Skip to main content

 ଶ୍ରୀ ବଗଳାମୁଖୀ ଙ୍କ କେତେକ ପ୍ରୟୋଗାତ୍ମକ ବିବରଣୀ କ୍ରମଶଃ ଆଜିଠାରୁ ଦେବାକୁ ଯାଉଅଛି। ପ୍ରସ୍ତୁତ ପାଠ ପ୍ରାଣ ପ୍ରତିଷ୍ଠିତ ବଗଳାମୁଖୀ ଯନ୍ତ୍ରକୁ ରକ୍ଷି ପଞ୍ଚ ଉପଚାର ପୂଜା [ଧୂପ, ଦୀପ, ପୁଷ୍ପ, ଗନ୍ଧ ଓ ନୈବେଦ୍ୟ] କରିବାକୁ ହୋଇଥାଏ। ସମୟ ଅବଧି-100 ଦିନ, ବସ୍ତ୍ର ଓ ଆସନ-ପିତ ଓ ଯେକୌଣସି ନିର୍ଦ୍ଧିଷ୍ଟ ସମୟରେ।

(ଶ୍ରୀବଗଳା - ଶିବ - ପ୍ରାଣ - ପ୍ରଦ କବଚମ୍‌)

(ଏକ-ବୀରା ତନ୍ତ୍ରରେ ସଙ୍କଳିତ ଭଗବତୀ ବଗଳାଙ୍କର ଉକ୍ତ କବଚ ବିଶେଷତା ରଖିଅଛି । ପ୍ରଥମରେ ଯଦି କୌଣସି ବ୍ୟକ୍ତି ଶତ୍ରୁଙ୍କ ଦ୍ୱାରା, ବା ଧନ ଏବଂ ପରାକ୍ରମ ଦ୍ୱାରା ଗର୍ବିତ ବ୍ୟକ୍ତିଙ୍କ ଦ୍ୱାରା ପୀଡ଼ିତ ହେଉଥାଏ, ଅଥବା ଜୀବଜନ୍ତୁଙ୍କ ଦ୍ୱାରା ଭୟଭୀତ ହେଉଥାଏ, ତେବେ ସେମାନଙ୍କର ସ୍ତମ୍ଭନ ପାଇଁ ଏହି କବଚ ଉପଯୁକ୍ତ ଅଟେ । ଦ୍ୱିତୀୟରେ  ପୂର୍ବପୀଠିକାଦ୍ୱାରା ଏହା ସ୍ପଷ୍ଟ ଅଟେ ଯେ କୃତ - ଯୁଗରେ ଏକ ଭୟଙ୍କର ବାତ-କ୍ଷୋଭ ଉପସ୍ଥିତ ହୋଇଥିଲା, ଯାହାଦ୍ୱାରା କି ସାତ ସମୁଦ୍ର ଏକାକାର ହୋଇଯାଇଥିଲା ଏବଂ ଦେବତାମାନେ ଭୟଭୀତ ହୋଇଯାଇଥିଲେ । ଇନ୍ଦ୍ର, ବିଷ୍ଣୁ ଆଦି ଦେବତା ଶଙ୍କରଙ୍କର ଶରଣାଗତ ହୋଇଥିଲେ । ସେହି ସମୟରେ ଶଙ୍କର ଦେବତାମାନଙ୍କର ଭୟକୁ ଦୂର କରିବା ପାଇଁ ଏହି କବଚ ପ୍ରଦାନ କରିଥିଲେ । ତୃତୀୟରେ - ଭସ୍ମାସୁରର ତ୍ରାସରୁ ରକ୍ଷା ପାଇବା ପାଇଁ ଶ୍ରୀ ଶିବ ଏହି କବଚ ପାଠ ଦ୍ୱାରା ନିଜର ରକ୍ଷା କରିପାରିଥିଲେ । ତେଣୁ ଏହି କବଚକୁ ଶିବ-ପ୍ରାଣ-ପ୍ରଦକୁହାଯାଏ ।

          ଏହି କବଚକୁ ପାଠ କରିବା ସମୟରେ ଅର୍ଥ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍ ଅଟେ । ଯଥା - ସ୍କନ୍ଦ-ସ୍ତନ-ପ୍ରଦା : ସ୍କନ୍ଦ ସ୍ୱାମୀ (କର୍ତିକେୟ) ଙ୍କୁ ସ୍ତନ-ପାନ କରାଇଥିବା, ବାମାଙ୍ଗ-ହାରିଣୀ : ଶିବଙ୍କର ବାମ ଅଙ୍ଗକୁ ହରଣ କରି ତାଙ୍କୁ ଅର୍ଦ୍ଧନାରୀଶ୍ୱର ରୂପରେ ପରିବର୍ତିତ କରିବା, ଗଗନ-ରୁପ-ଧୃକ୍ : ଆକାଶ-ରୂପକୁ ଧାରଣ କରିଥିôବା - ଏହା ଦ୍ୱାରା ପୀତ୍ୱା ପୀତ୍ୱୈକ-ଶେଷାଂର ସ୍ମୃତି ହେବା । ଏହି ପ୍ରକାରରେ କବଚରେ ଥିବା ଅନ୍ୟନାମର ଅର୍ଥକୁ ଗଭୀର ରୁପରେ ବୁଝିବା ଦରକାର ଅଟେ । ଏହି କବଚକୁ ଷଡ଼୍‌ଚକ୍ର ରୁପରେ ବୁଝି ଧ୍ୟାନ କରିବା ଆବଶ୍ୟକ ଅଟେ ।)

          (ସାମୟଂ = ମନୋ-ବ୍ୟଥା-ସହିତ, ଶିବ-ଗେହିନୀ = ଶିବଙ୍କର ପତ୍ନୀ, ଚିବୁକେ = ଥୋଡ଼ ରେ, ପୀତ-ବପୁର୍ଧରା = ସୁନ୍ଦର ପୀତ ଛବି, ହନ୍ୟାତ୍ ଶତୃନ୍ = ଶତୃଙ୍କୁ ନଷ୍ଟ କରିବା, ଜିହ୍ୱାଂ ବିଦାରୟ = ଶତ୍ରୁର ବାକ୍ ଶକ୍ତିକୁ ଛିନ୍ନ ଭିନ୍ନ କରିବା ।)

ଶ୍ରୀ ଗଣେଶାୟ ନମଃ । ପ୍ରଥମଂ ଗୁରୁଂ ଧ୍ୟାୟେତ୍ ।

ଶ୍ରୀ ଦେବ୍ୟୁବାଚ

ରାଜ୍ଞାଂ ମଣ୍ଡଳିକାଦେବୀ ବଗଳୋପରି ସର୍ପତାମ୍ ।

ସବର୍ଣ୍ଣାନାଂ ମହାଦେବ ଧନବିପ୍ଲୁତଚେତସାମ୍ ା୧।।

ଦୁଷ୍ଟସର୍ପାଦଜନ୍ତୁନାଂ ସ୍ତମ୍ଭନଂ ବଦ ଶଙ୍କର

ଶ୍ରୀଭୈରବ ଉବାଚ

ପୁରା କୃତୟୁଗେ ଦେବି ବାତକ୍ଷୋଭ ଉପସ୍ଥିତେ ।ା୨।।

ମହାର୍ଣ୍ଣବାନାମେକତ୍ୱେ ଗତେ କ୍ଷୋଭଂ ଭୟଂ ୟୟୁଃ

ସେନ୍ଦ୍ରାଃ ସବୈଷ୍ଣବାଃ ସର୍ବେ ସଭୟଂ ମାମୁପସ୍ଥିତାଃ ।ା୩।।

ଶିବ ଶଙ୍କର ରୁଦ୍ରେଶ ରକ୍ଷାଽସ୍ମାନ୍ ଶରଣାଗତାନ୍ ।

ମହାବାତାଦି ସଂକ୍ଷୋଭଭୟାଦସ୍ମାନ୍ ମହାର୍ଣ୍ଣବାତ୍ ।ା୪।।

ତଚ୍ଛୁତ୍ୱାଅହଂ ମହେଶାନି କବଚଂ ପୂର୍ବନିର୍ମିତମ୍ ।

 ଦତ୍ତବାନ୍ ସର୍ବଦେବେଭ୍ୟୋ ମହାଭୟନିକୃନ୍ତନମ୍ ।ା୫।।

କବଚଂ ବଗଳାମୁଖ୍ୟାଃ ଶିବପ୍ରାଣପ୍ରଦଂ ମହତ୍ ।

ପୂର୍ବଂ ଉସ୍ମାସୁରତ୍ରାସାଦ୍ ଭୟବ୍ୟାକୁଳିତଃ ସ୍ୱୟମ୍ ।ା୬।।

ପଚ୍ୟନ୍ତେ ତେନ ମତ୍‌ପ୍ରାଣାସ୍ତାନ୍ ରରକ୍ଷ ମହେଶ୍ୱରୀ ।

ଶିବପ୍ରାଣପ୍ରଦଂ ତସ୍ୟ ବିଶ୍ରୁତଂ ରକ୍ଷକଂ ପରମ୍ ।ା୭।।

          ଓଁ ଅସ୍ୟ ଶ୍ରୀବଗଳାମୁଖୀ କବଚସ୍ୟ ଶ୍ରୀ ଭୈରବ ଋଷିଃ ଉଷ୍ଣିକ୍‌, ଛନ୍ଦଃ, ଅଦ୍ୱୈତରୂପିଣୀ ମହାସ୍ତମ୍ଭନକାରିଣୀ ଶ୍ରୀପୀତାମ୍ବରା ଦେବୀ, ସ୍ଥିରମାୟା ବୀଜଂ, ସ୍ୱାହା ଶକ୍ତିଃ, ପ୍ରଣବଃ କୀଳକମ୍‌, ମମ ଦୂରସ୍ଥାନାଂ ସର୍ବଦୁଷ୍ଟାନାଂ ବାକ୍‌ପଦଗତିମୁଖ ସ୍ତମ୍ଭନାର୍ଥଂ, ପରସୈନ୍ୟପର - ମନ୍ତ୍ରୟନ୍ତ୍ରତନ୍ତ୍ର ସ୍ତମ୍ଭନାର୍ଥଂ, ସର୍ବରାଜକୁଳ ମୋହନାର୍ଥଂ, ସର୍ବକାମିନୀଜନବଶ୍ୟାର୍ଥଂ ଶ୍ରୀ ବଗଳାମୁଖୀପ୍ରୀତ୍ୟର୍ଥେ ଜପେ ବିନିୟୋଗଃ । ଓଁ ହ୍ଲାଂ ହୃଦୟାୟ ନମଃ, ଓଁ ହ୍ଲୀଂ ଶିରସେ ସ୍ୱାହା, ଓଁ ହ୍ଲୂଂ ଶିଖାୟୈ ବଷଟ୍‌, ଓଁ ହ୍ଲୈଂ କବଚାୟ ହୁମ୍‌, ଓଁ ହ୍ଲୌଂ ନେତ୍ରତ୍ରୟାୟ ବୌଷଟ୍‌, ଓଁ ହ୍ଲଃ ଅସ୍ତ୍ରାୟ ଫଟ୍‌, ଏବଂ କରନ୍ୟାସଃ ।

ଅଥ ଧ୍ୟାନମ୍‌

ମଧ୍ୟେସୁଧାବ୍ଧି ମଣମଣ୍ଡପରତ୍ନବେଦ୍ୟାମ୍‌

ସିଂହାସନୋପରି ଗତାଂ ପରିପୀତବର୍ଣ୍ଣାମ୍    ।ା

ପୀତାମ୍ବରାଭରଣମାଲ୍ୟବିଭୂଷିତାଙ୍ଗୀମ୍‌

ଦେବୀଂ ନମାମି ଧୃତ୍‌ମୁଦ୍‌ଗରବୈରିଜିହ୍ୱାମ୍ ।ା

ଷଟ୍‌ତ୍ରିଂଶଦକ୍ଷରା ବିଦ୍ୟା ବଗଳା ପାତୁ ମେ ଶିରଃ ।

ସହସ୍ରାରେ ଗୁରୁଃ ପାତୁ ଶକ୍ତ୍ୟା ପରମୟୋଜ୍ଜଳଃ       ।ା୮।।

ଚିଦ୍‌ରୂପା ପରମା ଶକ୍ତିର୍ଲଲାଟଂ ଶିବଗେହିନୀ ।

ଭ୍ରୂୟୁଗ୍ଳଂ ମେ ମହାକାଳୀ ନେତ୍ରେ ମେ ପରମେଶ୍ୱରୀ ।ା୯।।

କର୍ଣ୍ଣୟୁଗ୍ଳଂ ଦୀତପୁଷ୍ପପ୍ରିୟା ମେ ପାତୁ କପୋଳୟୋଃ ।

ଚିବୁକେ ପରମା ଶକ୍ତିରୋଷ୍ଠୟୋଃ ପରମା କଳା ।ା୧୦।।

ବଦନଂ ସକଳଂ ପାତୁ ପରଂବ୍ରହ୍ମସ୍ୱରୂପିଣୀ ।

ପୀତପୁଷ୍ପାର୍ଚିତା କଣ୍ଠଂ ସ୍କନ୍ଧୌ ସ୍କନ୍ଦସ୍ତନପ୍ରଦା           ।ା୧୧।।

ପୀତାମ୍ବରା ଦକ୍ଷଭୁଜାଂ ବାମେ ବାମାଙ୍ଗଧାରିଣୀ ।

ହୃଦୟଂ ଚ ସ୍ତନଦ୍ୱନ୍ଦ୍ୱଂ ନାଭି ବିଶ୍ୱସ୍ୱରୂପଧୃକ୍  ।ା୧୨।।

ଉଦରଂ ଦୁର୍ଧରା ମେବ କଟିଂ କନ୍ଦର୍ପରୂପଧୃକ୍ ।

ନିତମ୍ବୌ ନମିତା ଦେଶେ ଦେବତା ଜଘନଂ ରମା ।ା୧୩।।

ଜଙ୍ଗାୟୁଗ୍ମମନାଧାରା ଜାନୁନୀ ଜନ୍ତୁରୂପିଣୀ ।

ଊରୂ ଧର୍ମପ୍ରଦା ମେଽବ୍ୟାଦ୍ ଗୁଲ୍‌ଫେ ଗଗନରୂପଧୃକ୍ ।ା୧୪।।

ପାଦୌ ତୁ କୂର୍ମରୂପା ସା ପାତୁ ପାଦାଙ୍ଗୁଳୀସ୍ତଥା ।

ଶିରସଃ ପାଦପର୍ଯ୍ୟନ୍ତଂ ପାତୁ ମାଂ ପରମା କଳା        ।ା୧୫।।

ଗଣେଶରୂପିଣୀ ମେଽବ୍ୟାଧାରଂ ସଚ୍ଚତୁର୍ଦଲମ ।

ସ୍ୱାଧିଷ୍ଠାନଂ ଷଡ଼୍‌ଦଳଂ ପାତୁ ମେ ବ୍ରହ୍ମରୂପଧୃକ୍         ।ା୧୬।।

ମଣିପୂରେ ଦଶଦଳେ ପାତୁ କେଶବରୂପିଣୀ

ହୃତ୍ପଙ୍କଜଂ ଶୈବଭକ୍ତିବିଶୁଦ୍ଧଂ ଜୀବରୂପିଣୀ    ।ା୧୭।।

ଆଜ୍ଞାଚକ୍ରେ ବିନ୍ଦୁରୂପା ପରଂବ୍ରହ୍ମକୁଟୁମ୍ବିନୀ ।

ବ୍ରହ୍ମରନ୍ଧ୍ର ସହସ୍ରାରେ ପଙ୍କଜେ ସ୍ୱଚ୍ଛରୂପିଣୀ    ।ା୧୮।।

   ପାତୁ ମାଂ ପରମା ଶଙ୍କଶ୍ଚମରୀ କୁଟିଳାଲକା ।

ଷଟ୍‌ତ୍ରିଂଶଦକ୍ଷରା ବିଦ୍ୟା ପୀତା ପୀତବପୁର୍ଧରା         ।ା୧୯।।

ପୀତପୁଷ୍ପାର୍ଚିତା ପୀତନୈବେଦ୍ୟାଽପି ବଳିପ୍ରିୟା ।

ସର୍ବାଙ୍ଗେ ମେ ଶୁଭା ପାତୁ ବୈରିସ୍ତମ୍ଭନକାରିଣୀ        ।ା୨୦।।

ବ୍ରହ୍ମରନ୍ଧ୍ରଂ ତୁ ପରମା ସଂସାରର୍ଣ୍ଣବତାରିଣୀ ।

ମାଂ ତାରୟେନ୍ ମହାଦେବୀ ମନୋବାଞ୍ଛିତଦାୟିନୀ ।ା୨୧।।

ଆଜ୍ଞାଚକ୍ରେ ଗୁରୁରୂପା ମହାଭୟବିନାଶିନୀ ।

ସର୍ବବିଦ୍ୟାପ୍ରଦା ପାତୁ ଜିହ୍ୱାଂ ଶାସ୍ତ୍ରବପୁର୍ଧରା            ।ା୨୨।।

ବିଶୁଦ୍ଧେ ଷୋଡ଼ଶଦଳେ ଜୀବେଶ୍ୱରବପୁର୍ଧରା ।

ଷଟ୍‌ତ୍ରିଂଶତ୍ତତ୍ୱରୂପା ସା କଣ୍ଠସ୍ଥା ମାଂ ଶିବାବତୁ         ।ା୨୩।।

ହୃତ୍ପଙ୍କଜେ ଭବାନୀ ସା ହୃଦ୍ୟରୂପା ପରାତ୍ମିକା ।

ସ୍ୱକୀୟାନ୍ ମହାଶତ୍ରୂନ୍ ବିଦାରୟ ବିଦାରୟ  ।ା୨୪।।

ମଣିପୂରେ ଦଶଦଳେ ମହାବିଷ୍ଣୁସ୍ୱରୂପିଣୀ ।

ଦାରୟତ୍ୟଖିଳାନ୍ ଲୋକାନ୍ ମହାମାୟା ପରା ତୁ ସା ା୨୫।।

ପ୍ରଜାପତିସ୍ୱରୂପେୟଂ ସ୍ୱାଧିଷ୍ଠାନେ ତୁ ଷଡ଼୍‌ଦଳେ ।

ସୃଷ୍ଟିସ୍ଥିତିପରା ବିଦ୍ୟାଂ ମାଂ ପାତୁ ବଗଳାମୁଖୀ         ା୨୬।।

ଗଣେଶରୂପଧୃକ୍ ପାତୁ ମମାଧାରେ ଚତୁର୍ଦଳେ ।

ଷୋଡ଼ଶସ୍ୱରୂପେଣ ପାତୁ ମାଂ ପରମା କଳା           ।ା୨୭।।

କଂ ଖଂ ଗଂ ଘଂ ତଥା ଙଂ ଚଂ ଛଂ ଜଂ ଝଂ ତଥାଽବତୁ ।

ଞଂ ଟଂ ଠଂ ଡଂ ଢ଼ଂ ତତୋ ଣଂ ତଂ ଥଂ ଦଂ ଧଂ ତଥାଽବତୁ ା୨୮।।

ନଂ ପଂ ଫଂ ତୁ ଶତ୍ରୁଭ୍ୟଃ ପୀତାଂ ମାଂ ଧ୍ୟାନତତ୍ପରମ ।

ବଂ ଭଂ ମଂ ୟଂ ବିଦାରୟ ଶତ୍ରୁନ୍ ମେ ବାକ୍‌ସ୍ୱରୂପିଣୀ ।ା୨୯।।

ରଂ ଳଂ ବଂ ଶଂ ତଥା ଷଂ ସଂ ଶତ୍ରୋର୍ଜିହ୍ୱାଂ ବିଦାରୟତୁ ।

ମେ ବାଚଂ ମେ ମୁଖଂ ଜିହ୍ୱାଂ ସଦା ରକ୍ଷତୁ ରକ୍ଷତୁ ।ା୩୦।।

ହଂ ଲଂ କ୍ଷଂ ସକଳଂ ପାତୁ ରକ୍ଷ ମେ ପରମଂ ୟଶଃ ।

ପ୍ରଣବଂ ସ୍ଥିରମାୟାଂ ଚ ତୃତୀୟଂ କାନ୍ତିରୂପିଣୀ          ।ା୩୧।।

ୟା ତୃତୀୟସ୍ୱରା ୟୁଗ୍ମଂ ପାଦାଦ୍ୟଂ ସ୍ୱରପଙ୍କଜମ୍ ।

ଦ୍ୱିସ୍ତୃତୀୟଂ ଦକ୍ଷନେତ୍ରଂ ସର୍ବଦୁଷ୍ଟବହୁସ୍ମୃତମ୍           ।ା୩୨।

ଦ୍ୱିତୀୟଂ କୀଳୟେତି ଚ ତଥା ବୁଦ୍ଧିଂ ବିନାଶୟ ।

ଷଷ୍ଠୟା ବାଚଂ ମୁଖଂ ପଦଂ ସ୍ତମ୍ଭୟାଥୋଽପି ଜୁହୂୟା ।ା୩୩।।

ସ୍ଥିରମାୟା ତଥା ତାରଂ ଚାନ୍ତେ ବହ୍ନିବଧୂପ୍ରିୟା ।

ଏଷା ବିଦ୍ୟା ମହାବିଦ୍ୟା ଶତ୍ରୁସ୍ତମ୍ଭନକାରିଣୀ            ।ା୩୪।।

ତ୍ରିଧା ମନ୍ତ୍ରଂ ତଥୋଚ୍ଚାର୍ଯ୍ୟ ସର୍ବାଙ୍ଗେ ବ୍ୟାପକଂ କୁରୁ ।

ଜୟତ୍ୱେନ ନ ସନ୍ଦେହଃ ଶତ୍ରୂନ୍ ଘୋରାନ୍ ମହାହବେ ।ା୩୫।।

କୁଲାଳମୃତ୍ତିକା ଗ୍ରାହ୍ୟା ବାମହସ୍ତେନ ଦୀପକମ୍ ।

କୃତ୍ୱା ପ୍ରଜ୍ଜ୍ୱାଲ୍ୟ ତୈଳେନ ବାଗ୍ରେ ସ୍ଥାପ୍ୟଂ ତତୋଜପେତ୍ ।ା୩୬।।

ତ୍ରିରାତ୍ରେ ସ୍ତମ୍ଭୟତ୍ୟେବ ଶତ୍ରୁସେନାଂ ମହାହବେ ।

ଗୌରବର୍ଣ୍ଣାଂ ପୀତପୁଷୈ୍ପର୍ବାଳାଂ ସମ୍ପୂଜ୍ୟ ବାମତଃ ।ା୩୭।।

ନ୍ୟାସାନ୍ ବିଧାୟ ତଦ୍‌ଦେବେ ଜାୟାୟୋଗେ ଜପେନ୍ ମନୁମ୍ ।

ପୀତୋପଚାରୈସ୍ତାଂ ଶକ୍ତିଂ ସନ୍ତୋଷ୍ୟ ପରିବାରଣାତ୍ ।ା୩୮।।

ବଶୟତ୍ୟେବ ଲୋକେଶଂ କିଂ ପୁନଃ କ୍ଷୁଦ୍ରମାନୁଷମ୍ ।

ବାଚଃ ସ୍ତମ୍ଭନକାମସ୍ତୁ ବୀରଶକ୍ତିଂ ଶୁଭାନନାମ୍          ।ା୩୯।।

ଷୋଡ଼ଶାଷ୍ଟ ସୁବର୍ଣ୍ଣାଦ୍ୟୈରଳଙ୍କୃତ୍ୟ ଭଜନ୍ ଶିବାମ୍ ।

ସହସ୍ରଂ ମୂଳମନ୍ତ୍ରଂ ତୁ ଜପ୍ତ୍‌ା ବାଚସ୍ପତେରପି          ।ା୪୦।।

ସ୍ତମ୍ଭୟତ୍ୟେବ ପରମାଂ ବାଚଂ, କିଂ ପୁନଃ କ୍ଷୁଦ୍ରମାନୁଷମ୍ ।

ବଶୀକରଣକାମସ୍ତୁ ବଧ୍ୱା ପରିକରଂ ଦୃଢ଼ମ୍  ।ା୪୧।।

ଶକ୍ତିର୍ଲିଙ୍ଗୋପରି ସ୍ଥାପ୍ୟା ତ୍ରିସହସ୍ରଂ ଜପେନ୍ ମନୁମ୍ ।

ଇନ୍ଦ୍ରାଣୀଂ ବଶୟତ୍ୟେବ କିଂ ପୁନଃ କ୍ଷୁଦ୍ରମାନୁଷୀମ୍ ।ା୪୨।।

ମଣ୍ଡଳାଧୀଶଂ ବଶୀକୁର୍ଯ୍ୟାଚ୍ଚୋତ୍ତରାଭିମୁଖଃ ସ୍ଥିତଃ ।

ସୁନ୍ଦରୀଂ ଷୋଡ଼ଶୀଂ ଶୁଭ୍ରାଂ ସ୍ୱାନନାଂ ଚ ଶୁଚିସ୍ମିତାମ୍ ।ା୪୩।।

ତତ୍କୁଚୈ ଚ କରେ ଧୃତ୍ୱା ପୀତାଦ୍ୟାଂ ହସିତାନନାମ୍ ।

ଲିଙ୍ଗେ ସଂସ୍ଥାପ୍ୟ ସଂଚୁମ୍ବନ୍ ମୁଖଂ ପୀତାମନୁ ଜପେତ୍ ।ା୪୪।।

ତ୍ରିସହସ୍ରେ ମହାରାଜଂ ବଶୟତ୍ୟେବ ନାଅନ୍ୟଥା ।

କୃଷ୍ଣାଷ୍ଟମୀଂ ସମାରଭ୍ୟ ଯାବତ୍ କୃଷ୍ଣଚତୁର୍ଦଶୀ         ।ା୪୫।।

ନିୟତଂ ତୁ ସହସ୍ରଂ ଚ ଶାପାନୁଗ୍ରହସିଦ୍ଧୟେ ।

ୟେନ କେନାପ୍ୟୁପାୟେନ ବଗଳାଭକ୍ତିତତ୍ପରଃ         ।ା୪୬।

ସ୍ତମ୍ଭୟେତ୍ ସକଳାନ୍ ଦେବାନ୍ ବଶୟତ୍ୟେବ ଶଙ୍କରମ୍ ।

ମାରୟେଚ୍ଛତୁସଂଘାତଂ ଚାଳୟେତ୍ ପର୍ବତାନପି         ।ା୪୭।।

ଦେବାନ୍ ସ୍ଥାପୟତେ ଚୈନ୍ଦ୍ରେ ଦୃଷ୍ଟବା ଜ୍ୱରବିନାଶନମ୍ ।

ସ୍ତମ୍ଭିତଂ ଚୈକଧା ଦେବି ତତ୍ ସକୃଚ୍ଚାସକୃଜ୍ ଜପନ୍ ।ା୪୮।।

ଏକା ସା ପରମା ବିଦ୍ୟା ମହାଶତ୍ରୁବିଦାରିଣୀ ।

ନାସ୍ତିକେ ତସ୍କରେ ଦୁଷ୍ଟେ ମୂଢ଼େ ପଣ୍ଡିତମାନିନି         ।ା୪୯।।

ନ ଦେୟା ଦୁର୍ଜନେ ବିଦ୍ୟା ଶୁଭୋଦୟମବାପ୍ନୁୟାତ୍

ସୁଶୀଳାୟ ସୁଦାତବ୍ୟା ଗୁରୁଭକ୍ତିପରାୟ ଚ  ।ା୫୦।।

ବିଶୁଦ୍ଧାୟ ମହାମନ୍ତ୍ରଜାପିନେ ଦେୟମୁତ୍ତମମ୍ ।

ଅସ୍ୟ ପାର୍ବତୀମାହାତ୍ମ୍ୟକବଚସ୍ୟ ବରାନନେ          ।ା୫୧।।

ମହେନ୍ଦ୍ରାଦୌ ରଣେ ବାତେ ପ୍ରଳୟେ ପର୍ଯ୍ୟୁପସ୍ଥିତେ ।

ସ୍ତମ୍ଭିତା ଚୈକଧା ଦେବି ସ୍ମୁତ୍ୱାଂ ତଂ ସକୃଜ୍ ଜପାତ୍ ।ା୫୨।।

କୃତ୍ୱା ପୁରା ତୁ କବଚଂ ଜପେନ୍ ମନ୍ତ୍ରଂ ସାମହିତଃ ।

ନାନ୍ୟଥା ସ୍ତମ୍ଭିନୀ ବିଦ୍ୟାସିଦ୍ଧିଃ ସ୍ୟାଦିତି ନିଶ୍ଚୟମ୍ ।ା୫୩।।

(ଶ୍ରୀବୀରତନ୍ତ୍ରେ ମହୋଗ୍ରତାରାକଳ୍ପେ ଭୈରବସଂବାଦେ ଷଟ୍‌ତ୍ରିଂଶଦକ୍ଷର - ବିଦ୍ୟାପ୍ରସ୍ତାବେ ବଗଳାମୁଖୀକବଚଂ ଓଁ ତତ୍ ସତ୍ ଓଁ)



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...