Skip to main content

 


ଭଗବତୀ କାଳୀ

ଆଧ୍ୟାତ୍ମିକ ବିଶ୍ଳେଷଣ---

କ୍ରାଂ --ସମସ୍ତ ପ୍ରାଣୀ ମାନଙ୍କୁ ନିଜ ଭିତରେ ସମାହିତ କରିଥିବା ଯୋଗୁ 'ମହାକାଳ'ନାମ ଅଟେ.କିନ୍ତୁ ମହାକାଳ ଙ୍କୁ ନିଜ ଭିତରେ ସମାହିତ କରିଥିବା ଯୋଗୁ 'ମହାକାଳୀ' ନାମ ଅଟେ.

କ୍ରୀଂ --'ପର-ବ୍ରହ୍ମ' ର ନିତ୍ୟ କ୍ରିୟା- ଶକ୍ତି ର ନାମ 'କାଳୀ' ଅଟେ. ଅଥବା ' ନିଷ୍କ୍ରିୟ ପର-ବ୍ରହ୍ମ' ର ସକ୍ରିୟ ରୂପ 'କାଳୀ' ଅଟେ.

କୃଂ  --'ବିଶ୍ୱ ରୁପ'ରେ ପ୍ରକଟ 'କ୍ରିୟା ଶକ୍ତି' ହି 'କାଳୀ' ଅଟନ୍ତି. ଯିଏ ସମସ୍ତ ତତ୍ୱ ର 'କାରଣ' ରୂପ ଅଟେ, ସିଏ 'ଈଶ୍ୱର' ତତ୍ୱ ଅଟେ. ଏହା ଶିବ ଶରୀର ଅଟେ.

କ୍ରୈଂ-ବାହାରକୁ 'ଉନ୍ମୁଖ' ହୋଇକି ମଧ୍ୟ ଏହା ନିଜ ଉପରେ ସ୍ଥିତ ଅଟେ. 'ଶିବ' ଏବଂ ତା' ଙ୍କ ଉପରେ ସ୍ଥିତ ତାଙ୍କର 'କ୍ରିୟା ଶକ୍ତି' -'କାଳୀ', ଏକ ତତ୍ୱର ଦୁଇଟି ନାମ ଅଟେ.

କ୍ରୌଂ -ସମସ୍ତଙ୍କର ଆରମ୍ଭ-ରୂପ' ଓ ସମସ୍ତଙ୍କୁ ସମାହିତ' କରୁଥିବା କାରଣରୁ -'ଆଦ୍ୟା କାଳୀ' ନାମ ଅଟେ. 'ଅକଥନୀୟ' ହୋଇଥବା ଯୋଗୁ ନାମ 'କାଳୀ' ଅଟେ.

କ୍ରଃଂ --ସାକାର' ହେଲେ ବି ନିରାକାର' ଓ ଅନେକ' ହେଲେ ବି  ଏକ' କାରଣରୁ ନାମ କାଳୀ' ଅଟେ.ଏହି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାର କର୍ତ୍ତା ଅଟନ୍ତି.

ତନ୍ତ୍ରରେ ଦଶ ବିଦ୍ୟାର ବର୍ଣନା କରାଯାଇଅଛି.ଯଥା--1. କାଳୀ, 2. ତାରା, 3. ଷୋଡ଼ଶୀ, 4.

ଭୁବନେଶ୍ୱରୀ, 5. ଭୈରବୀ, 6. ଛିନ୍ନମସ୍ତା, 7. ଧୂମାବତୀ, 8. ବଗଳାମୁଖୀ, 9. ମାତଙ୍ଗୀ, 10.

କମଳାତ୍ମିକା.

ଏହି ଦଶ ବିଦ୍ୟାରେ  ପ୍ରଥମ ତିନି ବିଦ୍ୟାକୁ ଅର୍ଥାତ 'କାଳୀ', 'ତାରା', 'ଷୋଡ଼ଶୀ' ଙ୍କୁ

 \'ମହାବିଦ୍ୟା\', ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା,ଓ ଧୂମାବତୀ  ଙ୍କୁ  \'ବିଦ୍ୟା\', ଏବଂ ଶେଷ ତିନି ଵିଦ୍ୟା, ମାତଙ୍ଗୀ, ବଗଳାମୁଖୀ, କମଳା ଙ୍କୁ \'ସିଦ୍ଧ ବିଦ୍ୟା\' କୁହାଯାଏ. କାଳୀ, ପ୍ରଥମ କିମ୍ବା

ଆଦ୍ୟାବିଦ୍ୟା କୁହାଯାଏ.ତାଙ୍କର ଉପାସନାରେ ଭୋଗ ଓ ମୋକ୍ଷ ମିଳିଥାଏ.ତାହାଙ୍କୁ ତାମସୀ,ଶବ ଉପରେ ଆରୂଢ, ମୁଣ୍ଡମାଳା ଧାରଣ କରିଥିବା, ଭୁତ ଓ ପ୍ରେତ ଦ୍ୱାରା ସଂଯୁକ୍ତ,ସ୍ମଶାନ ବାସିନୀ ଆଦି ସହଜରେ ମନରେ ପ୍ରୀତି ଜାଗ୍ରତ କରେନାହି.

ଏପରି ପ୍ରତୀତ ହେଉଅଛିଯେ ସ୍ୱରୂପ ର ପ୍ରତୀକାତ୍ମକ ଜ୍ଞାନମୟ ଲକ୍ଷଣକୁ ନ ବୁଝିବାହିଁ ଏହାର

କାରଣ ଅଟେ.ତନ୍ତ୍ରରେ କାଳୀ ଙ୍କର ଧ୍ୟାନ ଏପରି ଅଟେ.--   

\' ସବାରୁଢାଂ ମହାଭୀମାଂ, ଘୋର -ଦ୍ରଂଷ୍ଟାଂ ହସନମୂଖୀମ୍,

ଚତୁର୍ଭୁଜାଂ  ଖଡ୍ଗ -ମୁଣ୍ଡ-ବରାଭୟ-କରାଂ  ଶିବାମ୍ ,

ମୁଣ୍ଡମାଳା ଧରାଂ ଦେବୀଂ ଲଲଜିହ୍ୱାଂ ଦିଗମ୍ବରାମ,

ଏବଂ ସଞ୍ଚିନ୍ତୟେତ୍  କାଳୀ, ଶ୍ମଶାନଲୟ -ବାସିନୀମ୍\'

ଅର୍ଥାତ୍,ଭଗବତୀ କାଳୀ ଶବ ଉପରେ ଆରୂଢ, ଅତ୍ୟନ୍ତ ଘୋର ଦନ୍ତ ପଂକ୍ତି, କଳା ବର୍ଣରେ ହସୁଥିବା ଅବସ୍ଥାରେ ଶୋଭାୟମାନ ଅଟନ୍ତି. ଭୁଜାରେ ଖଡ୍ଗ ଓ ମୁଣ୍ଡ ଏବଂ ଡାହାଣ ହାତରେ ବର ଓ ଅଭୟ ମୁଦ୍ରାରେ ଶୋଭିତ ଅଟେ. ଗଳାରେ \'ମୁଣ୍ଡର ମାଳା ଧାରଣ କରି ଅଛନ୍ତି. ଆଗକୁ ବାହାରିଥିବା ଜିହ୍ୱା, ନଗ୍ନ ବେଶ ଅଟେ. ଶ୍ମଶାନରେ ବାସ କରୁଥିବା କାଳୀଙ୍କୁ ଚିନ୍ତନ କରାଯାଇଥାଏ.

ବସ୍ତୁତଃ ଶବ ଉପରେ ଅବସ୍ଥିତ \'ଚୈତନ୍ୟ\' କୁ କୁହାଯାଇଥାଏ ଯିଏକି ଶବ ଉପରେ ଆରୂଢ ଅଟନ୍ତି.

 ମୁଣ୍ଡ ଓ ଖଡ୍ଗ ଅର୍ଥ ହେଲା ଯେ ଅହଂ କୁ  ଚେତନା ଶକ୍ତି ଦ୍ୱାରା ନାଶ କରିବା ଅଟେ.

ଶ୍ମଶାନ ବାସିନୀ  ରୂପ, ସୃଷ୍ଟିର ସନାତନ ଓ ନଶ୍ୱର ସ୍ୱରୂପ କୁ ବୁଝାଇଥାଏ. ମୁଣ୍ଡମାଳା,ପଚାଶ ବର୍ଣ ଅକ୍ଷରକୁ ବୁଝାଇଥାଏ. ନଗ୍ନ ରୂପ,ବସ୍ତ୍ର ରୁପି ଅନ୍ତହୀନ ଦିଗକୁ ଓ ସର୍ବବ୍ୟାପକତା କୁ ବୁଝାଇଥାଏ.

କାଳୀଙ୍କର ଉପାସକ \'କୌଲ\' ସମ୍ପ୍ରଦାୟ ଅନ୍ତର୍ଗତ ଅଟେ. \'ଅକୁଳ\'  ଶିବ ବ୍ରହ୍ମସ୍ଥାନରେ ଓ \'କୁଳ\' ଶକ୍ତି ମୂଳଧାରରେ ସୁସୁପ୍ତ ଅବସ୍ଥାରେ ର ସଂଯୋଗର କଳାକୁ \'କୌଲ ଧର୍ମ\'କୁହାଯାଏ.

କୌଳ ଉପାସନା ନିମ୍ନ ପଦ୍ଧତି ରେ କରାଯାଏ

ହୃଦୟ ର ଅଷ୍ଟ ଦଳ କମଳରେ ଭଗବତୀଙ୍କୁ ଆସନ ଦିଅନ୍ତୁ. ବ୍ରହ୍ମ ରନ୍ଧ୍ର ର ସହସ୍ର ଦଳରୁ ପଡୁଥିବା ଅମୃତ ରେ ମା ଙ୍କ ଚରଣରେ ପାଦ୍ୟ ଦିଅନ୍ତୁ. ମନର ଅର୍ଘ୍ୟ ନିବେଦନ କରନ୍ତୁ.

ସେହି ଅମୃତ କୁ କଳ୍ପିତ ସ୍ଵର୍ଣ ପାତ୍ରରେ ଭର୍ତି କରି ଆଚମନ କରାନ୍ତୁ. ସେହି ଅମୃତ ଦ୍ୱାରା ମଧୁପର୍କ, ଆଚମନ ଓ ସ୍ନାନ କରାନ୍ତୁ. ଆକାଶ ତତ୍ୱ ଦ୍ୱାରା ବସ୍ତ୍ର ଓ ଆଭୂଷଣ ଆଦି ର  ପରିକଳ୍ପନା କରନ୍ତୁ. ଚବିଶ ତତ୍ୱ- ପଞ୍ଚ ତନ୍ମାତ୍ରା-ଶବ୍ଦ,ସ୍ପର୍ଶ,ରୂପ,ରସ,ଓ ଗନ୍ଧ, ପଞ୍ଚ ମହାଭୁତ-ପୃଥିବୀ,ବାୟୁ,ତେଜ,ଜଳ,ଆକାଶ, ପଞ୍ଚ ଜ୍ଞାନେନ୍ଦ୍ରିୟ --ଚକ୍ଷୁ, କାନ, ନାସିକା, ଜିହ୍ୱା,ଓ ତ୍ୱଚା, ପଞ୍ଚ କର୍ମେନ୍ଦ୍ରିୟ --ହାତ,ପାଦ,ଲିଙ୍ଗ,ଗୁଦା,   ମୁଖ ତଥା ଅନ୍ତ:କରଣ ଚତୁଷ୍ଟୟ --ମନ,ବୁଦ୍ଧି,ଚିତ୍ତ,ଓ ଅହଂକାର ଏହି ସବୁକୁ  ଆତ୍ମତତ୍ୱ କୁହାଯାଏ ପୃଥିବୀ ତତ୍ତ୍ଵର ଗନ୍ଧ ପ୍ରଦାନ କରନ୍ତୁ. \'ତେଜ ତତ୍ୱ\' ର ଦୀପ ଜଳାନ୍ତୁ. ସୁଧାଂବୁଧି  ର ନୈବେଦ୍ୟ ଦିଅନ୍ତୁ. ଅନାହତ-ଧ୍ୱନିର  \'ଘଣ୍ଟା ନାଦ\', ବାୟୁ ତତ୍ୱ ର \'ଚଁବର, ଇନ୍ଦ୍ରିୟ ର ବିଭିନ୍ନ କାର୍ଯ୍ୟ  ଏବଂ ମନ ର ଚଞ୍ଚଳତା କୁ \'ନୃତ୍ୟ\' ରୂପରେ ପ୍ରସ୍ତୁତ କରନ୍ତୁ.୧. ଅମାୟ, ୨.ଅନହଂକାର, ୩.ଅରାଗ, ୪. ଅମଦ, ୫. ଅମୋହ, ୬. ଅଦମ୍ଭ, ୭. ଅଦ୍ୱେଷ, ୮. ଅକ୍ଷୋଭ, ୯. ଅମାତ୍ସର୍ଜ, ୧୦. ଅଲୋଭ --ଏହି ଦଶ ଗୁଣକୁ ପୁଷ୍ପ ରୂପରେ ଅର୍ପିତ କରନ୍ତୁ. ୧. ଅହିଁସା, ୨. ଇନ୍ଦ୍ରିୟ ଦମନ, ୩. ଦୟା, ୪. କ୍ଷମା, ୫. ଜ୍ଞାନ --ଏହି ପାଞ୍ଚ ବିଶିଷ୍ଟ ପୁଷ୍ପକୁ ପୁନଃ ଅର୍ପିତ କରନ୍ତୁ.ଦଧି ଓ କ୍ଷୀର ସାଗର କୁ ବିଭିନ୍ନ ଫୁଲ ଏବଂ ଫଳ ରେ ଯୁକ୍ତ କରି \'ଭକ୍ଷ,ଚୋସ୍ୟ, ଳେହ ଓ ପେୟ\' ର କଳ୍ପନା କରନ୍ତୁ. କୁଳ ଜଳ ର \'ତାମ୍ବୁଳ\' ଅର୍ପିତ କରନ୍ତୁ. କାମ ଓ କ୍ରୋଧ ର ବଳି ଦିଅନ୍ତୁ. ଏହା କୌଲ ଧର୍ମର ଆଧ୍ୟାତ୍ମିକ ବିଚାର ଅଟେ.

କୌଲ ଧର୍ମରେ ପଞ୍ଚ ମ\' କାର ପୂଜା କରାଯାଇଥାଏ. ଏହାର ଆଧ୍ୟାତ୍ମିକ ବିବରଣୀ \' ବଗଳାମୁଖୀ ରହସ୍ୟମ୍\' ବହିରେ ପାଇପାରିବେ.  

କୌଲ ପୂଜା ଏକ ବିଲକ୍ଷଣ ପୂଜା ଅଟେ. ଏହି ପୂଜା ପାଁଇ ଗୁରୁଙ୍କର ଆଶୀର୍ବାଦ ଓ ଶିକ୍ଷା ଆବଶ୍ୟକ ଅଟେ.ଏହି ପୂଜା ଯେ କୌଣସି ମହାବିଦ୍ୟା ର ପୂଜା ଓ ସାଧନା ନିମିତ୍ତ  ସର୍ବଶ୍ରେଷ୍ଠ ଅଟେ. ଏହି ପୂଜାରେ \'ପାତ୍ର ସ୍ଥାପନ\'   \'ପାତ୍ର ବନ୍ଦନା\'  ଯେଉଁ ପୂଜାକୁ \'ରହସ୍ୟ\' ପୂଜା କିମ୍ବା \'ଚକ୍ର ପୂଜା କିମ୍ବା \'ନିଶା\' ପୂଜା ଆଦି କୁହାଯାଏ.,ଅତ୍ୟନ୍ତ ସାରଗର୍ଭକ ଏବଂ ଦିବ୍ୟ ଅର୍ଚନ ଅଟେ.

ଏହି ପୂଜାରେ ସମସ୍ତ କାମନା ପୁର୍ଣ ହୋଇଥାଏ.

କାଶ୍ମୀର ମତରେ ଅଠର ପ୍ରକାର ପାତ୍ର ର ବର୍ଣନା କରାଯାଇଅଛି.ଯଥା-୧. ସାମାନ୍ୟର୍ଘ୍ୟ, ୨. ବିଶେଷ ଅର୍ଘ୍ୟ, ୩. ଶ୍ରୀ ପାତ୍ର, ୪. ଘଟ, ୫. ଗୁରୁ, ୬. ଭୈରବ, ୭. ଶକ୍ତି, ୮. ବୀର, ୯. ବଳି, ୧୦. ଯୋଗିନୀ, ୧୧. ଭୋଗ, ୧୨. ସ୍ନାନୀୟ, ୧୩. ପାଦ୍ୟ, ୧୪. ଅର୍ଘ୍ୟ, ୧୫. ଆଚମନ, ୧୬. ମଧୁପର୍କ, ୧୭. ପଞ୍ଚାମୃତ ଓ ୧୮. ପ୍ରକ୍ଷୋଣୀ.

ନିଜର ଡାହାଣ ପଟେ ସାମାନ୍ୟର୍ଘ୍ୟ ସ୍ଥାପନ କରାଯାଏ.ବିଶେଷଅର୍ଘ୍ୟ କୁ ନିଜର ଓ ଯନ୍ତ୍ର ମଝିରେ ସ୍ଥାପନ କରାଯାଏ. ସ୍ଥାପନ ପୂର୍ବରୁ ପ୍ରଥମେ ସେହି ସ୍ଥାନରେ ତ୍ରିକୋଣ,ଷଟ୍ କୋଣ,ବୃତ୍ତ,ଚତୁରସ୍ତ୍ର ର ମଣ୍ଡଳ ବନେଇ ତା ଉପରେ ସ୍ଥାପନ କରାଯାଏ. ଶ୍ରୀ ପାତ୍ର ନିଜର ଓ  ଯନ୍ତ୍ର ମଧ୍ୟରେ କରାଯାଏ.

କଳସ ଓ ଶ୍ରୀ ପାତ୍ର ମଝିରେ ଗୁରୁ,ଭୋଗ,ଆତ୍ମ,ଶକ୍ତି,ଯୋଗିନୀ,ବୀର,ବଳି ପାତ୍ର ଆଦି ସ୍ଥାପନ ହୋଇଥାଏ. ଶ୍ରୀ ପାତ୍ରର ବାମ ପଟେ ପାଦ୍ୟ, ଅର୍ଘ୍ୟ,ଆଚମନ,ଓ ମଧୁପର୍କ ଆଦିର ସ୍ଥାପନ କରାଯାଏ.ଗୁରୁ ପାତ୍ରରୁ ଗୁରୁ ପାଦୁକା ମନ୍ତ୍ରରେ, ଭୈରବ ପାତ୍ରରେ ବଟୁକ ମନ୍ତ୍ର ଦ୍ୱାରା,ଶକ୍ତି ପାତ୍ରରେ ଭୁବନେଶ୍ୱରୀ ମନ୍ତ୍ର ଦ୍ୱାରା, ବୀର ପାତ୍ରରେ ଶିବ ମନ୍ତ୍ର ଦ୍ୱାରା, ବଳି ପାତ୍ରରେ ଗଣେଶ ମନ୍ତ୍ର ଦ୍ୱାରା, ଯୋଗିନୀ ପାତ୍ରରେ ତାଙ୍କର ମନ୍ତ୍ର ଦ୍ୱାରା ଏବଂ ଅନ୍ୟ ପାତ୍ରରେ ପ୍ରଣବ ମନ୍ତ୍ର ଦ୍ୱାରା ତର୍ପଣର ବିଧି  ଅଛି. ଏଠାରେ ସାମାନ୍ୟ ପରିଚୟ ଦେଇଛି.

ଏହି ପାତ୍ର ସ୍ଥାପନ ଓ ପାତ୍ର ବନ୍ଦନା ର ବିସ୍ତୃତ ବିବରଣୀ ଯେକୌଣସି କୌଳ ଗୁରୁଙ୍କ ପାଖରୁ ପାଇପାରିବେ କିମ୍ବା ଲେଖକଙ୍କ ସହିତ ସମ୍ପର୍କ କରିପାରନ୍ତି.  

 ଏହି ବହିରେ ଦିଆଯାଇଥିବା ଅର୍ଚନ ବିଧି କୌଳ ପୂଜା ବିଧିରେ ପୁର୍ଣ ରୂପରେ ଦିଆଯାଇଛି.                                                    କୁଲୁକାଦି ମନ୍ତ୍ରର ଚିନ୍ତନ --

ଦିଗବନ୍ଧନ ପରେ 'କୁଲୁକାଦି' ମନ୍ତ୍ରର ଚିନ୍ତନ କରାଯାଏ.

1. 'କୁଲୁକା'--'କ୍ରୀଂ ହୁଂ ସ୍ତ୍ରୀଂ ହ୍ରୀଂ ଫଟ' ଜପ ବାର ଥର ଶିରରେ କରନ୍ତୁ.

2. 'ସେତୁ'-'ଓଁ' ର ଜପ ବାର ଥର ହୃଦୟରେ କରନ୍ତୁ.

3. 'ମହାସେତୁ' --କ୍ରୀଂ'  ଜପ ବାର ବାର  ଥର ବିଶୁଦ୍ଧି  ଓ ସହସ୍ରାର ଚକ୍ରରେ କରନ୍ତୁ.

4. 'ନିର୍ବାଣ'- -' ଓଁ  ଅଂ ମୂଲଂ ଏୈଂ  ଅଂ ଆଂ ଇଂ ଈଂ ଉଂ ଊଂ ଋଂ ୠଂ ଏଂ ଐଂ ଓଂ  ଔଂ ଅଂ ଅଂଃ  କଂ ଖଂ ଗଂ ଘଂ ଙଂ ଚଂ ଛଂ ଜଂ ଝଂ ଞଂ ଟଂ ଠଂ ଡଂ ଢଂ ଣଂ ତଂ ଥଂ ଦଂ ଧଂ ନଂ ପଂ ଫଂ   ବଂ ଭଂ  ମଂ  ଯଂ  ରଂ ଲଂ ବଂ ଶଂ ଷଂ ସଂ ହଂ ଲଂ କ୍ଷଂ ଓଁ' --ନାଭିରେ ଚିନ୍ତନ କରନ୍ତୁ.

5. କାମ-ପ୍ରଦ ମନ୍ତ୍ର--' କ୍ଳୀଂର ଚିନ୍ତନ ନାଭିରେ କରନ୍ତୁ.

6. ରକ୍ଷା ମନ୍ତ୍ର---ଓଁ  ଏୈଂ ହ୍ରୀଂ ଶ୍ରୀଂ କ୍ରୀଂ ରାଂ ରୀଂ ରୁଂ ରୈଂ ରୌଂ ରଃ: ରମଲବରଯୁଂ ରା଼କିନି! ମାଂ ରକ୍ଷ ରକ୍ଷ, ମମ ସର୍ବ -ଧାତୁନ୍ ରକ୍ଷ ରକ୍ଷ, ସର୍ବ-ସତ୍ୱ-ବଶଙ୍କରୀ ଦେବୀ! ଆଗଛାଗଛ, ଈମାଂ ପୂଜା  ଗୃହାଣ ଗୃହାଣ ଏୈଂ ଘୋରେ ଦେବୀ, ଘୋରେ ଦେବୀ, ହ୍ରୀଂ ସଃ ପରମ ଘୋରେ ଘୋର ସ୍ବରୁପେ! ଏହୋହି ନମଃ ଚାମୁଣ୍ଡେ  ଡରଲକସହୈଂ, ଶ୍ରୀ ଦକ୍ଷିଣେ କାଳିକେ ଦେବୀ ବରଦେ ବିଦ୍ୟେ --ଏହି ମନ୍ତ୍ରକୁ ଶିରରେ ଚିନ୍ତନ କରନ୍ତୁ.   

ବର୍ତମାନ କ୍ରୀଂ ବିଜକୁ ତିନିଥର ଉଚ୍ଚାରଣ କରି ତିନି ଥର ଆଚମନ କରନ୍ତୁ. ତାପରେ ' ଓଁ କାଲ୍ୟୈ ନମଃ' ର ଉଚ୍ଚାରଣ କରି ଉପର ଓଠ  ଏବଂ ' ଓଁ କପାଳୀଣ୍ୟେ ନମଃ' ଉଚ୍ଚାରଣ କରି ତଳ ଓଠ କୁ ସ୍ପର୍ଶ କରନ୍ତୁ. 'ଓଁ  କୁଲ୍ୟାୟୈ ନମଃ' କହି ହାତ ଧୁଅନ୍ତୁ. ତାପରେ ନିମ୍ନ ମନ୍ତ୍ରକୁ ଉଚ୍ଚାରଣ କରି ନିର୍ଦ୍ଧିଷ୍ଟ ଅଙ୍ଗକୁ ସ୍ପର୍ଶ କରନ୍ତୁ.

'ଓଁ କୁରୁ-କୁଲ୍ୟାୟୈ ନମଃ'-ମୁଖ, ' ଓଁ ବିରୋଧିନ୍ୟୈ ନମଃ-ଡାହାଣ ନାସିକା, ' ଓଁ ବିପ୍ର -ଚିତ୍ତାୟୈ  ନମଃ'--ବାମ ନାସିକା,' ଓଁ ଉଗ୍ରାୟୈ ନମଃ'--ଡାହାଣ ନେତ୍ର ,' ଉଗ୍ର-ପ୍ରଭାୟୈ  ନମଃ'-- ବାମ ନେତ୍ର, ' ଓଁ ଦୀପ୍ତାୟୈ ନମଃ'--ଡାହାଣ କର୍ଣ, ' ଓଁ ନୀଳାୟୈ ନମଃ'--ବାମ କର୍ଣ, ' ଓଁ ଘନାୟୈ ନମଃ'--ନାଭି, ' ଓଁ ବଳକାୟୈ ନମଃ'--ଛାତି, ' ଓଁ ମାତ୍ରାୟୈ  ନମଃ'--ଶିର, ' ଓଁ ମୁଦ୍ରାୟୈ ନମଃ'--ଡାହାଣ ହାତ, ' ଓଁ ମିତାୟୈ ନମଃ'--ବାମ ହାତ.

- କାଳୀ ମା କାଲିକା ନାମରେ ମଧ୍ୟ ଜଣାଶୁଣା | ସେ ଜଣେ ହିନ୍ଦୁ ଦେବୀ ଏବଂ ଦଶ ମହାବିଦ୍ୟମାନଙ୍କ ମଧ୍ୟରୁ ଆଦ୍ୟା ମହାବିଦ୍ୟା ଅଟନ୍ତି କାଳୀ ରୂପ ହେଉଛି ସମସ୍ତ ନକାରାତ୍ମକ ଏବଂ ମନ୍ଦ ଶକ୍ତିର ବିନାଶକାରୀ | ସେ ଶକ୍ତିର ସବୁଠାରୁ ଶକ୍ତିଶାଳୀ ରୂପ | କାଳୀ ଯନ୍ତ୍ର black magic ସମସ୍ତ ଖରାପ ପ୍ରଭାବକୁ ଫେରାଇଦେଇଥାନ୍ତି କାଳୀ ଯନ୍ତ୍ରକୁ ପୂଜା କରିବା ଦ୍ଵାରା ଗ୍ରହମାନଙ୍କର କ୍ଷତିକାରକ ପ୍ରଭାବ ମଧ୍ୟ ଦୂର ହୋଇଥାଏ, ବିଶେଷତଃ ଶନି, ଯାହା ସାଧାରଣତଃ ଦୁଖ, କ୍ଷତି ଏବଂ ଦୁର୍ଦିନ ପାଇଁ ଦାୟୀ | ଘର, ଅଫିସ୍, ଦୋକାନ ଇତ୍ୟାଦିରେ ମହାକାଲୀ ଯନ୍ତ୍ରର ଉପସ୍ଥିତି ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରେ, ସ୍ୱପ୍ନ ଏବଂ ଇଚ୍ଛା ପୂରଣ କରନ୍ତି ପ୍ରଚୁରତା, ଅପାର ଧନ ଏବଂ ଶାନ୍ତି ପ୍ରଦାନ କରନ୍ତି | ପାରାଲିସିସ୍, ରକ୍ତ ସମ୍ବନ୍ଧୀୟ ରୋଗ, ନ୍ୟୁରୋ ଏବଂ ସ୍ନାୟୁ ଜନିତ ରୋଗ ଭଳି ସମସ୍ତ ଗୁରୁତର ତଥା କ୍ରନିକ ରୋଗକୁ ଭଲ କରିବା ପାଇଁ ମା କାଳୀଙ୍କୁ ପୂଜା କରାଯାଏ | କାଳୀ ଯନ୍ତ୍ରକୁ ପୂଜା କରୁଥିବା ବ୍ୟକ୍ତି ଦୀର୍ଘାୟୁତା ଏବଂ ଚରମ ସୁରକ୍ଷା ପାଆନ୍ତି | ତାଙ୍କୁ ମଧ୍ୟ ରକ୍ଷକ ଏବଂ ମୋକ୍ଷ ପ୍ରଦାନ କରୁଥିବା ଦେବୀ  ଭାବରେ ଜଣାଯାଏମା କାଲିଙ୍କୁ ସମଗ୍ର ଭାରତରେ ହିନ୍ଦୁମାନେ ପୂଜା କରିଥାନ୍ତି

ମହା କାଳୀ ଯନ୍ତ୍ରର ଉପକାର |

- ଏହି ଯନ୍ତ୍ର ମନ୍ଦ ଆଖି ଏବଂ କଳା ଯାଦୁରୁ ରକ୍ଷା କରେ |

- ଏହା ସମସ୍ତ ମାରାତ୍ମକ ରୋଗକୁ ଭଲ କରିଥାଏ |

- କାଳୀ ଯନ୍ତ୍ରର ଉପସ୍ଥିତି ଲୋକଙ୍କୁ ଖରାପ ପ୍ରଭାବରୁ ମୁକ୍ତ କରିଥାଏ |

- ଏହା ଯନ୍ତ୍ରଣାକୁ ଦୂର କରେ |

- ସମସ୍ତ ନକାରାତ୍ମକ ଶକ୍ତି ଅପସାରଣ କରି ଶାନ୍ତି ଏବଂ ସୁଖ ଆଣିଥାଏ |

- ଜ୍ଞାନ ଓ ମାର୍ଗ ଦର୍ଶନ ନିମିତ କାଳୀ ଯନ୍ତ୍ରକୁ ପୂଜା କରାଯାଇଥାଏ

 ପ୍ରସ୍ତୁତ କର୍ତ୍ତା--Kailash nath Agrawal, khordha,

 

Comments

Popular posts from this blog

  ଶ୍ରୀ ବିଦ୍ୟା—[ 51 ]- 24 - 07 -202 1 ଶ୍ରୀ ବାଲା-ବାଞ୍ଛା - ଦାତ୍ରୀ - ସ୍ତୋତ୍ରମ୍- ଐଂ ବିଦ୍ୟାକ୍ଷମାଲାସୁକପାଲମୁଦ୍ରାରାଜତ୍କରାଂ କୁନ୍ଦସମାନକାନ୍ତିମ୍ । ମୁକ୍ତାଫଲାଲଙ୍କୃତଶୋଭନାଙ୍ଗୀଂ ବାଲାଂ ଭଜେ ବାଙ୍ମୟସିଦ୍ଧିହେତୋଃ ॥ ୧॥ କ୍ଲୀଂ ଭଜେ କଲ୍ପବୃକ୍ଷାଧ ଉଦ୍ଦୀପ୍ତରତ୍ନାସନେ ସନ୍ନିଷଣ୍ଣାଂ ମଦାଘୂର୍ଣିତାକ୍ଷୀମ୍ । କରୈର୍ବୀଜପୂରଂ କପାଲେଷୁଚାପଂ ସପାଶାଙ୍କୁରାଂ ରକ୍ତବର୍ଣାଂ ଦଧାନାମ୍ ॥ ୨ ॥ ସୌଃ ବ୍ୟାଖ୍ୟାନମୁଦ୍ରାମୃତକୁମ୍ଭବିଦ୍ୟାଂ ଅକ୍ଷସ୍ରଜଂ ସନ୍ଦଧତୀଂ କରାବ୍ଜୈଃ । ଚିଦ୍ରୂପିଣୀଂ ଶାରଦଚନ୍ଦ୍ରକାନ୍ତିଂ ବାଲାଂ ଭଜେ ମୌକ୍ତିକଭୂଷିତାଙ୍ଗୀମ୍ ॥ ୩॥ ପାଶାଙ୍କୁଶୌ ପୁସ୍ତକମକ୍ଷସୂତ୍ରଂ କରୈର୍ଦଧାନାଂ ସକଲାମରାର୍ଚ୍ୟାମ୍ମ୍ । ରକ୍ତାଂ ତ୍ରିଣୋତ୍ରାଂ ଶଶିଶେଖରାଂ ତାଂ ଭଜେଽଖିଲର୍ଧ୍ୟୈ ତ୍ରିପୁରାଂ ଚ ବାଲାମ୍ ॥ ୪॥ ଆରକ୍ତାଂ ଶଶିଖଣ୍ଡମଣ୍ଡିତଜଟାଜୂଟାନୁବଦ୍ଧସ୍ରଜଂ      ବନ୍ଧୂକପ୍ରସବାରୁଣାମ୍ବରଧରାଂ ରକ୍ତାମ୍ବୁଜାଧ୍ୟାସିନୀମ୍ । ତ୍ୱାଂ ଧ୍ୟାୟାମି ଚତୁର୍ଭୁଜାଂ ତ୍ରିଣୟନାମାପୀନରମ୍ୟସ୍ତନୀଂ      ମଧ୍ୟେ ନିମ୍ନବଲିତ୍ରୟାଙ୍କିତତନୁଂ ତ୍ୱଦ୍ରୂପସମ୍ପତ୍ତୟେ ॥ ୫॥ ଆଧାରେ ତରୁଣାର୍କବିମ୍ବରୁଚିରଂ ସୋମପ୍ରଭଂ ବାଗ୍ଭବଂ      ବୀଜଂ ମାନ୍ମଥମିନ୍ଦ୍ରଗୋପକନିଭଂ ହୃତ୍ପଙ୍କଜେ ସଂସ୍ଥିତମ୍ । ରନ୍ଧ୍ରେ ବ୍ରହ୍ମପ...
 
 ପ୍ରସ୍ତୁତ ପୁସ୍ତକ, 'ବାସ୍ତୁ ଶାସ୍ତ୍ର ସୌଭାଗ୍ୟ' ରୁ ଉଦ୍ଧୃତ- ବାସ୍ତୁ ଶାସ୍ତ୍ର ସ୍ଥାପତ୍ୟ ବେଦର ଏକ ଅଙ୍ଗ ଅଟେ । ବେଦର ଅର୍ଥ ଜ୍ଞାନ ଅଟେ । “ ବିଶ୍ୱକର୍ମା ପ୍ରକାଶ ” ସବୁଠାରୁ ପ୍ରାଚୀନତମ ଗ୍ରନ୍ଥ ଅଟେ । ଏହାର ଲୋକପ୍ରିିୟତା ବିଶେଷ ଭାବେ ଉତର ଭାରତରେ ପାଳିତ ହେଉଅଛି । ବାସ୍ତୁ ଉପରେ ଅନ୍ୟାନ୍ୟ ଗ୍ରନ୍ଥ ଉପଲବ୍ଧ ଅଟେ । ଯଥା-ମତ୍ସ୍ୟ ପୁରାଣ , ଅଗ୍ନି ପୁରାଣ , ଭବିଷ୍ୟ ପୁରାଣ ଓ ବୃହତ ସଂହିଁତା । ଅନ୍ୟାନ୍ୟ ଗ୍ରନ୍ଥ ବାସ୍ତୁ ଉପରେ ବିଶେଷ ପରିଲିଖିତ ହେଉଅଛି ଯଥା-ମୟମତମ୍‌ , ମାନସାର , ସମରାଙ୍ଗଣ ସୁତ୍ରଧାର , ରାଜବଲ୍ଲଭ ଏବଂ ମନୁଷ୍ୟାଳୟ ଚନ୍ଦ୍ରିକା । ପ୍ରତିମା ବିଜ୍ଞାନ ନାମକ ଗ୍ରନ୍ଥ ବାସ୍ତୁର ଏକ ଅଭିନ୍ନ ଅଙ୍ଗ ଅଟେ । ଚାରୋଟି ବେଦ ଯଥା-ରିଗ୍‌ , ଯଜୁର୍ବେଦ , ଅଥର୍ବ ବେଦ ଏବଂ ଶାମବେଦ ଅଟେ । ଯଜୁର୍ବେଦରେ ରିଗ୍‌ବେଦର ଦେବତାଙ୍କର ମନ୍ତ୍ର ସହିତ ଆହୁତି ଦିଆଯାଇଥାଏ ଏବଂ ଏହି ବେଦରେ କର୍ମକାଣ୍ଡ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି । ସାମ୍‌ବେଦରେ ରିଗ୍‌ବେଦର ମନ୍ତ୍ରକୁ କିପରି ଛନ୍ଦ ଓ ଗାୟନ ରୂପରେ ପ୍ରାର୍ଥନା କରାଯାଏ ତାହା ପ୍ରସ୍ତୁତ ହୋଇଅଛି । ଅଥର୍ବ ବେଦରେ ଜୀବନର ସମ୍ବନ୍ଧିତ ଜ୍ଞାନକୁ ବର୍ଣ୍ଣ ନା କରାଯାଇଅଛି । ବାସ୍ତୁ ଗ୍ରନ୍ଥ ଯଜୁର୍ବେଦର ଅଧିକ ନିକଟତର ଅଟେ । କାରଣ ଏହି ବେଦ ଯଜ୍ଞ ଉପରେ ବିଶେଷ ବର୍ଣ୍ଣନା କରିଅଛି । ବେଦ ବହିଗୁଡିକୁ କୈାଣସି ପୁରୁଷ ବ୍ୟକ୍ତି ଲେଖନାହାଁନ୍ତି । ତେଣୁ ...