Skip to main content

 


ଲକ୍ଷ୍ମୀ କୁଳାର୍ଣବୋକ୍ତ

ଶ୍ରୀ ଲଳିତା ମହାତ୍ରିପୁର ସୁନ୍ଦର୍ଯ୍ୟା

ଦାରିଦ୍ର୍ୟ -ଧ୍ୱଂସିନୀ ମହାପୁଜା-ବିଧାନ

ଶ୍ରୀ ଯନ୍ତ୍ର ଉପରେ ଆଧାରିତ-

ଶ୍ରୀ ଦେବ୍ୟୁବାଚ—

ଅତି ଦାରିଦ୍ରାୟାସିନ୍ଧୌ ତୁ ମାଗ୍ନାନାଂ ପରମେଶ୍ଵର 

ଉଦ୍ଧାରକ୍ରମତୋ ଦେବ ପୂଜାଂ ବଦ ବିଧାନତ:             

ଦାରିଦ୍ର୍ୟଧ୍ଵଂସନୀଂ ପୂଜାଂ ଲଳିତାୟା: ସବିସ୍ତାରମ

ଶୀଘ୍ରସମ୍ପତିସଦ୍ଧି ଭୁତାଂ କୃପୟା ବଦ ମେ ପ୍ରଭୋ

ଶ୍ରୀଇଶ୍ଵର ଉବାଚ—

ଶୀଘ୍ରସମ୍ପତପ୍ରସୀଦ୍ଧ୍ଯର୍ଥେ ଭାର୍ଗବେଣ କୃତା ପୁରା

ଶ୍ରୀମତ୍ରିପୁରସୁନ୍ଦର୍ଜ୍ୟା: ସା ପୂଜା କଥ୍ୟତେ ମୟା

ୟୟାତିମନ୍ଦଭାଗ୍ୟୋପି କୁବେରସଦୃଶୋ ଭୁବି

ଜାୟତେ ନାତ୍ର ସଦେହସ୍ତାଂ ପୂଜାଂ ଶ୍ରୁଣୁ ବଲ୍ଲଭେ

ଚକ୍ରପୂଜାଂ ବିଧାୟାଦୌ ନୈମିତିକମଥାଚରେତ୍

ତତ୍ତଦାବରଣସ୍ଥାନେଷ୍ୱିୟଂ ପୂଜା ବିଧିୟତେ

ଅର୍ଥାତ୍--'ଲକ୍ଷ୍ମୀ କୁଳାର୍ଣ୍ଣବ' ତନ୍ତ୍ରରେ ଶ୍ରୀ ଦେବୀ ପଚାରୁଛନ୍ତି: ' ହେ ପରମେଶ୍ୱର, ଅତି ଦାରିଦ୍ର୍ୟତା ସାଗରରେ ବୁଡି ରହିଥିବା ବ୍ୟକ୍ତିଙ୍କର ଉଦ୍ଧାର ନିମିତ୍ତ ଦେବ ପୂଜନର ବିଧାନ କୁହନ୍ତୁ, ଯାହାଦ୍ୱାରା ଶୀଘ୍ର ସମ୍ପତି ପ୍ରାପ୍ତ ହୋଇପାରିବ’. ଈଶ୍ୱର କହିଲେ:' ଶୀଘ୍ର ସମ୍ପତି ପାଇବା ନିମିତ୍ତ ଶୁକ୍ରାଚାର୍ଯ୍ୟ ଯେଉଁ ପୂଜା କରିଥିଲେ ତାହା ତ୍ରିପୁରା ସୁନ୍ଦରୀଙ୍କର ପୂଜା ଥିଲା.

ଏହି ପୂଜା 'ଦାରିଦ୍ର୍ୟ ଧ୍ୱଂସିନୀ' ପୂଜା ନାମରେ ବିଖ୍ୟାତ ଅଟେ. ଏହି ପୂଜା ରେ ଶ୍ରୀଯନ୍ତ୍ରରେ 184 ନାମ ଅର୍ଚ୍ଚନ ହୋଇଥାଏ. ଶ୍ରୀ ଯନ୍ତ୍ର ପୂଜାର ନବମ ଆବରଣର ପ୍ରତ୍ୟେକ ଆବରଣରେ 20-20 ନାମ ରେ ଅର୍ଚ୍ଚନ ହୋଇଥାଏ. ଏବଂ ବିନ୍ଦୁରେ ସମଷ୍ଟି ରୂପରେ 184 ନାମରେ ପୂଜନ ହୋଇଥାଏ.

ଫଳଶ୍ରୁତି ଅନୁଯାଇ—

[ଦେବୀଙ୍କର ଏହି ଶକ୍ତି ମାନଙ୍କର ଅର୍ଚ୍ଚନ ପ୍ରଯତ୍ନ ପୂର୍ବକ କରିବା ଆବଶ୍ୟକ ଅଟେ. ଏହି ପୂଜା ଦ୍ୱାରା ସମସ୍ତ ପ୍ରକାରର ସମ୍ପତି ସମୃଦ୍ଧି ପ୍ରାପ୍ତ ହୋଇଥାଏ. ତଥା-ସ୍ଥିର ଲକ୍ଷ୍ମୀ ପ୍ରାପ୍ତି ଓ ଗୃହର କର୍ତାଙ୍କ ନିକଟରେ ପୁତ୍ର, ପୌତ୍ର ଓ ସମସ୍ତ ଗୃହର ସଦସ୍ୟ ଅନୁଗାମୀ ହୋଇଥାନ୍ତି।  ଶ୍ରୀ ଚକ୍ର' ନିୟମିତ ପୂଜା କରିବା ଆବଶ୍ୟକ ଅଟେ. ପ୍ରଥମେ ଶ୍ରୀ ଚକ୍ର' ପୂଜା ସଂହାର' କ୍ରମରେ କରି ତାପରେ ସୃଷ୍ଟି' କ୍ରମରେ କରିବା ଦରକାର ଅଟେ. ପ୍ରକାଶ ଥାଉକି 'ଶ୍ରୀ ଯନ୍ତ୍ର' ପ୍ରାଣ ପ୍ରତିଷ୍ଠିତ ହେବା ଆବଶ୍ୟକ ଅଟେ]

 ବ୍ୟକ୍ତି ବିଶେଷ କୌଳ ଧର୍ମର ଶ୍ରୀ କୂଳରେ ଦୀକ୍ଷିତ ହେବା ଆବଶ୍ୟକ ଅଟେ. ସମ୍ପୂର୍ଣ କୌଳ ମହାପୂଜାରେ ଶ୍ରୀ ଯନ୍ତ୍ରକୁ ପ୍ରାଣ ପ୍ରତିଷ୍ଠା କଲେ ଏହା ଫଳପ୍ରଦ ହୋଇଥାଏ. ଶ୍ରୀ ଯନ୍ତ୍ରର ପ୍ରାଣ ପ୍ରତିଷ୍ଠା ଏକ ଜଟିଳତମ ପ୍ରକ୍ରିୟା ଅଟେ. ତେଣୁ 'ଶ୍ରୀ ବିଦ୍ୟା'ରେ ଦିକ୍ଷୀତ ଉପାସକ ଙ୍କ ଦ୍ୱାରା କରାଇବା ଉଚିତ୍ ଅଟେ.

ଶ୍ରୀ ୟନ୍ତ୍ର 'ନବ ଆବରଣ ପୂଜା' ରୂପରେ ପ୍ରସିଦ୍ଧ ଅଟେ

ବର୍ତ୍ତମାନ ଆମେ ଦାରିଦ୍ର୍ୟ ଧଂସିନୀ ପୂଜାର 184 ନାମ ଉପରେ ଆଲୋଚନା କରୁଅଛୁ. ପ୍ରତ୍ୟେକ ନାମର ପୂର୍ବରୁ ଓଁ ଏୌଂ ହ୍ରୀଂ ଶ୍ରୀଂ ଐଂ କ୍ଳୀଂ ସୌଃ ନାମ ଶେଷରେ ନମଃ' ଲଗାଇ ଅର୍ଚ୍ଚନ କରନ୍ତୁ

ଏହାର ଅନ୍ୟ ପ୍ରକାର ପ୍ରୟୋଗ ଅଛି, ଯାହାକି ଅନୁଷ୍ଠାନ ଭିତିକ ଅଟେ ଯେଉଁଥିରେ ଦଶ ଆବରଣ ପୂଜା ହୋଇଥାଏ। 

ଏଠାରେ ସାମାନ୍ୟ ପରିଚୟ ଦିଆଯାଇଅଛି। ଏଠାରେ, ଏହା ସୂଚିତ କରିବାକୁ ଚାଂହୁଛି ଯେ ଭାରତର ପ୍ରାଚୀନ ବିଦ୍ୟା କେତେ ଉଚ୍ଚ କୋଟିର ଅଟେ।  [ଏହି ବିଷୟରେ ବିଶେଷ ବୁଝିବାକୁ ହେଲେ ଲେଖକଙ୍କ ସହିତ ସମ୍ପର୍କ କରନ୍ତୁ।]

କୈଲାଶ ନାଥ ଅଗ୍ରୱାଲ, ଶ୍ରୀ ବିଦ୍ୟା ଉପାସକ

ଫୋନ-9337072187

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...