ବାରାହୀ ତନ୍ତ୍ରୋକ୍ତ
ଦୁର୍ଭାଗ୍ୟ-ଧ୍ୱଂସିନୀ-ପୂଜା
ଶ୍ରୀ
ଯନ୍ତ୍ର ଉପରେ ଆଧାରିତ-
ଶ୍ରୀ ଯନ୍ତ୍ରର ମହାପୁଜା କରିସାରିଲାପରେ କ୍ରମରେ ନଵ ଆବରଣରେ 'ଦୁର୍ଗା ସପ୍ତସତୀ' ରେ ଥିବା 360 ଶକ୍ତିଙ୍କର ନାମରେ ଅର୍ଚ୍ଚନ ହୋଇଥାଏ. ଶ୍ରୀ ଯନ୍ତ୍ର’ ର ନବ ଆବରଣ
ପୂଜାର ପ୍ରତ୍ୟେକ ଆବରଣରେ 40-40 ନାମରେ ପୂଜନ ହୋଇଥାଏ ଓ ବିନ୍ଦୁରେ ସମଷ୍ଟି ରୂପରେ ପୂଜା ହୋଇଥାଏ। ଯେଉଁଥିରେ ନାଥବାସରସ୍ମରଣ, ତିଥି-ନିତ୍ୟା ସ୍ମରଣ ତଥା ଆବରଣ ଦେବୀ ଙ୍କର ଧ୍ୟାନ କରଣୀୟ ଅଟେ. ଶ୍ରୀ ଯନ୍ତ୍ରର ଦଶ ଆବରଣ ପୂଜା କରୁଥିବା ଉପାସକ ନବ ଆବରଣରେ 40-40 ନାମରେ ପୂଜା କରି ଦଶମ ଆବରଣରେ ସମଷ୍ଟି ରୂପରେ 360 ନାମରେ ଅର୍ଚ୍ଚନ କରାଯାଏ.
ଏହି 360 ଶକ୍ତି ଅର୍ଚ୍ଚନ 'ବାରାହୀ ତନ୍ତ୍ର' ରୁ ଆସିଅଛି ଓ ଶିବଙ୍କ ଦ୍ୱାରା ପ୍ରୋକ୍ତ ଅଟେ. ଏହା ଆଶ୍ୱିନ ଶୁକ୍ଳ ପକ୍ଷ ନଵ ରାତ୍ରରେ କରଣୀୟ ଅଟେ.
ପ୍ରତ୍ୟେକ ନାମର ପୂର୍ବରେ ' ଓଁ ଏୌଂ ହ୍ରୀଂ ଶ୍ରୀଂ ଏୌ କ୍ଳୀଂ ସୌଃ ଏବଂ ନାମର ପରେ ‘ନମଃ' ରହିବା ଆବଶ୍ୟକ ଅଟେ.
ଫଳଶ୍ରୁତି ଅନୁଯାଇ--
ଏହି ଶକ୍ତି ଅର୍ଚ୍ଚନ ଦ୍ୱାରା ଅତୀବ ମଂଦଭାଗ୍ୟ ବ୍ୟକ୍ତି, କୁବେର ସଦୃଶ ଧନୀ ଓ ସକାଳ ପ୍ରକାର ଦୁର୍ଭାଗ୍ୟ କୁ ଦୂରୀଭୂତ କରାଇ ଭାଗ୍ୟବାନ ହୋଇଥାଏ. ଏଠାରେ ଦାରିଦ୍ର୍ୟତା ଅର୍ଥ କେବଳ ଧନ’ ନୁହେ ବରଂ ଧନ, ମନ, ସ୍ଵାସ୍ଥ, ସମ୍ପର୍କ, ବିଦ୍ୟା ଆଦିକୁ
ବୁଝାଇ ଥାଏ।
ଶ୍ରୀ ଯନ୍ତ୍ର' କୁ ପ୍ରାଣ ପ୍ରତିଷ୍ଠା କରିବା ଦରକାର ଅଟେ। ବ୍ୟକ୍ତି ବିଶେଷ କୌଳ ଧର୍ମରେ ଶ୍ରୀ କୂଳରେ ଦୀକ୍ଷିତ ହେବା ଆବଶ୍ୟକ ଅଟେ. ସମ୍ପୂର୍ଣ କୌଳ ମହାପୂଜାରେ ଶ୍ରୀ ଯନ୍ତ୍ରକୁ ପ୍ରାଣ ପ୍ରତିଷ୍ଠା କଲେ ଏହା ଫଳପ୍ରଦ ହୋଇଥାଏ. ଏହି ପ୍ରୟୋଗ ପରୀକ୍ଷିତ ଅଟେ. ଏହି ପ୍ରକାରରେ 360 ଶକ୍ତିଙ୍କର ପୂଜା କରିବେ ଓ ବିନ୍ଦୁରେ ସମଷ୍ଟି ରୂପରେ ପୂଜା କରିବେ. ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିବେ.ଏହାପରେ, କୁମାରୀ ପୂଜା, ସୁବାସିନୀ ପୂଜା କରି ତାପରେ ବଳି [ଖିରୀ ରୂପରେ] ପ୍ରଦାନ, ହଵନ, ତର୍ପଣ ଓ ବ୍ରାହ୍ମଣ ଭୋଜନ ଆଦିରେ ସନ୍ତୁଷ୍ଟ କରାନ୍ତୁ. ଏବଂ ମୂଳ ମନ୍ତ୍ର ବୃଦ୍ଧି କ୍ରମରେ ଜପ କରନ୍ତୁ.
ଏହାପରେ 'ଦୁର୍ଗା ସପ୍ତସତୀ' ର 108 ଥର ପାଠ କରିବା ଅବଶ୍ୟକ ଅଟେ.ଏହି ପ୍ରକାରରେ ଯିଏ ପୂଜା କରିଥାଏ, ସିଏ ଏହି ସଂସାର ରେ ସମସ୍ତ ପ୍ରକାର ସୁଖ ଭୋଗ କରିଥାଏ.
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ
ଫୋନ-9337072187


Comments
Post a Comment