Skip to main content

 


ଲକ୍ଷ୍ମୀ କୁଳାର୍ଣବୋକ୍ତ

ଶ୍ରୀ ଲଳିତା ମହାତ୍ରିପୁର ସୁନ୍ଦର୍ଯ୍ୟା

ଦାରିଦ୍ର୍ୟ -ଧ୍ୱଂସିନୀ ମହାପୁଜା-ବିଧାନ

ଶ୍ରୀ ଯନ୍ତ୍ର ଉପରେ ଆଧାରିତ-

ଶ୍ରୀ ଦେବ୍ୟୁବାଚ—

ଅତି ଦାରିଦ୍ରାୟାସିନ୍ଧୌ ତୁ ମାଗ୍ନାନାଂ ପରମେଶ୍ଵର 

ଉଦ୍ଧାରକ୍ରମତୋ ଦେବ ପୂଜାଂ ବଦ ବିଧାନତ:             

ଦାରିଦ୍ର୍ୟଧ୍ଵଂସନୀଂ ପୂଜାଂ ଲଳିତାୟା: ସବିସ୍ତାରମ

ଶୀଘ୍ରସମ୍ପତିସଦ୍ଧି ଭୁତାଂ କୃପୟା ବଦ ମେ ପ୍ରଭୋ

ଶ୍ରୀଇଶ୍ଵର ଉବାଚ—

ଶୀଘ୍ରସମ୍ପତପ୍ରସୀଦ୍ଧ୍ଯର୍ଥେ ଭାର୍ଗବେଣ କୃତା ପୁରା

ଶ୍ରୀମତ୍ରିପୁରସୁନ୍ଦର୍ଜ୍ୟା: ସା ପୂଜା କଥ୍ୟତେ ମୟା

ୟୟାତିମନ୍ଦଭାଗ୍ୟୋପି କୁବେରସଦୃଶୋ ଭୁବି

ଜାୟତେ ନାତ୍ର ସଦେହସ୍ତାଂ ପୂଜାଂ ଶ୍ରୁଣୁ ବଲ୍ଲଭେ

ଚକ୍ରପୂଜାଂ ବିଧାୟାଦୌ ନୈମିତିକମଥାଚରେତ୍

ତତ୍ତଦାବରଣସ୍ଥାନେଷ୍ୱିୟଂ ପୂଜା ବିଧିୟତେ

ଅର୍ଥାତ୍--'ଲକ୍ଷ୍ମୀ କୁଳାର୍ଣ୍ଣବ' ତନ୍ତ୍ରରେ ଶ୍ରୀ ଦେବୀ ପଚାରୁଛନ୍ତି: ' ହେ ପରମେଶ୍ୱର, ଅତି ଦାରିଦ୍ର୍ୟତା ସାଗରରେ ବୁଡି ରହିଥିବା ବ୍ୟକ୍ତିଙ୍କର ଉଦ୍ଧାର ନିମିତ୍ତ ଦେବ ପୂଜନର ବିଧାନ କୁହନ୍ତୁ, ଯାହାଦ୍ୱାରା ଶୀଘ୍ର ସମ୍ପତି ପ୍ରାପ୍ତ ହୋଇପାରିବ’. ଈଶ୍ୱର କହିଲେ:' ଶୀଘ୍ର ସମ୍ପତି ପାଇବା ନିମିତ୍ତ ଶୁକ୍ରାଚାର୍ଯ୍ୟ ଯେଉଁ ପୂଜା କରିଥିଲେ ତାହା ତ୍ରିପୁରା ସୁନ୍ଦରୀଙ୍କର ପୂଜା ଥିଲା.

ଏହି ପୂଜା 'ଦାରିଦ୍ର୍ୟ ଧ୍ୱଂସିନୀ' ପୂଜା ନାମରେ ବିଖ୍ୟାତ ଅଟେ. ଏହି ପୂଜା ରେ ଶ୍ରୀଯନ୍ତ୍ରରେ 184 ନାମ ଅର୍ଚ୍ଚନ ହୋଇଥାଏ. ଶ୍ରୀ ଯନ୍ତ୍ର ପୂଜାର ନବମ ଆବରଣର ପ୍ରତ୍ୟେକ ଆବରଣରେ 20-20 ନାମ ରେ ଅର୍ଚ୍ଚନ ହୋଇଥାଏ. ଏବଂ ବିନ୍ଦୁରେ ସମଷ୍ଟି ରୂପରେ 184 ନାମରେ ପୂଜନ ହୋଇଥାଏ.

ଫଳଶ୍ରୁତି ଅନୁଯାଇ—

[ଦେବୀଙ୍କର ଏହି ଶକ୍ତି ମାନଙ୍କର ଅର୍ଚ୍ଚନ ପ୍ରଯତ୍ନ ପୂର୍ବକ କରିବା ଆବଶ୍ୟକ ଅଟେ. ଏହି ପୂଜା ଦ୍ୱାରା ସମସ୍ତ ପ୍ରକାରର ସମ୍ପତି ସମୃଦ୍ଧି ପ୍ରାପ୍ତ ହୋଇଥାଏ. ତଥା-ସ୍ଥିର ଲକ୍ଷ୍ମୀ ପ୍ରାପ୍ତି ଓ ଗୃହର କର୍ତାଙ୍କ ନିକଟରେ ପୁତ୍ର, ପୌତ୍ର ଓ ସମସ୍ତ ଗୃହର ସଦସ୍ୟ ଅନୁଗାମୀ ହୋଇଥାନ୍ତି।  ଶ୍ରୀ ଚକ୍ର' ନିୟମିତ ପୂଜା କରିବା ଆବଶ୍ୟକ ଅଟେ. ପ୍ରଥମେ ଶ୍ରୀ ଚକ୍ର' ପୂଜା ସଂହାର' କ୍ରମରେ କରି ତାପରେ ସୃଷ୍ଟି' କ୍ରମରେ କରିବା ଦରକାର ଅଟେ. ପ୍ରକାଶ ଥାଉକି 'ଶ୍ରୀ ଯନ୍ତ୍ର' ପ୍ରାଣ ପ୍ରତିଷ୍ଠିତ ହେବା ଆବଶ୍ୟକ ଅଟେ]

 ବ୍ୟକ୍ତି ବିଶେଷ କୌଳ ଧର୍ମର ଶ୍ରୀ କୂଳରେ ଦୀକ୍ଷିତ ହେବା ଆବଶ୍ୟକ ଅଟେ. ସମ୍ପୂର୍ଣ କୌଳ ମହାପୂଜାରେ ଶ୍ରୀ ଯନ୍ତ୍ରକୁ ପ୍ରାଣ ପ୍ରତିଷ୍ଠା କଲେ ଏହା ଫଳପ୍ରଦ ହୋଇଥାଏ. ଶ୍ରୀ ଯନ୍ତ୍ରର ପ୍ରାଣ ପ୍ରତିଷ୍ଠା ଏକ ଜଟିଳତମ ପ୍ରକ୍ରିୟା ଅଟେ. ତେଣୁ 'ଶ୍ରୀ ବିଦ୍ୟା'ରେ ଦିକ୍ଷୀତ ଉପାସକ ଙ୍କ ଦ୍ୱାରା କରାଇବା ଉଚିତ୍ ଅଟେ.

ଶ୍ରୀ ୟନ୍ତ୍ର 'ନବ ଆବରଣ ପୂଜା' ରୂପରେ ପ୍ରସିଦ୍ଧ ଅଟେ

ବର୍ତ୍ତମାନ ଆମେ ଦାରିଦ୍ର୍ୟ ଧଂସିନୀ ପୂଜାର 184 ନାମ ଉପରେ ଆଲୋଚନା କରୁଅଛୁ. ପ୍ରତ୍ୟେକ ନାମର ପୂର୍ବରୁ ଓଁ ଏୌଂ ହ୍ରୀଂ ଶ୍ରୀଂ ଐଂ କ୍ଳୀଂ ସୌଃ ନାମ ଶେଷରେ ନମଃ' ଲଗାଇ ଅର୍ଚ୍ଚନ କରନ୍ତୁ

ଏହାର ଅନ୍ୟ ପ୍ରକାର ପ୍ରୟୋଗ ଅଛି, ଯାହାକି ଅନୁଷ୍ଠାନ ଭିତିକ ଅଟେ ଯେଉଁଥିରେ ଦଶ ଆବରଣ ପୂଜା ହୋଇଥାଏ। 

ଏଠାରେ ସାମାନ୍ୟ ପରିଚୟ ଦିଆଯାଇଅଛି। ଏଠାରେ, ଏହା ସୂଚିତ କରିବାକୁ ଚାଂହୁଛି ଯେ ଭାରତର ପ୍ରାଚୀନ ବିଦ୍ୟା କେତେ ଉଚ୍ଚ କୋଟିର ଅଟେ।  [ଏହି ବିଷୟରେ ବିଶେଷ ବୁଝିବାକୁ ହେଲେ ଲେଖକଙ୍କ ସହିତ ସମ୍ପର୍କ କରନ୍ତୁ।]

କୈଲାଶ ନାଥ ଅଗ୍ରୱାଲ, ଶ୍ରୀ ବିଦ୍ୟା ଉପାସକ

ଫୋନ-9337072187

Comments

Popular posts from this blog

 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...
  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...