Skip to main content

 

ଭଗବତୀ ତାରା

ତାପ, ଅର୍ଥାତ୍ ଆଧି-ଭୌତିକ, ଆଧି ଦୈବିକ ଓ ଆଧ୍ୟାତ୍ମିକ-ଏହି ତିନି ତାପରୁ ଉଦ୍ଧାର କରୁଥିବା ଦେବୀଙ୍କୁ ତାରା କୁହାଯାଏ। ଏହି ଦେବୀଙ୍କୁ ଦ୍ଵିତିୟା ମହା ବିଦ୍ୟା କିମ୍ବା ସିଦ୍ଧ ବିଦ୍ୟା କୁହାଯାଏ। ଭଗବନ ପତଞ୍ଜଳି ନିଜର ଯୋଗ ଦର୍ଶନରେ ରୃତମ୍ଭରା ପ୍ରଜ୍ଞା ନାମରେ ଏହି ବିଦ୍ୟାକୁ ବାଖ୍ୟା କରିଅଛନ୍ତି। ତାରା, ବିଦ୍ୟାର କୃପା ଦ୍ଵାରା ଅବିଦ୍ୟା, ଅସ୍ମିତା, ରାଗ, ଦ୍ଵେଷ, ଓ ଅଭି-ନିବେଶ-ଏହି ପାଞ୍ଚ କ୍ଳେଶରୁ ଜୀବଙ୍କୁ ରକ୍ଷା କରିଥାନ୍ତି। କାଳୀ ଓ ତାରା ମଧ୍ୟରେ ନାମ ମାତ୍ର ଭେଦ ଅଛି।

ତାରା ଅନ୍ତର୍ଗତ ତିନି ଶକ୍ତି ଅଟନ୍ତି-ନୀଳ ସରସ୍ଵତୀ, ଏକ-ଜଟା ଓ ଉଗ୍ର-ତାରା। ଭଗବତୀ ତାରା ସରଳତାରେ ଜ୍ଞାନ ଦେଇଥାନ୍ତି, ତେଣୁ ତାଙ୍କୁ ନୀଳ ସରସ୍ଵତୀ କୁହାଯାଏ। ନିଷ୍କାମ ସାଧକଙ୍କୁ ଉଗ୍ର ଆପତ୍ତି ଅଥବା ସବୁଠାରୁ କଠିନ ଦୁଖ ଅର୍ଥାତ ଭବ ବନ୍ଧନ ରୁ ମୁକ୍ତି କରୁଥିବା ଓ ସକାମ ସାଧକ ଙ୍କୁ ଅଧି ଭୌତିକ ଅଥବା ଲୌକିକ ଆପତ୍ତି କୁ ନାଶ କରୁଥିବାରୁ ତାହାଙ୍କୁ ଉଗ୍ର ତାରା କୁହାଯାଏ। କୈବଲ୍ୟ-ଦାୟିନୀ ହୋଇଥିବା ଯୋଗୁ ତାହାଙ୍କୁ ଏକ ଜଟା ତାରା କୁହାଯାଏ।

ଯେପରି କୃଷ୍ଣ ଓ ନୀଳ ବର୍ଣ ମଧ୍ୟରେ ନାମ ମାତ୍ର ଭେଦ ଅଟେ ସେହିପରି କୃଷ୍ଣ-ବର୍ଣା ପୂର୍ଣ ବ୍ରହ୍ମ ସ୍ଵରୁପା କାଳୀ ଓ ନୀଳ ବର୍ଣ ସତ୍ଵ ଗୁଣାତ୍ମିକା-ତତ୍ତ୍ଵ ଦାୟିନୀ ଭଗବତୀ ତାରା ରେ ନାମ ମାତ୍ର ଭେଦ ଅଟେ।

ଭେଦ କବଳ ଏତିକି ଅଟେଯେ, ଯେଉଁଠି କାଳୀ ନିଷ୍କଳ-ବ୍ରହ୍ମ-ଦ୍ୟୋତିକା ଅଟନ୍ତି ସେଇଠି ତାରା ସକଳ-ବ୍ରହ୍ମ-ଦ୍ୟୋତିକା ଅଟନ୍ତି। ସକଳ-ବ୍ରହ୍ମ ର ଅର୍ଥ ହେଉଛି-କଳାଯୁକ୍ତ ବ୍ରହ୍ମ।

କଳା ଗୁଡିକ ଶାକ୍ତ-ଶକ୍ତି-କ୍ରମ ରେ—ପରା, ପରାତ୍ପରା, ଅତିତା, ଚିତ୍ପରା, ତତ୍ପରା, ତଦତିତା, ସର୍ବତିତା, କିନ୍ତୁ ଏହି ସାତ କଳା ଶକ୍ତି ସଂଗମ ତନ୍ତ୍ର ରେ ଅ,,, ନାଦ, ବିନ୍ଦୁ, ପରମ ବିନ୍ଦୁ, ବିନ୍ଦ୍ବତିତା ରୂପରେ ବର୍ଣିତ ହୋଇଅଛି। ବିନ୍ଦ୍ଵତିତା ସପ୍ତମ କଳା ର ନାମ ଶାମ୍ଭବୀ ଅଟେ ଯାହାର ଉପରେ କୋଣସି ସତ୍ତା ନାହି।

ଉପର ଲିଖିତ ସାତ କଳାରେ ଶାମ୍ଭାବୀ ଅର୍ଥାତ ସପ୍ତମ କଳାକୁ ଛାଡି 6 କଳା ଗୋଚର ଅଟେ କିନ୍ତୁ ତାରାଙ୍କ ରୂପ ଅଟେ। କାରଣ, ଭଗବତୀ ତାରା ପ୍ରଣବ-ରୂପା ଅଟନ୍ତି। ପ୍ରଣବର ଅନ୍ତିମ କକ୍ଷ

ବିନ୍ଦୁ ଅଟେ। ଏହି ବିନ୍ଦୁ ଅତିତା ଅଟେ—ଅଗୋଚରା ଶାମ୍ଭବୀ କଳା ଯିଏକି କାଳୀ ଅଟନ୍ତି। କାଳୀ ଓ ତାରା ଦୁଇଜଣ ବ୍ରହ୍ମ ଅଟନ୍ତି।

ଆକାଶ ବ୍ରହ୍ମ ଅଟେ। ଏହା ପ୍ରଣବ-ରୂପା ଅଟେ। ଏହି ଆକାଶ-ବ୍ରହ୍ମର ଗୁଣ ଶବ୍ଦ ଅଟେ। ଶବଦାରୁ ସୃଷ୍ଟି ଆରମ୍ଭ ହୋଇଥାଏ। ତେଣୁ, ତାରା ଶବ୍ଦ-ବ୍ରହ୍ମ ଅଟନ୍ତି।

 ତନ୍ତ୍ରରେ ଧ୍ୟାନର ଆଧାର ଜପ ଅଟେ। ଜପ ହୋଇଥାଏ ମନ୍ତ୍ରର। ତେଣୁ, ମନ୍ତ୍ର ଅନୁଯାଇ ଧ୍ୟାନ ହୋଇଥାଏ। ଏହା ସେତେବେଳେ ହେବ ଯେତେବେଳେ ମନ୍ତ୍ରର ଅର୍ଥ ବୁଝିହୁଏ। ଯେତେବେଳେ, ଆମେ ଗୁରୁ ମୁଖରୁ ମନ୍ତ୍ରର ଅର୍ଥ ବୁଝି ଧ୍ୟାନ କରିଥାଉ ସେତେବେଳେ ତାହା ଫଳପ୍ରଦ ହୋଇଥାଏ। କାରଣ ମନ୍ତ୍ର ହେଉଛି ଇଷ୍ଟ ଦେବତାଙ୍କ ଶବ୍ଦ- ରୂପ।। ଧ୍ୟାନ ବିନା ଜପ ଓ ଜପ ବିନା ଧ୍ୟାନ ହୋଇନଥାଏ। ଶାସ୍ତ୍ରରେ ଲେଖା ହୋଇଅଛି ଯେ—କୋଟି ପୂଜା ର ସମାନ ସ୍ତୋତ୍ର ଅଟେ। କୋଟି ସ୍ତୋତ୍ରର ସମାନ ଜପ ଅଟେ। କୋଟି ଜପର ସମାନ ଧ୍ୟାନ ଅଟେ। କୋଟି ଧ୍ୟାନର ସମାନ ଧ୍ୟାନ ଅଟେ

ଧ୍ୟାନ ର ଲୟ ଅଟେ ଅର୍ଥାତ ମୋକ୍ଷ ଅଟେ। ଲୟ ହେଉଛି ଧ୍ୟାନର ଚରମ ଅବସ୍ଥା।

ଭଗବତୀ ତାରା ସମ୍ବଧିତ କିଛି ମହତ୍ତ୍ଵପୂର୍ଣ ବିବରଣୀ—

ଗୋଚର ବ୍ରହ୍ମ—ତାରା

ତିନି ତାପରୁ ଉଦ୍ଧାର କରୁଥିବା-ତାରା

ରୃତୁମ୍ଭରା ପ୍ରଜ୍ଞା—ତାରା

ସରଳତା ପୂର୍ବକ ଜ୍ଞାନ ଦେଉଥିବା-ତାରା

ଲୌକିକ ଆପତିକୁ ନାଶ କରୁଥିବା-ତାରା

ବୁଦ୍ଧି-ଶକ୍ତି, ଶବ୍ଦ-ବ୍ରହ୍ମ-ରୂପା—ତାରା

ଦ୍ଵନ୍ଦ କୁ ହଟାଉଥିବା-ତାରା

ପ୍ରପଞ୍ଚର ଆଧାର—ତାରା

ଆନନ୍ଦ-ବ୍ରହ୍ମ---ତାରା

ତାରକ-ବ୍ରହ୍ମ—ତାରା

ଅଜ୍ଞାନକୁ ଦମନ କରୁଥିବା—ତାରା

ଉପରେ ନିଷ୍ଠୁର କିନ୍ତୁ ଭିତରେ କରୁଣା—ତାରା

ସତ୍ଵ-ରଜ-ତମ-ଏହି ତିନି ଗୁଣକୁ ଏକାକୀ କରିବା-ତାରା

ଜୀବର ମୋହକୁ ନାଶ କରୁଥିବା-ତାରା

ଅଜ୍ଞାନ ଉପରେ ହସୁଥିବା—ତାରା

ୟମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ଓ ସମାଧିରେ ବିଭୁଷିତା—ତାରା

ଅଷ୍ଟଧା ପ୍ରକୃତିକୁ ଧାରଣ କରୁଥିବା—ତାରା

ଭାବ-ସିନ୍ଧୁରୁ ଉଦ୍ଧାର କରୁଥିବା-ତାରା

ଅଳ୍ପ ଶକ୍ତି ଓ କ୍ଷୁଦ୍ର ଗତିକୁ ତୀବ୍ର କରୁଥିବା—ତାରା

ଦୁର୍ଜନ ଓ ଅନାଚାରକୁ ନାଶ କରୁଥିବା—ତାରା

ବାକ୍ ଶକ୍ତି ଓ କବିତ୍ଵ ଶକ୍ତି ଦେଉଥିବା—ତାରା

ଉଗ୍ର ଆପତିରୁ ରକ୍ଷା କରୁଥିବା—ତାରା

ଭୋଗ ଓ ମୋକ୍ଷ ପ୍ରଦାନ କରୁଥିବା--ତାରା

ତାରାଙ୍କ ବିଭିନ୍ନ ଧ୍ୟାନ-

୧. ବିଶ୍ୱବ୍ୟାପକବାରିମଧ୍ୟବିଲସଚ୍ଛ୍ୱେତାମ୍ବୁଜନ୍ମସ୍ଥିତାମ୍ ।

କର୍ତ୍ରୀଖଡ୍ଗକପାଲନୀଲନଲିନୈଃ ରାଜତ୍କରାଂ ନୀଲଭାମ୍ ॥

କାଞ୍ଚୀକୁଣ୍ଡଲହାରକଙ୍କଣଲସତ୍କେୟୂରମଞ୍ଜୀରକାମ୍ ।

ଆପ୍ତୈର୍ନାଗବରୈର୍ୱିଭୂଷିତତନୁଂ ଚାରକ୍ତନେତ୍ରତ୍ରୟାମ୍ ॥

ପିଙ୍ଗୈକାଗ୍ରଜଟାଂ ଲସତ୍ସୁରସନାଂ ଦଂଷ୍ଟ୍ରାକରାଲାନନାମ୍ ।

ହସ୍ତୈଶ୍ଚାପି ବରଂ କଟୌ ବିଦଧତୀଂ ଶ୍ୱେତାସ୍ଥିପଟ୍ଟାଲିକାମ୍ ॥

ଅକ୍ଷେଭ୍ୟେଣ ବିରାଜମାନଶିରସଂ ସ୍ମେରାନନାମ୍ଭୋରୁହାମ୍ ।

ତାରଂ ଶାବହୃଦାସନାଂ ଦୃଢକୁଚାମମ୍ବାଂ ତ୍ରିଲୋକ୍ୟାଂ ଭଜେ ॥

୨. ଶ୍ୱେତାମ୍ବରାଂ ଶାରଦଚନ୍ଦ୍ରକାନ୍ତିଂ ସଦ୍ଭୂଷଣାଂ ଚନ୍ଦ୍ରକଲାବତଂସାମ୍ ।

କର୍ତ୍ରୀକପାଲାନ୍ୱିତପାଦପଦ୍ମାଂ ତାରାଂ ତ୍ରିନେତ୍ରାଂ ପ୍ରଭଜେଽଖିଲର୍ଦ୍ଧ୍ୟୈ ॥

 ୩. ପ୍ରତ୍ୟାଲୀଢ-ପଦାର୍ପିତାଙ୍ଘ୍ରି-ଶବହୃଦ୍ଘୋରାଟ୍ଟହାସା ପରା ।

ଖଡ୍ଗେନ୍ଦୀବରକର୍ତ୍ରିଖର୍ପରଭୁଜା ହୁଙ୍କାରବୀଜୋଦ୍ଭବା ॥

ଖର୍ୱା ନୀଲବିଶାଲପିଙ୍ଗଲଜଟାଜୂଟୈକନାଗୈର୍ୟୁତା ।

ଜାଡ୍ୟଂ ନ୍ୟସ୍ୟ କପାଲକେ ତ୍ରିଜଗତାଂ ହନ୍ତ୍ୟୁଗ୍ରତାରା ସ୍ୱୟମ୍ ॥

୪. ସାତ୍ତ୍ୱିକ-ମୂର୍ତି-ଧ୍ୟାନମ୍ ॥

ଶ୍ୱେତାମ୍ବରାଢ୍ୟାଂ ହଂସସ୍ଥାଂ ମୁକ୍ତାଭରଣଭୂଷିତାମ୍ ।

ଚତୁର୍ୱକ୍ତ୍ରାମଷ୍ଟଭୁଜୈର୍ଦଧାନାଂ କୁଣ୍ଡିକାମ୍ବୁଜେ ॥

ବରାଭୟେ ପାଶଶକ୍ତୀ ଅକ୍ଷସ୍ରକ୍ପୁଷ୍ପମାଲିକେ ।

ଶବ୍ଦପାଥୋନିଧେର୍ମଧ୍ୟେ ତାରାଂ ସ୍ଥିତିକରୀଂ ଭଜେ ॥

 ୫. ରାଜସ-ମୂର୍ତି-ଧ୍ୟାନମ୍ ॥

ରକ୍ତାମ୍ବରାଂ ରକ୍ତସିଂହାସନସ୍ଥାଂ ହେମଭୂଷିତାମ୍ ।

ଏକବକ୍ତ୍ରାଂ ବେଦସଙ୍ଖ୍ୟୈର୍ଭୁଜୈଃ ସମ୍ବିଭ୍ରତୀଂ କ୍ରମାତ୍ ॥

ଅକ୍ଷମାଲାଂ ପାନପାତ୍ରମଭୟଂ ବରମୁତ୍ତମମ୍ ।

ଶ୍ୱେତଦ୍ୱୀପସ୍ଥିତାଂ ବନ୍ଦେ ତାରାଂ ସ୍ଥିତିପରାୟଣାମ୍ ॥

୬. ତାମସ-ମୂର୍ତି-ଧ୍ୟାନମ୍ ॥

କୃଷ୍ଣାମ୍ବରାଢ୍ୟାଂ ନୌସଂସ୍ଥାମସ୍ଥ୍ୟାଭରଣଭୂଷିତାମ୍ ।

ନବବକ୍ତ୍ରାଂ ଭୁଜୈରଷ୍ଟାଦଶଭିର୍ଦଧତୀଂ ବରମ୍ ॥

ଅଭୟଂ ପରଶୁଂ ଦର୍ୱୀଂ ଖଡ୍ଗଂ ପାଶୁପତଂ ହଲମ୍ ।

ଭିନ୍ଦିଂ ଶୂଲଂ ଚ ମୁସଲଂ କର୍ତ୍ରୀଂ ଶକ୍ତିଂ ତ୍ରିଶୀର୍ଷକମ୍ ॥

ସଂହାରାସ୍ତ୍ରଂ ବଜ୍ରପାଶୌ ଖଟ୍ୱାଙ୍ଗଂ ଗଦୟା ସହ ।

ରକ୍ତାମ୍ଭୋଧୌ ସ୍ଥିତାଂ ବନ୍ଦେ ଦେବୀଂ ସଂହାରକାରିଣୀମ୍ ॥

continue......



Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...