ଶ୍ରୀ ଲଳିତା ସହସ୍ର ନାମ
[ସର୍ବ-ଅଭୀଷ୍ଟ-ପୁର୍ତି]
ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଲଳିତା-ସହସ୍ର ନାମରେ ଯେଉଁ ପୂଜା
ବିଧାନ କୁହାଯାଇଅଛି ତାହା ଭଗବତୀ ଲଳିତାଙ୍କ ସରଲତମ ପୂଜା ଅଟେ। ଭଗବାନ ହୟଗ୍ରୀବ, ଅଗସ୍ତ୍ୟ ମୁନୀଙ୍କୁ କହିଥିଲେ—ସର୍ବ ପ୍ରଥମ ଶ୍ରୀ ଯନ୍ତ୍ର’
କୁ ବିଲ୍ଵ ପତ୍ରରେ ଅର୍ଚ୍ଚନ କରି ପଞ୍ଚଦଶୀ ମନ୍ତ୍ର ଜପ କରିବା ଦରକାର ଅଟେ। ତା’ପରେ ସହସ୍ରନାମ ପାଠ କରିବେ। ଯଦି କୌଣସି ବ୍ୟକ୍ତି ପୂଜା ଓ ଜପ କରିବା ନିମିତ ଅସମର୍ଥ
ଅଟନ୍ତି ତେବେ, କେବଳ ସହସ୍ର-ନାମ ପାଠ କରନ୍ତୁ।
ଲଳିତା ସହସ୍ର-ନାମ ପରିଚୟ—ଭଗବତୀ ଲଳିତା, ବାଗ୍ ଦେବତା ବଶିନୀ’ ଆଦୀଙ୍କୁ ଆଜ୍ଞା ଦେଇ କହିଲେ ଆପଣ
ମାନେ ମୋ କୃପାରୁ ଉଲ୍ଲସିତ ବାଗବିଭୁତି ରୂପରେ ନିର୍ମିତ ହୋଇଅଛ, ମୋର
ଭକ୍ତ ମାନଙ୍କୁ ବାଗ ବିଭୁତି ନିମିତ ନିଯୋଜିତ ହୋଇଅଛ, ମୋର ଶ୍ରୀ
ଚକ୍ର- ରହସ୍ୟର ଜ୍ଞାତା ଅଟ ଓ ନିତ୍ୟ ମୋର ଜପ କରୁଅଛ। ତେଣୁ, ମୋର
ସହସ୍ର-ନାମର ରଚନା କର। ଲଳିତା-ସହସ୍ର-ନାମ ଏକ ମହା ସ୍ତୋତ୍ର ଅଟେ।
ଥରେ, ସିଂହାସନସ୍ଥ ଶ୍ରୀ ଦେବୀ ମହା ତ୍ରିପୁର
ସୁନ୍ଦରୀ ସମସ୍ତଙ୍କୁ ନିଜର ସେବା ନିମିତ ସୁଅବସର ଦେଲେ। ଭଗବତୀଙ୍କ ସେବାରେ କୋଟି କୋଟି
ବ୍ରହ୍ମା-ବ୍ରହ୍ମାଣୀ, ଲକ୍ଷ୍ମୀ-ନାରାୟଣ,ଓ
ରୁଦ୍ର-ଗୌରୀ, ମନ୍ତ୍ରିଣୀ-ମାତଙ୍ଗୀ,
ସେନାପତି-ବାରାହୀ, ଦିବ୍ୟୌଧ, ମାନବୌଧ, ସିଧୌଧ ଉପସ୍ଥିତ ହୋଇ ସମସ୍ତେ ଭଗବତୀଙ୍କ ଦର୍ଶନ କଲେ।
ସେହି ସମୟରେ [ ଲଳିତା-ସହସ୍ର-ନାମ ର ପ୍ରଣେତା ବଶିନୀ ଆଦି ବାଗ୍
ଶକ୍ତିମାନେ ଆସନରୁ ଉଠି ଭଗବତୀଙ୍କ ‘ ଲଳିତା-ସହସ୍ର-ନାମ ସ୍ତୋତ୍ରରେ ସ୍ତବନ
କଲେ। ଭଗବତୀ ଲଳିତା କହିଲେ-ମୋର ଆଜ୍ଞାରେ ବାଗ୍ ଦେବୀ ମାନେ ଏହି ସ୍ତୋତ୍ରକୁ ରଚନା କରିଛନ୍ତି।
ଆପଣମାନେ ମଧ୍ୟ ମୋର ପ୍ରସନ୍ନତା ନିମିତ ଏହାର ପାଠ ଓ ପ୍ରଚାର କରନ୍ତୁ।
ପ୍ରକ୍ରିୟା-1। ମୋର ଶ୍ରୀ ଯନ୍ତ୍ରକୁ ପୂଜା କରନ୍ତୁ। 2। ପଞ୍ଚଦଶୀ
ମନ୍ତ୍ର ଜପ କରନ୍ତୁ। 3। ମୋର ତୁଷ୍ଟି ନିମିତ ସହସ୍ର-ନାମ ପାଠ କରନ୍ତୁ। 4। ଫଳଶ୍ରୁତି ପାଠ
ଆବଶ୍ୟକ ଅଟେ।
ତିଥି-ସଙ୍କ୍ରାତି, ପୁର୍ଣିମା,
ଶୁକ୍ଳ ଚତୁର୍ଦଶୀ, ନବମୀ, ନିଜର ଜନ୍ମତିଥି
ଆଦି ତିଥି ପ୍ରଶସ୍ତ ଅଟେ। ସର୍ବାଧିକ ପାଠ ଫଳ
ପୁର୍ଣିମା ତିଥିରେ ଚନ୍ଦ୍ରବିମ୍ବରେ ଭଗବତୀଙ୍କ ଧ୍ୟାନ କରି ତା’ଙ୍କର ପୂଜା କରି ପାଠ କଲେ ଅନନ୍ତ ଫଳ ମିଳିଥାଏ। ଯଥା-ଆରୋଗ୍ୟତା ଓ ଦୀର୍ଘାୟୁତା।
ଶତ୍ରୁ ନାଶ, ଅଭୀଷ୍ଟ ପ୍ରାପ୍ତି, ଅଚଳ ଧନ ପ୍ରାପ୍ତି ଆରୋଗ୍ୟତା, ପୁତ୍ର ପ୍ରାପ୍ତି, ଆଦି ଅନେକ ଉପକାରିତା ଫଳଶ୍ରୁତିରେ
ବର୍ଣନା କରାଯାଇଅଛି। ଦେବୀଙ୍କ ସାନିଧ୍ୟତା ମିଳିଥାଏ।
ପୁରଶ୍ଚରଣ-10, 000 ଥର ପାଠ କଲେ ଏହାର ପୁରଶ୍ଚରଣ ହୋଇଥା। ପ୍ରୟୋଗ ସମୟରେ 1000 ଥର ହବନ କରିବାକୁ
ହୋଇଥାଏ।
ବିଶେଷ-[ସହସ୍ର-ନାମ’ର ପ୍ରତ୍ୟେକ ନାମ-ମନ୍ତ୍ରର ଅନ୍ତ ରେ ପୂଜନ କରୁଥିବା ସମୟରେ ‘ନମଃ’ ସ୍ଥାନରେ ‘ ପୂଜାୟାମୀ ନମଃ’ ଯୋଡ଼ିବା ଦରକାର। ଯଦି ପୂଜନ ସହିତ ତର୍ପଣ ହୁଏ ତେବେ ପ୍ରତ୍ୟେକ ନାମ-ମନ୍ତ୍ରର ଅନ୍ତରେ
‘ ପୂଜାୟାମୀ ନମଃ: ତର୍ପୟାମି ନମଃ’ କହିବା
ଦରକାର। ହବନ’ କରଥିବା ସମୟରେ ପ୍ରତ୍ୟେକ ନାମ-ମନ୍ତ୍ର ର ଅନ୍ତରେ
ନମଃସ୍ଵାହା’ ଯୋଡ଼ିବା ଆବଶ୍ୟକ ହୋଇଥାଏ। ନାମ-ମନ୍ତ୍ରରେ ପୂଜନ କଲେ
ବିନିଯୋଗ’ ଓ ରୃଷ୍ୟାଦି-ନ୍ୟାସ ରେ ‘ ଜପେ ବିନିଯୋଗ’ ସ୍ଥାନରେ ‘ ପୂଜନେ ବିନିଯୋଗ’ ପଢିବା
ଦରକାର। ହବନ’ ରେ, ହୋମେ-ବିନିଯୋଗ’ ପଢିବା ଦରକାର।]
ଶ୍ରୀ ଯନ୍ତ୍ରକୁ ପ୍ରାଣ ପ୍ରତିଷ୍ଠା କରି ଚୈତନ୍ୟ ଯୁକ୍ତ ଜଣେ ଶ୍ରୀ
ବିଦ୍ୟା ଉପାସକ[ କ୍ରମ ଦୀକ୍ଷିତ] ଦ୍ଵାରା କରାନ୍ତୁ। ତାପରେ ତାଙ୍କ୍କ ପରାମର୍ଶରେ ବିଧି ବିଧାନ
ଜାଣି ପୂଜା ଓ ପାଠ କରନ୍ତୁ। ଆପଣ ଲେଖକଙ୍କ ଠାରୁ ପରାମର୍ଶ ନେଇପାରନ୍ତି। ଶ୍ରୀ ଯନ୍ତ୍ରକୁ ସହସ୍ର ନାମରେ କୁଙ୍କୁମ’ ଦ୍ଵାରା ଅର୍ଚ୍ଚନ ଦକ୍ଷିଣ ଭାରତରେ ପ୍ରସିଦ୍ଧ
ଅଟେ। ଏହାକୁ ‘ଲଳିତା-କୁଙ୍କୁମାର୍ଚ୍ଚନ
କୁହାଯାଏ.
ଯେହେତୁ, ଏହା ଏକ 1000 ନାମର ସ୍ତୋତ୍ର ଅଟେ, ତେଣୁ ଏଠାରେ କେବଳ ବିନିଯୋଗ, ନ୍ୟାସ, ଓ ଧ୍ୟାନ ଦିଆଯାଇଅଛି। ତେଉ ଏଠାରେ 1000 ନାମର ବିବରଣୀ
ସମ୍ଭବ ନୁହେ। ଏଥି ନିମିତ ନିମ୍ନରେ ଦିଆଯାଇଥିବା ଫୋନ ନମ୍ବର ରେ ଲେଖକଙ୍କ ସହିତ ସମ୍ପର୍କ କରିପାରନ୍ତି
କିମ୍ବା ‘ ଶ୍ରୀ ଯନ୍ତ୍ର ରହସ୍ୟଂ’ [ଲେଖକଙ୍କ
ପୁସ୍ତକ] ଦେଖି ପାରନ୍ତି।
॥ ନ୍ୟାସଃ ॥
ଅସ୍ୟ
ଶ୍ରୀଲଲିତାସହସ୍ରନାମସ୍ତୋତ୍ରମହାମନ୍ତ୍ରସ୍ୟ ବଶିନ୍ୟାଦୟୋ ବାଗ୍ଦେବତା ଋଷୟଃ ।
ଅନୁଷ୍ଟୁପ୍ ଛନ୍ଦଃ । ଶ୍ରୀଲଲିତା
ପରମେଶ୍ୱରୀ ଦେବତା ।
ଶ୍ରୀମଦ୍ବାଗ୍ଭବକୂଟେତି ବୀଜମ୍ ।
ମଧ୍ୟକୂଟେତି ଶକ୍ତିଃ ।
ଶକ୍ତିକୂଟେତି କୀଲକମ୍ । ଧ୍ୟାନମ୍ ।
ମମ ଶ୍ରୀଲଲିତା-ମହାତ୍ରିପୁର-ସୁନ୍ଦରୀ-ପ୍ରସାଦ-ସିଦ୍ଧି ଦ୍ୱାରା
ଚିନ୍ତିତ ଫଲାବାପ୍ତ୍ୟର୍ଥେ ଜପେ ବିନିୟୋଗଃ ।
॥ କରନ୍ୟାସଃ ॥
ଐଂ ଅଙ୍ଗୁଷ୍ଠାଭ୍ୟାଂ ନମଃ । କ୍ଲୀଂ
ତର୍ଜନୀଭ୍ୟାଂ ନମଃ ।
ସୌଃ ମଧ୍ୟମାଭ୍ୟାଂ ନମଃ । ସୌଃ ଅନାମିକାଭ୍ୟାଂ
ନମଃ ।
କ୍ଲୀଂ କନିଷ୍ଠିକାଭ୍ୟାଂ ନମଃ । ଐଂ
କରତଲକରପୃଷ୍ଠାଭ୍ୟାଂ ନମଃ ।
॥ ଅଙ୍ଗନ୍ୟାସଃ ॥
ଐଂ ହୃଦୟାୟ ନମଃ । କ୍ଲୀଂ ଶିରସେ
ସ୍ୱାହା । ସୌଃ ଶିଖାୟୈ ବଷଟ୍ ।
ସୌଃ କବଚାୟ ହୁଂ । କ୍ଲୀଂ
ନେତ୍ରତ୍ରୟାୟ ବୌଷଟ୍ । ଐଂ ଅସ୍ତ୍ରାୟ ଫଟ୍ ।
ଭୂର୍ଭବସ୍ସୁବରୋମିତି ଦିଗ୍ବନ୍ଧଃ ।
॥ ଧ୍ୟାନମ୍ ॥
ସିନ୍ଦୂରାରୁଣ ବିଗ୍ରହାଂ ତ୍ରିନୟନାଂ
ମାଣିକ୍ୟମୌଲି ସ୍ଫୁରତ୍
ତାରା ନାୟକ ଶେଖରାଂ
ସ୍ମିତମୁଖୀମାପୀନବକ୍ଷୋରୁହାମ୍ ।
ପାଣିଭ୍ୟାମଲିପୂର୍ଣରତ୍ନଚଷକଂ
ରକ୍ତୋତ୍ପଲଂ ବିଭ୍ରତୀଂ
ସୌମ୍ୟାଂ ରତ୍ନ ଘଟସ୍ଥ ରକ୍ତଚରଣାଂ
ଧ୍ୟାୟେତ୍ ପରାମମ୍ବିକାମ୍ ॥
ଅରୁଣାଂ କରୁଣାତରଙ୍ଗିତାକ୍ଷୀଂ
ଧୃତପାଶାଙ୍କୁଶପୁଷ୍ପବାଣଚାପାମ୍ ।
ଅଣିମାଦିଭିରାବୃତାଂ
ମୟୂଖୈରହମିତ୍ୟେବ ବିଭାବୟେ ଭବାନୀମ୍ ॥
ଧ୍ୟାୟେତ୍ ପଦ୍ମାସନସ୍ଥାଂ
ବିକସିତବଦନାଂ ପଦ୍ମପତ୍ରାୟତାକ୍ଷୀଂ
ହେମାଭାଂ ପୀତବସ୍ତ୍ରାଂ
କରକଲିତଲସଦ୍ଧେମପଦ୍ମାଂ ବରାଙ୍ଗୀମ୍ ।
ସର୍ୱାଲଙ୍କାରୟୁକ୍ତାଂ ସତତ ମଭୟଦାଂ
ଭକ୍ତନମ୍ରାଂ ଭବାନୀଂ
ଶ୍ରୀବିଦ୍ୟାଂ ଶାନ୍ତମୂର୍ତିଂ
ସକଲସୁରନୁତାଂ ସର୍ୱ ସମ୍ପତ୍ପ୍ରଦାତ୍ରୀମ୍ ॥
ସକୁଙ୍କୁମବିଲେପନାମଲିକଚୁମ୍ବିକସ୍ତୂରିକାଂ
ସମନ୍ଦହସିତେକ୍ଷଣାଂ
ସଶରଚାପପାଶାଙ୍କୁଶାମ୍ ।
ଅଶେଷଜନମୋହିନୀଂ
ଅରୁଣମାଲ୍ୟଭୂଷାମ୍ବରାଂ
ଜପାକୁସୁମଭାସୁରାଂ ଜପବିଧୌ
ସ୍ମରାମ୍ୟମ୍ବିକାମ୍ ॥
ଲମିତ୍ୟାଦିପଞ୍ଚପୂଜା
``ଲଂ'' ପୃଥିବୀତତ୍ତ୍ୱାତ୍ମିକାୟୈ
ଶ୍ରୀଲଲିତାଦେବ୍ୟୈ ଗନ୍ଧଂ ପରିକଲ୍ପୟାମି ।
``ହଂ'' ଆକାଶତତ୍ତ୍ୱାତ୍ମିକାୟୈ
ଶ୍ରୀଲଲିତାଦେବ୍ୟୈ ପୁଷ୍ପଂ ପରିକଲ୍ପୟାମି ।
``ଯଂ'' ବାୟୁତତ୍ତ୍ୱାତ୍ମିକାୟୈ
ଶ୍ରୀଲଲିତାଦେବ୍ୟୈ ଧୂପଂ ପରିକଲ୍ପୟାମି ।
``ରଂ'' ବହ୍ନିତତ୍ତ୍ୱାତ୍ମିକାୟୈ
ଶ୍ରୀଲଲିତାଦେବ୍ୟୈ ଦୀପଂ ପରିକଲ୍ପୟାମି ।
``ବଂ'' ଅମୃତତତ୍ତ୍ୱାମିକାୟୈ
ଶ୍ରୀଲଲିତାଦେବ୍ୟୈ ଅମୃତଂ ମହାନୈବେଦ୍ୟଂ
ପରିକଲ୍ପୟାମି ।
``ସଂ'' ସର୍ୱତତ୍ତ୍ୱାତ୍ମିକାୟୈ
ଶ୍ରୀଲଲିତାଦେବ୍ୟୈ ସର୍ୱୋପଚାରପୂଜାଂ
ପରିକଲ୍ପୟାମି ।
(ତତଃ ପାରାୟଣଂ କୁର୍ୟାତ୍ ।)
କୈଲାଶ ନାଥ ଅଗ୍ରୱାଲ, ଶ୍ରୀ ବିଦ୍ୟା ଉପାସକ, ଫୋନ-9776380742

Comments
Post a Comment