ପୂଜା ରହସ୍ୟ—
ଶୁଦ୍ଧାଶୁଦ୍ଧ ‘ତତ୍ଵ’ (ବିଦ୍ୟା‘ତତ୍ଵ’) ର ବର୍ଣ୍ଣନା :
ଆଗରୁ କୁହାଯାଇଅଛି ଯେ ଆତ୍ମ‘ତତ୍ଵ’ ସ୍ଥୂଳ ଏବଂ ଜଡ଼ ଅଟେ । ତ୍ରିବିଧ ଶରୀର ଅର୍ଥାତ୍ ୧-ସ୍ଥୂଳ, ୨-ସୂକ୍ଷ୍ମ, ୩-କାରଣ ଶରୀର - ଭୋଗାୟତନ (ଭୋଗର ଘର)କୁ
ନିର୍ମିତ କରିଥାଏ । ୭ଟି ବିଦ୍ୟା‘ତତ୍ଵ’ ମଧ୍ୟରୁ ପୁରୁଷ ‘ତତ୍ଵ’ ୨୪ ଆତ୍ମ‘ତତ୍ଵ’ ସହିତ ଉପର ବର୍ଣ୍ଣିତ ତ୍ରିବିଧ ଶରୀରରେ ନିବିଷ୍ଟ ହୋଇଥାଏ । ଯାହାକି ନିଜକୁ
ନିଜେ କର୍ତା ଏବଂ ଭୋକ୍ତା ରୂପରେ ପ୍ରକଟ କରିଥାଏ । କାର୍ଯ୍ୟ ଏବଂ ଭୋଗ ଅସତ୍ୟ ଅଟେ । ଯାହାକି
ମାୟା‘ତତ୍ଵ’ ଦ୍ୱାରା ଆରୋପିତ ହୋଇଥାଏ । ଏହି ମାୟା‘ତତ୍ଵ’ ହିଁ ଜୀବର ଭିତରେ ଜଗତ୍ଜୀବ ଏବଂ ପରମାତ୍ମା
(ପରଶିବ) ମଧ୍ୟରେ ଭିନ୍ନତା ଆଣିଥାଏ । ୧-କଳା, ୨-ଅବିଦ୍ୟା, ୩-ରାଗ, ୪-କାଳ, ୫-ନିୟତି - ଏହି ପଞ୍ଚ ମଧ୍ୟବର୍ତୀତ୍ତ ‘ତତ୍ଵ’ ପୁରୁଷର ୧-ସର୍ବକର୍ର୍ତୂତ୍ୱ, ୨-ସର୍ବଜ୍ଞତ୍ୱ,
୩-ନିତ୍ୟତୃପ୍ତି, ୪-ନିତ୍ୟତ୍ୱ, ୫-ସ୍ୱାତନ୍ତ୍ର୍ୟ, ଏହି ପାଞ୍ଚ ‘ତତ୍ଵ’ ସ୍ୱାଭାବିକ୍ ବିଶେଷତାକୁ ଆଚ୍ଛାଦିତ କରିଥାଏ ଏବଂ ଏହା ଅନୁଭବ କରାଇଥାଏ ଯେ ତା’ର ଶକ୍ତି ଏବଂ ଜ୍ଞାନ ଅତ୍ୟଳ୍ପ ତଥା ତୃପ୍ତି
ପରିମିତ, ସ୍ଥିତି ଅଳ୍ପକାଳୀନ ତଥା ସ୍ୱତନ୍ତ୍ରତା
ସୀମିତ ଅଟେ.
ବାସ୍ତବରେ ଜୀବ ଏବଂ ପରଶିବ ଅନନ୍ୟ ରୂପ ଅଟେ ।
କିନ୍ତୁ ବିରୂପତା କାରକ ମାୟାର ପ୍ରଭାବରେ ପରଶିବର ପାଞ୍ଚ ପୂର୍ବୋକ୍ତ ସର୍ବକର୍ର୍ତୁତ୍ୱ ଆଦି
ବିଶେଷତା, ଯାହାକି ଜୀବର ସ୍ୱାଭାବିକ ଅଟେ, ମାୟାର ପ୍ରଭାବରେ ୧-କଳା, ୨-ବିଦ୍ୟା, ୩-ରାଗ, ୪-କାଳ, ୫-ନିୟତିରେ ପରିବର୍ତିତ
ହୋଇଥାଏ ଏବଂ ଏହି ‘ତତ୍ଵ’ କୁ ପଞ୍ଚକଞ୍ଚୁକ(ଆବରଣ) କୁହାଯାଇଥାଏ । ମାୟାର କାର୍ଯ୍ୟକୁ ହିଁ କଞ୍ଚୁକ ମିଥ୍ୟା
କୁହାଯାଏ । କେବଳ ଏହାର କାରଣରୁ ଜୀବ ସାଂସାରିକ ଦୁଃଖ ଅଥବା ଜୀବନ ମରଣର ଚକ୍ର ଭୋଗ କରୁଥାଏ ।
ଯେତେବେଳେ ଜୀବ ଶୁଦ୍ଧବିଦ୍ୟା ‘ତତ୍ଵ’ର ଲାଭକାରୀ ପ୍ରଭାବ ଦ୍ୱାରା ଏହି ପଞ୍ଚକଞ୍ଚୁକ କୁ ତ୍ୟାଗ କରିଥାଏ, ସେତେବେଳେ ସେ ସ୍ୱୟଂ ପରଶିବ ହୋଇ ପ୍ରକାଶମାନ
ହୋଇଥାଏ । ଯେଉଁ ଅବସ୍ଥାରେ ପରଶିବର ସ୍ୱତନ୍ତ୍ରତାକୁ ମାୟା ଆଚ୍ଛାଦିତ କରିଥାଏ, ସେହି ଅବସ୍ଥାର ନାମ ‘ଆଣବିକ ମଳ’ ଅଟେ । ମାୟା
ପରଶିବର ସ୍ୱତନ୍ତ୍ରତାକୁ କେଉଁ ବିଧିରେ ଆଚ୍ଛାଦିତ କରିଥାଏ, ତାହାର ବାଖ୍ୟା ନିମ୍ନଲିଖିତ ଅଟେ ।
ଯେଉଁ ପ୍ରକାରରେ ସୂର୍ଯ୍ୟର କିରଣରେ ମେଘ
ଉତ୍ପନ୍ନ ହୋଇଥାଏ ଓ ସୂର୍ଯ୍ୟ ନିଜେ ଆଚ୍ଛାଦିତ ହୋଇଯାଇଥାଏ, ସେହି ପ୍ରକାରରେ ‘ପରଶିବ’ରେ ଉତ୍ପନ୍ନ ମାୟାର ସାମର୍ଥ୍ୟରେ ପରଶିବ
ପ୍ରଚ୍ଛନ୍ନ ରହିଥାଏ । ଯେଉଁ ପ୍ରକାରରେ ମେଘାଚ୍ଛନ୍ନ ରହିଲା ପରେ ବି ସୂର୍ଯ୍ୟର କାନ୍ତିରେ
କୌଣସି ଭାଗରେ ନ୍ୟୂନତା ଆସିନଥାଏ । ସେହି ପ୍ରକାରରେ ପରଶିବର ସ୍ୱତନ୍ତ୍ରତା କିଞ୍ଚିତ ମାତ୍ରାରେ
ମଧ୍ୟ ନଷ୍ଟ ହୋଇନଥାଏ । ମେଘ ଏବଂ ମାୟା କେବଳ ଅତାତ୍ଵିକ ଉପାଧି ଅଟେ । ଅତଏବ ଏହା ସତ୍ୟ ନୁହେଁ
।
ମାୟାର ଶକ୍ତିରେ ପରଶିବର ବିଶ୍ୱବ୍ୟାପିତା
ଆଚ୍ଛାଦିତ ହୋଇଯାଇଥାଏ । ଏବଂ ଏହା ପରିମିତ ପରି ପ୍ରତୀତ ହୋଇଥାଏ । ଏହାର ଏହି ଅବସ୍ଥାର ନାମ
ମାୟିକମଳ ଅଟେ ଏବଂ ଏହା ଦୈତତାର ଭାବକୁ ଅନୁଭବ କରାଇଥାଏ । ଏହି ଦୈତତା ଭାବ ରୁଚି ଏବଂ ଅରୁଚି
ଉତ୍ପନ୍ନ କରିଥାଏ । ଏହା ଦ୍ୱାରା ଉଦ୍ୟୋଗିତା ଏବଂ ନିରୁଦ୍ୟୋଗିତା ହୋଇଥାଏ । ଯାହାକି ଶୁଭାଶୁଭ
କର୍ମର କର୍ତା ବନେଇ ଦେଇଥାଏ । ପରଶିବର ଏହି ଅବସ୍ଥାର ନାମ ‘ମାୟିକମଳ’ ଅଟେ । ୧-ଆଣବ, ୨-ମାୟିକ, ୩-କାର୍ମିକ - ଏହି ତିନିମଳ - ତିନି ଶରୀର ଅଟେ । ଏହି ପ୍ରକାରରେ ପରଶିବ ଏହ
ତିନିମଳ ରୂପୀ ଶରୀର ଦ୍ୱାରା ମୂର୍ର୍ତୀିମାନ ହୋଇ ‘ଜୀବ’ ହୋଇଥାଏ । ଜୀବର ଚରମ ଲକ୍ଷ୍ୟ ନିଜର
ବାସ୍ତୁବିକ ପ୍ରକୃତିର ଜ୍ଞାନ ପ୍ରାପ୍ତ କରିବା ଅଟେ । ଯାହାକି (ପ୍ରକୃତି) ‘ସ୍ୱ-ବିମର୍ଶ : ପୁରୁଷାର୍ଥ :’ ଏହି ବଚନ ଅନୁସାରେ ସ୍ୱୟଂ ପରଶିବ ଅଟେ
।
ସାତୋଟି ଶୁଦ୍ଧାଶୁଦ୍ଧ ‘ତତ୍ଵ’ ଯାହାକୁ ବିଦ୍ୟା ‘ତତ୍ଵ’ ରେ ସମ୍ମିଳିତ କରାଯାଇଅଛି, ତାହା ସଂକ୍ଷିପ୍ତରେ ନିମ୍ନରେ
ଦିଆଗଲା ।
୬- ମାୟା ‘ତତ୍ଵ’ - ସମୁଦ୍ରର ତରଙ୍ଗର ବୈଭବ ଯେପରି ଅପାର ଅଟେ,କ ିନ୍ତୁ କୂଳଦ୍ୱାରା ଆବଦ୍ଧ ହୋଇଥାଏ ।
ସେହିପରି ମାୟା ସମସ୍ତ ଜୀବରେ ଭେଦ-ବୁଦ୍ଧି-ରୂପରେ ରହିଥାଏ । ସ୍ୱ-ସ୍ୱରୂପର ଭାବରେ
ଭେଦ-ପ୍ରଥା-ରୂପକୁ ହିଁ ମାୟା ‘ତତ୍ଵ’ କୁହାଯାଏ ।
୭- କଳା ‘ତତ୍ଵ’ - ଯେତେବେଳେ ପରମେଶ୍ୱର ନିଜର ପରମେଶ୍ୱରୀ
ମାୟାଶକ୍ତିଦ୍ୱାରା ସ୍ୱରୂପ ଗ୍ରହଣ କରି ସଂକୁଚିତ ଗ୍ରାହକତାକୁ ପ୍ରାପ୍ତ କରିଥାଏ, ସେତେବେଳେ ସଂଜ୍ଞା ‘ପୁରୁଷ’ ହୋଇଥାଏ । ପୁରୁଷ ଅର୍ଥାତ ଜୀବ ମାୟାଦ୍ୱାରା ମୋହିତ ହୋଇ କର୍ମବନ୍ଧନ ସାଂସାରିକ
ଜୀବ ହୋଇଥାଏ । ପରମେଶ୍ୱରଙ୍କ ଠାରୁ ଅଭିନ୍ନ ହୋଇ ଏହି ଜୀବରେ ମୋହ ଉତ୍ପନ୍ନ ହୋଇଥାଏ, ପରମେଶ୍ୱରଙ୍କ ପ୍ରତି ନୁହେଁ । କିନ୍ତୁ
ପରମେଶ୍ୱର ନିଜ ମାୟାଦ୍ୱାର ମୋହିତ ହୋଇନଥାନ୍ତି । ଯାଦୁଗର ଏବଂ ଦର୍ଶକଙ୍କ ମଧ୍ୟରେ ଯାହା ଅନ୍ତର
ଅଛି ତାହା ଜୀବ ଏବଂ ଶିବ ମଧ୍ୟରେ ଅଛି ।
୮- ବିଦ୍ୟା ‘ତତ୍ଵ’ - ଅପୂର୍ଣ୍ଣ କିଞ୍ଚିତ ଜ୍ଞାନରୂପ ହିଁ
ବିଦ୍ୟା ‘ତତ୍ଵ’ ୍ୱ ଅଟେ ।
୯- ରାଗ ‘ତତ୍ଵ’ - ବିଷୟ ପ୍ରତି ପ୍ରୀତି କରିବାକୁ ରାଗ ‘ତତ୍ଵ’ ୍ୱ କୁହାଯାଏ ।
୧୦- କଳା ‘ତତ୍ଵ’ - ଅବଶ ଆତ୍ମାକୁ କ୍ରମଶଃ ଗୋଟିଏ ପରେ ଗୋଟିଏ
କର୍ମର ଫଳ ଭୋଗରେ ଯେଉଁ ଶକ୍ତି ନିୟନ୍ତ୍ରିତ କରିଥାଏ, ତାହାକୁ କଳା ‘ତତ୍ଵ’ କୁହାଯାଏ ।
୧୧- ନିୟତି ‘ତତ୍ଵ’- ଅବଶ ଆତ୍ମାକୁ କୃତ୍ୟାକୃତ୍ୟରେ ନିୟମ ପୂର୍ବକ
ଯେଉଁ ଶକ୍ତି ନିୟନ୍ତ୍ରିତ କରିଥାଏ, ତାହାକୁ
ନିୟତି ‘ତତ୍ଵ’ କୁହାଯାଏ ।
୧୨- ପୁରୁଷ ‘ତତ୍ଵ’ - ପର ‘ତତ୍ଵ’(ପରଶିବ)ଦ୍ୱାରା ଇଚ୍ଛାଶକ୍ତିରେ ପ୍ରକଟ
ହୋଇଥିବା ‘ତତ୍ଵ’ ପୁରୁଷକୁ ପୁରୁଷ ‘ତତ୍ଵ’ କୁହାଯାଏ । ଯାହାକି ପରାଶକ୍ତି (ଶିବ)ର ଅଂଶ
ଅଟେ । ପୂର୍ବୋକ୍ତ ଆଣବ ଆଦି ମଳତ୍ରୟଦ୍ୱାରା ଆବୃତ ହୋଇଥିବା କାରଣରୁ ସେ ସାଂସାରିକ ହୋଇଥାଏ ।
Comments
Post a Comment