ଭଗବତୀ ତାରା—
ଗତାଙ୍କରୁ ଆଗେ-
ଆଧ୍ୟାତ୍ମିକ ବିଶ୍ଳେଷଣ--
ଭଗବତୀ ତାରାଙ୍କ ବିବିଧ ଧ୍ୟାନର ଆଶୟ ଏହା ଅଟେ ଯେ—
ଭଗବତୀ ତାରାଙ୍କ ଶରୀର ବିରୁଦ୍ଧ-ବାକ୍ୟାର୍ଥ ଅଟେ। ସିଏ ମହା-ଶ୍ମଶାନ ରେ
ଜଳୁଥିବା ଚିତାରେ ରହନ୍ତି, ଶବ ଉପରେ ଠିଆ
ହୋଇଛନ୍ତି, ନୀଳ ବର୍ଣା, ସ୍ଥୂଳ ଓ ଲମ୍ବା
କିମ୍ବା ବିଶାଳ ଉଦର, ଖର୍ବା, ନବ ଯୌବନା, ଏକ ଜଟା, ଏହି ଜଟା ପିଙ୍ଗ
ଅଟେ, ଜଟାରେ ଅକ୍ଷୋଭ,
ପଞ୍ଚ-ମୁଦ୍ରା-ବିଭୁଷିତା, କରାଳ ବା ଭୟାନକ
ଦେଖାଯାଉଥିବା, ତ୍ରି-ନୟନା, ଚାରି ହାତ,--ଗୋଟିଏ ହସ୍ତରେ
ଖଡ୍ଗ, ଦିତୀୟରେ-କର୍ତରିକା, ତୃତୀଯରେ କପାଳ, ଚତୁର୍ଥରେ ସ-ନାଳ
କମଳ, 50 ମୁଣ୍ଡର ମାଳା ଧାରଣ କରିଥିବା, ଅଟ୍ଟହାସ
କରୁଥିବା, ବାହାରକୁ ଜିଭ ବାହାର କରିଥିବା, ଆଠ ଟି ଅଙ୍ଗରେ
ଅନନ୍ତାଦି ଆଠୋଟି ବର୍ଣର ଆଠୋଟି ନାଗକୁ ଆଭୁଷଣ ରୂପରେ ଧାରଣ କରିଥିବା, ଦୁଇଟି ଦାନ୍ତ
ବାହାରକୁ ବାହାରିଥିବା, ଓ
ଚନ୍ଦ୍ରାର୍ଦ୍ଧ-କୃତ-ଶେଖରା ଅଟନ୍ତି।
ଆସନ୍ତୁ ଧ୍ୟାନର ଅର୍ଥ ଉପରେ
ସଂକ୍ଷେପରେ କିଛି ଜାଣିବା—
ବିରୁଦ୍ଧ-ବାକ୍ୟାର୍ଥ-ଶରୀରା---
ଯେପରି ‘ତତ୍ତ୍ଵମସି’ ମହାବାକ୍ୟରେ ସର୍ବଜ୍ଞତ୍ଵ’ ଓ ଅଲ୍ପ୍ଜ୍ଞତ’ ର ବିରୂଦ୍ଧ ଅର୍ଥ ତ୍ୟାଗ
କଲେ ଚୈତନ୍ୟ ର ବୋଧ ହୋଇଥାଏ, ସେହିପରି ବ୍ରହ୍ମ ଓ ଅଚିତ ବ୍ରହ୍ମ ର ଅର୍ଥକୁ ତ୍ୟାଗ କଲେ
ଅନିର୍ବାଚନୀୟ ବ୍ରହ୍ମ ର ବୋଧ ହୋଇଥାଏ। ପରୋକ୍ଷତ୍ଵ’ ଓ ଅପରୋକ୍ଷତ୍ଵ ଆଦି
ବିଶିଷ୍ଟ ଚୈତନ୍ୟ ର ଐକ୍ୟ-ସମ୍ଭାଦିତ ଅନେକ ବଚନ ର ଅର୍ଥରେ ବିରୋଧର ଦ୍ୟୋତକ ଅଟେ। ଏହାର ଲକ୍ଷ
ସଂକ୍ଷେପରେ ‘ ଅଖଣ୍ଡ-ଚୈତନ୍ୟ’ ଅଟେ।
ମହା ଶ୍ମଶାନସ୍ଥା—
ଏହି ଦେବୀ ନବାତ୍ମକେଶ୍ଵରୀ
କୋଟି ବ୍ରହ୍ମାଣ୍ଡ ନାୟିକା ଭଗବତୀ ତ୍ରିପୁର ସୁନ୍ଦରୀ ର ବିନ୍ଦୁ ସ୍ଥାନ ଉପରେ ଓ
ଶ୍ରୀଦକ୍ଷିଣା-ଶ୍ମଶାନ ତଳେ ତାରିଣୀ ପୁର ଅଟେ। ଏହାର ଅର୍ଥ—ତ୍ରିପୁର-ସୁନ୍ଦରୀ ପ୍ରପଞ୍ଚେଶୀ
ଅଟନ୍ତି। ତେଣୁ, ତାରାଙ୍କ ସ୍ଥାନ ପାଞ୍ଚ-ମହା-ଭୁତ ରୁ ଉର୍ଦ୍ଧ ଅଟେ। ତେଣୁ, ତାରାଙ୍କୁ
ପଞ୍ଚ-ଶୂନ୍ୟ-ସ୍ଥିତା କୁହାଯାଏ।
ଜ୍ଵଳ ଚିତା-ମଧ୍ୟ-ସଂସ୍ଥା—
ଅର୍ଥ—ଜଳୁଥିବା ଚିତା ର
ମଧ୍ୟରେ ସ୍ଥିତ ଅଟନ୍ତି। ଏହା ମହା ପ୍ରକାଶ’ର ଦ୍ୟୋତକ ଅଟେ। ଅର୍ଥାତ-ସ୍ଵ ପ୍ରକାଶ ରୂପୀ ଚିତ୍
ଶକ୍ତି ରେ ଅଧିଷ୍ଠାତା। ଏହା ବ୍ରହ୍ମର ଏକ ଲକ୍ଷଣ ଅଟେ। ଏହାଦ୍ବାରା, ପରମ କଲ୍ୟାଣ ସିଦ୍ଧ ହୋଇଥାଏ।
ଭଗବତୀ ତାରା ପରମ କଲ୍ୟାଣମୟୀ ଅଟନ୍ତି-ଏହା ବୋଧ ହୋଇଥାଏ।
ନୀଳ ବର୍ଣା—
ନୀଳ ବର୍ଣ, ଶୁଦ୍ଧ ସତ୍ତ୍ଵ-ଗୁଣାତ୍ମକ
ଘନୀଭୂତ ତେଜ ‘ ଚିଦାକାଶ’ ର ଦ୍ୟୋତକ ଅଟେ। ଆକାଶ, ଯିଏ ବ୍ରହ୍ମ ଅଟେ, ତାହାର ରଙ୍ଗ ନୀଳ
ହୋଇଥିବାରୁ ତାରାଙ୍କ ବର୍ଣ ନୀଳ ଅଟେ। ଆକାଶ ର ଗୁଣ ‘ସର୍ବବ୍ୟାପକତ୍ଵ’ ଅଟେ। ମେଘ ରହିତ ନିର୍ମଳ
ଗଗନ ନୀଳ ବର୍ଣ ଅଟେ ଓ ଏଥିରେ ‘ ଶୁଦ୍ଧତ୍ୱ’ ର ବୋଧ ହୁଏ। ତେଣୁ, ତାରା ସର୍ବବ୍ୟାପକତ୍ଵ ଓ ଶୁଦ୍ଧତ୍ଵ
ର ଦ୍ୟୋତକ ଅଟନ୍ତି।
ଶବୋପରି-ସ୍ଥିତା—
ଅର୍ଥାତ-ଅନେକ ଭାବକୁ ଖଣ୍ଡନ
କରି ଐକ ଭାବକୁ ସ୍ଥାପିତ କରିବା ଅଟେ।
ଅନ୍ୟ ଅର୍ଥରେ ଶବ’ ପ୍ରପଞ୍ଚର ଦ୍ୟୋତକ ଅଟେ
ଅର୍ଥାତ ଅଚିତ୍ ଅଟେ। ଅଚିତ୍ ରୂପ ଉପରେ ଚିତ୍-ରୂପୀଣୀ ‘ ପ୍ରକାଶ-ଶକ୍ତି’ ଅବସ୍ଥିତ ଅଟନ୍ତି।
ତୃତୀୟ ଅର୍ଥରେ-ଏହା
ନିର୍ବିକାରା’ ର ଦ୍ୟୋତକ ଅଟେ।
ବିଶ୍ଵ-ବ୍ୟାପକ—ତୋୟାନ୍ତ—ଶ୍ଵେତ-ପଦ୍ମୋପରି-ସ୍ଥିତା—
ଅର୍ଥାତ—ବିଶ୍ଵ-ବ୍ୟାପକ ବା
ଏକାର୍ଣବ ରେ ଉଜ୍ଜଳ କମଳ ଉପରେ ତାରା ସ୍ଥିତ। ଏକାର୍ଣବର ଅର୍ଥ-ଜଗତରେ ଜଳ ସଂବିତ ଅତିରିକ୍ତ ଆଉ
କିଛି ନାହି। ଏହାକୁ ଶ୍ରୁତିରେ ଦିବ୍ୟ ମଙ୍ଗଳାଳୟ ନୀରତୀଶୟାନନ୍ଦା-ସାଗର ରୂପରେ ଉଲ୍ଲେଖ
ହୋଇଅଛି।
ଖର୍ବା—
ଅର୍ଥାତ-ଆକାରରେ ଛୋଟ, ଏହାର ଲକ୍ଷ—ସୂକ୍ଷ୍ମ ଅଟେ।
ଅର୍ଥାତ—ଯେପରି କାଲୀ’ ର ଅର୍ଥ କାଳ ଭୟ ନାଶିନୀ ଓ
ଦୂର୍ଗା, ଦୁର୍ଗ ବିନାଶିନୀ, ସେପରି ତାରା ଗର୍ବ-ଖର୍ବ
ହାରିଣୀ ଅଟନ୍ତି।
ନବ ଯୌବନ ସମ୍ପର୍ଣା—
ଅର୍ଥାତ-ନିତ୍ୟ ଯୁବତୀ।
ଅର୍ଥାତ କାଳ’ରୁ ଉର୍ଦ୍ଧରେ। ତେଣୁ, ‘ନବ-ଯୌବନାସ୍ଥା’ ବାକ୍ୟ ‘ ନିତ୍ୟ-ସତା’ ର ଚିତ୍ ସ୍ୱରୂପ ର ଦ୍ୟୋତକ
ଅଟେ।
ବ୍ୟାଘ୍ର-ଚର୍ମାବ୍ରୁତା—
ଅର୍ଥ-ବାଘର ଚର୍ମ ର ଅଧୋ
ବସ୍ତ୍ର। ବାଘକୁ ମୃଗ-ରାଜ କୁହାଯାଏ। ରାଜାରେ ‘ ରଜୋ-ଭାବ’ ଥାଏ ଓ ପଶୁ ଅଜ୍ଞାନକୁ
କୁହାଯାଏ। କାରଣ, ଅଜ୍ଞାନୀକୁ ପଶୁ-ବତ୍-ଜ୍ଞାନ ଅଥବା ସାମାନ୍ୟ ଜ୍ଞାନ ରହିଥାଏ। ‘ପଶୁ’ ବାହ୍ୟ-ଦର୍ଶନ-ପ୍ରଧାନ ଅଟେ।
ଅତଃ ଅଜ୍ଞାନର ଦ୍ୟୋତକ ଅଟେ ଜିଏକି ଜୀବ ସହିତ ଶତ୍ରୁତା ଭାବ ରଖିଥାଏ। ତେଣୁ, ବ୍ୟାଘ୍ର-ଚର୍ମାବ୍ରୁତା’ ର ଅର୍ଥ-ରଜ-ଗୁଣ-ଜନ୍ୟ ‘ଅଜ୍ଞାନ’ କୁ ନିୟନ୍ତ୍ରଣ କରିବା
କିମ୍ବା ଦମନ କରିବା।
ପିଗୈଂକ—ଜଟା
ଅର୍ଥାତ-ଫିଙ୍ଗ-ବର୍ଣ ର ଏକ
ବେଣୀ। ‘ ଏକ-ଜଟା’ –କେଶକୁ ଏକତ୍ରିତ କରି
ଗୋଟିଏ ବେଣୀ କରିବା, ‘କେଶ-ଶବ୍ଦ’—ବ୍ରହ୍ମା, ବିଷ୍ଣୁ, ମହେଶ—କ=ବ୍ରହ୍ମା, ଅ=ବିଷ୍ଣୁ, ଈଶ=ମହେଶ। ଏହି ତିନିଜଣ କ୍ରମଶଃ
ସତ୍ଵ-ରଜ-ତମ ଗୁଣର ଅଧିଷ୍ଠାତୃ ଦେବତା ଅଟନ୍ତି। ତେଣୁ, କେଶ’ରୁ ଏହି ତିନି ଗୁଣର ବୋଧ
ହୋଇଥାଏ। ଏହାକୁ ଏକତ୍ର କରି ଏକ ବେଣୀ ବା ଜଟା ବନେଇବାର ଅର୍ଥ—ସତ୍ଵ ଗୁଣରେ ରଜ ଓ ତମ ଗୁଣ
ଦ୍ୱୟକୁ ସନ୍ନିହିତ କରି ଏକାକିକରଣ କରିବା। ଏଥିରେ ‘ଅଭେଦ’ ର ଜ୍ଞାନ ପ୍ରତିପାଦନ
ହେଉଅଛି।
ଅକ୍ଷୋଭ-ନାଗ-ସମ୍ବଦ୍ଧ-ଜଟା-ଜୁଟ-
ଅକ୍ଷୋଭ’ ତାରା-ବିଦ୍ୟା ଙ୍କ ଶକ୍ତି
ଓ ରୃଷି ଅଟନ୍ତି। ଏହି କୁଣ୍ଡଳୀ ରୂପ ଅକ୍ଷୋଭ ଯଦ୍ୟପି ନିଜ ଇଛାରେ
ବଳୟାକାର ହୋଇଥାଏ, ତଥାପି ସାର୍ଥ-ତ୍ରି- ବଳୟ
କଳ୍ପିତ ଅଟେ। ଏହି, ସାର୍ଥ-ତ୍ରି-ମାତ୍ରାତ୍ମକ ‘ ପ୍ରଣବ’ ର ଦ୍ୟୋତକ ଅଟେ। ଭାବ ଏହା
ଅଟେ ଯେ ପଶ୍ୟନ୍ତି, ମଧ୍ୟମା ଓ ବୈଖରୀ ତ୍ରି-ମାତ୍ରାତ୍ମକ-ରୂପୀ ତଥା
ପରା-ଅର୍ଧ-ମାତ୍ରାତ୍ମକ-ରୂପୀ ‘ ‘ପ୍ରଣବ’ ର ଦ୍ୟୋତକ ଅଟେ। ତେଣୁ, ଭଗବତୀ ତାରା ‘ ପ୍ରଣବ-ନାମା’ ଅଟନ୍ତି।
ପଞ୍ଚ-ମୁଦ୍ରା-ବିଭୁଷିତା—
ମୁଦ୍ରା ଆନନ୍ଦ-ଦାୟିନୀ
ଅଟେ। ଏହାର ସୂକ୍ଷ୍ମ ଅର୍ଥ ‘ କଳା’ ଅଟେ। କାରଣ, ନିବୃତି, ପ୍ରତିଷ୍ଠା, ବିଦ୍ୟା, ଶାନ୍ତି, ଶାନ୍ତ୍ୟତିତା-ଏହି ପାଞ୍ଚ
କଳା ଅଟେ ଯାହାଦ୍ୱାରା ପ୍ରକୃତ ଆନନ୍ଦ ପ୍ରାପ୍ତି ହୋଇଥାଏ। ଭଗବତୀ ତାରା ତତ୍ତ୍ଵ-ଜ୍ଞାନ-ଦାୟିନୀ
ସତ୍ୱ-ଗୁଣାତ୍ମିକା ଅଟନ୍ତି। ତେଣୁ, ଏହି ପଞ୍ଚ କଳା ଦେବୀଙ୍କ
ଆଭୁଷଣ ଅଟେ ଯାହାକି ସ୍ଵାଭାବିକ ଅଟେ।
କରାଳୀ—
ଭଗବତୀ ତାରା ଙ୍କୁ ‘ଉଗ୍ର-ତାରା’ କୁହାଯାଏ। ଉଗ୍ର ବା କରାଳ
ସୂକ୍ଷ୍ମ ଅର୍ଥ –ମହା ତେଜ୍ଜ୍ୱସି। ତେଣୁ, ଭୀଷଣତ୍ଵ ବା ଉଗ୍ରତ୍ଵ
ବ୍ରହ୍ମର ବିରାଟ୍ ଓ ତେଜସ୍ବୀ ରୂପର ବ୍ୟଞ୍ଜକ ଅଟେ।
ଚତୁର୍ଭୁଜା—
ଚାରି ଭୁଜା କ୍ରମଶଃ—ଖଡ୍ଗ-କର୍ତରିକା-କପାଳ-କମଳ
ଖଡ୍ଗ—ଏହା ତତ୍ତ୍ଵ ଜ୍ଞାନ ର
ଦ୍ୟୋତକ ଅଟେ ଯାହାକି ଅଜ୍ଞାନ କୁ ନାଶ କରିଥାଏ।
କର୍ତରିକା---ଭଗବତୀ ତାରା
ଆଧି-ଭୌତିକ ଓ ଆଧି ଦୈବିକ ‘ ତାପ-ଦ୍ୱୟ’ କୁ ନାଶ କରି ଥାନ୍ତି। ଏହାର ସମନ୍ଵୟ ଅଭୟ ମୁଦ୍ରା ସହିତ
ହୋଇପାରେ।
କପାଳ-ଏହା ରଜ ତତ୍ତ୍ଵ ଅଟେ।
କପାଳର ଉପଯୋଗୀତା ପିଇବା ରେ ଥାଏ। ରୁଧିର ବା ରକ୍ତ-ରୂପୀ ରାଜ ଗୁଣ ବା ମୋହକୁ ଭଗବତୀ ତାରା ପାନ
କରୁଛନ୍ତି। ଅର୍ଥାତ, ଜୀବ’ର ମୋହକୁ ନାଶ କରୁଛନ୍ତି।
କମଳ- କମଳ ପୁଷ୍ପ ର ସମନ୍ଵୟ
‘ବର-ମୁଦ୍ରା’ରେ ଅଟେ। ସର୍ବ-ଶ୍ରେଷ୍ଠ ବର
ବା କୃପା ଚିତ୍ତ କୁ ନିର୍ମଳ କରିବା ଅଟେ।
ଏହି ଚାରି ଆୟୁଧ
ସଂକ୍ଷେପରେ-ଭଗବତୀ –ଲୟ, ବିକ୍ଷେପ, କଷାୟ, ରସାସ୍ଵାଦ ରୂପୀ ଚାରି
ବିଘ୍ନକୁ ନାଶ କରିଥାନ୍ତି। ଏହି ବିଘ୍ନ ଚତୁଷ୍ଟୟ ‘ ନିର୍ବିକଳ୍ପ ସମାଧି’ ର ବାଧକ ଅଟନ୍ତି।
ମୁଣ୍ଡମାଳା—ଏହା 50 ବର୍ଣର
ଦ୍ୟୋତକ ଅଟେ। ଅର୍ଥାତ ଭଗବତୀ ତାରା ଉପରୁ ଶବ୍ଦ ବ୍ରହ୍ମ ଅଟନ୍ତି।
ଅଟ୍ଟାଟ୍-ହାସା-
ଅର୍ଥାତ ଭଗବତୀ ‘ସଦାନନ୍ଦମୟୀ’ ଅଟନ୍ତି। ଏହା ପରମ ଆନନ୍ଦର
ବୋଧ ହେଉଅଛି। ଏହାଦ୍ବାରା ତାରା ଜଗତକୁ ଅଭୟ ଦାନ ଦେଉଅଛନ୍ତି। କହିବାର ତାତ୍ପର୍ଜ୍ୟ –ସଂଶୟ ରହିତ ଅର୍ଥାତ
ପ୍ରମାଣ-ଗତ ଓ ପ୍ରମେୟ ଗତ ସଂଶୟ ରହିତ ବ୍ୟକ୍ତିଙ୍କୁ ଭଗବତୀ ଅଭୟ ଦାନ ଦେଇଥାନ୍ତି।
ଅଷ୍ଟ-ନାଗ-ବିଭୁଷିତା—
ଭଗବତୀ ଅଷ୍ଟ ନାଗ ରୂପୀ-ୟମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିରେ
ବିଭୁଷିତା ଅଟନ୍ତି।
ଚନ୍ଦ୍ରାର୍ଦ୍ଧ-କୃତ-ଶେଖରା—
ଅର୍ଥ-ସହସ୍ରାର ସ୍ଥିତ
ବ୍ରହ୍ମ-ରନ୍ଧ୍ର ର ତଳେ ଓ ଆଜ୍ଞା ଚକ୍ର ଉପରେ ସୋମ ମଣ୍ଡଳରୁ, ଯେଉଁଠାରୁ ଅମୃତ ର ଧାରା
ପଡୁଅଛି। ଏହାଦ୍ବାରା, ଭଗବତୀଙ୍କ ଅମୃତତ୍ଵ ର ବୋଧ ହେଉଅଛି।
ପ୍ରତ୍ୟାଲୀଢା—
ଅର୍ଥ—ବାମ ପାଦ ଆଗକୁ ଓ
ଡାହାଣ ପାଦ ପଛକୁ କରି ଭଗବତୀ ଠିଆ ହୋଇଛନ୍ତି। ଏହା ନିୟନ୍ତ୍ରଣ କରିବାର ବିଶେଷ ମୁଦ୍ରା ଅଟେ।
ଏହା ସକ୍ରିୟ ବ୍ରହ୍ମ ର ଲକ୍ଷଣ ଅଟେ। ଏହି ମୁଦ୍ରା ଦ୍ଵାରା ତମ ଓ ରଜ ଗୁଣକୁ ଦମନ କରି
ସତ୍ତ୍ଵାବସ୍ତାରେ ଠିଆ ହୋଇଛନ୍ତି।
Kailash nath agrawal,
srividyaa upasak

Comments
Post a Comment