Skip to main content

 

ମହା- ଲିଂଗାର୍ଚ୍ଚନ

ଏହି ଅର୍ଚନ ଏକ ଅନ୍ୟନ  ବେଦିକ ଅର୍ଚ୍ଚନ ଅଟେ.  ଏହି ଅର୍ଚ୍ଚନରେ ଶିବଙ୍କୁ 'ଉମା ପାର୍ଥିବେଶ୍ୱର' ନାମରେ ପୂଜା କରାଯାଇଥାଏ.ଏହି ପୂଜାରେ 365 ମୃତିକା ଶିବ ଲିଙ୍ଗ [ ପାର୍ଥିବ ଲିଙ୍ଗ] ରେ ପୂଜା କରାଯାଇଥାଏ. ଏହି ମୃତିକା ଲିଙ୍ଗ ତିଆରି କରିବା  ସମୟରେ ପବିତ୍ର ମାଟିର ବ୍ୟବହାର କରାଯାଇଥାଏ. ମୃତ୍ତିକାରେ ଘୃତ ଓ ଚନ୍ଦନ ମିଶାଇ ଲିଙ୍ଗ ପ୍ରସ୍ତୁତ କରାଯାଏ. ଏହି ସବୁ ଲିଙ୍ଗକୁ 'କୈଳାଶ ପ୍ରସ୍ଥାରମ' [ଯାହାକି 'ଶିବ କୈଲାସମ'  ର ସୂଚକ] ରେ ସ୍ଥାପିତ କରାଯାଇଥାଏ.ଏହି 'ଶିବ ପ୍ରସ୍ଥାରମ'ରେ ଶିବ 12 ଆବରଣ ଓ 365 ରୁଦ୍ର ସ୍ୱରୂପ ରୂପରେ ବିଦ୍ୟମାନ ଥାଆନ୍ତି. ଶିବ ଓ ଶକ୍ତି ଙ୍କୁ ମନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ଶିବ ଲିଂଗରେ ଷୋଡଶ ଉପଚାର ପୂଜା ସମୟରେ  ଜାଗ୍ରତ କରାଯାଇ ଧନ, ଆରୋଗ୍ୟତା, ଭାଗ୍ୟ, ସମ୍ପର୍ଣ୍ଣତା ନିମିତ୍ତ ଆଶୀର୍ବାଦ ପ୍ରାର୍ଥନା  କରାଯାଇଥାଏ. ଏହି ପଦ୍ଧତି ' ତୈତ୍ତିରୀୟା ସଂହିତା', କୃଷ୍ଣ ଯଜୁର୍ବେଦ ରୁ ଆସିଅଛି. ପ୍ରତ୍ୟେକ ମୃତିକା ଲିଙ୍ଗକୁ ବିଭୁତି, ଚନ୍ଦନ ଓ କୁମକୁମ ଦ୍ୱାରା ସଜ୍ଜି କରଣ କରାଯାଇଥାଏ. ସବୁ ରୁଦ୍ରଙ୍କୁ ଏକ ନିର୍ଦ୍ଧିଷ୍ଟ ରୂପରେ ଶ୍ରୀ ଗଣେଶ ମୂର୍ତି ସହିତ ସ୍ଥାପିତ କରାଯାଇଥାଏ.

ଏହି ମହା- ଲିଂଗାର୍ଚ୍ଚନ'ରେ ଶିବ ଙ୍କର 'ଶାନ୍ତ' ସ୍ୱରୂପ [ଦକ୍ଷିଣା ମୂର୍ତି ] ଙ୍କୁ ପୂଜା କରାଯାଏ  ଯିଏକି 'ତ୍ରିପୁରା ସୁନ୍ଦରୀ' ପୀଠ ରେ ବସିଛନ୍ତି ଏବଂ ଶିବ ଓ ଉମା ଉଭୟ ତାଣ୍ଡବେଶ୍ଵର ଙ୍କର ନୃତ୍ୟ ଓ ଗାୟନ ଦ୍ୱାରା ଆନନ୍ଦିତ ହେଉଛନ୍ତି. 

ସର୍ବ ପ୍ରଥମେ ଗଣେଶ ଓ ଅମ୍ବିକା ଙ୍କର ପୂଜା କରାଯାଇଥାଏ. ତାପରେ, ସଂକଳ୍ପ, କଲଶ ସ୍ଥାପନ, ନବଗ୍ରହ ପୂଜା ସୂର୍ଯ୍ୟ ପୂଜା ଆଦି ହୋଇଥାଏ.

ନିଜକୁ ରୁଦ୍ର ରୂପରେ ଭାବି ପୂଜା କରାଯାଇଥାଏ.ମହା ନ୍ୟାସ ଦ୍ୱାରା ନିଜର ଶରୀରକୁ, ମନ କୁ ପବିତ୍ରତା କରାଇ ଶରୀରର ପ୍ରତ୍ୟେକ ଅଙ୍ଗ ଓ ପ୍ରତ୍ୟେଙ୍ଗରେ ରୁଦ୍ରଙ୍କର ବିଭିର୍ନ ରୁପକୁ ଅବତରୀତ କରାଇ ନିଜକୁ ରୁଦ୍ର ରୂପରେ ପରିବର୍ତିତ କରିବାକୁ ହୋଇଥାଏ. ଏହି ପରିବର୍ତିତ ରୂପ ନିମିତ୍ତ meditation, visualisation affirmation ଉପରେ ଦକ୍ଷତା ନିତ୍ୟାନ୍ତ ଆବଶ୍ୟକ ଅଟେ. କେବଳ ଶରୀରକୁ ପାଠ ସମୟରେ ସ୍ପର୍ଶ କଲେ କୌଣସି ଫଳପ୍ରଦ ହେବ ନାହିଁ. ପ୍ରକୁତ ଜ୍ଞାନ ଓ ଉପଯୁକ୍ତ ଅଭ୍ୟାସର  ଆବଶ୍ୟକତା  ହୋଇଥାଏ. ମହା ନ୍ୟାସ ସମ୍ପୂର୍ଣ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁରକ୍ଷା ଦେଇଥାଏ.

'ଶ୍ରୀ ରୁଦ୍ରମ' ଜପ ପୂର୍ବରୁ ବିସ୍ତୃତ 'ନ୍ୟାସ' କରାଯାଇଥାଏ. ଏହାକୁ 'ମହା ନ୍ୟାସ' କୁହାଯାଏ. ଏଥିରେ 16 ପ୍ରକାର ନ୍ୟାସ କରାଯାଇଥାଏ. ଯଥା-1. କେଶାଦି ପାଦାନ୍ତ ନ୍ୟାସ.2. ଦଶାଙ୍ଗ ନ୍ୟାସ, 3. ପାଦାଦି ମୁର୍ଦ୍ଧାନ୍ତ ପଞ୍ଚାଙ୍ଗ ନ୍ୟାସ 4. ହଂସ ଗାୟତ୍ରୀ 5. ଦିକ ସଂପୁଟ ନ୍ୟାସ 6. ଷୋଡଶାଙ୍ଗ ରୋୖଦ୍ରିକରଣମ୍ 7. ଗୁହ୍ୟାଦି ମସ୍ତକାନ୍ତ ଷଡ଼ଙ୍ଗ ନ୍ୟାସ 8. ଆତ୍ମା ରକ୍ଷା 9. ଶିବ ସଂକଳ୍ପ 10. ପୁରୁଷ ସୁକ୍ତ 11. ଉତ୍ତର ନାରାୟଣ 12. ଅପ୍ରତିରଥମ୍ 13. ପ୍ରତିପୁରୁଷ ମିତ୍ୟନୁବାକ 14. ତ୍ୱମଗ୍ନେ ରୁଦ୍ରୋନୁବାକ 15. ପଞ୍ଚାଙ୍ଗ ଜପ 16. ଅଷ୍ଟାଙ୍ଗ ପ୍ରଣାମ

ମହା ନ୍ୟାସ ପରେ, 12 ଆବରଣ ପୂଜା କରାଯାଏ.ଯଥା -1.ଅଷ୍ଟ ଦିକପାଳ 2. ଅଷ୍ଟଦିକ୍ଷୁ3. ତାଣ୍ଡବେଶ୍ୱର 4. ଅଷ୍ଟ ଗଣପତି5. ଅଷ୍ଟ ମୂର୍ତି 6. ପଞ୍ଚ ବ୍ରହ୍ମ 7. ଏକାଦଶ ରୁଦ୍ର 8. ଷଟ ତାରକ ଲିଂଗାନି 9. ଦକ୍ଷିଣା ମୂର୍ତି 10. ତ୍ରିପୁରା ସୁନ୍ଦରୀ ପୀଠ 11. ମହାଲୀଙ୍ଗମ12.ଚଣ୍ଡେଶ୍ୱର , ଚିତ୍ରା , ଚିତ୍ରଗୁପ୍ତ , ଯମ ଓ ଚନ୍ଦ୍ର.

. ପୂଜା କ୍ରମରେ ରହିବା ଦରକାର. ପ୍ରତ୍ୟେକ ଆବରଣ ପୂଜା ପରେ 16 ଉପଚାର ପୂଜା ଆବଶ୍ୟକ ହୋଇଥାଏ.ପ୍ରତ୍ୟେକ 16 ଉପଚାର ପୂଜା ପରେ 11 ପ୍ରକାରର ପୁଷ୍ପାଞ୍ଜଳି, ଆରତୀ, ଓ ପ୍ରାଥନା କରିବାକୁ ହୋଇଥାଏ.

ଆବରଣ ପୂଜା ପରେ ଅଭିଷେକ କରାଯାଏ. ନିର୍ଦ୍ଧିଷ୍ଟ ପ୍ରଣାଳୀରେ ଅଭିଷେକ କରାଯାଏ. ଅଭିଷେକ ସମୟରେ 11 ଥର 'ନମକ' ପାଠ କଲାପରେ ଚମକ ର ପ୍ରଥମ ଅନୁବାକ ପାଠ କରାଯାଏ. ଏହିପରି 121 ଥର ନମକ ପାଠ ରେ ଚମକ ର  ପୁର୍ଣ 11ଟି  ଅନୁବାକ ପାଠ ହୋଇଥାଏ.

ତାପରେ, ଉମା ଓ ଶିବ ଙ୍କ ' ତ୍ରିଶତି' ନାମରେ ପୁଷ୍ପ ଓ ଅକ୍ଷତ ଅର୍ପଣ କରାଯାଇଥାଏ.'ତ୍ରିଶତି' ନାମ ମହା ନ୍ୟାସ ର ଏକ ବିଶେଷ ଅଂଶ ଅଟେ.

ତାପରେ, ପୁରୁଷ ସୁକ୍ତ, ନାରାୟଣ ସୁକ୍ତ, ବିଷ୍ଣୁ ସୁକ୍ତ, ଶ୍ରୀ ସୁକ୍ତ, ଲକ୍ଷ୍ମୀ ସୁକ୍ତ, ଦୁର୍ଗା ସୁକ୍ତ, ଦେବୀ ଅଥର୍ବ ଶୀର୍ଷ  ଓ ସୂର୍ଯ୍ୟ ଅଥର୍ବ ସୁକ୍ତ ଓ ସୂର୍ଯ୍ୟ ସୁକ୍ତ ପାଠ କରାଯାଏ.

ଏହି ଉପର ଲିଖିତ ସୁକ୍ତ କୁ ' ପଞ୍ଚାମୃତ ସ୍ନାନ' କୁହାଯାଏ.

ତାପରେ ଦକ୍ଷିଣା ମୂର୍ତି ଶିବ ଓ ତ୍ରିପୁରା ସୁନ୍ଦରୀ ଙ୍କ ପୂଜା କରାଯାଏ.

ଶିବ ଓ ଶକ୍ତି  ଙ୍କ ଅତ୍ୟଧିକ ପ୍ରୀତି ନିମିତ୍ତ 365 ଦୀପ ଦର୍ଶନ ଓ ଆରାଧନା କରାଯାଇଥାଏ. ଏହାପରେ ହଵନ କରାଯାଇଥାଏ.

ନିଃସନ୍ଦେହ ଏହା ଏକ ବିସ୍ତୃତ ପୂଜା ଅଟେ. ଏହି ପୂଜାରେ 9 ଘଣ୍ଟାରୁ 10ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ ଓ 11 ଜଣ ପଣ୍ଡିତ ବିନିଯୋଗ ହୋଇଥାନ୍ତି.

ଏହି ପୂଜା ପରୀକ୍ଷିତ ଅଟେ. ଏହା ଆପଣଙ୍କ ଗୋଟିଏ କାମନା କୁ ପୁର୍ଣ ସଫଳତା ଦେଇଥାଏ.

ଏହି ପୂଜା ଶ୍ରାବଣ, କାର୍ତିକ, ତ୍ରୟୋଦଶ ତିଥୀ [ ପ୍ରତ୍ୟେକ ମାସର କୃଷ୍ଣ ଓ ଶୁକ୍ଳ  ପକ୍ଷ] ଓ ଜନ୍ମ ନକ୍ଷତ୍ର ଆଦିରେ ପୂଜା ନିମିତ୍ତ ପ୍ରଶସ୍ତ ଅଟେ.

ଉପକାରିତା –

1.ସମସ୍ତ ପ୍ରକାରର ଦୁର୍ଭାଗ୍ୟକୁ ନାଶ କରିଥାଏ.

2.ଅତୀତ ଓ ବର୍ତ୍ତମାନ କର୍ମ ଦୋଷକୁ ନଷ୍ଟ କରିଥାଏ.

3.ଧନ ଓ ସମ୍ପତି ରେ ବୃଦ୍ଧି

4. ସ୍ୱାସ୍ଥ୍ୟରେ ଉନ୍ନତି

5. ସମସ୍ତ ପ୍ରକାର ରୂଣରୁ ମୁକ୍ତି

[ ପରୀକ୍ଷିତ]



Comments

  1. ମୁଁ ରୁଦ୍ର ଙ୍କ ର ଏହି ବଶେଷ ପୂଜା ବିଧି ରେ ଅତ୍ୟନ୍ତ ଅନୁପ୍ରାଣିତ

    ReplyDelete

Post a Comment

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...