Skip to main content

 

ବିଥି ଶୂଳ

ବୀଥୀ’ (ରୋଡ୍‌) ଶୁଳ (trident) (road construction) ଘରର କେଉଁ ଦିଗ ରାସ୍ତାକୁ ଛୁଇଁଅଛି ତାହା ବୁଝାଇଥାଏ । ଯଦି ଗୃହରେ ବୀଥୀଶୁଳ ଥାଏ ତେବେ ଏହା ଶାନ୍ତି ଓ ସମ୍ପନ୍ନତାରେ ବାଧା ସୃଷ୍ଟି କରିଥାଏ । ଏହାକୁ ମଧ୍ୟ ମର୍ମଭେଦକୁହାଯାଏ । ଯେଉଁଠାରେ କି ପ୍ଲଟ୍ ଏକ trident ରେ ପରିଣତ ହୁଏ । ଏହି ବୀଥୀଶୁଳ ଘରର ବିଭିନ୍ନ ଦିଗରେ ବିଭିନ୍ନ ପ୍ରକାରର ହୋଇଥାଏ ।

          ବୀଥୀଶୁଳ ଗୋଟିଏ ପ୍ଲଟ୍‌ର ବିଭିନ୍ନ ଦିଗରେ ଦେଖିବାକୁ ମିଳିଥାଏ ।

          ବୀଥୀଶୁଳ ବାର ପ୍ରକାରର ଅଟେ । ଏହି ଶୁଳ ଯେକୈାଣସି ଦିଗ ବା କୋଣରେ ରହିପାରେ । ତାହାର ବର୍ଣ୍ଣନା କରାଯାଉଛି ।

ଉତର-ପୂର୍ବ ଓ ଉତର -ବୀଥୀଶୁଳ ଭଲ ଓ ଉପକାରୀ ଅଟେ ।

ଉତର-ପୂର୍ବ ଓ ପୂର୍ବ -ବୀଥୀଶୁଳ ଭଲ ଓ ଉପକାରୀ ଅଟେ ।

ଉତର-ପଶ୍ଚିମ ଓ ଉତର -ବୀଥୀଶୁଳ ଖରାପ ଅଟେ ।

ଉତର-ପଶ୍ଚିମ ଓ ପଶ୍ଚିମ -ବୀଥୀଶୁଳ ଖରାପ ଅଟେ ।

ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ -ବୀଥୀଶୁଳ ବିପଦପୂର୍ଣ୍ଣ ଅଟେ ।

ଦକ୍ଷିଣ-ପୂର୍ବ ଓ ଦକ୍ଷିଣ -ବୀଥୀଶୁଳ ବିପଦପୂର୍ଣ୍ଣ ଅଟେ ।

ଦକ୍ଷିଣ-ପୂର୍ବ ଓ ପୂର୍ବ -ବୀଥୀଶୁଳ ବିପଦପୂର୍ଣ୍ଣ ଅଟେ ।

ପୂର୍ବଦିଗ -ବୀଥୀଶୁଳ ଖରାପ ଅଟେ ।

ଉତର ଦିଗ -ବୀଥୀଶୁଳ ଭଲ ଅଟେ ।

ପଶ୍ଚିମ ଦିଗ -ବୀଥୀଶୁଳ ସେତେ ଖରାପ ଫଳ ଦିଏନାହିଁ ।

ଦକ୍ଷିଣ ଦିଗ -ବୀଥୀଶୁଳ ଖରାପ ଅଟେ ।

 

ଶିଳାନ୍ୟାଶ

          ଘର ନିର୍ମାଣ ସମୟରେ ଯେଉଁ ଯେଉଁଠି ସ୍ତମ୍ବ ଆସେ ସେହିଠାରେ ସକରାତ୍ମକ ଉର୍ଜାକୁ ସମସ୍ତ ଭବନରେ ଖେଳାଇବା ପାଇଁ କଳସ ଓ ଶିଳା ଅର୍ଥାତ୍ ପଥର ଆଦି ସ୍ଥାପିତ କରାଯାଇଥାଏ । କଳସରେ ସକରାତ୍ମକ ଉର୍ଜା ଦେଉଥିବା ସାମଗ୍ରୀକୁ ରଖାଯାଇଥାଏ । ତା ପରେ କଳସକୁ ବିଧିବିଧାନରେ ପୂଜା କରି ତାକୁ ତମ୍ବା ପାତ୍ରରେ ଘୋଡାଇ ସ୍ଥାପିତ କରାଯାଏ । ଉତର ଭାରତରେ ଏହି ବିଧିକୁ ଶିଳାନ୍ୟାଶଓ ଦକ୍ଷିଣ ଭାରତରେ ଏହାକୁ ଗର୍ଭବିନ୍ୟାଶକୁହାଯାଏ । ଶିଳା ଅର୍ଥାତ୍ ପଥରର ଆକାର ଆୟତକାର କିମ୍ବା ବର୍ଗାକାର ହେବା ଉଚିତ୍ । ପଥରର thickness ଲମ୍ବା ଓ ଚଉଡାର ଅଧା ହେବା ଦରକାର । ସ୍ତମ୍ବକୁ ସ୍ଥାପିତ କରିବା ପାଇଁ ୪/୪.୫ ଫୁଟ୍‌ର ଗାତ ଖୋଳାଯାଏ । ତା ଉପରେ ତାରର ଜାଲି ରଖାଯାଏ । ଏହି ଜାଲି କଂକ୍ରିଟ୍ କରିବା ପାଇଁ ରଖାଯାଏ । କପର୍‌ପ୍ଲେଟ୍‌ରେ ଶୁଭ ଚିହ୍ନ ନିର୍ମାଣ ହୋଇଥାଏ । କପର୍‌ପ୍ଲେଟ୍ ତଳେ କଳସ ସ୍ଥାପନ କରାଯାଏ । ତା ପରେ ସ୍ତମ୍ବର base footing ଠାରେ କଳସ ସ୍ଥାପନ କରି କଳସ ଉପରେ କପର ପ୍ଲେଟ୍ ରଖି କଂକ୍ରିଟିଙ୍ଗ୍ କରାଯାଏ । କଳସରେ ଅଷ୍ଟରତ୍ନ, ମାଣିକ, ପ୍ରବାଳ, ମୋତି, ପାନ୍ନା, ଏଲୋସାଫାୟାର୍‌, ଗୋମେଦ ଓ ନୀଲମ୍ ଆଦି ରଖାଯାଏ । ଔଷଧି ଯଥା-ବଚ, କୁଟ, ଚନ୍ଦନ, ଜଟାମାଂସୀ, ସୁଣ୍ଠି, ନାଗରମୋଥା, ଆମହଳଦୀ (ପ୍ରତ୍ୟେକ ୫୦ ଗ୍ରାମ୍‌) ଆଦି କଳସରେ ରଖାଯାଏ । ଅଷ୍ଟ ଖଣିଜ ଯଥା-ଜାତିହିଙ୍ଗୁଳ, ହରତାଳ, ସୋନାମାକ୍ଷି, ମୈନ୍‌ସିଲ୍‌, ରାଜାବର୍ତ, ଗେରୁ, ଅଞ୍ଜନ (ପ୍ରତ୍ୟେକ ୨୦ ଗ୍ରାମ୍‌) ଆଦି କଳସରେ ରଖନ୍ତୁ । ଘରର ଲମ୍ବା ଓ ଚଉଡା ହିସାବରେ ଏହି ସବୁର ମାତ୍ରାକୁ ବୃଦ୍ଧି କରାଯାଇଥାଏ । ପାରାକୁ ସମସ୍ତ ପଦାର୍ଥ ପରେ ରଖାଯାଏ । ନଦୀର ପବିତ୍ର ଜଳ ଭର୍ତି କରାଯାଇଥାଏ । ଏହି ସବୁକୁ ବିଧବିଧାନ ଦ୍ୱାରା ପୂଜନ କରି କଳସକୁ ସ୍ଥାପିତ କରାଯାଏ ।

          ନନ୍ଦା’, ‘ଭଦ୍ରା’, ‘ଜୟା’, ‘ରିକ୍ତାଏବଂ ପୂର୍ଣ୍ଣାଏହି ପାଂଚନାମ ଶିଳାର ନାମ ଅଟେ । ନନ୍ଦା ରେ କମଳ ର ଚିହ୍ନ, ଭଦ୍ରା ରେ ସିଙ୍ଘାସନ ର ଚିହ୍ନ, ଜୟା ରେ ତୋରଣର ଚିହ୍ନ, ରିତା ରେ କୁର୍ମ ର ଚିହ୍ନ ଏବଂ ପୁର୍ଣ୍ଣା ରେ ଚତୁର୍ଭୁଜ ବିଷ୍ଣୁଙ୍କ ଚିହ୍ନ ଅଙ୍କିତ କରନ୍ତୁ । ଏହାପରେ କ୍ରମରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ଐଶାନ୍ୟ ଏବଂ ସଦାଶିବଙ୍କୁ ଆବାହନ କରନ୍ତୁ । ଏହି ପାଂଚ ଦେବତାଙ୍କୁ ପଂଚଶିଳା ଉପରେ ଆବାହନ କରି ବିଧାନ ପୂର୍ବକ ଶିଳାଗୁଡିକୁ ସ୍ନାନ କରାନ୍ତୁ । ପାଂଚ କଳସରେ ଯୁକ୍ତ ଶିଳାମାନଙ୍କୁ ସ୍ନାନ କରାନ୍ତୁ । କଳସର ନାମ କ୍ରମରେ - ପଦ୍ମ, ମହାପଦ୍ମ, ଶଙ୍ଖ, ବିଜୟ ଏବଂ ସର୍ବତୋଭଦ୍ର ଅଟେ । ଏହିମାନଙ୍କୁ ମନ୍ତ୍ର ଦ୍ୱାରା ଆବାହନ କରନ୍ତୁ । ମାଟି, ଜଳ, ପଂଚକଷାୟ ପତ୍ର, ଗୋମୁତ୍ର, ଗୋବର ଆଦି ଦ୍ୱାରା  ସ୍ନାନ କରାନ୍ତୁ । ତା ପରେ ଦୁଗ୍ଧ, ଦହି, ଘିଅ, ମଧୁ, ପଂଚଗବ୍ୟ, କୁଶୋଦକ, ଦୁର୍ବା, ଗନ୍ଧ, ସର୍ବଔଷଧି ଜଳ, ଆଦି ଦ୍ୱାରା ସ୍ନାନ କରାନ୍ତୁ । ସ୍ନାନ କଲାପରେ ଅଭିଷେକ କରାନ୍ତୁ । ଷୋଡଶ ଉପଚାର ଦ୍ୱାରା ପୂଜା କରନ୍ତୁ । ଶୁଭ ଲଗ୍ନରେ ଆଧାରକୁ ସ୍ଥାପିତ କରନ୍ତୁ । ଏହି ଆଧାର ଶିଳା ଉପରେ ପଦ୍ମନାମ କଳସରେ ସର୍ବଔଷଧି ଜଳ, ପାରଦ, ଘିଅ, ମଧୁ ପକାଇ କଳସକୁ ସ୍ଥାପିତ କରନ୍ତୁ । କଳସରେ ରତ୍ନକୁ ରଖି ସଦାଶିବଙ୍କର ଧ୍ୟାନ କରି ସ୍ଥାପିତ କରନ୍ତୁ । ପୁନଃ ପୂଜନ କରି ଗାତର ବାମ ପଟେ ଦୀପକ ରଖି ତାହା ଉପରେ ନନ୍ଦାନାମକ ଶିଳାକୁ ପୂଜନ କରନ୍ତୁ । ଏହି ନନ୍ଦା କୁ ଶିଳା ଉପରେ ରଖା ହୋଇଥିବା କଳସ ଉପରେ ସ୍ଥାପିତ କରନ୍ତୁ ।

          ଦ୍ୱିତୀୟ ଆଧାର ଶିଳାକୁ ରଖି ତାହା ଉପରେ ମହାପଦ୍ମନାମକ କଳସକୁ ସ୍ଥାପିତ କରନ୍ତୁ । ଏହି କଳସରେ ରତ୍ନ ରଖି ତାହା ଉପରେ ଭଦ୍ରାନାମକ ଶିଳା ରଖନ୍ତୁ । କୋଣରେ ଥିବା ଆଧାର ଶିଳା ଉପରେ ଶଙ୍ଖନାମକ କଳସକୁ ବିଧିପୂର୍ବକ ପୂଜନ କରି ତାହା ଉପରେ ଜୟାନାମକ ଶିଳା ସ୍ଥାପିତ କରନ୍ତୁ ।

          ତା ପରେ ବିଜୟାନାମକ କଳସକୁ ସ୍ଥାପିତ କରି ତା ଉପରେ ରିକ୍ତାନାମକ ଶିଳାକୁ ସ୍ଥାପିତ କରନ୍ତୁ । ଏହି ରିକ୍ତା ଶିଳା ସମସ୍ତ ପ୍ରକାର ଦୁଃଖକୁ ହରଣ କରିଥାଏ ।

          ତା ପରେ ଭୂମିର ମଧ୍ୟରେ ଆଧାର ଶିଳାକୁ ରଖି ରତ୍ନରେ ପୂର୍ଣ୍ଣ ସର୍ବତଭଦ୍ରନାମକ କଳସକୁ ସ୍ଥାପିତ କରନ୍ତୁ । ବିଧିବଧେ ଏହାକୁ ପୂଜା କରି ସଦାଶିବଙ୍କର ଧ୍ୟାନ କରି ଏହି କଳସ ଉପରେ ପୂର୍ଣ୍ଣ ଆନନ୍ଦ ଦେଉଥିବା ପୂର୍ଣ୍ଣାନାମକ ଶିଳାକୁ ଉପସ୍ଥାପିତ କରନ୍ତୁ । ଏହି ଗାତକୁ କଂକ୍ରିଟିଙ୍ଗ୍ କରିନିଅନ୍ତୁ ।

          ଅନ୍ୟ କେତେଜଣଙ୍କ ମତରେ ଅଗ୍ନିକୋଣରେ ଶିଳାର ସ୍ଥାପନ କରାଯାଏ ।ଏହି ଶିଳା ସମତଳ, ଚିକ୍କଣ, ଶୁଭ ଲକ୍ଷଣ ଯୁକ୍ତ, କୁଶ ଦୁର୍ବା ଦ୍ୱାରା ଅଙ୍କିତ ଛତ୍ର, ଧ୍ୱଜ, ଚାମର ଦ୍ୱାରା ଯୁକ୍ତ ଏହି ଶିଳା ଅତ୍ୟନ୍ତ ଶୁଭ ହୋଇଥାଏ । କୁଶ ର ଆସ୍ତରଣ ଦ୍ୱାରା ଯୁକ୍ତ, କୁର୍ମ, ମତ୍ସ୍ୟ, ଫଳରେ ଯୁକ୍ତ, ହସ୍ତୀ, ଦର୍ପଣ ଓ ବଜ୍ର ଚିହ୍ନ ଦ୍ୱାରା ଅଙ୍କିତ, ଶ୍ରେଷ୍ଠ ଦ୍ରବ୍ୟରେ ଅଙ୍କିତ ଶିଳା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଶ୍ରେଷ୍ଠ ପକ୍ଷୀ, ମୃଗର ଚିହ୍ନ, ବୃଷର ଚିହ୍ନ ଅଙ୍କିତ କରିବା ସର୍ବଦା ହିତକର ଅଟେ । ସ୍ୱସ୍ତିକ୍‌, ବେଦୀରେ ଯୁକ୍ତ ଏବଂ ନନ୍ଦା ବର୍ତ ଚିହ୍ନରେ ଅଙ୍କିତ, ପଦ୍ମ ଆଦି ଲକ୍ଷଣରେ ଯୁକ୍ତ ଶିଳା ସମସ୍ତ ଅର୍ଥରେ ସିଦ୍ଧି ଦାୟକ ଅଟେ । ତଥା ଗାଇ, ଘୋଡାର ଚରଣର ଚିହ୍ନ ଆଦି ଶିଳାକୁ ଅତ୍ୟଧିକ ଶୁଭ କରାଇଥାଏ ।

ବାସ୍ତୁ ପୁରୁଷ ମଣ୍ଡଳର ଗୋଟିଏ ଗାର ମଧ୍ୟସ୍ଥାନର ଇଶରୁ ମଧ୍ୟସ୍ଥାନ ନିରୁତି ପର‌୍ୟ୍ୟନ୍ତ ଓ ଆଉ ଗୋଟିଏ ଗାର ମଧ୍ୟ ସ୍ଥାନ ଅଗ୍ନିରୁ ମଧ୍ୟ ସ୍ଥାନ ମାରୁତ ପର‌୍ୟ୍ୟନ୍ତ କାଟନ୍ତୁ । ଆଉଗୋଟେ ଗାର ଜୟନ୍ତର ମଧ୍ୟ ସ୍ଥାନରୁ ଭୃଙ୍ଗରାଜର ମଧ୍ୟ ସ୍ଥାନ ପର‌୍ୟ୍ୟନ୍ତ ଓ ଅଦିତିର ମଧ୍ୟ ସ୍ଥାନରୁ ସୁଗ୍ରୀବର ମଧ୍ୟ ସ୍ଥାନ ପର‌୍ୟ୍ୟନ୍ତ କାଟନ୍ତୁ । ଆଉ ଏକ ଗାର ମୁଖ୍ୟର ମଧ୍ୟ ସ୍ଥାନରୁ ବୃଷର ମଧ୍ୟ ସ୍ଥାନ ପର‌୍ୟ୍ୟନ୍ତ ଓ ଶୋଷର ମଧ୍ୟ ସ୍ଥାନରୁ ବିତଥ ପର‌୍ୟ୍ୟନ୍ତ କାଟନ୍ତୁ । ଏହି ଗାର ଗୁଡିକର ନିଜସ୍ୱ ଲମ୍ବ, ପ୍ରସ୍ଥ ଓ ଚଉଡା ଆଦି ଥାଏ । ଏହି ଗାରଗୁଡିକୁ ବଂଶ କୁହାଯାଏ । ଗାରଗୁଡିକ ଯେଉଁ ସ୍ଥାନରେ ପରସ୍ପର କାଟିଥାନ୍ତି ତାହାକୁ ମହାମର୍ମସ୍ଥାନ କୁହାଯାଏ । ମହାମର୍ମ ୯ ପ୍ରକାରର ଅଟେ । ଯଥା-ଅତିମର୍ମ, ଉପମର୍ମ ଆଦି । କିନ୍ତୁ ଏଠାରେ ମହାମର୍ମ ଉପରେ ଆଲୋଚନା କରୁଅଛୁ । ଏହି ମହାମର୍ମ ସ୍ଥାନମାନଙ୍କରେ କାନ୍ଥ କିମ୍ବା ସ୍ତମ୍ବ କିମ୍ବା କୈାଣସି ପ୍ରକାରର ନକରାତ୍ମକ ପଦାର୍ଥ ଉପରେ ନିର୍ମାଣ କରନ୍ତୁୁନାହିଁ । କାରଣ ଏହା କଲେ ସକରାତ୍ମକ ଉର୍ଜାରେ ବ୍ୟାଘାତ ଆସିଥାଏ ଏବଂ ନାନା ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ହୁଏ । ଯଥା-

କାଠ ଥିଲେ ଧନର ହାନି ହୋଇଥାଏ, ହାଡ ଥିଲେ ଗୃହପାଳିତ ପଶୁମାନେ କଷ୍ଟ ପାଇଥାନ୍ତି ଓ ସେମାନଙ୍କୁ ନାନା ପ୍ରକାର ରୋଗ ହୋଇଥାଏ, ଲୁହା ଥିଲେ ଅସ୍ତ୍ର ଭୟ, ଖପୁରି ଥିଲେ ମୃତ୍ୟୁ ଭୟ, ବାଳ ଥିଲେ ମୃତ୍ୟୁ ଭୟ, କୋଇଲା ଥିଲେ ଚୋରି ହେବାର ଭୟ, ପାଉଁଶ ଥିଲେ ଅଗ୍ନି ଭୟ ଆଦି ଦେଖାଦେଇଥାଏ ।

ଯଦି ଉପରଲିଖିତ ଶଲ୍ୟ ଆଦି ଭୂମି ତଳେ ମହାମର୍ମ ସ୍ଥାନରେ ଥାଏ ତେବେ ଯେଉଁବ୍ୟକ୍ତି ଏହା ଉପରେ ଘର କରିଥାନ୍ତି ତେବେ ନିମ୍ନ ଶଲ୍ୟ ଦୋଷ ପରିଲିଖିତ ହୁଏ । ପ୍ରଥମେ ଖରାପ ସ୍ୱପ୍ନ ଆସେ, ଦ୍ୱିତୀୟରେ ଧିରେ ଧିରେ ଧନର ହାନି ହୁଏ, ବେମାରରେ ପଡ଼ନ୍ତି ଏବଂ ମୃତ୍ୟୁର ସମ୍ଭାବନା ଦେଖା ଦେଇଥାଏ ।

          ବୃହତ୍‌ସଂହିତାର ଅଧ୍ୟାୟ ୫୨ ଓ ୫୩ ରେ ଏହି ଦୋଷକୁ ବର୍ଣ୍ଣନା କରାଯାଇଛି ।

          ଜଣେ ବ୍ୟକ୍ତି ଯଦି ଅଜାଣତରେ ଏହି ଦୋଷ ଥାଇ ଘର ନିର୍ମାଣ କରିଅଛନ୍ତି ତେବେ ତାହାର ପ୍ରତିକାର ପାଇଁ ମନୁଷ୍ୟାଳୟ ଚନ୍ଦ୍ରିକାର ଅଧ୍ୟାୟ ୨ ରେ ନିମ୍ନଲିଖିତ ପ୍ରତିକାର କୁହାଯାଇଅଛି । ଯଥା-ହାତୀ ,କଛୁଆ , ସିଙ୍ଘ , ବାରାହ ଓମଇଁଶି ର ମୁଣ୍ଡ ସ୍ୱର୍ଣ୍ଣରେ ତିଆରି କରି ମର୍ମ ସ୍ଥାନରେ ଭୂମିତଳେ ସ୍ଥାପନ କରନ୍ତୁ । ଏହଦ୍ୱାରା ଭୂମିରେ ସକରାତ୍ମକ ଉର୍ଜା ଖେଳିଯାଇଥାଏ । ଏହି ବିଷୟ ବିଶ୍ୱକର୍ମା ପ୍ରକାଶଗ୍ରନ୍ଥରେ ଦ୍ୱାଦଶ ଅଧ୍ୟାୟରେ ଥିବା ଶଲ୍ୟ ଉଦ୍ଧାର ବିଷୟରେ ବର୍ଣ୍ଣିତ ହୋଇଅଛି ।



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...