Skip to main content

 

ବର୍ଦ୍ଧନୀ କଳଶ, ସାମାନ୍ୟଅର୍ଘ୍ୟ, ବିଶେଷ ଅର୍ଘ୍ୟ, ମଣ୍ଡଳ ନିର୍ମାଣ, ଓ ସଂଶୋଧନ ରହସ୍ୟ----

ଏକ ଆଧ୍ୟାତ୍ମକ ବିଶ୍ଳେଷଣ—

କିଛି ଦିନ ପୂର୍ବରୁ ପ୍ରାଣ-ପ୍ରତିଷ୍ଠା ନ୍ୟାସ ର ଆଧ୍ୟାତ୍ମିକ ବିଶ୍ଳେଷଣ କରିଥିଲିବର୍ତମାନ ଉପର ଲିଖିତ ରହସ୍ୟ ପ୍ରସ୍ତୁତ କରୁଅଛି 

ପାତ୍ରାସାଦନ ଅର୍ଥ ହେଉଅଛି - ପାତ୍ରର ସ୍ଥାପନ । ଏହି ପାତ୍ର ନିଜ ନିଜର ସଂପ୍ରଦାୟ କ୍ରମ ଅନୁସାରେ ବିଭିନ୍ନ ସଂଖ୍ୟା, ପ୍ରକାର, ରୁପ ଇତ୍ୟାଦିରେ ସ୍ଥାପିତ ହୋଇଥାଏ । ଦେବତା, ମନ୍ତ୍ର, ଅମ୍ନାୟ ଏବଂ ଅଧିକାର ଭେଦ ଅନୁସାରେ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଥିବା କେତୋଟି ପାତ୍ର ଏବଂ କେଉଁ କେଉଁ ପାତ୍ର ତଥା କେଉଁ ଆକାରର ପାତ୍ର ହେବା ଉଚିତ୍ ତାହା ସ୍ଥାପିତ ହୋଇଥାଏ । ନିତ୍ୟପୂଜନରେ ୯ଟି ପାତ୍ର ସାଧାରଣତଃ ସ୍ଥାପିତ ହୋଇଥାଏ । ପ୍ରଥମେ ବର୍ଦ୍ଧନୀ କଳଶ (ତୀର୍ଥ ପାତ୍ର)ର ସ୍ଥାପନା ହୋଇଥାଏ । ଏହା ପରେ ଶ୍ରୀ ପାତ୍ର ଏବଂ ବିଶେଷ୍ୟାର୍ଘ୍ୟ ପାତ୍ର କିମ୍ବା କେବଳ ଗୋଟିଏ ବିଶେଷ୍ୟାର୍ଘ୍ୟ ପାତ୍ର ସ୍ଥାପିତ ହୋଇଥାଏ, ଯାହାକୁ କି ଶ୍ରୀ ପାତ୍ର କୌଣସି କୌଣସି କ୍ରମରେ କୁହାଯାଇଥାଏ । ଏହି ତୀର୍ଥ ପାତ୍ର ଏବଂ ଶ୍ରୀ ପାତ୍ର ମଧ୍ୟରେ ଗୁରୁ, ଭୋଗ ଇତ୍ୟାଦି ପାତ୍ର ସ୍ଥାପିତ ହୋଇଥାଏ

ବର୍ଦ୍ଧନୀ କଳଶ –

          କର୍ମକାଣ୍ଡ ବା ପୂର୍ବ ମିମାଂସାର ଆଦେଶ ଏହା ଅଟେ ଯେ, ପୂଜା ସମୟରେ ସାଧକର ମନକୁ ଏକାଗ୍ରତା ଆଣିବା ପାଇଁ ଜଳକୁ ହାତରେ ନେଇ ମନ୍ତ୍ର ପଢ଼ିବାକୁ ହୋଇଥାଏ । ଏଥିରେ ଏହା ସ୍ପଷ୍ଟ ହେଉଅଛି ଯେ, ଏଥିରେ ଏକ ଆଧ୍ୟାତ୍ମିକ ରହସ୍ୟ ଅଛି । ଜଳ ହିଁ ବ୍ରହ୍ମ ଅଟେ । ଜଳ ବା ତୀର୍ଥର ଏକ ସାଙ୍କେତିକ ସଜ୍ଞା କାରଣଅଟେ । ଏହି କାରଣକୁ ମୁକ୍ତି ବା ଆନନ୍ଦର କାରଣ କୁହାଯାଇଥାଏ । ଅର୍ଥାତ୍ ଜ୍ଞାନ ଅଟେ । ଅତଏବ, ଆଧ୍ୟାତ୍ମିକ ଜ୍ଞାନ ପାଇଁ ଯାହାକି ପରା ପରା ପୂଜାର ଲକ୍ଷ ଅଟେ, ଜଳ (ସଂବିଦ ଜ୍ଞାନ)ର ଆବଶ୍ୟକତା ଅଟେ । ବର୍ଦ୍ଧନୀ କଳଶ ସମଷ୍ଟିର ଦ୍ୟୋତକ ଅଟେ । ଏହାର ନିଜର ସ୍ୱତନ୍ତ୍ର ବ୍ୟବହାରିକ ସତ୍ତା ଥାଏ । ଘଟର ରୁପ ତ୍ରିମୂର୍ର୍ତି [ଅର୍ଥାତ-ବ୍ରହ୍ମା, ବିଷ୍ଣୁ, ମହେଶ] ର ଦ୍ୟୋତକ ଅଟେ । ଏଥିରେ ସପ୍ତ ସମୁଦ୍ର, ସପ୍ତ ମାତୃକା ଏବଂ ସପ୍ତ ଦ୍ୱୀପ ନିହିତ ହୋଇଥାଏ । ଏଥିରେ ୪ଟି ବେଦ - ବେଦାଙ୍ଗ, ସ୍ମୃତି, ପୁରାଣାଦି ଶାସ୍ତ୍ରର ରହସ୍ୟ ନିହିତ ହୋଇଥାଏ । ଏଥିରେ ଅଗ୍ନି, ସୂର୍ଯ୍ୟ ଏବଂ ଚନ୍ଦ୍ରମଣ୍ଡଳ ବିରାଜମାନ ହୋଇଥାଏ । ଅର୍ଥାତ୍‌, ଏହା ଜ୍ଞାନ ହୋଇଥାଏ । ଏହାର ଦଶ, ଦ୍ୱାଦଶ ଏବଂ ଷୋହଳ କଳାର ସ୍ଥିତି ଏହି ଘଟରେ ରହିଥାଏ । ପ୍ରଣବର ୫୦ଟି କଳା, ଯାହାଦ୍ୱାରା କି ଜଗତର ସୃଷ୍ଟି ଇତ୍ୟାଦି ହୋଇଥାଏ, ଏହି ଘଟରେ ଥାଏ । ବେଦ-ବେଦାଙ୍ଗ-ରୁପୀ, ଅପର ବିଦ୍ୟା କଳଶର ତୀର୍ଥରେ ଉପସ୍ଥିତ ରହିଥିବା ଯୋଗୁଁ ଏହି କଳଶ ଅପର ଜ୍ଞାନର ଦ୍ୟୋତକ ଅଟେ । ଏହି ଅପର ଜ୍ଞାନ, ଜଗତ ବା କାର୍ଯ୍ୟର ଜ୍ଞାନ ଅଟେ ଏବଂ ସୁକ୍ଷ୍ମ ଭାବରେ କାରଣ ବା ଈଶ୍ୱର ଜ୍ଞାନର ଦ୍ୟୋତକ ଅଟେ । ଅତଏବ, ଏହି ଘଟ ବା ତୀର୍ଥ-ପାତ୍ର କ୍ରମ, ଉପାସନା ତଥା ଜ୍ଞାନର ସମ୍ପର୍କ କାରକ ଅଟେ । କଳଶ ବା କାରଣ ବା ଅପର ଜ୍ଞାନ- ଜୀବ, ଜଗତ ଏବଂ ଈଶ୍ୱରର ଜ୍ଞାନ ଅଟେ ।

          ଜୀବର ଏହି ଜ୍ଞାନ ଜୀବର କାର୍ଯ୍ୟର ଦ୍ୟୋତକ ଅଟେ । କର୍ମକାଣ୍ଡ ଅନୁସାରେ ସ୍ୱ ଧର୍ମର ଅନୁଷ୍ଠାନ ଈଶ୍ୱର ଇଚ୍ଛାର ଆଧାର ଉପରେ କଲେ ଜୀବ ବିଶୁଦ୍ଧ-ଚିତ ବୃତ୍ତିିର ହୋଇଯାଇଥାଏ । ଏହି ଜୀବ ଶୁଭ ଏବଂ ଅଶୁଭ କର୍ମର ଫଳ ର ଭାଗି ହୋଇଥାଏ ଯେ ପର୍ଯ୍ୟନ୍ତ କି, ତାହାର ଅହଂ ଭାବ ଯାଇନଥାଏ ଯେ ପର୍ଯ୍ୟନ୍ତ ଜଗତର ଜ୍ଞାନକୁ ଜୀବ ନିଜର ଜ୍ଞାନେନ୍ଦ୍ରିୟ ଦ୍ୱାରା କରିଥାଏ, ସେ ପର୍ଯ୍ୟନ୍ତ ସେ ନିଜକୁ କର୍ତା ଏବଂ ଭୋକ୍ତା ଭାବିଥାଏ । ଏହି ଭୋଗ ଭୁମି ଅଟେ - ଜୀବ ଏବଂ ଶିବର ଦୁଇ ଜଣଙ୍କର । ଈଶ୍ୱରର ଜ୍ଞାନ ଏହା ଅଟେ ଯେ, ବ୍ୟାପକ ନିତ୍ୟ-ସତ୍ତାତ୍ତା, ଯାହାକି ପ୍ରପଞ୍ଚାତ୍ମକ ଜଗତକୁ ରଚନା କରିଥାଏ ଏବଂ ଜୀବକୁ ନିଜର ଶୁଭ ଏବଂ ଅଶୁଭ କର୍ମର ଫଳ ଦେଇଥାଏ । ତଦ୍‌ସହିତ, ଏହି ଜ୍ଞାନ ମଧ୍ୟ ଦେଇଥାଏ ଯେ, ଉପାସକ ସାକାର ଏବଂ ସ-ଗୁଣର ଉପାସନା କରି ଚିତ୍ତ ର ଏକାଗ୍ରତା ପ୍ରାପ୍ତ  କରିପାରିଥାଏ ।

ଯାହାଦ୍ୱାରା କି, ଈଶ୍ୱରର ଯଥାର୍ଥ ଚିଦଚିତ୍ ରୁପ ର ଜ୍ଞାନ ହୋଇଥାଏ । ଅପର ଜ୍ଞାନ ଦ୍ୱାରା ଚିତ୍ତ ବିଶୁଦ୍ଧ ହୋଇ ଏକାଗ୍ରତା ଆଣିଥାଏ ଅପର ଜ୍ଞାନର ପୂର୍ବକ୍ତୋ ବିଶ୍ଳେଷଣ ଦ୍ୱାରା ଏହା ସିଦ୍ଧ ଅଟେ ଯେ ଏହା ବିଦ୍ୟା ଏବଂ ଅବିଦ୍ୟାର ମିଶ୍ରଣ ଅଟେ । ଏହି ଦନ୍ତାଭାବ ଦ୍ୱାରା ଜଗତର ଚୈତନ୍ୟତାର ବୋଧ ହୋଇଥାଏ ଯାହାକି ସର୍ବାଧାର ଅଟେ । ଜଗତର ପାଞ୍ଚ ଅଂଶ ନିତ୍ୟ ଅଟେ, ଯାହାକି ସତ୍‌, ଚିତ୍‌, ଏବଂ ଆନନ୍ଦରେ ସମ୍ବୋଧିତ ହୋଇଥାଏ ଏବଂ ଶେଷ ଦୁଇଟି ନାମ ରୁପ ଏବଂ  ଅନିତ୍ୟ ଅଟେ । ଅତଏବ, ଏହା ସିଦ୍ଧ ହେଲା ଯେ ଅପର ଜ୍ଞାନରେ ସତ୍ୟ ଏବଂ ଅସତ୍ୟ ଦୁଇଟି ଭାବର ସମାବେସ ହୋଇଅଛି ।

          ପରାଜ୍ଞାନରେ ସତ୍‌, ଚିତ୍ ଏବଂ ଆନନ୍ଦର ବୋଧ ହୋଇଥାଏ । ଏହି ଜ୍ଞାନ ନିତ୍ୟ ଅଟେ । ଏଥିରେ ନାମ ଏବଂ ରୁପର ଆବରଣ ହଟିଯାଇଥାଏ, କଳ୍ପନା ମାତ୍ର ରହିଥାଏତେଣୁ ଆଚାର୍ଯ୍ୟମାନେ ବର୍ଦ୍ଧନୀ କଳଶର ଅମୃତକୁ ଅପର ଜ୍ଞାନର ଦ୍ୟୋତକ କହିଥାନ୍ତି ଏବଂ ଯାହାକୁ କି ବିଶେଷାର୍ଘ୍ୟରେ ସ୍ଥାପିତ କରି ବିଶେଷ୍ୟ ଜ୍ଞାନରେ ପରିଣତ କରିଥାନ୍ତି । ସର୍ବପ୍ରଥମେ ସାମାନ୍ୟାର୍ଘ୍ୟ ପାତ୍ରକୁ ସ୍ଥାପିତ କରି ସାମାନ୍ୟ ଜ୍ଞାନ ପ୍ରାପ୍ତ କରିଥାନ୍ତି, ତାପରେ ବର୍ଦ୍ଧନୀ କଳଶ ସ୍ଥାପିତ କରି ଅପର ଜ୍ଞାନ  ପ୍ରାପ୍ତ କରିଥାନ୍ତି ତାପରେ ବିଶେଷାର୍ଘ୍ୟ ସ୍ଥାପିତ କରି ବିଶେଷ ଜ୍ଞାନ ଅର୍ଥାତ୍ ବିମର୍ଶ ଶକ୍ତିଏବଂ ପ୍ରକାଶ ଶକ୍ତିର ଅଭିନ୍ନତା ଅନୁଭବ କରିଥାନ୍ତି । ଶେଷରେ ପୂଜା ପରେ ବିଶେଷାର୍ଘ୍ୟର ବିସର୍ଜନ ସମୟରେ ବିମର୍ଶ ଶକ୍ତିରେ ପ୍ରକାଶ ଶକ୍ତି ଅର୍ଥାତ୍ ପରମାତ୍ମାକୁ ସ୍ୱ-ଆତ୍ମାରେ ମିିଶାଇ ଏକ ହୋଇଯାଇଥାନ୍ତି । ଏହି ଅବସ୍ଥାକୁ ଅଖାଣ୍ଡାକାର ବୃତ୍ତି କୁହାଯାଏ । ଯେଉଁଥିରେ କି ଶିବାକାର ବୃତ୍ତିିର ଲୟ ହୋଇଥାଏ ।

ବିଶେଷାର୍ଘ୍ୟ ପାତ୍ର - ପରାଦେବତାର ଯଥାର୍ଥ ପୂଜା, ଜ୍ଞାନ ଯଜ୍ଞ ମନନ, ନିଦିଧ୍ୟାସନ ଏବଂ ସମାଧିର ଦ୍ୟୋତକ ଅଟେ । ଶାସ୍ତ୍ରର ସର୍ବସମ୍ମତ ସିଦ୍ଧାନ୍ତ ଏହା ଅଟେ ଯେ, ସମାଧି ଯଥାର୍ଥରେ ପୂର୍ଣ୍ଣ ଜ୍ଞାନାବସ୍ଥା ଅଟେ, ଯେଉଁଥିରେ କି ମାୟା ଏବଂ ଅବିଦ୍ୟାର ସର୍ବଥା ଅଭାବ ରହିଥାଏମନନ ତଥା ନିଦିଧ୍ୟାସନ, ଏହି ଦୁଇଟି ଏହାର ସାଧନ ଅଟେ । ଅର୍ଘ୍ୟ, ଜ୍ଞାନର ଦ୍ୟୋତକ ଅଟେ । ଅର୍ଘ୍ୟର ଅର୍ଥ - ପୂଜା ପାଇଁ ଯୋଗ୍ୟ ପଦାର୍ଥ । ଜ୍ଞାନ ଅତିରିକ୍ତ ପୂଜା ପାଇଁ ଯୋଗ୍ୟ ପଦାର୍ଥ ଆଉ କଣ ହୋଇପାରେ? ତେଣୁ, ସାମାନ୍ୟାର୍ଘ୍ୟ, ବର୍ଦ୍ଧନୀ କଳଶ ଏବଂ ବିଶେଷାର୍ଘ୍ୟ କ୍ରମଶଃ, ସାମାନ୍ୟ ଜ୍ଞାନ, ଅପର ଜ୍ଞାନ ଏବଂ ବିଶେଷ ଜ୍ଞାନର ଦ୍ୟୋତକ ଅଟେ ।

continue..:

Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...