ପ୍ରାଣ ପ୍ରତିଷ୍ଠା ଓ
ନ୍ୟାସ--
ଏକ ଆଧ୍ୟାତ୍ମିକ ବିଶ୍ଳେଷଣ--
(ବ୍ୟାଖ୍ୟା)-
ପ୍ରାଣପ୍ରତିଷ୍ଠା ଅତ୍ୟନ୍ତ କଳ୍ପନାଶୀଳ, ଭାବନାପରକ କ୍ରିୟା ଅଟେ । କୌଣସି
ପ୍ରତିମା, ଯନ୍ତ୍ର, ଅଥବା ଜଳ ପୂର୍ଣ କଳଶ ରେ ପୂଜାର ଯୋଗ୍ୟ କୌଣସି
ଦେବତାଙ୍କ ଧ୍ୟାନ କରିବାକୁ ପ୍ରାଣ-ପ୍ରତିଷ୍ଠା କୁହାଯାଏ। ଏହାଦ୍ୱାରା ପ୍ରାଣ, ଜ୍ଞାନେନ୍ଦ୍ରିୟ, କର୍ମେନ୍ଦ୍ରିୟ
ଏବଂ ଅନ୍ତଃକରଣ (ମନ, ବୁଦ୍ଧି, ଚିତ୍, ଅହଂକାର)କୁ ନିଜର ଇଚ୍ଛାଶକ୍ତିଦ୍ୱାରା
ଦେବତାଙ୍କର ପ୍ରାଣ ଇତ୍ୟାଦି ସହିତ ସଂଯୁକ୍ତ କରିଥାଏ । ଯାହାଦ୍ୱାରା ପ୍ରତିଷ୍ଠିତ ଦେବତା ଏବଂ
ପୂଜକ ମଧ୍ୟରେ କୌଣସି ଭେଦ ରହିନଥାଏ । ଯେତେବେଳେ ଜୀବାତ୍ମାର ଅବିଦ୍ୟା ରୂପୀ ଉପାଧି ହଟିଯାଇଥାଏ
ସେତେବେଳେ ‘ପ୍ରତ୍ୟଗାତ୍ମା’ ବା “କୁଟସ୍ଥ ଆତ୍ମା’ର ସାକ୍ଷାତକାର ହୋଇଥାଏ । ଏହାର ଦୃଢ଼ୀକରଣ
କରିବା ହିଁ ପ୍ରାଣପ୍ରତିଷ୍ଠାର କ୍ରିୟା ଅଟେ ।
ପ୍ରାଣ ପ୍ରତିଷ୍ଠା ମନ୍ତ୍ର-ଓଁ’-ନିରୂପିତ ଚିତ୍ ଶକ୍ତି, ଆଂ’—ରେ
ନିରୂପିତ ବ୍ରହ୍ମ-ଶକ୍ତି ବୀଜ, ହ୍ରୀଂ—ରେ ନିରୂପିତ ମାୟା ଶକ୍ତି, କ୍ରୋଂ—ଅଙ୍କୁଶ ବୀଜ ‘ କୀଳକ’ ଅଟେ। ଚିତ୍-ଶକ୍ତି
ନିଜର ସତ୍ତାରେ ମାୟା-ଶକ୍ତିକୁ ଉତ୍ପନ୍ନ କରିଥାଏ ତଥା ମାୟା ଦ୍ଵାରା ସମ୍ପୂର୍ଣ ଜଗତକୁ ସତ୍ତାରେ ଆଣିଥାଏ।
ଏଠାରେ, ଜଗତର ଅର୍ଥ-ନାମ ଓ ରୂପ ଦ୍ଵାରା ଭୋଗ-ଯୋଗ୍ୟ ହେଉଥିବା ପଦାର୍ଥ। ଯେତେବେଳେ, ନାମ ଓ ରୂପ ର ଭେଦ
ଯାହାଦ୍ୱାରା ଏହି ସଂସାର ହୋଇଥାଏ, ଅଙ୍କୁଶ ବୀଜ ଦ୍ଵାରା ଉନ୍ମୁଲୁନ
ହୋଇ ସଚ୍ଚିଦାନନ୍ଦ ର ପ୍ରକୃତି ଚିତ୍ ଶକ୍ତି ପ୍ରତିଷ୍ଠିତ ହୋଇଯାଇଥାଏ।॰
ଓଁ ହଂସଃ:
ସୋହଂ, ସୋହଂ ହଂସଃ ଶିବ:--ଏହି
ମନ୍ତ୍ରର ଅର୍ଥ-;ମୁ ସେହି ପର-ଶିବ ଅଟେ ଯିଏ ମଙ୍ଗଳର ମୂର୍ତି
ଅଟନ୍ତି ଓ ଯିଏ ବାଣୀ ଦ୍ଵାରା ‘ଓଁ’—ଏହି
ଅକ୍ଷରରେ ବ୍ୟକ୍ତ ହୋଇଥାଏ, ସିଏ ମୁ ଅଟେ।
ଯଦି ପ୍ରଶ୍ନ ହୁଏ ଏହି ପ୍ରକାର ଶିବ କେଉଂଠାରେ ପ୍ରତିଷ୍ଠିତ ହୋଇଥାନ୍ତି,
ତେବେ ଉତ୍ତର ହେଲା—ପର-ଶିବ, ‘ ହଂ’ [ ବିଷୁଧି ଚକ୍ରର ବୀଜ ମନ୍ତ୍ର], ‘ୟଂ’ [ଅନାହତ ଚକ୍ରର ବୀଜ ମନ୍ତ୍ର],
‘ରଂ’ [ ମଣିପୁର ଚକ୍ରର ବୀଜ ମନ୍ତ୍ର], ‘ଲଂ’ [ ମୂଳାଧାର ଚକ୍ରର ବୀଜ
ମନ୍ତ୍ର] ଓ ‘ବଂ’ [ସ୍ଵାଧିଷ୍ଠାନ ଚକ୍ରର ବୀଜ
ମନ୍ତ୍ର]—ଏହି ପାଞ୍ଚ ଅକ୍ଷର ଦ୍ଵାରା ନିର୍ଦିଷ୍ଟ ପାଞ୍ଚ ଭୁତ ତଥା ଶଂ’
ଷଂ’ ସଂ’ ଦ୍ଵାରା ସୂଚିତ କ୍ରମ-ପୂର୍ବକ ମନ, ବୁଦ୍ଧି, ଓ ଅହଂକାରରେ ପ୍ରତିଷ୍ଠିତ ଅଟେ। ଏହି
ଆଠୋଟି—ପଞ୍ଚ ଭୁତ, ମନ, ବୁଦ୍ଧି, ଓ ଅହଂକାର—‘ସୂକ୍ଷ୍ମ ଶରୀର’ [
ପୁର୍ଜ୍ୟଷ୍ଟକ] କୁ ତଥା ଏହାଦ୍ବାରା ବିସ୍ତ୍ରୁତ ‘ ସ୍ଥୂଳ ଶରୀର’ ନିର୍ମିତ ହୋଇଥାଏ।
ଏହାଦ୍ବାରା ଏହି ଜ୍ଞାନ ହୋଇଥାଏ ଯେ ସମ୍ପୂର୍ଣ ଜଗତ ତଥା ଉପାସକ,
ଚିତ୍-ଶକ୍ତି ଓ ପରଶିବ ବାସ୍ତବରେ ଏକ ଅଟେ। ଏହା, ପ୍ରାଣ-ପ୍ରତିଷ୍ଠାର ଉଦ୍ୟେଶ ଅଟେ।
ଏହି
କ୍ରିୟାରେ ହୃଦୟ ଉପରେ ଲେଲିହାନା ମୁଦ୍ରାରେ ହାତରଖି ‘ଆଂ ସୋହଂ’ ଇତ୍ୟାଦି ମନ୍ତ୍ରକୁ ତିନିଥର ଜପକରି
ପ୍ରାଣପ୍ରତିଷ୍ଠା କରାଯାଇଥାଏ । ଲେଲିହାନା ମୁଦ୍ରା ପ୍ରମାତା, ପ୍ରମାଣ ଏବଂ ପ୍ରମେୟ ବା ଜ୍ଞାତୃ, ଜ୍ଞାନ ଏବଂ ଜ୍ଞେୟ ଇତ୍ୟାଦିର ଏକକୀକରଣର ଦ୍ୟୋତକ ଅଟେ ।
ଅର୍ଥାତ୍ ଚିତ୍ତବୃତ୍ତିକୁ ଅଖଣ୍ଡାକାରରେ ଆଣିବାର ସଙ୍କେତ ଅଟେ । ‘ଆଂ’ ବ୍ରହ୍ମର ବିମର୍ଶ ଶକ୍ତିର ଦ୍ୟୋତକ ବୀଜ ଅଟେ । ଏହାର ମନନ ଦ୍ୱାରା ଜୀବ ନିଜର
ସ୍ଥୂଳ, ସୂକ୍ଷ୍ମ ଏବଂ କାରଣ ଶରୀର ପରେ ସାମ୍ଭବ୍ୟ
ଶରୀରର ଦୃଢ଼ୀକରଣ କରିଥାଏ । ଅର୍ଥାତ୍ ଜୀବ ଏବଂ ଶିବ ମଧ୍ୟରେ ପୃଥକତା ରହିନଥାଏ । ପ୍ରାଣ ହିଁ
ଆତ୍ମା ବା ପରଶିବ ଅଟେ । ଆତ୍ମ ପ୍ରାଣ ପ୍ରତିଷ୍ଠା ଦ୍ୱାରା ଏହି ଜ୍ଞାନର ଦୃଢ଼ୀକରଣ ହୋଇଥାଏ ।
ଋଷ୍ୟାଦିନ୍ୟାସ
ଋଷ୍ୟାଦିନ୍ୟାସରେ
ଋଷି, ଛନ୍ଦ, ଦେବତା, ବୀଜ, ଶକ୍ତି ଏବଂ କୀଳକର ନ୍ୟାସ କ୍ରମଶଃ ଶିର, ମୁଖ, ହୃଦୟ, ଗୁହ୍ୟ, ପାଦ ଏବଂ ସର୍ବାଙ୍ଗରେ କରାଯାଇଥାଏ । ନ୍ୟାସ
ଅର୍ଥ ସମସ୍ତ ଅଙ୍ଗରେ ଦେବତାର ଭାବ ସ୍ଥାପିତ କରିବା ଏବଂ ଅବିଦ୍ୟାରୁ ରକ୍ଷା ପାଇବା ।
ନ୍ୟାସ ଶବ୍ଦର ଦୁଇଟି ଅର୍ଥ ଥାଏ । ୧. ତ୍ୟାଗ - ଯାହା
ଅନୁସାରେ ସମ୍+ନ୍ୟାସୀ=ସନ୍ୟାସୀ ଶବ୍ଦ ହୋଇଥାଏ । ତ୍ୟାଗକୁ ହିଁ ସନ୍ୟାସୀ କୁହାଯାଏ । ୨.
ସ୍ଥିତି - ଅର୍ଥାତ୍ ସ୍ଥାପିତ କରିବା । ପରାପୂଜାରେ ନ୍ୟାସର ଉକ୍ତ ଦୁଇଅର୍ଥକୁ ନିଆଯାଇଥାଏ ।
ଅହଂଭାବକୁ ତ୍ୟାଗକରି ମନ୍ତ୍ରାର୍ଥକ ବା ନାମାର୍ଥକ ପଦାର୍ଥକୁ ସ୍ଥାପିତ କରାଯାଇଥାଏ । କିନ୍ତୁ
ଅପରା ପୂଜାରେ ‘ସ୍ଥିତି’ର ଅର୍ଥରେ ନ୍ୟାସ କରାଯାଇଥାଏ । ଅର୍ଥାତ୍ ରକ୍ଷା ହେତୁ ଅଙ୍ଗମାନଙ୍କରେ ମନ୍ତ୍ରର
ନ୍ୟାସ ଅର୍ଥାତ୍ ସ୍ଥାପନା କରାଯାଇଥାଏ । ଶିର ଉପରେ ଋଷି ଅର୍ଥାତ୍ ମନ୍ତ୍ରର ସର୍ବପ୍ରଥମ ଉପାସକର
ସ୍ଥାପନା କରାଯାଇଥାଏ । ମୁଖରେ ଛନ୍ଦର ନ୍ୟାସ ହୋଇଥାଏ । ମାତୃକା ବର୍ଣ୍ଣର ଯୋଜନା ଛନ୍ଦଦ୍ୱାରା
ହୋଇଥାଏ ଏବଂ ମାତୃକାଦ୍ୱାରା ହିଁ ସୃଷ୍ଟି ହୋଇଥାଏ । ଯଥା- ବିନ୍ଦୁଦ୍ୱାରା ଧ୍ୱନି, ଧ୍ୱନିଦ୍ୱାରା ମାତୃକାବର୍ଣ୍ଣ ଏବଂ ମାତୃକାରୁ
ନାମ, ମନ୍ତ୍ର ଆଦି ନିର୍ମିତ ହୋଇଥାଏ । ଏହି
ପ୍ରକାରରେ ସମସ୍ତ ଜଗତ ସୃଷ୍ଟି ହୋଇଥାଏ । ଅତଃ ‘ଛନ୍ଦ’ ସାବତ୍ରୀ ସ୍ୱରୂପ ଅଟେ ଏବଂ ସାବିତ୍ରୀ ଯଜ୍ଞ
ଅଟେ । ତେଣୁ ଯେଉଁଠାରେ ଯଜ୍ଞ ଥାଏ ସେଠରେ ଛନ୍ଦ ଥାଏ । ଦୁଇଟିଯାକ ମିଥୁନାତ୍ମକ ଅଟେ ।
ଦୁଇଜଣଙ୍କର ଏକାତ୍ମତାଦ୍ୱାରା ହିଁ ଫଳର ଉତ୍ପତ୍ତିି ହୋଇଥାଏ । ଯେପରି ଯଜ୍ଞର ଭିନ୍ନ ଭିନ୍ନ ରୂପ
ଥାଏ, ସେପରି ଛନ୍ଦର ମଧ୍ୟ ଭିନ୍ନ ଭିନ୍ନ ରୂପ ବା
ତାତ୍ପର୍ଯ୍ୟ ଥାଏ । ହୃଦୟରେ ଦେବତାଙ୍କର ନ୍ୟାସ ହୋଇଥାଏ, ଅର୍ଥାତ୍ ଜୀବରେ ଇଷ୍ଟ ଦେବତାଙ୍କର ସ୍ଥାପନା, ଅର୍ଥାତ୍ ଐକ୍ୟ ଭାବନା ହୋଇଥାଏ । ଗୁହ୍ୟସ୍ଥାନରେ ବୀଜର ନ୍ୟାସ କରାଯାଇଥାଏ ।
ଗୁହ୍ୟର ତାତ୍ପର୍ଯ୍ୟ- ଗୁପ୍ତସ୍ଥାନ ବା ମୂଳାଧାରଚ୍ରକ । ଏଠାରେ ମନ୍ତ୍ରର ସ୍ଥାନ ଅଟେ । କାରଣ
କୁଣ୍ଡଳିନୀ ହିଁ ସୁପ୍ତ ମନ୍ତ୍ରାତ୍ମିକା ଶକ୍ତି ଅଟେ । ଏହି କୁଣ୍ଡଳିନୀ ଚୈତନ୍ୟ ହେଲେ ମନ୍ତ୍ର
ଚୈତନ୍ୟ ହୋଇଥାଏ । ପାଦରେ ଶକ୍ତିର ନ୍ୟାସ ହୋଇଥାଏ । ଶକ୍ତିର ଅର୍ଥ- ଦେବତାଙ୍କର ଶକ୍ତିଦ୍ୱାରା
ଏହି ଶକ୍ତିକୁ ଉର୍ଦ୍ଧ୍ୱଗାମିନୀ କରିବା ହିଁ ସାଧକର ଲକ୍ଷ୍ୟ ହେବା ଦରକାର । ଶରୀରର ସବୁଠାରୁ
ନିଚ୍ଚ ଅଙ୍ଗ ପାଦ ଅଟେ । ଏହିଠାରୁ ଶକ୍ତିକୁ ଉପରକୁ ଉଠାଇ ଶରୀରର ସବୁଠାରୁ ଉଚ୍ଚ ଅଙ୍ଗ
ବ୍ରହ୍ମରନ୍ଧ୍ର ପର୍ଯ୍ୟନ୍ତ ନେଇ ଏକକୀକରଣ କରାଯାଇଥାଏ । ସର୍ବାଙ୍ଗରେ କୀଳକର ନ୍ୟାସ ହୋଇଥାଏ ।
ଏହା ସର୍ବଶେଷରେ ହୋଇଥାଏ । ଏହାଦ୍ୱାରା ସମସ୍ତ ଶରୀରରେ ନିଷ୍କିଳନର କାମ ହୋଇଥାଏ । ଅର୍ଥାତ୍
ଅବିଦ୍ୟାରୂପୀ କୀଳକୁ ହଟାଇ ଐକ୍ୟ ଭାବ ସ୍ଥାପିତ କରାଯାଇଥାଏ ।
ଷଡ଼ଙ୍ଗ
ନ୍ୟାସ-
ହୃଦୟ, ଶିର, ଶିଖା, ଦୁଇ ପାର୍ଶ୍ଵ, ନେତ୍ରତ୍ରୟ ଏବଂ କରତଳ ଏହି ଛଅ ଅଙ୍ଗରେ କରାଯାଇଥାଏ । ପ୍ରଥମେ ପାଞ୍ଚ ଅଙ୍ଗରେ
ଏକ ଏକ ଦୀର୍ଘ ବୀଜମନ୍ତ୍ରରେ ଅନ୍ନମୟ, ପ୍ରାଣମୟ, ମନୋମୟ, ବିଜ୍ଞାନମୟ ଏବଂ ଆନନ୍ଦମୟ- ଏହି ପାଞ୍ଚ ଶରୀରର ଶୁଦ୍ଧି ହୋଇଥାଏ ଏବଂ ଅନ୍ତିମରେ ‘କରତଳ’ରେ ଅବିଦ୍ୟାର ବୋଧ ହୋଇଥାଏ । ଯାହାକୁ କି ‘ଅସ୍ତ୍ରାୟ ଫଟ୍’ ଉଚ୍ଚାରଣ
ଦ୍ୱାରା ଅବିଦ୍ୟାକୁ ନ୍ୟାସର ବିଶେଷଣ ଅଟେ ବଜ୍ର କବଚ । କବଚର ଅର୍ଥ ଶରୀରର ରକ୍ଷିକା ଶକ୍ତି ।
ଦ୍ୱିତୀୟ ଅର୍ଥ - ‘ସୋହଂ’ ଭାବ ଆସିଲା ପରେ ସା’ର
ତ୍ରିରୂପ ସ୍ଥୂଳ, ସୂକ୍ଷ୍ମ ଏବଂ କାରଣର ଜ୍ଞାନ ଆବଶ୍ୟକ ହୋଇଥାଏ
। ସ୍ଥୂଳ ରୂପରେ ଅପରାପୂଜା ମୂଖ୍ୟତଃ କର୍ମେନ୍ଦ୍ରିୟ ଦ୍ୱାରା ହୋଇଥାଏ । ଯାହା ପ୍ରାରମ୍ଭିକ ଅଟେ
। କାରଣ ଏବଂ ପରଭାବ ଚୈତନ୍ୟତାର ବିଷୟ କୌଳିକ ପାଇଁ ଅଟେ । ସୂକ୍ଷ୍ମଭାବରେ ପରାପରା ପୂଜାର ଅନୁସନ୍ଧାନ
ବୀରସାଧନାରେ କରାଯାଇଥାଏ । କାରଣ ଏହିଥିରେ ହିଁ ପରାପୂଜାର ରହସ୍ୟର ଉଦ୍ଘାଟନ ହୋଇ
ଜ୍ଞାନପ୍ରାପ୍ତ ହୋଇଥାଏ ।
ପରଦେବତାର ସୂକ୍ଷ୍ମରୂପ ବର୍ଣ୍ଣାତ୍ମକ ବା ମନ୍ତ୍ରାତ୍ମକ ଅଟେ । ଇଷ୍ଟଦେବତାଙ୍କର ଯେଉଁ ଏକାକ୍ଷର, ଦ୍ୱୟାକ୍ଷର, ତ୍ରୟାକ୍ଷର, ସପ୍ତାକ୍ଷର ଷୋଡ଼ଶାକ୍ଷର ଠାରୁ ନେଇ ଅୟୁତାକ୍ଷର ମହାମନ୍ତ୍ର ଅଟେ । ଯାହାକି ସୂକ୍ଷ୍ମ ରୂପରେ ଦେବତାଙ୍କର ଶବ୍ଦରୂପ ଅଟେ । ମାତୃକାଠାରୁ ମନ୍ତ୍ର ଉତ୍ପନ୍ନ ହୋଇଥାଏ । ଦେବତାଙ୍କର କଳ୍ପିତ ସ୍ଥୂଳ ଶରୀର ଯାହାକି ସାଧକ ନିଜର ରୁଚି ଅନୁସାରେ କଳ୍ପନା କରିଥାଏ, ତାହାର ଅବୟବ ଅର୍ଥାତ୍ ଶିରଠାରୁ ପାଦପର୍ଯ୍ୟନ୍ତ ଅଙ୍ଗ ଏହି ମାତୃକା ଦ୍ୱାରାହିଁ ତିଆରି ହୋଇଥାଏ । ଏହି ସୂକ୍ଷ୍ମରୂପରୁ ଚିତ୍ଶକ୍ତିର କଳ୍ପିତ ଶରୀରର ତାତ୍ପର୍ଯ୍ୟ ଅଟେ । ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ ।
ସଂଗୃହିତ--ପୂଜା ରହସ୍ୟ
କ୍ରମଶ.....
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ , 9337072187
Comments
Post a Comment