କଲ୍ୟାଣ-ବୃଷ୍ଟି-ସ୍ତବଃ
।
ଶ୍ରୀଯନ୍ତ୍ର ଉପରେ ଆଧାରିତ—
ଉଦ୍ୟେଶ--ଦେବୀଙ୍କ ଅନୁଗ୍ରହରୁ କଲ୍ୟାଣ ପ୍ରାପ୍ତି
[କଲ୍ୟାଣ-ବୃଷ୍ଟି-ସ୍ତୋତ୍ର
ବା ଷୋଡଶୀ-କଲ୍ୟାଣ-ସ୍ତୋତ୍ର ଭଗବାନ ଶଙ୍କାରାଚାର୍ଯ୍ୟ ଦ୍ଵାରା ବିରଚିତ ଅଟେ। ଷୋଡଶୀ ଶ୍ରୀବିଦ୍ୟାର
ମୂଳ-ମନ୍ତ୍ରର ଅକ୍ଷର ଉପରେ ଆଧାରିତ ଏକ ଏକ ଅକ୍ଷର ଉପରେ ଏଥିରେ 16 ଶ୍ଳୋକ ଅଟେ। ମନ୍ତ୍ରଜ୍ଞ ଏହାର
ପ୍ରତିଦିନ ପାଠ କଲେ ପରମ କଲ୍ୟାଣ ଅବଶ୍ୟମ୍ଭାବୀ ଅଟେ। ପାଠକଙ୍କ ନିମିତ ଏହାର ଅର୍ଥ ସହିତ ଦିଆହୋଇଅଛି। ଏହି ସ୍ତୋତ୍ର
କରୁଣାପୂର୍ଣ ଭାବ ଓ ଭାଷାରେ ବ୍ୟକ୍ତ ହୋଇଅଛି। ]
କଲ୍ୟାଣ-ବୃଷ୍ଟିଭିରିବାମୃତ-ପୂରିତାଭି-
ର୍ଲକ୍ଷ୍ମୀ:ସ୍ୱୟଂ-ବରଣ-ମଙ୍ଗଲ-ଦୀପିକାଭିଃ
।
ସେବାଭିରମ୍ବ
ତବ ପାଦ-ସରୋଜ-ମୂଲେ
ନାକାରି
କିଂ ମନସି ଭାଗ୍ୟ-ବତାଂ ଜନାନାମ୍ ॥ ୧॥
ହେ ମାଁ, ଆପଣଙ୍କ ଚରଣ-କମଳରେ ଭକ୍ତି- ଯୁକ୍ତ ଲୋକ ଯେଉଁ ସେବା ଦ୍ଵାରା ତାଙ୍କର[ସେବକ]
ସମସ୍ତ କାମନାର ପୁର୍ତି ହୋଇଥାଏ କାରଣ ଧୂପ-ଦୀପ-ନୈବେଦ୍ୟ ପୂଜା ଦ୍ଵାରା ସ୍ଵୟଂ ଲକ୍ଷ୍ମୀଙ୍କ
କୃପାରେ ସମ୍ପନ୍ନ ହୋଇଥାଏ ଓ କୃପାରୁ କଲ୍ୟାଣ-ବର୍ଷା ହୋଇଥାଏ ଓ ଅମୃତତ୍ବରେ ଯୁକ୍ତ ମଙ୍ଗଳର
ପ୍ରାପ୍ତି ହୋଇଥାଏ।
ଏତାବଦେବ
ଜନନି ସ୍ପୃହଣୀୟମାସ୍ତେ
ତ୍ୱଦ୍ୱନ୍ଦନେଷୁ
ସଲିଲସ୍ଥଗିତେ ଚ ନେତ୍ରେ ।
ସାନ୍ନିଧ୍ୟମୁଦ୍ୟଦରୁଣାୟୁତ-ସୋଦରସ୍ୟ
ତ୍ୱଦ୍ୱିଗ୍ରହସ୍ୟ
ପରୟା ସୁଧୟାପ୍ଲୁତସ୍ୟ ॥ ୨॥
ହେ ଜନନୀ’ କେବଳ ଏତିକି ପ୍ରାର୍ଥନା ଅଟେଯେ ଆପଣଙ୍କୁ ବନ୍ଦନା ଦ୍ଵାରା ନେତ୍ର
ଲୁହରେ ବନ୍ଦ ହୋଇଯାଉ। ତାହେଲେ, ଉଦୟ-କାଳୀନ
ସୂର୍ଯ୍ୟ ପରି ବଡ ବଡ ନେତ୍ର ସ୍ୱରୂପିଣୀ, ଆପଣଙ୍କ ଅମୃତମୟ ସ୍ବରୂପର ସାମୀପ୍ୟର
ଲାଭ ହୋଇଥାଏ।
ଈଶାତ୍ୱ-ନାମ-କଲୁଷାଃ
କତି ବା ନ ସନ୍ତି
ବ୍ରହ୍ମାଦୟଃ
ପ୍ରତିଭବଂ ପ୍ରଲୟାଭିଭୂତାଃ ।
ଏକଃ
ସ ଏବ ଜନନି ସ୍ଥିରସିଦ୍ଧିରାସ୍ତେ
ଯଃ
ପାଦୟୋସ୍ତବ ସକୃତ୍ପ୍ରଣତିଂ କରୋତି ॥ ୩॥
ପ୍ରଭୁତ୍ଵର ଭାବନାରେ ଦୂଷିତ କେହି ରହିନଥାନ୍ତି। ବ୍ରହ୍ମା ଆଦି ସମସ୍ତେ
ପ୍ରତ୍ୟେକ ଯୁଗରେ ଲୟକୁ ପ୍ରାପ୍ତ ହୋଇଛନ୍ତି। ହେ ଜନନୀ, କେବଳ
ସେହି ସ୍ଥିର-ସିଦ୍ଧି ରହିଥାନ୍ତି, ଯିଏ ଗୋଟିଏ ଥର ବି ଆପଣକ ଚରଣରେ
ନମନ କରୁଥାଏ।
ଲବ୍ଧ୍ୱା
ସକୃତ୍ତ୍ରିପୁରସୁନ୍ଦରି ତାବକୀନଂ
କାରୁଣ୍ୟ-କନ୍ଦଲିତ-କାନ୍ତି-ଭରଂ
କଟାକ୍ଷମ୍ ।
କନ୍ଦର୍ପ-କୋଟି-ସୁଭଗାସ୍ତ୍ୱୟି
ଭକ୍ତିଭାଜଃ
ସଂମୋହୟନ୍ତି
ତରୁଣୀର୍ଭୁବନ-ତ୍ରୟେଽପି ॥ ୪॥
ହେ ତ୍ରିପୁର-ସୁନ୍ଦରୀ, ଆପଣଙ୍କ
ଦୟା-ପୂର୍ଣ-ପ୍ରଭା-ମୟୀ-ଦ୍ରୁଷ୍ଟିକୁ ଥରେ ମାତ୍ର ପାଇଥିବା ଭକ୍ତ କାମଦେବ-ଯେପରି ସୁନ୍ଦର ହୋଇ
ତିନି ଲୋକରେ ଯୁବତୀ ମାନଙ୍କୁ ଆକ୍ରୁଷ୍ଟ କରିପାରନ୍ତି।
ହ୍ରୀଂକାରମେବ
ତବ ନାମ ଗୃଣନ୍ତି ବେଦା
ମାତସ୍ତ୍ରିକୋଣ-ନିଲୟେ
ତ୍ରିପୁରେ ତ୍ରିନେତ୍ରେ ।
ତ୍ୱତ୍ସଂସ୍ମୃତୌ
ଯମ-ଭଟା-ଭିଭବଂ
ବିହାୟ
ଦୀବ୍ୟନ୍ତି
ନନ୍ଦନବନେ ସହ ଲୋକପାଲୈଃ ॥ ୫॥
ହେ ତ୍ରିକୋଣ-ବାସିନୀ ମାତ: ବେଦ’ ଆପଣଙ୍କୁ ହ୍ରୀଂ’ ର ଉଚ୍ଚାରଣ କରିଥାନ୍ତି। ଏହାକୁ[ହ୍ରୀଂ] ଭଲ ଭାବରେ
ଗ୍ରହଣ କରିଥିବା ବ୍ୟକ୍ତି ଜାମ-ଦୁତ ଙ୍କୁ ହଟାଇ ଦେବତାଙ୍କ ନନ୍ଦନ-ବନରେ ଲୋକପାଳ ସହିତ
ଶୋଭାୟମାନ ହୁଅନ୍ତି।
ହନ୍ତୁଃ
ପୁରାମଧିଗଲଂ ପରିପୀୟମାନଃ
କ୍ରୂରଃ
କଥଂ ନ ଭବିତା ଗରଲସ୍ୟବେଗଃ ।
ନାଶ୍ୱାସନାୟ
ଯଦି ମାତରିଦଂ ତବାର୍ଧଂ
ଦେବସ୍ୟ
ଶଶ୍ୱଦମୃତାପ୍ଲୁତ-ଶୀତଲସ୍ୟ ॥ ୬॥
ହେ ମାତ: ଯଦି ଭଗବାନ ଶଙ୍କରଙ୍କ
ଅର୍ଧ-ଭାଗରେ ଆପଣଙ୍କ ଅମୃତ-ମୟ ଶୀତଳ ସ୍ୱରୂପ ଆଶ୍ଵାସନା ଦେଇ ସ୍ଥିତ ହୋଇନଥାନ୍ତା, ତେବେ
ପୁରା-କାଳରେ ତାଙ୍କର[ଶିବ] କଣ୍ଠ ପର୍ଯ୍ୟନ୍ତ ଆସିଥିବା ବିଷ’ କାହିଁକି
ଘାତକ ହୋଇନଥାନ୍ତା? ଆପଣଙ୍କ ପ୍ରଭାବରେ ନୀଳକଣ୍ଠ ହୋଇ ଶିବ ରହିଗଲେ। ବିଷ’ର ମାରକ
ପ୍ରଭାବ ହୋଇନଥିଲା।
ସର୍ୱଜ୍ଞତାଂ
ସଦସି ବାକ୍ପଟୁତାଂ ପ୍ରସୂତେ
ଦେବି
ତ୍ୱଦଙ୍ଘ୍ରି-ସରସୀରୁହୟୋଃ ପ୍ରଣାମଃ ।
କିଂ
ଚ ସ୍ଫୁରନ୍ମୁକୁଟମୁଜ୍ଜ୍ୱଲମାତ ପତ୍ରଂ
ଦ୍ୱେ
ଚାମରେ ଚ ମହତୀଂ ବସୁଧାଂ ଦଦାତି ॥ ୭॥
ହେ ଦେବୀ, ଆପଙ୍କ ଦୁଇ ଚରଣକୁ ପ୍ରଣାମ କଲେ ସର୍ବଜ୍ଞତା ଓ ସଭାରେ କହିବାର
ଦକ୍ଷତା ମିଳିଥାଏ। ଦୁଇ ଚଅଁର ଦ୍ଵାରା ଆପଣଙ୍କ ମୁକୁଟର ଉଜ୍ଜଳତାକୁ ବିସ୍ତାର
କଲେ ଭୂସମ୍ପତି ମିଳିଥାଏ।
କଲ୍ପ-ଦ୍ରୁମୈରଭିମତ-ପ୍ରତିପାଦନେଷୁ
କାରୁଣ୍ୟ-ବାରିଧିଭିରମ୍ବ
ଭବତ୍କଟାକ୍ଷୈଃ ।
ଆଲୋକୟ
ତ୍ରିପୁରସୁନ୍ଦରି ମାମନାଥଂ
ତ୍ୱୟ୍ୟେବ
ଭକ୍ତିଭରିତଂ ତ୍ୱୟି ବଦ୍ଧତୃଷ୍ଣମ୍ ॥ ୮॥
ହେ ତ୍ରିପୁର-ସୁନ୍ଦରୀ, ମୁ ଅନାଥ ଆପଣଙ୍କ ଭକ୍ତିରେ
ପୂର୍ଣ ଅଟେ, ଆପଣ ନିଜର କୃପା-ଦ୍ରୁଷ୍ଟି ଦ୍ଵାରା ଦୟା-ପୂର୍ବକ ଦେଖି
କଳ୍ପ-ବୃକ୍ଷ ସମାନ ମୋର ସମସ୍ତ କାମନାର ପୁର୍ତି କରି ମୋତେ କୃତାର୍ଥ କରନ୍ତୁ।
ହନ୍ତେତରେଷ୍ୱପି
ମନାଂସି ନିଧାୟ ଚାନ୍ୟେ
ଭକ୍ତିଂ
ବହନ୍ତି କିଲ ପାମରଦୈବତେଷୁ ।
ତ୍ୱାମେବ
ଦେବି ମନସା ସମନୁସ୍ମରାମି
ତ୍ୱାମେବ
ନୌମି ଶରଣଂ ଜନନି ତ୍ୱମେବ ॥ ୯॥
ଅନ୍ୟମାନେ ଅନ୍ୟ ଦେବତାଙ୍କୁ ମନର ରଖି ଭକ୍ତି ନିର୍ବାହ କରିଥାନ୍ତି। କିନ୍ତୁ, ମୁ ତମର
ସ୍ମରଣ କରୁଅଛି, ତମକୁ ନମନ କରୁଅଛି ଓ ହେ ଜନନୀ ତମେ ମୋର ଆଶ୍ରୟ ଅଟ।
ଲକ୍ଷ୍ୟେଷୁ
ସତ୍ସ୍ୱପି କଟାକ୍ଷନିରୀକ୍ଷଣାନା-
ମାଲୋକୟ
ତ୍ରିପୁରସୁନ୍ଦରି ମାଂ କଦାଚିତ୍ ।
ନୂନଂ
ମୟା ତୁ ସଦୃଶଃ କରୁଣୈକପାତ୍ରଂ
ଜାତୋ
ଜନିଷ୍ୟତି ଜନୋ ନ ଚ ଜାୟତେ ବା ॥ ୧୦॥
ହେ ତ୍ରିପୁର ସୁନ୍ଦରୀ, ତମର ଦୟା-ଦୃଷ୍ଟିକୁ
ଦେଖିଲାବାଲା ଅନେକ ଲକ୍ଷ ଲକ୍ଷ ବ୍ୟକ୍ତି ଅଛନ୍ତି କିନ୍ତୁ ମୋ ପରି ଦୟନିୟ ବ୍ୟକ୍ତି କେହି
ନାହାନ୍ତି, ନା କେବେ ହେବେ, ଅତ: ଯେ କୌଣସି
ପ୍ରକାରରେ ମୋତେ କୃତାର୍ଥ କରନ୍ତୁ।
ହ୍ରୀଂହ୍ରୀମିତି
ପ୍ରତିଦିନଂ ଜପତାଂ ତବାଖ୍ୟାଂ
କିଂ
ନାମ ଦୁର୍ଲଭମିହତ୍ରିପୁରାଧିବାସେ ।
ମାଲାକିରୀଟମଦବାରଣମାନନୀୟା
ତାନ୍ସେବତେ
ବସୁମତୀ ସ୍ୱୟମେବ ଲକ୍ଷ୍ମୀଃ ॥ ୧୧॥
ହେ ତ୍ରିପୁର-ବାସିନୀ, ଯିଏ ତମର ନାମ ହ୍ରୀଂହ୍ରୀଂ’ କୁ ପ୍ରତିକ୍ଷଣ ଜପ କରୁଥାଏ, ତାହାକୁ ଏହି ସଂସାରରେ କୌଣସି
ବସ୍ତୁ ଦୁର୍ଲଭ ରହିନଥାଏ। ସେହି ବ୍ୟକ୍ତି ବଡ ବଡ ଲୋକଙ୍କର ଅହଂକାର ନଷ୍ଟ
କରିଥାଏ ଓ ସ୍ଵୟଂ ବୈଭବ-ଶାଳିନୀ ଲକ୍ଷ୍ମୀ ତା’ଙ୍କର ସେବା କରିଥାନ୍ତି।
ସମ୍ପତ୍କରାଣି
ସକଲେନ୍ଦ୍ରିୟନନ୍ଦନାନି
ସାମ୍ରାଜ୍ୟଦାନନିରତାନି
ସରୋରୁହାକ୍ଷି ।
ତ୍ୱଦ୍ୱନ୍ଦନାନି
ଦୁରିତାହରଣୋଦ୍ୟତାନି
ମାମେବ
ମାତରନିଶଂ କଲୟନ୍ତୁ ନାନ୍ୟମ୍ ॥ ୧୨॥
ହେ କମଳ-ନୟନେ, ଆପଣଙ୍କ ନେତ୍ର ସମ୍ପତି ଦେଉଥିବା, ସମସ୍ତ
ଇନ୍ଦ୍ରିୟକୁ ଆନନ୍ଦିତ କରୁଥିବା, ରାଜ-ଐଶ୍ଵର୍ଯ୍ୟ ଦେଉଥିବାରେ ସମର୍ଥ
ଓ ପାପ ସମୂହର ବିନାଶକ ଅଟେ। ହେ ମାତ: ଆପଣ ମୋତେ ସର୍ବଦା କୃତାର୍ଥ କରନ୍ତୁ।
କଲ୍ପୋପସଂହୃତିଷୁ
କଲ୍ପିତତାଣ୍ଡବସ୍ୟ
ଦେବସ୍ୟ
ଖଣ୍ଡପରଶୋଃ ପରଭୈରବସ୍ୟ ।
ପାଶାଙ୍କୁଶୈକ୍ଷବଶରାସନପୁଷ୍ପବାଣା
ସା
ସାକ୍ଷିଣୀ ବିଜୟତେ ତବ ମୂର୍ତିରେକା ॥ ୧୩॥
ସୃଷ୍ଟିର ସଂହାର ନିମିତ ଉଦ୍ୟତ ପରମ-ଭୈରବ ଦ୍ଵାରା କରାଯାଉଥିବା ତାଣ୍ଡବ-ନୃତ୍ୟକୁ
ପ୍ରତ୍ୟେକ୍ଷ ଦେଖୁଥ୍ବା ଆପଣଙ୍କ ସ୍ୱରୂପ ପାଶ, ଅଙ୍କୁଶ, ଇକ୍ଷୁ-ଧନୁଷ ଓ ପୁଷ୍ପ-ବାଣରେ ଯୁକ୍ତ ଅଦ୍ଵିତୀୟ ଅଟନ୍ତି। ଆପଣଙ୍କ ଜୟ ହେଉ।
ଲଗ୍ନଂ
ସଦା ଭବତୁ ମାତରିଦଂ ତବାର୍ଧଂ
ତେଜଃ
ପରଂ ବହୁଲକୁଙ୍କୁମ ପଙ୍କଶୋଣମ୍ ।
ଭାସ୍ୱତ୍କିରୀଟମମୃତାଂଶୁକଲାବତଂସଂ
ମଧ୍ୟେ
ତ୍ରିକୋଣନିଲୟଂ ପରମାମୃତାର୍ଦ୍ରମ୍ ॥ ୧୪॥
ହେ ମାତ: ପରମାମୃତରେ ଆଦ୍ର ଓ ଚନ୍ଦ୍ରକଳା’ ରେ ଯୁକ୍ତ ଚମକୁଥିବା ମୁକୁଟ
ଆପଣଙ୍କ ଏହି ପରମ ତେଜସ୍ଵୀ ସ୍ୱରୂପ ତ୍ରିକୋଣାବାସ’ର ମଧ୍ୟରେ ଲାଲ କୁଙ୍କୁମରେ
ଶୋଭିତ ହେଉ।
ହ୍ରୀଂକାରମେବ
ତବ ନାମ ତଦେବ ରୂପଂ
ତ୍ୱନ୍ନାମ
ଦୁର୍ଲଭମିହ ତ୍ରିପୁରେ ଗୃଣନ୍ତି ।
ତ୍ୱତ୍ତେଜସା
ପରିଣତଂ ବିୟଦାଦିଭୂତଂ
ସୌଖ୍ୟଂ
ତନୋତି ସରସୀରୁହସମ୍ଭବାଦେଃ ॥ ୧୫॥
ହେ ତ୍ରିପୁରେ, ହ୍ରୀଂ’ ଆପଣଙ୍କ ନାମ ଅଟେ ଏହି ଆପଣଙ୍କ
ସ୍ୱରୂପ ଅଟେ। ଏହି ସଂସାରରେ ଆପଣଙ୍କ ନାମ ଦୁର୍ଲଭ
କୁହାଯାଇଅଛି। ଆପଣଙ୍କ ତେଜ ଦ୍ଵାରା ଆକାଶାଦି
ମହା-ଭୁତ-ଲକ୍ଷ୍ମୀ ଆଦିଙ୍କୁ ସୁଖ ପ୍ରଦାନ
କରୁଅଛନ୍ତି।
ଫଳଶ୍ରୁତି--
ହ୍ରୀଂକାରତ୍ରୟସମ୍ପୁଟେନ
ମହତା ମନ୍ତ୍ରେଣ ସନ୍ଦୀପିତଂ
ସ୍ତୋତ୍ରଂ
ଯଃ ପ୍ରତିବାସରଂ ତବ ପୁରୋ ମାତର୍ଜପେନ୍ମନ୍ତ୍ରବିତ୍ ।
ତସ୍ୟ
କ୍ଷୋଣିଭୁଜୋ ଭବନ୍ତି ବଶଗା ଲକ୍ଷ୍ମୀଶ୍ଚିରସ୍ଥାୟିନୀ
ବାଣୀ
ନିର୍ମଲ-ସୂକ୍ତି-ଭାରଭରିତା
ଜାଗର୍ତି ଦୀର୍ଘଂ ବୟଃ ॥ ୧୬॥
ମହାମନ୍ତ୍ର ତିନୋଟି ‘ହ୍ରୀଂ’ ଅର୍ଥାତ, [ହ୍ରୀଂ’ ହ୍ରୀଂ ହ୍ରୀଂ’] ’ରେ ସମ୍ପୁଟିତ ଏହି ସ୍ତୋତ୍ରର ପାଠ ପ୍ରତିଦିନ ଆପଣଙ୍କ ସମୀପରେ ଯିଏ କରୁଥାଏ ଶାସକ
ତାହାର ବଶରେ ରୁହନ୍ତି, ଲକ୍ଷ୍ମୀ ସଦା ତାହାର ପାଖରେ ରୁହନ୍ତି, ତାହାର ବାଣୀ ବିଶୁଦ୍ଧ ସୁନ୍ଦର ଉକ୍ତି ଦ୍ଵାରା ବିଭୁଷିତା ହୋଇଥାଏ ଓ ସିଏ ଦୀର୍ଘାୟୁ
ପ୍ରାପ୍ତ କରିଥାଏ।
ଶ୍ରୀଗୋବିନ୍ଦ-ଭଗବତ୍ପୂଜ୍ୟପାଦ-ଶିଷ୍ୟସ୍ୟ-ଶ୍ରୀମଚ୍ଛଙ୍କରଭଗବତଃ
କୃତୌ କଲ୍ୟାଣ-ବୃଷ୍ଟି-ସ୍ତବଃ
ସମ୍ପୂର୍ଣଃ ॥
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ।

Comments
Post a Comment