ବର୍ଦ୍ଧନୀ କଳଶ,
ସାମାନ୍ୟଅର୍ଘ୍ୟ, ବିଶେଷ ଅର୍ଘ୍ୟ, ମଣ୍ଡଳ
ନିର୍ମାଣ, ଓ ସଂଶୋଧନ ରହସ୍ୟ----[2]
ଗତ 14-3-2021 ରେ ବର୍ଦ୍ଧନୀ କଳଶ, ସାମାନ୍ୟଅର୍ଘ୍ୟ, ବିଶେଷ ଅର୍ଘ୍ୟ ଉପରେ ବ୍ୟାଖ୍ୟା କରିଥିଲି। ଆଜି
ମଣ୍ଡଲ ନିର୍ମାଣ ଓ ସଂଶୋଧନ ରହସ୍ୟ ଉପରେ ପଦେ--
ମଣ୍ଡଳ ନିର୍ମାଣ - ପ୍ରତ୍ୟେକ ମନୁଷ୍ୟ ଏକ ପାତ୍ର ଅଟେ । ଏହି ପାତ୍ରରେ ପ୍ରକୃତି ଦ୍ୱାରା
ପ୍ରେରିତ ଜୀବନ ଶକ୍ତି ରହିଥାଏ,
ଏହି ଜୀବନର ରଶ୍ମି ଦ୍ୱାରା ମାନବ ଜୀବନର
ନାଟକ ଖେଳିଥାଏ । ଏହି ନାଟକକୁ ପାତ୍ର ସ୍ଥିତ ବୃତ୍ତି ରୂପକ ଦ୍ରବ୍ୟ ସଦାବେଳେ ବିଭିନ୍ନ ରୁପରେ
ପ୍ରସ୍ତୁତ କରିଥାଏ । ଦ୍ରବ୍ୟକୁ ଶୋଧନ କରି ଯଦି ଏଥିରେ ମହତ୍ ତତ୍ତ୍ୱକୁ ଆବାହନ କରାଯାଏ, ତେବେ ଅବଶ୍ୟ ବୃତ୍ତି ମଧ୍ୟ ମହତ୍ ଈଶ୍ୱର ରୁପ
ହୋଇଯାଇଥାଏ । ଏହି ସିଦ୍ଧାନ୍ତକୁ ଧ୍ୟାନ ରଖି ହିନ୍ଦୁମାନଙ୍କର ପୂଜାରେ ଅଭିଷିକ୍ତ ସାଧକ ପାତ୍ରର
ରୁପରେ ନିଜକୁ ସ୍ଥାପନା କରିଥାଏ, ଏବଂ
ନିଜର ଅନ୍ତରରେ ପ୍ରତ୍ୟେକ ବୃତ୍ତି ର ଦର୍ଶନ କରିଥାଏ, ଯାହାଦ୍ୱାରା କି ଅସତ୍ର ନାଶ ହୋଇଥାଏ ଏବଂ ସିଏ କ୍ରମଶଃ ସତ୍ର ସ୍ଥାପନା
କରିଥାଏ । ପାତ୍ରର ସ୍ଥାପନା ପାଇଁ ଅଭିଷିକ୍ତ ସାଧକ ବିନ୍ଦୁ-ତ୍ରିକୋଣ-ଷଟ୍ କୋଣ -
ବୃତ୍ତତ୍ତ-ଚତୁରସ୍ତ୍ର ରୁପକ ମଣ୍ଡଳର ରଚନା କରିଥାଏ । ଏହି ମଣ୍ଡଳ ଏକ ଦୃଷ୍ଟିରେ କାଳର
ବର୍ଣ୍ଣନା ଅଟେ । ଏହି ମଣ୍ଡଳର ବିନ୍ଦୁ - ସ୍ୱ-ଅସ୍ତିତ୍ୱକୁ, ତ୍ରିକୋଣ ଏବଂ ଷଟ୍ କୋଣ - ସ୍ୱ-ଅସ୍ତିତ୍ୱର ନାନାତ୍ୱକୁ ଦର୍ଶାଇଥାଏ । ବୃତ୍ତ -
ପ୍ରକୃତିକୁ ଏବଂ ଚତୁରସ୍ତ୍ର ଈଶ୍ୱରକୁ ଦର୍ଶାଇଥାଏ ।
ଏହି
ପ୍ରକାରରେ ସ୍ୱ-ଅସ୍ତିତ୍ୱ, ବାହାତ୍ତ୍ଵ୍ୱ ରୁପକ ସ୍ପନ୍ଦ, ଏବଂ ସୃଷ୍ଟି ରୁପକ ମହତ୍ତତ୍ତ୍ଵ୍ୱ - ଏହି
ତିନୋଟି କୁ ପ୍ରଥମେ ନିଜ ପାତ୍ରରେ ଦେଖାଯାଏ । ତା’ପରେ ପାତ୍ର ରୁପକ ନିଜର ଅସ୍ଥିତ୍ୱକୁ ନିଜର ଇଷ୍ଟରେ ସ୍ଥାପିତ କରି ଅସ୍ତିତ୍ତ୍ଵ, ସ୍ପନ୍ଦ, ଏବଂ ସୃଷ୍ଟି ଏହି ତିନୋଟିରେ ନିଜର ଇଷ୍ଟର ଦର୍ଶନ ଏବଂ ଅନୁଭବ କରିଥାଏ । ଅନ୍ୟ
ଅର୍ଥରେ ବିଶ୍ୱର ଅଣୁ ଅଣୁରେ ନିଜ ଇଷ୍ଟ ଦେବତାର ଅନୁଭବ କରିଥାଏ । ମଣ୍ଡଳ ନିର୍ମାଣ, ପାତ୍ର ସ୍ଥାପନାର ଏହି ରହସ୍ୟ ଅଟେ ।
ବିନ୍ଦୁ-ତ୍ରିକୋଣ-ଷଟ୍ କୋଣ-ବୃତ୍ତ-ଚତୁରସ୍ତ୍ର ମଣ୍ଡଳ ଚିତବୃତିର ଦ୍ୟୋତକ ଅଟେ । ଏହି ପଞ୍ଚ
ସଙ୍କେତାତ୍ମକ ରୁପ ପଞ୍ଚଭୁତର ସାତ୍ତ୍ୱିକ ଅଂଶର ଦ୍ୟୋତକ ଅଟେ । ଯଥା- (୧) ବିନ୍ଦୁ - ଆକାଶର
ସତ୍ତ୍ଵ୍ୱାଂଶ ହୃଦୟ ଅଟେ, (୨) ତ୍ରିକୋଣ-ଅଗ୍ନିର ସତ୍ତ୍ଵାଂଶ ବୁଦ୍ଧି
ଅଟେ, (୩) ବାୟୁର ସତ୍ତ୍ଵ୍ୱାଂଶ ମନ ଅଟେ, (୪) ବୃତ୍ତ-ଜଳର ସତ୍ତ୍ଵ୍ୱାଂଶ ଚିତ ଅଟେ, (୫) ଚତୁରସ୍ତ୍ର-ପୃଥିବୀର ସତ୍ତ୍ଵାଂଶ
ଅହଙ୍କାର ଅଟେ । ଅର୍ଘ୍ୟ ଯେଉଁପ୍ରକାରରେ ବ୍ରହ୍ମର ଦ୍ୟୋତକ ଅଟେ, ସେହିପରି ପିଣ୍ଡାଣ୍ଡ ଜୀବର ଦ୍ୟୋତକ ଅଟେ ।
ଏହା ସୁକ୍ଷ୍ମ ରହସ୍ୟ ଅଟେ । ପ୍ରତ୍ୟେକ ପ୍ରକାରର ଅର୍ଘ୍ୟରେ ତିନୋଟି ଅଂଶ ରହିଥାଏ । ପ୍ରଥମ-ଅମୃତ, ଦ୍ୱିତୀୟ-ପାତ୍ର, ତୃତୀୟ-ଆଧାର ।
ଜୀବର ଶରୀର ଉକ୍ତ ତିନି ମଣ୍ଡଳ ଦ୍ୱାରା
ନିର୍ମିତ ହୋଇଥାଏ । ପଞ୍ଚଦଶୀ ବିଦ୍ୟା, କାମକଳା
ଇତ୍ୟାଦି ଉକ୍ତ ତିନି ମଣ୍ଡଳ ଦ୍ୱାରା ନିର୍ମିତ ହୋଇଅଛି । କାମକଳା ବ୍ରହ୍ମଙ୍କର ତୃତୀୟ ପାଦ ଆନନ୍ଦ ଅଟେ । ଏହି ପ୍ରକାରରେ
ସମସ୍ତ ତ୍ରିପୁଟି ଏହି ବର୍ଗରେ ଆସିଥାଏ । ଯେଉଁପ୍ରକାରରେ ଜୀବର ସୃଷ୍ଟି ସଚ୍ଚିଦାନନ୍ଦା ଇଛା
ଶକ୍ତି ଦ୍ୱାରା ହୋଇଅଛି ସେହି ପ୍ରକାରରେ ଜୀବର ପୁରୁଷାର୍ଥ ତ୍ରୟ ଧର୍ମ, ଅର୍ଥ ଏବଂ କାମ ଚିତ୍ ଶକ୍ତିରୁ ହିଁ ଉତ୍ପନ୍ନ
ହୋଇଅଛି । ସତ୍ ରୁ ଧର୍ମ, ଚିତ୍ ରୁ ଅର୍ଥ ଏବଂ ଆନନ୍ଦରୁ କାମ ସୃଷ୍ଟି
ହୋଇଥାଏ । ଏହି ତ୍ରିପୁଟିର ବନ୍ଧନରୁ ମୁକ୍ତ ହେଲେ ମୋକ୍ଷ ପ୍ରାପ୍ତ ହୋଇଥାଏ । ତେଣୁ ଅଗ୍ନିମଣ୍ଡଳ ଯାହାକି ଧର୍ମ ଅଟେ, ଏହି ତ୍ରିପୁଟିର ଆଧାର ଅଟେ । ସୂର୍ଯ୍ୟମଣ୍ଡଳ
ଯାହାକି ଅର୍ଥ ଅଟେ ତାହା ପାତ୍ର ଅଟେ ଏବଂ ଚନ୍ଦ୍ରମଣ୍ଡଳ ଯାହାକି କାମ ଅଟେ ତାହା ଅମୃତ ଅଟେ ।
ଧର୍ମ ହିଁ ମୋକ୍ଷର ଆଧାର ଅଟେ । ତେଣୁ ସେହି ସାଧକ ଜ୍ଞାନ ଯୋଗର ଅଧିକାରୀ ହୋଇଥାଏ ଯିଏକି ଧର୍ମ
ଉପରେ ବ୍ୟବସ୍ଥିତ ରହିଥାଏ ।
ଯଦି ଶରୀରକୁ ଅର୍ଘ୍ୟପାତ୍ର ରୁପରେ ଧରାଯାଏ, ତେବେ ମୂଳାଧାରା ଚକ୍ର ହିଁ ଯାହାକି
ଅଗ୍ନିମଣ୍ଡଳ ଅଟେ, ଅର୍ଘ୍ୟ ପାତ୍ରର ଆଧାର ଅଟେ । ତାହାକୁ ଧର୍ମ ପାଳନ କରିବା ନିତ୍ୟାନ୍ତ
ଆବଶ୍ୟକ ଅଟେ, ଏହା ଜୀବର ସଞ୍ଚିତ କର୍ମ ଅଟେ । ଯାହାକୁ କି
ଜୀବ ନିଜର ଅତୀତ ଅସଂଖ୍ୟ ଜନ୍ମକାଳରେ ଏକାଠି କରି ରଖିଥାଏ । ଏହା ସେହି ଇନ୍ଧନ ଅଟେ, ଯାହା ଦ୍ୱାରା କି ଅଗ୍ନିମଣ୍ଡଳ ଜଳୁଥାଏ ।
ଏହା ହିଁ କୁଣ୍ଡଳିନୀ ଶକ୍ତି ଅଟେ । ଏହି ଶକ୍ତି ଦ୍ୱାରା ଜୀବ ନିଜର ବର୍ହିମୁଖୀ ବୃତି ଦ୍ୱାରା ବାହ୍ୟ ବିଷୟକୁ ଅନୁଭବ
କରିଥାଏ ଏବଂ ଆନନ୍ଦିତ ହୋଇଥାଏ,
ତଥା ନିଜର ଅର୍ନ୍ତମୁଖୀ ବୃତ୍ତି ଦ୍ୱାରା ସତ୍ୟ ଆନନ୍ଦକୁ ଅନୁଭବ କରିଥାଏ । ତେଣୁ
ଶରୀର-ପାତ୍ର ଅଟେ ଏବଂ ବିଷୟ,
ଭୋଗର ଅନୁଭବ ଅମୃତ ପାତ୍ରସ୍ଥ ଅମୃତ ଅଟେ ।
ଚନ୍ଦ୍ରମଣ୍ଡଳ ହିଁ ଅମୃତ ଅଟେ,
ତଥା ସୂର୍ଯ୍ୟମଣ୍ଡଳ ହିଁ ପାତ୍ର ଅଟେ ।
ଯଦ୍ୟପି ଏହି ପାତ୍ର ନିର୍ଣ୍ଣୟ କେରଳ ଆଦି କ୍ରମ ଅନୁସାରେ କରାଯାଇଥାଏ, ତଥାପି ଏହା ସାଧକର ମନ ବୃତ୍ତି ଉପରେ ନିର୍ଭର
କରିଥାଏ । ନିଷ୍କାମ ଉପାସକମାନଙ୍କ ପାଇଁ ମହାକପାଳ ହିଁ (ଯାହାକି ବିଗତ ରଜ- ତତ୍ତ୍ଵ
-ଜ୍ଞାନାଧାରର ଦ୍ୟୋତକ ଅଟେ) ସର୍ବୋତ୍ତମ ଅଟେ ।
ଏହି
ମହା-କପାଳର
ଅଭାବରେ ସ୍ପଟିକ ବା ନାରିକେଳର ପାତ୍ର ବ୍ୟବହାର ହୋଇଥାଏ । ସକାମ ଉପାସକଙ୍କ ପାଇଁ ନିଜର କାମନା
ଅନୁସାରେ ସ୍ୱର୍ଣ୍ଣ, ରଜତ, ତମ୍ବା ଆଦି ଧାତୁର ପାତ୍ର ବ୍ୟବହୃତ ହୋଇଥାଏ । ମହା-କପାଳ ପାତ୍ର ତିନି ପ୍ରକାରର ଅଟେ । (୧)
ଶଙ୍ଖ , (୨)ଶୁକ୍ତି, (୩) କପର୍ଦି । ଶଙ୍ଖର ଦୁଇ ପ୍ରକାର ଭେଦ ଅଟେ
- (୧) ମହାଶଙ୍ଖ, (୨) ଶଙ୍ଖ । ଏଥିରେ ମହାଶଙ୍ଖ ବା ନରକପାଳ ହିଁ
ମୁଖ୍ୟ ଅଟେ ଏବଂ ଶଙ୍ଖ ଗୌଣ ବା ଅନୁକଳ୍ପ ଅଟେ । ଜ୍ଞାନ ଯୋଗରେ ମୁମୁକ୍ଷୁଙ୍କ ପାଇଁ ମହାଶଙ୍ଖ
ହିଁ ବିହୀତ ଅଟେ । ଏହି ଅମୃତ ଜୀବଙ୍କ ପାଇଁ ଫଳଯୋଗ ଅଟେ, ଯାହାକି ସୁଖ ଏବଂ ଦୁଃଖର ମିଶ୍ରଣ ଅଟେ । ଏହା ଚିତ୍ତ ବୃତ୍ତି ଉପରେ ନିର୍ଭର
କରିଥାଏ । ଅଶୁଦ୍ଧ ଚିତ୍ତ ବୃତ୍ତି କୁ ମିଶ୍ରିତ
ଫଳ ଭୋଗ ଏବଂ ପରିଶୁଦ୍ଧକୁ କେବଳ ଆନନ୍ଦର ଭୋଗ ମିଳିଥାଏ । ତେଣୁ ଚିତ୍ତ ବୃତ୍ତି କୁ ବି ଅମୃତ
ମଧ୍ୟ କୁହାଯାଇପାରେ । ଅଧିଦେବତାତ୍ମକ ସୃଷ୍ଟି ଦ୍ୱାରା ମନ ଚନ୍ଦ୍ରମଣ୍ଡଳ ଅଟେ । ଏହି ପ୍ରକାରରେ
ଚତୁରସ୍ତ୍ର ସ୍ୱରୁପ ପୃଥିବୀର ସତ୍ତ୍ୱାଂଶର ଅଧିଦେବତା ବ୍ରହ୍ମା ଅଟନ୍ତି । ତ୍ରିକୋଣ ମଣ୍ଡଳ
ସ୍ୱରୁପ ଅଗ୍ନିର ସତ୍ତ୍ୱାଂଶର ଅଧିଦେବତା ରୁଦ୍ର ଅଟନ୍ତି । ମାନସର ଯାହାକି ଅନ୍ତଃକରଣର ଏକ ଅଂଶ
ଅଟେ ଅଧିଦେବତା ଚନ୍ଦ୍ର ଅଟନ୍ତି । ଏହା ଭୁତ ଚନ୍ଦ୍ର ଅଟେ, ଯାହାକି ଷୋଡ଼ଶ ଦଳ ବିଶୁଦ୍ଧି ଚକ୍ରରେ ରହିଥାଏ ଏବଂ ଦ୍ୱିଦଳ ଅଜ୍ଞାଚକ୍ର
ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ । ଏହିଠାରେ ସୁଖ ତଥା ଦୁଃଖର ଅନୁଭବ ହୋଇଥାଏ । ଜୀବର ଜୀବ ଭାବ ଯାହାକି ସୁଖ ଏବଂ ଦୁଃଖର
ଅନୁଭବ କରିଥାଏ, ତାହାର ଦୂରୀକରଣ ହିଁ ଜ୍ଞାନଜାଗ ବା ପରଦେବତା
ପୂଜାର ଲକ୍ଷ ଅଟେ । ତେଣୁ ଜ୍ଞାନ ଦ୍ୱାରା ଭୂତ ଚନ୍ଦ୍ରର ଅମୃତକୁ ଚିତ୍ ଚନ୍ଦ୍ରର ପରମାବୃତ୍ତରେ
ପରିଣତ କରି ପାନ କରିବାକୁ ହୋଇଥାଏ । ଏହା ହିଁ ବିଶେଷାର୍ଘ୍ୟ ବା ବିଶେଷଜ୍ଞାନର କର୍ତ୍ତବ୍ୟ ଅଟେ
। ସୁଖ ଏବଂ ଦୁଃଖରୁପି ଦ୍ୱନ୍ଦରୁ ଯଦି ଜୀବ ମୁକ୍ତ ହେବା ପାଇଁ ଚାହିଥାଏ, ତେବେ ତାକୁ ତ୍ରିପୁଟି ଜନ୍ୟ ଭେଦଭାବକୁ
ତ୍ୟାଗ କରିବାକୁ ହୋଇଥାଏ । ଭେଦଭାବ ହଟିଗଲେ ନାମ ଏବଂ ରୁପର ଲୟ ହୋଇଥାଏ । ଏଥିପାଇଁ ଅଖଣ୍ଡାକାର
ବୃତ୍ତିର ଆବଶ୍ୟକ ହୋଇଥାଏ । ଏହି ସଚ୍ଚିଦାନନ୍ଦର ଅନୁଭବ ହିଁ ବାସ୍ତବିକ ଅମୃତ ଅଟେ, ତେଣୁ ଅଦ୍ୱୈତ ଭାବନା ହିଁ ଅମୃତ ଅଟେ ।
ସୂର୍ଯ୍ୟମଣ୍ଡଳ ରୂପକ ବିଶେଷାର୍ଘ୍ୟ ପାତ୍ର
ମଣିପୁର ବା ନାଭିଦେଶ ଠାରୁ ଅନାହତ ବା ହୃଦୟଦେଶ ପର୍ଯ୍ୟନ୍ତ ପ୍ରଭାବ ରଖିଥାଏ । ଶରୀରର ମାନସ
ଭାଗହିଁ ପାତ୍ର ଅଟେ । ଜୀବର ଚେତନା ଅନ୍ତଃକରଣରେ ସୀମିତ ହୋଇ ରହିଥାଏ । କୁଟସ୍ଥା ଚେତନା
ଅନ୍ତଃକରଣରୁ ସେତେବେଳେ ଆସିଥାଏ, ଯେତେବେଳେ
ହୃଦୟଗ୍ରନ୍ଥି ଖୋଲିଥାଏ । ଗ୍ରନ୍ଥି ମୁଖ୍ୟତଃ ତିନି ପ୍ରକାରର ଅଟେ - (୧) ବ୍ରହ୍ମଗ୍ରନ୍ଥି, (୨) ବିଷ୍ଣୁଗ୍ରନ୍ଥି, (୩) ରୁଦ୍ରଗ୍ରନ୍ଥି । ରୁଦ୍ରଗ୍ରନ୍ଥି କୁ
ହୃଦୟ ଗ୍ରନ୍ଥି କୁହାଯାଏ । ହଠ ଯୋଗୀ ଉକ୍ତ ଗ୍ରନ୍ଥିକୁ ମୂଳବନ୍ଧ, ଉଡ୍ଡିୟାନ - ବନ୍ଧ ଏବଂ ଜଳନ୍ଧର ବନ୍ଧ ଦ୍ୱାର
କ୍ରମଶଃ ଖୋଲିଥାନ୍ତି । ତେଣୁ ବିଶେଷାର୍ଘ୍ୟର ପୁର୍ବୋକ୍ତ ମଣ୍ଡଳର ଚର୍ତୁରସ୍ତ୍ର ରେଖାକୁ ଉଡ୍ଡିୟାନ, ଜଳନ୍ଧର, ପୂର୍ଣ୍ଣଗିରି ଏବଂ କାମରୂପ ଏହି ଚାରିପୀଠ ମାନି ଓଜନ କରିଥାନ୍ତି । କାମରୂପ ପୀଠ- ମୂଳାଧାର ଅଟେ, ପୂର୍ଣ୍ଣଗିରି,- ଅନାହାତ ଅଟେ । ବିଶୁଦ୍ଧି -ଜଳନ୍ଧର ପୀଠ ଅଟେ ଏବଂ ଆଜ୍ଞା-ଉଡ୍ଡିୟାନ ପୀଠ ଅଟେ । ହୃଦ୍ଗ୍ରନ୍ଥି
ଖୋଲିଲେ ଜୀବ ପରଜ୍ଞାନର ପ୍ରାପ୍ତି ହୋଇ ଆନନ୍ଦମୟ ହୋଇଥାଏ । ତେଣୁ, ଏହି ବିଶେଷଅର୍ଘ୍ୟ ଭେଦ-ଭାବ ରହିତ ସର୍ବ-ବ୍ୟାପକତା’ [
ଅଖଣ୍ଡାକାର-ବୃତି] ର ଅମୃତ ଦ୍ଵାରା ପରିପୂର୍ଣ ହୋଇଯାଏ, ତେବେ ଜୀବ
ସମ୍ପୂର୍ଣ ଦୁଖକୁ ପାର କରି ଅର୍ଥାତ ସେଥିରୁ ବିମୁକ୍ତ ହୋଇ ‘
ଅଖଣ୍ଡାନନ୍ଦ’ ର ମୂର୍ତି ହୋଇଯାଇଥାଏ।
କୂଳାମୃତର ସଂଶୋଧନ ଆବଶ୍ୟକ ହୋଇଥାଏ ।
ସଂଶୋଧିତ ହେଲେ ତାହା ଅମୃତ ହୋଇ ପୂଜନ ଯୋଗ୍ୟ ହୋଇଥାଏ ଏବଂ ଦେବତାଙ୍କ ପାଇଁ ନିବେଦନ ଯୋଗ୍ୟ
ହୋଇଥାଏ । ଅସଂଶୋଧିତ ରହିଲେ ତାହା ଦେବତାଙ୍କୁ ଗ୍ରାହ୍ୟ ହୋଇନଥାଏ ଏବଂ ପୂଜା କର୍ମରେ ଯୋଗ୍ୟ
ହୋଇନଥାଏ । ଏହି ସୁଧାର ପାନ ବ୍ରାହ୍ମଣମାନଙ୍କ ପାଇଁ ସର୍ବଦା ବିହିତ ଅଟେ ।
ସଂଶୋଧନର ରହସ୍ୟ -
ସଂଶୋଧନର ରହସ୍ୟ ଜାଣିବା ଆବଶ୍ୟକ ଅଟେ, କାରଣ ଯେତେବେଳେ ସମସ୍ତ ପଦାର୍ଥ ବ୍ରହ୍ମମୟ
ଅଟେ ଏବଂ ସ୍ୱୟଂ ପରିଶୁଦ୍ଧ ଅଟେ ତେବେ ସଂଶୋଧନର ଆବଶ୍ୟକ କ’ଣ ପାଇଁ? ଏହାର କାରଣ ଏହା ଅଟେ ଯେ ଜୀବ ମୋହଗ୍ରସ ହୋଇ
ନିଜର ଅନ୍ତଃକରଣର ଦୋଷ ଦ୍ୱାରା କୌଣସି କୌଣସି ପଦାର୍ଥକୁ ଭଲ ବା ଖରାପ ବୁଝିଥାଏ । ମାୟାର ଉପାଧି
ରହିତ ଜ୍ଞାନ ଦ୍ୱାରା ଶୁଦ୍ଧ ଏବଂ ମାୟାର ଉପାଧି ସହିତ ଜ୍ଞାନ ଦ୍ୱାରା ପଦାର୍ଥ ଅଶୁଦ୍ଧ ହୋଇଥାଏ । ମନ୍ତ୍ର ଦ୍ୱାରା କଳ୍ପିତ
ଦୂଷୀତ ପଦାର୍ଥର ସଂଶୋଧନର ଅର୍ଥ ଏହା ଅଟେ ଯେ, ଉକ୍ତ ଦୋଷକୁ ଦୂର କରିବା ଏବଂ ଉକ୍ତ ପଦାର୍ଥର ଚିଦଂଶର ଜ୍ଞାନ । ମନ୍ତ୍ର ପଢ଼ିଲେ ସେହି ପଦାର୍ଥର ବିଷୟରେ
ଜ୍ଞାନ ହୋଇଥାଏ । ଚିତ୍-କଳା-ପ୍ରାର୍ଥନାର ମନ୍ତ୍ର ପଢ଼ିଲେ ଏହି ଜ୍ଞାନ ହୋଇଥାଏ ଯେ, ଚିତ୍-କଳା ଯାହାକି ସଚ୍ଚିଦାନନ୍ଦ ବିମର୍ଶ
ଅଟେ, ଯାହାକି ମହାବାକ୍ୟର ଲକ୍ଷ ଅଟେ, ଯାହାକି ପରାହନ୍ତା ଅଟେ, ଯାହାକି ସୁଧା ଅଟେ, ଯାହାକି ତିନି ମଣ୍ଡଳକୁ ପ୍ଲାବିତ କରିଥାଏ, ଯାହାକି ପରମାକାଶର ପ୍ରକାଶ ଅଟେ, ତାହା ଆମ ମଧ୍ୟରେ ବିଦ୍ୟମାନ ଅଟେ । ମୋହଯୋଗୁଁ
ଆମ୍ଭେ ତାକୁ ଦେଖିପାରୁନାହୁଁ । ଏହି ମୋହକୁ ହଟାଇବା ହିଁ ମନ୍ତ୍ର ପାଠର କାମ ଅଟେ । ବସ୍ତୁତଃ
ଯେଉଁ ବସ୍ତୁ ଯେଉଁ ପଦାର୍ଥ ରେ ବର୍ର୍ତ୍ତମାନ ଅଟେ, ସେହି ବସ୍ତୁକୁ ସେଥିରେ ଆଣିବା ନିରର୍ଥକ ଅଟେ ।
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ।
Comments
Post a Comment