Skip to main content

ଅଭିଷେକ ପୂଜା ଓ ଉପକାରିତା

ବିଭିନ୍ନ ପ୍ରକାରର ଜ୍ଞାନ ମଧ୍ୟରେ ବେଦ ସର୍ବୋଚ୍ଚ ଏବଂ ବେଦକୁ କୌଣସି ପୁରସ୍କାର ଆଶା ନକରି ବୁଝିବାକୁ ପଡିଥାଏ. | ସେଥିପାଇଁ ଆମର ପ୍ରାଚୀନ ରୁଷି ମାନେ ମାନବିକତା ଉପରେ ଆଧ୍ୟାତ୍ମିକ ତଥା ଭୌତିକ ଉପକାର ପ୍ରଦାନ ପାଇଁ ରୀତିନୀତି ତଥା ସମାରୋହର ମାଧ୍ୟମ ରେ  ମନ୍ତ୍ରର ବିଭିନ୍ନ ଅଂଶ ବ୍ୟବହାର କରିବାକୁ ସର୍ବୋତ୍ତମ ଭାବିଥିଲେ କାରଣ ସେମାନେ ଜାଣିଥିଲେ ଯେ ଏହି ଦିନରେ ଖୁବ୍ କମ୍ ଲୋକ କେବଳ ବେଦ ଶିଖିବେ | ଶିବ ଶବ୍ଦକୁ ସାଧୁମାନେ ଜୀବନର ଜୁଏଲ୍ ଭାବରେ ବିବେଚନା କରନ୍ତି | ସେହି ଜୀବନ ରତ୍ନକୁ  ସମସ୍ତ ବେଦ ଦ୍ୱାରା ପ୍ରଶଂସିତ ହୋଇଥିଲା ଏବଂ ଏହାକୁ ଶଙ୍କର, ତ୍ରୟମ୍ବଙ୍କ  ଇତ୍ୟାଦି ମଧ୍ୟ କୁହାଯାଏ. ସେହି ଜୀବରତ୍ନ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଏକମାତ୍ର ଆଶ୍ରୟ ଏବଂ ଜୀବନରେ ସମସ୍ତ ସୁଖ ପ୍ରଦାନ କରେ | ଏହିପରି ଏକ ତୁଳନାତ୍ମକ ରୂପକୁ ପୂଜା କରିବା ପାଇଁ ଶିବଙ୍କର ସମସ୍ତ ଭକ୍ତ ନିମ୍ନଲିଖିତ ପାଞ୍ଚଟି ନିୟମ ପାଳନ କରୁଥିଲେ। (1) ରୁଦ୍ରାକ୍ଷ ଧାରଣମ୍; (୨) ନିର୍ଦ୍ଧିଷ୍ଟ କ୍ରମରେ ଭସ୍ମ ଧାରଣମ୍; [3] ପଞ୍ଚାକ୍ଷର ମନ୍ତ୍ର ଜପ, [4] ପ୍ରତିଦିନ ପଂଚାୟତନ ପୂଜା ଓ [5] ସଦାଶିବଙ୍କ ଧ୍ୟାନ ଅଟେ..

ପ୍ରାଚୀନ ସାଧୁମାନେ ଅନେକ ସମାରୋହ ଏବଂ ଆୟୋଜନରେ  ବେଦିକ୍ ମନ୍ତ୍ରର ପୂଜା ନିମିତ୍ତ ଏକ ନିର୍ଦ୍ଧିଷ୍ଟ ମାର୍ଗ ବ୍ୟବହାର କରିଛନ୍ତି.ଉଚ୍ଚ ଶକ୍ତି ମନ୍ତ୍ର ମଧ୍ୟରୁ ଶ୍ରୀ କୃଷ୍ଣ ଯଜୁର୍ବେଦୀର 'ତୈତ୍ତିରୀୟା ସଂହିତା' 'ଶ୍ରୀ ରୁଦ୍ରମ' ଅତ୍ୟନ୍ତ ପ୍ରଭାବ ପୁର୍ଣ ମନ୍ତ୍ର କୁହାଯାଏ.'ଶ୍ରୀ ରୁଦ୍ରମ' ଚତୁର୍ଥ ପ୍ରପାଠକର ପଞ୍ଚମ ଅଧ୍ୟାୟ ଅଟେ. ଏହି ଅଧ୍ୟାୟକୁ 11 ଭାଗରେ ବିଭକ୍ତ କରାଯାଇଅଛି ଯାହାକୁ 'ଅନୁବାକ' କୁହାଯାଏ. ଏହି ଅଧ୍ୟାୟରେ, ଭଗବାନ ଶିବଙ୍କ ଗୁଣର ପ୍ରଶଂସା ପ୍ରାର୍ଥନା ରୂପରେ କରାଯାଇଅଛି. ଏହା କେବଳ ନିଜର ଶୁଦ୍ଧତା ଏବଂ ଉଚ୍ଚ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ନୁହେଁ ବରଂ ନିଜର  ତଥା ସମଗ୍ର ଦେଶ ପାଇଁ କଲ୍ୟାଣ ଆଣିବା ପାଇଁ ପାଠ କରାଯାଏ. ଏହି 'ରୁଦ୍ର ପ୍ରଶ୍ନ' ରେ 'ନମଃ' ଶବ୍ଦ ବାରମ୍ବାର ଉଚ୍ଚାରଣ ହୋଇଥାଏ. ଏହି ଚତୁର୍ଥ ପ୍ରପାଠକର ସପ୍ତମ ଅଧ୍ୟାୟକୁ 'ଚମକମ;କୁହାଯାଏ. ଏହି ଅଧ୍ୟାୟ ମଧ୍ୟ 11 ଭାଗରେ ବିଭକ୍ତ କରାଯାଇଅଛି ଯାହାକୁ ଅନୁବାକ କୁହାଯାଏ. ଏହି 'ଚମକମ' ଅଧ୍ୟାୟରେ ଭୌତିକ, ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ଏବଂ 'ମୋକ୍ଷ' ନିମିତ୍ତ ପ୍ରାଥର୍ନା କରାଯାଇଅଛି. ଏହିଥିରେ,'ଚମେ' ଶବ୍ଦ ବହୁଳ ଭାବରେ ବ୍ୟବହାର କରାଯାଇଅଛି.ଏକ ନିର୍ଦ୍ଧିଷ୍ଟ କ୍ରମରେ ରୁଦ୍ର ମନ୍ତ୍ରକୁ ବାରମ୍ବାର ଜପକୁ 'ଜପ ଯଂଜ୍ଞ' କୁହାଯାଏ. ଏହି ଜପ ଯଂଜ୍ଞ ପରେ, ଅଭିଷେକ, ହଵନ, ଏବଂ ଅର୍ଚ୍ଚନ କଲେ ମନ୍ତ୍ରର ଦକ୍ଷତା ବୃଦ୍ଧି ପାଇଥାଏ. 

'ଶ୍ରୀ ରୁଦ୍ରମ' ଜପ ପୂର୍ବରୁ ବିସ୍ତୃତ 'ନ୍ୟାସ' କରାଯାଇଥାଏ. ଏହାକୁ 'ମହା ନ୍ୟାସ' କୁହାଯାଏ. ଏଥିରେ 16 ପ୍ରକାର ନ୍ୟାସ କରାଯାଇଥାଏ. ଯଥା-1. କେଶାଦି ପାଦାନ୍ତ ନ୍ୟାସ.2. ଦଶାଙ୍ଗ ନ୍ୟାସ, 3. ପାଦାଦି ମୁର୍ଦ୍ଧାନ୍ତ ପଞ୍ଚାଙ୍ଗ ନ୍ୟାସ 4. ହଂସ ଗାୟତ୍ରୀ 5. ଦିକ ସଂପୁଟ ନ୍ୟାସ 6. ଷୋଡଶାଙ୍ଗ ରୋୖଦ୍ରିକରଣମ୍ 7. ଗୁହ୍ୟାଦି ମସ୍ତକାନ୍ତ ଷଡ଼ଙ୍ଗ ନ୍ୟାସ 8. ଆତ୍ମା ରକ୍ଷା 9. ଶିବ ସଂକଳ୍ପ 10. ପୁରୁଷ ସୁକ୍ତ 11. ଉତ୍ତର ନାରାୟଣ 12. ଅପ୍ରତିରଥମ୍ 13. ପ୍ରତିପୁରୁଷମିତ୍ୟନୁବାକ 14. ତ୍ୱମଗ୍ନେ ରୁଦ୍ରୋନୁବାକ 15. ପଞ୍ଚାଙ୍ଗ ଜପ 16. ଅଷ୍ଟାଙ୍ଗ ପ୍ରଣାମ. 'ମହା ନ୍ୟାସ' ପରେ 'ଶ୍ରୀ ରୁଦ୍ରମ' 11 ଥର ପାଠ କରାଯାଏ. 11 ତମ ପାଠ କରିସାରିଲାପରେ 'ଚମକମ' ର ପ୍ରଥମ ଅନୁବାକ ପାଠ କରାଯାଏ. ଦ୍ୱିତୀୟ ଥର 11 ଥର 'ଶ୍ରୀ ରୁଦ୍ରମ' ପାଠ ପରେ 'ଚମକମ' ର  ଦ୍ୱିତୀୟ ଅନୁବାକ ପାଠ କରାଯାଏ.  ଏହିପରି କ୍ରମଶଃ 121 ଥର 'ଶ୍ରୀ ରୁଦ୍ରମ' ପାଠ ପରେ ଥରେ ସମ୍ପୂର୍ଣ 'ଚମକମ' ପାଠ ହୋଇଥାଏ. ମହତ୍ବପୂର୍ଣ କଥା ହେଲାଯେ, 11 ଥର 'ଶ୍ରୀ ରୁଦ୍ରମ' ପାଠ  11 ଟି ରୁଦ୍ରଙ୍କ ରୂପ ନିମିତ୍ତ କରାଯାଇଥାଏ. ଯଥା--.1. ମହାଦେବ 2. ଶିବ 3. ରୁଦ୍ର 4. ଶଙ୍କର 5. ନୀଳଲୋହିତ 6. ଈଶାନ 7. ବିଜୟ 8. ଭୀମ 9. ଦେବାଦେବ 10. ଭାବୋଦ୍ଭଵ 11. ଆଦିତ୍ୟାତ୍ମକ ରୁଦ୍ର. ଏହି 11 ଟି ରୁଦ୍ରଙ୍କୁ 11 ଟି କଲଶରେ ଜାଗ୍ରତ କରାଯାଏ. ଏହି ପାଠ 11 ପଣ୍ଡିତଙ୍କ ଦ୍ୱାରା ସମ୍ପର୍ଣ କରାଯାଏ. ପାଠ କରୁଥିବା ସମୟରେ ଅଭିଷେକ କରାଯାଏ. ତାପରେ ହଵନ, ଥରେ 'ଶ୍ରୀ ରୁଦ୍ରମ' ଓ ଥରେଚମକମର ପୁର୍ଣ ପାଠରେ କରାଯାଏ. ତାପରେ, ମଙ୍ଗଳ ଆରତୀ ଓ ପୁଷ୍ପାଞ୍ଜଳି ଦେଇ ପୂଜା ସମ୍ପର୍ଣ କରାଯାଏ. ଏହିପରି ପୂଜାକୁ 'ରୁଦ୍ର ଏକାଦଶିନୀ' ପୂଜା କୁହାଯାଏ. ଏହି ରୁଦ୍ର ଜପ ସମୟରେ ମନ,ବାକ୍, କାୟ, ଏବଂ ଶରୀରରେ ପବିତ୍ରତା ରହିବା ଉଚିତ ଅଟେ.  

. .  -ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚମକ ମନ୍ତ୍ର ସହିତ ରୁଦ୍ର ମନ୍ତ୍ର ଜପ କରିବାର ସମୁଦାୟ ସଂଖ୍ୟା,ଦିନ ସଂଖ୍ୟା ଏବଂ ପଣ୍ଡିତଙ୍କ ସଂଖ୍ୟା ସୁବିଧା ଅନୁଯାୟୀ ପରିବର୍ତ୍ତନ କରାଯାଇପାରେ | କିନ୍ତୁ ଏହି ପରିବର୍ତ୍ତନକୁ କେବଳ ନିର୍ଦ୍ଧାରିତ ପ୍ରଣାଳୀ ଅନୁଯାୟୀ କରିବାକୁ ହେବ ଯାହା ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀଗୁଡିକ ବାଦ ପଡିବ ନାହିଁ.

ଅଭିଷେକମ୍ ଏବଂ ଏହାର ଉପକାର===

1. ପଞ୍ଚଗବ୍ୟ [ କ୍ଷୀର, ଦଧି, ଘୃତ, ଗାଈ ପରିସ୍ରା ଓ ଗୋବର] --ପାପ କୁ ଦୂରୀଭୂତ କରେ.

2. ପଞ୍ଚାମୃତ --[ କଦଳୀ, ଗୁଡ଼, ଆଖୁ ଖଣ୍ଡ, ମଞ୍ଜି ବିହିନ ଖଜୁରୀ, ମଧୁ, କାଜୁ,ବାଦାମ, ଆଦି]--ଧନ ଲାଭ

3. ଘୃତ--ମୋକ୍ଷ, ଆର୍ଥିକ ଉନ୍ନତି

4. କ୍ଷୀର--ଦୀର୍ଘ୍ୟାୟୁ, ସନ୍ତାନ ପ୍ରାପ୍ତି

5. ଦଧି -- ସନ୍ତାନ ମାନଙ୍କ ନିମିତ୍ତ ଆଶୀର୍ବାଦ

6. ମଧୁ--ମଧୁର ବାଣୀ

7. ଚାଉଳ ଗୁଣ୍ଡ --ରୂଣରୁ ମୁକ୍ତି

8. ଆଖୁ ରସ --ଶତ୍ରୁ ବିନାଶ ଓ ଉତ୍ତମ ସ୍ୱାସ୍ଥ୍ୟ

9. ଳେମ୍ବୁ ରସ--ମୃତ୍ୟୁ ଭୟ ଦୂରୀକରଣ ଓ ରୋଗରୁ ମୁକ୍ତି

10. ନଡ଼ିଆ ଜଳ --ଆନନ୍ଦ ଓ ତୃପ୍ତି

11. ରନ୍ଧା ଅନ୍ନ --ରାଜ୍ୟ ପ୍ରାପ୍ତି ଓ ବୈଭବତା

12. ଚନ୍ଦନ--ଲକ୍ଷ୍ମୀ କୃପା

13. ଶର୍କରା ଜଳ --ଶତ୍ରୁ ବିନାଶ

14. ଜଳ--ଶାନ୍ତି

15. ରାଶି ତେଲ--ଅପମୃତ୍ୟୁ ରୁ ରକ୍ଷା

16. ହଳଦୀ--ରୋଗରୁ ରକ୍ଷା ଓ ପାରିବାରିକ ଝଗଡ଼ାରୁ ମୁକ୍ତି

17. ଦହି ଅନ୍ନ --ରୋଗରୁ ମୁକ୍ତି

18. ସ୍ଵର୍ଣ ଜଳ--ସମ୍ପର୍ଣ୍ଣତା

19. ଭସ୍ମ--ସମସ୍ତ ପାପରୁ ମୁକ୍ତି

20. ବିଲ୍ୱ ଜଳ--ଭୋଗ୍ୟ ଓ ଭାଗ୍ୟ

21. ଦୁର୍ବା--ନଷ୍ଟ ଦ୍ରବ୍ୟ ପ୍ରାପ୍ତି

22. ରୁଦ୍ରାକ୍ଷ ଜଳ--ମହା ଐଶ୍ୱର୍ଯ୍ୟତା

23. ଅଙ୍ଗୁର ରସ--ସକଳ କାର୍ଯ୍ୟ ସିଦ୍ଧି

24. ଖଜୁର ରସ --ଆନ୍ତରିକ ଓ ବାହ୍ୟ ଶତ୍ରୁ ରକ୍ଷା

25. କସ୍ତୁରୀ --ରାଜ୍ୟ ପ୍ରାପ୍ତି

26. ନଵ ରତ୍ନ ଜଳ-- ଗୃହ ପ୍ରାପ୍ତି ଓ ସମୃଦ୍ଧି

27. ଆମ୍ବ ରସ--ଲମ୍ବା ଦେହ ଖରାପ ରୁ ମୁକ୍ତି

ବିଶେଷ ଦ୍ରଷ୍ଟବ୍ୟ

ପଞ୍ଚାମୃତ ସ୍ନାନ -

ଏହାର ବାସ୍ତବିକ ଅର୍ଥ ହେଉଅଛି--1. ଶ୍ରୀ ରୁଦ୍ରମ ଓ ଚମକମ 2. ପୁରୁଷ ସୁକ୍ତ 3. ଶ୍ରୀ ସୁକ୍ତ  ଓ  ଲକ୍ଷ୍ମୀ ସୁକ୍ତ 4. ନାରାୟଣ ଓ ବିଷ୍ଣୁ ସୁକ୍ତ  5. ଦୁର୍ଗା ସୁକ୍ତ ଓ ସୂର୍ଯ୍ୟ ସୁକ୍ତ. ଅଭିଷେକ ସମୟରେ ଏହି ସୁକ୍ତ  ଗୁଡିକ ପାଠ କଲେ ହିଁ  ଏହାକୁ ପଞ୍ଚାମୃତ ଅଭିଷେକ  କୁହାଯାଏ. ଅଭିଷେକ ସମୟରେ ପଞ୍ଚାମୃତରେ  ସ୍ନାନ କୁ  ପଞ୍ଚାମୃତ ଅଭିଷେକ କୁହାଯାଏ ନାହି.


 

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...