ଶ୍ରୀବିଦ୍ୟା—[13]
ଶ୍ରୀବାଲା-ତ୍ରିପୁର-ସୁନ୍ଦରୀ—
ତ୍ରିପୁରା
ଭାରତୀ ଲଘୁସ୍ତବଃ
ସୃଷ୍ଟିର ଆରମ୍ଭରେ ବ୍ରହ୍ମ ସତ୍ତା ସ୍ଵତ: ଚେତନ ହୋଇ ପ୍ରଥମେ ‘ଜ୍ଞାନ-ଶକ୍ତି’ କୁ ଉତ୍ପନ୍ନ କରିଥାଏ। ତା’ପରେ ‘ଇଛା-ଶକ୍ତି’ ପ୍ରକଟ ହୋଇଥାଏ ଓ ବ୍ରହ୍ମ-ସତ୍ତା ଇଛା କଲେ ଯେ ମୁ ଏକରୁ ଅନେକ ହୋଇଯିବି। ତା’ପରେ କ୍ରିୟା-ଶକ୍ତି ପ୍ରକଟ ହେଲେ ଓ
ବ୍ରହ୍ମ-ସତ୍ତା ସୃଷ୍ଟିର ରଚନା ଆରମ୍ଭ କଲେ। ଏହି ପ୍ରକାରରେ ବ୍ରହ୍ମ-ସତ୍ତା ଇଚ୍ଛା, ଜ୍ଞାନ ଓ କ୍ରିୟା—ଏହି ତିନି ରୂପରେ ପ୍ରକଟ ହୋଇ ସଂସାର ରଚନା କରି ଥାନ୍ତି। ‘ଜ୍ଞାନ’ କୁ ଚିତ୍ତ-ଶକ୍ତି, ‘ଇଚ୍ଛା କୁ ‘ ଆନନ୍ଦ ଶକ୍ତି’ ଓ ‘କ୍ରିୟା’ କୁ ‘ସତ୍-ଶକ୍ତି’ କୁହାଯାଏ। ତେଣୁ, ‘ବ୍ରହ୍ମ-ସତ୍ତା’ ର ନାମ ‘ସଚ୍ଚିଦାନନ୍ଦ’ ମଧ୍ୟ
ଅଟେ।
ପ୍ରାଚୀନ ସମୟରେ ଏକ ମନ୍ତ୍ର-ଶାସ୍ତ୍ର-ସିଦ୍ଧ
ଶ୍ରୀ ଲଦ୍ଧ୍ୱାଚାର୍ଯ୍ୟ’ ଥିଲେ। ତାଙ୍କ ଦ୍ଵାରା ‘ବ୍ରହ୍ମ-ଧର୍ମ’ର ଗୂଢ ରୂପରେ ଏକ ସ୍ତୋତ୍ର ସ୍ଥାପିତ କରିଥିଲେ। ଏହି ସ୍ତୋତ୍ର ‘ ଶ୍ରୀ ଲଘୁ-ସ୍ତବ-ରାଜ’ ନାମରେ ପ୍ରସିଦ୍ଧ ଅଟେ। ବ୍ରହ୍ମ
ଧର୍ମ’ର ତିନୋଟି ବିଜାକ୍ଷର—ଜ୍ଞାନ ଶକ୍ତି-‘ଐଂ’, ଇଛା-ଶକ୍ତି—କ୍ଲୀଂ’ ଓ କ୍ରିୟା ଶକ୍ତି—ସୌଃ ନିରୂପିତ ଅଟେ
ଯାହାକି ବାଲା-ତ୍ରିପୁର-ସୁନ୍ଦରୀ ଙ୍କ ତ୍ରୟ ଅକ୍ଷର ବୀଜ ମନ୍ତ୍ର ‘ଐଂ
କ୍ଲୀଂ ସୌଃ’ ଅଟେ।
ପ୍ରଥମେ ସଂକଲ୍ପ, ବିନିଯୋଗ,
ରୃଷ୍ୟାଦି ନ୍ୟାସ, କର ନ୍ୟାସ, ଅଙ୍ଗ-ନ୍ୟାସ
କରି ତାପରେ ଧ୍ୟାନ ମନ୍ତ୍ର ପଢିବାକୁ ହୋଇଥାଏ ଓ 16 ଉପଚାର ଆଦି
କରିବାକୁ ହୋଇଥାଏ।
ଶ୍ରୀବାଲା-ଗର୍ଭିତ ଶ୍ରୀଯନ୍ତ୍ର-
[ପ୍ରୟୋଗାତ୍ମକ]-[ଶ୍ଳୋକ-3]
ଫଳ—ବଶିକରଣ ପ୍ରାପ୍ତି
॥ ଓଁ ନମଃ ତ୍ରିପୁରାୟୈ ॥
ଦୃଷ୍ଟ୍ୱା
ସମ୍ଭ୍ରମକାରି ବସ୍ତୁ ସହସା ଐ ଐ ଇତି ବ୍ୟାହୃତଂ
ଯେନାକୂତବଶାଦପୀହ ବରଦେ !
ବିନ୍ଦୁଂ ବିନାଽପ୍ୟକ୍ଷରମ୍ ।
ତସ୍ୟାପି
ଧ୍ରୁବମେବ ଦେବି ! ତରସା ଜାତେ ତବାଽନୁଗ୍ରହେ
ବାଚଃ ସୂକ୍ତିସୁଧାରସଦ୍ରବମୁଚୋ
ନିର୍ୟାନ୍ତି ବକ୍ତ୍ରାମ୍ବୁଜାତ୍ ॥ ୩॥
[ମନ୍ତ୍ର—‘ସ୍ୟୈଂ ବ: କ୍ରୌଂ ନମ:’’ ଉକ୍ତ ମନ୍ତ୍ରକୁ
ପ୍ରାତ: , ମଧ୍ୟାହ୍ନ ଓ ସନ୍ଧ୍ୟା ସମୟ –ଜପ -1000 ଥର ପ୍ରତ୍ଯେକ
ସନ୍ଧ୍ୟା—ଫଳ—ଜଗତ ବଶୀକରଣ ପ୍ରାପ୍ତି। ସମୟ ଅବଧି-40 ଦିନ-/ 160 ଦିନ, ପଞ୍ଚ ଉପଚାର ପୂଜା]
କୈଲାଶ ନାଥ ଅଗ୍ରୱାଲ, ଶ୍ରୀବିଦ୍ୟା ଉପାସକ
Continue…..

Comments
Post a Comment