ବ୍ରହ୍ମାସ୍ତ୍ର ବଗଳା କବଚମ୍ (4)
(ସର୍ବଶତ୍ରୁ କ୍ଷୟଙ୍କରୀ ଓ ସର୍ବଦାରିଦ୍ର୍ୟ ନାଶକ)
(ଦକ୍ଷିଣାମୂର୍ତ୍ତି
ସଂହିତାରେ ଉଲି୍ଲଖିତ ପ୍ରସ୍ତୁତ ବଗଳାମୁଖୀ ବ୍ରହ୍ମାସ୍ତ୍ର ରକ୍ଷା କବଚ ନାମରୁ ଏହାର ମହତ୍ତ୍ଵ
ସ୍ପଷ୍ଟ ଅଟେ । ଏହି କବଚ ପାଠ ଦ୍ୱାରା ସମସ୍ତ ପ୍ରକାରର ଶତ୍ରୁ ଏବଂ ଦାରିଦ୍ରତା ନାଶ ହୋଇଥାଏ
ତଥା ସମସ୍ତ ଲୋକ ବଶୀଭୁତ ହୋଇଥାନ୍ତି । ଯେଉଁ ସାଧକ ଉକ୍ତ କବଚର ପାଠ ତିନି ସନ୍ଧ୍ୟାରେ କରିଥାଏ, ସେ ସମସ୍ତ ପ୍ରକାରର ଐଶ୍ୱର୍ଯ୍ୟ ପ୍ରାପ୍ତ
କରିଥାଏ । ରବିବାର କୁ ଯଦି ଦ୍ୱିତୀୟା ତିଥି ହୋଇଥାଏ ତେବେ ବ୍ରହ୍ମମୂହୁର୍ତ୍ତରେ ଏହି କବଚର ୧୦୦
ଥର ପାଠ କଲେ, ସିଦ୍ଧି ପ୍ରାପ୍ତ ହୋଇଥାଏ । ତୁରୀୟା
ସନ୍ଧ୍ୟା (ମଧ୍ୟରାତ୍ରି) ରେ ସଜ୍ୟା
ଉପରେ ବସି ଯେଉଁ ବ୍ୟକ୍ତି ଏହି କବଚର ପାଠ କରିଥାଏ ତାହାର ସମସ୍ତ ଶତ୍ରୁ ନଷ୍ଟ ହୋଇଥାନ୍ତି ଏବଂ
ଘରେ ସ୍ଥିର ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯେଉଁ ସାଧକ ବିଧି ପୂର୍ବକ ଉକ୍ତ କବଚର ପାଠ ୧୦୦୦ ଥର
କରିଥାଏ, ତାହାର ସମସ୍ତ କାମନା ପୁର୍ଣ୍ଣ ହୋଇଥାଏ, ବିଷର ନିବାରଣ ହୋଇଥାଏ, ରୁଣରୁ ମୁକ୍ତି ହୋଇଥାଏ ଏବଂ
ଭୂତ-ପ୍ରେତ-ପିଶାଚ ଆଦି ପୀଡ଼ାରୁ ମୁକ୍ତି ପାଇଥାଏ ।
ଉପରୋକ୍ତ ପାଠକୁ ପ୍ରାଣ ପ୍ରତିଷ୍ଠିତ ଯନ୍ତ୍ର ସମ୍ମୁଖରେ ପାଠ କରାଯାଇଥାଏ। ଆଗ୍ରହୀ ବ୍ୟକ୍ତି।ଙ୍କୁ ତାଙ୍କ email ରେ ଏହାର ପାଠ
ପଠାଇଦେବି.

Comments
Post a Comment