Skip to main content

 

ପୂଜା ରହସ୍ୟ—

ଶୁଦ୍ଧାଶୁଦ୍ଧ ତତ୍ଵ (ବିଦ୍ୟାତତ୍ଵ) ର ବର୍ଣ୍ଣନା :

          ଆଗରୁ କୁହାଯାଇଅଛି ଯେ ଆତ୍ମତତ୍ଵ ସ୍ଥୂଳ ଏବଂ ଜଡ଼ ଅଟେ । ତ୍ରିବିଧ ଶରୀର ଅର୍ଥାତ୍ ୧-ସ୍ଥୂଳ, ୨-ସୂକ୍ଷ୍ମ, ୩-କାରଣ ଶରୀର - ଭୋଗାୟତନ (ଭୋଗର ଘର)କୁ ନିର୍ମିତ କରିଥାଏ । ୭ଟି ବିଦ୍ୟାତତ୍ଵ ମଧ୍ୟରୁ ପୁରୁଷ ତତ୍ଵ ୨୪ ଆତ୍ମତତ୍ଵ ସହିତ ଉପର ବର୍ଣ୍ଣିତ ତ୍ରିବିଧ ଶରୀରରେ ନିବିଷ୍ଟ ହୋଇଥାଏ । ଯାହାକି ନିଜକୁ ନିଜେ କର୍ତା ଏବଂ ଭୋକ୍ତା ରୂପରେ ପ୍ରକଟ କରିଥାଏ । କାର୍ଯ୍ୟ ଏବଂ ଭୋଗ ଅସତ୍ୟ ଅଟେ । ଯାହାକି ମାୟାତତ୍ଵ ଦ୍ୱାରା ଆରୋପିତ ହୋଇଥାଏ । ଏହି ମାୟାତତ୍ଵହିଁ ଜୀବର ଭିତରେ ଜଗତ୍‌ଜୀବ ଏବଂ ପରମାତ୍ମା (ପରଶିବ) ମଧ୍ୟରେ ଭିନ୍ନତା ଆଣିଥାଏ । ୧-କଳା, ୨-ଅବିଦ୍ୟା, ୩-ରାଗ, ୪-କାଳ, ୫-ନିୟତି - ଏହି ପଞ୍ଚ ମଧ୍ୟବର୍ତୀତ୍ତ ତତ୍ଵ ପୁରୁଷର ୧-ସର୍ବକର୍ର୍ତୂତ୍ୱ, ୨-ସର୍ବଜ୍ଞତ୍ୱ, ୩-ନିତ୍ୟତୃପ୍ତି, ୪-ନିତ୍ୟତ୍ୱ, ୫-ସ୍ୱାତନ୍ତ୍ର‌୍ୟ, ଏହି ପାଞ୍ଚ ତତ୍ଵ ସ୍ୱାଭାବିକ୍ ବିଶେଷତାକୁ ଆଚ୍ଛାଦିତ କରିଥାଏ ଏବଂ ଏହା ଅନୁଭବ କରାଇଥାଏ ଯେ ତାର ଶକ୍ତି ଏବଂ ଜ୍ଞାନ ଅତ୍ୟଳ୍ପ ତଥା ତୃପ୍ତି ପରିମିତ, ସ୍ଥିତି ଅଳ୍ପକାଳୀନ ତଥା ସ୍ୱତନ୍ତ୍ରତା ସୀମିତ ଅଟେ.

          ବାସ୍ତବରେ ଜୀବ ଏବଂ ପରଶିବ ଅନନ୍ୟ ରୂପ ଅଟେ । କିନ୍ତୁ ବିରୂପତା କାରକ ମାୟାର ପ୍ରଭାବରେ ପରଶିବର ପାଞ୍ଚ ପୂର୍ବୋକ୍ତ ସର୍ବକର୍ର୍ତୁତ୍ୱ ଆଦି ବିଶେଷତା, ଯାହାକି ଜୀବର ସ୍ୱାଭାବିକ ଅଟେ, ମାୟାର ପ୍ରଭାବରେ ୧-କଳା, ୨-ବିଦ୍ୟା, ୩-ରାଗ, ୪-କାଳ, ୫-ନିୟତିରେ ପରିବର୍ତିତ ହୋଇଥାଏ ଏବଂ ଏହି ତତ୍ଵକୁ ପଞ୍ଚକଞ୍ଚୁକ(ଆବରଣ) କୁହାଯାଇଥାଏ । ମାୟାର କାର୍ଯ୍ୟକୁ ହିଁ କଞ୍ଚୁକ ମିଥ୍ୟା କୁହାଯାଏ । କେବଳ ଏହାର କାରଣରୁ ଜୀବ ସାଂସାରିକ ଦୁଃଖ ଅଥବା ଜୀବନ ମରଣର ଚକ୍ର ଭୋଗ କରୁଥାଏ । ଯେତେବେଳେ ଜୀବ ଶୁଦ୍ଧବିଦ୍ୟା ତତ୍ଵର ଲାଭକାରୀ ପ୍ରଭାବ ଦ୍ୱାରା ଏହି ପଞ୍ଚକଞ୍ଚୁକ କୁ ତ୍ୟାଗ କରିଥାଏ, ସେତେବେଳେ ସେ ସ୍ୱୟଂ ପରଶିବ ହୋଇ ପ୍ରକାଶମାନ ହୋଇଥାଏ । ଯେଉଁ ଅବସ୍ଥାରେ ପରଶିବର ସ୍ୱତନ୍ତ୍ରତାକୁ ମାୟା ଆଚ୍ଛାଦିତ କରିଥାଏ, ସେହି ଅବସ୍ଥାର ନାମ ଆଣବିକ ମଳଅଟେ । ମାୟା ପରଶିବର ସ୍ୱତନ୍ତ୍ରତାକୁ କେଉଁ ବିଧିରେ ଆଚ୍ଛାଦିତ କରିଥାଏ, ତାହାର ବାଖ୍ୟା ନିମ୍ନଲିଖିତ ଅଟେ

          ଯେଉଁ ପ୍ରକାରରେ ସୂର୍ଯ୍ୟର କିରଣରେ ମେଘ ଉତ୍ପନ୍ନ ହୋଇଥାଏ ଓ ସୂର୍ଯ୍ୟ ନିଜେ ଆଚ୍ଛାଦିତ ହୋଇଯାଇଥାଏ, ସେହି ପ୍ରକାରରେ ପରଶିବରେ ଉତ୍ପନ୍ନ ମାୟାର ସାମର୍ଥ୍ୟରେ ପରଶିବ ପ୍ରଚ୍ଛନ୍ନ ରହିଥାଏ । ଯେଉଁ ପ୍ରକାରରେ ମେଘାଚ୍ଛନ୍ନ ରହିଲା ପରେ ବି ସୂର୍ଯ୍ୟର କାନ୍ତିରେ କୌଣସି ଭାଗରେ ନ୍ୟୂନତା ଆସିନଥାଏ । ସେହି ପ୍ରକାରରେ ପରଶିବର ସ୍ୱତନ୍ତ୍ରତା କିଞ୍ଚିତ ମାତ୍ରାରେ ମଧ୍ୟ ନଷ୍ଟ ହୋଇନଥାଏ । ମେଘ ଏବଂ ମାୟା କେବଳ ଅତାତ୍ଵିକ ଉପାଧି ଅଟେ । ଅତଏବ ଏହା ସତ୍ୟ ନୁହେଁ ।

          ମାୟାର ଶକ୍ତିରେ ପରଶିବର ବିଶ୍ୱବ୍ୟାପିତା ଆଚ୍ଛାଦିତ ହୋଇଯାଇଥାଏ । ଏବଂ ଏହା ପରିମିତ ପରି ପ୍ରତୀତ ହୋଇଥାଏ । ଏହାର ଏହି ଅବସ୍ଥାର ନାମ ମାୟିକମଳ ଅଟେ ଏବଂ ଏହା ଦୈତତାର ଭାବକୁ ଅନୁଭବ କରାଇଥାଏ । ଏହି ଦୈତତା ଭାବ ରୁଚି ଏବଂ ଅରୁଚି ଉତ୍ପନ୍ନ କରିଥାଏ । ଏହା ଦ୍ୱାରା ଉଦ୍ୟୋଗିତା ଏବଂ ନିରୁଦ୍ୟୋଗିତା ହୋଇଥାଏ । ଯାହାକି ଶୁଭାଶୁଭ କର୍ମର କର୍ତା ବନେଇ ଦେଇଥାଏ । ପରଶିବର ଏହି ଅବସ୍ଥାର ନାମ ମାୟିକମଳଅଟେ । ୧-ଆଣବ, ୨-ମାୟିକ, ୩-କାର୍ମିକ - ଏହି ତିନିମଳ - ତିନି ଶରୀର ଅଟେ । ଏହି ପ୍ରକାରରେ ପରଶିବ ଏହ ତିନିମଳ ରୂପୀ ଶରୀର ଦ୍ୱାରା ମୂର୍ର୍ତୀିମାନ ହୋଇ ଜୀବହୋଇଥାଏ । ଜୀବର ଚରମ ଲକ୍ଷ୍ୟ ନିଜର ବାସ୍ତୁବିକ ପ୍ରକୃତିର ଜ୍ଞାନ ପ୍ରାପ୍ତ କରିବା ଅଟେ । ଯାହାକି (ପ୍ରକୃତି) ସ୍ୱ-ବିମର୍ଶ : ପୁରୁଷାର୍ଥ :ଏହି ବଚନ ଅନୁସାରେ ସ୍ୱୟଂ ପରଶିବ ଅଟେ ।                                                   

ସାତୋଟି ଶୁଦ୍ଧାଶୁଦ୍ଧ ତତ୍ଵ ଯାହାକୁ ବିଦ୍ୟା ତତ୍ଵ ରେ ସମ୍ମିଳିତ କରାଯାଇଅଛି, ତାହା ସଂକ୍ଷିପ୍ତରେ ନିମ୍ନରେ ଦିଆଗଲା ।

          ୬- ମାୟା ତତ୍ଵ- ସମୁଦ୍ରର ତରଙ୍ଗର ବୈଭବ ଯେପରି ଅପାର ଅଟେ,କ ିନ୍ତୁ କୂଳଦ୍ୱାରା ଆବଦ୍ଧ ହୋଇଥାଏ । ସେହିପରି ମାୟା ସମସ୍ତ ଜୀବରେ ଭେଦ-ବୁଦ୍ଧି-ରୂପରେ ରହିଥାଏ । ସ୍ୱ-ସ୍ୱରୂପର ଭାବରେ ଭେଦ-ପ୍ରଥା-ରୂପକୁ ହିଁ ମାୟା ତତ୍ଵ  କୁହାଯାଏ ।

          ୭- କଳା ତତ୍ଵ- ଯେତେବେଳେ ପରମେଶ୍ୱର ନିଜର ପରମେଶ୍ୱରୀ ମାୟାଶକ୍ତିଦ୍ୱାରା ସ୍ୱରୂପ ଗ୍ରହଣ କରି ସଂକୁଚିତ ଗ୍ରାହକତାକୁ ପ୍ରାପ୍ତ କରିଥାଏ, ସେତେବେଳେ ସଂଜ୍ଞା ପୁରୁଷହୋଇଥାଏ । ପୁରୁଷ ଅର୍ଥାତ ଜୀବ ମାୟାଦ୍ୱାରା ମୋହିତ ହୋଇ କର୍ମବନ୍ଧନ ସାଂସାରିକ ଜୀବ ହୋଇଥାଏ । ପରମେଶ୍ୱରଙ୍କ ଠାରୁ ଅଭିନ୍ନ ହୋଇ ଏହି ଜୀବରେ ମୋହ ଉତ୍ପନ୍ନ ହୋଇଥାଏ, ପରମେଶ୍ୱରଙ୍କ ପ୍ରତି ନୁହେଁ । କିନ୍ତୁ ପରମେଶ୍ୱର ନିଜ ମାୟାଦ୍ୱାର ମୋହିତ ହୋଇନଥାନ୍ତି । ଯାଦୁଗର ଏବଂ ଦର୍ଶକଙ୍କ ମଧ୍ୟରେ ଯାହା ଅନ୍ତର ଅଛି ତାହା ଜୀବ ଏବଂ ଶିବ ମଧ୍ୟରେ ଅଛି ।

          ୮- ବିଦ୍ୟା ତତ୍ଵ - ଅପୂର୍ଣ୍ଣ କିଞ୍ଚିତ ଜ୍ଞାନରୂପ ହିଁ ବିଦ୍ୟା ତତ୍ଵ ୍ୱ ଅଟେ ।

          ୯- ରାଗ ତତ୍ଵ - ବିଷୟ ପ୍ରତି ପ୍ରୀତି କରିବାକୁ ରାଗ ତତ୍ଵ ୍ୱ କୁହାଯାଏ ।

          ୧୦- କଳା ତତ୍ଵ - ଅବଶ ଆତ୍ମାକୁ କ୍ରମଶଃ ଗୋଟିଏ ପରେ ଗୋଟିଏ କର୍ମର ଫଳ ଭୋଗରେ ଯେଉଁ ଶକ୍ତି ନିୟନ୍ତ୍ରିତ କରିଥାଏ, ତାହାକୁ କଳା ତତ୍ଵ  କୁହାଯାଏ ।

          ୧୧- ନିୟତି ତତ୍ଵ- ଅବଶ ଆତ୍ମାକୁ କୃତ୍ୟାକୃତ୍ୟରେ ନିୟମ ପୂର୍ବକ ଯେଉଁ ଶକ୍ତି ନିୟନ୍ତ୍ରିତ କରିଥାଏ, ତାହାକୁ ନିୟତି ତତ୍ଵ କୁହାଯାଏ ।

          ୧୨- ପୁରୁଷ ତତ୍ଵ - ପର ତତ୍ଵ(ପରଶିବ)ଦ୍ୱାରା ଇଚ୍ଛାଶକ୍ତିରେ ପ୍ରକଟ ହୋଇଥିବା ତତ୍ଵ ପୁରୁଷକୁ ପୁରୁଷ ତତ୍ଵ କୁହାଯାଏ । ଯାହାକି ପରାଶକ୍ତି (ଶିବ)ର ଅଂଶ ଅଟେ । ପୂର୍ବୋକ୍ତ ଆଣବ ଆଦି ମଳତ୍ରୟଦ୍ୱାରା ଆବୃତ ହୋଇଥିବା କାରଣରୁ ସେ ସାଂସାରିକ ହୋଇଥାଏ ।


Comments

Popular posts from this blog

  ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ-- ଏକ ଆଧ୍ୟାତ୍ମିକ ବିଶ୍ଳେଷଣ-- ଗତାଙ୍କରୁ ଆଗେ-- ଏହି ଅକ୍ଷର ଗୁଡ଼ିକ ଶ୍ରୁତି ଅନୁସାରେ ନିମ୍ନ ଲକ୍ଷଣ ଅଟେ ଯାହାକି ବ୍ରହ୍ମଙ୍କର ଗୁଣକୁ ବୁଝାଇଥାଏ । ୧        ଅଂ       ମୃତ୍ୟୁଞ୍ଜୟ , ସର୍ବବ୍ୟାପକ ୨        ଆଂ       ଆକର୍ଷଣାତ୍ମକ , ସର୍ବଗତ ୩        ଇଂ       ପୁଷ୍ଟିଦାତା , ଅକ୍ଷୋଭକର ୪        ଈଂ       ବାକ୍‌ପ୍ରସାଦକର , ନିର୍ମଳ ୫        ଉଂ       ସର୍ବବଳପ୍ରଦ , ସାରତର ୬        ଊଂ       ଉଚ୍ଚାଟନକର , ଦୁଃସହ ୭        ଋଂ       ସଂକ୍ଷୋଭକର , ଚଞ୍ଚଳ ୮        ୠଂ       ସମ୍ମୋହନକର , ଉଜ୍ଜ୍ୱଳ ୯        ଲୁଂ      ...
 
କାଲିକା ପ୍ରାତଃ ସ୍ମରଣମ୍‌ ଏହି ପାଠକୁ ସକାଳୁ ଶଯ୍ୟା ତ୍ୟାଗ ସମୟରେ ପ୍ରତିଦିନ ପଢ଼ିଲେ ଜ୍ଞାନ ପ୍ରାପ୍ତି ହୋଇଥାଏ , ସୁଖ ଭୋଗ ପର୍ଯ୍ୟାପ୍ତ ମିଳିଥାଏ । ବିପୁଳ ଯଶର ଉପଲବ୍ଧି ହୋଇଥାଏ ଏବଂ ଶେଷ ସମୟରେ ମୋକ୍ଷ ପ୍ରାପ୍ତି ହୋଇ ଶିବ ଲୋକରେ ସ୍ଥାନ ମି ଳେ ।      । ା ଅଥ କାଲିକା ପ୍ରାତଃ ସ୍ମରଣମ୍ ।ା ପ୍ରାତଃ ସ୍ମରାମି ଭବ-ଭୀତି-ହରାଂ ସୁରେଶୀଂ । କାଲୀଂ କୃପାର୍ଦ୍ର-ନୟନାଂ ନବ-ମେଘ ବର୍ଣ୍ଣାମ୍ ।ା ସୂର‌୍ୟେନ୍ଦୁ -ବହ୍ନ ି -ନୟନା ଂ ଭୃକୁଟୀ-କରାଲା ଂ । ସୃକ୍‌କ-ପ୍ରବାହ-ରୂଧିରାଂ ନର-ମୁଣ୍ଡ-ମାଳାମ୍ ।ା ୧ ।ା ପ୍ର ।ତଃ ସ୍ମରାମି ଜଗତାମଭିଳାଷ-ଦାତ୍ର ୀ ଂ । ଧାତ୍ରୀଂ ସମସ୍ତ-ଜଗତାଂ ଦ୍ରୁତ-ବାକ୍ -ପ୍ରଦାତ୍ରୀମ୍ ।ା ପଂଚ-ତି ୍ରକୋଣ-ନିଲୟା ଂ କୁଲ-ସାମରସ୍ୟ । ଂ । ଦିବ୍ୟୋଧ୍ୟ-ଶକ୍ତି -ନିକରୈଃ ସ୍ଥିତିଭିଃ ପରୀତାମ୍ ।ା ୨ ।ା ପ୍ରା ତଃ ସ୍ମରାମି ଶବ-ରୂପ-ଶିବୋପବିଷ୍ଟା ଂ । ମାର-ପ୍ରୟୁଦ୍ଧ-ନିରତା ଂ କର-କା ଂଚିଭୂଷାମ୍ । । ମୁଣ୍ଡାଭୟା ଂ ବରମସି ଂ ଦଧତୀ ଂ କରାବ୍‌ଜେ । କର୍ଣ୍ଣାବତଂସ-ଶବ-ଯୁଗ୍ମ-କିଶୋର-ଭୂଷାମ୍ । ା ୩ ।ା ପ୍ର ।ତଃ ସ୍ମରାମି ବସୁ -ପତ୍ର-ସରୋଜ-ମଧ୍ୟେ । ବ୍ରାହ୍ମ୍ୟୟାଦି-ମାତୃ-ବସୁ-ଭୈରବ-ଭୈରବୀଭିଃ ।ା ଇନ୍ଦ୍ର ।ଦି-ବଜ୍ର-କୀଣ୍ଣୈ ର୍ କ୍ଷିତି-ଗେହ-ବୀଜଂ । ସ୍ୱାଂକେ ଖଡ଼ଂଙ୍ଗ-ୟୁବତୀଂ ଦଧତୀଂ ତ୍ରି-ନେତ୍ରମ ।ା ୪ ।ା ପ୍ର ।ତଃ ସ୍ମରାମି ପିତୃ -କା...