ମହାମର୍ମସ୍ଥାନ କୁହାଯାଏ । ମହାମର୍ମ ୯ ପ୍ରକାରର ଅଟେ । ଯଥା-ଅତିମର୍ମ, ଉପମର୍ମ ଆଦି । କିନ୍ତୁ ଏଠାରେ ମହାମର୍ମ ଉପରେ ଆଲୋଚନା କରୁଅଛୁ । ଏହି ମହାମର୍ମ ସ୍ଥାନମାନଙ୍କରେ କାନ୍ଥ କିମ୍ବା ସ୍ତମ୍ବ କିମ୍ବା କୈାଣସି ପ୍ରକାରର ନକରାତ୍ମକ ପଦାର୍ଥ ଉପରେ ନିର୍ମାଣ କରନ୍ତୁୁନାହିଁ । କାରଣ ଏହା କଲେ ସକରାତ୍ମକ ଉର୍ଜାରେ ବ୍ୟାଘାତ ଆସିଥାଏ ଏବଂ ନାନା ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ହୁଏ । ଯଥା-

କାଠ ଥିଲେ ଧନର ହାନି ହୋଇଥାଏ, ହାଡ ଥିଲେ ଗୃହପାଳିତ ପଶୁମାନେ କଷ୍ଟ ପାଇଥାନ୍ତି ଓ ସେମାନଙ୍କୁ ନାନା ପ୍ରକାର ରୋଗ ହୋଇଥାଏ, ଲୁହା ଥିଲେ ଅସ୍ତ୍ର ଭୟ, ଖପୁରି ଥିଲେ ମୃତ୍ୟୁ ଭୟ, ବାଳ ଥିଲେ ମୃତ୍ୟୁ ଭୟ, କୋଇଲା ଥିଲେ ଚୋରି ହେବାର ଭୟ, ପାଉଁଶ ଥିଲେ ଅଗ୍ନି ଭୟ ଆଦି ଦେଖାଦେଇଥାଏ ।

ଯଦି ଉପରଲିଖିତ ଶଲ୍ୟ ଆଦି ଭୂମି ତଳେ ମହାମର୍ମ ସ୍ଥାନରେ ଥାଏ ତେବେ ଯେଉଁବ୍ୟକ୍ତି ଏହା ଉପରେ ଘର କରିଥାନ୍ତି ତେବେ ନିମ୍ନ ଶଲ୍ୟ ଦୋଷ ପରିଲିଖିତ ହୁଏ । ପ୍ରଥମେ ଖରାପ ସ୍ୱପ୍ନ ଆସେ, ଦ୍ୱିତୀୟରେ ଧିରେ ଧିରେ ଧନର ହାନି ହୁଏ, ବେମାରରେ ପଡ଼ନ୍ତି ଏବଂ ମୃତ୍ୟୁର ସମ୍ଭାବନା ଦେଖା ଦେଇଥାଏ ।

          ବୃହତ୍‌ସଂହିତାର ଅଧ୍ୟାୟ ୫୨ ଓ ୫୩ ରେ ଏହି ଦୋଷକୁ ବର୍ଣ୍ଣନା କରାଯାଇଛି ।

          ଜଣେ ବ୍ୟକ୍ତି ଯଦି ଅଜାଣତରେ ଏହି ଦୋଷ ଥାଇ ଘର ନିର୍ମାଣ କରିଅଛନ୍ତି ତେବେ ତାହାର ପ୍ରତିକାର ପାଇଁ ମନୁଷ୍ୟାଳୟ ଚନ୍ଦ୍ରିକାର ଅଧ୍ୟାୟ ୨ ରେ ନିମ୍ନଲିଖିତ ପ୍ରତିକାର କୁହାଯାଇଅଛି । ଯଥା-ହାତୀ ,କଛୁଆ , ସିଙ୍ଘ , ବାରାହ ଓମଇଁଶି ର ମୁଣ୍ଡ ସ୍ୱର୍ଣ୍ଣରେ ତିଆରି କରି ମର୍ମ ସ୍ଥାନରେ ଭୂମିତଳେ ସ୍ଥାପନ କରନ୍ତୁ । ଏହଦ୍ୱାରା ଭୂମିରେ ସକରାତ୍ମକ ଉର୍ଜା ଖେଳିଯାଇଥାଏ । ଏହି ବିଷୟ ବିଶ୍ୱକର୍ମା ପ୍ରକାଶଗ୍ରନ୍ଥରେ ଦ୍ୱାଦଶ ଅଧ୍ୟାୟରେ ଥିବା ଶଲ୍ୟ ଉଦ୍ଧାର ବିଷୟରେ ବର୍ଣ୍ଣିତ ହୋଇଅଛି ।



Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...