Skip to main content

 

କଲ୍ୟାଣ-ବୃଷ୍ଟି-ସ୍ତବଃ ।

ଶ୍ରୀଯନ୍ତ୍ର ଉପରେ ଆଧାରିତ—

ଉଦ୍ୟେଶ--ଦେବୀଙ୍କ ଅନୁଗ୍ରହରୁ କଲ୍ୟାଣ ପ୍ରାପ୍ତି

[କଲ୍ୟାଣ-ବୃଷ୍ଟି-ସ୍ତୋତ୍ର ବା ଷୋଡଶୀ-କଲ୍ୟାଣ-ସ୍ତୋତ୍ର ଭଗବାନ ଶଙ୍କାରାଚାର୍ଯ୍ୟ ଦ୍ଵାରା ବିରଚିତ ଅଟେଷୋଡଶୀ ଶ୍ରୀବିଦ୍ୟାର ମୂଳ-ମନ୍ତ୍ରର ଅକ୍ଷର ଉପରେ ଆଧାରିତ ଏକ ଏକ ଅକ୍ଷର ଉପରେ ଏଥିରେ 16 ଶ୍ଳୋକ ଅଟେମନ୍ତ୍ରଜ୍ଞ ଏହାର ପ୍ରତିଦିନ ପାଠ କଲେ ପରମ କଲ୍ୟାଣ ଅବଶ୍ୟମ୍ଭାବୀ ଅଟେପାଠକଙ୍କ ନିମିତ ଏହାର ଅର୍ଥ ସହିତ ଦିଆହୋଇଅଛି। ଏହି ସ୍ତୋତ୍ର କରୁଣାପୂର୍ଣ ଭାବ ଓ ଭାଷାରେ ବ୍ୟକ୍ତ ହୋଇଅଛି। ]

କଲ୍ୟାଣ-ବୃଷ୍ଟିଭିରିବାମୃତ-ପୂରିତାଭି-

ର୍ଲକ୍ଷ୍ମୀ:ସ୍ୱୟଂ-ବରଣ-ମଙ୍ଗଲ-ଦୀପିକାଭିଃ ।

ସେବାଭିରମ୍ବ ତବ ପାଦ-ସରୋଜ-ମୂଲେ

ନାକାରି କିଂ ମନସି ଭାଗ୍ୟ-ବତାଂ  ଜନାନାମ୍ ॥ ୧॥

ହେ ମାଁ, ଆପଣଙ୍କ ଚରଣ-କମଳରେ ଭକ୍ତି- ଯୁକ୍ତ ଲୋକ ଯେଉଁ ସେବା ଦ୍ଵାରା ତାଙ୍କର[ସେବକ] ସମସ୍ତ କାମନାର ପୁର୍ତି ହୋଇଥାଏ କାରଣ ଧୂପ-ଦୀପ-ନୈବେଦ୍ୟ ପୂଜା ଦ୍ଵାରା ସ୍ଵୟଂ ଲକ୍ଷ୍ମୀଙ୍କ କୃପାରେ ସମ୍ପନ୍ନ ହୋଇଥାଏ ଓ କୃପାରୁ କଲ୍ୟାଣ-ବର୍ଷା ହୋଇଥାଏ ଓ ଅମୃତତ୍ବରେ ଯୁକ୍ତ ମଙ୍ଗଳର ପ୍ରାପ୍ତି ହୋଇଥାଏ  

ଏତାବଦେବ ଜନନି ସ୍ପୃହଣୀୟମାସ୍ତେ

ତ୍ୱଦ୍ୱନ୍ଦନେଷୁ ସଲିଲସ୍ଥଗିତେ ଚ ନେତ୍ରେ ।

ସାନ୍ନିଧ୍ୟମୁଦ୍ୟଦରୁଣାୟୁତ-ସୋଦରସ୍ୟ

ତ୍ୱଦ୍ୱିଗ୍ରହସ୍ୟ ପରୟା ସୁଧୟାପ୍ଲୁତସ୍ୟ ॥ ୨॥

ହେ ଜନନୀ କେବଳ ଏତିକି ପ୍ରାର୍ଥନା ଅଟେଯେ ଆପଣଙ୍କୁ ବନ୍ଦନା ଦ୍ଵାରା ନେତ୍ର ଲୁହରେ ବନ୍ଦ ହୋଇଯାଉତାହେଲେ, ଉଦୟ-କାଳୀନ ସୂର୍ଯ୍ୟ ପରି ବଡ ବଡ ନେତ୍ର ସ୍ୱରୂପିଣୀ, ଆପଣଙ୍କ ଅମୃତମୟ ସ୍ବରୂପର ସାମୀପ୍ୟର ଲାଭ ହୋଇଥାଏ।  

ଈଶାତ୍ୱ-ନାମ-କଲୁଷାଃ କତି ବା ନ ସନ୍ତି

ବ୍ରହ୍ମାଦୟଃ ପ୍ରତିଭବଂ ପ୍ରଲୟାଭିଭୂତାଃ ।

ଏକଃ ସ ଏବ ଜନନି ସ୍ଥିରସିଦ୍ଧିରାସ୍ତେ

ଯଃ ପାଦୟୋସ୍ତବ ସକୃତ୍ପ୍ରଣତିଂ କରୋତି ॥ ୩॥

ପ୍ରଭୁତ୍ଵର ଭାବନାରେ ଦୂଷିତ କେହି ରହିନଥାନ୍ତିବ୍ରହ୍ମା ଆଦି ସମସ୍ତେ ପ୍ରତ୍ୟେକ ଯୁଗରେ ଲୟକୁ ପ୍ରାପ୍ତ ହୋଇଛନ୍ତିହେ ଜନନୀ, କେବଳ ସେହି ସ୍ଥିର-ସିଦ୍ଧି ରହିଥାନ୍ତି, ଯିଏ ଗୋଟିଏ ଥର ବି ଆପଣକ ଚରଣରେ ନମନ କରୁଥାଏ

ଲବ୍ଧ୍ୱା ସକୃତ୍ତ୍ରିପୁରସୁନ୍ଦରି ତାବକୀନଂ

କାରୁଣ୍ୟ-କନ୍ଦଲିତ-କାନ୍ତି-ଭରଂ କଟାକ୍ଷମ୍ ।

କନ୍ଦର୍ପ-କୋଟି-ସୁଭଗାସ୍ତ୍ୱୟି ଭକ୍ତିଭାଜଃ

ସଂମୋହୟନ୍ତି ତରୁଣୀର୍ଭୁବନ-ତ୍ରୟେଽପି ॥ ୪॥

ହେ ତ୍ରିପୁର-ସୁନ୍ଦରୀ, ଆପଣଙ୍କ ଦୟା-ପୂର୍ଣ-ପ୍ରଭା-ମୟୀ-ଦ୍ରୁଷ୍ଟିକୁ ଥରେ ମାତ୍ର ପାଇଥିବା ଭକ୍ତ କାମଦେବ-ଯେପରି ସୁନ୍ଦର ହୋଇ ତିନି ଲୋକରେ ଯୁବତୀ ମାନଙ୍କୁ ଆକ୍ରୁଷ୍ଟ କରିପାରନ୍ତି

ହ୍ରୀଂକାରମେବ ତବ ନାମ ଗୃଣନ୍ତି ବେଦା

ମାତସ୍ତ୍ରିକୋଣ-ନିଲୟେ ତ୍ରିପୁରେ ତ୍ରିନେତ୍ରେ ।

ତ୍ୱତ୍ସଂସ୍ମୃତୌ ଯମ-ଭଟା-ଭିଭବଂ ବିହାୟ

ଦୀବ୍ୟନ୍ତି ନନ୍ଦନବନେ ସହ ଲୋକପାଲୈଃ ॥ ୫॥

ହେ ତ୍ରିକୋଣ-ବାସିନୀ ମାତ: ବେଦ ଆପଣଙ୍କୁ ହ୍ରୀଂ ର ଉଚ୍ଚାରଣ କରିଥାନ୍ତିଏହାକୁ[ହ୍ରୀଂ] ଭଲ ଭାବରେ ଗ୍ରହଣ କରିଥିବା ବ୍ୟକ୍ତି ଜାମ-ଦୁତ ଙ୍କୁ ହଟାଇ ଦେବତାଙ୍କ ନନ୍ଦନ-ବନରେ ଲୋକପାଳ ସହିତ ଶୋଭାୟମାନ ହୁଅନ୍ତି

ହନ୍ତୁଃ ପୁରାମଧିଗଲଂ ପରିପୀୟମାନଃ

କ୍ରୂରଃ କଥଂ ନ ଭବିତା ଗରଲସ୍ୟବେଗଃ ।

ନାଶ୍ୱାସନାୟ ଯଦି ମାତରିଦଂ ତବାର୍ଧଂ

ଦେବସ୍ୟ ଶଶ୍ୱଦମୃତାପ୍ଲୁତ-ଶୀତଲସ୍ୟ ॥ ୬॥

ହେ  ମାତ: ଯଦି ଭଗବାନ ଶଙ୍କରଙ୍କ ଅର୍ଧ-ଭାଗରେ ଆପଣଙ୍କ ଅମୃତ-ମୟ ଶୀତଳ ସ୍ୱରୂପ ଆଶ୍ଵାସନା ଦେଇ ସ୍ଥିତ ହୋଇନଥାନ୍ତା, ତେବେ ପୁରା-କାଳରେ ତାଙ୍କର[ଶିବ] କଣ୍ଠ ପର୍ଯ୍ୟନ୍ତ ଆସିଥିବା ବିଷ କାହିଁକି ଘାତକ ହୋଇନଥାନ୍ତା? ଆପଣଙ୍କ ପ୍ରଭାବରେ ନୀଳକଣ୍ଠ ହୋଇ ଶିବ ରହିଗଲେବିଷର ମାରକ ପ୍ରଭାବ ହୋଇନଥିଲା    

ସର୍ୱଜ୍ଞତାଂ ସଦସି ବାକ୍ପଟୁତାଂ ପ୍ରସୂତେ

ଦେବି ତ୍ୱଦଙ୍ଘ୍ରି-ସରସୀରୁହୟୋଃ ପ୍ରଣାମଃ ।

କିଂ ଚ ସ୍ଫୁରନ୍ମୁକୁଟମୁଜ୍ଜ୍ୱଲମାତ ପତ୍ରଂ

ଦ୍ୱେ ଚାମରେ ଚ ମହତୀଂ ବସୁଧାଂ ଦଦାତି ॥ ୭॥

ହେ ଦେବୀ, ଆପଙ୍କ ଦୁଇ ଚରଣକୁ ପ୍ରଣାମ କଲେ ସର୍ବଜ୍ଞତା ଓ ସଭାରେ କହିବାର ଦକ୍ଷତା ମିଳିଥାଏ ଦୁଇ ଚଅଁର ଦ୍ଵାରା ଆପଣଙ୍କ ମୁକୁଟର ଉଜ୍ଜଳତାକୁ ବିସ୍ତାର କଲେ ଭୂସମ୍ପତି ମିଳିଥାଏ

କଲ୍ପ-ଦ୍ରୁମୈରଭିମତ-ପ୍ରତିପାଦନେଷୁ

କାରୁଣ୍ୟ-ବାରିଧିଭିରମ୍ବ ଭବତ୍କଟାକ୍ଷୈଃ ।

ଆଲୋକୟ ତ୍ରିପୁରସୁନ୍ଦରି ମାମନାଥଂ

ତ୍ୱୟ୍ୟେବ ଭକ୍ତିଭରିତଂ ତ୍ୱୟି ବଦ୍ଧତୃଷ୍ଣମ୍ ॥ ୮॥

ହେ ତ୍ରିପୁର-ସୁନ୍ଦରୀ, ମୁ ଅନାଥ ଆପଣଙ୍କ ଭକ୍ତିରେ ପୂର୍ଣ ଅଟେ, ଆପଣ ନିଜର କୃପା-ଦ୍ରୁଷ୍ଟି ଦ୍ଵାରା ଦୟା-ପୂର୍ବକ ଦେଖି କଳ୍ପ-ବୃକ୍ଷ ସମାନ ମୋର ସମସ୍ତ କାମନାର ପୁର୍ତି କରି ମୋତେ କୃତାର୍ଥ କରନ୍ତୁ

ହନ୍ତେତରେଷ୍ୱପି ମନାଂସି ନିଧାୟ ଚାନ୍ୟେ

ଭକ୍ତିଂ ବହନ୍ତି କିଲ ପାମରଦୈବତେଷୁ ।

ତ୍ୱାମେବ ଦେବି ମନସା ସମନୁସ୍ମରାମି

ତ୍ୱାମେବ ନୌମି ଶରଣଂ ଜନନି ତ୍ୱମେବ ॥ ୯॥

ଅନ୍ୟମାନେ ଅନ୍ୟ ଦେବତାଙ୍କୁ ମନର ରଖି ଭକ୍ତି ନିର୍ବାହ କରିଥାନ୍ତିକିନ୍ତୁ, ମୁ ତମର ସ୍ମରଣ କରୁଅଛି, ତମକୁ ନମନ କରୁଅଛି ଓ ହେ ଜନନୀ ତମେ ମୋର ଆଶ୍ରୟ ଅଟ

ଲକ୍ଷ୍ୟେଷୁ ସତ୍ସ୍ୱପି କଟାକ୍ଷନିରୀକ୍ଷଣାନା-

ମାଲୋକୟ ତ୍ରିପୁରସୁନ୍ଦରି ମାଂ କଦାଚିତ୍ ।

ନୂନଂ ମୟା ତୁ ସଦୃଶଃ କରୁଣୈକପାତ୍ରଂ

ଜାତୋ ଜନିଷ୍ୟତି ଜନୋ ନ ଚ ଜାୟତେ ବା ॥ ୧୦॥

ହେ ତ୍ରିପୁର ସୁନ୍ଦରୀ, ତମର ଦୟା-ଦୃଷ୍ଟିକୁ ଦେଖିଲାବାଲା ଅନେକ ଲକ୍ଷ ଲକ୍ଷ ବ୍ୟକ୍ତି ଅଛନ୍ତି କିନ୍ତୁ ମୋ ପରି ଦୟନିୟ ବ୍ୟକ୍ତି କେହି ନାହାନ୍ତି, ନା କେବେ ହେବେ, ଅତ: ଯେ କୌଣସି ପ୍ରକାରରେ ମୋତେ କୃତାର୍ଥ କରନ୍ତୁ

ହ୍ରୀଂହ୍ରୀମିତି ପ୍ରତିଦିନଂ ଜପତାଂ ତବାଖ୍ୟାଂ

କିଂ ନାମ ଦୁର୍ଲଭମିହତ୍ରିପୁରାଧିବାସେ ।

ମାଲାକିରୀଟମଦବାରଣମାନନୀୟା

ତାନ୍ସେବତେ ବସୁମତୀ ସ୍ୱୟମେବ ଲକ୍ଷ୍ମୀଃ ॥ ୧୧॥

ହେ ତ୍ରିପୁର-ବାସିନୀ, ଯିଏ ତମର ନାମ ହ୍ରୀଂହ୍ରୀଂ କୁ ପ୍ରତିକ୍ଷଣ ଜପ କରୁଥାଏ, ତାହାକୁ ଏହି ସଂସାରରେ କୌଣସି ବସ୍ତୁ ଦୁର୍ଲଭ ରହିନଥାଏସେହି ବ୍ୟକ୍ତି ବଡ ବଡ ଲୋକଙ୍କର ଅହଂକାର ନଷ୍ଟ କରିଥାଏ ଓ ସ୍ଵୟଂ ବୈଭବ-ଶାଳିନୀ ଲକ୍ଷ୍ମୀ ତାଙ୍କର ସେବା କରିଥାନ୍ତି

ସମ୍ପତ୍କରାଣି ସକଲେନ୍ଦ୍ରିୟନନ୍ଦନାନି

ସାମ୍ରାଜ୍ୟଦାନନିରତାନି ସରୋରୁହାକ୍ଷି ।

ତ୍ୱଦ୍ୱନ୍ଦନାନି ଦୁରିତାହରଣୋଦ୍ୟତାନି

ମାମେବ ମାତରନିଶଂ କଲୟନ୍ତୁ ନାନ୍ୟମ୍ ॥ ୧୨॥

ହେ କମଳ-ନୟନେ, ଆପଣଙ୍କ ନେତ୍ର ସମ୍ପତି ଦେଉଥିବା, ସମସ୍ତ ଇନ୍ଦ୍ରିୟକୁ ଆନନ୍ଦିତ କରୁଥିବା, ରାଜ-ଐଶ୍ଵର୍ଯ୍ୟ ଦେଉଥିବାରେ ସମର୍ଥ ଓ ପାପ ସମୂହର ବିନାଶକ ଅଟେହେ ମାତ: ଆପଣ ମୋତେ ସର୍ବଦା କୃତାର୍ଥ କରନ୍ତୁ

କଲ୍ପୋପସଂହୃତିଷୁ କଲ୍ପିତତାଣ୍ଡବସ୍ୟ

ଦେବସ୍ୟ ଖଣ୍ଡପରଶୋଃ ପରଭୈରବସ୍ୟ ।

ପାଶାଙ୍କୁଶୈକ୍ଷବଶରାସନପୁଷ୍ପବାଣା

ସା ସାକ୍ଷିଣୀ ବିଜୟତେ ତବ ମୂର୍ତିରେକା ॥ ୧୩॥

ସୃଷ୍ଟିର ସଂହାର ନିମିତ ଉଦ୍ୟତ ପରମ-ଭୈରବ ଦ୍ଵାରା କରାଯାଉଥିବା ତାଣ୍ଡବ-ନୃତ୍ୟକୁ ପ୍ରତ୍ୟେକ୍ଷ ଦେଖୁଥ୍ବା ଆପଣଙ୍କ ସ୍ୱରୂପ ପାଶ, ଅଙ୍କୁଶ, ଇକ୍ଷୁ-ଧନୁଷ ଓ ପୁଷ୍ପ-ବାଣରେ ଯୁକ୍ତ ଅଦ୍ଵିତୀୟ ଅଟନ୍ତି ଆପଣଙ୍କ ଜୟ ହେଉ

ଲଗ୍ନଂ ସଦା ଭବତୁ ମାତରିଦଂ ତବାର୍ଧଂ

ତେଜଃ ପରଂ ବହୁଲକୁଙ୍କୁମ ପଙ୍କଶୋଣମ୍ ।

ଭାସ୍ୱତ୍କିରୀଟମମୃତାଂଶୁକଲାବତଂସଂ

ମଧ୍ୟେ ତ୍ରିକୋଣନିଲୟଂ ପରମାମୃତାର୍ଦ୍ରମ୍ ॥ ୧୪॥

ହେ ମାତ: ପରମାମୃତରେ ଆଦ୍ର ଓ ଚନ୍ଦ୍ରକଳା ରେ ଯୁକ୍ତ ଚମକୁଥିବା ମୁକୁଟ ଆପଣଙ୍କ ଏହି ପରମ ତେଜସ୍ଵୀ ସ୍ୱରୂପ ତ୍ରିକୋଣାବାସର ମଧ୍ୟରେ ଲାଲ କୁଙ୍କୁମରେ ଶୋଭିତ ହେଉ

ହ୍ରୀଂକାରମେବ ତବ ନାମ ତଦେବ ରୂପଂ

ତ୍ୱନ୍ନାମ ଦୁର୍ଲଭମିହ ତ୍ରିପୁରେ ଗୃଣନ୍ତି ।

ତ୍ୱତ୍ତେଜସା ପରିଣତଂ ବିୟଦାଦିଭୂତଂ

ସୌଖ୍ୟଂ ତନୋତି ସରସୀରୁହସମ୍ଭବାଦେଃ ॥ ୧୫॥

ହେ ତ୍ରିପୁରେ, ହ୍ରୀଂ ଆପଣଙ୍କ ନାମ ଅଟେ ଏହି ଆପଣଙ୍କ ସ୍ୱରୂପ ଅଟେଏହି ସଂସାରରେ ଆପଣଙ୍କ ନାମ ଦୁର୍ଲଭ କୁହାଯାଇଅଛି ଆପଣଙ୍କ ତେଜ ଦ୍ଵାରା ଆକାଶାଦି ମହା-ଭୁତ-ଲକ୍ଷ୍ମୀ ଆଦିଙ୍କୁ ସୁଖ ପ୍ରଦାନ  କରୁଅଛନ୍ତି

ଫଳଶ୍ରୁତି--

ହ୍ରୀଂକାରତ୍ରୟସମ୍ପୁଟେନ ମହତା ମନ୍ତ୍ରେଣ ସନ୍ଦୀପିତଂ

ସ୍ତୋତ୍ରଂ ଯଃ ପ୍ରତିବାସରଂ ତବ ପୁରୋ ମାତର୍ଜପେନ୍ମନ୍ତ୍ରବିତ୍ ।

ତସ୍ୟ କ୍ଷୋଣିଭୁଜୋ ଭବନ୍ତି ବଶଗା ଲକ୍ଷ୍ମୀଶ୍ଚିରସ୍ଥାୟିନୀ

ବାଣୀ ନିର୍ମଲ-ସୂକ୍ତି-ଭାରଭରିତା ଜାଗର୍ତି ଦୀର୍ଘଂ ବୟଃ ॥ ୧୬॥

ମହାମନ୍ତ୍ର ତିନୋଟି ହ୍ରୀଂ ଅର୍ଥାତ, [ହ୍ରୀଂ ହ୍ରୀଂ ହ୍ରୀଂ’] ରେ ସମ୍ପୁଟିତ ଏହି ସ୍ତୋତ୍ରର ପାଠ ପ୍ରତିଦିନ ଆପଣଙ୍କ ସମୀପରେ ଯିଏ କରୁଥାଏ ଶାସକ ତାହାର ବଶରେ ରୁହନ୍ତି, ଲକ୍ଷ୍ମୀ ସଦା ତାହାର ପାଖରେ ରୁହନ୍ତି, ତାହାର ବାଣୀ ବିଶୁଦ୍ଧ ସୁନ୍ଦର ଉକ୍ତି ଦ୍ଵାରା ବିଭୁଷିତା ହୋଇଥାଏ ଓ ସିଏ ଦୀର୍ଘାୟୁ ପ୍ରାପ୍ତ କରିଥାଏ  

ଶ୍ରୀଗୋବିନ୍ଦ-ଭଗବତ୍ପୂଜ୍ୟପାଦ-ଶିଷ୍ୟସ୍ୟ-ଶ୍ରୀମଚ୍ଛଙ୍କରଭଗବତଃ କୃତୌ କଲ୍ୟାଣ-ବୃଷ୍ଟି-ସ୍ତବଃ ସମ୍ପୂର୍ଣଃ ॥

କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ



Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...