ଶ୍ରୀ ଗଣପତି ଅଥର୍ବ ଶୀର୍ଷମ୍
Objective-ସର୍ବ-ରକ୍ଷା
ଧ୍ୟାନ-
ସୁବର୍ଣବର୍ଣସୁନ୍ଦରଂ
ସିତୈକଦନ୍ତବନ୍ଧୁରଂ
ଗୃହୀତପାଶକାଙ୍କୁଶଂ ବରପ୍ରଦାଭୟପ୍ରଦମ୍ ।
ଚତୁର୍ଭୁଜଂ ତ୍ରିଲୋଚନଂ
ଭୁଜଙ୍ଗମୋପବୀତିନଂ
ପ୍ରଫୁଲ୍ଲବାରିଜାସନଂ ଭଜାମି ସିନ୍ଧୁରାନନମ୍ ॥ ୧॥
ଓଁ ଭ॒ଦ୍ରଂ କର୍ଣେ॑ଭିଃ
ଶୃଣୁ॒ୟାମ॑ ଦେବାଃ । ଭ॒ଦ୍ରଂ ପ॑ଶ୍ୟେମା॒କ୍ଷଭି॒ର୍ୟଜ॑ତ୍ରାଃ ।
ସ୍ଥି॒ରୈରଙ୍ଗୈସ୍ତୁଷ୍ଟୁ॒ବାଗ୍ଂ ସ॑ସ୍ତ॒ନୂଭିଃ॑ । ବ୍ୟଶେ॑ମ ଦେ॒ବହି॑ତଂ॒ ଯଦାୟୁଃ॑ ।
ସ୍ୱ॒ସ୍ତି ନ॒ ଇନ୍ଦ୍ରୋ॑
ବୃ॒ଦ୍ଧଶ୍ର॑ବାଃ । ସ୍ୱ॒ସ୍ତି ନଃ॑ ପୂ॒ଷା ବି॒ଶ୍ୱବେ॑ଦାଃ । ସ୍ୱ॒ସ୍ତି
ନ॒ସ୍ତାର୍କ୍ଷ୍ୟୋ॒
ଅରି॑ଷ୍ଟନେମିଃ । ସ୍ୱ॒ସ୍ତି ନୋ॒ ବୃହ॒ସ୍ପତି॑ର୍ଦଧାତୁ ॥ ଓଁ ଶାନ୍ତିଃ॒ ଶାନ୍ତିଃ॒
ଶାନ୍ତିଃ॑ ॥
[ ଅଥର୍ବଶୀର୍ଷମ୍ ପରମ୍ପରାରେ ‘ଶ୍ରୀ ଗଣପତି ଅଥର୍ବଶୀର୍ଷମ୍’ ର ବିଶେଷ ମହତ୍ଵ ଅଛି। ପ୍ରାୟ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଗଣପତି-ପୂଜନ ଅନନ୍ତର
ପ୍ରାର୍ଥନା ରୂପରେ ପାଠର ପରମ୍ପରା ଅଟେ। ଏହା ଏକ ବୈଦିକ୍
ସତାବନ ଅଟେ। ଏହାର ପାଠ କରୁଥିବା ବ୍ୟକ୍ତି କୌଣସି ବିଘ୍ନରେ ବାଧିତ
ହୁଏନାହି। ମହାପାତକରୁ ମୁକ୍ତ ହୋଇଥାଏ ତଥା ଧର୍ମ, ଅର୍ଥ, କାମ, ଓ ମୋକ୍ଷ-ଏହି ଚାରି ପୁରୁଷାର୍ଥ କୁ ପ୍ରାପ୍ତ
କରିଥାଏ। ]
ଓଁ ନମ॑ସ୍ତେ ଗ॒ଣପ॑ତୟେ । ତ୍ୱମେ॒ବ
ପ୍ର॒ତ୍ୟକ୍ଷଂ॒ ତତ୍ତ୍ୱ॑ମସି । ତ୍ୱମେ॒ବ କେ॒ବଲଂ॒
କର୍ତା॑ଽସି । ତ୍ୱମେ॒ବ
କେ॒ବଲଂ॒ ଧର୍ତା॑ଽସି । ତ୍ୱମେ॒ବ କେ॒ବଲଂ॒ ହର୍ତା॑ଽସି । ତ୍ୱମେବ
ସର୍ୱଂ ଖଲ୍ୱିଦଂ॑ ବ୍ରହ୍ମା॒ସି
। ତ୍ୱଂ ସାକ୍ଷାଦାତ୍ମା॑ଽସି ନି॒ତ୍ୟମ୍ ॥ ୧ ॥
ଗଣପତିଙ୍କୁ
ନମସ୍କାର। ତମେ ପ୍ରତ୍ୟକ୍ଷ ତତ୍ତ୍ଵ, କର୍ତା,
ଧାରଣ-କର୍ତା, ସଂହାର-କର୍ତା ଅଟ। ତମେ କେବଳ ସମସ୍ତ
ବିଶ୍ଵରୂପ ବ୍ରହ୍ମ ଓ ସାକ୍ଷାତ ନିତ୍ୟ ଆତ୍ମା ଅଟ।1।
ଋ॑ତଂ ବ॒ଚ୍ମି ।ସ॑ତ୍ୟଂ
ବ॒ଚ୍ମି ॥ ୨ ॥
ଯଥାର୍ଥ
କହୁଅଛି। ସତ୍ୟ କହୁଅଛି।2।
ଅବ॒ ତ୍ୱଂ॒ ମାମ୍ । ଅବ॑
ବ॒କ୍ତାରମ୍ । ଅବ॑ ଶ୍ରୋ॒ତାରମ୍। ଅବ॑
ଦା॒ତାରମ୍ । ଅବ॑ ଧା॒ତାରମ୍ । ଅବାନୂଚାନମ॑ବ ଶି॒ଷ୍ୟମ୍ । ଅବ॑ ପ॒ଶ୍ଚାତ୍ତାତ୍ ।
ଅବ॑ ପୁ॒ରସ୍ତାତ୍ । ଅବୋତ୍ତ॒ରାତ୍ତାତ୍ । ଅବ॑ ଦକ୍ଷି॒ଣାତ୍ତାତ୍ । ଅବ॑ ଚୋ॒ର୍ଧ୍ୱାତ୍ତାତ୍ ।
ଅବାଧ॒ରାତ୍ତାତ୍ । ସର୍ବତୋ ମାଂ ପାହି ପାହି॑ ସମ॒ନ୍ତାତ୍ ॥ ୩ ॥
ତମେ ମୋର, ବକ୍ତାଙ୍କର, ଶ୍ରୋତାର, ଦାତା’ର, ଧାତା’ର, ଶିଷ୍ୟ’ର, ପଛ’ରୁ, ଆଗ’ରୁ, ବାମ-ଭାଗ’କୁ,
ଦକ୍ଷିଣ
ଭାଗକୁ, ଉପରୁ, ତଳୁ, ସର୍ବତୋଭାବରେ ରକ୍ଷା
କରନ୍ତୁ। ସବୁ ଦିଗ’ରୁ ରକ୍ଷା କରନ୍ତୁ।3।
ତ୍ୱଂ ବାଙ୍ମୟ॑ସ୍ତ୍ୱଂ
ଚିନ୍ମ॒ୟଃ ।
ତ୍ୱମାନନ୍ଦମୟ॑ସ୍ତ୍ୱଂ
ବ୍ରହ୍ମ॒ମୟଃ । ତ୍ୱଂ ସଚ୍ଚିଦାନନ୍ଦାଽଦ୍ୱି॑ତୀୟୋ॒ଽସି । ତ୍ୱଂ ପ୍ର॒ତ୍ୟକ୍ଷଂ॒
ବ୍ରହ୍ମା॑ସି । ତ୍ୱଂ
ଜ୍ଞାନମୟୋ ବିଜ୍ଞାନ॑ମୟୋ॒ଽସି ॥ ୪ ॥
ତମେ ବାଙ୍ଗ-ମୟ, ଚିନ୍ମୟ ଅଟ। ତମେ ଆନନ୍ଦମୟ, ବ୍ରହ୍ମମୟ ଅଟ। ତମେ ସଚ୍ଚିଦାନନ୍ଦ ଅଦ୍ଵିତୀୟ ପରମାତ୍ମା ଅଟ। ତମେ ପ୍ରତ୍ଯେକ୍ଷ
ବ୍ରହ୍ମ, ଜ୍ଞାନମୟ, ବିଜ୍ଞାନମୟ ଅଟ।4।
ସର୍ବଂ ଜଗଦିଦଂ ତ୍ୱ॑ତ୍ତୋ ଜା॒ୟତେ
। ସର୍ବଂ ଜଗଦିଦଂ
ତ୍ୱ॑ତ୍ତସ୍ତି॒ଷ୍ଠତି । ସର୍ବଂ
ଜଗଦିଦଂ ତ୍ୱୟି
ଲୟ॑ମେଷ୍ୟ॒ତି । ସର୍ବଂ ଜଗଦିଦଂ ତ୍ୱୟି॑
ପ୍ରତ୍ୟେ॒ତି । ତ୍ୱଂ ଭୂମିରାପୋଽନଲୋଽନି॑ଲୋ ନ॒ଭଃ
। ତ୍ୱଂ
ଚତ୍ୱାରି ବାକ୍ପଦା॒ନି
॥ ୫॥
ଏହି ସମଗ୍ର ଜଗତ ତମଠାରୁ ଉତ୍ପନ୍ନ ହୋଇଅଛି। ଏହି ସମଗ୍ର
ଜଗତ ସୁରକ୍ଷିତ ରହୁଅଛି। ଏହି ସମଗ୍ର ଜଗତ ତମଠାରେ ଲୀନ ହୁଏ। ଏହି ଅଖିଲ ବିଶ୍ଵ ତମଥିରେ ପ୍ରତୀତ
ହୁଏ। ତମେ, ଭୂମି, ଜଳ, ଅଗ୍ନି, ବାୟୁ, ଓ ଆକାଶ ଅଟ। ତମେ ପରା, ପଶ୍ୟନ୍ତି, ମଧ୍ୟମା, ଓ ବୈଖରି ଚତୁର୍ବିଧ ବାକ୍ ଅଟ।5।
ତ୍ୱଂ ଗୁ॒ଣତ୍ର॑ୟାତୀ॒ତଃ
। ତ୍ୱଂ ଅବସ୍ଥାତ୍ର॑ୟାତୀ॒ତଃ ।
ତ୍ୱଂ ଦେ॒ହତ୍ର॑ୟାତୀ॒ତଃ
। ତ୍ୱଂ କା॒ଲତ୍ର॑ୟାତୀ॒ତଃ । ତ୍ୱଂ ମୂଲାଧାରସ୍ଥିତୋ॑ଽସି ନି॒ତ୍ୟମ୍ ।
ତ୍ୱଂ ଶକ୍ତିତ୍ର॑ୟାତ୍ମ॒କଃ
। ତ୍ୱାଂ ଯୋଗିନୋ ଧ୍ୟାୟ॑ନ୍ତି ନି॒ତ୍ୟମ୍ । ତ୍ୱଂ ବ୍ରହ୍ମା ତ୍ୱଂ ବିଷ୍ଣୁସ୍ତ୍ୱଂ
ରୁଦ୍ରସ୍ତ୍ୱମିନ୍ଦ୍ରସ୍ତ୍ୱମଗ୍ନିସ୍ତ୍ୱଂ
ବାୟୁସ୍ତ୍ୱଂ ସୂର୍ୟସ୍ତ୍ୱଂ ଚନ୍ଦ୍ରମାସ୍ତ୍ୱଂ ବ୍ରହ୍ମ॒ ଭୂର୍ଭୁବଃ॒ ସ୍ୱରୋମ୍ ॥୬ ॥
ତମେ ସତ୍ତ୍ଵ-ରଜ-ତମ-ଏହି ତିନି ଗୁଣରୁ ଉର୍ଦ୍ଧ ଅଟ। ତମେ
ଭୁତ-ଭବିଷ୍ୟତ-ବର୍ତ୍ତମାନ ଅଟ। ତମେ ସ୍ଥୂଳ-ସୂକ୍ଷ୍ମ-କାରଣ—ଏହି ତିନୋଟି ଦେହ’ରୁ ଉର୍ଦ୍ଧ ଅଟ। ତମେ ନିତ୍ୟ ମୂଳାଧାର
ଚକ୍ରରେ ସ୍ଥିତ ଅଟ। ତମେ ପ୍ରଭୁ-ଶକ୍ତି, ଉତ୍ସାହ-ଶକ୍ତି, ଓ ମନ୍ତ୍ର-ଶକ୍ତି—ଏହି ତିନି ଶକ୍ତିରେ ସଂଯୁକ୍ତ ଅଟ। ଯୋଗିଜନ ନିତ୍ୟ ତୁମର ଧ୍ୟାନ
କରନ୍ତି। ତମେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ଇନ୍ଦ୍ର, ଅଗ୍ନି, ବାୟୁ, ସୂର୍ଯ୍ୟ, ଚନ୍ଦ୍ରମା, ସଗୁଣ
ବ୍ରହ୍ମ, ନିର୍ଗୁଣ ତ୍ରିପାଦ ଭୂ: ଭୁବ: ସ୍ଵ: ଓ ପ୍ରଣବ ଅଟ।6।
ଗ॒ଣାଦିଂ ପୂର୍ବମୁଚ୍ଚା॒ର୍ୟ॒ ବ॒ର୍ଣାଦୀଂ ସ୍ତଦନ॒ନ୍ତରମ୍ । ଅନୁସ୍ୱାରଃ ପ॑ରତ॒ରଃ ।
ଅର୍ଧେନ୍ଦୁଲ॒ସିତମ୍ । ତାରେ॑ଣ ଋ॒ଦ୍ଧମ୍ ।
ଏତତ୍ତବ ମନୁ॑ସ୍ୱରୂ॒ପମ୍ । ଗକାରଃ ପୂର୍ବରୂ॒ପମ୍
ଅକାରୋ ମଧ୍ୟ॑ମରୂ॒ପମ୍ ।
ଅନୁସ୍ୱାରଶ୍ଚାନ୍ତ୍ୟରୂ॒ପମ୍ । ବିନ୍ଦୁରୁତ୍ତ॑ରରୂ॒ପମ୍ । ନାଦଃ॑ ସନ୍ଧା॒ନମ୍
ସଗ୍ଂହି॑ତା ସ॒ନ୍ଧିଃ ।
ସୈଷା ଗଣେ॑ଶବି॒ଦ୍ୟା । ଗଣ॑କ ଋ॒ଷିଃ । ନିଚୃଦ୍ଗାୟ॑ତ୍ରୀଚ୍ଛ॒ନ୍ଦଃ ଗଣପତି॑ର୍ଦେବ॒ତା
। ଓଁ ଗଂ ଗ॒ଣପ॑ତୟେ ନମଃ ॥ ୭ ॥
‘ଗଣ’ ଶବ୍ଦ ର ଆଦି କ୍ଷର ଗ’ କାର’ର ପ୍ରଥମେ ଉଚ୍ଚାରଣ କରି ଅନନ୍ତର ଆଦି ବର୍ଣ ଅ’ କାର କୁ
ଉଚ୍ଚାରଣ କରି ତା’ପରେ ଅନୁସ୍ଵାର ରଖନ୍ତୁ। ଏହି ପ୍ରକାରରେ ଅର୍ଧ- ଚନ୍ଦ୍ରରେ
ପ୍ରଥମେ ଶୋଭିତ ଯାହା ‘ଗଂ’ ଅଟେ, ତାହା ଓଁ’-କାର ଦ୍ଵାରା ଆବଦ୍ଧ ହୁଏ ଅର୍ଥାତ ଓଁ’ କାର ଆଗରେ ଓ ପଛରେ ଓଁ’-କାର ରହିବ। ଏହା ତୁମର ମନ୍ତ୍ରର ସ୍ୱରୂପ [ଓଁ ଗଂ ଓଁ]
ଅଟେ। ‘ଗ-କାର’ ପୂର୍ବ ରୂପ ଅଟେ, ‘ଅ’-କାର ମଧ୍ୟମ-ରୂପ ଓ ‘ଅନୁସ୍ଵାର’ ଅନ୍ତୟ
ରୂପ ଅଟେ। ‘ନାଦ’-ସନ୍ଧାନ ଅଟେ। ‘ସଂହିତା’ ସନ୍ଧି ଅଟେ। ଏପରି ଏହା ଗଣେଶ ବିଦ୍ୟା ଅଟେ। ଏହି ବିଦ୍ୟାର ଗଣକ’ ରୁଷି ଅଟେ। ନୀଚ୍ରୁଦ୍ ଗାୟତ୍ରୀ ଛନ୍ଦ ଅଟେ। ଗଣପତି
ଦେବତା ଅଟେ। ମନ୍ତ୍ର—‘ଓଁ ଗଂ ଗଣପତୟୈ ନମଃ’।7।
ଏକଦ॒ନ୍ତାୟ॑ ବି॒ଦ୍ମହେ॑
ବକ୍ରତୁ॒ଣ୍ଡାୟ॑ ଧୀମହି । ତନ୍ନୋ॑ ଦନ୍ତିଃ ପ୍ରଚୋ॒ଦୟାତ୍ ॥ ୮
‘ଏକଦନ୍ତ’ କୁ ଆମେ ଜାଣିଛୁ। ‘ବକ୍ରତୁଣ୍ଡ’ ର ଆମେ ଧ୍ୟାନ କରୁଛୁ। ‘ଦନ୍ତୀ’ ଆମକୁ ଜ୍ଞାନ ଓ ଧ୍ୟାନରେ ଆମକୁ
ପ୍ରେରିତ କରନ୍ତୁ।8।
॥ ଏକଦ॒ନ୍ତଂ
ଚ॑ତୁର୍ହ॒ସ୍ତଂ॒ ପା॒ଶମ॑ଙ୍କୁଶ॒ଧାରି॑ଣମ୍ । ରଦଂ॑ ଚ॒ ବର॑ଦଂ
ହ॒ସ୍ତୈ॒ର୍ବି॒ଭ୍ରାଣଂ॑
ମୂଷ॒କଧ୍ୱ॑ଜମ୍ । ରକ୍ତଂ॑ ଲ॒ମ୍ବୋଦ॑ରଂ ଶୂ॒ର୍ପ॒କ॒ର୍ଣକଂ॑
ରକ୍ତ॒ବାସ॑ସମ୍ ।
ରକ୍ତ॑ଗ॒ନ୍ଧାନୁ॑ଲିପ୍ତା॒ଙ୍ଗଂ॒ ର॒କ୍ତପୁ॑ଷ୍ପୈଃ ସୁ॒ପୂଜି॑ତମ୍ ।
ଭକ୍ତା॑ନୁ॒କମ୍ପି॑ନଂ
ଦେ॒ବଂ॒ ଜ॒ଗତ୍କା॑ରଣ॒ମଚ୍ୟୁ॑ତମ୍ । ଆବି॑ର୍ଭୂ॒ତଂ ଚ॑
ସୃ॒ଷ୍ଟ୍ୟା॒ଦୌ॒
ପ୍ର॒କୃତେଃ ପୁରୁ॒ଷାତ୍ପ॑ରମ୍ । ଏବଂ॑ ଧ୍ୟା॒ୟତି॑ ଯୋ ନି॒ତ୍ୟଂ॒ ସ॒
ଯୋଗୀ॑ ଯୋଗି॒ନାଂ ବ॑ରଃ॥ ୯॥
ଗଣପତି ଏକଦନ୍ତ ଓ ଚତୁର୍ବାହୁ ଅଟନ୍ତି। ସିଏ ତା’ଙ୍କ ଚାରି ହାତରେ ପାଶ, ଅଙ୍କୁଶ, ଦନ୍ତ, ଓ ବରମୁଦ୍ରା
ଧାରଣ କରିଛନ୍ତି। ତାଙ୍କର ଧ୍ବଜରେ ମୁଷକ’ର ଚିହ୍ନ ଅଛି। ସିଏ
ରକ୍ତାମ୍ବର, ଲମ୍ବୋଦର, ଶୂର୍ପକର୍ଣ ତଥା
ରକ୍ତବସ୍ତ୍ରଧାରୀ ଅଟନ୍ତି। ରକ୍ତ ଚନ୍ଦନ ଦ୍ଵାରା ତାଙ୍କ ଅଙ୍ଗ ଅନୁଲିପ୍ତ ଅଟେ। ସିଏ ରକ୍ତବର୍ଣର
ପୁଷ୍ପ ଦ୍ଵାରା ସୁପୂଜିତ ଅଟନ୍ତି। ଭକ୍ତଙ୍କ କାମନା ପୂର୍ଣ କରୁଥିବା,
ଜ୍ୟୋତିର୍ମୟ, ଜଗତ’ର କାରଣ, ଅଚ୍ୟୁତ ତଥା ପ୍ରକୃତି ଓ ପୁରୁଷ ଠାରୁ ଉର୍ଦ୍ଧ ବିଦ୍ୟମାନ ସେ ପୁରୁଷୋତ୍ତମ ସୃଷ୍ଟିର
ଆଦିରେ ଆବିର୍ଭୂତ ହୋଇଥିଲେ। ଯିଏ ଏହି ରୂପରେ ତାଙ୍କର ଧ୍ୟାନ ନିତ୍ୟ କରିଥାଏ, ସିଏ ଯୋଗୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ।9।
ନମୋ ବ୍ରାତପତୟେ ନମୋ
ଗଣପତୟେ ନମଃ ପ୍ରମଥପତୟେ ନମସ୍ତେଽସ୍ତୁ
ଲମ୍ବୋଦରାୟୈକଦନ୍ତାୟ
ବିଘ୍ନନାଶିନେ ଶିବସୁତାୟ ବରଦମୂର୍ତୟେ॒ ନମଃ॑ ॥ ୧୦ ॥
ବ୍ରାତପତି ଙ୍କୁ ନମସ୍କାର। ଗଣପତିଙ୍କୁ ନମସ୍କାର। ପ୍ରମଥପତିଙ୍କୁ
ନମସ୍କାର। ଲମ୍ବୋଦର, ଏକଦନ୍ତ, ବିଘ୍ନ ନାଶକ, ଶିବ ତନୟ ଶ୍ରୀବରଦମୂର୍ତିକୁ ନମସ୍କାର। 10।
ଏତଦଥର୍ୱଶୀର୍ଷଂ॑ ଯୋଽଧୀ॒ତେ ସ ବ୍ରହ୍ମଭୂୟା॑ୟ କ॒ଲ୍ପତେ । ସ ସର୍ୱବିଘ୍ନୈର୍ନ ବା॒ଧ୍ୟତେ
ସ ସର୍ବତ୍ର ସୁଖ॑ମେଧ॒ତେ । ସ
ପଞ୍ଚମହାପାପାତ୍
ପ୍ରମୁ॒ଚ୍ୟତେ । ସା॒ୟମ॑ଧୀୟା॒ନୋ॒
ଦିବସକୃତଂ ପାପଂ॑
ନାଶ॒ୟତି । ପ୍ରା॒ତର॑ଧୀୟା॒ନୋ॒ ରାତ୍ରି॑କୃତଂ ପାପଂ॑
ନାଶ॒ୟତି ।
ସାୟଂ ପ୍ରାତଃ
ପ୍ର॑ୟୁଞ୍ଜା॒ନୋ॒ ପାପୋଽପା॑ପୋ ଭ॒ବତି । ସର୍ୱତ୍ରାଧୀୟାନୋଽପବି॑ଘ୍ନୋ ଭ॒ବତି
ଧର୍ମାର୍ଥକାମମୋକ୍ଷଂ॑ ଚ
ବି॒ନ୍ଦତି । ଇଦମଥର୍ୱଶୀର୍ଷମଶିଷ୍ୟାୟ॑ ନ ଦେ॒ୟମ୍ । ଯୋ ଯଦି
ମୋ॑ହାଦ୍ ଦା॒ସ୍ୟତି ସ
ପାପୀ॑ୟାନ୍ ଭ॒ବତି । ସହସ୍ରାବର୍ତନାଦ୍ୟଂ ଯଂ କାମ॑ମଧୀ॒ତେ ତଂ ତମନେ॑ନ ସା॒ଧୟେତ୍ ॥ ୧୧ ॥
ଫଳଶ୍ରୁତି—
ଏହି ଅଥର୍ବଶିର୍ଷ କୁ ଯିଏ ପାଠ କରିଥାଏ, ସିଏ ବ୍ରହ୍ମୀଭୁତ ହୋଇଥାଏ, କୌଣସି ପ୍ରକାର ବିଘ୍ନରୁ ବାଧିତ ହୋଇନଥାଏ, ସିଏ
ସର୍ବତୋଭାବେନ ସୁଖୀ ହୋଇଥାଏ, ପଞ୍ଚ ମହାପାପରୁ ମୁକ୍ତ ହୋଇଥାଏ। ସାୟଂକାଳ ଏହାର ଅଧ୍ୟୟନ କଲେ ଦିନରେ
କରିଥିବା ପାପର ନାଶ ଓ ପ୍ରାତ: କାଳ ଅଧ୍ୟୟନ କଲେ ରାତ୍ରିରେ କରିଥିବା ପାପର ନାଶ ହୋଇଥାଏ। ସାୟଂ ଓ ପ୍ର୍ରାତ: କାଳରେ ପାଠ କଲେ ନିଷ୍ପାପ ହୋଇଥାଏ। ସର୍ବଦା ପାଠ କଲେ
ସମସ୍ତ ବିଘ୍ନରୁ ମୁକ୍ତ ହୋଇଥାଏ ଓ ଧର୍ମ, ଅର୍ଥ, କାମ ତଥା ମୋକ୍ଷ-ଏହି ଚାରି ପୁରୁଷାର୍ଥକୁ ପ୍ରାପ୍ତ
କରିଥାଏ। ଏହି ଅଥର୍ବଶିର୍ଷ କାହାକୁ ଦେବା ଅନୁଚିତ କେବଳ ଶିଷ୍ୟ ବ୍ଯତୀତ। ଯିଏ ମୋହବଶ ଅଶିଷ୍ୟକୁ
ଉପଦେଶ ଦେବ, ସିଏ ମହାପାପୀ ହେବ। ଏହାର 1000 ଆବୃତି କଲେ ଉପାସକ
ଯାହାବି କାମନା କରିବ ତାହା ସିଦ୍ଧ ହେବ।11।
ବିବିଧ-ପ୍ରୟୋଗ-
ଅନେନ
ଗଣପତିମ॑ଭିଷି॒ଞ୍ଚତି ସ ବା॑ଗ୍ମୀ ଭ॒ବତି ।
ଚତୁର୍ଥ୍ୟାମନ॑ଶ୍ନନ୍ ଜ॒ପତି ସ
ବିଦ୍ୟା॑ବାନ୍ ଭ॒ବତି ।
ଇତ୍ୟଥର୍ୱ॑ଣବା॒କ୍ୟମ୍ । ବ୍ରହ୍ମାଦ୍ୟା॒ବର॑ଣଂ ବି॒ଦ୍ୟାନ୍ନ ବିଭେତି
କଦା॑ଚନେ॒ତି ॥ ୧୨ ॥
ଯିଏ ଏହି ମନ୍ତ୍ର ଦ୍ଵାରା ଅଭିଷେକ କରେ ସିଏ ବାଗ୍ମୀ
ହୋଇଥାଏ। ଯିଏ ଚତୁର୍ଥୀ
ତିଥିରେ ଉପବାସ କରି ଜପ କରେ ସିଏ ବିଦ୍ୟାବାନ[ଅଧ୍ୟାତ୍ମବିଦ୍ୟାବିଶିଷ୍ଟ] ହୁଏ। ଯିଏ ବ୍ରହ୍ମାଦି ଆବରଣକୁ ଜାଣିଥାଏ, ସିଏ କେବେ ଭୟଭୀତ
ହୋଇନଥାଏ।12।
ଯଜ୍ଞ-ପ୍ରୟୋଗ—
॥ ଯୋ
ଦୂର୍ବାଙ୍କୁ॑ରୈର୍ୟ॒ଜତି
ସ ବୈଶ୍ରବଣୋପ॑ମୋ ଭ॒ବତି । ଯୋ ଲା॑ଜୈର୍ୟ॒ଜତି
ସ ଯଶୋ॑ବାନ୍ ଭ॒ବତି । ସ ମେଧା॑ବାନ୍ ଭ॒ବତି । ଯୋ ମୋଦକସହସ୍ରେ॑ଣ ଯ॒ଜତି ସ ବାଞ୍ଛିତଫଲମ॑ବାପ୍ନୋ॒ତି । ଯଃ
ସାଜ୍ୟ ସମି॑ଦ୍ଭିର୍ୟ॒ଜତି ସ ସର୍ବଂ ଲଭତେ ସ ସ॑ର୍ବଂ ଲ॒ଭତେ ॥ ୧୩ ॥
ଯିଏ ଦୂର୍ବା ଦ୍ଵାରା ଯଜନ କରେ, ସିଏ କୁବେର ସମାନ ହୋଇଥାଏ। ଯିଏ ଲାଜା ଦ୍ଵାରା ଯଜନ କରେ, ସିଏ ଯଶ୍ବସି ହୁଏ, ମେଧାବାନ ହୁଏ। ଯିଏ ସହସ୍ର ମୋଦକ ଦ୍ଵାରା ଯଜନ କରେ, ସିଏ ମନୋବାଞ୍ଚିତ ଫଳ ପାଇଥାଏ। ଯିଏ ଘୃତରେ ସମିଧ ଦ୍ଵାରା ହବନ କରେ ସିଏ
ସବୁକିଛି ପ୍ରାପ୍ତ କରେ।13।
ଅନ୍ୟ ପ୍ରୟୋଗ-
ଅଷ୍ଟୌ ବ୍ରାହ୍ମଣାନ୍
ସମ୍ୟଗ୍ ଗ୍ରା॑ହୟି॒ତ୍ୱା ସୂର୍ୟବର୍ଚ॑ସ୍ୱୀ ଭ॒ବତି ।
ସୂର୍ୟଗ୍ରହେ
ମ॑ହାନ॒ଦ୍ୟାଂ ପ୍ରତିମାସନ୍ନିଧୌ ବା ଜ॒ପ୍ତ୍ୱା ସିଦ୍ଧମ॑ନ୍ତ୍ରୋ ଭ॒ବତି । ମହାବିଘ୍ନାତ୍
ପ୍ରମୁ॒ଚ୍ୟତେ । ମହାଦୋଷାତ୍ ପ୍ରମୁ॒ଚ୍ୟତେ । ମହାପ୍ରତ୍ୟବାୟାତ୍ ପ୍ରମୁ॒ଚ୍ୟତେ । ସ ସର୍ବବିଦ୍ଭବତି ସ ସର୍ବବିଦ୍ଭ॒ବତି । ଯ ଏ॑ବଂ
ବେ॒ଦ । ଇତ୍ୟୁ॑ପ॒ନିଷ॑ତ୍ ॥ ୧୪ ॥ ଓଁ ଶାନ୍ତିଃ॒ ଶାନ୍ତିଃ॒ ଶାନ୍ତିଃ॑ ॥
ଯିଏ ଆଠ ଜଣ ବ୍ରାହ୍ମଣକୁ ଏହି ଉପନିଷଦ ର ସମ୍ୟକ ଗ୍ରହଣ
କରେଇଥାଏ ସିଏ ସୂର୍ଯ୍ୟ ସମାନ ତେଜ-ସମ୍ପର୍ଣ ହୋଇଥାଏ। ସୂର୍ଯ୍ୟ ଗ୍ରହଣ ସମୟରେ ମହାନଦୀରେ ଅଥବା
ପ୍ରତିମା ନିକଟରେ ଏହି ଉପନିଷଦ କୁ ଜପ କରି ସେହି ସାଧକ ସିଦ୍ଧ ମନ୍ତ୍ର ହୋଇଥାଏ। ସମ୍ପୂର୍ଣ ମହାବିଘ୍ନରୁ ମୁକ୍ତ ହୋଇଥାଏ। ମହାପାପରୁ ମୁକ୍ତ ହୋଇଥାଏ। ସିଏ ସର୍ବବିଦ୍ ହୁଏ। ସିଏ ସର୍ବବିଦ୍ ହୋଇଯାଏ-ଯିଏ ଏହି ପ୍ରକାରରେ ଜାଣିଥାଏ।14।

Comments
Post a Comment