Skip to main content

 

ଭଗବତୀ ତାରା

ତାପ, ଅର୍ଥାତ୍ ଆଧି-ଭୌତିକ, ଆଧି ଦୈବିକ ଓ ଆଧ୍ୟାତ୍ମିକ-ଏହି ତିନି ତାପରୁ ଉଦ୍ଧାର କରୁଥିବା ଦେବୀଙ୍କୁ ତାରା କୁହାଯାଏ। ଏହି ଦେବୀଙ୍କୁ ଦ୍ଵିତିୟା ମହା ବିଦ୍ୟା କିମ୍ବା ସିଦ୍ଧ ବିଦ୍ୟା କୁହାଯାଏ। ଭଗବନ ପତଞ୍ଜଳି ନିଜର ଯୋଗ ଦର୍ଶନରେ ରୃତମ୍ଭରା ପ୍ରଜ୍ଞା ନାମରେ ଏହି ବିଦ୍ୟାକୁ ବାଖ୍ୟା କରିଅଛନ୍ତି। ତାରା, ବିଦ୍ୟାର କୃପା ଦ୍ଵାରା ଅବିଦ୍ୟା, ଅସ୍ମିତା, ରାଗ, ଦ୍ଵେଷ, ଓ ଅଭି-ନିବେଶ-ଏହି ପାଞ୍ଚ କ୍ଳେଶରୁ ଜୀବଙ୍କୁ ରକ୍ଷା କରିଥାନ୍ତି। କାଳୀ ଓ ତାରା ମଧ୍ୟରେ ନାମ ମାତ୍ର ଭେଦ ଅଛି।

ତାରା ଅନ୍ତର୍ଗତ ତିନି ଶକ୍ତି ଅଟନ୍ତି-ନୀଳ ସରସ୍ଵତୀ, ଏକ-ଜଟା ଓ ଉଗ୍ର-ତାରା। ଭଗବତୀ ତାରା ସରଳତାରେ ଜ୍ଞାନ ଦେଇଥାନ୍ତି, ତେଣୁ ତାଙ୍କୁ ନୀଳ ସରସ୍ଵତୀ କୁହାଯାଏ। ନିଷ୍କାମ ସାଧକଙ୍କୁ ଉଗ୍ର ଆପତ୍ତି ଅଥବା ସବୁଠାରୁ କଠିନ ଦୁଖ ଅର୍ଥାତ ଭବ ବନ୍ଧନ ରୁ ମୁକ୍ତି କରୁଥିବା ଓ ସକାମ ସାଧକ ଙ୍କୁ ଅଧି ଭୌତିକ ଅଥବା ଲୌକିକ ଆପତ୍ତି କୁ ନାଶ କରୁଥିବାରୁ ତାହାଙ୍କୁ ଉଗ୍ର ତାରା କୁହାଯାଏ। କୈବଲ୍ୟ-ଦାୟିନୀ ହୋଇଥିବା ଯୋଗୁ ତାହାଙ୍କୁ ଏକ ଜଟା ତାରା କୁହାଯାଏ।

ଯେପରି କୃଷ୍ଣ ଓ ନୀଳ ବର୍ଣ ମଧ୍ୟରେ ନାମ ମାତ୍ର ଭେଦ ଅଟେ ସେହିପରି କୃଷ୍ଣ-ବର୍ଣା ପୂର୍ଣ ବ୍ରହ୍ମ ସ୍ଵରୁପା କାଳୀ ଓ ନୀଳ ବର୍ଣ ସତ୍ଵ ଗୁଣାତ୍ମିକା-ତତ୍ତ୍ଵ ଦାୟିନୀ ଭଗବତୀ ତାରା ରେ ନାମ ମାତ୍ର ଭେଦ ଅଟେ।

ଭେଦ କବଳ ଏତିକି ଅଟେଯେ, ଯେଉଁଠି କାଳୀ ନିଷ୍କଳ-ବ୍ରହ୍ମ-ଦ୍ୟୋତିକା ଅଟନ୍ତି ସେଇଠି ତାରା ସକଳ-ବ୍ରହ୍ମ-ଦ୍ୟୋତିକା ଅଟନ୍ତି। ସକଳ-ବ୍ରହ୍ମ ର ଅର୍ଥ ହେଉଛି-କଳାଯୁକ୍ତ ବ୍ରହ୍ମ।

କଳା ଗୁଡିକ ଶାକ୍ତ-ଶକ୍ତି-କ୍ରମ ରେ—ପରା, ପରାତ୍ପରା, ଅତିତା, ଚିତ୍ପରା, ତତ୍ପରା, ତଦତିତା, ସର୍ବତିତା, କିନ୍ତୁ ଏହି ସାତ କଳା ଶକ୍ତି ସଂଗମ ତନ୍ତ୍ର ରେ ଅ,,, ନାଦ, ବିନ୍ଦୁ, ପରମ ବିନ୍ଦୁ, ବିନ୍ଦ୍ବତିତା ରୂପରେ ବର୍ଣିତ ହୋଇଅଛି। ବିନ୍ଦ୍ଵତିତା ସପ୍ତମ କଳା ର ନାମ ଶାମ୍ଭବୀ ଅଟେ ଯାହାର ଉପରେ କୋଣସି ସତ୍ତା ନାହି।

ଉପର ଲିଖିତ ସାତ କଳାରେ ଶାମ୍ଭାବୀ ଅର୍ଥାତ ସପ୍ତମ କଳାକୁ ଛାଡି 6 କଳା ଗୋଚର ଅଟେ କିନ୍ତୁ ତାରାଙ୍କ ରୂପ ଅଟେ। କାରଣ, ଭଗବତୀ ତାରା ପ୍ରଣବ-ରୂପା ଅଟନ୍ତି। ପ୍ରଣବର ଅନ୍ତିମ କକ୍ଷ

ବିନ୍ଦୁ ଅଟେ। ଏହି ବିନ୍ଦୁ ଅତିତା ଅଟେ—ଅଗୋଚରା ଶାମ୍ଭବୀ କଳା ଯିଏକି କାଳୀ ଅଟନ୍ତି। କାଳୀ ଓ ତାରା ଦୁଇଜଣ ବ୍ରହ୍ମ ଅଟନ୍ତି।

ଆକାଶ ବ୍ରହ୍ମ ଅଟେ। ଏହା ପ୍ରଣବ-ରୂପା ଅଟେ। ଏହି ଆକାଶ-ବ୍ରହ୍ମର ଗୁଣ ଶବ୍ଦ ଅଟେ। ଶବଦାରୁ ସୃଷ୍ଟି ଆରମ୍ଭ ହୋଇଥାଏ। ତେଣୁ, ତାରା ଶବ୍ଦ-ବ୍ରହ୍ମ ଅଟନ୍ତି।

 ତନ୍ତ୍ରରେ ଧ୍ୟାନର ଆଧାର ଜପ ଅଟେ। ଜପ ହୋଇଥାଏ ମନ୍ତ୍ରର। ତେଣୁ, ମନ୍ତ୍ର ଅନୁଯାଇ ଧ୍ୟାନ ହୋଇଥାଏ। ଏହା ସେତେବେଳେ ହେବ ଯେତେବେଳେ ମନ୍ତ୍ରର ଅର୍ଥ ବୁଝିହୁଏ। ଯେତେବେଳେ, ଆମେ ଗୁରୁ ମୁଖରୁ ମନ୍ତ୍ରର ଅର୍ଥ ବୁଝି ଧ୍ୟାନ କରିଥାଉ ସେତେବେଳେ ତାହା ଫଳପ୍ରଦ ହୋଇଥାଏ। କାରଣ ମନ୍ତ୍ର ହେଉଛି ଇଷ୍ଟ ଦେବତାଙ୍କ ଶବ୍ଦ- ରୂପ।। ଧ୍ୟାନ ବିନା ଜପ ଓ ଜପ ବିନା ଧ୍ୟାନ ହୋଇନଥାଏ। ଶାସ୍ତ୍ରରେ ଲେଖା ହୋଇଅଛି ଯେ—କୋଟି ପୂଜା ର ସମାନ ସ୍ତୋତ୍ର ଅଟେ। କୋଟି ସ୍ତୋତ୍ରର ସମାନ ଜପ ଅଟେ। କୋଟି ଜପର ସମାନ ଧ୍ୟାନ ଅଟେ। କୋଟି ଧ୍ୟାନର ସମାନ ଧ୍ୟାନ ଅଟେ

ଧ୍ୟାନ ର ଲୟ ଅଟେ ଅର୍ଥାତ ମୋକ୍ଷ ଅଟେ। ଲୟ ହେଉଛି ଧ୍ୟାନର ଚରମ ଅବସ୍ଥା।

ଭଗବତୀ ତାରା ସମ୍ବଧିତ କିଛି ମହତ୍ତ୍ଵପୂର୍ଣ ବିବରଣୀ—

ଗୋଚର ବ୍ରହ୍ମ—ତାରା

ତିନି ତାପରୁ ଉଦ୍ଧାର କରୁଥିବା-ତାରା

ରୃତୁମ୍ଭରା ପ୍ରଜ୍ଞା—ତାରା

ସରଳତା ପୂର୍ବକ ଜ୍ଞାନ ଦେଉଥିବା-ତାରା

ଲୌକିକ ଆପତିକୁ ନାଶ କରୁଥିବା-ତାରା

ବୁଦ୍ଧି-ଶକ୍ତି, ଶବ୍ଦ-ବ୍ରହ୍ମ-ରୂପା—ତାରା

ଦ୍ଵନ୍ଦ କୁ ହଟାଉଥିବା-ତାରା

ପ୍ରପଞ୍ଚର ଆଧାର—ତାରା

ଆନନ୍ଦ-ବ୍ରହ୍ମ---ତାରା

ତାରକ-ବ୍ରହ୍ମ—ତାରା

ଅଜ୍ଞାନକୁ ଦମନ କରୁଥିବା—ତାରା

ଉପରେ ନିଷ୍ଠୁର କିନ୍ତୁ ଭିତରେ କରୁଣା—ତାରା

ସତ୍ଵ-ରଜ-ତମ-ଏହି ତିନି ଗୁଣକୁ ଏକାକୀ କରିବା-ତାରା

ଜୀବର ମୋହକୁ ନାଶ କରୁଥିବା-ତାରା

ଅଜ୍ଞାନ ଉପରେ ହସୁଥିବା—ତାରା

ୟମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ଓ ସମାଧିରେ ବିଭୁଷିତା—ତାରା

ଅଷ୍ଟଧା ପ୍ରକୃତିକୁ ଧାରଣ କରୁଥିବା—ତାରା

ଭାବ-ସିନ୍ଧୁରୁ ଉଦ୍ଧାର କରୁଥିବା-ତାରା

ଅଳ୍ପ ଶକ୍ତି ଓ କ୍ଷୁଦ୍ର ଗତିକୁ ତୀବ୍ର କରୁଥିବା—ତାରା

ଦୁର୍ଜନ ଓ ଅନାଚାରକୁ ନାଶ କରୁଥିବା—ତାରା

ବାକ୍ ଶକ୍ତି ଓ କବିତ୍ଵ ଶକ୍ତି ଦେଉଥିବା—ତାରା

ଉଗ୍ର ଆପତିରୁ ରକ୍ଷା କରୁଥିବା—ତାରା

ଭୋଗ ଓ ମୋକ୍ଷ ପ୍ରଦାନ କରୁଥିବା--ତାରା

ତାରାଙ୍କ ବିଭିନ୍ନ ଧ୍ୟାନ-

୧. ବିଶ୍ୱବ୍ୟାପକବାରିମଧ୍ୟବିଲସଚ୍ଛ୍ୱେତାମ୍ବୁଜନ୍ମସ୍ଥିତାମ୍ ।

କର୍ତ୍ରୀଖଡ୍ଗକପାଲନୀଲନଲିନୈଃ ରାଜତ୍କରାଂ ନୀଲଭାମ୍ ॥

କାଞ୍ଚୀକୁଣ୍ଡଲହାରକଙ୍କଣଲସତ୍କେୟୂରମଞ୍ଜୀରକାମ୍ ।

ଆପ୍ତୈର୍ନାଗବରୈର୍ୱିଭୂଷିତତନୁଂ ଚାରକ୍ତନେତ୍ରତ୍ରୟାମ୍ ॥

ପିଙ୍ଗୈକାଗ୍ରଜଟାଂ ଲସତ୍ସୁରସନାଂ ଦଂଷ୍ଟ୍ରାକରାଲାନନାମ୍ ।

ହସ୍ତୈଶ୍ଚାପି ବରଂ କଟୌ ବିଦଧତୀଂ ଶ୍ୱେତାସ୍ଥିପଟ୍ଟାଲିକାମ୍ ॥

ଅକ୍ଷେଭ୍ୟେଣ ବିରାଜମାନଶିରସଂ ସ୍ମେରାନନାମ୍ଭୋରୁହାମ୍ ।

ତାରଂ ଶାବହୃଦାସନାଂ ଦୃଢକୁଚାମମ୍ବାଂ ତ୍ରିଲୋକ୍ୟାଂ ଭଜେ ॥

୨. ଶ୍ୱେତାମ୍ବରାଂ ଶାରଦଚନ୍ଦ୍ରକାନ୍ତିଂ ସଦ୍ଭୂଷଣାଂ ଚନ୍ଦ୍ରକଲାବତଂସାମ୍ ।

କର୍ତ୍ରୀକପାଲାନ୍ୱିତପାଦପଦ୍ମାଂ ତାରାଂ ତ୍ରିନେତ୍ରାଂ ପ୍ରଭଜେଽଖିଲର୍ଦ୍ଧ୍ୟୈ ॥

 ୩. ପ୍ରତ୍ୟାଲୀଢ-ପଦାର୍ପିତାଙ୍ଘ୍ରି-ଶବହୃଦ୍ଘୋରାଟ୍ଟହାସା ପରା ।

ଖଡ୍ଗେନ୍ଦୀବରକର୍ତ୍ରିଖର୍ପରଭୁଜା ହୁଙ୍କାରବୀଜୋଦ୍ଭବା ॥

ଖର୍ୱା ନୀଲବିଶାଲପିଙ୍ଗଲଜଟାଜୂଟୈକନାଗୈର୍ୟୁତା ।

ଜାଡ୍ୟଂ ନ୍ୟସ୍ୟ କପାଲକେ ତ୍ରିଜଗତାଂ ହନ୍ତ୍ୟୁଗ୍ରତାରା ସ୍ୱୟମ୍ ॥

୪. ସାତ୍ତ୍ୱିକ-ମୂର୍ତି-ଧ୍ୟାନମ୍ ॥

ଶ୍ୱେତାମ୍ବରାଢ୍ୟାଂ ହଂସସ୍ଥାଂ ମୁକ୍ତାଭରଣଭୂଷିତାମ୍ ।

ଚତୁର୍ୱକ୍ତ୍ରାମଷ୍ଟଭୁଜୈର୍ଦଧାନାଂ କୁଣ୍ଡିକାମ୍ବୁଜେ ॥

ବରାଭୟେ ପାଶଶକ୍ତୀ ଅକ୍ଷସ୍ରକ୍ପୁଷ୍ପମାଲିକେ ।

ଶବ୍ଦପାଥୋନିଧେର୍ମଧ୍ୟେ ତାରାଂ ସ୍ଥିତିକରୀଂ ଭଜେ ॥

 ୫. ରାଜସ-ମୂର୍ତି-ଧ୍ୟାନମ୍ ॥

ରକ୍ତାମ୍ବରାଂ ରକ୍ତସିଂହାସନସ୍ଥାଂ ହେମଭୂଷିତାମ୍ ।

ଏକବକ୍ତ୍ରାଂ ବେଦସଙ୍ଖ୍ୟୈର୍ଭୁଜୈଃ ସମ୍ବିଭ୍ରତୀଂ କ୍ରମାତ୍ ॥

ଅକ୍ଷମାଲାଂ ପାନପାତ୍ରମଭୟଂ ବରମୁତ୍ତମମ୍ ।

ଶ୍ୱେତଦ୍ୱୀପସ୍ଥିତାଂ ବନ୍ଦେ ତାରାଂ ସ୍ଥିତିପରାୟଣାମ୍ ॥

୬. ତାମସ-ମୂର୍ତି-ଧ୍ୟାନମ୍ ॥

କୃଷ୍ଣାମ୍ବରାଢ୍ୟାଂ ନୌସଂସ୍ଥାମସ୍ଥ୍ୟାଭରଣଭୂଷିତାମ୍ ।

ନବବକ୍ତ୍ରାଂ ଭୁଜୈରଷ୍ଟାଦଶଭିର୍ଦଧତୀଂ ବରମ୍ ॥

ଅଭୟଂ ପରଶୁଂ ଦର୍ୱୀଂ ଖଡ୍ଗଂ ପାଶୁପତଂ ହଲମ୍ ।

ଭିନ୍ଦିଂ ଶୂଲଂ ଚ ମୁସଲଂ କର୍ତ୍ରୀଂ ଶକ୍ତିଂ ତ୍ରିଶୀର୍ଷକମ୍ ॥

ସଂହାରାସ୍ତ୍ରଂ ବଜ୍ରପାଶୌ ଖଟ୍ୱାଙ୍ଗଂ ଗଦୟା ସହ ।

ରକ୍ତାମ୍ଭୋଧୌ ସ୍ଥିତାଂ ବନ୍ଦେ ଦେବୀଂ ସଂହାରକାରିଣୀମ୍ ॥

continue......



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...