ଆର୍ଥିକ ଉନ୍ନତି ଓ ବାସ୍ତୁ
(ସାଧାରଣତଃ
ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା
କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର
ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)
ଆର୍ଥିକ ଉନ୍ନତି ପାଇଁ କିଛି ଟିପ୍ସ ନିମ୍ନରେ
ଦିଆଗଲା ।
-
ଉତର-ପଶ୍ଚିମ ଦିଗ- ବ୍ୟକ୍ତିବିଶେଷ ବା ଆର୍ଥିକ ଅନୁଷ୍ଠାନ ମାନଙ୍କ ଠାରୁ ସାହାଯ୍ୟ ମିଳିଥାଏ ।
ଯଦି ଏହି ଦିଗରେ ଟଏଲେଟ୍ ଥାଏ ତେବେ ଆପଣଙ୍କୁ କେହି ଆର୍ଥିକ ଉନ୍ନତି ପାଇଁ ସାହାଯ୍ୟ କରିପାରିବେ
ନାହିଁ । ଯଦି ଏହି ଦିଗରେ ସବୁଜ ରଙ୍ଗ ଥାଏ ତେବେ ଏହି ଦିଗ ଅସନ୍ତୁଳିତ ହୋଇଥାଏ । ଫଳରେ ଆର୍ଥିକ
ସ୍ଥିତିରେ ସ୍ଥିରତା ଆସିନଥାଏ ଏବଂ ସଦାସର୍ବଦା ଆର୍ଥିକ ସମସ୍ୟା ନିମିତ ଚିନ୍ତା କରିଥାନ୍ତି ।
-
ଆର୍ଥିକ ସାହାଯ୍ୟ ନିମିତ ଏହି ଦିଗକୁ ସନ୍ତୁଳିତ କରନ୍ତୁ ଯାହାଫଳରେ କି ସମାଜ, ବ୍ୟକ୍ତିବିଶେଷ କିମ୍ବା ବ୍ୟାଙ୍କ୍ଠାରୁ ଆପଣ
ଆର୍ଥିକ ସାହାଯ୍ୟ ଦର୍କାର୍ ସମୟରେ ପାଇପାରିବେ ।
ଉପଯୁକ୍ତ ରଙ୍ଗ ଉପଯୁକ୍ତ ଦିଗରେ ଲଗାଇଲେ ତାହା
ନକାରାତ୍ମକ ଉର୍ଜାକୁ ନଷ୍ଟ କରିଥାଏ ଓ ସକରାତ୍ମକ ଉର୍ଜାକୁ ବର୍ଦ୍ଧିତ କରିଥାଏ । ତେଣୁ ଆପଣ
ଉପଯୁକ୍ତ ରଙ୍ଗ ଉପଯୁକ୍ତ ଦିଗରେ ଲଗାଇବା ଉଚିତ୍ ଅଟେ ।
ଯଦି ଉତର ଦିଗରେ ଆପଣଙ୍କର ଅଫିସ୍ ଲାଲ୍
କିମ୍ବା ପିଙ୍କ୍ ରଙ୍ଗ ହୋଇଥାଏ ତେବେ ଆପଣ ସହଜରେ ଦେଇଥିବା ଟଙ୍କା ବା ବିକ୍ରି ହୋଇଥିବା
ପଦାର୍ଥର ମୁଲ୍ୟକୁ ଠିକ୍ରେ ଫେରିପାଇ ପାରିନଥାନ୍ତି । ଆପଣ ନୂତନ ଅର୍ଡର ପାଇପାରି ନଥାନ୍ତି ।
ଯଦି କୈାଣସି ପ୍ରକାରର ମେଟାଲ୍ ଆପଣଙ୍କ ଅଫିସ୍ର
ପୂର୍ବ ଦିଗରେ ଥାଏ ତେବେ ସରକାରଙ୍କ ପକ୍ଷରୁ ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ପକ୍ଷରୁ ସମସ୍ୟା
ଆସିଥାଏ । ଯାହାଫଳରେ
କି ଆପଣଙ୍କର ଆର୍ଥିକ ଉନ୍ନତି ହାଇନଥାଏ ।
ମାର୍କେଟିଂଗ୍ ବ୍ୟକ୍ତିମାନେ ନୀଳ ଏବଂ କଳା
ରଙ୍ଗ ବ୍ୟବହାର କରନ୍ତୁ ନାହିଁ ଓ ଅଫିସ୍ ଦକ୍ଷିଣ ଦିଗ ବ୍ୟବହାର କରନ୍ତୁ ନାହିଁ । ଏମାନଙ୍କ
ପାଇଁ ଧନକୁ ଆକର୍ଷିତ କରିବା ପାଇଁ ଉତର ଦିଗ ଉଚିତ୍ ଅଟେ ।
ମାର୍କେଟିଂଗ୍ ବ୍ୟକ୍ତିମାନେ ତାଙ୍କର
କାର୍ଯ୍ୟକଳାପ ଅଫିସ୍ର ପୂର୍ବ ଦିଗରେ କରନ୍ତୁ ଓ ଅଫିସ୍ରେ ହଳଦିଆ ଏବଂ ଧୁସର ରଙ୍ଗ ବ୍ୟବହାର
କରନ୍ତୁ ନାହିଁ । ସେମାନଙ୍କର ବସିବା ସ୍ଥାନ ନୀଳ ରଙ୍ଗ ହେବା ଉଚିତ୍ ଅଟେ । ନୀଳ ରଙ୍ଗ, ମାର୍କେଟିଂଗ୍ ବ୍ୟକ୍ତିମାନଙ୍କୁ ନୂତନ
ଗ୍ରାହକ ଓ ତାଙ୍କ ସହିତ ସମ୍ପର୍କ ରଖିବାରେ ସାହାଯ୍ୟ କରିଥାଏ । ସେମାନେ ପଶ୍ଚିମ ଦିଗକୁ ମୁହଁ
କରି ବସନ୍ତୁ ଯାହାଦ୍ୱାରା କି ପ୍ରଚୁର ଅର୍ଡର ଆସିଥାଏ ।
ଧନ ପ୍ରତ୍ୟେକ ବ୍ୟବସାୟର ଆତ୍ମା ଅଟେ ।
ବାସ୍ତୁ ସମତ ଘର, ଅଫିସ୍
ବା ଫ୍ୟାକ୍ଟ୍ରି, ଧନକୁ
ଆକର୍ଷିତ କରିଥାଏ ।
ଉତର ଦିଗର ସର୍ବପ୍ରଧାନ ରଙ୍ଗ ହେଉଅଛି ନୀଳ ।
ରୋଷେଇ କକ୍ଷ, ଟଏଲେଟ୍, ଡଷ୍ଟ୍ବିନ୍, ୱାସିଂଗ୍ା ମେସିନ୍, ମିକ୍ଶ୍ଚର୍ ଗ୍ରାଇଣ୍ଡର୍ ଓ ଲାଲ୍ ରଙ୍ଗ ଏହି
ଦିଗରେ ବ୍ୟବହାର କରନ୍ତୁ ନାହିଁ । ଅଫିସ୍ ରୁମ୍ରେ ମନି ପ୍ଲାଂଟ୍ ଏକ ସବୁଜ ରଙ୍ଗର ପାତ୍ରରେ
ରଖନ୍ତୁ କିମ୍ବା ଏକ ଜଙ୍ଗଲ୍ର ଛବି ଉତର ଦିଗରେ ଲଗାନ୍ତୁ । ଏହା ଧନ ଏବଂ ଉତମ କ୍ୟାରିଅର୍ ପାଇଁ
ସାହାଯ୍ୟ କରିଥାଏ । ଅଫିସ୍ର ଏକ ଉତମ ପ୍ରବେଶ ଦ୍ୱାର ଯଦି ଠିକ୍ ପଦରେ ଥାଏ ତେବେ ତାହା
ସମ୍ପନ୍ନତା ଓ ସୁଖ ଆଣିଥାଏ । ଯଦି ଅଫିସ୍ର ମୁଖ୍ୟ ଦ୍ୱାର ଠିକ୍ ପଦରେ ନଥାଏ ତେବେ ତାହା ଧନ
ଆଗମନରେ ସମସ୍ୟା ସୃଷ୍ଟି କରିଥାଏ । ଉଦାହରଣ ସ୍ୱରୂପ ଦକ୍ଷିଣ-ପଶ୍ଚିମ ଦ୍ୱାର ଋଣ ଦେବା, ଋଣ ନେବା ଏବଂ ଆର୍ଥିକ ସମସ୍ୟାକୁ
ନିମନ୍ତ୍ରିତ କରିଥାଏ । ଉତର ଦିଗରେ ଥିôବା ମୁଖ୍ୟ ଦ୍ୱାର କ୍ୟାରିଅର୍ ପାଇଁ ନୂତନ
ସୁଯୋଗ ସୃଷ୍ଟି କରିଥାଏ ଓ ଧନର ଆଗମନ ହୋଇଥାଏ । ପୂର୍ବ ଦିଗରେ ଘର ଓ ଅଫିସ୍ର ଦ୍ୱାର ଥିଲେ ତାହା
ମାନସିକ ଶାନ୍ତି ଆଣିଥାଏ । ଯଦି ପଶ୍ଚିମ ଦିଗରେ ମୁଖ୍ୟ ଦ୍ୱାର ଥାଏ ତାହା ପ୍ରଚୁର ଧନ ଓ ଲାଭ
ଆଣିଥାଏ ।
ରୋଷେଇ ଘରକୁ ଦକ୍ଷିଣ-ପଶ୍ଚିମ କିମ୍ବା
ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ କରନ୍ତୁ । ଏହାର ମଖ୍ୟ ରଙ୍ଗ ହେଲା-ଲାଲ୍, ଅରେଞ୍ଜ୍ ଏବଂ ପିଙ୍କ୍ । ଡ୍ରଇଂଗ୍ ରୁମ୍ ଓ
ଟେୁବୁଲ୍ ଉତର ଦିଗରେ ସ୍ଥାପନ କରନ୍ତୁ ।
ପଶ୍ଚିମ ଦିଗର ମୁଖ୍ୟ ରଙ୍ଗ ହେଲା ଧଳା ଏବଂ
ହଳଦିଆ । ଗୋଲାକାର ଆକୃତି ହେଉଛି ପୃଥିବୀ ତତ୍ୱର ଚିହ୍ନ । ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ସଂଚୟର
ଦିଗ ଅଟେ । ଏହାକୁ ସଦାସର୍ବଦା ସଫା ରଖନ୍ତୁ । ସୁଇମିଂଗ୍ପୁଲ୍ ଦକ୍ଷିଣ-ପଶ୍ଚିମ ଦିଗର ନର୍ମାଲ୍
ଗ୍ରାଉଣ୍ଡ୍ ଠାରୁ ତଳେ ରଖନ୍ତୁ ନାହିଁ । ଏହି ନିୟମ ଘର, ଅଫିସ୍ ଏବଂ ଅନ୍ୟ କୈାଣସି ବିଲ୍ଡିଂଗ୍ ପାଇଁ
ଉପଯୁକ୍ତ ଅଟେ ।
କ୍ୟାସ୍
ଲକର୍ କୈାଣସି ବିମ୍ ତଳେ ରଖନ୍ତୁ ନାହିଁ । କାରଣ ତାହା ଅର୍ଥ ଆଗମନରେ ବାଧା ସୃଷ୍ଟି କରିଥାଏ ।
ମନରଖନ୍ତୁ, ଉତର, ଉତର-ପୂର୍ବ, ଉତର-ପଶ୍ଚିମ, ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ପୂର୍ବ, ପୂର୍ବ-ଦକ୍ଷିଣ, ଦକ୍ଷିଣ-ଦକ୍ଷିଣ-ପୂର୍ବ ଓ ଦକ୍ଷିଣ ଦିଗ ଯଦି ସନ୍ତୁଳିତ ଥାଏ ଓ କୈାଣସି ପ୍ରକାର
ଦୋଷ ନଥାଏ ତେବେ ଆପଣଙ୍କୁ ଧନର ସୁରକ୍ଷା ଓ ସମୃଦ୍ଧି ମିଳିଥାଏ ।
ସମ୍ପର୍କ ଓ ବାସ୍ତୁ
(ସାଧାରଣତଃ
ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା
କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର
ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)
ବାସ୍ତୁ ଶାସ୍ତ୍ର ଅନୁଯାଇ ଭାଇ ଓ ଭଉଣୀଙ୍କ
ମଧ୍ୟରେ ସମ୍ପର୍କର ନିବିଡତା ନିମନ୍ତେ ଦକ୍ଷିଣ-ପଶ୍ଚିମ ଦିଗରୁ ଲାଲ୍ ଏବଂ ସବୁଜ ରଙ୍ଗ ବାହାର
କରିଦିଅନ୍ତୁ । ହଳଦିଆ ରଙ୍ଗର ଫୁଲର ପାତ୍ର ବ୍ୟବହାର କରନ୍ତୁ । ପାତ୍ର ମଧ୍ୟ ହଳିଦିଆ ରଙ୍ଗ
ହୋଇଥିବା ଦରକାର । ଲଭ୍ ବାର୍ଡ ଛବି କିମ୍ବା ମୂର୍ତୀ ଏହି ଦିଗରେ ସ୍ଥାପନ କରନ୍ତୁ । ଏହା ଫଳରେ ଭୁଲ୍ ବୁଝାମଣା ଓ ଅଶାନ୍ତି ଦୁରିଭୁତ
ହୋଇଥାଏ ।
ଉତର ଦିଗର ମୁଖ୍ୟ ଦ୍ୱାର ଯଦି ମହେନ୍ଦ୍ର ପଦରେ
ଥାଏ ତେବେ ସମ୍ପର୍କରେ ନିବିଡ଼ତା ଆଣିଥାଏ । ଯଦି ଘରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗରେ ଥାଏ କିମ୍ବା ପଶ୍ଚିମ-ଉତର-ପଶ୍ଚିମ ଦିଗରେ
ଥାଏ ତେବେ ସମ୍ପର୍କରେ ହାନି ଘଟାଇଥାଏ ।
ସମ୍ପର୍କର ନିବିଡତା ପାଇଁ ଦକ୍ଷିଣ-ପଶ୍ଚିମ
ଦିଗ ସର୍ବୋତମ ଅଟେ ।
ଯଦି ବ୍ୟାଙ୍କ୍ ସହିତ କିମ୍ବା ବ୍ୟବସାୟିକ
ଭାଗିଦାରୀଙ୍କ ସହିତ ସମ୍ପର୍କ ଖରାପ ରହେ ତେବେ ଉତର-ପଶ୍ଚିମ ଦିଗକୁ ଠିକ୍ କରନ୍ତୁ । ଏହାର ସମାଧାନ ପାଇଁ ଠିକ୍ ରଙ୍ଗ ଏହି ଦିଗରେ ବ୍ୟବହାର କରନ୍ତୁ । ଉତର ଦିଗ
ଗ୍ରାହକ ସହିତ ସମ୍ପର୍କକୁ ବୁଝାଇଥାଏ । ଯଦି ଏହି ଦିଗରେ ଦୋଷ ଥାଏ ତେବେ ସମ୍ପର୍କରେ ନ୍ୟୁନତା
ଆସିଥାଏ ।
ସରକାର ସହିତ ସମ୍ପର୍କରେ ପ୍ରଗାଢ଼ତା ଆଣିବା
ପାଇଁ ପୂର୍ବ ଦିଗରେ ଅଶୋକ ସ୍ତମ୍ବ ଟେବୁଲ ଉପରେ ରଖନ୍ତୁ । ଏହି ଦିଗର ବାସ୍ତୁ ଦୋଷକୁ ଦୁରିଭୁତ କରିବା ପାଇଁ
କଂସାର ସୂର୍ଯ୍ୟ ଲଗାନ୍ତୁ ।
ଦକ୍ଷିଣ-ପୂର୍ବ
ଦିଗରେ ଲାଲ୍ ରଙ୍ଗର ଫୁଲ ଲାଲ୍ ରଙ୍ଗର ପାତ୍ରରେ ସ୍ଥାପନ କରନ୍ତୁ କିମ୍ବା ଏହାର ଛବି ଲଗାନ୍ତୁ ।
ଏହା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ଭିତରେ ସମ୍ପର୍କର ବୃଦ୍ଧି ହୋଇଥାଏ ।
ଉତର-ପୂର୍ବ ଦିଗ ଠିକ୍ ନିଷ୍ପତି ନେଇଥାଏ ଏବଂ
ସମ୍ପର୍କରେ ବୃଦ୍ଧି କରାଇଥାଏ । ଯଦି ଏହି ଦିଗରେ କୈାଣସି ବାସ୍ତୁ ଦୋଷ ଥାଏ ତେବେ ତାହାକୁ
ଦୁରିଭୁତ କରନ୍ତୁ ।
ଉତର-ଉତର-ପଶ୍ଚିମ ଦିଗରେ ଯଦି ବାସ୍ତୁଦୋଷ ଥାଏ
ତେବେ ତାହାକୁ ଦୁରିଭୁତ କରନ୍ତୁ । ପତି ପତ୍ନୀ ଭିତରେ ସମ୍ପର୍କକୁ ନିବିଡ଼ତା ଆଣିବା ପାଇଁ ବିବାହ
ସମୟରେ ପତି ପତ୍ନୀଙ୍କର ଯେଉଁ ଫଟୋ ଥାଏ ତାକୁ ଏହି ଦିଗରେ ଲଗାନ୍ତୁ । ରାଧା ଓ କୃଷ୍ଣଙ୍କର ଫଟୋ
ମଧ୍ୟ ଲଗାଇପାରିବେ । ତେଣୁ ସମ୍ପର୍କର ନିବିଡ଼ତା ପାଇଁ ଉତର-ଉତର-ପୂର୍ବ, ଦକ୍ଷିଣ-ପୂର୍ବ, ପୂର୍ବ-ଦକ୍ଷିଣ-ପୂର୍ବ, ପୂର୍ବ-ଉତର-ପୂର୍ବ, ଦକ୍ଷିଣ, ଉତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଦିଗକୁ
ବାସ୍ତୁ ହିସାବରେ ଯଦି କୈାଣସି ଦୋଷା ଥାଏ ତାହାକୁ ଦୁରିଭୁତ କରନ୍ତୁ ।
ହୋଟେଲ୍ ଓ ବାସ୍ତୁ
(ସାଧାରଣତଃ
ବାସ୍ତୁଦୋଷ ସମାଧାନ ଦିଗରେ ବାସ୍ତୁ ଟିପ୍ସ ଦେଖିବାକୁ ମିଳିଥାଏ । କିନ୍ତୁ ବାସ୍ତବରେ ଏହା
କେତେ ଦୁରୁ କାର୍ଯ୍ୟ କରିଥାଏ? ଯଦି ବାସ୍ତୁଦୋଷ ଦୂର କରିବା ପୂର୍ବରୁ ପଂଚତତ୍ୱର ସନ୍ତୁଳନ, ମୁଖ୍ୟଦ୍ୱାରର ସନ୍ତୁଳନ, ରୋଷେଇ ଘରର ସନ୍ତୁଳନ ଓ ବାସ୍ତୁର ୧୬ଟି ଦିଗର
ସନ୍ତୁଳନ ନ କରାଯାଏ ତେବେ ବାସ୍ତୁ ଟିପ୍ସ ର କାର୍ଯ୍ୟକାରୀତା ସନ୍ଦେହସ୍ପଦ ହୋଇଥାଏ ।)
(୧)
ଉତରପୂର୍ବ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି
ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ସିଲ୍ଭର୍, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ
ବ୍ୟବହାର କରନ୍ତୁ ।
(୨)
ପୂର୍ବ-ଉତର-ପୂର୍ବ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।
ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍, ପିଙ୍କ୍, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର କରନ୍ତୁ ।
(୩)
ପୂର୍ବ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।
ଯଦିହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍, ପିଙ୍କ୍, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର
କରନ୍ତୁ ।
(୪)
ପୂର୍ବ-ଦକ୍ଷିଣ-ପୂର୍ବ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ସବୁଜ କିମ୍ବା ଧୁସର ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି
ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଲାଲ୍, ପିଙ୍କ୍, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ୍ ରଙ୍ଗ ବ୍ୟବହାର
କରନ୍ତୁ ।
(୫)
ଦକ୍ଷିଣ-ପୂର୍ବ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍, ପିଙ୍କ୍, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର
କରନ୍ତୁ ।
(୬)
ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ଲାଲ୍, ପିଙ୍କ୍, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର
କରନ୍ତୁ ।
(୭)
ଦକ୍ଷିଣ ଦିଗ -

(୮)
ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ । ଯଦି
ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ଲାଲ୍, ପିଙ୍କ୍, ଅରେଞ୍ଜ, ଭାଓଲେଟ୍ କିମ୍ବା ପର୍ପଲ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ସିଲ୍ଭର୍, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର
କରନ୍ତୁ ।
(୯)
ଦକ୍ଷିଣ-ପଶ୍ଚିମ ଦିଗ -

(୧୦)
ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍ଭର୍, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।
ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।
(୧୧)
ପଶ୍ଚିମ ଦିଗ -

(୧୨)
ପଶ୍ଚିମ-ଉତର-ପଶ୍ଚିମ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ସିଲ୍ଭର୍, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ ।
ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ ।
(୧୩)
ଉତର-ପଶ୍ଚିମ ଦିଗ -

(୧୪)
ଉତର-ଉତର-ପଶ୍ଚିମ ଦିଗ -
ଯଦି
ଏହି ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି
ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା ସିଲ୍ଭର୍, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର
କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ ହୋଇଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ
ବ୍ୟବହାର କରନ୍ତୁ ।
(୧୫)
ଉତର ଦିଗ -

(୧୬)
ଉତର-ଉତର-ପୂର୍ବ ଦିଗ -
ଯଦି ଏହି
ଦିଗରେ ଥିବା ହୋଟେଲ ସନ୍ତୁଳିତ ଥାଏ ତେବେ ହାଲୁକା ନୀଳ ରଙ୍ଗ ବ୍ୟବହାର କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ କଟିଥାଏ ତେବେ ହାଲୁକା
ସିଲ୍ଭର୍, ଧଳା କିମ୍ବା ମେଟାଲିକ୍ ରଙ୍ଗ ବ୍ୟବହାର କରନ୍ତୁ । ଯଦି ହୋଟେଲ୍ର ଏହି ଦିଗ ବର୍ଦ୍ଧିତ
ହୋଇଥାଏ ତେବେ ହାଲୁକା ଧୁସର କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ ।
Comments
Post a Comment